spot_img
Home Blog Page 4821

ପ୍ରତ୍ୟକ୍ଷଦର୍ଶୀଙ୍କ ଦାବି, ଜଳନ୍ତା ହେଲିକପ୍ଟରରୁ ଡେଇଁଥିଲେ ୩ ଜଣ

କୁନ୍ନୁର: ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ବିପିନ ରାୱତଙ୍କ ହେଲିକପ୍ଟର ତାମିଲନାଡୁର କୁନ୍ନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୧ ଜଣ ପ୍ରାଣ ହରାଇଛନ୍ତି । ଏହା ମଧ୍ୟରେ ଦୁର୍ଘଟଣାର ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ସାମ୍ନାକୁ ଆସିଛି । ଏହି ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଦୁର୍ଘଟଣାର ଶିକାର ହେଲିକପ୍ଟର ନିଆଁ ପିଣ୍ଡୁଳା ପାଲଟି ଯାଇଥିଲା ଓ ସେଥିରୁ ତିନି ଜଣ ଜୀବନ ବଞ୍ଚାଇବା ପାଇଁ ଲମ୍ଫ ପ୍ରଦାନ କରିଥିଲେ ।

CDS General Bipin Rawat Chopper Crash, 3 Jumped After Fire In Helicopter

ନିଆଁ ପିଣ୍ଡୁଳାରୁ ଡେଇଁଥିଲେ ତିନି ଜଣ

ପ୍ରତ୍ୟକ୍ଷଦର୍ଶୀ କୃଷ୍ଣାସ୍ୱାମୀଙ୍କ ଅନୁସାରେ ଦୁର୍ଘଟଣା ସମୟରେ ସେ ଘର ଭିତରେ ଥିଲେ । ଏହି ସମୟରେ ସେ ଏକ ଜୋରଦାର ଶବ୍ଦ ଶୁଣିଥିଲେ । ଶବ୍ଦ ଶୁଣି ବାହାରକୁ ଆସିବା ପରେ ନିଆଁ ପିଣ୍ଡୁଳା ପାଲଟିଥିବା ହେଲିକପ୍ଟରକୁ ଗଛ ସହିତ ଧକ୍କା ଖାଉଥିବା ଦେଖିଥିଲେ । ଏହି ସମୟରେ ଜଳନ୍ତା ହେଲିକପ୍ଟରରୁ ୨ରୁ ତିନି ଜଣ ତଳକୁ ଡେଇଁଥିବା ସେ ଦେଖିଥିଲେ ବୋଲି ଦାବି କରିଛନ୍ତି । କୃଷ୍ଣାସ୍ୱାମୀଙ୍କ ଅନୁସାରେ ହେଲିକପ୍ଟର କ୍ରାସ କରିବା ପରେ ସେ ଗାଁ ଲୋକଙ୍କ ସହିତ ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ଗାଁ ଲୋକଙ୍କ ସହାୟତାରେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ହୋଇଥିବା ଲୋକ ୮୦ ପ୍ରତିଶତ ପୋଡିଯାଇଥିଲେ ବୋଲି କୃଷ୍ଣାସ୍ୱାମୀ ଦାବି କରିଛନ୍ତି ।

୧୧ ମୃତ,ରାୱତ ଗୁରୁତର

ଏହା ମଧ୍ୟରେ ଦୁର୍ଘଟଣାରେ ୧୧ ଜଣ ପ୍ରାଣ ହରାଇଥିବା ଆଧିକାରିକ ଭାବେ କୁହାଯାଇଛି । ତେବେ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ଚିକିତ୍ସାଧିନ ଅଛନ୍ତି । ସୂଚନାଯୋଗ୍ୟ ଯେ, ବିପିନ ରାୱତ ୱେଲିଂଟନସ୍ଥିତ ଆର୍ମି ବେସକୁ ଲେକଚର ଦେବାକୁ ଯାଉଥିଲେ । ତାଙ୍କ ସହିତ ପତ୍ନୀ ମଧୁଲିକା ଓ ତାଙ୍କ ସହାୟକ ଥିଲେ । ବିପିନ ରାୱତ ଦେଶର ପ୍ରଥମ ସିଡିଏସ ଅଟନ୍ତି ।

ସେନା ହେଲିକପ୍ଟର ଦୁର୍ଘଟଣାରେ ୧୧ ସେନା ଅଧିକାର ସହିଦ; ୩ ଗୁରୁତର

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରର ନିଳଗିରି ଜଙ୍ଗଲ ମଧ୍ୟରେ କ୍ରାସ କରିଥିବା ଏମଆଇ ୧୭ ହେଲିକ୍ପଟରରେ ସିଡିଏସ ବିପିନ ରାୱତ ତାଙ୍କ ପତ୍ନୀ ଥିଲେ ବୋଲି ସେନା ସ୍ପଷ୍ଟ କରିଛି ଏହା ସହିତ ଏହି ଦୁର୍ଘଟଣାରେ ୧୧ ଜଣ ସହିଦ ହୋଇଥିବା ଜଣା ପଡିଛି ରାୱତଙ୍କ ସହିତ ତାଙ୍କ ପତ୍ନୀ ମଧୁଳିକା ମଧ୍ୟ ଥିଲେ ବାୟୁସେନା ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ ଆଦେଶ ଦେଇଥିବା ବେଳେ ସେନା ହେଲିକପ୍ଟରରେ ସିଡିଏସ ଥିବା କଥା ସ୍ପଷ୍ଟ କରିଛି ଏହା ମଧ୍ୟରେ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଦୁର୍ଘଟଣାକୁ ନେଇ ପ୍ରତିରକ୍ଷମନ୍ତ୍ରୀ ରାଜନାଥ ସିଂ କଥା ହୋଇଛନ୍ତି

ଚେନ୍ନାଇରୁ ମିଳୁଥିବା ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୃତଦେହ ଘଟଣାସ୍ଥଳରୁ ମିଳିଛି । ଅନ୍ୟପକ୍ଷରେ ଯଦି ଦେଖିବା ଏହି ହେଲିକପ୍ଟରରେ ମୋଟ ୧୪ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କ ମୃତ୍ୟୁ ହେବା ପରେ ଏବେବି ୩ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ୧୧ ଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୂଚନା ଅନୁସାରେ ଆଉ କିଛି ସମୟ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ ଏହି ଦୁର୍ଘଟଣାକୁ ନେଇ ସ୍ପଷ୍ଟ ସୂଚନା ଦେବେ ।

ରାଜଧାନୀ ଏକ୍ସପ୍ରେସରୁ ୨୪ ଲକ୍ଷ ଟଙ୍କା ଜବତ: ଯାଜପୁରରୁ ଯାଉଥିଲା ଟଙ୍କା

କଟକ: ରାଜଧାନୀ ଏକ୍ସପ୍ରେସରୁ ୨୪ ଲକ୍ଷ ଟଙ୍କା ଜବତ, ଜଣେ ଅଟକ । ଚାରୋଟି ବଡ ବ୍ୟାଗ୍‌ରେ ଟଙ୍କା ନେଉଥିଲେ ଯୁବକ । ବ୍ୟାଗରେ ଦଶ ଟଙ୍କିଆ ଓ କୋଡିଏ ଟଙ୍କା ନୂଆ ନୋଟ୍  ହୋଇଥିବା ସୂଚନା ମିଳିଛି । ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଧରାପଡ଼ିଲେ ୨ ଯୁବକ ।

ଅନ୍ୟପକ୍ଷରେ ରାଜଧାନୀ ଏକ୍ସପ୍ରେସରୁ ବିପୁଳ ଟଙ୍କା ଜବତ ଘଟଣାରେ ଆରପିଏଫ ଏଏସସି ସରୋଜ କୁମାର ଦାସ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମୋଟ ୨୪ ଲକ୍ଷ ୫୦ ହଜାର ଟଙ୍କା ଜବତ। ଯୁବକ ଜଣକ ଯାଜପୁର ବରୀ ଅଂଚଳର ଅରୁଣ କୁମାର ସ୍ୱାଇଁ । ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିଲେ। ଷ୍ଟେସନ ପରେ ଆରପିଏଫ ସ୍କ୍ୱାର୍ଡର ସନ୍ଦେହ ହେଲା। କଟକରେ ମିଳିତ ଚଢାଉ କରି ଯୁବକଙ୍କୁ ଅଟକ ରଖାଯାଇଥିଲା ।

ଚାରୋଟି ବଡ ବ୍ୟାଗରେ ନେଉଥିଲେ ୨୦ ଓ ୧୦ ଟଙ୍କିଆ ନୋଟ୍ । କେଉଁଠୁ ଆଣିଥିଲା, କଣ ପାଇଁ ନେଉଥିଲେ ତଦନ୍ତ ଚାଲିଛି। ଆୟକର ବିଭାଗକୁ ଖବର ଦିଆଯାଇଛି । ଭୁବନେଶ୍ବର ଷ୍ଟେସନ ର ସିସିଟିଭି ଯାଞ୍ଚ ହେବ। ବିଶେଷଜ୍ଞ ଦଳର ସହାୟତା ନିଆଯାଉଛି ।

ଏଥିସହିତ ପଢ଼ନ୍ତୁ: ମମିତା ମାମଲାରେ ବିଜେପିର ଦୋମୁହାଁ ନୀତି ବିରୋଧରେ ବିଜେଡିର ପ୍ରତିବାଦ

ସେନା ହେଲିକପ୍ଟର ଦୁର୍ଘଟଣାରେ ୧୧ ସେନା ଅଧିକାର ସହିଦ; ୩ ଗୁରୁତର

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରର ନିଳଗିରି ଜଙ୍ଗଲ ମଧ୍ୟରେ କ୍ରାସ କରିଥିବା ଏମଆଇ ୧୭ ହେଲିକ୍ପଟରରେ ସିଡିଏସ ବିପିନ ରାୱତ ତାଙ୍କ ପତ୍ନୀ ସବାର ଥିଲେ ବୋଲି ସେନା ସ୍ପଷ୍ଟ କରିଛି ଏହା ସହିତ ଏହି ଦୁର୍ଘଟଣାରେ ଜଣ ସହିଦ ହୋଇଥିବା ଜଣା ପଡିଛି ରାୱତଙ୍କ ସହିତ ତାଙ୍କ ପତ୍ନୀ ମଧୁଳିକା ମଧ୍ୟ ଥିଲେ ବାୟୁସେନା ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ ଆଦେଶ ଦେଇଥିବା ବେଳେ ସେନା ହେଲିକପ୍ଟରରେ ସିଡିଏସ ଥିବା କଥା ସ୍ପଷ୍ଟ କରିଛି ଏହା ମଧ୍ୟରେ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଦୁର୍ଘଟଣାକୁ ନେଇ ପ୍ରତିରକ୍ଷମନ୍ତ୍ରୀ ରାଜନାଥ ସିଂ କଥା ହୋଇଛନ୍ତି

ଚେନ୍ନାଇରୁ ମିଳୁଥିବା ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୃତଦେହ ଘଟଣାସ୍ଥଳରୁ ମିଳିଛି । ଅନ୍ୟପକ୍ଷରେ ଯଦି ଦେଖିବା ଏହି ହେଲିକପ୍ଟରରେ ମୋଟ ୧୪ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କ ମୃତ୍ୟୁ ହେବା ପରେ ଏବେବି ୩ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏହି ଦୁର୍ଘଟଣାରେ ଗୁରୁତର ଆହାତ ହୋଇଥିବା ୩ ଜଣଙ୍କ ଚିକିତ୍ସା ପାଇଁ ଦିଲ୍ଲୀରୁ ଏୟାର ଆମ୍ବୁଲାନ୍ସ କୁନ୍ନୁର ପଠାଯାଇଛି । ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ୧୧ ଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୂଚନା ଅନୁସାରେ ଆଉ କିଛି ସମୟ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ ଏହି ଦୁର୍ଘଟଣାକୁ ନେଇ ସ୍ପଷ୍ଟ ସୂଚନା ଦେବେ ।

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ବିପିନ ରାଓ୍ୱତଙ୍କ ସହ କିଏ କିଏ ଥିଲେ ଜାଣନ୍ତୁ…

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରରେ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ସବୁଠାରୁ ବଡ଼ କଥା ହେଉଛି ଏହି ହେଲିକପ୍ଟରରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ଥିଲେ । ଭାରତୀୟ ବାୟୁ ସେନାର MI-17V5 ହେଲିକପ୍ଟରରେ ଲେକ୍ଟର ସିରିଜରେ ଯୋଗ ଦେବାକୁ ଯାଉଥିଲେ ସିଡିଏସ୍ । ଏହି ଦୁର୍ଘଟଣାରେ ତିନି ଜଣ ଆହାତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳୁଛି । ଅନ୍ୟପକ୍ଷରେ ସିଡିଏସଙ୍କ କଥା ଯଦି କହିବା ତାହାଲେ ସିଡିଏସ ବିପିନ ରାଓ୍ୱତ ଓ ତାଙ୍କ ପତ୍ନୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି ବୋଲି ସୂଚନା ମିଳୁଛି । ଭାରତୀୟ ବାୟୁ  ସେନାର MI-17V5 ହେଲିକପ୍ଟରରେ ସିଡିଏସ ବିପିନ ରାଓ୍ୱତ ଓ ତାଙ୍କ ପତ୍ନୀଙ୍କ ସହ ୧୪ ଜଣ ଲୋକ ଥିବା ସୂଚନା ମିଳିଛି ।

ଏହି ହେଲିକପ୍ଟରରେ ଚିଫ୍ ଡିଫେନ୍ସ ଷ୍ଟାଫ ବିପିନ୍ ରାଓ୍ୱତଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତ, ବ୍ରିଗେଡିଅର ଏଲଏସ ଲିଦର, ଲେପ୍ଟନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂ, ନାୟକ ଗୁରୁସେବକ ସିଂହ, ନାୟକ ଜିତେନ୍ଦ୍ର କୁମାର, ଲାନ୍ ନାୟକ ବିବେକ କୁମାର, ଲାନ୍ ନାୟକ ବି. ସାଇତେଜା ଏବଂ ହାବିଲଦାର ସତପାଲ ଥିଲେ । ଏମାନଙ୍କ ବ୍ୟତୀତ ଦୁଇ ଜଣ ପାଇଲଟ ଏବଂ ହେଲିକପ୍ଟରର ଟେକ୍ନିକାଲ ଷ୍ଟାଫ୍ ଉପସ୍ଥିତି ଥିଲେ ।

ପ୍ରାରମ୍ଭିକ ସୂଚନା ଅନୁସାରେ ଖରାପ ପାଗ ପାଇଁ ଏହି ଦୁର୍ଘଟଣାଗ୍ରସ୍ଥ ହୋଇଛି ବୋଲି କୁହାଯାଉଛି । ଅନ୍ୟପକ୍ଷରେ ଭାରତୀୟ ବାୟୁ ସେନା ପକ୍ଷରୁ ଏହି ଦୁର୍ଘଟଣାର ତଦନ୍ତ କରିବା ପାଇଁ ଆଦେଶ ଦିଆଯାଇଛି । ତେବେ କେଉଁ ଚାରି ଜଣଙ୍କର ମୃତ୍ୟୁ ହୋଇଛି ତାହାର ସୂଚନା ଏପର୍ଯ୍ୟନ୍ତ ଭାରତୀୟ ସେନା ପକ୍ଷରୁ କିମ୍ବା ସରକାରଙ୍କ ତରଫରୁ ମିଳିପାରିନାହିଁ ।

ହେଲିକପ୍ଟରରେ ଥିଲେ CDS ବିପିନ ରାୱତ,୪ ସେନା ଅଧିକାରୀ ସହିଦ

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରର ନିଳଗିରି ଜଙ୍ଗଲ ମଧ୍ୟରେ କ୍ରାସ କରିଥିବା ଏମଆଇ ୧୭ ହେଲିକ୍ପଟରରେ ସିଡିଏସ ବିପିନ ରାୱତ ଓ ତାଙ୍କ ପତ୍ନୀ ସବାର ଥିଲେ ବୋଲି ସେନା ସ୍ପଷ୍ଟ କରିଛି । ଏହା ସହିତ ଏହି ଦୁର୍ଘଟଣାରେ ୪ ଜଣ ସହିଦ ହୋଇଥିବା ଜଣା ପଡିଛି । ରାୱତଙ୍କ ସହିତ ତାଙ୍କ ପତ୍ନୀ ମଧୁଳିକା ମଧ୍ୟ ଥିଲେ । ବାୟୁସେନା ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ ଆଦେଶ ଦେଇଥିବା ବେଳେ ସେନା ହେଲିକପ୍ଟରରେ ସିଡିଏସ ଥିବା କଥା ସ୍ପଷ୍ଟ କରିଛି । ଏହା ମଧ୍ୟରେ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଦୁର୍ଘଟଣାକୁ ନେଇ ପ୍ରତିରକ୍ଷମନ୍ତ୍ରୀ ରାଜନାଥ ସିଂ କଥା ହୋଇଛନ୍ତି ।

୪ ଅଧିକାରୀ ସହିଦ

ଚେନ୍ନାଇରୁ ମିଳୁଥିବା ଖବର ଅନୁସାରେ ଦୁର୍ଘଟଣାରେ ୪ ଜଣ ସହିଦ ହୋଇଛନ୍ତି । ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଥିବା ସୂଚନା ମିଳୁଛି । ସୂଚନା ଅନୁସାରେ ହେଲିକପ୍ଟରରେ ମୋଟ ୧୭ ଜଣ ସବାର ଥିଲେ । ଶେଷ ୭ ଜଣଙ୍କ ବାବଦରେ ଏପର୍ଯ୍ୟନ୍ତ କୌଣସି ତଥ୍ୟ ମିଳି ପାରିନାହିଁ । ସେନାର ବେଲିଂଟନ୍ ବେସରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସିଡିଏସ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାର ଭିଷଣତା ଏଇଥିରୁ ଅନୁମାନ କରାଯାଇପାରେ ଯେ, ଦୁର୍ଘଟଣାସ୍ଥଳ ନିକଟରେ ଥିବା ଗଛ ଗୁଡିକ ମଧ୍ୟ ଜଳି ଯାଇଛି ।

ଭିକି ଏବଂ କ୍ୟାଟ୍ରିନାଙ୍କ ବୟସ ଅନ୍ତରକୁ ନେଇ କଙ୍ଗନା କହିଲେ ଏଭଳି କଥା…

ମୁମ୍ୱାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ୍ କଣ୍ଟ୍ରୋଭର୍ସି କୁଇନ୍ ଭାବେ ଖ୍ୟାତ । ତାଙ୍କ କହିଥିବା ପ୍ରତ୍ୟେକ କଥା ହୋଇଥାଏ ବିବାଦୀୟ । ଏବେ ଚର୍ଚ୍ଚାରେ ଥିବା ଭିକି ଏବଂ କ୍ୟାଟ୍ରିନାଙ୍କ ବିବାହକୁ ନେଇ କଙ୍ଗନା କମେଣ୍ଟ କରିଛନ୍ତି । ନିଜ ଇନଷ୍ଟା ଷ୍ଟୋରୀରେ ସେ ଏହା ସେୟାର କରିଛନ୍ତି । ଭିକି ଏବଂ କ୍ୟାଟ୍ରିନାଙ୍କ ମଧ୍ୟରେ ଥିବା ବୟସ ଅନ୍ତର ଉପରେ କଙ୍ଗନା କମେଣ୍ଟ କରିଥିବା ଦେଖାଯାଉଛି ।

 

କହିରଖୁ କି କ୍ୟାଟ୍ରିନା ଭିକିଙ୍କଠାରୁ ୫ ବର୍ଷ ବଡ଼ । କ୍ୟାଟ୍ରିନାଙ୍କୁ ୩୮ ବର୍ଷ ହୋଇଥିବା ବେଳେ ଭିକିଙ୍କୁ ୩୩ ବର୍ଷ । ଡିସେମ୍ବର ୯ ତାରିଖରେ କ୍ୟାଟ୍ରିନା ଏବଂ ଭିକି ଉଭୟ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ଏହି ବିବାହ ଉତ୍ସବରେ ବଲିଉଡର ଅନେକ ତାରକା ଯୋଗଦେବେ । ଉଭୟଙ୍କ ବିବାହକୁ ନେଇ ପ୍ରଶଂସକ ଏବଂ ସୋସିଆଲ ମିଡିଆ ୟୁଜର୍ସ ଚର୍ଚ୍ଚା କରୁଥିବା ବେଳେ କଙ୍ଗନା ଏହା ଉପରେ କମେଣ୍ଟ କରି କହିଛନ୍ତି ଯେ ବିବାହରେ ଏଭଳି ବୟସ ଅନ୍ତର ରହିବା ଆବଶ୍ୟକ । ସେ ଏହା ମଧ୍ୟ କହିଛନ୍ତି ଏଭଳି କୁହାଯାଏ ଯେ ଜଣେ  ମହିଳା ନିଜଠୁ କମ୍ ବୟସର ପୁରୁଷକୁ ବିବାହ କଲେ ତା’ ର ଅବନତି ହୋଇଥାଏ । ଏଥିସହ ଭାରତରେ ବିବାହର କିଛି ନିର୍ଦ୍ଧାରିତ ବୟସ ମଧ୍ୟ ରହିଛି । ମାତ୍ର ଏହା ଦେଖି ବହୁତ ଖୁସି ଲାଗୁଛି ଯେ ଭାରତୀୟ ଅଭିନେତ୍ରୀ ଭାରତରେ ଜେଣ୍ଡରକୁ ନେଇ ଥିବା ଭୁଲ ଧାରଣାକୁ ଦୂର କରିବା ସହ ଭାବନାରେ ପରିବର୍ତ୍ତନ ଆଣୁଛନ୍ତି । କଙ୍ଗନା ନିଜ ଇନଷ୍ଟା ଷ୍ଟୋରୀରେ କାହା ନାଁ ଉଲ୍ଲେଖ କରିନଥିଲେ ମଧ୍ୟ ସେ କ୍ୟାଟ୍ରିନା ଏବଂ ଭିକିଙ୍କ ବିବାହକୁ ନେଇ ଲେଖିଥିବା ୟୁଜର୍ସ କହୁଛନ୍ତି ।

 

 

 

ସିଡିଏସ୍‌ ବିପିନ ରାଓ୍ୱତଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ: ପ୍ରତିରକ୍ଷାମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ବିପିନ ରାଓ୍ୱତଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ କ୍ୟାବିନେଟ୍ ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ । ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ମଧ୍ୟ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ତାଙ୍କୁ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ଦେଉଛନ୍ତି । ସୂଚନା ଯୋଗ୍ୟ ଯେ, ତାମିଲନାଡୁର କୁନ୍ନୁରରେ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ହେଲିକପ୍ଟରରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ଥିଲେ ।

ଦୁର୍ଘଟଣାରେ ତିନି ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଏକ ଲେକ୍ଚର ସିରିଜରେ ଭାଗ ନେବାକୁ ରାୱତ ଯାଉଥିଲେ । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲୁଛି । ତେବେ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି ବିସ୍ତୃତ ସୂଚନା ମିଳିନାହିଁ । ପ୍ରାରମ୍ଭିକ ସୂଚନା ଅନୁସାରେ ଖରାପ ପାଗ ପାଇଁ ଏହି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ଥ ହୋଇଛି ବୋଲି କୁହାଯାଉଛି ।

ଉଷୁନା ଚାଉଳ ସଂଗ୍ରହ ନେଇ ଦାବି ଜଣାଇଲା ବିଜେଡି

ନୂଆଦିଲ୍ଲୀ: ଓଡ଼ିଶାରୁ ଉଷୁନା ଚାଉଳ ସଂଗ୍ରହ କରୁ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) । ବୁଧବାର ଏ ନେଇ ବିଜେଡି ସଂସଦୀୟ ଦଳ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ବିଜେଡି ସଂସଦୀୟ ଦଳ ପକ୍ଷରୁ ପ୍ରଦାନ ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି ଯେ, ୨୦୨୧-୨୨ ବର୍ଷ ପାଇଁ ରାଜ୍ୟରେ ୫୨ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଅମଳ ହେବାର ଆଶା କରାଯାଉଛି । ଏଥିରୁ ବିଭିନ୍ନ ଯୋଜନା ବାବଦରେ ୨୦ଲକ୍ଷ ମେଟ୍ରିକ ଟନ୍ ଉଷୁନା ଓ ୪ଲକ୍ଷ ମେଟ୍ରିକ ଟନ୍ ଅରୁଆ ଚାଉଳ ବଣ୍ଟନ ସରିଲା ପରେ ଆଉ ୨୪ଲକ୍ଷ ମେଟ୍ରିକ ଟନ୍ ଉଷୁନା ବଳକା ହୁଏ ।

ଯଦି କେନ୍ଦ୍ର ସରକାର ଏହି ଉଷୁନା ଚାଉଳ ଓଡ଼ିଶାରୁ ସଂଗ୍ରହ କରିବେ ନାହିଁ ତାହାହେଲେ ରାଜ୍ୟର ପ୍ରାୟ ୧୦ଲକ୍ଷ ଚାଷୀ ପରିବାର ପ୍ରଭାବିତ ହେବେ । ପୂର୍ବରୁ ଏହି ପ୍ରସଙ୍ଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏବଂ ଖାଦ୍ୟ ମନ୍ତ୍ରୀ କେନ୍ଦ୍ରକୁ ପତ୍ର ଲେଖିଛନ୍ତି। ‌ତେଣୁ ଉଷୁନା ଚାଉଳ ସଂଗ୍ରହ କରାନଯିବା ନେଇ ଡିଏଫ୍‌ପିଡି ପକ୍ଷରୁ ଜାରି ଆଦେଶକୁ ପରିବର୍ତ୍ତନ କରିବା ପାଇଁ ଦାବି ପତ୍ରରେ ଉଲ୍ଲେଖ ରହିଛି । ଏହି ପ୍ରସଙ୍ଗରେ ଆଜି ମଧ୍ୟ ରାଜ୍ୟସଭାର ପ୍ରଶ୍ନକାଳ‌ରେ ବିଜେଡି ସାଂସଦ ସସ୍ମିତ ପାତ୍ର କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଏଫ୍‌ସିଆଇ ଓଡ଼ିଶାରୁ କାହିଁକି ଉଷୁନା ଚାଉଳ ଉଠାଉନାହିଁ ବୋଲି ପ୍ରଶ୍ନ କରିଥିଲେ।

ଏଥି ପାଇଁ ମନ୍ତ୍ରୀ ଏଫ୍‌ସିଆଇକୁ ନିର୍ଦ୍ଦେଶ ଦେବା ପାଇଁ ସେ ଦାବି କରିଥିଲେ। ଏହା କରାନଗଲେ ଚାଷୀମାନେ ଗୁରୁତର ପ୍ରଭାବିତ ହେବେ ବୋଲି ସେ କହିଥି‌ଲେ। ଏହି ପ୍ରସଙ୍ଗରେ ସାହାଯ୍ୟ କରିବା ପାଇଁ ରାଜି ହୋଇଥିଲେ। ଏହା ସତ୍ତ୍ୱେ ଏଫ୍‌ସିଆଇ ଉଷୁନା ଚାଉଳ ସଂଗ୍ରହ କରିବ ନାହିଁ ବୋଲି ନିଷ୍ପତ୍ତି କରିଛି। ଯାହା ଓଡ଼ିଶା ତଥା ଚାଷୀମାନଙ୍କ ଉପରେ ପ୍ରଭାବ ପକାଇବ। ଅନ୍ୟ ପକ୍ଷରେ ଏ ପ୍ରସଂଗରେ ଉପଯୁକ୍ତ ବିଚାର କରାଯିବ ବୋଲି କହିଛନ୍ତି ଶ୍ରୀ ଗୋୟଲ ।

ଏଥିସହିତ ପଢ଼ନ୍ତୁ: ମମିତା ମାମଲାରେ ବିଜେପିର ଦୋମୁହାଁ ନୀତି ବିରୋଧରେ ବିଜେଡିର ପ୍ରତିବାଦ

ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାୱତଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରରେ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । କୁହାଯାଉଛି ଯେ, ହେଲିକପ୍ଟରରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ଥିଲେ । ତେବେ ଏପର୍ଯ୍ୟନ୍ତ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଦୁର୍ଘଟଣାରେ ତିନି ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଏକ ଲେକ୍ଚର ସିରିଜରେ ଭାଗ ନେବାକୁ ରାୱତ ଯାଉଥିଲେ । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲୁଛି । ତେବେ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି ବିସ୍ତୃତ ସୂଚନା ମିଳିନାହିଁ । ପ୍ରାରମ୍ଭିକ ସୂଚନା ଅନୁସାରେ ଖରାପ ପାଗ ପାଇଁ ଏହି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି କୁହାଯାଉଛି ।

ତିନି ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ହେଲିକପ୍ଟରରେ ଥିବା ଚତୁର୍ଥ ବ୍ୟକ୍ତିଙ୍କୁ ଖୋଜା ଚାଲିଛି । ଖରାପ ପାଗ କାରଣରୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ଆହତଙ୍କୁ ବେଲିଂଟନ୍ ବେସ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହି ହେଲିକପ୍ଟରରେ ବିପିନ ରାଓ୍ୱତ ଓ ତାଙ୍କ ପତ୍ନୀଙ୍କ ସହ ମୋଟ ୧୪ ଜଣ ଥିଲେ । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ତେବେ କାହାର ମୃତ୍ୟୁ ହୋଇଛି ତାହାର ସୂଚନା ଏପର୍ଯ୍ୟନ୍ତ ଭାରତୀୟ ସେନା ପକ୍ଷରୁ କିମ୍ବା ସରକାରଙ୍କ ତରଫରୁ ମିଳିପାରିନାହିଁ ।