spot_img
Home Blog Page 4860

ବନ୍ଧା ହେଲା କଣ୍ଟ୍ରାକ୍ଟ କିଲର, ମାରିବା ଆଗରୁ ମାଡ଼ି ବସିଲା ପୋଲିସ

ଭୁବନେଶ୍ୱର: ରାଜଧାନୀରୁ ବନ୍ଧା ହେଲା କଣ୍ଟ୍ରାକ୍ଟ କିଲର । ନୟାପଲ୍ଲୀ ଅଞ୍ଚଳର ଜୈନିକ ଠିକାଦରକୁ ହତ୍ୟା କରିବା ପାଇଁ କରିଥିଲା ବ୍ଳୁ-ପ୍ରିଣ୍ଟ । ଅଭିଯୁକ୍ତ ଜଣଙ୍କ ହେଉଛି ଜଗତସିଂହପୁର ସମ୍ପଦ ସାହୁ । ନୟାପଲ୍ଲୀ ଏକ ମନ୍ଦିରର ସାମ୍ନାରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବା ପାଇଁ ଦୁଇ ଅଭିଯୁକ୍ତ ବୁଲା ବୁଲି କରୁଥିବା ବେଳେ ମାଡି ବସିଥିଲା ପୋଲିସ୍ । ଜଣେ ଅଭିଯୁକ୍ତ ଖସି ପଳାଇଥିବା ବେଳ ସୁପାରୀ କିଲର ସମ୍ପଦ ସାହୁକୁ ପୋଲିସ କାବୁ କରିଛି । ଶୁକ୍ରବାର ରାତି ସାଢେ ୯ଟା ବେଳେ ନୟାପଲ୍ଲୀ ସ୍ବପ୍ନେଶ୍ୱର ମନ୍ଦିର ନିକଟରେ ବ୍ୟବସାୟୀଙ୍କ ଫେରିବା ସମୟକୁ ଅପେକ୍ଷା କରିଥିଲେ ଅଭିଯୁକ୍ତ ।

ଠିକାଦାର ଓ କୋଇଲା ଚାଲଣକୁ ନେଇ ବିବାଦକୁ ନେଇ ବ୍ୟବସାୟୀଙ୍କୁ ମର୍ଡର କରିବାକୁ କଣ୍ଟ୍ରାକ୍ଟ ନେଇଥିଲା କିଲର ସମ୍ପଦ । ଏନେଇ ଖବର ପାଇବା ପରେ ସାଧା ପୋଷାକରେ ଦୁଇ ଅଭିଯୁକ୍ତକୁ ଧରିବା ପାଇର୍ ଜାଲ ବିଛାଇ ଥିଲା ପୋଲିସ । ବାଇକରେ ବସିଥିବା ଯୁବକ କାବୁ କରିବାକୁ ଗଲା ବେଳେ ଧକ୍କା ମାରି ସେ ଦୌଡି ପଳାଇଥିଲା । ଆଉ ସୁପାରୀ କିଲର ସମ୍ପଦ ପୋଲିସକୁ ଦେଖାଇଥିଲା ବନ୍ଧୁକ । ସମ୍ପଦ ଠାରୁ ଦୁଇଟି ହାଇ ପ୍ରୋଫାଇଲ ବନ୍ଧୁକ , ୮ ରାଉଣ୍ଡ ଗୁଳି ଓ ଲଙ୍କା ଗୁଣ୍ଡ ସ୍ପ୍ରେ ଜବତ ହୋଇଛି ।

ଫେରାର ହୋଇଥିବା ଅଭିଯୁକ୍ତକୁ ଧରିବାକୁ ପୋଲିସ ଚଡାଉ ଜାରି ରଖିଛି । କିଲର ସମ୍ପଦ ନାମରେ ଜଗତସିଂପୁର, କେନ୍ଦ୍ରାପଡା, କଟକର ମାଲଗୋଦାମ, ବାରଙ୍ଗ, ବିଡାନାସୀ, ତିର୍ତ୍ତୋଲ, ପାଟକୁରା ଥାନାରେ ସମ୍ପଦ ଥାନାରେ ରହିଛି ଅପରାଧିକ ମମାଲା । ୨୦୧୬ ମସିହାରେ ବାରଙ୍ଗ ମଦ ଦୋକନୀକୁ ହତ୍ୟା ଘଟଣାରେ ଅଭିଯୁକ୍ତ ସମ୍ପଦ ସାମିଲ ଥିଲା । ସମ୍ପଦ ଠାରୁ ଅଧିତ ତଥ୍ୟ ସଂଗ୍ରହ ପାଇଁ ତାକୁ ରିମାଣ୍ଡରେ ଆଣିବ ପୋଲିସ ।

ମୁଖ୍ୟମନ୍ତ୍ରୀଙ୍କ କାରକେଡ଼କୁ ଅଣ୍ଡାମାଡ଼ ଘଟଣାରେ ଓଡିଶା ମନ୍ଦିର ସେବାୟତ ସଂଘର ନିନ୍ଦା

ଭୁବନେଶ୍ୱର: ପୁରୀରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ଼କୁ ଅଣ୍ଡାମାଡ଼ ଘଟଣାକୁ ତୀବ୍ର ନିନ୍ଦା କଲା ଓଡିଶା ମନ୍ଦିର ସେବାୟତ ସଂଘ । ଶ୍ରୀମନ୍ଦିର ପରିକ୍ରମା ଯୋଜନାର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବାବେଳେ ବିଜେପିର ଏଭଳି ଆଚରଣ ଓଡ଼ିଆଙ୍କ ଧାର୍ମିକ ଭାବନାକୁ କୁଠାରଘାତ କରିଛି । ସେଠାରେ କୌଣସି ଦଳୀୟ କାର୍ଯ୍ୟକ୍ରମ ହେଉନଥିଲା ବରଂ ମହାପ୍ରଭୁଙ୍କ ପାଇଁ କାର୍ଯ୍ୟକ୍ରମ ଚାଲିଥିଲା ।

ଯେଉଁଥିରେ ଗଜପତି ନିଜେ ଯୋଗ ଦେଇଥିଲେ। ସାରା ଓଡ଼ିଆ ଜାତି ପାଇଁ ସେହି ଦିନ ମହତ୍ତ୍ବ ବହନ କରୁଥିବା ବେଳେ ରାଜନୈତିକ ଅଭିସନ୍ଧି ରଖି ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରକୁ ଅଣ୍ଡାମାଡ଼ କରିବା ହୀନ ମାନସିକତା ବୋଲି ସଂଘ କହିଛି । ଯେଉଁମାନେ ଏଭଳି କୁକର୍ମ କରୁଛନ୍ତି ସେମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ସେବାୟତ । ନହେଲେ ଆଗାମୀ ୩ ତାରିଖ ଦିନ ସାରା ରାଜ୍ୟର ସେବାୟତ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘ ଚେତାବନୀ ଦେଇଛି ।

ଜୁନିଅର ହକି ବିଶ୍ବକପ; ପଞ୍ଚମ ଦିନରେ ଗୋଲ ବର୍ଷା କଲା ନେଦରଲାଣ୍ଡ୍ସ

ଭୁବନେଶ୍ବର: ନଭେମ୍ବର ୨୪ରୁ ଆରମ୍ଭ ହୋଇଥିବା ଜୁନିଅର ହକି ବିଶ୍ବକପର ଆଜି ହେଉଛି ପଞ୍ଚମ ଦିନ । ପଞ୍ଚମ ଦିନରେ ଦ୍ୱିତୀୟ ମ୍ୟାଚକୁ ହାତେଇଛି ନେଦରଲାଣ୍ଡ୍ସ । ପଞ୍ଚମ ଦିନର ଦ୍ବିତୀୟ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ନେଦରଲାଣ୍ଡ୍ସ ଓ ୟୁନାଇଟେଡ ଷ୍ଟେଟ୍ସ ଅଫ ଆମେରିକା । ତେବେ ଏହି ମ୍ୟାଚରେ ନେଦରଲାଣ୍ଡ୍ସ ପକ୍ଷରୁ ଗୋଲ ବର୍ଷା ହୋଇଥିଲା । ଏହି ମ୍ୟାଚକୁ ନେଦରଲାଣ୍ଡ୍ସ ୧୪-୦ ଗୋଲରେ ନିଜ ନାମରେ କରିଥିଲା ।

ମ୍ୟାଚ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ନେଦରଲାଣ୍ଡ୍ସ । ପ୍ରଥମ କ୍ବାଟରରେ ନେଦରଲାଣ୍ଡ୍ସ ୪ଟି ଗୋଲ ସ୍କୋର କରି ଆରମ୍ଭରୁ ଆମେରିକାକୁ ବ୍ୟାକଫୁଟରେ ରଖିଥିଲା ନେଦରଲାଣ୍ଡ୍ସ । ସେହିପରି ଭାବରେ ଦ୍ବିତୀୟ କ୍ବାଟରରେ ମଧ୍ୟ ସେହି ଆକ୍ରମଣାତ୍ମକ ପ୍ରଦର୍ଶନ ଜାରି ରଖିଥିଲା ନେଦରଲାଣ୍ଡ୍ସ । ଦ୍ବିତୀୟ କ୍ବାଟର ଶେଷ ସୁଦ୍ଧା ୭-୦ରେ ଆଗୁଆ ରହିଥିଲା ଟିମ୍ ନେଦରଲାଣ୍ଡ୍ସ । ସେହିପରି ତୃତୀୟ କ୍ବାଟର ଶେଷରେ ୧୨-୦ରେ ଆଗୁଆ ରହିଥିବାବେଳେ ଚତୁର୍ଥ କ୍ବାଟର ଶେଷ ସୁଦ୍ଧା ୧୪-୦ରେ ବିଜୟ ହୋଇଥିଲା ଟିମ୍ ନେଦରଲାଣ୍ଡ୍ସ । ନେଦରଲାଣ୍ଡ୍ସ ପକ୍ଷରୁ ବୁକକେନ୍ସ ମିଲେସ ସର୍ବାଧିକ ୫ଟି ଗୋଲ ସ୍କୋର କରିଥିଲେ।

ବାଲେଶ୍ୱରରେ ଜିଲ୍ଲାବ୍ୟାପୀ ଆରମ୍ଭ ହେଲା BSKY ବଣ୍ଟନ

ବାଲେଶ୍ବର:  ବିଏସକେଓ୍ବାଇ ସ୍ମାର୍ଟକାର୍ଡ ବଣ୍ଟନ ଶୁଭାରମ୍ଭ ପରେ ଜିଲ୍ଲାବ୍ୟାପୀ ଆରମ୍ଭ ହୋଇଛି କାର୍ଡ ବଣ୍ଟନ । ଖଇରା ବ୍ଲକ ଅନ୍ତର୍ଗତ କୁରୁଣ୍ଟା , ଗଡ଼ପୋଖରୀ ପଞ୍ଚାୟତରେ ସ୍ମାର୍ଟକାର୍ଡ ବଣ୍ଟନ କରିଛନ୍ତି ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ପ୍ରଥମ ପର୍ଯ୍ୟାୟରେ ୫୦ଜଣଙ୍କୁ କାର୍ଡ ପ୍ରଦାନ କରାଯାଇଛି ।

ସ୍ମାର୍ଟକାର୍ଡ ଦେବା ସହିତ ଏହାର ଆବଶ୍ୟକତା ସମ୍ପର୍କରେ ଜନସାଧାରଣଙ୍କୁ ବୁଝାଇଛନ୍ତି ମନ୍ତ୍ରୀ । ସ୍ବାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ବିୁଏସକେଓ୍ବାଇ ସ୍ମାର୍ତ ହେଲଥ କାର୍ଡ । ଏହାଦ୍ବାରା ଲୋକମାନେ ଚିକିତ୍ସା ପାଇଁ ଆଉ ସମସ୍ୟା ଭୋଗିବେନି । ସ୍ମାର୍ଟକାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ବିଡିଓଙ୍କ ସହିତ ତହସିଲଦାର ଓ ସ୍ଥାନୀୟ ଲୋକପ୍ରତିନିଧି ଯୋଗଦେଇଥିଲେ ।

ବିବାହ ବନ୍ଧନରେ ବାନ୍ଧି ହେବେ ମୌନୀ ରାୟ; ଜାନୁଆରୀରେ ସୁରଜଙ୍କ ସହ ପଡ଼ିବ ହାତଗଣ୍ଠି

ନୂଆଦିଲ୍ଲୀ: ଆରମ୍ଭ ହୋଇସାରିଛି ବିବାହ ଋତୁ । ବିବାହ ଋତୁ ଆରମ୍ଭରୁ କିଛି ବଲିଉଡ ଷ୍ଟାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେଥିମଧ୍ୟରେ ଅଛନ୍ତି ରାଜକୁମାର ରାଓ ଓ ପତ୍ରଲେଖା । ଏମାନଙ୍କ ବ୍ୟତୀତ ଅଙ୍କିତା ଲୋଖଣ୍ଡେ ଓ ଭିକ୍କୀ ଜୈନ, କାଟ୍ରିନା କୈଫ ଓ ଭିକ୍କି କୈଶଲ ମଧ୍ୟ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ସବୁ ମଧ୍ୟରେ ଏବେ ଆଉ ଜଣେ ବଲିଉଡ ଅଭିନେତ୍ରୀଙ୍କ ବିବାହ ତାରିଖକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ରିପୋର୍ଟ ଅନୁସାରେ ମୌନୀ ରାୟ ଖୁବ ଶୀଘ୍ର ନୂଆ ବିବାହ କରିବାକୁ ଯାଉଛନ୍ତି । ମୌନୀ ରାୟ ବହୁ ସମୟ ଧରି ସୁରଜ ନାମ୍ବିଆରଙ୍କ ସହ ସମ୍ପର୍କରେ ଅଛନ୍ତି । ଆଉ ଏବେ ଖବର ଆସୁଛି କି ମୌନୀ ସୁରଜଙ୍କ ସହ ଜୀବନର ନୂଆ ଏକ ଅଧ୍ୟ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି ।

ସୂଚନା ଅନୁସାରେ ମୌନୀ ରାୟଙ୍କ ବିବାହ ଭାରତରେ ନୁହେଁ ବିଦେଶରେ ହେବ । ମୌନୀ ରାୟ ଓ ସୁରଜ ଡେଷ୍ଟିନେସନ ଓ୍ବେଡିଂ କରିବେ ବୋଲି ସୂଚନା ମିଳୁଛି । ସେମାନଙ୍କ ବାହାଘର ଦୁବାଇ କିମ୍ବା ଇଟାଲୀରେ ହୋଇପାରେ । ତେବେ ବିବାହ ପରେ ସେମାନେ ସେମାନଙ୍କ ହୋମ ଟାଉନ କୋଚବିହାର ରିସେପସନ ହେବ । ମୌନୀ ରାୟ ଓ ସୁରଜଙ୍କ ବାହାଘର ଜାନୁଆରୀ ୨୭ରେ ହେବ । ସୁରଜଙ୍କ ଜଣେ ବ୍ୟାଙ୍କର ଭାବରେ ଦୁବାଇରେ ରୁହନ୍ତି । ତେବେ ବିବାହ ନେଇ ଏପର୍ଯ୍ୟନ୍ତ ମୌନୀ ରାୟ ଓ ସୁରଜ କେହି ବି ଏପର୍ଯ୍ୟନ୍ତ କିଛି କହିନାହାନ୍ତି ।

ମୌନୀଙ୍କ ବିବାହ ଚଳିତ ବର୍ଷ ମାର୍ଚ୍ଚ ମାସରେ ସ୍ଥିର ହୋଇଥିଲା । ମନ୍ଦିରା ବେଦୀଙ୍କ ଘରେ ମୌନୀ ରାୟଙ୍କ ବିବାହ ଆଲୋଚନା ହୋଇଥିଲା । କାହିଁକି ନା ମୌନୀ ରାୟ ଓ ମନ୍ଦିରା ବେଦୀ ଦୁହେଁ ଭଲ ସାଙ୍ଗ । ଉଭୟଙ୍କ ପରିବାର ମଧ୍ୟ ବିବାହକୁ ନେଇ ଆଲୋଚନା ପାଇଁ ମନ୍ଦିରା ବେଦୀଙ୍କ ଘରକୁ ଆସିଥିଲେ ।

ଗଞ୍ଜାମରେ ବିଜେଡ଼ିର ମିଶ୍ରଣ ପର୍ବ, ସରପଞ୍ଚ ଓ ଶତାଧିକ କର୍ମୀ ଫୁଙ୍କିଲେ ଶଙ୍ଖ

ବ୍ରହ୍ମପୁର: ବିଜେଡି ଉପରେ ଗଞ୍ଜାମବାସୀଙ୍କ ବଢୁଛି ବିଶ୍ବାସ । ବିଭିନ୍ନ ଦଳ ଛାଡି ବହୁ ନେତା ଓ କର୍ମୀ ବିଜୁ ଜନତା ଦଳରେ ହେଉଛନ୍ତି ସାମିଲ । ଏବେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଳକ ମନ୍ତ୍ରୀଡି ଠାରେ  ବିଜୁ ଜନତା ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ଳକର ମନ୍ତ୍ରୀଡି ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ଦାସ ବିଜେପି ଦଳ ଛାଡି ନିଜର ଶତାଧିକ କମିଙ୍କ ସହ ବିଜେଡିରେ ଯୋଗଦାନ କରିଛନ୍ତି । ସେହି ପରି ଗୋଳନ୍ଥରା ସରପଞ୍ଚ ସଶ୍ମିତା ଜେନା ଓ ବିଭିନ୍ନ ପଞ୍ଚାୟତର ବିଜେପି ନେତା ଓ ସମାଜସେବୀ ପ୍ରମୁଖ ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସ୍ବଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା କହିଛନ୍ତି ବିଜେଡିରେ ସାମିଲ କର୍ମୀ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଡ.ଗୋପବନ୍ଧୁ ଦାସ , ଗଞ୍ଜାମ ଜିଲ୍ଲାର ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ମିଶ୍ର, ରାଜ୍ୟ ସଭା ସାଂସଦ ସୁବାଷ ସିଂହ, ଗଞ୍ଜାମ ଜିଲ୍ଲା ସଭାପତି ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ଳକ ସଭାପତି ଅଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ମିଶ୍ରଣ ପର୍ବରେ ସାମିଲ ହୋଇଥିବା କର୍ମୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ଫସଲ ଅମଳ ସମୟରେ ଆସୁଛି ଲଘୁଚାପ, ସତର୍କତା କଲେ ଏସଆରସି

ଭୁବନେଶ୍ୱର: ଲଘୁଚାପ ନେଇ ସତର୍କ ସୂଚନା  ଜାରି କଲେ ରାଜ୍ୟ ସରକାର  । 30 ତାରିଖରେ ସୃଷ୍ଟ ଲଘୁଚାପ ନେଇ ସତର୍କତା ଜାରି କରିଛନ୍ତି SRC ପ୍ରଦୀପ ଜେନା ।  ସ୍ୱତନ୍ତ୍ର ରିଲିଫ କମିଶନର ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଶେଷ ତଥ୍ୟ ପ୍ରଦାନ କରିଛନ୍ତି  । ଲଘୁଚାପ ପ୍ରଭାବରେ ୬ଜିଲ୍ଲାରେ ପ୍ରବଳ ବର୍ଷା ହେବ  ।

ଏହି ଛଅଟି ଜିଲ୍ଲା ହେଉଛି ଯଥାକ୍ରମେ ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲା  । ଆସନ୍ତା  ୨ ଓ ୩ ତାରିଖରେ ଲଘୁଚାପ ପ୍ରଭାବରେ ବର୍ଷା ହେବା ସମ୍ଭାବନା ରହିଛି  । ତେଣୁ ଉପରୋକ୍ତ ସମସ୍ତ ଜିଲ୍ଲା ଗୁଡ଼ିକ  ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି  ।

ଆଣ୍ଡାମାନ ସାଗରରେ ଏହି ଲଢୁଚାପ ସୃଷ୍ଟି ହୋଇଛି  । ସେପଟେ ଯେଉଁ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଛନ୍ତି, ସେମାନେ ଦୁଇ ତାରିଖ ସୁଦ୍ଧା ଫେରିଆସିବାକୁ ନିର୍ଦେଶ ଦେଇଛନ୍ତି ପ୍ରଦୀପ ଜେନା  ।  ସେହିପରି ବର୍ତ୍ତମାନ ଧାନ ଅମଳ ସମୟ ଚାଲିଥିବାବେଳେ ଲଘୁଚାପକୁ ନେଇ ଚାଷୀଙ୍କ ମନରେ ଶଙ୍କା ସୃଷ୍ଟି ହୋଇଛି  । ଫସଲ କ୍ଷତି ହେବା ନେଇ ମଧ୍ୟ ସମ୍ଭାବନା ସୃଷ୍ଟି ହୋଇଛି  ।

ଏହି ଚାରୋଟି ରାଶିର ବ୍ୟକ୍ତିଙ୍କ ପାଇଁ ଖୁସି ଖବର…

ଗ୍ରହ ନକ୍ଷତ୍ରଙ୍କ ଚଳନ ୧୨ଟି ରାଶି ଉପରେ ନିର୍ଭରଶୀଳ । ଗ୍ରହମାନଙ୍କ ଚାଳନା କେତେକ ରାଶିଙ୍କ ପାଇଁ ଭଲ ହୋଇଥିବା ବେଳେ କେତେକ ରାଶିର ବ୍ୟକ୍ତିଙ୍କ ପାଇଁ ଅନୁକୂଳ ନୁହେଁ । ଗ୍ରହମାନଙ୍କ ଚାଳନାକୁ ଗଣନା କରି ସାପ୍ତାହିକ ରାଶିଫଳ ଧାର୍ଯ୍ୟ କରାଯାଏ ।
୨୯ରୁ ସେପ୍ଟେମ୍ୱର ୫ ଯାଏ କେଉଁ ରାଶିର ବ୍ୟକ୍ତି ରହିବେ ସାବଧାନ ?
ମେଷ ରାଶି : ମେଷ ରାଶିର ବ୍ୟକ୍ତି କଥାବାର୍ତ୍ତାରେ ସଂଯମ ରଖନ୍ତୁ । ଆରମ୍ଭ କରୁଥିବା କାର୍ଯ୍ୟ ପାଇଁ ଆତ୍ମବିଶ୍ୱାସ କମ୍ ରହିପାରେ । ଶିକ୍ଷକ ଶିକ୍ଷୟତ୍ରୀ ସଫଳତାର ପାହାଚ ଚଢ଼ିବେ । ଚାକିରି ନିମିତ୍ତ ଦୂରଯାତ୍ରା କରିବାକୁ ପଡ଼ିପାରେ । ବନ୍ଧୁମାନଙ୍କ ସହାୟତା ମିଳିପାରେ ।
ବୃଷ ରାଶି : ଏହି ରାଶିର ବ୍ୟକ୍ତିମାନଙ୍କ ମଧ୍ୟରେ ଏହି ସପ୍ତାହରେ ବିରକ୍ତଭାବ ପ୍ରକାଶ ପାଇବ । ତେଣୁ ଏହି ରାଶିର ବ୍ୟକ୍ତି ଆତ୍ମସଂଯମ ଅବଲମ୍ବନ କରିବା ନିହାତି ଜରୁରୀ । ପାରିବାରିକ ଜୀବନ ମଙ୍ଗଳ ହେବା ସହ ପରିବାର ପ୍ରତି ଦାୟିତ୍ୱ ମଧ୍ୟ ବଢ଼ିପାରେ । ପରିବାରରେ ମାନସମ୍ମାନ ବଢ଼ିବା ସହ ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ରହିଛି ।
ମିଥୁନ ରାଶି : ଏହି ରାଶିର ବ୍ୟକ୍ତିଙ୍କର କଥାବାର୍ତ୍ତାରେ ସଂଯମ ରଖିବା ଆବଶ୍ୟକ । ଫଳରେ ପରିବାରରେ ସୁଖଶାନ୍ତି ବଜାୟ ରହିବ । କୈାଣସି ପୁରୁଣା ବନ୍ଧୁଙ୍କ ସହାୟତା ମିଳିପାରେ । କାର୍ଯ୍ୟ ଏବଂ ପରିଶ୍ରମ କଲେ ମଧ୍ୟ ଯଥେଷ୍ଟ ପରିମାଣରେ ସୁଫଳ ମିଳିବ ନାହିଁ । ମା’ଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଯିବାର ସମ୍ଭାବନା ରହିଛି ।
କର୍କଟ ରାଶି : କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସପ୍ତାହଟି ଭଲ ରହିଥିବା ବେଳେ କୈାଣସି କାର୍ଯ୍ୟ ସଫଳ ହେବା ପରେ ଅତ୍ୟନ୍ତ ଉତ୍ସାହିତ ହୁଅନ୍ତୁ ନାହିଁ । ପାରିବାରିକ ଜୀବନ ସୁଖମୟ ହେବା ସହ ପରିବାରର କୈାଣସି ବୃଦ୍ଧା ମହିଳାଙ୍କଠୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି । ଚାକିରି କ୍ଷେତ୍ରରେ ନିଜକୁ ସାବଧାନ ରଖିବେ ।
ସିଂହ ରାଶି : ନିଜ ଭାବନାରେ ସଂଯମତା ରଖିବାକୁ ଚେଷ୍ଟା କରନ୍ତୁ । ଅତି ଶୀଘ୍ର ନିଜ ଭାବନା ଅନ୍ୟ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ । ଭଗବାନଙ୍କ ଉପରେ କ୍ରୋଧ ମନୋଭାବ ଆସିପାରେ । ଘରେ ଧାର୍ମିକ କାର୍ଯ୍ୟ ହେବାର ସମ୍ଭାବନା ରହିଛି । ଏଥିସହ କୈାଣସି ଧାର୍ମିକ ଯାତ୍ରା ପାଇଁ ଯୋଗ ମଧ୍ୟ ରହିଛି ।
ଜାଣନ୍ତୁ କେଉଁ ରାଶି ଉପରେ ରହିଛି ଶନିଙ୍କ ସାଢ଼େସାତି :
କନ୍ୟା ରାଶି : ମାନସିକ ଶାନ୍ତି ବଜାୟ ରହିବ ମାତ୍ର ପରିବାରର ଦାୟିତ୍ୱ ନେବାକୁ ପଡ଼ିପାରେ । ଦରମା ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଟଙ୍କା ପଇସା ଖର୍ଚ୍ଚ ଅଧିକ ହୋଇପାରେ । ଭାଇମାନଙ୍କ ସହଯୋଗ ମିଳିପାରେ ।
ତୁଳା ରାଶି : କଥାବାର୍ତ୍ତାରେ ସଂଯମ ରଖିବା ସହ ପୋଷାକପତ୍ର କିଣାକିଣିରେ ରୁଚି ରହିବ । ଆୟ ବୃଦ୍ଧି ହେବା ସହ ସଞ୍ଚିତ ଥିବା ଧନ ବୃଦ୍ଧି ହୋଇପାରେ । କାର୍ଯ୍ୟ ନିମିତ୍ତ ଅନ୍ୟସ୍ଥାନକୁ ଯିବାକୁ ପଡ଼ିପାରେ ।
ବିଛା ରାଶି : ବିଛା ରାଶିର ବ୍ୟକ୍ତିଙ୍କୁ ଚାକିରି କ୍ଷେତ୍ରରେ କୈାଣସି ଦାୟିତ୍ୱବାନ କାର୍ଯ୍ୟଭାର ଦିଆଯାଇପାରେ । ପରିଶ୍ରମ ଅଧିକ ହୋଇପାରେ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାର ସମ୍ଭାବନା ରହିଛି । ପରିବାରରେ ମାଙ୍ଗଳିକ କାର୍ଯ୍ୟ ସମ୍ପର୍ଣ୍ଣ ହୋଇପାରେ ଓ ମା’ଙ୍କଠୁ ଧନପ୍ରାପ୍ତିର ସମ୍ଭାବନା ରହିଛି ।

ତୃତୀୟ ଲହର ପାଇଁ ପ୍ରାକ୍ ପ୍ରସ୍ତୁତି, କୋଭିଡ ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା କରିବାକୁ ସରକାରୀ ସ୍ତରରେ ଜୋରଦାର ପ୍ରସ୍ତୁତି । ସବୁ ଜିଲ୍ଲାପାଳ, ଏସପି ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହିତ ଆଲୋଚନା କରି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସଂକ୍ରମଣ କମିଥିବାରୁ ସ୍କୁଲ, କଲେଜ ଖୋଲା ରହିଛି । ଦୋକାନ ବଜାର ସହିତ ଅର୍ଥନୀତି ସମ୍ପର୍କିତ ଅନେକ ଅନୁଷ୍ଠାନ ଖୋଲା ରହିଛି ।

ଏଣୁ କରୋନାକୁ ନିୟନ୍ତ୍ରଣରେ ରଖିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଗାଁ ଗାଁରେ ସରପଞ୍ଚ, ଅଙ୍ଗନବାଡି ଓ ଆଶାକର୍ମୀଙ୍କ ଜରିଆରେ ସ୍ଥିତି ପରଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଟିକାକରଣକୁ ମଧ୍ୟ ଫୋକସ କରାଯାଇଛି । କୋଭିଡ ନିୟମ ମାନି ଚଳିବା ସହିତ ଜନସାଧାରଣ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି ।

ସେପଟେ ନିୟମ ଭାଙ୍ଗିଲେ ଜରିମାନା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ କରୋନାରେ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ।

ବିଜୟ ପାଇଁ କସରତ; ଭାରତକୁ ଆବଶ୍ୟକ ୧୦ ଓ୍ବିକେଟ; ନ୍ୟୁଜିଲାଣ୍ଡ ଆଗରେ ୨୮୪ ରନ

କାନପୁର: ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ କାନପୁରର ଗ୍ରୀନପାର୍କ ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଜିତିବାକୁ ହେଲେ ୨୮୪ ରନର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ । ଦ୍ବିତୀୟ ଇନିଂସରେ ଭାରତ 7 ଓ୍ବିକେଟ ବିନିମୟରେ ୨୩୪ ରନ କରି ଦ୍ବିତୀୟ ଇନିଂସ ଘୋଷଣା କରିଛି ଭାରତ । ଯାହା ଫଳରେ ପ୍ରଥମ ଟେଷ୍ଟ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡକୁ ୨୮୪ ରନ କରିବାକୁ ପଡ଼ିବ । ସେହିପରି ଭାବରେ ଭାରତ କଥା ଯଦି କହିବା ତାହାଲେ ଭାରତକୁ କାନପୁର ଟେଷ୍ଟ ଜିତିବାକୁ ହେଲେ ଆସନ୍ତାକାଲି ଅର୍ଥାତ ଶେଷ ଦିନରେ ନ୍ୟୁଜିଲାଣ୍ଡ ଟିମକୁ ଅଲଆଉଟ କରିବାକୁ ପଡ଼ିବ । ଅନ୍ୟପକ୍ଷରେ ଆଜି ଭାରତ ପାଳି ଘୋଷଣା କରିବା ପରେ ନ୍ୟୁଜିଲାଣ୍ଡ ଆଜି ଦିନରେ ମାତ୍ର ୧୩ ଓଭର ବ୍ୟାଟିଂ କରିବ । ତେବେ ଏହି ୧୩ ଓଭରରେ ମଧ୍ୟରେ ଭାରତ ଓ୍ବିକେଟ ନେବା ପାଇଁ ଆକ୍ରମଣାତ୍ମକ ଢ଼ଙ୍ଗରେ ପଡ଼ିଆକୁ ଓହ୍ଲାଇବ । କିନ୍ତୁ ଖରାପ ଲାଇଟ ପାଇଁ କେବଳ ଚାରି ଓଭର ହିଁ ବୋଲିଂ ହୋଇପାରିଥିଲା । ପଞ୍ଚମ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଗୋଟିଏ ଓ୍ବିକେଟ ବିନିମୟରେ ୪ ରନ କରିଛି । ଭାରତ ପକ୍ଷରୁ ଅଶ୍ବିନୀ ଏହି ସଫଳତା ହାସଲ କରିଛନ୍ତି ।

କାନପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ପ୍ରଥମ ଇନିଂସରେ ଭାରତ ୩୪୫ ରନ କରିଥିଲା । ଭାରତ ପକ୍ଷରୁ ଶ୍ରେୟସ ଆୟର ଶତକ ହାସଲ କରିଥିବାବେଳେ ଶୁଭମନ ଗିଲ୍ ଓ ରବିନ୍ଦ୍ର ଜାଡେଜା ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ପ୍ରଥମ ଇନିଂସରେ ୩୪୫ ରନ କରିବା ପରେ ଭାରତ ନ୍ୟୁଜିଲାଣ୍ଡକୁ ପ୍ରଥମ ଇନିଂସରେ ୨୯୬ ରନରେ ଅଟକାଇ ଥିଲା । ଭାରତ ପକ୍ଷରୁ ଅକ୍ଷର ପଟେଲ ୫ଟି ଓ୍ବିକେଟ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନୀ ୩ଟି, ଉମେଶ ଯାଦବ ଓ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ଅନ୍ୟପକ୍ଷରେ ଭାରତ ଦ୍ବିତୀୟ ଇନିଂସରେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ । ତେବେ ଡେବ୍ୟୁ କରିଥିବା ଶ୍ରେୟସଙ୍କ ୬୫ ରନ ଓ ରିଦ୍ଧିମାନ ଶାହାଙ୍କ ୬୧ ରନ ଫଳରେ ଭାରତ ୨୩୪ ରନ କରିଥିଲା ।