spot_img
Home Blog Page 4859

ଅନୁଗୁଳ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଅନୁଗୁଳ:  ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରବିବାର ଅନୁଗୁଳ ଜିଲ୍ଲା ଗସ୍ତ କରିଛନ୍ତି । ଏହି ସମୟରେ ବିଭିନ୍ନ ପ୍ରକଳ୍ପର ନିର୍ମାଣ କାମର ସମୀକ୍ଷା କରିଥିଲେ । ଖଲାରୀ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନରେ ଯାଇ ରୁପାନ୍ତର କାର୍ଯ୍ୟକୁ ସମୀକ୍ଷା କରିଥିଲେ । ହୁଲୁରୁସିଙ୍ଗା ଠାରେ ନିର୍ମାଣ ହେଉଥିବା ବିଶ୍ବସ୍ତରୀୟ ପାଠାଗାର ନିର୍ମାଣ କାମ ତଦାରଖ କରିଥିଲେ ।

ମୁଖ୍ୟ ଚିକିତ୍ସାଳୟ ପାଖରେ ନିର୍ମାଣ ହେଉଥିବା ଟ୍ରୋମା କେୟାର ସେଣ୍ଟରର କାମ ଦେଖିବା ସହ ତୁରନ୍ତ ସାରିବାକୁ ପରାମର୍ଶ ଦେଇଥିଲେ । ଏହି ସମୟରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଉପସ୍ଥିତ ରହି ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ ।

ପଦ୍ମଶ୍ରୀ ନନ୍ଦ ସାରଙ୍କୁ ହତ୍ୟା ଧମକ, ବଡ଼ ପୁଅକୁ ଆକ୍ରମଣ ଅଭିଯୋଗ

ଯାଜପୁର: ପଦ୍ମଶ୍ରୀ ନନ୍ଦ ସାରଙ୍କୁ ହତ୍ୟା ଧମକ । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ କନ୍ତିରା ଗାଁରେ ଜମିବାଡି ବିବାଦରୁ ନନ୍ଦ ସାରଙ୍କ ପରିବାରକୁ ମିଳିଛି ହତ୍ୟା ଧମକ । ଏନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଜମିବାଡି ବିବାଦକୁ ନେଇ ନନ୍ଦ ସାର୍ ଓ ଅନ୍ୟ ଏକ ପରିବାର ମଧ୍ୟରେ ବିବାଦ ଦେଖାଦେଇଥିଲା ।  ପରେ ନନ୍ଦ ସାରଙ୍କ ବଡ଼ ପୁଅକୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ।

ନିକଟରେ  ଶତାୟୁ ଶିକ୍ଷକ ନନ୍ଦ ପୃଷ୍ଟିଙ୍କୁ ରାଷ୍ଟ୍ରପତି ରାମନାଥ ଗୋବିନ୍ଦ ପଦ୍ମଶ୍ରୀ ସମ୍ମାନରେ ଆଭୁଷିତ କରିଥିଲେ  । ପୀଢି ପରେ ପୀଢି ଧରି ଗାଁର ପିଲାଙ୍କୁ ମାଗଣା ଶିକ୍ଷାଦାନ ଜାରି ରଖିଛନ୍ତି ସାରେ । ପରିଣତ ବୟସରେ ମଧ୍ୟ କୁନି ପିଲାଙ୍କ ଭବିଷ୍ୟତ ଗଢିବାର ସଂକଳ୍ପରୁ ଓହରି ନାହାଁନ୍ତି ସାରେ । ନନ୍ଦ ପୃଷ୍ଟିଙ୍କୁ ନେଇ ଗୋଟପଟେ ସମଗ୍ର ଦେଶରେ ଚର୍ଚ୍ଚା ଜାରି ରହିଛି ।

ଖୋଦ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆଶିଷ ପ୍ରଦାନ କରିବା ସହ ହାତ ଟେକି ଆଶୀର୍ବଦ ମଧ୍ୟ ଦେଇଥିଲେ । ଏଭଳି ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଆଶୀଷରେ ଆବିଭୂତ ହୋଇଯାଇଥିଲା ସମଗ୍ର ରାଷ୍ଟ୍ରପତି ଭବନ । କରତାଳିରେ ପ୍ରକମ୍ପିତ ହୋଇପଡ଼ିଥିଲା କକ୍ଷ । ସେପଟେ ଜଣେ ଗୌରବାନ୍ୱିତ ବ୍ୟକ୍ତିଙ୍କ ଓଡ଼ିଶା ଗର୍ବ ଅନୁଭବ କରୁଥିବାବେଳେ ତାଙ୍କ ପରିବାରକୁ ହତ୍ୟା ଧମକ ମିଳିବା ଆଲୋଡ଼ନ ସୃଷ୍ଟି କରିଛି  ।

ଯାଜପୁରରେ ୬୪ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୋମବାର ଯାଜପୁର ଜିଲ୍ଲାର ୬୪ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଯାଜପୁରର ବିରଜା ହାଇସ୍କୁଲ ପରିସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କାଲି ଅପରାହ୍ନରେ ହେବାକୁ ଥିବା ଲୋକାର୍ପଣ ଉତ୍ସବରେ ଜିଲ୍ଲାର ବିଧାୟକ ଓ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିବେ।

ଏହା ପୂର୍ବରୁ ଜିଲାର ପ୍ରଶାସନିକ ଅଧିକାରୀ ଓ ଯାଜପୁରର ପୂର୍ବତନ ପୌରାଧକ୍ଷ ଭବପ୍ରସାଦ ଦାସ ସ୍କୁଲ ପରିସରରେ ସ୍ଥିତି ପରଖିଛନ୍ତି । ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକାଧିକ ଥର ସ୍କୁଲ ଗସ୍ତ କରି ସମୀକ୍ଷା କରିଛନ୍ତି। ହାଇସ୍କୁଲ ପାଠପଢାରେ ନୂତନ୍ୱତ ଏବଂ ପିଲାଙ୍କୁ ସ୍ମାର୍ଟ ଶିକ୍ଷାଦାନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ତନ୍ନ ତନ୍ନ କରି ସମୀକ୍ଷା କରିଛନ୍ତି ଯାଜପୁର ବିଧାୟକ  ।

ସହିଦନଗର ଓଡିଶା ବ୍ୟାଡମିଣ୍ଟନ ଏକାଡେମି ପରିଦର୍ଶନ କଲେ ବ୍ୟାଡମିଣ୍ଟନ ତାରକା ପି. ଗୋପିଚାନ୍ଦ

ଭୁବନେଶ୍ୱର:  ବିଶିଷ୍ଟ ବ୍ୟାଡମିଣ୍ଟନ ତାରକା ତଥା ଅର୍ଜୁନ, ଦ୍ରୋଣାଚାର୍ଯ୍ୟ ଏବଂ ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ପି. ଗୋପିଚାନ୍ଦ ଆଜି ପୂର୍ବାହ୍ନରେ ସହିଦନଗରସ୍ଥିତ ଓଡିଶା ବ୍ୟାଡମିଣ୍ଟନ ଏକାଡେମୀ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ ସେ ଏଠାକାର ପ୍ରଶିକ୍ଷାର୍ଥୀ, ବୈଷୟିକ କର୍ମଚାରୀ ଓ କୋଚମାନଙ୍କ ସହ ତାଲିମ ଓ ଅନ୍ୟାନ ବିଷୟରେ ଆଲୋଚନା କରିଥିଲେ । ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଓଡିଶା ବ୍ୟାଡମିଣ୍ଟନ ଏକାଡେମିର ନିର୍ଦ୍ଦେଶକ  କୈଳାଶ ଚନ୍ଦ୍ର
ଦାସ ଏଠାରେ ଉପସ୍ଥିତ ରହି ଏକାଡେମୀର ଭତ୍ତିିଭୂମି ତଥା ରାଜ୍ୟ ସରକାର ଙ୍କ ପକ୍ଷରୁ ଏଠାରେ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।

କ୍ରୀଡ଼ାର ବିକାଶ ଓ ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବ୍ୟାପକ ଯୋଜନା ପ୍ରସ୍ତୁତ କରୁଥିବା ଏବଂ ଓଡ଼ିଶା ସରକାର ବ୍ୟାଡ ମିଣ୍ଟନ ତ ଥା ବିଭିନ୍ନ କ୍ରୀଡ଼ାକୁ ଏତେ ପରିମାଣର ପ୍ରୋତ୍ସାହନ ଦେ ଉଥିବା ଜାଣି ପି. ଗୋପିଚାନ୍ଦ ବେଶ ଖୁସି ପ୍ରକଟ କରିଥିଲେ । ଏଥି ସହ  ମୁଖ୍ୟମନ୍ତ୍ରୀ କ୍ରୀଡାକୁ ଯେଉଁଭଳି ଭାବେ ପ୍ରୋତ୍ସାହନ ଦେଉଛନ୍ତି ତାହା ଅଭୂତପୂର୍ବ ବୋଲି ସେ କହିଥିଲେ । ରାଜ୍ୟ ତଥା ଦେଶରେ ବ୍ୟାଡମିଣ୍ଟନର ବହୁଳ ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ସହ ମିଶି ଯେଉଁ ସବୁ କାର୍ଯ୍ୟକ୍ରମ କରାଯିବ ସେ ନେଇ ବରିଷ୍ଠ ଅଧିକାରୀମାନଙ୍କ ସହ ସେ ଆଲୋଚନା କରିଥିଲେ ।

ଏଥି ସହିତ ଆଗକୁ ଯେଉଁ ବଡ ବଡ଼ ପ୍ରତିଯୋଗିତା ଆୟୋଜନ ହେବ ସେ ବିଷୟରେ ମଧ୍ୟ ଗୋପିଚାନ୍ଦ ଅଧିକାରୀ ଓ କୋଚମାନଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ସେ ଏଠାକାର ଜିମ୍‌ ଓ ହଷ୍ଟେଲ ବୁଲି ଦେଖିବା ସହ ପିଲାଙ୍କ ମନୋବଳ ବୃଦ୍ଧି ପାଇଁ ତାଙ୍କ ଅଭିଜ୍ଞତା ଓ ଅନୁଭୂତି ବାଣ୍ଟିଥିଲେ । ଗତକାଲି ଗୋପିଚାନ୍ଦ ଏଠାରେ ପହଞ୍ଚି ହକି ମ୍ୟାଚରେ ଅତିଥି ଭାବେ ଯୋଗ ଦେଇଥିଲେ । ଏହା ପୂର୍ବରୁ ସେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶୀ୍ର ଆର. ଭିନୀଲ କ୍ରିଷ୍ଣାଙ୍କ ସହ ଏକ ବୈଠକ ରେ ଯୋଗଦେବା ସହ କଳିଙ୍ଗ ଷ୍ଟାଡିୟମରେ ର୍ନିମାଣଧୀନ ଡାଲମିୟା-ଗୋପିଚାନ୍ଦ ହାଇ ପରଫରମାନ୍ସ ସେଣ୍ଟର ବୁଲି ଦେଖିଥିଲେ । ଏହି
ସେଣ୍ଟର ରାଜ୍ୟରୁ ନିଶ୍ଚିତ ଭାବେ ବହୁ ଭଲ ଅନ୍ତର୍ଜାତୀୟ ପ୍ରତିଭା ସୃଷ୍ଟି କରିବାରେ ସମର୍ଥ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ ।

କାମାକ୍ଷାନଗର ଥାନା ଘେରାଉ କଲେ ଗ୍ରାମବାସୀ

କାମାକ୍ଷାନଗର: ଥାନା ଘେରାଉ କଲେ ସ୍ଥାନୀୟ ଲୋକେ । ଜମିଜମା ପ୍ରସଙ୍ଗକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା । ଏହାକୁ ନେଇ ବାଇଶିଙ୍ଗା ଗ୍ରାମର ଚାରି ଜଣକୁ ଉଠେଇ ଆଣିଥିଲା କାମାକ୍ଷାନଗର ପୋଲିସ । ପ୍ରତିବାଦରେ ବାଇଶିଙ୍ଗା ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଥାନା ଆଗରେ ନାରାବାଜି କରିବା ସହ ଧାରଣା ଦେଇଛନ୍ତି  ।

ଯେ ପର୍ଯ୍ୟନ୍ତ ଗାଁର ପିଲାଙ୍କୁ ପୋଲିସ ଛାଡ଼ିବ ନାହିଁ, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ  । ସେପଟେ ଶତାଧିକ ଲୋକ ଥାନା ଘେରାଉ କରିବା ପରବର୍ତ୍ତୀ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି  ।

କାର ସହ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅପହରଣ କରୁଥିଲେ ଦୁର୍ବୃତ୍ତ, କାବୁ କଲେ ସ୍ଥାନୀୟ ଲୋକେ

କେନ୍ଦୁଝର: ଅବସରପ୍ରାପ୍ତ ଶିକ୍ଷକଙ୍କୁ କାର ସହିତ କରୁଥିଲେ ଅପହରଣ, ଦୁଇ ଜଣକୁ ଧରିଲେ ଲୋକେ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ କାମଳାଙ୍ଗ ଗାଁ ର ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ସାହୁ ଙ୍କୁ ତାଙ୍କ କାର ସହିତ ମରଣାସ୍ତ୍ର ଦେଖାଇ ଅପହରଣ କରୁଥିଲା ବେଳେ ତେଲକୋଇ ଥାନା ନୂଆଡ଼ିହ ଛକ ପାଖରେ କିଛି ଲୋକ ଅପହରଣକାରୀଙ୍କୁ କାବୁ କାରି ପୋଲିସ ଜିମା ଦେବା ପରି ଏକ ଘଟଣା ଘଟିଛି ।

ସୂଚନା ମୁତାବକ ରବୀନ୍ଦ୍ର ସାହୁ ଝାରସୁଗୁଡାରେ ଥିବା ତାଙ୍କ ପୁଅ ପାଖରୁ ଘରକୁ ଫେରୁଥିଲେ, ଦେବଗଡ଼ ଥାନା କଲା ପାଖରେ ଥିବା 49 ନ ଜାତୀୟ ରାଜପଥ ଟୋଲ ଗେଟ ପାଖରେ ପରିଶ୍ରା କରିବା ପାଇଁ ଗାଡି ରୁ ଓଲ୍ହାଇ ଥିଲେ, ଏହି ସମୟରେ 3 ଜଣ ଯୁବକ ଏକ ବାଇକରେ ଆସି ତାଙ୍କୁ କାବୁ କରିଥିଲେ,2 ଜଣ ରବୀନ୍ଦ୍ର ଙ୍କୁ କାର ରେ ବସାଇ ଅପହରଣ କରିଥିଲେ, ଦୁର୍ବୁତ୍ତ ମାନେ ଭୁଜାଲି ଓ ପିସ୍ତଲ ଧରିଥିଲେ, ପିସ୍ତଲ ରେ ରବୀନ୍ଦ୍ର ଙ୍କ ମୁଣ୍ଡକୁ ଆଘାତ କରିଥିଲେ, ତେବେ ଅବସର ପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ଙ୍କୁ ଅପହରଣ କାରି କାରରେ ନେଉଥିଲା ବେଳେ ପାଲଲହଡା ପାଖରେ ଜଣେ ବାଇକ ଆରୋହୀଙ୍କୁ କାରରେ ଦୁର୍ଘଟଣା ଘଟାଇବାରୁ କିଛି ଯୁବକ ଏ ଦୁର୍ବୁତ୍ତ ଙ୍କୁ ପିଛା କରିଥିଲେ ।

ସେତେବେଳେ କାର ର ଆଗ ଚକା ଫାଟି ଯାଇଥିଲା, କିନ୍ତୁ ସେହି ଫଟା ଟାୟାର ରେ କାରକୁ ଆଣି ତେଲକୋଇ ଥାନା ଅଧୀନ ନୂଆଡିହ ଛକ ର ଏକ ପୋଖରୀ ପାଖରେ ରଖି ଟାୟାର ବଦଳାଉଥିଲା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡିଯାଇଥିଲେ, ପରେ ଦୁଇ ଦୁର୍ବୁତ୍ତ ଙ୍କୁ ପୋଲିସ ଜିମା ଦିଆଯାଇଥିଲା. କାରରୁ ଏକ ଭୁଜାଲି ଜବଦ ହୋଉଛି, ତେବେ ବନ୍ଧୁକ ବର୍ତମାନ ସୁଦ୍ଧା ମିଳିନଥିଲା ବେଳେ ଅନ୍ୟ ଜଣେ ଦୁର୍ବୁତ୍ତ ଫେରାର ହୋଇଯାଇଛି  ।

ବିଜେପିରେ ଅପରାଜିତାଙ୍କୁ ଅସହଯୋଗ , ସାଂସଦଙ୍କ ସଭାରେ ନାହାଁନ୍ତି ବଡ଼ ନେତା

ଭୁବନେଶ୍ୱର: ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳୁନି ନିଜ ଦଳର ସମର୍ଥନ । ଏପରିକି ଅପରାଜିତା ଯେଉଁଆଡେ ଯାଉଛନ୍ତି, ସେଠାରେ ବିଜେପି ଦୁଇଫାଳ ହେଉଛି । ଏମିତି ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି କେନ୍ଦୁଝର ଆନନ୍ଦପୁରରେ । ଅପରାଜିତା ଦୁଇ ଦିନିଆ କେନ୍ଦୁଝର ଗସ୍ତ କରିଥିଲେ ।

ଏହି ସମୟରେ କେନ୍ଦୁଝରର କୌଣସି ବିଜେପି ଟାଣୁଆ ନେତାଙ୍କ ଦେଖା ମିଳିନଥିଲା । ଆଜି ଗସ୍ତର ଦ୍ବିତୀୟ ଦିନରେ ଆନନ୍ଦପୁର ବସଷ୍ଟାଣ୍ଡରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ ଅପରାଜିତା । ଏହି ସଭାରେ କୌଣସି ବଡ଼ନେତାଙ୍କୁ ଦେଖିବାକୁ ମିଳିନଥିଲା । ପରୋକ୍ଷରେ ଅପରାଜିତା ଏଭଳି ଦଳୀୟ ଅସହଯୋଗକୁ ସ୍ବୀକାର ମଧ୍ୟ କରୁଛନ୍ତି । ଆସନ୍ତୁ ଶୁଣିବା କଣ କହୁଛନ୍ତି ଅପରାଜିତା ।

ଚିନ୍ତା ବଢ଼ାଇଲା କରାନା ଭୂତାଣୁ ଓମିକ୍ରନ୍: ‘ଭାରିଆଣ୍ଟ ଅଫ୍ କର୍ସନ’ କାଟାଗୋରୀରେ ସାମିଲ

ନୂଆାଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ମିଳିଥିବା ନୂଆ କରୋନା ଭୂତାଣୁ ଓମିକ୍ରମକୁ ନେଇ ସବୁଠି ଭୟର ବାତାବରଣ । କାରଣ ଡେଲଟା ଭାରିଆଣ୍ଟଠାରୁ ଆହୁରି ବିପତ୍ତିଜନକ ଓମିକ୍ରନ । ଦ୍ରୁତଗତିରେ ଓମିକ୍ରନ କାୟା ବଢ଼ାଇବାରେ ଲାଗିଛି । ଗତ ଏକ ସପ୍ତାହ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଭୂତାଣୁ ଯୋଗୁଁ କରୋନା ସଂକ୍ରମଣ ୨୦୦ ପ୍ରତିଶତରୁ ଅଧିକ ବଢ଼ି ଯାଇଛି । ଭୂତାଣୁର ବିପଦକୁ ନଜରରେ ରଖି WHO (ହୁ) ଏହାକୁ ‘ଭାରିଆଣ୍ଟ ଆଫ୍ କର୍ସନ’ କାଟାଗୋରୀ ବା ବର୍ଗରେ ରଖିଛି ।

ଏବେ ଭାବୁଥିବେ ଭାରିଆଣ୍ଟ ଅଫ୍ କର୍ସନ କ’ଣ ? କେଉଁ ଆଧାରରେ ଭୂତାଣୁକୁ  କର୍ସନ କାଟାଗୋରୀରେ ପକାଯାଇଥାଏ ? ଏହା କେତେ ବିପଦଜନକ ? କରୋନାର କେତୋଟି ଭୂତାଣୁକୁ କର୍ସନ୍ କାଟାଗୋରୀରେ ରଖାଯାଇଛି ? ଆସନ୍ତୁ ଜାଣିବା କରୋନା ଭୂତାଣୁକୁ ନେଇ କିଛି ବିଶେଷ ତଥ୍ୟ ।

ଭାରିଆଣ୍ଟ ଅଫ୍ କର୍ସନ୍ କ’ଣ ?

ଯେତେବେଳେ କୌଣସି ଭାଇରସର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଥାଏ ତାକୁ ଅନୁଧ୍ୟାନ କରିବା ଓ ଭାରଇସ ସମ୍ପର୍କରେ ତଥ୍ୟ ଯୋଗାଡ଼ କରିବା କାମ କରିଥାଏ WHO । ଏହି ସମୟରେ ଏହାକୁ ଭାରିଆଣ୍ଟ ଆଫ୍ ଇଣ୍ଟ୍ରେଷ୍ଟ ବର୍ଗରେ ରଖାଯାଇଥାଏ । ଭାଇରସର ଅନୁଧ୍ୟାନ ବେଳେ ଯଦି ଏହା ଶୀଘ୍ର ବ୍ୟାପୁଥିବା ଓ ଅଧିକ ସଂକ୍ରାମକ ହୋଇଥିବା ଜଣାପଡ଼େ ତେବେ ଏହାକୁ ଭାରିଆଣ୍ଟ ଅଫ୍ ଇଣ୍ଟ୍ରେଷ୍ଟରୁ ଭାରିଆଣ୍ଟ ଅଫ୍ କର୍ସନ୍ କାଟାଗୋରୀକୁ ନିଆଯାଇଥାଏ ।

କେମିତି ହୋଇଥାଏ କାଟାଗୋରୀ ?

ଭାରିଆଣ୍ଟର କାଟାଗୋରୀ ଭିନ୍ନ ଭିନ୍ନ ଆଧାରରେ କରାଯାଇଥାଏ । ଭାରିଆଣ୍ଟ ଅଫ୍ ଇଣ୍ଟ୍ରେଷ୍ଟ ବର୍ଗରେ କୌଣସି ଭାରିଆଣ୍ଟକୁ ରଖିବାକୁ ହେଲେ ଏସବୁ ଦିଗ ମୁଖ୍ୟ ଆଧାର ହୋଇଥାଏ ।

୧. ଭାରିଆଣ୍ଟରେ ଜେନେଟିକ୍ ପରିବର୍ତ୍ତନ ହେଲେ, ସଂକ୍ରମଣ ବଢ଼ିଯିବା ।

୨. ରୋଗ ବଢ଼ିବା ଓ କୌଣସି ଟିକା କାମ ନକଲେ ଭାରିଆଣ୍ଟ ଆପ୍ ଇଣ୍ଟ୍ରେଷ୍ଟ ବର୍ଗରେ ରଖାଯାଇଥାଏ ।

୨. ଯଦି କୌଣସି ନୂଆ ଭାରିଆଣ୍ଟ ଯୋଗୁଁ କୌଣସି ଦେଶରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୁଏ ଓ ସଂକ୍ରମଣ ହାର ବଢ଼ିଯାଏ ତେବେ ଭାଇରସକୁ ଇଣ୍ଟ୍ରେଷ୍ଟ ବର୍ଗରେ ରଖାଯାଇଥାଏ ।

ଇଣ୍ଟ୍ରେଷ୍ଟ କାଟାଗୋରୀରେ କୌଣସି ଭାରିଆଣ୍ଟକୁ ରଖାଯିବା ପରେ ଏହା ଉପରେ ତୀକ୍ଷ୍ନ ନଜର ରଖାଯାଇ ଅନୁଧ୍ୟାନ କରାଯାଇଥାଏ । କିଛିଦିନ ନଜର ରଖାଯିବା ପରେ ଯଦି ଭୂତାଣୁଟି ଦ୍ରୁତଗତିରେ ବଢ଼ୁଥିବା ତଥ୍ୟ ଆସେ ତେବେ ଏହାକୁ କର୍ସନ୍ ବର୍ଗକୁ ପରିବର୍ତ୍ତନ କରାଯାଇଥାଏ । ଏମିତି ବି କିଛି ଭୂତାଣୁ ଆଛି ଯାହାକୁ ଉଭୟ ବର୍ଗରେ ମଧ୍ୟ ପକାଯାଇନଥାଏ । ଭାରତରେ ଦେଖା ଦେଇଥିବା ଡେଲଟା ପ୍ଲସ୍ ଭୂତାଣୁକୁ WHO କୌଣସି କାଟାଗୋରୀରେ ପକାଇ ନଥିଲା ।

ଭାରିଆଣ୍ଟ ଅଫ୍ କର୍ସନ୍ କେତେ ବିପଦଜନକ ?

ଭାରିଆଣ୍ଟ ଅଫ୍ ଇଣ୍ଟ୍ରେଷ୍ଟ ତୁଳନାରେ କର୍ସନ୍ ଅଧିକ ସଂକ୍ରମିତ ହୋଇଥାଏ । ଏହାସହ ଏହା ବ୍ରେକ ଥ୍ରୁ ମାମଲାକୁ ବଢ଼ାଇ ଦେଇଥାଏ ଓ ଭ୍ୟାକସିନ୍ ପ୍ରଭାବକୁ କମାଇ ଦେଇଥାଏ ।

କେତୋଟି ଭୂତାଣୁ କର୍ସନ୍ କାଟାଗୋରୀରେ ?

ବର୍ତ୍ତମାନ ସୁଦ୍ଧା WHO କରୋନାର ୪ଟି ଭୂତାଣୁକୁ ଭାରିଆଣ୍ଟ ଅପ୍ କର୍ସନ୍ କାଟାଗୋରୀରେ ରଖିଛି । ଆଲଫା, ବିଟା, ଗାମା ଓ ଡେଲଟା ଭୂତାଣୁକୁ WHO କର୍ସନ୍ କାଟାଗୋରୀରେ ରଖି ସାରିଛି । କରୋନାର ଏହି ୪ ପ୍ରକାର ଭୂତାଣୁ ଭିନ୍ନ ଭିନ୍ନ ଦେଶରେ ନିଜ କୋପ ଦେଖାଇ ସାରିଛନ୍ତି । ଆପଣମାନେ ନିଜେ ଦେଖିଛନ୍ତି ଡେଲଟା ଭୂତାଣୁ ଭାରତରେ କେମିତି କୋକୁଆ ଭୟ ସୃଷ୍ଟି କରିଥିଲା । ଏହାବାଦ ଭାରିଆଣ୍ଟ ଅଫ୍ ଇଣ୍ଟ୍ରେଷ୍ଟ କାଟାଗୋରୀରେ WHO ଇଟା, ଆୟୋଟା, କପ୍ପା, ଜିଟା, ଇପସିଲନ ଓ ଥିଟା ଭୂତାଣୁକୁ ରଖିଥିଲା । ଏସବୁ ଭୂତାଣର ସଂକ୍ରମଣ କମିବା ପରେ ଏହାକୁ ଇଣ୍ଟ୍ରେଷ୍ଟ କାଟାଗୋରୀରୁ କାଢ଼ି ଦିଆଯାଇଥିଲା ।

କେତେଦିନ ଭୂତାଣୁ କର୍ସନ୍ କାଟାଗୋରୀରେ ରହିଥାଏ ?

କୌଣସି ଭୂତାଣୁ କେତେଦିନ ଇଣ୍ଟ୍ରେଷ୍ଟ କି କର୍ସନ୍ କାଟାକୋରୀରେ ରହିବା ତାହା କହି ହେବ ନାହିଁ । ସଂକ୍ରମଣର ହାର କମ ବେଶିକୁ ନେଇ WHO ଭୂତାଣୁକୁ ଇଣ୍ଟ୍ରେଷ୍ଟ ଓ କର୍ସନ୍ କାଟାଗୋରୀରେ ରଖିଥାଏ । କାଟାଗୋରୀ ବଦଳା ଯିବା ପୂର୍ବରୁ ଟେକନିକାଲ ଆଡଭାଇଜରୀ ଗ୍ରୁପ୍ ଏହାର ସମସ୍ତ ତଥ୍ୟକୁ ନିରୀକ୍ଷଣ କରିଥାନ୍ତି । ଏହାପରେ ଗ୍ରୁପର ପରାମର୍ଶ ଅନୁସାରେ ଭୂତାଣୁର କାଟାଗୋରୀ ପରିବର୍ତ୍ତନ କରାଯାଇଥାଏ ।

ସୋସିଆଲ ମିଡିଆରେ ସମ୍ବିଧାନକୁ ଅପମାନିତ, ଥାନାରେ ଭୀମ ସେନାର FIR

ବରଗଡ଼:  ସୋସିଆଲ ମିଡିଆରେ ଜଣେ ମହିଳା ସମ୍ବିଧାନକୁ ଅପମାନିତ କରିବା ଭଳି ଘଟଣାକୁ ନେଇ ଭୀମ ସେନା ପକ୍ଷରୁ ବରଗଡ଼ ଟାଉନ ଥାନା ଅଧିକାରୀଙ୍କୁ ଏକ ଅଭିଯୋଗ ଦିଆଯିବା ସହ ଉକ୍ତ ମହିଳା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରାଯାଇଛି ପୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ଅବହେଳା କଲେ ଭୀମ ସେନା ରାଜରାସ୍ତାକୁ ଓଲ୍ହାଇବ ବୋଲୀ ଚେତାବନୀ ଦେଇଛନ୍ତି।

ତେବେ ମହିଳା ଜଣକ ବରଗଡ଼ର ଦେବୀକା ସିକା ହୋଇଥିବା ବେଳେ ସମ୍ବିଧାନ ଦିବସ ପାଳନକୁ ବିରୋଧ ସହ ସମ୍ବିଧାନକୁ ବିରୋଧ କରୁଥିବା ସୋସିଆଲ ମିଡିଆରେ  ଭାଇରାଲ ହେଉଛି । ତେବେ ମହିଳାଙ୍କ ଏହି ଭାଇରାଲ ଭିଡ଼ିଓ ଦେଖି ସୋସିଆଲ ମିଡିଆରେ ମହିଳାଙ୍କୁ କଡ଼ା ସମାଲୋଚନା କରାଯାଉଛି ।

ସୋସିଆଲ ମିଡିଆରେ ଭାଇରାଲ ହେଲା ଉତ୍ତରପ୍ରଦେଶ TET ପ୍ରଶ୍ନପତ୍ର

ଲକ୍ଷ୍ନୌ: ସୋସିଆଲ ମିଡିଆରେ ଘୁରି ବୁଲିଲା ପ୍ରଶ୍ନପତ୍ର । ଉତ୍ତର ପ୍ରଦେଶରେ ଶିକ୍ଷକ ଯୋଗ୍ୟତା ପରୀକ୍ଷା ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଘୁରି ବୁଲିଛି । ଯାହା ଫଳରେ ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପୂର୍ବରୁ ହିଁ ବାତିଲ ହୋଇଥିଲା ଏହି ପରୀକ୍ଷା । ଶିକ୍ଷକ ଯୋଗ୍ୟତା ପରୀକ୍ଷା ବାତିଲ ହେବା ପରେ ଉତ୍ତରପ୍ରଦେଶରେ ପ୍ରାୟ ୧୩ ଲକ୍ଷ ପରୀକ୍ଷାର୍ଥୀ ନିରାଶ ହୋଇଛନ୍ତି । ଏହି ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପୂର୍ବରୁ ମଥୁରା, ଗାଜିଆବାଦ ଏବଂ ବୁଲନ୍ଦଶର କିଛି ହ୍ବାଟସ ଆପ ଗ୍ରୁପରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ଯାହା ଫଳରେ ପ୍ରଶାସନ ପରୀକ୍ଷା ବାତିଲ କରିବାକୁ ନିଷ୍ପତି ନେଇଥିଲେ । ଏହି ମାମଲାରେ କିଛି ଲୋକଙ୍କ ଗିରଫ କରାଯାଇଛି । ଏହି ଘଟଣା ପରେ ଉତ୍ତରପ୍ରଦେଶ ଶିକ୍ଷା ମନ୍ତ୍ରୀ ୧ ମାସ ମଧ୍ୟରେ ଏହି ପରୀକ୍ଷା ଆଉ ଥରେ କରାଯିବ ବୋଲି ଆଶ୍ୱସନା ଦେଇଛନ୍ତି ।

 

 

 

 

ସୋସିଆଲ ମିଡିଆରେ ପ୍ରଶ୍ନପତ୍ରର ଫଟୋ ଭାଇରାଲ ହେବାରେ ଲାଗିଥିଲା । ଏହି ଫଟୋରେ ହିନ୍ଦି ଭାଷା ଏବଂ ଚାଇଲ୍ଡ ଡେଭଲପମେଣ୍ଟ ଓ ଟିଚିଂ ଆପ୍ଟିଚ୍ୟୁଡର ପେପର ଭାଇରାଲ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ବାତିଲ ହୋଇଥିବା ପରୀକ୍ଷା ଏକ ମାସ ମଧ୍ୟରେ ଆଉ ଥରେ ଆୟୋଜିତ ହେବ ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ ସତୀଷ ଦ୍ବିବେଦୀ । ତେବେ ଛାତ୍ରଛାତ୍ରୀମାନଙ୍କ ଠାରୁ ଆଉ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ । ଏଥିସହ ପରୀକ୍ଷା ବାତିଲ ହେବା ପରେ ଛାତ୍ରଛାତ୍ରୀମାନେ ଫେରିବା ସମୟରେ ବସରେ ଆଡମିଟ୍ କାର୍ଡ ଦେଖାଇ ମାଗଣାରେ ଯାଇ ପାରିବେ ବୋଲି ସରକାରଙ୍କ ତରଫରୁ ଘୋଷଣା ହୋଇଛି ।