spot_img
Home Blog Page 4867

ଗଜପତିରୁ ୪ ଫୁଟର ବଜ୍ରକାପ୍ତା ଉଦ୍ଧାର, ଦାଦ-ପୁତୁରା ଅଟକ

ଗଜପତି: ମୋହନାରୁ ବଜ୍ରକାପ୍ତା ଉଦ୍ଧାର  । ଗଜପତି ଜିଲ୍ଲା ଅଡବା ଥାନା ଚିଡ଼ାଙ୍ଗପଙ୍କା ଗ୍ରାମରୁ ବଜ୍ରକାପ୍ତା ଉଦ୍ଧାର ହୋଇଛି  । ମୋହନା ବନବିଭାଗ ଏବଂ ଅଡବା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା  । ଏକ କାଠ କୋରଡ଼ରେ ବଜ୍ରକାପ୍ତାକୁ ରଖାଯାଇଥିଲା । ଉଦ୍ଧାର ବଜ୍ରକାପ୍ତାର ଲମ୍ବ 4 ଫୁଟ 2 ଇଞ୍ଚ ହୋଇଥିବା ବେଳେ ବୟସ ପ୍ରାୟ 4 ବର୍ଷ ହେବ  ।

ସେପଟେ ବିକ୍ରି ଉଦ୍ଦେଶ୍ୟରେ ବଜ୍ରକାପ୍ତାକୁ ରଖାଯାଇଥିବା ବନବିଭାଗ ସନ୍ଦେହ କରୁଛି  । ଉଦ୍ଧାର ବଜ୍ରକାପ୍ତା ଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି  । ବଜ୍ରକାପ୍ତା ରଖିଥିବା ଅଭିଯୋଗ ରେ ଚିଡ଼ାଙ୍ଗପଙ୍କା ଗାଁର ଦାଦା ପୁତୁରା ଯାକବ ମାଝୀ ଏବଂ ଏସୋ ମାଝୀଙ୍କୁ ଅଟକ ରଖି ବନବିଭାଗ ତଦନ୍ତ ଜାରି ରଖିଛି  । ବନବିଭାଗ ଏବଂ ସ୍ପେସାଲ ସ୍ୱାର୍ଡ ଚଳାଇଛି ଅପରେସନ  ।

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ହୋଇପାରେ ବର୍ଷା

ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ । ୨୯ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସମ୍ଭାବନା । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ନେବ ଓ୍ବେଲମାର୍କ ଲୋ ପ୍ରେସରର ରୂପ ନେବ । ଘନିଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ହେବ । ଦକ୍ଷିଣ ଓଡିଶା ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା । ଏନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଚଳିତ ମାସ ପ୍ରଥମ ସପ୍ତାହରେ ଲଘୁଚାପର ପ୍ରଭାବ ଓଡ଼ିଶାରେ ରହିଥିବାବେଳେ ଏବେ ପୁଣି ସମୁଦ୍ରର ଦାନା ବାନ୍ଧିଛି ଆଉ ଏକ ଲଘୁଚାପ  ।  ଏହି ଲଘୁଚାପ ପ୍ରଭାବରେ  ଆସନ୍ତା ଦୁଇ ଦିନ ପ୍ରର୍ଯ୍ୟନ୍ତ  ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ । ସେହିପରି  ଆଭ୍ୟନ୍ତରୀଣ ଓଡ଼ିଶା ସମେତ ପାହାଡିଆ ଅଞ୍ଚଳରେ ଶୀତ ବଢିବା ନେଇ ମଧ୍ୟ ସୂଚନା ପ୍ରଦାନ କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ, ଭୁବନେଶ୍ୱର  ।

ଦିଲ୍ଲୀରେ ଥମୁନି ବାୟୁ ପ୍ରଦୂଷଣ; ସରକାରଙ୍କ ସତର୍କବାଣୀ

ନୂଆଦିଲ୍ଲୀ: ଦିଲ୍ଲୀରେ ଥମୁନି ପ୍ରଦୂଷଣ । ଜାତୀୟ ରାଜଧାନୀ ଦିଲ୍ଲରେ ଏବେବି ବାୟୁ ଗୁଣବତ୍ତା ଅତି ଖରାପ ସ୍ତରରେ ରହିଛି । ତେବେ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଆଜିଠାରୁ ଲାଗୁ ହେଲା କଡା ନିୟମ । ଦିଲ୍ଲୀ ଭିତରେ ପ୍ରବେଶ କରିବା ଲାଗି କେବଳ ସିଏନଜି ଓ ଇଲେକ୍ଟ୍ରିକ ଯାନକୁ ମିଳିବ ଅନୁମତି । ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡିଗୁଡିକର ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ଏହି ନିୟମ ଆସନ୍ତା ଡିସେମ୍ବର ୩ ତାରିଖ ଯାଏ ବଳବତ୍ତର ରହିବ । ପ୍ରଦୂଷଣ ମୁକାବିଲା ଲାଗି ଗତ ୨୪ ତାରିଖ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା । ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଥିଲେ ପ୍ରଦୂଷଣ ରୋକିବାକୁ ସରକାର ଏହି ପଦକ୍ଷେପ ନେବାକୁ ଯାଉଛନ୍ତି ।

ନିଷ୍ପତ୍ତି ଅନୁସାରେ କେବଳ ଜରୁରୀକାଳୀନ ସାମଗ୍ରୀ ପରିବହନ କାର୍ଯ୍ୟରେ ନିୟୋଜିତ ଗାଡିକୁ ଛାଡିଦେଲେ ଅନ୍ୟ ସମସ୍ତ ପେଟ୍ରୋଲ ଓ ଡିଜେଲଚାଳିତ ଯାନର ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ଦୀପାବଳି ପରେ ଦିଲ୍ଲୀର ବାୟୁ ଗୁଣବତ୍ତା ସାଧାରଣ ସ୍ତରକୁ ଆସିବ ବୋଲି ଆଶା କରାଯାଉଥିଲା । ମାତ୍ର ଦୁଇ ସପ୍ତାହ ପରେ ବି ଏକ୍ୟୁଆଇ ସୁଧୁରୁନାହିଁ । ଦିଲ୍ଲୀର ଏକ୍ୟୁଆଇ ପୂର୍ବବତ ୩୬୮ରେ ହିଁ ରହିଛି । ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଗତ ୧୮ ତାରିଖରେ ବାହାର ରାଜ୍ୟର ଟ୍ରକ, ଦିଲ୍ଲୀ ଭିତରେ ପ୍ରବେଶ କରିବା ନେଇ ସରକାର କଟକଣା ଜାରି କରିଥିଲେ ।

କରୋନାର ନୂଆ ଭାରିଏଣ୍ଟ ନାଁ “ଓମିକ୍ରନ୍”; ଡେଲଟାଠାରୁ ଅଧିକ ମାରାତ୍ମକ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଏଣ୍ଟ ଚିନ୍ତାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଏହି ନୂଆ ଭାରିଏଣ୍ଟ ସାରା ବିଶ୍ବକୁ ସତର୍କ କରିଦେଇଛି । କରୋନାର ଏହି ନୂଆ B.1.1529 ଭାଇରସକୁ ଭାରିଏଣ୍ଟ ଅଫ କନର୍ସନ” ଘୋଷଣା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । କେବଳ ଏତିକି ନୁହେଁ ଦକ୍ଷିଣ ଆଫ୍ରିକାରୁ ବିଶ୍ବକୁ ବ୍ୟାପିଥିବା ଏହି ନୂଆ ଭାରିଏଣ୍ଟର ନାମକରଣ ମଧ୍ୟ କରିଛି । ଏହି ନୂଆ ଭାଇରସର ନାଁ ଓମିକ୍ରନ୍ ରଖାଯାଇଛି । ଏହି କରୋନା ଭାଇରସ ପୂର୍ବରୁ ଦେଖାଯାଇଥିବା ଡେଲଟା ଭାଇରସଠାରୁ ଅଧିକ ମାରତ୍ମକ ବୋଲି ବିଶେଷଜ୍ଞ କହିଛନ୍ତି ।

WHO କହିଛି କି କରୋନା ମହାମାରୀ ପାଇଁ ଟେକ୍ନିକାଲ ଆଡଭାଇଜାରୀ ଗ୍ରୁପର ବୈଠକ ହୋଇଥିଲା । ଏହି ବୈଠକରେ କରୋନାର ନୂଆ ଭାରିଏଣ୍ଟ B.1.1.529 ଉପରେ ଚର୍ଚ୍ଚା ହୋଇଥିଲା ।  କରୋନାର ଏହି ନୂଆ ଭାରିଏଣ୍ଟ B.1.1.529  ପ୍ରଥମ ଥର ପାଇଁ ନଭେମ୍ବରରେ ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିଲା । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅନୁସାରେ ଦକ୍ଷିଣ ଆଫ୍ରିକାରେ ଏହି ନୂଆ ଭାରିଏଣ୍ଟ ସାମ୍ନାକୁ ଆସିବା ପରେ ସଂକ୍ରମଣ ବୃଦ୍ଧି ପାଇଛି । ଏହି ନୂଆ ଭାରିଏଣ୍ଟ ଉପରେ WHO କହିଛି କି ଏହି ଭାରିଏଣ୍ଟରେ ବିଭିନ୍ନ ପ୍ରକାର ମ୍ୟୁଟେସନ ହୋଇଥାଏ । ଯାହା ଏକ ଚିନ୍ତାର କାରଣ । ପ୍ରାଥମିକ ତଦନ୍ତ ଅନୁସାରେ ଏହି ଭାରିଏଣ୍ଟ ଫଳରେ ପୁଣି ଥରେ ସଂକ୍ରମଣ ବଢ଼ିପାରେ ।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଏଣ୍ଟ ସଂକ୍ରମଣ ବୃଦ୍ଧି ପାଇବା ପରେ ଆମେରିକା ଓ ୟୁରୋପୀୟ ଦେଶ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ବିମାନ ଉପରେ ପ୍ରତିବନ୍ଧତା ଲଗାଇଛି । ଆଫ୍ରିକା ଓ ଏହାର ଆଖ ପାଖ ଦେଶରୁ ଆସୁଥିବା ଯାତ୍ରୀଙ୍କୁ ପ୍ରଥମେ କ୍ବାରେଣ୍ଟାଇନରେ ରଖାଯାଉଛି ।

କୋରାପୁଟରେ ଆରମ୍ଭ ହେବ ସ୍ୱାସ୍ଥ୍ୟସେବାର ନୂଆ ଅଧ୍ୟାୟ

କୋରାପୁଟ: ସ୍ୱାସ୍ଥ୍ୟକ୍ଷେତ୍ରରେ ଲେଖାଯିବ ନୂଆ ଅଧ୍ୟାୟ । BSKY ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । କୋରାପୁଟ ଜିଲ୍ଲାର ହିତାଧିକାରୀଙ୍କୁ ବଣ୍ଟାଯିବା ସ୍ମାର୍ଟ ସ୍ବାସ୍ଥ୍ୟସେବାର ଚାବିକାଠି । ଏହାଦ୍ବାର ଜିଲ୍ଲାର ୧୨ ଲକ୍ଷ ହିତାଧିକାରୀ ଉପକୃତ ହେବେ । ସ୍ମାର୍ଟକାର୍ଡ ସହ କୋରାପୁଟ ଜିଲ୍ଲା ପାଇଁ ଖୋଲିବ ବିକାଶର ପେଡ଼ି । ଜିଲ୍ଲାରେ ୮ ଶହ ୬୬ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।

ସେହିପରି ଅପରାହ୍ନରେ ନବରଙ୍ଗପୁର ଜିଲ୍ଲା ବିକାଶରେ ଯୋଡ଼ିହେବ ସ୍ୱାସ୍ଥ୍ୟସେବାର ନୂଆ ଫର୍ଦ୍ଦ । ଆଜି ଜିଲ୍ଲାବାସୀଙ୍କ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସ୍ମାର୍ଟକାର୍ଡ ଦ୍ୱାରା ୩ ଲକ୍ଷ ୧୮ ହଜାର ୪୭୬ ଜଣ ହିତାଧକାରୀ ଉପକୃତ ହେବେ । ଏହାସହ ଜିଲ୍ଲାର ବିଭନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ଅନେକ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ନବରଙ୍ଗପୁର RCD ହାଇସ୍କୁଲ ପଡ଼ିଆରେ ପ୍ରସ୍ତୁତି ଶେଷ ହୋଇଛି ।

ବିବାହ ପତ୍ରରେ ଭାରତୀୟ ସମ୍ୱିଧାନର ନିୟମ

0

ବିବାହ ହିନ୍ଦୁ ଧର୍ମର ଏକ ପବିତ୍ର ବନ୍ଧନ । ପ୍ରତ୍ୟେକ ବ୍ୟକ୍ତି ନିଜ ବିବାହକୁ ନେଇ ଉତ୍ସାହ ଥିବାବେଳେ ଅନ୍ୟଠୁ ଭିନ୍ନ ଢଙ୍ଗରେ ବିବାହ କରିବାକୁ ଇଚ୍ଛା ରଖିଥାନ୍ତି । କେତେ ଲୋକ ବିବାହ ପତ୍ର ଭିନ୍ନ ଢଙ୍ଗରେ ଲେଖିଥିବା ବେଳେ କେତେକ ଅତ୍ୟନ୍ତ ମହଙ୍ଗା କାର୍ଡ ବନେଇଥାନ୍ତି । ନିକଟରେ ଉତ୍ତରପ୍ରଦେଶର ଅଖିଳେଶ ଯାଦବ ଓ ମୁଲାୟମ ସିଂ ଯାଦବଙ୍କ ସମାଜବାଦୀ ପାର୍ଟି ରଙ୍ଗରେ ଛପା ହୋଇଥିବା ବିବାହ ପତ୍ର ଓ ମଦୁରେର କ୍ୟୁଆର କୋର୍ଡରେ ଲିଖିତ ଥିବା ଏକ ବିବାହ ପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଠିକ୍ ଏହିପରି ଜଣେ ଓକିଲଙ୍କର ଏକ ଭିନ୍ନ ଧରଣର ବିବାହ ପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାର ଦେଖାଯାଉଛି ।

ଏହି ଯୋଡ଼ି ନିଜ ବିବାହ ପାଇଁ ସମ୍ୱିଧାନ ଥିମର କାର୍ଡ ବନେଇଛନ୍ତି । ଭାରତୀୟ ବିବାହର ନିୟମାବଳୀ ମଧ୍ୟ ଏହି କାର୍ଡରେ ଉଲ୍ଲେଖ ଥିବେ ଦେଖାଯାଉଛି । ଭାରତୀୟ ସମ୍ୱିଧାନ ଅନୁଚ୍ଛେଦ-୨୧ ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ‘ବିବାହ’ ଏକ ଅଧିକାର । ମୋର ଏହି ମୈାଳିକ ଅଧିକାରର ଉପଭୋଗ କରିବାକୁ ଆପଣମାନଙ୍କୁ ୨୮ ନଭେମ୍ବର ୨୦୨୧ରେ ଆମେ ଆମନ୍ତ୍ରଣ କରୁଛୁ ବୋଲି ଏଥିରେ ଲେଖାଯାଇଛି । ଏଥିରେ ଆହୁରି ମଧ୍ୟ ଲେଖା ଅଛି ଯେ ଯେତେବେଳେ ଜଣେ ଓକିଲ ବିବାହ କରିଥାଏ ସେତେବେଳେ ସେ ସମସ୍ତ ନିୟମ ଏବଂ ସର୍ତ୍ତକୁ ସ୍ୱିକାର କରିଥାଏ ।

ଏହି ବିବାହ ପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଣେ ୟୁଜର୍ସ ଏଥିରେ କମେଣ୍ଟ ଦେଇଛନ୍ତିଯେ ଏହି ନିମନ୍ତ୍ରଣ କାର୍ଡ ଦେଖି କ୍ଲାଟର ଅଧା ପାଠ୍ୟକ୍ରମ ପୁରା ହୋଇଗଲା । ବାହାଘରରେ ବ୍ରାହ୍ମଣ ବଦଳରେ ବିଚାରପତିଙ୍କୁ ବସାଇଦିଅନ୍ତୁ ବୋଲି ଜଣେ ଲେଖିଥିଲେ ।

କରୋନାର ନୂଆ ଭାରିଏଣ୍ଟ ପାଇଁ ସଙ୍କଟରେ ଦକ୍ଷିଣ ଆଫ୍ରିକା ସିରିଜ୍; ବାତିଲ ହୋଇପାରେ ସିରିଜ୍

ନୂଆଦିଲ୍ଲୀ: ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥାନ୍ତା ଭାରତୀୟ ଟିମ୍ । କିନ୍ତୁ କରୋନା ପାଇଁ ଏହି ସିରିଜ ଏବେ ଆଶଙ୍କାରେ ରହିଛି । ନୂଆ ଭାରିଆଣ୍ଟ ପାଇଁ ଦକ୍ଷିଣ ଆଫ୍ରିକାରେ ସଂକ୍ରମଣ ବୃଦ୍ଧି ପାଉଛି । ତେବେ ଏପରି ସ୍ଥିତିରେ ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକା ଗସ୍ତରେ ନଯାଇ ପାରେ ଟିମ୍ ଇଣ୍ଡିଆ । ୧୭ ଡିସେମ୍ବରରେ ଆରମ୍ଭ ହେବାକୁ ଥିବା ଏହି ସିରିଜରେ ତିନୋଟି ଟେଷ୍ଟ, ତିନିଟୋ ଦିନିକିଆ ଓ ଚାରୋଟି ଟି-୨୦ ମ୍ୟାଚ ଖେଳାଯିବାର ଅଛି ।

ତେବେ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଦେଇଛନ୍ତି କି “ଯେତେବେଳ ପର୍ଯ୍ୟନ୍ତ ଆମେ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ସହ ସେଠାକାର ସ୍ଥିତି ବିଷୟରେ କଥା ହୋଇନାହୁଁ, ସେତେବେଳ ପର୍ଯ୍ୟନ୍ତ ଆମେ ଏହି ସିରିଜକୁ ନେଇ କିଛି କହିପାରିବୁ ନାହିଁ” । ତେବେ ବର୍ତ୍ତମାନ କାର୍ଯ୍ୟକ୍ରମ ଅନୁସାରେ ଭାରତୀୟ ଟିମ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ମୁମ୍ବାଇରେ ଦ୍ବିତୀୟ ଟେଷ୍ଟ ଖେଳିବା ପରେ ୮ କିମ୍ବା ୯ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ ପାରନ୍ତି ।

ବିସିସିଆଇ ଏବେ ଦକ୍ଷିଣ ଆଫ୍ରିକା ସିରିଜକୁ ନେଇ ଯଦିଓ କିଛି କହିନାହିନ୍ତି କିନ୍ତୁ ଆଗାମୀ ଦିନରେ କୋଭିଡ-୧୯ର ନୂଆ ଭାରିଏଣ୍ଟକୁ ନେଇ ବିଚାର କରି ପାରନ୍ତି । ଏହି ନୂଆ ଭାରିଆଣ୍ଟ ପୂରା ବିଶ୍ବକୁ ସତର୍କ କରିଦେଇଛି । ବିସିସିଆଇର ଅଧିକାରୀ ଜଣକ ଆହୁରି କହିଛନ୍ତି କି ଭାରତୀୟ ଖେଳାଳି ମୁମ୍ବାଇରୁ ସିଧାସଳଖ ଜୋହନର୍ସବର୍ଗ ଚାଟାର୍ଡ ବିମାନରେ ଯିବେ । କିନ୍ତୁ ସେଠାରେ ତିନି ଚାରି ଦିନ କଡ଼ା ଆଇସୋଲେସନରେ ରହିବାକୁ ପଡ଼ିବ । ତେବେ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ-ଏ ଟିମକୁ ବିସିସିଆଇ ଏପର୍ଯ୍ୟନ୍ତ କିଛି ନିର୍ଦ୍ଦେଶ ଦେଇ ନାହାନ୍ତି ।

ପ୍ରଥମାଷ୍ଟମୀରେ ପଢୁଆଁ ହେବେ ବଡ଼ ଠାକୁର, ଓଡ଼ିଆ ଘରେ ପିଠାର ମହକ

ନନ୍ଦିଘୋଷ ବ୍ୟୁରୋ:  ଆଜି ପଢୁଆଁ ଅଷ୍ଟମୀ । ମାର୍ଗଶୀର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ । ଆଜି ପରିବାରର ଜ୍ୟେଷ୍ଠ ସନ୍ତାନର ଦୀର୍ଘ କାମନା କରି ଷଷ୍ଠୀ ଦେବୀଙ୍କର ପୂଜା କରାଯିବ । ଏହି ଉପଲକ୍ଷେ ଘରେ ଏଣ୍ଡୁରି ପିଠା ଓ ଖରିସା ଆଦି ପ୍ରସ୍ତୁତ କରି ଷଷ୍ଠୀ ଦେବୀଙ୍କ ନିକଟରେ ସମର୍ପଣ କରାଯିବ । ସେହିପରି ଆଜି ଶ୍ରୀମନ୍ଦିରରେ ପଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ।

ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବାନନ୍ଦ ଜୀଉ ମନ୍ଦିରରୁ ପଢୁଆଁ ଭାର ଆସିଛି । ଏହି ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ ଆଦି ଆସିଥିବା ବେଳେ ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ଆସିଛି । ସେହିପରି ଉତ୍କଳୀୟ ପରମ୍ପରାରେ ପ୍ରଥମ ଜାତ ସନ୍ତାନ, ପୁଅ ବା ଝିଅଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ । ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି ।

 

ଜୁନିଅର ହକି ବିଶ୍ବକପ: ଆଜି ପୋଲାଣ୍ଡକୁ ଭେଟିବ ଭାରତ

ଭୁବନେଶ୍ବର: ଜୁନିଅର ହକି ବିଶ୍ବକପରେ ଆଜି ଚତୁର୍ଥ ଦିନ । ଆଜି ଚତୁର୍ଥ ଦିନରେ ବିଶ୍ବକପରେ ଖେଳାଯିବ ୫ଟି ମ୍ୟାଚ । ସେହିପରି ଭାବରେ ଆଜି ଭାରତ ତା’ର ତୃତୀୟ ମ୍ୟାଚ ଖେଳିବ । ଚତୁର୍ଥ ଦିନରେ ଭାରତ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । କ୍ବାଟର ଫାଇନାଲରେ ଖେଳିବାକୁ ହେଲେ ଆଜିର ମ୍ୟାଚ ଜିତିବା ଭାରତ ପାଇଁ ଜରୁରୀ । ଆଜି ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିବ ଇଜିପ୍ଟ । ଏହି ମ୍ୟାଚ ସକାଳ ୯.୩୦ରେ ଖେଳାଯିବ । ସେହିପରି ଭାବରେ ୧୨ଟାରେ ଖେଳାଯିବ ଦ୍ବିତୀୟ ମ୍ୟାଚ । ଦ୍ବିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଫ୍ରାନ୍ସ ଓ କାନାଡା । ତୃତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ମାଲେସିଆ । ଏହି ମ୍ୟାଚ ୨.୩୦ରେ ଖେଳାଯିବ । ସେହିପରି ଭାବରେ ସନ୍ଧ୍ୟା ୫ଟାରେ ଖେଳାଯିବ ଆଜିର ଚତୁର୍ଥ ମ୍ୟାଚ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ବେଲଜିୟମ ଓ ଚିଲ୍ଲୀ । ପଞ୍ଚମ ତଥା ଶେଷ ମ୍ୟାଚରେ ଆଜି ପୋଲାଣ୍ଡକୁ ଟକ୍କର ଦେବ ଭାରତ । ଏହି ମ୍ୟାଚ ସନ୍ଧ୍ୟା ୭.୩୦ରେ ଖେଳାଯିବ ।

ଚଳିତ ଜୁନିଅର ହକି ବିଶ୍ବକପରେ ଭାରତ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ ଖେଳିଛି । ସେଥିମଧ୍ୟରୁ ଗୋଟିଏ ପରାଜୟ ଓ ଗୋଟିଏ ମ୍ୟାଚରେ ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚରେ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୫-୪ ଗୋଲରେ ପରାଜୟ ବରଣ କରିଥିଲା ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚର ପରାଜୟର ବଦଲା ଦ୍ବିତୀୟ ମ୍ୟାଚରେ ନେଇଥିଲା ଟିମ୍ ଇଣ୍ଡିଆ । ଦ୍ବିତୀୟ ମ୍ୟାଚରେ କାନାଡାକୁ ୧୩-୧ରେ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଥିଲା । ତେବେ ଆଜି ଖେଳାଯାଉଥିବା ମ୍ୟାଚରେ ଭାରତ ବିଜୟ ଲାଭ କରି କ୍ବାଟର ଫାଇନାଲରେ ନିଜର ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

ତାରିଣୀ ଦର୍ଶନରୁ ଫେରିବା ବେଳେ ଦୁର୍ଘଟଣା, ବ୍ରିଜ ତଳକୁ ଖସିପଡ଼ିଲା ବସ୍

ଖୋର୍ଦ୍ଧା: ୧୬ ନଂ ଜାତୀୟ ରାଜପଥର ବେଲପଡ଼ା ବାଇପାସ ନିକଟରେ ଯାତ୍ରୀବାହୀ ବସ ମା ଭୈରବୀ ଦୁର୍ଘଟଣାଗ୍ରସ୍ତ, ୩ ମୃତ । ଘଟଗାଁ ତାରିଣୀ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଅଜଣା ଗାଡ଼ି ସହ ବସ ମୁହାଁମୁହିଁ ହୋଇଥିଲା । ଦୁର୍ଘଟଣା ପରେ ବସଟି ବ୍ରିଜ ତଳକୁ ଖସି ପଡ଼ିଥିଲା । ଫଳରେ ବସ ତଳେ ଚାପି ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି ।

ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ଅସିତ ବେହେରା, ଗଙ୍ଗାଧର ମହାରଣା ଏବଂ ଇ. ଲୋଇଆ ଦାସ । ଅନ୍ୟ ୭ଜଣ ଗୁରୁତରଙ୍କୁ ବାଲୁଗାଁ ମେଡିକାଲ ସ୍ଥାନାନ୍ତର କରାଯାଇଛି । ସମସ୍ତ ଯାତ୍ରୀ ଗଂଜାମ ଗୋପାଳପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ବାଲୁଗାଁ SDPO ମାନସ ରଂଜନ ବାରିକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।