spot_img
Home Blog Page 4872

କୋଲକାତା ଓ ମିଜୋରାମରେ ଭୂକମ୍ପ ଝଟକା; ରିକ୍ଟର ସ୍କେଲରେ ତୀବ୍ରତା ୬.୧

ନୂଆଦିଲ୍ଲୀ: ସକାଳୁ ସକାଳୁ ଆଜି ଭାରତର କିଛି ଅଞ୍ଚଳରେ ଅନୁଭୂତି ହୋଇଛି ଭୂକମ୍ପ ଝଟକା । ମିଆଁମାର ଓ ଭାରତ ସୀମାରେ ଆଜି ସକାଳୁ ଅନୁଭବ ହୋଇଥିଲା ଭୂକମ୍ପ ଝଟକା । ଏହି ଭୂକମ୍ପ ଝଟକା ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଓ ମିଜୋରାମର ଥେନଜୋଲରେ ଅନୁଭୂତ କରାଯାଇଛି । ଏଠାରେ ଭୂକମ୍ପର ରିକ୍ଟର ସ୍କେଲରେ ତୀବ୍ରତା ୬.୧ ଥିବା ଜଣା ପଡ଼ିଛି । ତେବେ ଏହି ଭୂକମ୍ପ ଫଳରେ କୌଣସି ସ୍ଥାନରେ କିଛି କ୍ଷୟକ୍ଷତି ହୋଇନାହିଁ ।

ୟୁରୋପିଆନ୍ ମେଡିଟେରାଆନ୍ ସିସ୍ମୋଲୋଜିକାଲ ସେଣ୍ଟରର ସୂଚନା ଅନୁସାରେ ଏହି ଭୂକମ୍ପର କେନ୍ଦ୍ର ମିଜୋରାମର ଥେନଜୋଲଠାରୁ ୭୩ କିଲୋମିଟର ଦକ୍ଷିଣ ପୂର୍ବରେ ଭାରତ-ମିଆଁମାର ସୀମା ନିକଟରେ ଥିଲା । ଏହି ଭୂକମ୍ପର ଝଟକା ଭାରତର ପଶ୍ଚିମବଙ୍ଗ, ତ୍ରିପୁରା, ଓ ଆସମରେ ଅନୁଭୂତ ହୋଇଥିଲା । ସେହିପରି ମିଜୋରାମରେ ମଧ୍ୟ ଅନୁଭୂତି ହୋଇଥିଲା ଭୂକମ୍ପ ଝଟକା । ଭାରତ ବ୍ୟତୀତ ବାଂଲାଦେଶରେ ମଧ୍ୟ ଅନୁଭୂତି ହୋଇଥିଲା ଏହି ଭୂକମ୍ପର ଝଟକା ।

 

ପାଚିଲା ଧାନ ବାସ୍ନାରେ ଗାଁ ମୁହାଁ ହେଉଛନ୍ତି ଦନ୍ତା

ବାରିପଦା: ରାଜ୍ୟରେ ବଢ଼ିଚାଲିଛି ଦନ୍ତା ଆକ୍ରମଣ। ବେତନୋଟି ରେଞ୍ଜ ଅଧିନ ନଖରା ନିକଟରେ ଦନ୍ତା ଆତଙ୍କ। ନଷ୍ଟ କରୁଛି ଏକର ଏକର ଧାନ ବିଲ। ପାଚିଲା ଧାନ ଅମଳ ଚାଲିଥିବା ବେଳେ ଧାନ ଖାଇବା ପାଇଁ ନିକଟ ଜଙ୍ଗଲରୁ ଗୋଟିଏ ଦନ୍ତା ଗାଁକୁ ପ୍ରବେଶ କରିଛି। କେବଳ ଧାନ ଫସଲ ନଷ୍ଟ କରୁଛି ତାହା ନୁହଁ, ସ୍ଥାନୀୟ ଲୋକଙ୍କ ବାଡ଼ିରେ ପଶି ପରିବା ଓ ଫଳ ମୂଳ ସବୁ ନଷ୍ଟ କରୁଛି। ସକାଳୁ ସକାଳୁ ହାତୀ ଦେଖିବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ସେପଟେ ଦନ୍ତାର ଗତି ବିଧି ଉପରେ ନଜର ରଖିଛି ବନ ବିଭାଗ। ସ୍ଥାନୀୟ ବାସିନ୍ଦା ଭୟଭୀତ ରହିଥିବା ବେଳେ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଉଛି ବନ ବିଭାଗ। ଯଥାଶୀଘ୍ର ନିକଟ ଜଙ୍ଗଲରେ ଛଡ଼ାଯିବା ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଗାଧୋଇବାକୁ ଯାଇଥିବା ବେଳେ ମହାନଦୀରେ ଭାସିଗଲେ ୪ ଜଣ ଛାତ୍ର

କଟକ: କଟକ ଭଦିମୂଳ ନିକଟରେ ମହାନଦୀରେ ଅଘଟଣ। ଗାଧେଇବାକୁ ଯାଇ ମହାନଦୀରେ ଭାସିଗଲେ ୪ ଜଣ ଛାତ୍ର। ଗତକାଲି ରାତିରେ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ, ଅନ୍ୟ ୩ ଜଣ ଛାତ୍ର ନିଖେଜା ଅଛନ୍ତି। ସେମାନଙ୍କୁ ଖୋଜାଖୋଜି କରୁଛି ଓଡ୍ରାଫ୍ ଓ ଅଗ୍ନିାମ ବାହିନୀ। ମୃତ ଛାତ୍ର ହେଲେ କଟକ ପୋତାପୋଖରୀ ଅଞ୍ଚଳର। ସେହିପରି ନିଖୋଜ ୩ ଛାତ୍ରଙ୍କ ମଧ୍ୟରୁ ୨ ଜଣ ନୂଆବଜାର ପୋତାପୋଖରୀ ଅଞ୍ଚଳର ହୋଇଥିବା ବେଳେ, ଅନ୍ୟ ଜଣେ ଚାଉଳିଆଗଞ୍ଜ ଅପର୍ଣ୍ଣାନଗରର।

ଗତକାଲି ୪ଜଣ ଛାତ୍ର କଟକ ବିଦ୍ୟାଧରପୁର ଭଦିମୂଳକୁ ମହାନଦୀରେ ଗାଧେଇବା ପାଇଁ ଯାଇଥିବା ବେଳେ ଭାସି ଯାଇଥିଲେ। ବିଳମ୍ବିତ ରାତିରେ କିଛି ଯୁବକ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ସେଠାରେ ଦୁଇଟି ସାଇକେଲ ପଡ଼ିଥିବା ଦେଖି ଆଖପାଖ ଲୋକଙ୍କୁ ଖବର ଦେଇଥିଲେ।

ଖବର ଦେବା ପରେ ନୂଆବଜାର ପୋତାପୋଖରୀ ଅଞ୍ଚଳର ଦୁଇ ଜଣ ସ୍କୁଲ ଛାତ୍ର ଘରୁ ନଦୀକୁ କୋଳି ତୋଳିବାକୁ ଯାଉଛନ୍ତି ବୋଲି କହି ଆଉ ଘରକୁ ଫେରି ନଥିବା ଜଣାପଡ଼ିଥିଲା। ଏହାପରେ ଘର ଲୋକ ପୋଲିସ୍‌ ଏବଂ ଅଭ୍ନିଶମ ବିଭରଗକୁ ଖବର ଦେଇଥିଲେ। ଖବର ପାଇଁ ଘଟଣା ସ୍ଥଳପରେ ପହଞ୍ଚି ଅଗ୍ନିଶମ ବାହିନି ଖୋଜାଖୋଜି କରିଥିଲା । ତେବେ ଖୋଜାଖୋଜି କରିବା ସମୟରେ ଅଣଙ୍କର ମୃତଦହ ମିଳିଥିବା ବେଳେ ଅନ୍ୟ ୩ ଜଣ ଏପର୍ଯ୍ୟନ୍ତ ନିଖୋଜ ରହିଛନ୍ତି।

ଜଙ୍ଗଲରେ କେତେ ବାଘ ଅଛନ୍ତି, ଆଜିଠୁ ଆରମ୍ଭ ହେବ ଶିମିଳିପାଳରେ ବାଘ ଗଣନା

ମୟୂରଭଞ୍ଜ: ଆଜିଠୁ ଶିମିଳିପାଳରେ ଆରମ୍ଭ ହେଲା ବାଘ ଗଣନା। ପ୍ରତି ଚାରି ବର୍ଷରେ ହେଉଥିବା ବ୍ରାଘ୍ୟ ଗଣନା ଚଳିତ ବର୍ଷ ଶିମିଳିପାଳରେ ଆରମ୍ଭ ହୋଇଛି। ଆଜି ସକାଳ ୬ଟାରୁ ଗଣତି ଆରମ୍ଭ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଉତ୍ତର, ଶିମିଳିପାଳ ଦକ୍ଷିଣ, କରଞ୍ଜିଆ, ରାଇରଙ୍ଗପୁର, ବାରିପଦା, ଉଦଳା, ବାଙ୍ଗରିପୋଷି, ଦେଉଳି, ରାସଗୋବିନ୍ଦପୁର, କପ୍ତିପଦା ରେଞ୍ଜ ଅଧିନ ଜଙ୍ଗଲରେ ଗଣମା ହେଉଛି।

ସାଉଥ ଯୋନରେ ଆଜି ପାଖରୁ ବାଘ ଗଣନା ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ନର୍ଥ ଯୋନରେ ହେବ ବାଘ ଗଣନା। ଟ୍ରାନଜାକ୍ଟ ଲାଇନ ଉପରେ ବାଘର ଫୁଟ ପ୍ରିଣ୍ଟ ଓ ଟ୍ରାପ କ୍ୟାମେରା ସହାୟତାରେ ସ୍ୱତନ୍ତ୍ର ଆପ ମାଧ୍ୟମରେ ଗଣନା କରାଯିବ। ଏହି ଗଣନାରେ ଏସଟିଆର, ଡିଏଫଓ ସମେତ ସମସ୍ତ ବିଟ୍‌ର ବନ ଅଧିକାରୀ ଓ କର୍ମଚାରୀ ନିୟୋଜିତ ଅଛନ୍ତି। ଏହି ଗଣନା ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ଚାଲୁ ରହିବ ବାଘ ଗଣନା।

ଜୁନିଅର ହକି ବିଶ୍ବକପ: ତୃତୀୟ ଦିନରେ ଖେଳାଯିବ ୫ ମ୍ୟାଚ

ଭୁବନେଶ୍ବର: ଜୁନିଅର ହକି ବିଶ୍ବକପରେ ଆଜି ତୃତୀୟ ଦିନ । ତୃତୀୟ ଦିନରେ ଆଜି ଖେଳାଯିବ ୫ଟି ମ୍ୟାଚ । ସକାଳ ୯.୩୦ରେ ଆଜି ଖେଳାଯିବ ପ୍ରଥମ ମ୍ୟାଚ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ଚିଲ୍ଲୀ । ସେହିପରି ଭାବରେ ଦ୍ବିତୀୟ ମ୍ୟାଚରେ ମୁହାଁମୁହିଁ ହେବେ କୋରିଆ ଓ ୟୁନାଇଟେଡ ଷ୍ଟେଟ୍ସ ଅଫ ଆମେରିକା । ଏହି ମ୍ୟାଚ ଦିନ ୧୨ରେ ଖେଳାଯିବ । ତୃତୀୟ ମ୍ୟାଚ ୨.୩୦ ଖେଳାଯିବ । ତୃତୀୟ ମ୍ୟାଚରେ ସାମ୍ନାସାମ୍ନି ହେବେ ସ୍ପେନ୍ନ ଓ ନେଦରଲାଣ୍ଡ୍ସ ।  ଚତୁର୍ଥ ମ୍ୟାଚରେ ସନ୍ଧ୍ୟା ୫ଟାରେ ଖେଳାଯିବ । ଚତୁର୍ଥ ମ୍ୟାଚରେ ଆର୍ଜେଣ୍ଟିନାକୁ ଭେଟିବ ଜର୍ମାନି । ସେହିପରି ଆଜି ଦିନର ଶେଷ ମ୍ୟାଚ ସନ୍ଧ୍ୟା ୭.୩୦ରେ ଖେଳାଯିବ । ଏହି ମ୍ୟାଚରେ ଶକ୍ତଶାଳୀ ବେଲଜିୟମକୁ ଭେଟିବ ମାଲେସିଆ ।

ଅନ୍ୟପକ୍ଷରେ ଆସନ୍ତା କାଲି ମଧ୍ୟ ଖେଳାଯାଇଥିଲା ୫ଟି ମ୍ୟାଚ । ଗତକାଲି ଶେଷ ମ୍ୟାଚରେ ଭାରତକୁ ଭେଟିଥିଲା କାନାଡା । ପ୍ରଥମ ମ୍ୟାଚରେ ଫ୍ରାନ୍ସଠାରୁ ୫-୪ରେ ପରାଜୟ ପରେ ଦ୍ବିତୀୟ ମ୍ୟାଚରେ ଦମଦାର କମବ୍ୟାକ କରିଥିଲା ଟିମ୍ ଇଣ୍ଡିଆ । କାନାଡା ବିପକ୍ଷ ମ୍ୟାଚରେ ୧୩-୧ ବ୍ୟବଧାନରେ ଏକ ବିଶାଳ ବିଜୟ ହାସଲ କରିଥିଲା । ଭାରତ ପକ୍ଷରୁ ସଞ୍ଜୟ ଓ ଅରଜିତ ସିଂ ହାଟ୍ରିକ ଗୋଲ ସ୍କୋର କରିଥିଲେ ।

ଦିଲ୍ଲରେ କମୁନି ବାୟୁ ପ୍ରଦୂଷଣ; ୪୦୦ରେ ପହଞ୍ଚିଲା AQI

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରେ ପୁଣି ଥରେ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ । ଦିଲ୍ଲୀରେ ଏବେବି କମିନି ବାୟୁ ପ୍ରଦୂଷଣ । ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ ବି ବାୟୁର ଗୁଣବତ୍ତା ‘ବହୁତ ଖରାପ’ ଶ୍ରେଣୀରେ ରହିଛି । ବାୟୁ ପ୍ରଦୂଷଣ ଏତେ ବଢ଼ି ଯାଇଛି କି ରାଜଧାନୀବାସୀ ନିଶ୍ବାସ ନେବା କଷ୍ଟ ହୋଇଯାଇଛି । ଦିଲ୍ଲୀ ଏନସିଆର ବାୟୁ ଗୁଣବତ୍ତା ୪୦୦ ପହଞ୍ଚିଛି । ଯାହା ଗମ୍ଭୀର ଶ୍ରେଣୀରେ ରହିଛି । ସେହିପରି ଭାବରେ ବାୟୁରେ ଧୂଳିକଣା ମାତ୍ରା ୨୫୮ ପର୍ଯ୍ୟନ୍ତ ପହଞ୍ଚିସାରିଛି । ଯାହାକି ସାଧାରଣତଃ ୨୫୦ରେ ରହିଥାଏ ।

ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ଥରେ ବଢ଼ିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ ବୈଠକ ଡାକିଥିଲେ ଏବଂ କହିଥିଲେ କି ଏବେ ବି ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ତର ବହୁତ ଖରାପ ସ୍ତରରେ ରହିଛି । ସେ ଆହୁରି କହିଛନ୍ତି କି ଦିଲ୍ଲୀ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ଓ ଟ୍ରକକୁ ଦିଲ୍ଲୀରେ ପ୍ରବେଶ କରିବା ନେଇ କଟକଣା ଜାରି କରିଛନ୍ତି । ଏହି ସମୟରେ ମଧ୍ୟରେ ସ୍କୁଲ ସବୁ ବନ୍ଦ ରହିବ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ଏହା ସହତି କିଛି ସରକାର ଅଫିସର କର୍ମଚାରୀ ଓ୍ବାର୍କ ଫର୍ମ ହୋମ କରିବେ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇି । ଏହା ପୂର୍ବରୁ ଦିଲ୍ଲୀ ସରକାର ନିର୍ମାଣ କାର୍ଯ୍ୟକୁ ମଧ୍ୟ ବନ୍ଦ ରଖିଥିଲେ । କିନ୍ତୁ ବାୟୁ ପ୍ରଦୂଷଣରେ ସାମାନ୍ୟ ସୁଧାର ଆସିବା ପରେ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଥିଲା । ତେବେ ଏବେ ପୁଣି ବାୟୁ ପ୍ରଦୂଷଣ ବୃଦ୍ଧି ପାଇବା ପରେ ପୁଣି ଥରେ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର ।

 

ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହେଲା କରୋନାର ନୂଆ ଭାରିଆଣ୍ଟ; ଡେଲଟାଠାରୁ ଅଧିକ ସଂକ୍ରାମକ

କେପଟାଉନ: ଦକ୍ଷିଣ ଆଫ୍ରିକାରେ ଦିନ କୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂଆ ଭାରିଆଣ୍ଟ ଦୃତଗତିରେ ବ୍ୟାପୁଛି । ଗବେଷଣା ପରେ ସ୍ପଷ୍ଟ କଲେ ବୈଜ୍ଞାନିକ । ଡେଲଟା ଭାରିଆଣ୍ଟଠୁ ମଧ୍ୟ ଏହା ସାଂଘାତିକ ହୋଇପାରେ  । ଦକ୍ଷିଣ ଆଫ୍ରିକାରେ ଅଧିକାଂଶ ଲୋକ ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି  । ଦକ୍ଷିଣ ଆଫ୍ରିକାରୁ ହଂକଂ ଯାଇଥିବା କିଛି ଲୋକଙ୍କ ମଧ୍ୟରେ ଏହି ଭାଇରସ ଚିହ୍ନଟ ହୋଇଛି । ଏହାର ବୈଜ୍ଞାନିକ ନାମକରଣ B.1.1.529 ରହିଛି  ।

ଦକ୍ଷିଣ ଆଫ୍ରିକାରେ ଏବେ ପ୍ରତେକ ଦିନ ୧୨ ଶହରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ଏହି ନୂଆ ଷ୍ଟ୍ରେନ୍‌ ପାଇଁ ସତର୍କ ହୋଇଛନ୍ତି ଭାରତ ସରକାର । ସବୁ ବିମାନବନ୍ଦରରେ ସ୍କ୍ରିନିଂ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ୍‌ ଅନୁସାରେ ନିୟମ ପାଳନ ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି । କେହି ସଂକ୍ରମିତ ଚିହ୍ନଟ ହେଲେ ସେମାନଙ୍କୁ ତୁରନ୍ତ ସଂଘରୋଧ କରାଯିବ । ଏଥିସହ ଟେଷ୍ଟିଂ ଏବଂ ଟ୍ରାକିଂକୁ ଗୁରୁତ୍ବ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି ।

 

ଅକଳରେ ଅପରାଜିତା: ବାଲିଅନ୍ତାରୁ ପାରାଦୀପ ପୁଣି ଭୁବନେଶ୍ୱର, ସବୁଠି ବିରୋଧ

ଭୁବନେଶ୍ୱର: ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପୁଣି ଅଣ୍ଡାମାଡ଼ । ଦରବୃଦ୍ଧି ପ୍ରସଙ୍ଗରେ ଅଣ୍ଡାମାଡ଼ କରିଛି ଛାତ୍ର କଂଗ୍ରେସ । ଆଚାର୍ଯ୍ୟ ବିହାର ଛକ ପାଣିଟାଙ୍କି ନିକଟରେ ଏକ କାର୍ଯ୍ୟରେ ଯୋଗଦେବା ବେଳେ କେନ୍ଦ୍ର ସରକାରଙ୍କ ଦରବୃଦ୍ଧି ନୀତି ବିରୋଧ କରି ଲୋକେ ଘେରିଥିଲେ । ଏହି ସମୟରେ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡା ଓ ଟମାଟୋ ମାଡ଼ କରାଯାଇଥିଲା ।

People Opposed BJP MP Aparajita Sarangi

ଆଜି ଅପରାହ୍ନରେ ମଧ୍ୟ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ସରିପୁର ଛକରେ ଅପରାଜିତାଙ୍କ ଗାଡ଼ି ଉପରେ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ କରିଥିଲେ ଛାତ୍ର କଂଗ୍ରେସ କର୍ମୀ । ପେଟ୍ରୋଲ, ଡିଜେଲ୍‌ ଓ ଗ୍ୟାସ୍ ମୂଲ୍ୟ ବୃଦ୍ଧିକୁ ବିରୋଧ କରି ଅଣ୍ଡାମାଡ଼ କରାଯାଇଥିଲା । ସାଂସଦଙ୍କ ଗାଡିକୁ ଅଣ୍ଡାମାଡ଼ ଘଟଣାରେ ବିଜେପି କର୍ମୀ ରାଜ କିଶୋର ସାହୁଙ୍କୁ ଅଟକ ରଖିଛି ପୋଲିସ । ଅସନ୍ତୁଷ୍ଟ ରାଜକିଶୋର ଛାତ୍ର କଂଗ୍ରେସ କର୍ମୀଙ୍କ ସହ ମିଶି କରିଥିଲେ ଅଣ୍ଡାମାଡ଼ ।

People Opposed BJP MP Aparajita Sarangi

ଅନ୍ୟପଟେ ପାରାଦୀପରେ ବି ବିରୋଧର ସମ୍ମୁଖୀନ ହୋଇଛନ୍ତି ସାଂସଦ ଅପରାଜିତା । ଏଠି ଦଳ ଭିତରୁ ଆସିଛି ବିରୋଧ । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ଦୁଇ ଗୋଷ୍ଠୀ ଭିତରେ ଛକାପଞ୍ଝା ଦେଖା ଦେଇଛି । ଡିସେମ୍ବର ୨୫ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ । ଏଥିପାଇଁ ପାରାଦ୍ଵୀପ ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅପରାଜିତା ଷଡ଼ଙ୍ଗୀଙ୍କୁ ନିମନ୍ତ୍ରଣ କରିଛି । ଯାହାକୁ ନେଇ ଏବେ ବିଜେପି ଦଳରେ ବିବାଦ ମୁଣ୍ଡ ଟେକିଛି ।

ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକର ସୁପରିଚାଳନା ପାଇଁ ୬ଟି ଟାସ୍କଫୋର୍ସର ପ୍ରସ୍ତାବ ଗ୍ରହଣ

ଭୁବନେଶ୍ୱର: 5T ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିବା ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକର ସୁପରିଚାଳନା ପାଇଁ ୬ଟି ଟାସ୍କଫୋର୍ସର ପ୍ରସ୍ତାବ ଗୁଡ଼ିକ ଗ୍ରହଣ କରାଯାଇଛି । ଏଥିସହ ନିର୍ଦ୍ଧାରିତ ୩୦ ଦିନ ମଧ୍ୟରେ ସମ୍ପାଦନ କରାଯାଇ ଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ କ୍ରମେ ସେପ୍ଟେମ୍ବରରେ ୬ଟି ଟାକ୍ସଫୋର୍ସ ଗଠନ କରାଯାଇଥିଲା ।

Government Accepted Taskforce Proposal For Transformed School Under 5T

ଏହି ଟାସ୍କଫୋର୍ସ ଗୁଡ଼ିକ ତାଙ୍କର ରିପୋର୍ଟ ମୁଖ୍ୟ ଶାସନ ସଚିବଙ୍କ ପାଖରେ ଉପସ୍ଥାପନ କରିଥିଲେ । ଯାହା ପରବର୍ତ୍ତୀ ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ତର୍ଜମା କରାଯାଇ ସରକାରଙ୍କ ଅନୁମୋଦନ କ୍ରମେ ପଠାଯାଇଥିଲା । ବିଦ୍ୟାଳୟରେ ଶିକ୍ଷା ସୁବିଧା ତଥା ଗୁଣାତ୍ମକ ମାନର ଉନ୍ନତି ପାଇଁ ରାଜ୍ୟ ସରକାର ଉତ୍ସର୍ଗୀକୃତ । ହାଇସ୍କୁଲ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମ ହେଉଛି ଏ ଦିଗରେ ପ୍ରଥମ ପଦକ୍ଷେପ ।

ଅଧା ଜୀବନ ଅପରାଧ, ମୃତ୍ୟୁ ପରେ ଚକ୍ଷୁଦାନ

ବ୍ରହ୍ମପୁର: ଦୁର୍ଦ୍ଦାନ୍ତ ଦିଲୀପ ନାୟକ । ଯାହା ନାଁ ଶୁଣିଲେ ଥରି ଉଠୁଥିଲା ଗଞ୍ଜାମ । ପୋଲିସର କ୍ରାଇମ୍ ରେକର୍ଡରେ ଦିଲୀପ ନାଁରେ ଅନେକ ମାମଲା । ଦିଲୀପର ଦେହାନ୍ତ ସହ ଅପରାଧ ଦୁନିଆର ଏକ ଯୁଗ ଶେଷ ହୋଇଛି । ଦୁନିଆ ଛାଡ଼ିବା ସହ ସମାଜ ପାଇଁ ଛାପ ଛାଡ଼ି ଯାଇଛନ୍ତି ଦିଲୀପ । ଜୀବିତ ଥିବା ବେଳେ ଅନ୍ୟର କ୍ଷତି କରୁଥିବା ଦିଲୀପ ମୃତ୍ୟୁ ପରେ କରିଛନ୍ତି ଚକ୍ଷୁଦାନ । ଦୁନିଆ ପାଇଁ ଦିଲୀପ ସାଜିଛନ୍ତି ନୂଆ ଉଦାହରଣ ।

ମୃତ୍ୟୁ ପରେ ପରିବାର ଲୋକ ଦିଲୀପଙ୍କ ୨ଟି ଯାକ ଆଖିକୁ ଦାନ କରିଛନ୍ତି । ଏବେ ଦିଲୀପଙ୍କ ଆଖିରେ ଦୁନିଆ ଦେଖିବେ ଆଉ ୨ ଜଣ । ଅପରାଧ ପାଇଁ ଜୀବନ ସାରା ଲୋକଙ୍କ ଅଭିଶାପ ପାଇଥିବା ଦିଲୀପ ମୃତ୍ୟୁ ପରେ ଆଖି ଦାନ କରି ସମାଜକୁ ପ୍ରେରଣା ଦେଇଛନ୍ତି । ଜଣେ ଅପରାଧୀ ବି ମୃତ୍ୟୁ ପରେ ଅନ୍ୟ କାହାରିକୁ ଦୁନିଆ ଦେଖିବାରେ ସମର୍ଥ କରାଇପାରେ ତାହା ଦେଖିବାକୁ ମିଳିଛି ବ୍ରହ୍ମପୁରରେ ।

Hardcore Criminal Dilip Nayak Donated Two Eyes After Death Berhampur

୯୦ ଦଶକରେ ଦୁର୍ଦ୍ଦାନ୍ତ ଅପରାଧୀ ଦିଲ୍ଲୀପ ନାୟକ ପୋଲିସ ପାଇଁ ପାଲଟି ଥିଲା ଚ୍ୟାଲେଞ୍ଜ । ଦିଲୀପ ନାଁ ଶୁଣିଲେ ଛାନିଆ ହୋଇ ଯାଉଥିଲେ ଲୋକେ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ହତ୍ୟା, ଡକାୟତି, ଲୁଟ୍‌, ରାହାଜାନି, ଦାଦାଗିରି ଭଳି ଏକାଧିକ ମାମଲା ରହିଛି ଦିଲୀପ ନାଁରେ । ୧୯୯୬ ମସିହାରୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବନ୍ଦୀ ଜୀବନ କାଟୁଥିଲା ଦିଲୀପ । ଗତ ମେ’ମାସ ୨୬ ତାରିଖରେ ସେ ପାରୋଲରେ ଆସିଥିଲା ।

ଡିସେମ୍ବର ମାସ ୨୨ ତାରିଖରେ ଜେଲକୁ ଫେରିଥାନ୍ତା ଦିଲୀପ । ଗୁରୁବାର ସନ୍ଧ୍ୟାରେ ବାଇକ୍‌ରେ ଯିବା ବେଳେ ବ୍ରହ୍ମପୁର ଆଙ୍କୁଲି ନିକଟରେ ସଡ଼କ ଦୁର୍ଘଟଣାରେ ଦିଲୀପର ମୃତ୍ୟୁ ହୋଇଛି । ଯୁବାବସ୍ଥାରେ ଜେଲ୍, ପୋଲିସ ସହ ଛକାପଞ୍ଝା ଭିତରେ ଜଣେ ଯୁବତୀଙ୍କୁ ଭଲ ପାଇ ବସିଥିଲା ଦିଲୀପ । ଫେରାର୍ ଦିଲୀପକୁ ପୋଲିସ ଖୋଜୁଥିଲା । ଆତ୍ମଗୋପନ କରିଥିବା ଦିଲୀପ ସେତେବେଳେ ପ୍ରେମରେ ମସଗୁଲ୍ ହେଉଥିଲା । ଶେଷରେ ପୋଲିସ ହାତରେ ଧରାପଡ଼ି ପୁଣି ଜେଲ୍ ଯିବା ପରେ କାରାଗାରରେ ହୋଇଥିଲା ଦିଲୀପର ବାହାଘର । ୯୦ ଦଶକରେ ଗଞ୍ଜାମ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା ଦିଲୀପ ଜେଲରେ ଯିବା ପରେ ବଦଳି ଯାଇଥିଲା । ଜେଲରେ ଥିବାବେଳେ ଅନ୍ତେବାସୀଙ୍କୁ ପ୍ରବଚନ ଦେଉଥିଲା । ଅପରାଧ ଦୁନିଆରୁ ଆଧ୍ୟାତ୍ମିକ ଦୁନିଆରେ ପ୍ରବେଶ କରିଥଲା ।