spot_img
Home Blog Page 4871

ହ୍ବାଟ୍ସଆପ ଡିପି ଦେଖି ଟେଷ୍ଟ କ୍ରିକେଟ ଖେଳିବା ପାଇଁ ଆୟରଙ୍କୁ ମିଳୁଥିଲା ପ୍ରେରଣା

କାନପୁର: ଗତକାଲିଠାରୁ କାନପୁରରେ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ । ପ୍ରଥମ ଟେଷ୍ଟର ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଛି ଟିମ୍ ଇଣ୍ଡିଆ । ଦ୍ବିତୀୟ ଦିନ ଲଞ୍ଚ ସୁଦ୍ଧା ଭାରତ ୮ ଓ୍ବିକେଟ ବିନିମୟରେ ୩୩୯ ରନ ସଂଗ୍ରହ କରିଛି । ଭାରତ ପକ୍ଷରୁ ପଦର୍ପଣ କରିଥିବା ଶ୍ରେୟସ ଆୟର ୧୦୫ ରନ କରିଥିଲେ । ଆୟର ୧୬ ତମ ଖେଳାଳି ଭାବରେ ପଦାର୍ପଣ ମ୍ୟାଚରେ ଶତକ ହାସଲ କରିଥିଲେ । ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଆୟରଙ୍କୁ ମିଳିଥିଲା ସୁଯୋଗ । ମିଳିଥିବା ସୁଯୋଗକୁ ହାତଛଡା ନ କରି ଦମଦାର ଶତକ ହାସଲ କରିଥିଲେ ଆୟର ।

ଶ୍ରେୟସ ଆୟରଙ୍କ ଟେଷ୍ଟ ଡେବ୍ୟୁରେ ତାଙ୍କ ପିତା ସନ୍ତୋଷ ଆୟର ବେଶ୍ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି କି ସେ ସବୁବେଳେ ଚାହୁଁଥିଲେ କି ଶ୍ରେୟସ ଭାରତୀୟ ଦଳ ପାଇଁ ଟେଷ୍ଟ ମ୍ୟାଚ ଖେଳୁ । ସେ ଆହୁରି କହିଛନ୍ତି କି ବିଗତ ୪ ବର୍ଷ ହେବ ବର୍ଡର-ଗାଭାସ୍କର ଟ୍ରଫି ସହ ଆୟରଙ୍କ ଫଟୋକୁ ସେ ତାଙ୍କ ହ୍ବାଟସ ଆପ୍ ଡିପିରେ ରଖିଛନ୍ତି । ଯାହା ଫଳରେ ଆୟର ସେହି ଫଟୋକୁ ଦେଖି ଟେଷ୍ଟ କ୍ରିକେଟ ଖେଳିବା ପାଇଁ ପ୍ରେରଣା ମିଳିଥାଏ ।

ଆୟର ୨୦୧୭ରେ ଅଷ୍ଟ୍ରେଲିଆରେ ବିରାଟ କୋହଲିଙ୍କ ବ୍ୟାକଅପ ଖେଳାଳି ଭାବରେ ଆୟରଙ୍କୁ ଦଳରେ ସାମିଲ କରାଯାଇଥିଲା । ତେବେ ଏହି ସିରିଜର ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରି ବର୍ଡର ଗାଭାସ୍କର ଟ୍ରଫି ଜିତିଥିଲେ । ସେହି ସମୟରେ ଆୟର ବର୍ଡର-ଗାଭାସ୍କର ଟ୍ରଫି ସହ ଫଟୋ ଉଠାଇଥିଲେ । ସେହି ଫଟୋକୁ ଶ୍ରେୟାସ ଆୟରଙ୍କ ପିତା ୪ ବର୍ଷ ଧରି ହ୍ବାଟସ ଆପରେ ଡିପି ରଖିଥିଲେ । ଆୟରଙ୍କୁ ଟେଷ୍ଟ କ୍ରିକେଟ ଖେଳିବା ପାଇଁ ପ୍ରେରିତ କରିବା ପାଇଁ ଲଗାତର ଭାବରେ ଏହି ଡିପି ରଖିଥିଲେ ତାଙ୍କ ପିତା । ସେ ଆହୁରି କହିଛନ୍ତି କି ମୁଁ ଶ୍ରେୟସଙ୍କ ସହ ସବୁବେଳେ ଟେଷ୍ଟ କ୍ରିକେଟକୁ ନେଇ ଆଲୋଚନା କରିଥାଏ । ଆଉ ସେ ସବୁବେଳେ କୁହେ କି ମୁଁ ବହୁତ ଶୀଘ୍ର ଭାରତୀୟ ଟେଷ୍ଟ ଦଳରେ ଖେଳିବି ।

କାନପୁରରେ ଚାଲୁଥିବା ପ୍ରଥମ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ଟିମ୍ ଇଣ୍ଡିଆ । ତେବେ ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ସିନିୟର ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରା ଓ ଅଧିନାୟକ ଆଜିଙ୍କେ ରାହାଣେ କିଛି କମାଲ କରିପାରିନଥିଲେ । କିନ୍ତୁ ପଦାର୍ପଣ ମ୍ୟାଚରେ ଶତକ ହାସଲ କରି ଭାରତ ପାଇଁ ସଙ୍କଟମୋଚକ ସାଜିଥିଲେ ଶ୍ରେୟସ ଆୟର ।

ସୁପ୍ରିମକୋର୍ଟରେ କୋଟିଆ ମାମଲା, ଆନ୍ଧ୍ରକୁ ଲାଗିଲା ଶକ୍ତ ଧକ୍କା

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ଓଡ଼ିଶା ଆନ୍ଧ୍ରର ଦୀର୍ଘ ଦଶନ୍ଧି ଦଶନ୍ଧି ଧରି ଚାଲିଥିବା କୋଟିଆ ବିବାଦର ଶୁଣାଣି ହୋଇଛି। ଶୁଣାଣି ବେଳେ ଆନ୍ଧ୍ରକୁ ଶକ୍ତ ଧକ୍କା ଲାଗିଛି। ଆନ୍ଧ୍ର ପକ୍ଷରୁ ବରିଷ୍ଠ ଆଇନଜୀବୀ ନିରଂଜନ ରେଡ୍ଡି ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେଯେ ଆନ୍ଧ୍ରକୁ ଦିଆଯାଇଥିବା କୋଟିଆ ପ୍ରସଙ୍ଗରେ କୋର୍ଟ ଅବମାନନା ନୋଟିସକୁ ପ୍ରତ୍ୟାହାର କରୁନ୍ତୁ ବୋଲି। ହେଲେ ଏଥିରେ ସୁପ୍ରିମକୋର୍ଟ ସିଧାସଳଖ ଆନ୍ଧ୍ରର ଆଡଭୋକେଟଙ୍କ ଜବାବକୁ ଖାରଜ କରିଥିଲେ ଏବଂ ଦର୍ଶାଇଥିଲେ କୋର୍ଟ ଅବମାନନା ଏକ ଗୁରୁତର ପ୍ରସଙ୍ଗ ଏହାକୁ ପ୍ରତ୍ୟାହାର କରାଯାଇପାରିବ ନାହିଁ।

ଯଦି ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ମାଧ୍ୟମରେ ରାଜନୈତିକ ସମାଧାନ ନହୁଏ, ତେବେ ଏହାର ଶୁଣାଣି ନିଶ୍ଚିତ ହେବ ଏବଂ ଏହା ପ୍ରତ୍ୟାହାରର ପ୍ରଶ୍ନ ଉଠୁନାହିଁ। ଓଡ଼ିଶା ସରକାରଙ୍କ ପକ୍ଷରୁ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଥିଲା ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏକ ମିଳିତ ବୈଠକରେ କୋଟିଆ ପ୍ରସଙ୍ଗର ସମାଧାନ ପାଇଁ ଏକ ରାଜନୈତିକ ବାତାବରଣ ସୃଷ୍ଟି କରିଛନ୍ତି ଏବଂ ଆଲୋଚନା ଜାରି ରହିଛି।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅଧିକ ସମୟ ଦିଆଯାଉ ବୋଲି ସମୟ ମାଗିଥିଲେ ଓଡ଼ିଶା। ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରି ପରବର୍ତ୍ତୀ ଶୁଣାଣି ପାଇଁ ଜାନୁୟାରୀ ପ୍ରଥମ ସପ୍ତାହକୁ ସମୟ ଦେଇଛନ୍ତି। ଓଡ଼ିଶା ପକ୍ଷରୁ ବିଶିଷ୍ଟ ଆଇନଜୀବୀ ଶିବ ଶଙ୍କର ମିଶ୍ର ମାମଲାକୁ ପରିଚାଳନା କରିଥିଲେ। ଏହି ମାମଲାଟିକୁ ଆଜି ସୁପ୍ରିମକୋର୍ଟର ଦୁଇ ଜଣିଆ ବେଞ୍ଚରେ ଶୁଣାଣିଯାଇଥିଲେ।

ବାଲେଶ୍ୱର ପାଇଲା ବିଏସକେଓ୍ୱାଇ ସ୍ମାର୍ଟକାର୍ଡ, ଜିଲ୍ଲାର ୨୦ଲକ୍ଷ ହିତାଧିକାରୀ ହେବେ ଉପକୃତ

ବାଲେଶ୍ୱର: ଓଡ଼ିଶା ଲେଖୁଛି ସ୍ୱାସ୍ଥ୍ୟସେବାର ସ୍ୱର୍ଣ୍ଣିମ ଅଧ୍ୟାୟ। ସ୍ୱାସ୍ଥ୍ୟ ସେବାରେ ଆହୁରି ସୁଦୃଢ଼ ହେଉଛି ଓଡ଼ିଶା। ନୂଆ ରୂପ ନେଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ। ସ୍ମାର୍ଟ ହେଲ୍‌ଥ କାର୍ଡ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡ଼ିଛି ନୂଆ ଅଧ୍ୟାୟ।  ଆଜି ବାଲେଶ୍ୱରରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୃଷି, ଶିଳ୍ପ, ପର୍ଯ୍ୟଟନରେ ଆଗୁଆ ବାଲେଶ୍ୱର ଏବେ ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ହେବ ପ୍ରଥମ। ଧାନ, ପାନ ଓ ମୀନ ପାଇଁ ଜଣାଶୁଣା ବାଲେଶ୍ୱରରେ ଲେଖାହେଲା ସ୍ମାର୍ଟ ସେବାର ନୂଆ କାହାଣୀ। ଜିଲ୍ଲାରେ ହିତାଧିକାରୀଙ୍କୁ ବିଏସକେଓ୍ୱାଇ ସ୍ମାର୍ଟକାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ସ୍ମାର୍ଟ ହେଲ୍‌ଥ କାର୍ଡରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଉପକୃତ ହେବେ। ଏହାଦ୍ୱାରା ଗରିବ ଲୋକେ ମାଗଣାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ। ଗୋଟିଏ କାର୍ଡରେ ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ କୌଣସି ଡକ୍ୟୁମେଣ୍ଟ ନେଇ ଯିବାକୁ ପଡ଼ିବାନାହିଁ। କେବଳ କାର୍ଡ ନେଲେ ହୋଇପାରିବ ଚିକିତ୍ସା।

ଏହି କାର୍ଡ ଦ୍ୱାରା ଜିଲ୍ଲାର ପ୍ରାୟ ୨୦ଲକ୍ଷ ହିତାଧିକାରୀ ହେବେ ଉପକୃତ। ଯୋଜନା ନୂଆ ରୂପରେ କାର୍ଯ୍ୟକାରୀ ହୋଇଥିବା ବେଳେ ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଛି। ସାଢେ ୩କୋଟି ଲୋକ ଏହାର ଉପକାର ପାଇବେ। ଦେଶର ୨ଶହ ବଡ଼ ବଡ଼ ହସ୍ପିଟାଲରେ କେବଳ କାର୍ଡ ଦେଖାଇଲେ ଅନ୍ୟ କୌଣସି ଡକ୍ୟୁମେଣ୍ଟ ଦେବାକୁ ପଡିବନି। ପରିବାରର ସଦସ୍ୟଙ୍କୁ ୫ଲକ୍ଷ , ମହିଳାଙ୍କ ପାଇଁ ୧୦ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ। ଏପରି କରିବାରେ ଦେଶରେ ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା। ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ମାଇଲଷ୍ଟୋନ। ୬ ଶହ ମିଶନ ଶକ୍ତି ମା’ ମାଛ ଚାଷରେ ସାମିଲ ହୋଇଥିବା ବେଳେ ମାଛ ଉତ୍ପାଦନରେ ଜାତୀୟ ସ୍ତରରେ ବାଲେଶ୍ୱର ପାଇଛି ସମ୍ମାନ। ୨୦ ଏକର ଜମିରେ ହେବ ମାଛ ମାର୍କେଟ୍, ଖର୍ଚ୍ଚ ହେବ ୫୦ କୋଟି। ଆଖପାଖ ଅଞ୍ଚଳର ମତ୍ସ୍ୟଜୀବୀ ଉପକୃତ ହେବେ। ୯୦୦ କୋଟିର ମେଗା ପାଇପ୍ ପାଣି ପ୍ରକଳ୍ପ ଖୁବଶୀଘ୍ର ଜିଲ୍ଲାରେ ଆରମ୍ଭ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁଶୁଡ଼ିଲା ସେୟାର ମାର୍କେଟ, ୪୩୦ ପଏଣ୍ଟ ତଳକୁ ଖସିଛି ନିଫଟି

ନୂଆଦିଲ୍ଲୀ: ଭୁଶୁଡ଼ିଲା ସେୟାର ମାର୍କେଟ୍‌। ଆଜି ସକାଳୁ ବଜାର ଖୋଲିବା ପରଠାରୁ ସେୟାର ମାର୍କେଟ ତଳମୁହାଁ ହୋଇଛି। ସେନସେକ୍ସ ୧୪ଶହ ଅଙ୍କ ତଳକୁ ଖସିଥିବା ବେଳେ ନିଫଟି ୪୩୦ ପଏଣ୍ଟ ତଳକୁ ଖସିଛି। ସେନସେକ୍ସରେ ମାରୁତିର ସେୟାର ସବୁଠୁ ଅଧିକ ହ୍ରାସ ପାଇଛି। ବିଶ୍ୱର ବିଭିନ୍ନ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସେୟାର ମାର୍କେଟ ଡାଉନ ହୋଇଛି।

ସେନସେକ୍ସ ଓ ନିଫ୍ଟିରେ ସବୁ ଔଷଧ କମ୍ପାନୀ ଗ୍ରୀନ୍ ଜୋନରେ ରହିଛି। ମାତ୍ର ଅଟୋ ମୋବାଇଲ, ଷ୍ଟିଲ, ଫାଇନାନ୍ସ କମ୍ପାନୀଗୁଡ଼ିକର ସେୟାର ଲଗାତାର ହ୍ରାସ ପାଉଛି। ଗୁରୁବାର ମାର୍କେଟ ୫୮ହଜାର ୭୯୫ରେ ପଏଣ୍ଟରେ ବନ୍ଦ ହୋଇଥିଲା। ହେଲେ ଆଜିସକାଳୁ ୭୨୦ ପଏଣ୍ଟ ଖସି ମାର୍କେଟ ଖୋଲିଥିଲା। HDFC, ICICI ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଇନଫୋସିସ୍, ରିଲାଏନ୍ସ ଇଣ୍ଡଷ୍ରିଜର ସେୟାର ଲଗାତାର ହ୍ରାସ ପାଉଛି।

ଆଜି ହେଉଛି ସମ୍ବିଧାନ ଦିବସ; ଏହି ଦିବସରେ କ’ଣ ରହିଛି ଇତିହାସ ଜାଣନ୍ତୁ…

ନୂଆଦିଲ୍ଲୀ: ଆଜି ହେଉଛି ସମ୍ବିଧାନ ଦିବସ । ପ୍ରତି ବର୍ଷ ନଭେମ୍ବର ୨୬ ତାରିଖରେ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଏ । ୧୯୪୯ ମସିହା ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ରେ ଏହାକୁ ଭାରତରେ ଲାଗୁ କରାଯାଇଥିଲା । ୨୦୧୫ ମସିହାରେ ନାଗରିକଙ୍କ ମଧ୍ୟରେ ସମ୍ବିଧାନର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପ୍ରତି ବର୍ଷ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବରେ ପାଳନ କରିବାକୁ ନିଷ୍ପତି ନେଇଛି ।

ସମ୍ବିଧାନର ଇତିହାସ ଏବଂ ମହତ୍ତ୍ବ କଥା ଯଦି କହିବା ତାହାଲେ ଭାରତର ପ୍ରଥମ ଆଇନ ମନ୍ତ୍ରୀ ଭୀମରାଓ ରାମଜୀ ଆମ୍ବେଦକର ୧୯୪୭ ମସିହାରରେ ସମ୍ବିଧାନ ଡ୍ରାଫ୍ଟ କମିଟିର ସଭାପତି ଭାବରେ ନିଯୁକ୍ତି ହୋଇଥିଲେ ଏବଂ ତାଙ୍କୁ ଭାରତର ସମ୍ବିଧାନ ଲେଖିବାର ଦାୟିତ୍ବ ଦିଆଯାଇଥିଲା । ଆମେରିକା ଇତିହାସକାର ଗ୍ରୀନବିଲେ ସେଓ୍ବାର୍ଡ ଅଷ୍ଟିନ ଆମ୍ବେଦକରଙ୍କ ଦ୍ବାରା ଲେଖଯାଇଥିବା ସମ୍ବିଧାନକୁ ସର୍ବ ପ୍ରଥମେ ଏକ ସମ୍ବିଧାନିକ ଡକ୍ୟୁମେଣ୍ଟ କହିଥିଲେ ।

ଦେଶରେ ଶାସନ ପାଇଁ ସମ୍ବିଧାନ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥାଏ । ଯାହା ସମସ୍ତଙ୍କ ଆଗ୍ରହ ଏବଂ ଆବଶ୍ୟକତା ଧ୍ୟାନରେ ରଖିବା ନିଶ୍ଚିତ କରିଥାଏ । ଭାରତ ଏକ ବିବିଧତାର ଦେଶ । କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବ୍ୟାପିଥିବା ଏହି ବିଶାଳ ଦେଶରେ ବିଭିନ୍ନ ପ୍ରକାର ଭାଷା, ଉପଭାଷା, ପୋଷାକ, ଖାଦ୍ୟ ପାନୀୟ ଏବଂ ଅନ୍ୟାୟ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏପରି ସ୍ଥିତିରେ ସମ୍ବିଧାନ ହେଉଛି ଏମିତି ଏକ ବିଚାରଧାରା ଯାହା ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ଏକତ୍ର ବାନ୍ଧି ରଖିଥାଏ । ସମ୍ବିଧାନ ଦ୍ବାରା ଦେଶର ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର ପ୍ରଦାନ କରେ ଏବଂ ସେମାନଙ୍କୁ ସମାନ ନିୟମରେ ବାନ୍ଧି ରଖିଥାଏ ।

ଓଃ କି ଜଘନ୍ୟ ଏ ଦୃଶ୍ୟ, ପ୍ରଥମେ ଯୁବକଙ୍କର ତଣ୍ଟି କାଟିଲେ ତାପରେ ନିଆଁ ଲଗାଇ ଭିଡିଓ କଲେ

ବଲାଙ୍ଗୀର: ତଣ୍ଟି କାଟିଲା, ପେଟ୍ରୋଲ ଢାଳି ଜାଳିଦେଲା। ଆଉ ତାପରେ ମୋବାଇଲରେ ସୁଟ କରି ଦେଖାଇଲା ଲାଇଭ ଭିଡିଓ। ବଲାଙ୍ଗୀର ରାଜେନ୍ଦ୍ର ୟୁନିଭରସିଟି ପିଜି ହଷ୍ଟେଲ ପଛପଟୁ ଯୁବକଙ୍କ ଦରପୋଡ଼ା ମୃତଦେହ ମିଳିବା ମାମଲାର ପର୍ଦ୍ଦଫାସ ହୋଇଥିବା ବେଳେ, ଏବେ ନନ୍ଦିଘୋଷ ଟିଭି ହାତରେ ଲାଗିଛି ହତ୍ୟାକାଣ୍ଡର ଲାଇଭ ଭିଡିଓ। ଭିଡିଓରେ ରକ୍ତଲଗା

ଛୁରୀ ଓ ଜଳୁଥିବା ମରଶରୀର ଦେଖାଇଛି ଅଭିଯୁକ୍ତ ଅମିତ। ଓଡ଼ିଆ ଓ ହିନ୍ଦୀ ମିଶାମିଶି ଭାଷାରେ ଅନ୍ୟ ଜଣଙ୍କୁ ଧମକ ବି ଦେଉଛି। ତ୍ରିକୋଣୀୟ ପ୍ରେମ ସଂପର୍କକୁ ନେଇ ମୃତ ବିଶ୍ଵଦେବଙ୍କୁ ହତ୍ୟା କରିଥିଲା ବନ୍ଧୁ ଅମିତ ମନହୀର। ଉଭୟ ଗୋଟିଏ ଝିଅକୁ ଭଲ ପାଉଥିଲେ।

ଏଥିପାଇଁ ଦୁହିଁଙ୍କ ମଧ୍ୟରେ ଲାଗି ରହିଥିଲା ବିବାଦ। ପରେ ଟର୍ଣ୍ଣିଂ ପଏଣ୍ଟ ଥିଲା ଅମିତର ଭଉଣୀ ଫେରାର ହେବା। ଏଥିରେ ବିଶ୍ୱଦେବର ହାତ ଥିବା ସନ୍ଦେହ କରି ପ୍ରତିଷୋଧ ଲକ୍ଷ୍ୟରେ ଥିଲା ଅମିତ୍। ପରେ ଘରୁ ଡାକି ନେଇ ଗଞ୍ଜେଇ ପିଆଇ ନିଶାସକ୍ତ ଅବସ୍ଥାରେ ବିଶ୍ୱଦେବର ତଣ୍ଟି କାଟି ହତ୍ୟା କରିଥିଲେ ଅଭିଯୁକ୍ତ  ଅମିତ ଓ ଶୁଭମ। ମାମଲାରେ ଉଭୟଙ୍କୁ ଗିରଫ କରିବା ସହିତ ହତ୍ୟାରେ ବ୍ୟବହୃତ ସ୍କୁଟି,  ରକ୍ତଲଗା ଛୁରୀ ଜବତ କରିଛି ପୋଲିସ।

ଭୀମଟାଙ୍ଗି ପ୍ରିୟଙ୍କା ହତ୍ୟା ମାମଲାରେ ୩୫୦ ପୃଷ୍ଠାର ଚାର୍ଜସିଟ ଦାଖଲ କଲା କମିସନରେଟ ପୋଲିସ

ଭୁବନେଶ୍ୱର: ଭୀମଟାଙ୍ଗି ପ୍ରିୟଙ୍କା ସାହୁ ହତ୍ୟା ମାମଲା। ୩୫୦ ପୃଷ୍ଠାର ଚାର୍ଜସିଟ ଦାଖଲ କଲା କମିସନରେଟ ପୋଲିସ। ଭୁବନେଶ୍ୱର ଏସଡ଼ିଜେଏମ କୋର୍ଟରେ ଚାର୍ଜସିଟ ଦାଖଲ ହୋଇଥିବା ବେଳେ, ୫୧ ଜଣ ସାକ୍ଷୀ ଥିବା ସୂଚନା ମିଳିଛି। ଗତ ଜୁଲାଇ ୫ ତାରିଖରେ ପ୍ରେମ କାହାଣୀର ରକ୍ତାକ୍ତ କ୍ଲାଇମାକ୍ସ ଲେଖିଥିଲା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ। ହତ୍ୟାକାଣ୍ଡର ୪ଦିନ ପୂର୍ବରୁ ପ୍ରେମ ପାଇଁ ପାପ ପ୍ଲଟ୍ ତିଆରି କରିଥିଲା ଅଭିଯୁକ୍ତ ପାଗଳ ପ୍ରେମିକ ଜଗନ୍ନାଥ। ପ୍ରଥମେ ପୁଅ, ତାପରେ ପ୍ରିୟଙ୍କାଙ୍କୁ କରିବ ହତ୍ୟା। ମାରଣାସ୍ତ୍ର, ସିନ୍ଦୁର ନେଇ ଯାଇଥିଲା।

ହେଲେ ଘରେ ଯାଇ ପ୍ରିୟଙ୍କାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ହେଲେ ସେ ମାନିନଥିଲେ। ସେହି ସମୟରେ ଘର ମାଲିକ ଦହିବରା ଖାଇବାକୁ କହି ପୁଅକୁ ତାଙ୍କ ଘରକୁ ନେଇଯାଇଥିଲେ। ସେଥିପାଇଁ ପୁଅର ଜୀବନ ବଞ୍ଚିଯାଇଥିଲା। ଯାଜପୁରରେ ଉଭୟ ବିବାହ ପୂର୍ବରୁ ପ୍ରେମ କରୁଥିଲେ।

ଭୁବନେଶ୍ୱରରେ ଜଗନ୍ନାଥ ନେଇଥିଲା ପ୍ରତିଶୋଧ। ରୋଷେଇ ଘରେ ପ୍ରିୟଙ୍କାଙ୍କୁ ହତ୍ୟା ପରେ ନିଜେ ବିଷ ମିଶା କୋଲଡ୍ରିଙ୍କସ ପିଇ ହାତ କାଟି ଦେଇଥିଲା ଜଗନ୍ନାଥ। ଏମିତିକି ରକ୍ତଭିଜା ସୁଇସାଇଡ୍ ନୋଟ୍ ଲେଖିଥିଲା ଅଭିଯୁକ୍ତ ଜଗନ୍ନାଥ। ହତ୍ୟା ପରେ ସ୍ୱାମୀଙ୍କୁ ପଠାଇଥିଲା ପ୍ରୀୟଙ୍କାଙ୍କ ରକ୍ତାକ୍ତ ଫଟୋ। ପୁରା ଘଟଣାର ଖୁଲାସା କରିଥିଲେ ଭୁବନେଶ୍ୱର ଡିସିପି।

ପଦାର୍ପଣ ଟେଷ୍ଟରେ ଶ୍ରେୟସଙ୍କ ଶତକ; ଭାଙ୍ଗିଲେ ଏଜି କ୍ରିପାଲ ସିଂହଙ୍କ ରେକର୍ଡ

କାନପୁର: ଭାରତ-ନ୍ୟୁଜିଲାଣ୍ଡ ଦୁଇ ଟିକିଆ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ କାନପୁରରେ ଖେଳାଯାଉଛି । ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଥିଲା ଟିମ୍ ଇଣ୍ଡିଆ । ଏହି ମ୍ୟାଚରେ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ବିରାଟଙ୍କ ସ୍ଥାନରେ ପ୍ରଥମ ଟେଷ୍ଟରେ ଅଧିନାୟକତ୍ବ କରିଥିଲେ ଆଜିଙ୍କେ ରାହାଣେ । ପ୍ରଥମ ଟେଷ୍ଟରେ ବିରାଟ କୋହଲିଙ୍କ ସ୍ଥାନରେ ଡେବ୍ୟୁ କରିଥିଲେ ଶ୍ରେୟସ ଆୟାର । ତେବେ ଡେବ୍ୟୁ ମ୍ୟାଚରେ ଶତକ ହାସଲ କରି ରେକର୍ଡ ସୃଷ୍ଟି କରିଛନ୍ତି ଶ୍ରେୟସ ଆୟର । ଏଥିସହ ଆୟର ଏଜି କ୍ରିପାଲ ସିଂଙ୍କ ରେକର୍ଡ ଭାଙ୍ଗିଛନ୍ତି । ଏଜି କ୍ରିପାଲ ସିଂ ପଦାର୍ପଣ ଟେଷ୍ଟରେ ଅପରାଜିତ ୧୦୦ ରନ କରିଥିଲେ ।

ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଆରମ୍ଭରୁ ଭଲ ଆରମ୍ଭ କରିଥିଲା ଟିମ୍ ଇଣ୍ଡିଆ । କିନ୍ତୁ ୧୦୬ ରନରେ ୩ଟି ଓ୍ବିକେଟ ଗଲା ପରେ ବ୍ୟାଟିଂ କରିବାକୁ କ୍ରିଜକୁ ଆସିଥିଲେ ଶ୍ରେୟସ ଆୟର । ତେବେ ଏଭଳି ସ୍ଥିତିରେ ଦମଦାର ପ୍ରଦର୍ଶନ କରିଥିଲେ ଆୟର । ପ୍ରଥମ ଦିନ ଶେଷ ସୁଦ୍ଧା ଆୟର ୭୫ ରନ କରି ଅପରାଜିତ ଥିଲେ । ତେବେ ଆଜି ଦ୍ବିତୀୟ ଦିନ ଆରମ୍ଭରୁ ସେହି ଫର୍ମ ଜାରି ରଖିଥିଲେ ଆୟର । ଯାହା ଫଳରେ ୧୬ ତମ ଖେଳାଳି ଭାବରେ ଟେଷ୍ଟ ଡେବ୍ୟୁରେ ଶତକ ହାସଲ କରିଛନ୍ତି ଆୟର ।

ତେବେ ପଦାର୍ପଣ ଟେଷ୍ଟରେ ପ୍ରଥମ ଶତକ ହାସଲ କରିଥିଲେ ଲାଲା ଅମରନାଥ । ୧୯୩୩ ମସିହାରେ ଇଂଲଣ୍ଡ ବିପକ୍ଷରେ ୧୧୮ ରନର ପାରି ଖେଳିଥିଲେ ଅମରନାଥ । ଆୟରଙ୍କ ପୂର୍ବରୁ ୨୦୧୮ରେ ପୃଥ୍ବୀ ଶ’ ଡେବ୍ୟୁ ମ୍ୟାଚରେ ଶତକ ହାସଲ କରିଥିଲେ । ସେହିପରି ଭାବର ୨୦୧୩ରେ ଭାରତୀୟ ଦଳର ଦୁଇ ଓପନର ଶିଖର ଧାଓ୍ବନ ଓ ରୋହିତ ଶର୍ମା ନିଜର ପଦାର୍ପଣ ମ୍ୟାଚରେ ଶତକ ହାସଲ କରିଥିଲେ ।

ITDA ସହକାରୀ ଯନ୍ତ୍ରୀଙ୍କ ଘରେ ଦ୍ୱିତୀୟ ଦିନରେ ଭିଜିଲାନ୍ସ ରେଡ୍, ଜବତ ହେଲା ନଗଦ ୪୧.୭୭ ଲକ୍ଷ ଟଙ୍କା

ବାରିପଦା: ବାରିପଦା ITDAର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଦ୍ୱିତୀୟ ଦିନରେ ଜାରି ରହିଛି ଭିଜିଲାନ୍ସ ରେଡ୍। ଚଢାଉ ବେଳେ ୪୧.୭୭ ଲକ୍ଷ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ। ବିଳମ୍ବିତ ରାତିରେ ରେଡ୍ ବେଳେ, ବାଲେଶ୍ୱର ସ୍ଥିତ ଘରୁ ୨୮ଲକ୍ଷ ୧୭ହଜାର ୮୦୦ ନଗଦ ଟଙ୍କା ସହ ୬୫୯ ଗ୍ରାମ ସୁନା ଜବତ ହୋଇଛି। ପୂର୍ବରୁ ୧୩.୬ ଲକ୍ଷ ଟଙ୍କା ଜବତ ହୋଇଥିଲା। ଭୁବନେଶ୍ୱର ବରଗଡ଼ ବ୍ରିଟ୍ କଲୋନୀରେ ଥିବା ଘରର ପତ୍ତା ପାଇ ଭିଜିଲାନ୍ସ ରେଡ୍ ଆରମ୍ଭ କରିଛି। ଭୁବନେଶ୍ୱର ଓ ବରଗଡ଼ରେ ଥିବା ୪ମହଲା କୋଠାର ମୂଲ୍ୟ ୫୬ ଲକ୍ଷରୁ ଅଧିକ ଟଙ୍କା ହେବ।

ବାଲେଶ୍ୱରରେ ମଧ୍ୟ ରହିଛି ୪ ମହଲା କୋଠା। ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଗୋଟିଏ ଫ୍ଲାଟ୍, କଳିଙ୍ଗବିହାରରେ ଘର, ବାଲେଶ୍ୱରରେ ୩ଟି ପ୍ଲଟ୍ ରହିଛି। ଗୋଟିଓ କାର୍ ଓ ୩ଟି ବାଇକ୍ ଜବତ ହୋଇଛି। ଚଢ଼ାଉରେ ୧୦ ଜଣ ଡିଏସପି, ୪ ଇନ୍ସପେକ୍ଟରଙ୍କ ସହ ୩୦ ଜଣ କର୍ମଚାରୀ ସାମିଲ ହୋଇଛନ୍ତି। ଭିଜିଲାନ୍ସ ଇତିହାସରେ ରେଡ୍‌ରେ ଜବତ ଟଙ୍କା ଦୀର୍ଘ ୮ ବର୍ଷ ଧରି ଯନ୍ତ୍ରୀ ଗୋଟିଏ କାର୍ଯ୍ୟାଳୟରେ ଚାକିରି କରୁଥିବା ବେଳେ ବହୁ ଦୁର୍ନୀତିରେ ସଂପୃକ୍ତ ଥିବାର ଅଭିଯୋଗ ହୋଇଥିଲା। ଠିକାଦାରଙ୍କ ଦସ୍ତଖତ ଜାଲ କରି ଅନେକ ସମୟରେ ଟଙ୍କା ଉଠାଉଥିବାର ଠିକାଦାର ଅଭିଯୋଗ କରିଥିଲେ। ଏହାସହ ଜିଏସଟି ଠକେଇ ମାମଲାରେ ସଂପୃକ୍ତ ଥିବା ମଧ୍ୟ ଅଭିଯୋଗ ହୋଇଛି।

ଅଷ୍ଟ୍ରେଲିଆ ଟେଷ୍ଟ ଟିମର ଅଧିନାୟକ ହେଲେ ପ୍ୟାଟ୍ କମିନ୍ସ; ଷ୍ଟିଭ୍ ସ୍ମିଥ ହେଲେ ଉପ ଅଧିନାୟକ

କାନବେରା: ଅଷ୍ଟ୍ରେଲିଆ ଟେଷ୍ଟ ଦଳର ଅଧିନାୟକ ହେଲେ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ । ଅଷ୍ଟ୍ରେଲିଆ ଟିମରେ ୪୭ତମ ଅଧିନାୟକ ଭାବରେ ନିଯୁକ୍ତି ପାଇଛନ୍ତି । ପ୍ରଥମ ଦ୍ରୁତ ବୋଲର ଭାବରେ ପ୍ୟାଟ୍ କମିନ୍ସ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଭାର ସମ୍ଭାଳିବେ । ଏହା ପୂବର୍ରୁ ୧୯୫୬ରେ ରୟ ଲିଣ୍ଡଓ୍ବାଲ ଭାରତ ବିପକ୍ଷରେ ଗୋଟିଏ ଟେଷ୍ଟ ମ୍ୟାଚ ପାଇଁ ଅଧିନାୟକତ୍ବ କରିଥିଲେ । ଆସନ୍ତା ମାସରେ ହେବାକୁ ଥିବା ଆସେସ୍ ସିରିଜରେ ଅଷ୍ଟ୍ରେଲିଆ ଦଳକୁ ଲିଡ୍ କରିବେ କମିନ୍ସ । ଏଥିସହ ଅଷ୍ଟ୍ରେଲିଆ ଦଳର ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥଙ୍କୁ ଅଷ୍ଟ୍ରେଲିଆ ଟିମର ଉପ ଅଧିନାୟକ ପଦ ମିଳିଛି ।

ପ୍ୟାଟ୍ କମିନ୍ସଙ୍କୁ ଟେଷ୍ଟରେ ଅଧିନାୟକ ପଦ ମିଳିବା ପରେ ସେ କହିଛନ୍ତି କି “ମୋତେ ଆସେସ୍ ସିରିଜ ପୂର୍ବରୁ ଅଧିନାୟକ କରିଥିବାରୁ ମୁଁ ସମ୍ମାନିତ ଅନୁଭବ କରୁଛି । ଆଶା କରୁଛି କି ମୁଁ ସେହିପରି ଦଳର ନେତୃତ୍ବ ନେବ ଯେପରି ବିଗତ କିଛି ବର୍ଷ ଧରି ଟିମ୍ ପେନ ଦଳକୁ ଆଗକୁ ନେଉଥିଲେ । ସେ ଆହୁରି କହିଛନ୍ତି କି ଷ୍ଟିଭ୍ ସ୍ମିଥ ଓ ମୋ ସହ ଦଳରେ ଆହୁରି ବରିଷ୍ଠ ଖେଳାଳି ଅଛନ୍ତି । କିଛି ଯୁବ ଖେଳାଳି ମଧ୍ୟ ଆସୁଛନ୍ତି ଯାହା ଦ୍ବାରା ଆମ ଟିମ୍ ଅଧିକ ମଜବୁତ ହୋଇପାରିବ ।

ଗତ ସପ୍ତାହରେ ଟିମ୍ ପେନ୍ ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ପ୍ୟାଟ୍ କମିନ୍ସଙ୍କୁ ମିଳିଛି ଅଧିନାୟକ ପଦ । ଅଧିନାୟକ ପଦ ଛାଡିବା ସହ ଏବେ କିଛି ଦିନ ପାଇଁ କ୍ରିକେଟରୁ ମଧ୍ୟ ବରତି ନେଇଛନ୍ତି ଟିମ୍ ପେନ୍ । କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ନିକ୍ ହୋକଲେ କହିଛନ୍ତି କି ଆମେ ଜାଣିଛୁ ଏହି ସମୟ ଟିମ୍ ପେନ୍ ଓ ତାଙ୍କ ପରିବାରଙ୍କ ପାଇଁ ବହୁତ କଠିନ ସମୟ । ଏହି ସମୟରେ ଆମେ ତାଙ୍କୁ ସମର୍ଥନ କରୁଛୁ ବୋଲି କହିଛନ୍ତି ନିକ୍ କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ନିକ୍ ହୋକଲେ ।