spot_img
Home Blog Page 4874

ପୁଣି ଚନ୍ନୀଙ୍କୁ ସିଦ୍ଧୁଙ୍କ ଟାର୍ଗେଟ, ଡ୍ରଗ୍ସ ରିପୋର୍ଟ ଜାରି ନକଲେ ଆମରଣ ଅନଶନ

0

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଥରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନବଜୋତସିଂହ ସିଦ୍ଧୁ ଏବଂ ସିଏମ ଚରଣଜୀତ ସିଂହ ଚନ୍ନୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇପାରେ । ସିଦ୍ଧୁ ଚେତାବନୀ ଦେଇଛନ୍ତି ଯେ, ଯଦି ଡ୍ରଗ୍ସ ରିପୋର୍ଟ ଜାରି ନକରାଯାଏ ତେବେ ସେ ନିଜ ସରକାର ବିରୋଧରେ ଆମରଣ ଅନଶନରେ ବସିବେ ।

ସିଦ୍ଧୁ ଏକ ରାଲି କଲା ବେଳେ କହିଛନ୍ତି ଯେ, ପଞ୍ଜାବର ଲକ୍ଷ ଲକ୍ଷ ଯୁବକ ଡ୍ରଗ୍ସ ନେଇ ମୃତ୍ୟୁବରଣ କରିଛନ୍ତି ଏବଂ ଅନେକ ଏବେ ଡ୍ରଗ୍ସର ଇଞ୍ଜେକସନ ନେଉଛନ୍ତି । ପଞ୍ଜାବରେ ଯୁବପିଢ଼ୀଙ୍କ ମଧ୍ୟରେ ବଢ଼ୁଥିବା ଡ୍ରଗ୍ସର ନିଶା ଏବଂ କାରବାର ଦେଖି କହିଛନ୍ତି ଯେ, ଯଦି ନିଶା ଏବଂ ଡ୍ରଗ୍ସ ସହ ଜଡ଼ିତ ରିପୋର୍ଟ ସରକାର ସାର୍ବଜନୀନ ନକରନ୍ତି ତେବେ ସେ ଆମରଣ ଅନଶନରେ ବସିବେ ।

ନିଶା କାରଣରୁ ଯୁବ ପିଢ଼ୀ ନଷ୍ଟ ହେବାକୁ ଯାଉଛନ୍ତି ଏବଂ ଲୋକମାନେ ରାଜ୍ୟ ଛାଡୁଛନ୍ତି ବୋଲି ସିଦ୍ଧୁ କହିଛନ୍ତି। ଏପରି ପରିସ୍ଥିତିରେ, ଯଦି ଲୋକମାନେ ପଞ୍ଜାବ ଛାଡନ୍ତି, ତେବେ ଟଙ୍କା କେଉଁଠୁ ରାଜକୋଷକୁ ଆସିବ ଏବଂ ବଡ ଡାକ୍ତରଖାନା ଏବଂ ଝିଅମାନଙ୍କ ପାଇଁ କଲେଜ କେଉଁଠାରୁ ନିର୍ମାଣ ହେବ । ଏହାପୂର୍ବରୁ ଚନ୍ନୀ ଏବଂ ସିଦ୍ଧୁଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ କଳହ ଲାଗି ରହିଥିଲା । ସମ୍ପ୍ରତି କାରତାରପୁର କରିଡର ଖୋଲିବା ପରେ ଯେତେବେଳେ ଚନ୍ନୀ ପ୍ରତିନିଧୀଙ୍କ ସହ ଦର୍ଶନ କରିବାକୁ ଯାଉଥିଲେ, ସେତେବେଳେ ସିଦ୍ଧୁ ସେହି ପ୍ରତିନିଧୀ ଦଳରେ ଅନ୍ତର୍ଭୁକ୍ତ ହୋଇନଥିଲେ। ସିଦ୍ଧୁ ଏହା ଉପରେ ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଥିଲେ।

ଏଥି ସହିତ, ପରିସଂଖ୍ୟାନ ଅନୁଯାୟୀ, ବିଶ୍ୱରେ ଡ୍ରଗ୍ସ ହେତୁ ପ୍ରତିବର୍ଷ ପ୍ରାୟ ଦୁଇ ଲକ୍ଷ ମୃତ୍ୟୁ ହେଉଛି ଏବଂ ଗତ ତିନିବର୍ଷ ମଧ୍ୟରେ ଭାରତରେ ଡ୍ରଗ୍ସର ବଜାର ୪୫୫ ପ୍ରତିଶତ ବୃଦ୍ଧି ପାଇଛି । ରିପୋର୍ଟ ଅନୁଯାୟୀ, ଦେଶର ୨.୧ ପ୍ରତିଶତ ଲୋକ ଡ୍ରଗ୍ସ ଖାଉଛନ୍ତି, ଯେଉଁଥିରେ ମିଜୋରାମ ପ୍ରଥମ, ପଞ୍ଜାବ ଦ୍ୱିତୀୟ ଏବଂ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି । ପ୍ରାୟ ଏକ କୋଟି ୩ ଲକ୍ଷ ଲୋକ ଗଞ୍ଜେଇ କିମ୍ବା ଚରସ ଖାଇଥା’ନ୍ତି । ସିକ୍କିମରେ ସର୍ବାଧିକ ନିଶା ସେବକ ଅଛନ୍ତି ।

ମାୟାବତୀଙ୍କୁ ବଡ଼ ଝଟକା; ବସପା ବିଧାନମଣ୍ଡଳ ଦଳର ନେତା ଶାହ ଆଲମ ଦେଲେ ଇସ୍ତଫା

ଲକ୍ଷ୍ନୌ: ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ବିଧାନସଭା ନିର୍ବାଚନକୁ ନେଇ ରଣନୀତି ଆରମ୍ଭ କରିସାରିଲେଣି ବିଭିନ୍ନ ରାଜନୈତିକ ଦଳ । ତେବେ ଏଭଳି ସ୍ଥିତିରେ ବହୁଜନ ସମାଜ ପାର୍ଟିକୁ ଲାଗିଛି ବଡ଼ ଝଟକା । ବସପା ବିଧାନ ମଣ୍ଡଳ ଦଳର ନେତା ଶାହ ଆଲମ ଦଳରୁ ଇସ୍ତଫା ଦେଇଛନ୍ତି । ସେ ବସପା ସୁପ୍ରିମୋ ମୟାବତୀଙ୍କୁ ଚିଠି ଲେଖି ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି । ନିର୍ବାଚନ ପୂର୍ବରୁ ଶାହ ଆଲମ ଦଳରୁ ଇସ୍ତଫା ଦେବା ବସପାକୁ ଏକ ବଡ଼ ଝଟକା ଲାଗିଛି ।

ସେ ଏକ ଚିଠି ଲେଖି ବସପା ପ୍ରମୁଖ ମୟାବତୀଙ୍କୁ କହିଛନ୍ତି କି ସେ ଭାରି ହୃଦୟରେ ନିଜର ଇସ୍ତଫା ଦେଇଛନ୍ତି । ସେ ଏହି ଚିଠିରେ ଉଲ୍ଲେଖ କରିଛନ୍ତି କି ବିଗତ ଦିନରେ ଯେଉଁ ଆଲୋଚନା ହୋଇଥିଲା ସେଥିରେ ଏହା ଲାଗିଥିଲା କି ଆପଣଙ୍କ ବିଶ୍ବାସ ମୋ ଉପରେ ନାହିଁ । ଯାହା ଫଳରେ ପାର୍ଟିର ବିଭିନ୍ନ ପଦବୀରୁ ମୁଁ ଇସ୍ତଫା ଦେଉଛି । ବହୁଜନ ସମାଜ ପାର୍ଟିର ମୁସଲିମ୍ ଚେହେରା ଭାବରେ ଶାହ ଆଲମ ଆଜମଗଡ଼ର ମୁବାରକପୁରରେ ଦୁଇ ଥର ବିଧାୟକ ରହିଥିଲେ ।

ତେବେ ବସପାରୁ ଇସ୍ତଫା ଦେବା ପରେ ସମାଜବାଦ ପାର୍ଟିରେ ଯୋଗ ଦେଇପାରନ୍ତି ଶାହ ଆଲମ । ଏହା ପୂର୍ବରୁ ଯେଉଁ ୯ ଜଣ ବିଧାୟକଙ୍କୁ ମାୟାବତୀ ଦଳରୁ ବାହାର କରିଥିଲେ ସେଥିରେ କିନ୍ତୁ ନଥିଲେ ଶାହ ଆଲମ । ତେବେ ଯେଉଁ ୯ ଜଣ ବିଧାୟକଙ୍କୁ ମାୟାବତୀ ଦଳରୁ ବାହାର କରିଥିଲେ ସେଥିମଧ୍ୟରୁ ବନ୍ଦନା ସିଂଙ୍କ ବ୍ୟତୀତ ଆଉ ସମସ୍ତ ବିଧାୟକ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ବୌଦ୍ଧରେ ହେବ କୁଲିଂ ପ୍ଲାଣ୍ଟ

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲାରେ ବି ଆସିଲା ସ୍ୱାସ୍ଥ୍ୟସେବାରେ ବିପ୍ଲବ । ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୧ ଲକ୍ଷ ୮ ହଜାର ୫ ଶହ ୫୫ ପରିବାରର ୩ ଲକ୍ଷ ୭୨ ହଜାର ୩ ଶହ ୮୭ ଜଣ ହିତାଧିକାରୀ ଏହା ଦ୍ୱାରା ଉପକୃତ ହେବେ । ଏ ଅବସରରେ ବୌଦ୍ଧର ଦୁଗ୍ଧ ଚାଷୀଙ୍କୁ ପ୍ରଂଶସା କରିଛନ୍ତି ନବୀନ । ଦୁଗ୍ଧ ଉତ୍ପାଦନ ବଢ଼ାଇବାକୁ ଜିଲ୍ଲାରେ କୁଲିଂ ପ୍ଲାଣ୍ଟ ଖୋଲାଯିବ ବୋଲି ମୁଖମନ୍ତ୍ରୀ ଘୋଷଣା କରିଛନ୍ତି ।

To Boost Milk Production, CM Announced To Setup Cooling Plant In Boudh

ଏ ଅବସରର ବିଏସକେୱାଇ ସ୍ମାର୍ଟ କାର୍ଡ ବୈଶିଷ୍ଟ୍ୟତା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ, ମୁଁ ଚାହେଁ ସମସ୍ତେ ସୁସ୍ଥ ରହୁନ୍ତୁ । ଚିକିତ୍ସା ପାଇଁ କେହି ଜମିବାଡ଼ି ନ ବିକନ୍ତୁ ଅବା ପିଲାଙ୍କ ପାଠପଢ଼ାରେ ଡୋରି ନ ଲାଗୁ । ମୁଖ୍ୟମନ୍ତ୍ରୀ ବିଏସକେୱାଇ କାର୍ଡ ବଣ୍ଟନ ସହ ବୌଦ୍ଧ ଜିଲ୍ଲା ପାଇଁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି ।

୨୩ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିବା ସହ ୪୬୩ କୋଟିର ନୂତନ ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାସ୍ଥ୍ୟ ସେବାର ସ୍ମାର୍ଟ ଇତିହାସରେ ସାମିଲ ହେଉଛି ଗୋଟିଏ ପରେ ଗୋଟିଏ ଜିଲ୍ଲା । ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢ଼େ ତିନି କୋଟି ଲୋକ ଉପକୃତ ହେବେ । କେବଳ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ଼ ବଡ଼ ହସ୍ପିଟାଲରେ ପାଇ ପାରିବେ ଉନ୍ନତ ଚିକିତ୍ସା ।

ବଜ୍ରକାପ୍ତା ଉଦ୍ଧାର, ଜଣଙ୍କୁ ଗିରଫ କଲା ଏସଟିଏଫ୍

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ସାତକୋଶିଆ-ନାଲଦା ରାସ୍ତାର ମହୁଲଦିଆ ନିକଟରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ବିକ୍ରି ଉଦ୍ଦେଶ୍ୟରେ ଅଣା ଯାଇଥିବା ବଜ୍ରକାପ୍ତାକୁ ଉଦ୍ଧାର କରିଛି ଏସଟିଏଫ୍ । ସାତକୋଶିଆ ରେଞ୍ଜ ଅଧିକାରୀଙ୍କ ସହଯୋଗରେ ଏସଟିଏଫ୍ ଚଢ଼ାଉ କରି ବଜ୍ରକାପ୍ତା ଉଦ୍ଧାର କରିବା ସହ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ।

 STF Seized Live Pangolin And Arrested One

ଗିରଫ ବ୍ୟବସାୟୀ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ନୀଳମଣି ଦେହୁରୀ । ଉଦ୍ଧାର ବଜ୍ରକାପ୍ତାକୁ କରଞ୍ଜିଆ ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି । ବନ୍ୟପ୍ରାଣୀଙ୍କ ସୁରକ୍ଷା ନିମନ୍ତେ ୨୦୨୦ରୁ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହୋଇଛି । ସେବେଠାରୁ ୨୧ଟି କଲରାପତରିଆ ବାଘ ଛାଲ, ୧୧ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୮ଟି ଜୀବନ୍ତ ବଜ୍ରକାପ୍ତା, ୧୫ କେଜି ବଜ୍ରକାପ୍ତା କାତି ଜବତ ହୋଇଛି । ୪୭ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଡିଲିଟ ହୋଇଯାଇଥିବା WhatsApp ମେସେଜକୁ ପୁଣି ଥରେ ପଢ଼ିପାରିବେ, ଫଲୋ କରନ୍ତୁ ଏହି ଷ୍ଟେପ୍

ନୂଆଦିଲ୍ଲୀ: ହ୍ୱାଟସ୍ ଆପ୍ ହେଉଛି ବିଶ୍ୱବ୍ୟାପୀ ସର୍ବାଧିକ ବ୍ୟବହୃତ ଇଂଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ । ଯଦି ଆପଣ ହଠାତ୍ ହ୍ୱାଟସ୍ ଆପରେ କିଛି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଡିଲିଟ୍ କରିଛନ୍ତି, ତେବେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ଆପଣଙ୍କ ଡିଲିଟ ହୋଇଥିବା ମେସେଜକୁ ପୁଣି ଥରେ ପଢ଼ିବାର ଏକ ଉପାୟ ଅଛି ।  ଏଥିପାଇଁ ଆପଣଙ୍କୁ କିଛି ସହଜ ଷ୍ଟେପ ଅନୁସରଣ କରିବାକୁ ପଡିବ ଏବଂ ଏହା ପରେ ଆପଣ ଡିଲିଟ୍ ହୋଇଥିବା ହ୍ୱାଟସ୍ ଆପ୍ ଚାଟକୁ ସହଜରେ ରିକଭର କରିବାକୁ ସମର୍ଥ ହେବେ । ଗୁଗୁଲ୍ ଡ୍ରାଇଭ୍ କିମ୍ବା ଡିଭାଇସ୍ ବ୍ୟାକଅପ୍ ସାହାଯ୍ୟରେ ଆପଣ ଡିଲିଟ୍ ହୋଇଥିବା ହ୍ୱାଟସ୍ ଆପ୍ ଚାଟ୍ ରିକଭର କରିପାରିବେ । ଚାଟ୍ ରିକଭରୀ କରିବାକୁ, ହ୍ୱାଟସ୍ ଆପ୍ ବ୍ୟବହାରକାରୀଙ୍କୁ ନିମ୍ନରେ ଦିଆଯାଇଥିବା ପଦକ୍ଷେପଗୁଡ଼ିକୁ ଅନୁସରଣ କରିବାକୁ ପଡିବ ।

ଏହି ପ୍ରୋସେସକୁ ଠିକ ଭାବେ କରିବା ପାଇଁ ଆପଣଙ୍କ ମୋବାଇଲରେ ହ୍ୱାଟସଆପର ବ୍ୟାକଅପ ଅପସନ ଥିବା ଆବଶ୍ୟକ । ହ୍ୱାଟସ୍ ଆପ୍ ବ୍ୟବହାରକାରୀଙ୍କୁ ଦିନକୁ ଥରେ, ସପ୍ତାହରେ ଥରେ କିମ୍ବା ମାସରେ ଥରେ ଚାଟ୍ ବ୍ୟାକଅପ୍ କରିବାକୁ ଅନୁମତି ଦିଏ । ବାସ୍ତବରେ, ହ୍ୱାଟସ୍ ଆପ୍ ଚାଟ୍ ମେସେଜ୍ ପ୍ରତିଦିନ ବ୍ୟାକଅପ୍ କରିବା ଉଚିତ । ଡିଲିଟ୍ ହୋଇଥିବା ଚାଟସ ଗୁଡ଼ିକୁ ପୁନରୁଦ୍ଧାର କରିବା ପାଇଁ, ଆପଣଙ୍କୁ କେବଳ ଫିଚର ଏନାବଲ କରିବାକୁ ପଡିବ ଏବଂ ବ୍ୟାକଅପ୍ ଅପ୍ସନ୍ ଚୟନ କରନ୍ତୁ ।

ଡିଲିଟେଡଚ ଚାଟ୍ ରିକଭର କରିବା ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ

  • ପ୍ରଥମେ ନିଜ ସ୍ମାର୍ଟଫୋନରେ ନିଜ ଗୁଗୁର ଆକାଉଣ୍ଟରୁ ଲଗଇନ କରନ୍ତୁ ।
  • ଏହାପରେ ୧୦ ଡିଜିଟ ମୋବାଇଲ ନମ୍ବର ବ୍ୟବହାର କରି ନିଜ ହ୍ୱାଟସଆପ ଆକାଉଣ୍ଟରେ ପୁଣି ଥରେ ଲଗଇନ କରନ୍ତୁ ।
  • ଯେତେବେଳେ ଆପଣ ଲଗଇନ କରିବେ ସେତେବେଳେ ହ୍ୱାଟସଆପ ଆପଣଙ୍କ ଚ୍ୟାଟ ହିଷ୍ଟ୍ରିକୁ Google Drive ରୁ ରିକଭର କରିବା ପାଇଁ ଏକ ପ୍ରମଣ୍ଟ୍ ଦେଖାଇବ ।
  • ପୁରୁଣା ଚାଟର ବ୍ୟାକଅଫ କରିବା ପାଇଁ ରିଷ୍ଟୋର ଅପସନ ଏବଂ ନେକଷ୍ଟ ଉପରେ କ୍ଲିକ କରନ୍ତୁ ।
  • ଚାଟକୁ ସପୋର୍ଟ କରିବା ପାଇଁ ପ୍ରଥମେ ସ୍ମାର୍ଟଫୋନକୁ ୱାଉଇ-ଫାଇରେ କନେକ୍ଟ କରନ୍ତୁ ।
  • ଯଦି ଆପଣଙ୍କ ଚାଟ ହିଷ୍ଟ୍ରି ଗୁରୁଲ ଡ୍ରାଇଭରେ ସେଭ ନାହିଁ, ତେବେ ହ୍ୱାଟସଆପ ଲକର୍ ଷ୍ଟୋରେଜରୁ ମେସେଜର ବ୍ୟାକଅଫ ନେବା ପାଇଁ ଅପସନ ମଧ୍ୟ ଦେଇଥାଏ ।

ହ୍ୱାଟସଆପ ଚା ଲକର୍ ଷ୍ଟୋରେଜରୁ କେମିତି କରିବେ ରିଷ୍ଚୋର

  • ସ୍ମାର୍ଟଫୋନର ଫାଇଲ ମ୍ୟାନେଜରକୁ ଯାଆନ୍ତୁ
  • ନିଣ୍ଟରନାଲ ଷ୍ଟୋରେଜ ଭିତରେ ଥିବା ହ୍ୱାଟସଆପ ଫୋଲ୍ଡରକୁ ଯାଆନ୍ତୁ
  • ସେଠାରୁ ଆପଣଙ୍କୁ ଡାଟାବେସକୁ ବାଛିବାର ଅଇ
  • ସେଠାରେ ଆପ ଣଙ୍କୁ ନିଜ ସବୁ ଚାଟର ବ୍ୟାକଅପ ନଜର ଆସିବ

ପୁରୁଣା ଚାଟର ବ୍ୟାକଅପ କରିବା ପାଇଁ ଆପଣଙ୍କୁ ହ୍ୱାଟସଆପକୁ ଅନଇନଷ୍ଟଲ କରିବାକୁ ପଡ଼ିବ । ଏହାକୁ ପୁଣି ଥରେ ଇନିଷ୍ଟଲ କରନ୍ତୁ । ଏହାପରେ ନିଜ ମୋବାଇଲ ନମ୍ବରରୁ ଲଗଇନ କରନ୍ତୁ  ଏବଂ ରିକଭରୀ ଉପରେ କ୍ଲିକ କରନ୍ତୁ । ଏହାପରେ ବାଛିଥିବା ଡାଟାବେସ ଫୋଲ୍ଡରକୁ ଚୟନ କରନ୍ତୁ ଏବଂ ପୂର୍ବ ତାରିଖର ଚାଟ ବ୍ୟାକଅପକୁ ରିକଭର କରିବା ପାଇଁ ଏହାର ନାଆ ବଦଳାଇ msgstore.db.crypt12 ରଖନ୍ତୁ ।

ଧ୍ୟାନ ଦେବେ ଯେ Crypt Extension ଯେପରି ବଦଳିବ ନାହିଁ । ଜଣାଇ ରଖୁଛୁ ଯେ ହ୍ୱାଟସଅପ ନିଜ ସର୍ଭରରେ ଚାଟ ସେଭ୍ କରି ରଖେ ନାହିଁ । ଏହା ଗୁଗୁଲ ଡ୍ରାଇଭ ବା ଆପଣଙ୍କ ସ୍ମାର୍ଟଫୋନର ଇଣ୍ଟରନାଲ ଷ୍ଟୋରେଜ ଉପରେ ଡାଟାବେସ ଜେନେରେଟ କରିଥାଏ । ଭୁଲରେ ଡିଲିଟ ହୋଇଥିବା ମେସେଜକୁ ରିକଭର କରିବା ପାଇଁ ବ୍ୟବହାର କରାଯାଏ ।

କାନପୁର ଟେଷ୍ଟରେ ଶୁଭିଲା “ପାକିସ୍ତାନ ମୁର୍ଦ୍ଦାବାଦ” ନାରା; ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

କାନପୁର: ଆଜିଠାରୁ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ । କାନପୁରରେ ଖେଳାଯାଉଛି ଏହି ଦୁଇ ଟିକିଆ ସିରିଜର ପ୍ରଥମ ମ୍ୟାଚ । ପ୍ରଥମ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଛି ଟିମ୍ ଇଣ୍ଡିଆ । ତେବେ ପ୍ରଥମ ମ୍ୟାଚର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୪ ଓ୍ବିକେଟ ହରାଇ କରିଛି ୨୫୮ ରନ । ତେବେ ଆଜିର ମ୍ୟାଚ ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

https://twitter.com/pant_fc/status/1463738233364250626?s=20

ଟସ୍ ଜିତି ବ୍ୟାଟିଂ କରୁଥିବା ସମୟରେ ଭାରତ ଭଳ ଆରମ୍ଭ କରିଥିଲା । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଭାରତ ବ୍ୟାଟିଂର ଷଷ୍ଠ ଓଭରରେ ହୋଇଛି । ଯେତେବେଳେ ଶୁଭମନ ଗିଲ୍ ଓ ମୟଙ୍କ ଅଗ୍ରଓ୍ବାଲ ବ୍ୟାଟିଂ କରୁଥିଲେ । ସେହି ସମୟରେ ଷ୍ଟାଣ୍ଡରୁ ଶୁଣିବାକୁ ମିଳିଥିଲା ପାକିସ୍ତାନ ମୁର୍ଦ୍ଦାବାଦର ନାରା । ଏହା ବ୍ୟତୀତ ଭାରତୀୟ ଖେଳାଳିଙ୍କୁ ସମର୍ଥନ ଜଣାଇ ପ୍ରଶଂସକ ବନ୍ଦେ ମାତରମ୍ ଓ ଭାରତ ମାତା କି ଜୟର ନାରା ଦେଇଥିଲେ ।

ରାଜନୈତିକ ଓ କୂଟନୈତିକ କାରଣରୁ ଭାରତ-ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ସିରିଜ ଖେଳାଯାଉ ନାହିଁ । କେବଳ ଆଇସିସି ଇଭେଣ୍ଟରେ ଏହି ଦୁଇ ଦେଶ ମୁହାଁମୁହିଁ ହେଉଛନ୍ତି । ନିକଟରେ ହୋଇଥିବା ଟି-୨୦ ବିଶ୍ବକପରେ ଉଭୟ ଦେଶ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଭାରତକୁ ୧୦ ଓ୍ବିକେଟରେ ପରାସ୍ତ କରିଥିଲା ପାକିସ୍ତାନ । ବିଶ୍ବକପ ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ପରାଜିତ କରିଥିଲା ପାକିସ୍ତାନ ।

ଚାକିରି ପ୍ରଲୋଭନ ଦେଇ ଦୁଷ୍କର୍ମ, ବରିଷ୍ଠ ଅଡିଟରଙ୍କୁ ୧୦ ବର୍ଷ ଜେଲ୍

ଭୁବନେଶ୍ୱର: ଏଜି ଅଫିସରେ ଚାକିରି ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ ମାମଲା । ଅଡିଟର ଜେନେରାଲ କାର୍ଯ୍ୟାଳୟର ବରିଷ୍ଠ ଅଡିଟରଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ ଦେଲେ କୋର୍ଟ । ୨୦୧୪ ସେପ୍ଟେମ୍ବରରେ ଘଟିଥିବା ଦୁଷ୍କର୍ମ ମାମଲାର ବିଚାର କରି ଏହି ରାୟ ଶୁଣାଇଛନ୍ତି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ । ସିନିଅର ଅଡିଟର ଟୁଟୁ ଓରଫ ସୌମେନ୍ଦ୍ର ନାରାୟଣ ଦାସଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ।

Court Sentenced 10 Year Jail To Senior Audtior OF AG Office In A Rape Case

ଧାରା ୩୭୬ ଅନୁସାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ୮ ଜଣ ସାକ୍ଷୀଙ୍କ ବୟାନ ଏବଂ ୨୩ଟି ଦସ୍ତାବିଜ୍ ଆଧାରରେ କୋର୍ଟ ଟୁଟୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତିଷ । ୨୦୧୪ ମସିହା ସେପ୍ଟେମ୍ବରରେ ଦୁଷ୍କର୍ମ ନେଇ ଭୁବନେଶ୍ୱର ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା । ମାମଲାର ପରିଚାଳନା କରୁଥିଲେ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ଡକ୍ଟର ସୁରେଶ କୁମାର ବାରିକ ।

କେନ୍ଦ୍ରକୁ ବିଜେଡିର ଚେତାବନୀ, ଗ୍ୟାସ୍ ଦର ହ୍ରାସ ପାଇଁ ୩୦ ତାରିଖ ସୁଦ୍ଧା ନିଅ ପଦକ୍ଷେପ

ଭୁବନେଶ୍ୱର: ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ପ୍ରତିବାଦକୁ ସମର୍ଥନ ଜଣାଇଛନ୍ତି ଜନ ସାଧାରଣ ।  ବିଶ୍ୱର କୌଣସି ଦେଶରେ ରନ୍ଧନ ଗ୍ୟାସ୍ ଦର ଏତେ ଦ୍ରୁତ ଗତିରେ ଏତେ ବେଶି ବଢ଼ି ନାହିଁ । ୨୦୧୪ ମସିହାରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ବେଳେ ଗ୍ୟାସ୍ ଦର ୪୧୪ ଟଙ୍କା ଥିଲା । ୭ ବର୍ଷ ମଧ୍ୟରେ ଗ୍ୟାସ ସିଲିଣ୍ଡର ଦୁଇ ଗୁଣ ବଢ଼ି ୯୩୦ ଟଙ୍କା ଉପରେ ରହିଛି । ମହାମାରୀ କରୋନା ସଂକଟ ସମୟରେ ମଧ୍ୟ ପ୍ରତି ମାସରେ ଦର ୨୫ରୁ ୭୫ ଟଙ୍କା ବଢ଼ିଛି । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରେସମିଟରେ ବର୍ଷିଛି ବିଜେଡି ।

ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି କରି ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି କେନ୍ଦ୍ର ସରକାର । ଲୋକେ ତ୍ରାହି ତ୍ରାହି ଡାକିଲେଣି । ପ୍ରତିବାଦରେ ବିଜୁ ଜନତା ଦଳ ଦେଇଥିବା ଡାକରାରେ ଲୋକେ ରାସ୍ତାକୁ ଓହ୍ଲାଇଲେଣି । ମାତ୍ର କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗୁ ନାହିଁ ।

BJD Warns Centre To Reduce Gas Price Before 30th November

ଓଲଟି ବିଜେପିର ରାଜ୍ୟ ନେତୃବୃନ୍ଦ କେନ୍ଦ୍ର ସରକାରଙ୍କୁ ବଞ୍ଚାଇବା ଲାଗି ମିଛ ସାହାରା ନେଇ ଉଦ୍ଭଟ ଯୁକ୍ତି ବାଢ଼ୁଛନ୍ତି । ଲୋକଙ୍କୁ ଭୂଆଁ ବୁଲାଇ କହୁଛନ୍ତି ଅନ୍ତର୍ଜାତୀୟ ବଜାରରେ ଗ୍ୟାସ୍ ଓ ଅଶୋଧିତ ତୈଳଦର ବୃଦ୍ଧି ଯୋଗୁଁ ଦେଶରେ ଗ୍ୟାସ୍ ଦର ବଢ଼ୁଛି । ମାତ୍ର ବାସ୍ତବ କଥା ହେଲା, ୨୦୧୪ରେ ଅନ୍ତର୍ଜାତୀୟ ବଜାରରେ ନାଚୁରାଲ ଗ୍ୟାସ ଦର ୬ ଡଲାର ଥିଲା । ଏବେ ତାହା ୫.୮ ଡଲାରକୁ ଖସି ଆସିଛି । ଠିକ୍ ସେହିଭଳି ୨୦୧୪ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ୍ ପିଛା ୮୬ ଡଲାର ଥିବାବେଳେ ଏବେ ୭୮ ଡଲାର ରହିଛି । ଉଭୟ ନାଚୁରାଲ୍ ଗ୍ୟାସ୍ ଓ ଅଶୋଧିତ ତୈଳଦର ଯଥାକ୍ରମେ ୧୫ ଓ ୧୦ ପ୍ରତିଶତ କମିଥିଲା ବେଳେ ରନ୍ଧନ ଗ୍ୟାସ୍ ଦର ୧୨୩ ପ୍ରତିଶତ ବଢ଼ିବାର ଯଥାର୍ଥତା ନେଇ ପ୍ରଶ୍ନ ଉଠାଇଛି ବିଜେଡି ।

BJD Warns Centre To Reduce Gas Price Before 30th November

ସେହିଭଳି କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନା ନେଇ ଲୋକଙ୍କୁ ମଛ ସଫଳତାର କାହାଣୀ ଶୁଣାଉଥିବା କହିଛି ବିଜେଡି । ଗରିବ ଓ ଅବହେଳିତ ବର୍ଗର ମହିଳାଙ୍କୁ ଆଉ ଚୁଲି ମୁଣ୍ଡକୁ ଯାଇ ଧୂଆଁରେ ରୋଷେଇ କରିବାକୁ ପଡ଼ିବ ନାହିଁ ବୋଲି କେନ୍ଦ୍ର କହିଥିଲା । ମାତ୍ର ଗ୍ୟାସର ଦରବୃଦ୍ଧି ଯୋଗୁଁ ଅଧିକାଂଶ ଉଜ୍ଜ୍ୱଳା ହିତାଧିକାରୀ ସିଲିଣ୍ଡର ରିଫିଲିଂ କର ନପାରି ପୁଣି ଚୁଲି ମୁଣ୍ଡକୁ ଫେରି ଯାଇଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ଯେ ଫମ୍ପା ଥିଲା, ଲୋକେ ବୁଝି ସାରିଲେଣି । ତେଣୁ, ଦଳମତ ନିର୍ବିଶେଷରେ ମହିଳାମାନେ ବି ହଜାର ହଜାର ସଂଖ୍ୟାରେ ରାସ୍ତାକୁ ଓହ୍ଲାଇଛନ୍ତି । ଆଗାମୀ ଦିନରେ ମହିଳାମାନେ ଏହାର ଉଚିତ୍ ଜବାବ ଦେବେ ।

ବିଜେଡି ସାଢ଼େ ଚାରିକୋଟି ଓଡ଼ିଆଙ୍କ ସ୍ୱାର୍ଥ ରକ୍ଷା ପାଇଁ କାମ କରି ଆସୁଛି । ୨୨, ୨୩ ଓ ୨୪ ତିନିଦିନ ଧରି ଦଳ ପକ୍ଷରୁ ଦିଆ ଯାଇଥିବା ଆନ୍ଦୋଳନ ଡାକରାରେ ରାଜ୍ୟବ୍ୟାପୀ ବିପୁଳ ସମର୍ଥନ ମିଳିଛି । ମହିଳାଙ୍କ ଠାରୁ ନେଇ ଯୁବକ, ଛାତ୍ର ଓ ଜନସାଧାରଣ ଆନ୍ଦୋଳନକୁ ସଫଳ କରାଇଛନ୍ତି । ଏଥିସହ କେନ୍ଦ୍ର ସରକାର ଆସନ୍ତା ୩୦ ତାରିଖ ସୁଦ୍ଧା ଗ୍ୟାସ୍ ଦର କମାଇବା ଲାଗି ପଦକ୍ଷେପ ନନେଲେ ବିଜେଡି ସାରା ରାଜ୍ୟରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବ ବୋଲି ଚେତାବନୀ ଦେଇଛି ।

ପ୍ରଥମ ଟେଷ୍ଟରେ ମୁହାଁମହିଁ ହେଲେ ଗୋଟିଏ ସହରର ବ୍ୟାଟ୍ସମ୍ୟାନ ଓ ବୋଲର

କାନପୁର: ଆଜିଠାରୁ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ । ଦୁଇ ଟିକିଆ ଟେଷ୍ଟ ମ୍ୟାଚର ପ୍ରଥମ ମ୍ୟାଚ ଆଜି କାନପୁରରେ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚରେ ଡେବ୍ୟୁ କରିଛନ୍ତି ଶ୍ରେୟସ ଆୟର । ତେବେ ପ୍ରଥମ ଟେଷ୍ଟରେ ଏକ ବିରଳ ସଂଯୋଗ ଦେଖିବାକୁ ମିଳିଥିଲା । ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ମୁହାଁମୁହିଁ ହୋଇଥିଲେ ଗୋଟିଏ ସହରର ବ୍ୟାଟ୍ସମ୍ୟାନ ଓ ବୋଲର । ଯାହାକି ଅନ୍ତର୍ଜାତୀୟ କ୍ରିକେଟରେ ବହୁତ କମ୍ ଥର ଦେଖାଯାଏ ।

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ସ୍ପିନ ବୋଲର ଅଜାଜ୍ ପଟେଲ ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳୁଛନ୍ତି । ଯିଏ ଭାରତର ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ । ତେବେ ଭାରତୀୟ ଦଳରେ ଡେବ୍ୟୁ କରିଥିବା ଶ୍ରେୟସ ଆୟର ବି ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ । ପ୍ରଥମ ଟେଷ୍ଟ କାନପୁରରେ ଖେଳାଯିବା ପରେ ଦ୍ବିତୀୟ ଟେଷ୍ଟ ମୁମ୍ବାଇରେ ଖେଳାଯିବା । ଯାହା ଉଭୟ ଶ୍ରେୟସ ଆୟର ଓ ଅଜାଜ ପଟେଲଙ୍କ ଜନ୍ମସ୍ଥାନ । ତେବେ ଆଜିର ମ୍ୟାଚରେ ଆୟର ବ୍ୟାଟିଂ କରୁଥିବା ସମୟରେ ବୋଲିଂ କରିବାକୁ ଆସିଥିଲେ ଅଜାଜ ପଟେଲ । ଏହି ସମୟରେ ସାମ୍ନାସାମ୍ନି ହୋଇଥିଲେ ଗୋଟିଏ ସହରର ବ୍ୟାଟ୍ସମ୍ୟାନ ଓ ବୋଲର ।

ବାମହାତୀ ସ୍ପିନର ଅଜାଜ ପଟେଲ ୨୧ ଅକ୍ଟୋବର ୧୯୮୮ରେ ମୁମ୍ବାଇରରେ ଜନ୍ମ ଗ୍ରହଣ କରିଥିଲେ । ତେବେ ଅଜାଜ ପଟେଲଙ୍କୁ ୮ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ପରିବାର ନ୍ୟୁଜିଳାଣ୍ଡ ସିପ୍ଟ ହୋଇଯାଇଥିଲେ । ଭାରତ ଗସ୍ତରେ ଆସିଥିବା ଅଜାଜ କହିଥିଲେ କି ମୁଁ ଏମିତି ଏକ ସ୍ଥାନରେ ରହିଛି ଯେଉଁ ସ୍ଥାନକୁ ପୂର୍ବରୁ କେବେ ଆସିନଥିଲି । ଭାରତ ଏକ ଶାନଦାର ଦେଶ ବୋଲି କହିଥିଲେ ଅଜାଜ ପଟେଲ । ସେହିପରି ଭାବରେ ୨୬ ବର୍ଷିୟ ଶ୍ରେୟସ ଆୟରଙ୍କ ଜନ୍ମ ୬ ଡିସେମ୍ବର ୧୯୯୪ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ । ଆୟର ଭାରତ ପାଇଁ ନଭେମ୍ବର ୨୦୧୭ରେ ଡେବ୍ୟୁ କରିଥିଲେ । ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ହିଁ ଦିଲ୍ଲୀରେ ପ୍ରଥମ ଟି-୨୦ ମ୍ୟାଚ ଖେଳିଥିଲେ । ଏହାର ୪ ବର୍ଷ ପରେ ଆଜି ସେହି ନ୍ୟୁଜିଲାଣ୍ଡ ବିପକ୍ଷରେ ହିଁ କାନପୁରରେ ଟେଷ୍ଟ ଡେବ୍ୟୁ କରିଛନ୍ତି ଶ୍ରେୟସ ଆୟର । ସେହିପରି ଭାବରେ ଆଜି ଭାରତୀୟ ଟେଷ୍ଟ ଦଳର ଅଧିନାୟକତ୍ବ କରୁଥିବା ଆଜିଙ୍କେ ରାହାଣେଙ୍କ ଜନ୍ମସ୍ଥାନ ମଧ୍ୟ ମୁମ୍ବାଇରେ ।

 

ବୃଦ୍ଧି ପାଇଲା ଆମାଜନ ପ୍ରାଇମ୍‌ ସବସ୍କ୍ରିପସନ୍‌, ଜାଣନ୍ତୁ କେବେଠୁ ହେବ ଲାଗୁ

ନୂଆଦିଲ୍ଲୀ: ଭାରତର ବୃହତ ଟେଲିକମ୍‌ କମ୍ପାନୀ ଏୟାରଟେଲ ଏବଂ ଭୋଡାଫୋନ୍‌ ନିଜର ଟାରିଫ୍‌ ବୃଦ୍ଧିକରିବାକୁ ଘୋଷଣା କରିସାରିଛନ୍ତି । ଏବେ ଆମାଜନ୍‌ ପ୍ରାଇମ୍ ମଧ୍ୟ ତାର ଗ୍ରାହକଙ୍କୁ ଝଟ୍‌କା ଦେବାକୁ ଯାଉଛି । ଆମାଜନ୍‌ ପ୍ରାଇମ୍‌ ବ୍ୟବହାର କରୁଥିବା କିମ୍ବା ନୂଆ ସବ୍‌ସ୍କ୍ରିପସନ୍‌ ନେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ବଡ ଖବର । ଆସନ୍ତା ଡିସେମ୍ବର ୧୪ ତାରିଖରୁ Amazon Prime ର ସବ୍‌ସ୍କ୍ରିପସନ୍‌ ଦେୟ ବୃଦ୍ଧି ପାଇବାକୁ ଯାଉଛି । ଏ ନେଇ ନିଜ FAQ ପେଜ୍‌ରେ ଘୋଷଣା କରିଛି ଆମାଜନ୍ ।

କମ୍ପାନୀ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ଯେ, ‘ଆମାଜନ ଗ୍ରାହକଙ୍କ ପାଇଁ ବଡ ଖବର ରହିଛି । ସୀମିତ ସମୟ ମଧ୍ୟରେ ଗ୍ରାହକ ଯଦି ପୁରୁଣା ସବ୍‌ସ୍କ୍ରିପସନ୍‌ର ଫାଇଦା ନନିଅନ୍ତି ତେବେ ଆଗାମୀ ଦିନରେ ଏହା ବୃଦ୍ଧି ପାଇବ । ଡିସେମ୍ବର ୧୩ ଯାଏଁ ପୁରୁଣା ଟାରିଫ୍‌ ଜାରି ରହିବ । ଏହା ପରେ ଆମାଜନ ତାର ଟାରିଫ୍‌ ବୃଦ୍ଧି କରିବ । ତେଣୁ ଗ୍ରାହକମାନେ ଖୁବଶୀଘ୍ର ସବ୍‌ସ୍କ୍ରିପସନ୍‌ ରିନ୍ୟୁଆଲ କରିନିଅନ୍ତୁ ।’

ଆମାଜନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ,​ ପୂର୍ବରୁ ମାସିକ ପ୍ଲାନ୍‌ର ଅଫର ୧୨୯ ଟଙ୍କା ଥିଲା ଯାହାକି ଡିସେମ୍ବର ୧୩ ତାରିଖ ପରେ ୧୭୯ ଟଙ୍କା ହୋଇଯିବ । ସେହିଭଳି ୩ ମାସିକିଆ ପ୍ଲାନ୍‌ ପୂର୍ବରୁ ୩୨୯ ଟଙ୍କା ଥିଲା ଏବେ ତାହା ବୃଦ୍ଧିପାଇ ୪୫୯ ଟଙ୍କା ହୋଇଯିବ । ଏହା ସହିତ ବାର୍ଷିକ ପ୍ୟାକ୍‌ ୯୯୯ ଟଙ୍କାରୁ ବୃଦ୍ଧିପାଇ ୧୪୯୯ ଟଙ୍କା ହୋଇଯିବ ।

ଟାରିଫ୍ ବଢାଇବାର କାରଣ ମଧ୍ୟ କହିଛି ଆମାଜନ । କମ୍ପାନୀ ପକ୍ଷରୁ ଜାରି ସୂଚନା ଅନୁସାରେ, ‘ବିଗତ ୫ ବର୍ଷ ହେଲା ଆମାଜନ ପ୍ରାଇମ୍‌ ଲଞ୍ଚ ହେବା ପରଠାରୁ ଅନେକ ସୁବିଧା ଯୋଗାଇଆସିଛି । ଏହାକୁ ଅଧିକ ସୁବିଧାଜନକ କରିବା ପାଇଁ ବିଭିନ୍ନ ପ୍ରୋଗ୍ରାମ ମଧ୍ୟ ଆଡ୍‌ କରାଯାଇଛି । ସେଥିପାଇଁ କମ୍ପାନୀକୁ ଅଧିକ ଅର୍ଥ ନିବେଶ କରିବାକୁ ମଧ୍ୟ ପଡୁଛି । ତେଣୁ ଗ୍ରାହକଙ୍କୁ ସୁହାଇଲା ଭଳି ମୂଲ୍ୟ ବୃଦ୍ଧି କରାଯାଇଛି । ଆଗକୁ ମଧ୍ୟ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି କମ୍ପାନୀ ନିଷ୍ପତ୍ତି ନେବ ।’