spot_img
Home Blog Page 4876

ଏପ୍ରିଲ ପର୍ଯ୍ୟନ୍ତ ସତର୍କ ରୁହନ୍ତୁ ଏହି ରାଶିର ଝିଅ, ଏବେ ଆପଣଙ୍କର ଚାଲିଛି ଶନି ମହାଦଶା

ନୂଆଦିଲ୍ଲୀ: କୁହାଯାଏ ଗ୍ରହଦୋଷ ଭିତରେ ସବୁଠୁ ବଡ଼ ଦୋଷ ହେଉଛି ଶନି ଦୋଷ । ଶନି ଦେବଙ୍କ ଦୃଷ୍ଟିକୁ ଅଶୁଭ ବୋଲି ଧରାଯାଏ। ଯାହା ଉପରେ ଥରେ ଶନିଙ୍କ କୋପ ଦୃଷ୍ଟି ପଡ଼େ ତାର ଖରାପ ସମୟ ଆରମ୍ଭ ହୋଇଯାଏ। ପୌରାଣିକ କଥା ଅନୁଯାୟୀ ଭଗବାନ ଶିବ ମଧ୍ୟ ଶନି ଦେବଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇପାରିନଥିଲେ।

ବିଶ୍ୱାସ ରହିଛି ଯେ ଶନି ଦେବ ଏକ ବରଦାନ ପ୍ରାପ୍ତ କରିଛନ୍ତି ଯେ କେବଳ ମଣିଷ ନୁହେଁ ଦେବତାମାନେ ମଧ୍ୟ ତାଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇପାରିବେ ନାହିଁ। ଶନିଦେବଙ୍କ ଦୃଷ୍ଟି ସମସ୍ତଙ୍କୁ ପ୍ରଭାବିତ କରିଥାଏ । ବିଶେଷ କରି ଯେଉଁ ଝିଅମାନଙ୍କର ରାଶି ମିଥୁନ, ତୁଳା, ଧନୁ, ମକର ଓ କୁମ୍ଭ ହୋଇଥିବ ସେମାନଙ୍କୁ ଅଧିକ ସତର୍କ ରହିବା ଆବଶ୍ୟକ । କାରଣ ବର୍ତ୍ତମାନ ଏହି ରାଶିଗୁଡ଼ିକ ପରେ ଶନିମହାଦଶା ଚାଲିଛି ।

ଅଶୁଭ ଶନିର ଲକ୍ଷଣ:

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁମାନଙ୍କର ଜାତକରେ ଶନିଙ୍କ ଅଶୁଭ ସ୍ଥିତି ରହିଛି, ସେମାନଙ୍କୁ ଶନି ମହାଦଶା ଓ ସାଢ଼େ ସାତି ଦଶା ସମୟରେ ବିଶେଷ ଯତ୍ନ ନେବା ଉଚିତ୍। ଯେଉଁ କାର୍ଯ୍ୟଗୁଡ଼ିକ ଶନିଙ୍କ କୋପ ଦୃଷ୍ଟିକୁ ବୃଦ୍ଧି କରିବ ସେଗୁଡ଼ିକ ଆଦୌ କରିବା ଉଚିତ ନୁହେଁ। ତେବେ କେମିତି ଜାଣିବେ ଯେ ଆପଣଙ୍କ ଉପରେ ଶନି ଦଶା ପଡ଼ିଛି ବୋଲି। ଯେତେବେଳେ ଆପଣଙ୍କ ରାଶିରେ ଶନି ଦସା ଚଢ଼େ ସେତେବେଳେ କିଛି ଲକ୍ଷଣ ଦେଖାଯାଏ ।ଯେମିତିକି……. କାର୍ଯ୍ୟରେ ବାଧା ସୃଷ୍ଟି ହେବା, ଟଙ୍କା ପଇସାର ଅଭାବ ଦେଖାଦେବା , ଜମା ପୁଞ୍ଜି ଶେଷ ହେବାକୁ ଲାଗିବା, ଦାମ୍ପତ୍ୟ ଜୀବନରେ କଳି ଝଗଡ଼ା ହେବା, ପ୍ରେମ ସମ୍ପର୍କରେ ବାଧା ଉପୁଯିବା, ନାନାଦି ରୋଗ ହେବା ଭଳି ଲକ୍ଷଣ ସବୁ ଦେଖାଯାଏ ।

୨୦୨୨ରେ ଶନିଙ୍କ ରାଶି ପରିବର୍ତ୍ତନ:

ପଞ୍ଚାଙ୍ଗ ଅନୁଯାୟୀ, ଚଳିତ ବର୍ଷ ଅର୍ଥାତ୍ ୨୦୨୧ରେ ଶନି କୌଣସି ରାଶି ପରିବର୍ତ୍ତନ କରୁନାହାଁନ୍ତି। ହେଲେ ଆସନ୍ତା ବର୍ଷରେ ଅର୍ଥାତ୍ ୨୦୨୨ରେ ରାଶି ପରିବର୍ତ୍ତନ କରିବେ ଶନି। ଏପ୍ରିଲ ୨୯ ୨୦୨୨ରେ, ଶନି ଦେବ ରାଶି ପରିବର୍ତ୍ତନ କରିବେ। ଏବଂ ଏହାପରେ ଯାଇ ଏହି ୫ ରାଶିର ଝିଅମାନଙ୍କ ପାଇଁ ଶୁଭ ସମୟ ଆସିବ। ହେଲେ ସେତେ ପର୍ଯ୍ୟନ୍ତ ଏମାନଙ୍କୁ ଶନିଦଶା ଭୋଗିବାକୁ ପଡ଼ିବ। ତେଣୁ ଏହି ସମୟରେ ନିଜ ଶରୀର ଓ କର୍ମ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ। ମନେରଖନ୍ତୁ ଅନ୍ୟାୟ ଓ ପାପ କର୍ମ କଲେ ଶନିଙ୍କ କୋପ ଦୃଷ୍ଟି ବଢ଼ିଥାଏ। ତେଣୁ ଯେତେ ସମ୍ଭବ ଏସବୁରୁ ନିବୃତ ରୁହନ୍ତୁ।

ଶନି ଦଶା ସମୟରେ କ’ଣ ଉପାୟ କରିବେ?

ମିଥୁନ, ତୁଳା, ଧନୁ, ମକର ଓ କୁମ୍ଭ ଏହି ୫ଟି ରାଶିର ବ୍ୟକ୍ତିମାନେ ବିଶେଷ କରି ଝିଅମାନେ ପ୍ରତ୍ୟେକ ଶନିବାର ଏସବୁ ଉପାୟ କରନ୍ତୁ….

ଶନିମନ୍ଦିରରେ ପୂଜା କରନ୍ତୁ।
ଶନିଦେବଙ୍କୁ ସୋରିଷ ତେଲ ଅର୍ପଣ କରନ୍ତୁ।
ଶନିବାର ଆମୀଷ ବର୍ଜନ କରନ୍ତୁ
ଗରିବଙ୍କୁ କଳା କମ୍ୱଳ ଦାନ କରନ୍ତୁ
କୁଷ୍ଠ ରୋଗୀଙ୍କ ସେବା କରନ୍ତୁ
ପଶୁପକ୍ଷୀଙ୍କର ସେବା କରନ୍ତୁ
ଏବଂ ପ୍ରତ୍ୟେକ ଶନିବା ଶନି ଚାଳିସା ପାଠ କରନ୍ତୁ ।
ଏସବ ଉପାୟ କରିବା ଦ୍ୱାର ଆପଣଙ୍କ ଉପରେ ଶନି ଦଶାର ପ୍ରଭାବ କମ୍ ରହିବ।

ଅପରାଜିତାଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ଏହି ଅଣ୍ଡାମାଡ଼ କରାଯାଇଛି ।

ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସାଂସଦ ଯାଉଥିବା ବେଳେ ବାଲିପାଟଣା ସରିପୁର ଛକରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା କିଛି ଛାତ୍ର କଂଗ୍ରେସ କର୍ମୀ ହଠାତ ଅଣ୍ଡାମାଡ଼ କରିଥିଲେ । ଏହାସହ କଳାପତାକା ପ୍ରଦର୍ଶନ କରି ବିଜେପି ବିରୋଧୀ ସ୍ଲୋଗାନ ଦେଇଥିଲେ ।

‘ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ’

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାମ ଚାଲିଛି । ଚୂଡ଼ାନ୍ତ ତାଲିକା ରାଜ୍ୟ ନିର୍ବାଚନ କମିଶନକୁ ଦିଆଯିବ । ଏହାପରେ କମିଶନ ନିର୍ବାଚନ ନେଇ ତାରିଖ ଘୋଷଣା କରିବେ ।

ସେ କହିଛନ୍ତି, ‘ସଂରକ୍ଷଣ ତାଲିକା ବାହାରିବା ପରେ ଆପତ୍ତି ଅଭିଯୋଗ ଶୁଣାଣି ପାଇଁ ମାସେ ସମୟ ଦିଆଯିବ। ପରେ ଚୂଡାନ୍ତ ସଂରକ୍ଷଣ ରିପୋର୍ଟ ନିର୍ବାଚନ କମିଶନଙ୍କ ପାଖକୁ ପଠାଯିବ । ଜାନୁଆରୀ ଶେଷ ସୁଧା ନିର୍ବାଚନ କମିଶନଙ୍କୁ ରିପୋର୍ଟ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହାପରେ କମିଶନ ନିର୍ବାଚନ ତାରିଖ ସ୍ଥିର କରିବେ।’

ତେବେ କିଛଇ ସ୍ଥାନରେ ସଂରକ୍ଷଣ ଚୂଡାନ୍ତ ହୋଇନଥିବାବେଳେ ଏହାକୁ ନେଇ ବିଚାର ବିମର୍ଶ ଚାଲିଥିବା ମନ୍ତ୍ରୀ କହିଛନ୍ତି ।

ଠକେଇ ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ବର: ଚିଟଫଣ୍ଡ କମ୍ପାନୀ ଆକାଶ ଇଣ୍ଡିଆ ମଲ୍ଟି କମ୍ପଲେକ୍ସ ଠକେଇ ମାମଲାରେ ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ସୁଦର୍ଶନ ସେନାପତି ଗିରଫ । କୋଟି ଟଙ୍କା ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ କଲା ଗିରଫ । କଟକ, ଭୁବନେଶ୍ୱର ଓ ପୁରୀରେ ଖୋଲିଥିଲା ବ୍ରାଞ୍ଚ ।

୨୦୧୧ରୁ କମ୍ପାନୀ ବ୍ରାଞ୍ଚ ଖୋଲି ଲୋଭନୀୟ ସ୍କିମ୍ ଦେଖାଇ ଗ୍ରାହକଙ୍କୁ କରୁଥିଲା ଆକୃଷ୍ଟ । ଏହାପରେ ଗ୍ରାହକଙ୍କଠାରୁ କରୁଥିଲା ଟଙ୍କା ଆଦାୟ । ଘଟଣାରେ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

ହୋମୱାର୍କ ନକରିବାରୁ ୮ ବର୍ଷର ପୁଅକୁ ଛାତରେ ଟାଙ୍ଗି ଅମାନୁଷିକ ଭାବେ ପିଟିଲା ବାପା

0

ଜୟପୁର: ରାଜସ୍ଥାନର ବୁନ୍ଦୀ ଜିଲ୍ଲାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ବିଶ୍ୱାସ କରିବା ସହଜ ନୁହେଁ । ଜଣେ ବାପା ନିଜ ୮ ବର୍ଷର ନିରୀହ ଶିଶୁ ସହ ଏପରି କାମ ବି କରି ପାରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବ୍ୟକ୍ତି ଜଣକ ପିଲାଟିର ହାତ ଓ ଗୋଡ଼କୁ ଛାତରେ ବାନ୍ଧି ଛାତରୁ ଅମାନୁଷିକ ଭାବେ ମାଡ଼ ମାରିଥିବା ଘଟଣା ଏବେ ସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ପିଲାଟିର ଦୋଷ କେବଳ ଏତିକି ଥିଲା ଥିଲା ଯେ ସେ ସ୍କୁଲ ହୋମୱାର୍କ ନକରି ଖେଳିବାକୁ ବାହାରକୁ ଯାଇଥିଲା । ଏ କଥା ଜାଣିବା ପରେ ଶିଶୁଟିର ବାପା ତାକୁ ଛାତରେ ଟାଙ୍ଗି ନିର୍ଦ୍ଦୁମ ମାଡ଼ ମାରିବାରେ ଲାଗିଲା । ସ୍ୱାମୀଙ୍କୁ ଏପରି କରିବାକୁ ଅଟକାଇବାରେ ଅସମର୍ଥ ହେବାପରେ ମାଆ ଏହାର ଭିଡିଓ କରି ଭାଇରାଲ କରିଥିଲେ ।

ଏହି ଭିଡିଓ ଭାଇରାଲ ହେବା ପରେ ଘଟଣାଟି ବୁନ୍ଦି ଜିଲ୍ଲାର ଡାବି ପୋଲିସର ନରୋଲି ଗାଁର ବୋଲି ଜଣାପଡ଼ିଛି । ଏହି ମାମଲା ସାମ୍ନାକୁ ଆସିବା ପରେ ରାଜସ୍ଥାନ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଟି (ଆରଏସପିସିଆର) କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛି । ଖଣିରେ ଶ୍ରମିକ ଭାବେ କାମ କରୁଥିବା ଅଭିଯୁକ୍ତ ପୁଷ୍କର ପ୍ରଜାପତ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥୁବା ନିଜ ପୁଅ ସହ ଏଭଳି ନୃଶଂସ କାମ କରିଥିଲେ । ପୁଷ୍କରଙ୍କ ପତ୍ନୀ ପୁରା ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ଚିତୋରରେ ରହୁଥିବା ତାଙ୍କ ଭାଇ ଚନ୍ଦ୍ରଭାନ୍ ପ୍ରଜାପତଙ୍କ ନିକଟକୁ ପଠାଇଥିଲେ, ଯାହା ପରେ ଏହି ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓ ପାଇବା ମାତ୍ରେ ଚନ୍ଦ୍ରବାନ୍ ଚିତୋର ଜିଲ୍ଲାର ସ୍ଥାନୀୟ ପୋଲିସ ଷ୍ଟେସନରେ ଏକ ରିପୋର୍ଟ ଦାଖଲ କରିଥିଲେ।

ଅବଶ୍ୟ ଥାନାରେ ଏହା ଅନ୍ୟ ଏକ ଅଞ୍ଚଳର ମାମଲା ବୋଲି ଦର୍ଶାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନା କରିଦେଇଥିଲା । ଏହା ପରେ ଚନ୍ଦ୍ରବାନ୍ ଚାଇଲ୍ଡ ଲାଇନ୍ ସଂଯୋଜକ ଭୁପେନ୍ଦ୍ର ସିଂଙ୍କ ସହ କଥା ହେବା ପରେ ସେ ବୁନ୍ଦିରେ ଥିବା ତାଙ୍କ ଶାଖାକୁ ଏହି ମାମଲା ପଠାଇଥିଲେ । ବୁନ୍ଦିର ଚାଇଲ୍ଡ ଲାଇନ୍ ସଂଯୋଜକ ଜରିଆରେ ଏହି ଘଟଣା ଡାବି ପୋଲିସ ଷ୍ଟେସନକୁ ଆସିଥିଲା ।

ଡାବି ପୋଲିସର SHO ମହେଶ କୁମାର କହିଛନ୍ତି ଯେ ସେମାନେ ଶିଶୁଙ୍କ ଗାଁକୁ ଯାଞ୍ଚ ପାଇଁ ଯାଇଥିଲେ କିନ୍ତୁ ତାଙ୍କ ଘରେ ତାଲା ପଡ଼ିଥିବା ଦେଖି ସେଠାରୁ ଫେରି ଆସିଥିଲେ। ସେ କହିଥିଲେ- ଶିଶୁର ମା’ର ଉପସ୍ଥିତି ନ ଥିବାରୁ ଆମେ FIR ଲେଖିବାରେ ସକ୍ଷମ ହୋଇ ନାହୁଁ । ତେବେ ଭାଇରାଲ ଭିଡିଓ ଆରଏସସିପିସିଆର ନୋଟିସକୁ ଆସିବା ପରେ ସେ ବୁନ୍ଦି ଏସପିଙ୍କୁ ଏହି ଘଟଣାର ତଦନ୍ତ କରିବାକୁ ଏବଂ ତିନି ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପାକିସ୍ତାନରୁ ଆସିଥିଲା ଗମ୍ଭୀରଙ୍କ ପାଖକୁ ଧମକପୂର୍ଣ୍ଣ ଇ-ମେଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପୂବର୍ତନ ବ୍ୟାଟ୍ସମ୍ୟାନ ତଥା ଭାରତୀୟ ଜନତା ପାର୍ଟିର ଇଷ୍ଟ ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀରଙ୍କୁ ମିଳିଥିଲା ଧମକପୂର୍ଣ୍ଣ ଇ-ମେଲ । ତାଙ୍କୁ ଜୀବନରୁ ମାରି ଦେବା ପାଇଁ ମିଳିଥିଲା ଏହି ଧମକ ପୂର୍ଣ୍ଣ ଇ-ମେଲ । ତେବେ ଏହି ଇ-ମେଲ ପାକିସ୍ତାନରୁ ଆସିଛି ବୋଲି ସୂଚନା ମିଳିଛି । ମଙ୍ଗଳବାର ରାତିରେ ଗୌତମଙ୍କ ପାଖକୁ ଆସିଥିଲା ପ୍ରଥମ ଇ-ମେଲ । ଯେଉଁ ଇ-ମେଲରେ ଗୌତମ ଗମ୍ଭୀରଙ୍କୁ ଜୀବନରୁ ମାରିବା ପାଇଁ ଧମକ ଦିଆଯାଇଥିଲା । ତେବେ ଏହି ଧମକପୂର୍ଣ୍ଣ ଇ-ମେଲ ପାଇବା ପରେ ମଙ୍ଗଳବାର ପୋଲିସରେ ଅଭିଯୋଗ ଦାୟର କରିଥିଲେ ଗମ୍ଭୀର । ଯାହା ପରେ ଗୌତମ ଗମ୍ଭୀରଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରିଯାଇଥିଲା । କିନ୍ତୁ ବୁଧବାର ଅର୍ଥାତ ଗତକାଲି ଗୌତମ ଗମ୍ଭୀରଙ୍କ ପାଖକୁ ଆସିଥିଲା ଆଉ ଏକ ଧମକପୂର୍ଣ୍ଣ ଇ-ମେଲ । ଯେଉଁଥିରେ ଲେଖାଯାଇଥିଲା କି “ ଆମେ କାଲି ଆପଣଙ୍କୁ କାଲି ମାରିବାକୁ ଚାହୁଁଥିଲୁ, କିନ୍ତୁ ବଞ୍ଚିଗଲ । କାଶ୍ମୀରଠାରୁ ଦୂରରେ ରୁହ ବୋଲି ଏହି ମେଲରେ ଗମ୍ଭୀରଙ୍କୁ ଧମକ ମିଳିଥିଲା । ଏହି ମେଲ ସହ ଗୌତମ ଗମ୍ଭୀରଙ୍କ ଘର ବାହାରର ଏକ ଭିଡିଓ ବି ତାଙ୍କ ପାଖକୁ ପଠାଇଥିଲେ ।

ଗମ୍ଭୀରଙ୍କ ପାଖକୁ ମିଳିଥିବା ଏହି ମେଲ ISIS କାଶ୍ମୀର ପଠାଇଥିଲା ବୋଲି ଅଭିଯୋଗ କରିଥିଲେ । କିନ୍ତୁ ପ୍ରକୃତରେ ଏହି ମେଲ  ଗମ୍ଭୀରଙ୍କ ପାଖକୁ ପାକିସ୍ତାନରୁ ଆସିଥିଲା ।  ଏହି ମାମଲାରେ ଗମ୍ଭୀର ଦିଲ୍ଲୀ ପୋଲିସରେ ଅଭିଯୋଗ କରିବା ପରେ ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ଦିଲ୍ଲୀ ପୋଲିସ ଏହି ଇ-ମେଲ ବିଷୟରେ ଜାଣିବା ପାଇଁ  GOOGLE କୁ ସୂଚନା ଦେବାକୁ କହିଥିଲା । ତେବେ GOOGLE ଦେଇଥିବା ସୂଚନା ଅନୁସାରେ ଗମ୍ଭୀରଙ୍କୁ ମିଳିଥିବା ଏହି ଧମକପୂର୍ଣ୍ଣ ଇ-ମେଲ ପାକିସ୍ତାନରୁ ମିଳିଥିଲା ବୋଲି କହିଥିଲେ । ଆସିଥିବା ମେଲର ଆଇ ପି ଆଡ୍ରେସ ପାକିସ୍ତାନରୁ ମିଳିଥିଲା ବୋଲି GOOGLE ଦିଲ୍ଲୀ ପୋଲିସକୁ ଜଣାଇଥିଲା । ତେବେ ଏହି ମାମଲାରେ ଦିଲ୍ଲୀ ପୋଲିସ ବ୍ୟତୀତ ଅଲଗା ଅଲଗା ଏଜେନ୍ସି ମଧ୍ୟ ଏହି ଘଟଣା ଉପରେ ଅଧିକ ତଦନ୍ତ କରୁଛି ।

ବିଜେପିର ହୀନ ରାଜନୀତି ଓ କୁତ୍ସିତ ମନୋଭାବକୁ ଯେତେ ନିନ୍ଦା କଲେ ବି କମ: ପ୍ରତାପ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍ ଉପରକୁ ବିଜେପି କର୍ମୀଙ୍କ ଅଣ୍ଡାମାଡ଼ ଘଟଣାକୁ ଆଇନମନ୍ତ୍ରୀ ପ୍ରତାପ ଜେନା ନିନ୍ଦା । କହିଲେ, ‘ବିଜେପିର ହୀନ ରାଜନୀତି ଓ କୁତ୍ସିତ ମନୋଭାବକୁ ଯେତେ ନିନ୍ଦା କଲେ ବି କମ ହେବ । ବିଜେପି ଗୋଟିଏ ବି ଭଲ କାମ କରିବାର ଦୃଷ୍ଟାନ୍ତ ନାହିଁ । ଯେଉଁମାନେ ଭଲ କାମ କରୁଛନ୍ତି, ସେମାନଙ୍କୁ ବିଜେପି ବିରୋଧ କରୁଛି । ଠାକୁରଙ୍କ କାମକୁ ବିଜେପି ବିରୋଧ କଲା । ଏହା ସ୍ପଷ୍ଟ କରୁଛି ଯେ, ଶ୍ରୀମନ୍ଦିର ଓ ପୁରୀ ଉନ୍ନତିକୁ ବିରୋଧ କରୁଛି ବିଜେପି । ଏହା ଅତ୍ୟନ୍ତ ଲଜ୍ଜାଜନକ ।’

ସେ କହିଛନ୍ତି, ‘ଶ୍ରୀମନ୍ଦିର ବିକାଶ ଉପରେ ରହିଛି ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କ ନଜର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପୁରୀ ସହରର ବିକାଶ ହେବ । ଏହା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, ଏଥିରେ ଗଜପତି ବି ଉପସ୍ଥିତ ଥିଲେ । ସାଧୁସନ୍ଥଙ୍କୁ ନେଇ କାର୍ଯ୍ୟକ୍ରମ ଥିଲା ।  ସାରା ବିଶ୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରୁଛି । ହେଲେ ବିଜେପିର ହୀନ ରାଜନୀତି ଓ କୁତ୍ସିତ ମନୋଭାବକୁ ଯେତେ ନିନ୍ଦା କଲେ ବି କମ ହେବ ।’

NFHS-5ର ତଥ୍ୟ: ୨.୦କୁ ହ୍ରାସ ପାଇଲା ଭାରତର ମୋଟ ପ୍ରଜନନ ହାର

ନୂଆଦିଲ୍ଲୀ: ଦେଶରେ କମିଲା ମୋଟ ପ୍ରଜନନ ହାର । ସେହିପରି ଦେଶର ଅଧିକାଂଶ ମହିଳା ଓ ଶିଶୁ ରକ୍ତହୀନତା ରୋଗର ଶିକାର । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ବା ଏନଏଫଏଚଏସ-୫ର ରିପୋର୍ଟରେ ଏହା ପ୍ରକାଶ ପାଇଛି ​। ଏଥିରେ ଦର୍ଶାଯାଇଛି ମହିଳା ପିଛା ହାରାହାରି ଶିଶୁ ହାର ୨.୨ରୁ ୨.୦କୁ ଖସିଛି । ପ୍ରଜନନ ହାର, ଶିଶୁ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ପୁଷ୍ଟି ଓ ଅନ୍ୟାନ୍ୟ ତଥ୍ୟକୁ ଆକଳନ କରି ଏହି ରିପୋର୍ଟ ପ୍ରକାଶ ପାଇଛି ।

ରିପୋର୍ଟରେ ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ରକ୍ତହୀନତା ଏକ ପ୍ରମୁଖ ସମସ୍ୟା ବୋଲି ଦର୍ଶାଯାଇଛି । ଅର୍ଦ୍ଧାଧିକ ମହିଳା ଓ ଶିଶୁ ରକ୍ତହୀନତା ରୋଗରେ ପୀଡିତ ଅଛନ୍ତି । ଏହି ମହିଳାଙ୍କ ମଧ୍ୟରେ ଗର୍ଭବତୀ ବି ସ୍ଥାନୀତ ଅଛନ୍ତି । ତେବେ ଦେଶର ଅଧିକାଂଶ ରାଜ୍ୟରେ ମହିଳା ସଶକ୍ତିକରଣ ବୃଦ୍ଧି ପାଇଛି । ବ୍ୟାଙ୍କ ଆକାଉଣ୍ଟ ପରିଚାଳନା କରୁଥିବା ମହିଳାଙ୍କ ସଂଖ୍ୟା ଜାତୀୟ ସ୍ତରରେ ୫୩ ପ୍ରତିଶତରୁ ୭୯ ପ୍ରତିଶତକୁ ବୃଦ୍ଧି ପାଇଛି । କମ୍ ଓଜନବିଶିଷ୍ଟ ଶିଶୁ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି । ଏହି ସଂଖ୍ୟା ୩୬ ପ୍ରତିଶତରୁ ୩୨ ପ୍ରତିଶତକୁ ହ୍ରାସ ପାଇଛି । ଗର୍ଭନିରୋଧ ହାର ବହୁଳ ବୃଦ୍ଧି ପାଇଛି । ଏହା ୫୪ ପ୍ରତିଶତରୁ ୬୭ ପ୍ରତିଶତକୁ ବୃଦ୍ଧି ପାଇଛି ।

ଲିଙ୍ଗ ଅନୁପାତକୁ ନେଇ ଭଲ ଖବର, ପ୍ରଥମ ଥର ପାଇଁ ପୁରୁଷଙ୍କ ତୁଳନାରେ ବଢ଼ିଛି ମହିଳାଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଲିଙ୍ଗ ଅନୁପାତର ଗୁଡ ନ୍ୟୁଜ । ପ୍ରଥମ ଥର ଲାଗି ଦେଶରେ ପୁରୁଷ ତୁଳନାରେ ବଢିଛି ମହିଳାଙ୍କ ସଂଖ୍ୟା । ପ୍ରତି ହଜାରେ ପୁରୁଷରେ ୧୦୨୦ ମହିଳା ରହିଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । ସ୍ବାଧୀନତା ପରେ ପ୍ରଥମ ଥର ଲାଗି ମହିଳାଙ୍କ ସଂଖ୍ୟା ଏକ ହଜାର ଟପିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ନ୍ୟାସନାଲ ଫ୍ୟାମିଲି ଆଣ୍ଡ ହେଲଥ ସର୍ଭେ ରିପୋର୍ଟରୁ ଏହା ଜଣାପଡିଛି ।

ରିପୋର୍ଟ ଅନୁସାରେ, ଜନ୍ମ ସମୟରେ ମଧ୍ୟ ସେକ୍ସ ରେସିଓ ମଧ୍ୟ ବୃଦ୍ଧି ଘଟିଛି । ୨୦୧୫-୧୬ରେ ପ୍ରତି ହଜାରେ ପୁଅରେ ୯୧୯ ଝିଅ ଜନ୍ମ ହେଉଥିବା ବେଳେ ଏବେ ଏହି ସଂଖ୍ୟା ୯୨୯ ରେ ପହଞ୍ଚିଛି । ଜନ୍ମ ସମୟରେ ଝିଅଙ୍କ ସଂଖ୍ୟା ବୃଦ୍ଧି ଲିଙ୍ଗ ଅନୁପାତରେ ଝିଅ ଅଧିକ ହେବା ନିଶ୍ଚିତ ରୂପେ ଏକ ବଡ଼ ସଫଳତା । ଜନଗଣନାରୁ ଯଦିଓ ପ୍ରକୃତ ଚିତ୍ର ସ୍ପଷ୍ଟ ହେବ । ତଥାପି ସର୍ଭେ ରିପୋର୍ଟକୁ ଦେଖିଲେ ଏହା ସ୍ପଷ୍ଟ ଯେ, ମହିଳା ସଶକ୍ତିକରଣ ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଠିକ୍ ଦିଗରେ ଚାଲିଛି ଓ ଏହାର ଉନ୍ନତ ଫଳ ମଧ୍ୟ ମିଳିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିକାଶ ଶେଲ କହିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ସହର ଅପେକ୍ଷା ଗାଁରେ ଲିଙ୍ଗ ଅନୁପାତରେ ଯଥେଷ୍ଟ ସୁଧାର ଦେଖିବାକୁ ମିଳିଛି । ଗ୍ରାମାଞ୍ଚଳରେ ପ୍ରତି ହଜାରେ ପୁରୁଷରେ ୧୦୩୭ ମହିଳା ଥିବା ବେଳେ ସହରରେ ପ୍ରତି ହଜାରେ ପୁରୁଷରେ ୯୮୫ ମହିଳା ରହିଛନ୍ତି । ଦେଶର ୨୩ ରାଜ୍ୟରେ ପୁରୁଷଙ୍କ ତୁଳାରେ ମହିଳା ସଂଖ୍ୟା ଅଧିକ ରହିଛି । ପ୍ରତି ହଜାରେ ପୁରୁଷରେ ଉତ୍ତରପ୍ରଦେଶରେ ୧୦୧୭ମହିଳା, ବିହାରରେ ୧୦୯୦, ରାଜସ୍ଥାନରେ ୧୦୦୯, ଛତିଶଗଡ଼ରେ ୧୦୧୫, ଝାରଖଣ୍ଡରେ ୧୦୫୦ ମହିଳା ଅଛନ୍ତି ।

୪୫ ବର୍ଷର ଦାବି ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ: ସୁର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ଶତମୁଖ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । କ୍ୟାପିଟାଲ ହସ୍ପିଟାଲରେ ପିଜି ଇନଷ୍ଟଇଚ୍ୟୁଟ୍ ଖୋଲିବା ନିଷ୍ପତ୍ତି ଓ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଶିଳାନ୍ୟାସ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସୁର ।

କ୍ୟାପିଟାଲ ହସ୍ପିଟାଲରେ ପିଜି ଇନଷ୍ଟିଚ୍ୟୁଟ୍ ଖାଲିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ୪୫ ବର୍ଷର ଦାବି ପୂରଣ ହୋଇଛି ବୋଲି କହିଛନ୍ତି ସୁର ।

ପୁରୀର ରୂପାନ୍ତର ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଐତିହ୍ୟ ପ୍ରକଳ୍ପରେ ବଦଳିଛି ଶ୍ରୀମନ୍ଦିର ଚାରିପଟ ଓ ବଡଦାଣ୍ଡର ରୂପ । ପୁରୀ ବେଳାଭୂମିର ମଧ୍ୟ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ, ଗଜପତି ମହାରାଜ, ଫାଇଭ୍‌-ଟି ସଚିବ ଭି.କେ ପାଣ୍ଡିଆନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ପାଇଁ ଏସବୁ ସମ୍ଭବ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା ସହ ତାଙ୍କ ଦୀର୍ଘାୟୁ କାମନା କଲେ ।