spot_img
Home Blog Page 4882

ତୃତୀୟ ଦିନରେ ଗ୍ୟାସ୍ ଦରବୃଦ୍ଧିକୁ ନେଇ ବିଜେଡି ଆନ୍ଦୋଳନ: ବ୍ରହ୍ମପୁରରେ ପ୍ରତିବାଦ କରୁଛି ଦଳ

ବ୍ରହ୍ମପୁର: ଧୂଆଁବାଣ ପାଲଟିଛି ଅଚ୍ଛେଦିନର ପ୍ରତିଶ୍ରୁତି  । ମହଙ୍ଗା ମାଡ଼ରେ ବେହାଲ ଖାଉଟି । କେବେ କମିବ ରନ୍ଧନ ଗ୍ୟାସ ଦର ? ଏପରି ପ୍ରଶ୍ନର ଜବାବ ମାଗୁଛି ବିଜେଡି  । ଗ୍ୟାସ୍ ଦରବୃଦ୍ଧିକୁ ନେଇ ଆଜି ତୃତୀୟ ଦିନରେ ବିକ୍ଷୋଭ କରିଛି ବିଜେଡି । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ରଣହୁଙ୍କାର ଦେଉଛନ୍ତି ବିଜେଡି ଯୁବ, ଛାତ୍ର ଓ ମହିଳା ନେତ୍ରୀ ।

ଆଜି ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛି ବିଜେଡି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ । ଲଗାତର ଗ୍ୟାସ ଦରବୃଦ୍ଧିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଗତ ତିନି ବର୍ଷରେ ପାଖାପାଖି ଦୁଇ ଗୁଣା ଦର ବୃଦ୍ଧି ହୋଇଛି । ସେହିପରି ଉଜ୍ଜଳା ନାଁରେ କେନ୍ଦ୍ର ସରକାରଙ୍କ ଲୋକଙ୍କୁ ଠକି ଚାଲିଥିବା ବିଜେଡି ଅଭିଯୋଗ କରିଛି । କୋଭିଡ ପାଇଁ ସାଧାରଣ ଲୋକର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଏପରି ସ୍ଥିତିରେ କିପରି ପରିବାର ଚାଲିବ ସେନେଇ ପ୍ରଶ୍ନ କରିଛି ଦଳ ।

ସୂଚନା ଯୋଗ୍ୟ, ଗତକାଲି ଆନ୍ଦୋଳନର ଦ୍ୱିତୀୟ ଦିନରେ ସମ୍ୱଲପୁର ଆରଡିସି କାର୍ଯ୍ୟାଳୟ ଆଗରେ ବିଜେଡି ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ଏଲପିଜି ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇଛି ବିଜେଡିର ମହିଳା, ଛାତ୍ର ଓ ଯୁବ ୱିଙ୍ଗ । ଉତ୍ତରାଞ୍ଚଳ ରାଜସ୍ୱ ଡିଭିଜନ୍ ଅନ୍ତର୍ଗତ ବିଭିନ୍ନ ଜିଲ୍ଲାରେ ବ୍ଲକ୍ ଅଫିସ ଆଗରେ ବିଜେଡି ଆନ୍ଦୋଳନ କରିଥିଲା । ରାଉରକେଲା ସହରର ସେକ୍ଟର-୨ ବିଜୁ ପଟ୍ଟନାୟକ ଛକରେ ରଘୁନାଥପାଲି ବିଜେଡି ପକ୍ଷରୁ ବିକ୍ଷୋଭ କରାଯାଇଥିବା ବେଳେ ଆଜି ବ୍ରହ୍ମପୁର ଆରଡିସି କାର୍ଯ୍ୟାଳୟ ଆଗରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

ଏଥିସହିତ ପଢ଼ନ୍ତୁ: ଗ୍ୟାସ ଦରବୃଦ୍ଧିକୁ ନେଇ ବଢ଼ୁଛି ବିରୋଧ, ସମ୍ବଲପୁର ଆରଡିସି ଜୋନରେ ବିଜେଡିର ପ୍ରତିବାଦ

ଜୁନିୟର ହକି ବିଶ୍ୱକପ୍ ଉଦ୍‌ଘାଟନୀ ମ୍ୟାଚ୍‌: ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ହରାଇଲା ବେଲଜିୟମ୍

ଭୁବନେଶ୍ୱର: ଆରମ୍ଭ ହୋଇଛି ଜୁନିୟର ହକି ବିଶ୍ୱକପ୍ । ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲର ଏକ ବଡ଼ ବ୍ୟବଧାନରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି ଶକ୍ତିଶାଳୀ ବେଲଜିୟମ । ଗତ ସଂସ୍କରଣର ଉପ ବିଜେତା ଥିବା ବେଲଜିୟମ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲା । ବେଲଜିୟମ ପକ୍ଷରୁ ମ୍ୟାଚର ୭ମିନିଟରେ ଡି ରୋମାନ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରିଥିଲେ ।

ଏହାପରେ ବାରମ୍ବାର ଦକ୍ଷିଣ ଆଫ୍ରିକା ଗୋଲ ପୋଷ୍ଟରେ ଆକ୍ରମଣ କରିଥିଲେ ବେଲଜିୟମର ଖେଳାଳି । ସେପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାନ ଟଣ୍ଡର ଜାକିସ ସମ୍ମାନ ସୂଚକ ଗୋଲ ସ୍କୋର କରିଥିଲେ । ଦ୍ୱିତୀୟ ମ୍ୟାଚ ପୁଲ ଡି’ର ଦୁଇ ଶକ୍ତିଶାଳୀ ଟିମ ମଧ୍ୟରେ ହେବାକୁ ଯାଉଛି । ପୁଲ ଡି’ର ଦୁଇ ଶକ୍ତିଶାଳୀ ଟିମ୍ ପାକିସ୍ତାନ ଓ ଜର୍ମାନୀ ମଧ୍ୟରେ ଖେଳାଯାଉଛି । ଗତ ବିଶ୍ୱକପରେ ଜର୍ମାନୀ ତୃତୀୟ ସ୍ଥାନରେ ଥିବା ବେଳେ, ଭିସା ନମିଳିବାରୁ ପାକିସ୍ତାନ ଜୁନିୟର ବିଶ୍ୱକପ ଖେଳିବାରୁ ବଞ୍ଚିତ ହୋଇଥିଲା । ସନ୍ଧ୍ୟା ୮ଟାରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ଓ ଫ୍ରାନ୍ସ ମଧ୍ୟରେ ହେବ ଟକ୍କର । ସୁରକ୍ଷା ଲାଗି ୫ ଜଣ ଅତିରିକ୍ତ ଡିସିପି, ୮ ଜଣ ଡିଏସପି, ୨୬ ଜଣ ଆଇଆଇସି, ୭୨ ଜଣ ଅଫିସର, ୩୦ ହାବିଲଦାର ନିୟୋଜିତ ହୋଇଛନ୍ତି । ଷ୍ଟାଡିୟମ ଭିତରେ ଓ ବାହାରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: କାନପୁର ଟେଷ୍ଟ ପୂର୍ବରୁ ବିବାଦରେ ବିସିସିଆଇ; ଡାଏଟ ଚାର୍ଟକୁ ନେଇ ବିସିସିଆଇ ଉପରେ ବର୍ଷିଲେ ଫ୍ୟାନ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

0

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ମଙ୍ଗଳବାର ସକାଳେ ମୁଖ୍ୟମନ୍ତ୍ରୀ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ । ହେଲିପ୍ୟାଡ୍‌ରେ ପହଞ୍ଚିବା ପରେ ରୋଡ୍‌ ଦେଇ ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିଲେ । ଏହା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ତାଙ୍କ ସହିତ ଗଜପତି ମହାରାଜା ଦିବ୍ୟ ସିଂହ ଦେବ ମଧ୍ୟ ଉପସ୍ଥିତ ଥିବା ବେଳେ ସେ ୩ଦିନ ଧରି ଚାଲିଥିବା ଯଜ୍ଞରେ ପୂର୍ଣ୍ଣାହୁତ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହିତ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ ପାଣ୍ଡିଆନ୍, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ସମେତ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରକ୍ପଳ ପାଇଁ ଜମି ଦେଇଥିବା ବ୍ୟକ୍ତିଙ୍କୁ ସମ୍ୱର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ ।

ଏହି ପରିକ୍ରମା ଯୋଜନା ନିମନ୍ତେ ପ୍ରାୟ ୮ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ବିଶ୍ୱାସର ସହର ପୁରୀ ହେବ ବିଶ୍ୱ ଐତିହ୍ୟ ନଗରୀ । ବିଶ୍ୱ ଦରବାରରେ ଆହୁରି ଚମକିବ ଓଡ଼ିଶାର ଚେହେରା । ଏହା ପରେ ଶ୍ରୀମନ୍ଦିର ଇତିହାସରେ ଲେଖାହେବ ନୂଆ ଅଧ୍ୟାୟ । ବାସ୍ତବ ରୂପ ନେବ ଶ୍ରୀମନ୍ଦିର ଶ୍ରୀ ବୃଦ୍ଧି ପାଇଁ ସ୍ୱତନ୍ତ୍ର ନକ୍ସା ।

ଉତ୍ତର ପାର୍ଶ୍ୱ ମଠ ସମ୍ମୁଖ ଯଜ୍ଞ ମଣ୍ଡପରେ ଶାସ୍ତ୍ର ଅନୁସାରେ ଚାଲିଛି ଯଜ୍ଞ । ଗଜପତି ମହାରାଜ ଯଜ୍ଞର କର୍ତ୍ତା ଥିବା ବେଳେ ୩୩ଜଣ ଶ୍ରୋତ୍ରୀୟ ବ୍ରାହ୍ମଣ ନିୟୋଜିତ ହୋଇଥିଲେ । ଶ୍ରୀମନ୍ଦିର ଚାରିପାଖ ସୁରକ୍ଷା କରିଡର ସହ ସୃଷ୍ଟି ହେବ ସବୁଜ ବଳୟ । ଚାରିପାଖେ ଥିବା ମଠ ଏବଂ ମନ୍ଦିର ଗୁଡ଼ିକର ପୁନଃବିକାଶ ହେବ । ଭକ୍ତଙ୍କ ସାମଗ୍ରୀ ରଖିବା ପାଇଁ ସ୍ୱତନ୍ତ୍ର ଗୃହ, ସୂଚନା ଓ ଦାନ କେନ୍ଦ୍ର କରାଯିବ ।

ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବା କେନ୍ଦ୍ର ରହିବ । ପାନୀୟଜଳ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଏ.ଟି.ଏମ୍ ବ୍ୟବସ୍ଥା କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ରୁ ଆରମ୍ଭ ହୋଇଥିଲା ଜମି ଅଧିଗ୍ରହଣ ପ୍ରକ୍ରିୟା । ପ୍ରାୟ ୯୬ ପ୍ରତିଶତ ସରିଛି ଜମି ଅଧିଗ୍ରହଣ କାମ । ସାଆନ୍ତେଙ୍କ ପାଇଁ ସ୍ୱଇଚ୍ଛାରେ ଜମି ଦେଇଥିଲେ ଶ୍ରୀକ୍ଷେତ୍ରବାସୀ ।

 

 

 

ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ; ଆଉ ୨୮୮ ଜଣ ସଂକ୍ରମିତ ଚିହ୍ନଟ

0

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୮୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୭୬୭୪ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୧୬୬ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୨୨ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୩ ଜଣ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୭୬୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୯୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୩୬୭୪୬ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୩୩୩୪୪୩୩ ସାମ୍ପୁଲ ଟେଷ୍ଟ୍ ହୋଇଛି ।

କମ୍ପିବ କଳିଙ୍ଗ: ଆଜିଠୁ ଆରମ୍ଭ ହେବ ହକି ବିଶ୍ୱକପ୍

ଭୁବନେଶ୍ୱର: ଆଜିଠୁ କମ୍ପିବ କଳିଙ୍ଗ ଷ୍ଟାଡିୟମ । ଚାଲିବ ହକି ମହାସମର । ଡିସେମ୍ବର ୫ ଯାଏଁ କଳିଙ୍ଗରେ ଖେଳାଯିବ ଜୁନିୟର ହକି ବିଶ୍ୱକପ । କରୋନା ପାଇଁ ଉଦଘାଟନୀ ଉତ୍ସବକୁ ନିରାଡମ୍ବର କରାଯାଉଥିବାବେଳେ ଉଦଘାଟନି ମ୍ୟାଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଏଫଆଇଏଚ୍ ସଭାପତି ନରିନ୍ଦ୍ରର ବାତ୍ରା ଉପସ୍ଥିତ ରହିବେ । କରୋନା ପାଇଁ ଦର୍ଶକଙ୍କୁ ମ୍ୟାଚ ଷ୍ଟାଡିୟମ ମଧ୍ୟକୁ ମନା ହୋଇଛି ।

ହାଇପ୍ରୋଫାଇଲ ବିଶ୍ୱକପ୍ ଲାଗି ସୁରକ୍ଷା ବଳୟରେ ରହିଛି ରାଜଧାନୀ । ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ କମିଶନର । ଭୁବନେଶ୍ୱର ଡିସିପିଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା ରହିବ । ହୋଟେଲ, ଷ୍ଟାଡିୟମ ଓ ରୁଟ ଲାଇନ ସବୁଠି ରହିବ ପୋଲିସର କଡ଼ା ନଜର । ସୁରକ୍ଷା ଲାଗି ୫ ଜଣ ଅତିରିକ୍ତ ଡିସିପି, ୮ ଜଣ ଡିଏସପି, ୨୬ ଜଣ ଆଇଆଇସି, ୭୨ ଜଣ ଅଫିସର, ୩୦ ହାବିଲଦାର ନିୟୋଜିତ ରହିବେ ।

ଷ୍ଟାଡିୟମ ଭିତରେ ଓ ବାହାରେ ୨୫ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସମସ୍ତ ପୋଲିସ କର୍ମଚାରୀଙ୍କ ଆରଟିପିସିଆର ଟେଷ୍ଟ କରାଯାଇଛି । ହକି ଇଣ୍ଡିଆର ସମସ୍ତ ନିୟମାବଳୀ ଅବଲମ୍ବନ କରିବେ ଖେଳାଳି । ଆଜି ଉଦଘାଟନୀ ଦିବସରେ ଖେଳାଯିବ ୫ଟି ମ୍ୟାଚ୍ । ପ୍ରଥମ ମ୍ୟାଚରେ ସକାଳ ସାଢ଼େ ୯ଟାରେ ଶକ୍ତିଶାଳୀ ବେଲଜିୟମକୁ ଭେଟିବ ଦକ୍ଷିଣ ଆଫ୍ରିକା । ସନ୍ଧ୍ୟା ୮ଟାରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ଓ ଫ୍ରାନ୍ସ ମଧ୍ୟରେ ହେବ ଟକ୍କର । ମଇଦାନରେ ଲଢେଇ ଲାଗି ଜୋରଦାର ଅଭ୍ୟାସ କରି ନିଜକୁ ପ୍ରସ୍ତୁତ କରିଛନ୍ତି ଖେଳାଳି । ନିଜ ମାଟିରେ ପ୍ରଥମ ମ୍ୟାଚ ଜିତି ବିଶ୍ୱକପ୍‌ରେ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଅଛି ଭାରତ ।

ଏଥିସହିତ ପଢ଼ନ୍ତୁ: ବଲାଙ୍ଗୀର-ସୋନପୁର ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅକାଳେ ଚାଲିଗଲା ୩ଜୀବନ

ବଲାଙ୍ଗୀର-ସୋନପୁର ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅକାଳେ ଚାଲିଗଲା ୩ଜୀବନ

0

ବଲାଙ୍ଗୀର: ବଲାଙ୍ଗୀର-ସୋନପୁର ରାସ୍ତା ରଣ୍ଡା ଗାଁ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ବୋଲେରୋ ଚୁରମାର । ବୋଲେରୋରେ ଥିବା ୩ଜଣଙ୍କ ମୃତ୍ୟୁ, ୫ ଗୁରୁତର । ମୃତକ ଓ ଗୁରୁତର ହେଲେ ବଲାଙ୍ଗୀର କୁଡ଼ାସିଂହା ଓ ଭୂତେରବାହାଳ ଗାଁର ବୋଲି ଜଣାପଡ଼ିଛି । ସୁନ୍ଦରଗଡ଼ ଜିଲ୍ଲାର ଖଣ୍ଡାଧାରରେ ଭୋଜି କରି ଫେରୁଥିବା ବେଳେ ଭୋର ୪ଟାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ।

ଘଟଣା ସ୍ଥଳରେ ପୁଇଁତଲା ପୋଲିସ ପହଞ୍ଚି  ତଦନ୍ତ ଆରମ୍ଭ କରିଛି । ମୃତକ ମାନେ ହେଲେ ବିଡ଼ିଘାଟ ଗାଁର ଭଗବାନ ନାଗ, ଚାଟିମୁଣ୍ଡା ଗାଁର ଆଭିଷେକ ଭୋଇ, ଚିକଲବାହାଲ ଗାଁର ଘନଶ୍ୟାମ ହାତୀ । ଆହତ ମାନେ ହେଲେ ଶିବଶମ୍ଭୁ ବେହେରା, ଦେବୁ ବେହେରା, ନିଲୁ ଭୋଇ, ମଣ୍ଟୁ ଓ ଅନ୍ୟ ଜଣେ ଆହତଙ୍କ ପରିଚୟ ଜଣାପଡିନାହିଁ ।

ଏଥିସହିତ ପଢ଼ନ୍ତୁ: ନ୍ୟାୟ ଦାବିରେ ବଧୂ ବେଶର ଯୁବତୀଙ୍କ ଧାରଣା: ବାପା ଓ ଭାଇଙ୍କୁ ଉଠାଇ ନେଲା ପୋଲିସ!

 

ଆଉ କିଛି ଘଣ୍ଟାର ଅପେକ୍ଷା: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ବିଶ୍ୱାସର ସହର ପୁରୀ ହେବ ବିଶ୍ୱ ଐତିହ୍ୟ ନଗରୀ । ବିଶ୍ୱ ଦରବାରରେ ଆହୁରି ଚମକିବ ଓଡ଼ିଶାର ଚେହେରା । ଆଜି ଶ୍ରୀମନ୍ଦିର ଇତିହାସରେ ଲେଖାହେବ ନୂଆ ଅଧ୍ୟାୟ । ବାସ୍ତବ ରୂପ ନେବ ଶ୍ରୀମନ୍ଦିର ଶ୍ରୀ ବୃଦ୍ଧି ପାଇଁ ସ୍ୱତନ୍ତ୍ର ନକ୍ସା । ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଉତ୍ତର ପାର୍ଶ୍ୱ ମଠ ସମ୍ମୁଖ ଯଜ୍ଞ ମଣ୍ଡପରେ ଶାସ୍ତ୍ର ଅନୁସାରେ ଚାଲିଛି ଯଜ୍ଞ । ଗଜପତି ମହାରାଜ ଯଜ୍ଞର କର୍ତ୍ତା ଥିବା ବେଳେ ୩୩ଜଣ ଶ୍ରୋତ୍ରୀୟ ବ୍ରାହ୍ମଣ ନିୟୋଜିତ ହୋଇଛନ୍ତି । ଶ୍ରୀମନ୍ଦିର ଚାରିପାଖ ସୁରକ୍ଷା କରିଡର ସହ ସୃଷ୍ଟି ହେବ ସବୁଜ ବଳୟ । ଚାରିପାଖେ ଥିବା ମଠ ଏବଂ ମନ୍ଦିର ଗୁଡ଼ିକର ପୁନଃବିକାଶ ହେବ । ଭକ୍ତଙ୍କ ସାମଗ୍ରୀ ରଖିବା ପାଇଁ ସ୍ୱତନ୍ତ୍ର ଗୃହ, ସୂଚନା ଓ ଦାନ କେନ୍ଦ୍ର କରାଯିବ ।

ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବା କେନ୍ଦ୍ର ରହିବ । ପାନୀୟଜଳ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଏ.ଟି.ଏମ୍ ବ୍ୟବସ୍ଥା କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ରୁ ଆରମ୍ଭ ହୋଇଥିଲା ଜମି ଅଧିଗ୍ରହଣ ପ୍ରକ୍ରିୟା । ପ୍ରାୟ ୯୬ ପ୍ରତିଶତ ସରିଛି ଜମି ଅଧିଗ୍ରହଣ କାମ । ସାଆନ୍ତେଙ୍କ ପାଇଁ ସ୍ୱଇଚ୍ଛାରେ ଜମି ଦେଇଥିଲେ ଶ୍ରୀକ୍ଷେତ୍ରବାସୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାୟ ୮ଶହ କୋଟି ଟଙ୍କା ମଞ୍ଜୁର ହୋଇଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପୋଲିସ୍ ।

ବରିଷ୍ଠ କ୍ୟାମେରାମ୍ୟାନ୍ ସୁବୋଧ ପାଣିଗ୍ରାହୀଙ୍କ ପରଲୋକ

0

ଭୁବନେଶ୍ୱର: ବରିଷ୍ଠ କ୍ୟାମେରାମ୍ୟାନ୍ ସୁବୋଧ ପାଣିଗ୍ରାହୀଙ୍କ ପରଲୋକ । ୫୩ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସୁବୋଧଙ୍କ ଦେହାନ୍ତରେ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି । ଅତ୍ୟନ୍ତ ମେଳାପି ଏବଂ କର୍ତ୍ତବ୍ୟନିଷ୍ଠ ସୁବୋଧ ଆଜି ନିଜ ଡ୍ୟୁଟି ସାରି ଘରକୁ ଫେରିବା ପରେ ଏଭଳି ଅଘଟଣ ଘଟିଛି ।

କଳିଙ୍ଗ ଷ୍ଟାଡିୟମ୍ ସମ୍ମୁଖରେ କାର୍ଯ୍ୟ କରିବା ସହ ହକି ବିଶ୍ୱକପ୍ କଭର କରିବା ପାଇଁ ପାସ୍ ନେଇଥିଲେ । କିନ୍ତୁ ଏଥର ହକି ଜୁନିୟର ବିଶ୍ୱକପରେ ତାଙ୍କୁ ଆଉ ଦେଖିବାକୁ ମିଳିବନି । କଳିଙ୍ଗ ଷ୍ଟାଡିୟମରେ ଯେତେ ଖେଳ ହୁଏ ସୁବୋଧ ସବୁବେଳେ କ୍ୟାମେରା ଧରି ତାଙ୍କ କର୍ତ୍ତ୍ୟବ୍ୟ କରୁଥିବା ଦେଖିବାକୁ ମିଳୁଥିଲା ।

ସୋସିଆଲ ମିଡିଆ ଫେସବୁକରେ ସୁବୋଧ ପ୍ରତିଦିନ ଏକ ଫଟୋ ପୋଷ୍ଟ କରି ସହକର୍ମୀଙ୍କ ଗହଣରେ ଚର୍ଚ୍ଚାରେ ରହୁଥିଲେ । ହକି ଖେଳ କଭର କରିବାକୁ ସେ ଭଲ ପାଉଥିବାରୁ, ନିଜ ପ୍ରୋଫାଇଲ କଭର ଫଟୋରେ କଳିଙ୍ଗ ଷ୍ଟାଡିୟମର ହକି ଗ୍ରାଉଣ୍ଡ ଫଟୋ ରଖିଛନ୍ତି । ମୃତ୍ୟୁ ପୂର୍ବରୁ ସୁବୋଧଙ୍କ ଶେଷ ଫଟୋ ପୋଷ୍ଟରେ ସେ ଏକ କ୍ୟାପସନ୍ ମଧ୍ୟ ଦେଇଥିଲେ । ଯେଉଁଥିରେ ସେ ଲେଖିଛନ୍ତି ମୁଁ ମୋ ଶତ୍ରୁଙ୍କୁ ବି ଭଲ ପାଏ ।

ବାଲୁକା କଳାରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ: ଦୀପରେ ଝଲସୁଛି ବଡ଼ ଦାଣ୍ଡ

0

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଶିଳାନ୍ୟାସ । ଏଥିପାଇଁ ଚାଲିଛି ପୂଜାର୍ଚ୍ଚନା । ଶୁଭ ମୁହୁର୍ତ୍ତ ପୂର୍ବରୁ ସ୍ୱର୍ଣ୍ଣଭା ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପରିକ୍ରମା ପ୍ରକଳ୍ପର ନିଚ୍ଛକ କଳାକୃତି ନିର୍ମାଣ କରିଛନ୍ତି ସୁଦର୍ଶନ । ବାଲୁକା କଳାରେ ସିଂହଦ୍ୱାର ସହିତ ପାର୍ଶ୍ୱ ଦେବାଦେବୀ ନିର୍ମାଣ କରାଯାଇଛି ।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଶିଳାନ୍ୟାସ ପୂର୍ବରୁ ଶ୍ରୀକ୍ଷେତ୍ରରେ ଅପାର ଉତ୍ସାହ ଦେଖିବାକୁ ମିଳିଛି । ଶତାଧିକ ଦୀପରେ ଝଲସି ଉଠିଛି  ବଡ଼ଦାଣ୍ଡ । ରଙ୍ଗୋଲୀର ରଙ୍ଗରେ ରଙ୍ଗୀନ ହୋଇପଡ଼ିଛି ଶ୍ରୀଗୁଣ୍ଡିଚା ପ୍ରାଙ୍ଗଣ । ଆସନ୍ତକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ। ଏହା ପୂର୍ବରୁ ଆଜି ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଶତାଧିକ ଦୀପ ଜାଳିଛନ୍ତି ମହିଳା। ୩୨ଟି ଓ୍ୱାର୍ଡର ମହିଳା ଦୀପ ଜାଳିବା ସହିତ ରଙ୍ଗୋଲିରେ ବଡ଼ ଦାଣ୍ଡକୁ ସଜାଇଛନ୍ତି।

ଆସନ୍ତା ଶୀତ ଅଧିବେଶନରେ ଆସିବ କ୍ରିପ୍ଟୋ କରେନ୍ସିଂ ବିଲ୍: ଶେଷ ହୋଇଛି ସମସ୍ତ ପ୍ରକ୍ରିୟା

0

ନୂଆଦିଲ୍ଲୀ: ୨୯ ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ସଂସଦର ଶୀତ ଅଧିବେଶନରେ ଆସିବ କ୍ରିପ୍ଟୋ କରେନ୍ସିଂ ବିଲ୍ । ଏଥି ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ଆରବିଆଇ ଦ୍ୱାରା ଜାରି ହେବାକୁ ଥିବା ଅଫିସିଆଲ ଡିଜିଟାଲ ମୁଦ୍ରା ପାଇଁ କ୍ରିପ୍ଟୋ କରେନସିଂ ବିଧେୟକ ଆସିବ । ତେବେ ଘରୋଇ କ୍ରିପ୍ଟୋ କରେନ୍ସିଂର ବ୍ୟବହାର ଭାରତରେ ବ୍ୟାନ ରହିବ ।

ତେବେ ଟେକ୍ନଲୋଜିର ବ୍ୟବହାର ପାଇଁ କିଛି କ୍ଷେତ୍ରରେ ଏହାର ବ୍ୟବହାର ପାଇଁ ଅନୁମତି ମିଳିପାରେ । ଏହାପୂର୍ବରୁ କ୍ରିପ୍ଟୋ କରେନ୍ସିଂ ଭୁଲ ଲୋକଙ୍କ ହାତରେ ନଦେବାକୁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ନଚେତ ଯୁବବର୍ଗଙ୍କ ଭବିଷ୍ୟତ ବରବାଦ ହେବାର ଆଶଙ୍କା ଥିବା ସେ ଚେତାଇ ଦେଇଥିଲେ । ସଂସଦର ଶୀତ ଅଧିବେଶନରେ ମୋଟ ୨୬ଟି ବିଲ ଆସିବାକୁ ଥିବା ବେଳେ, ୩ କଳା କୃଷି ଆଇନ ଉଚ୍ଛେଦ ବିଲ ମୁଖ୍ୟ ପ୍ରସଙ୍ଗ ରହିବ ।

ବିଶ୍ୱ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକ କ୍ରିପ୍ଟୋ କରେନ୍ସି ଉପରେ ମିଳିତ ଭାବରେ କାର୍ଯ୍ୟ କରିବାକୁ କହିଛନ୍ତି ମୋଦି । ମୋଦି କହିଛନ୍ତି କି ଏହା ଭୁଲ ହାତରେ ଯେପରିର ନପଡ଼େ ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି ମୋଦି । ତେବେ ଭାରତରେ କ୍ରିପ୍ଟୋ କରେନ୍ସି ପାଇଁ ଏକ ନୂଆ ନିୟମ ଉପରେ ଭାରତ କାର୍ଯ୍ୟ କରୁଛି ବୋଲି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭାରତରେ କିପରି କ୍ରିପ୍ଟୋ କରେନ୍ସି କିପରି ଆଗକୁ ବଢ଼ିବ ସେନେଇ ଆଲୋଚନା ହେବାର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ମୋଦି ଅବ୍ୟବହୃତ କ୍ରିପ୍ଟୋ କରେନ୍ସି ବଜାରରେ ଅର୍ଥ ହେରଫେର ତଥା ଆତଙ୍କବାଦୀଙ୍କ ପାଇଁ ଆର୍ଥିକ ସହାୟତା ପାଲଟିଛି ।

ଏଥିସହିତ ପଢ଼ନ୍ତୁ: କ୍ରିପ୍ଟୋ କରେନ୍ସି ଭୁଲ ହାତକୁ ଗଲେ ଯୁବପିଢ଼ୀ ବର୍ବାଦ ହୋଇଯିବେ; ପ୍ରଧାନମନ୍ତ୍ରୀ