spot_img
Home Blog Page 4895

ୟୁରୋପରେ ଅଣାୟତ୍ତ କରୋନା; ଲକଡାଉନକୁ ବିରୋଧ କରି ଆନ୍ଦୋଳନ

ନୂଆଦିଲ୍ଲୀ: ୟୁରୋପରେ କୋଭିଡ-୧୯ ଅଧିକରୁ ଅଧିକ ପରିବ୍ୟାପ୍ତ ହେଉଥିବାବେଳେ ଲକଡାଉନ ବିରୋଧରେ ହୋଇଛି ଆନ୍ଦୋଳନ । ଏପରିକି କେତେକ ସ୍ଥାନରେ ବିକ୍ଷୋଭ ହେବା ସହ ଗୁଳିକାଣ୍ଡ ଘଟିଛି । ନେଦରଲ୍ୟାଣ୍ଡ୍ସରେ ଲକଡାଉନକୁ ବିରୋଧ କରି ଜୋରଦାର ଆନ୍ଦୋଳନ ହେବା ସହ ପୋଡାଜଳା ହୋଇଛି । ନେଦରଲ୍ୟାଣ୍ଡର ରଟରଡ୍ୟାମ ସିଟିରେ ଆନ୍ଦୋଳନ ଜୋରଦାର ହେବାରୁ ପୋଲିସକୁ ଗୁଳି କରିବାକୁ ପଡିଛି । ଫଳରେ ସେଠାରେ ୨ ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ପୋଲିସ ୫୧ଜଣଙ୍କୁ ଗିରଫ କରିଛି । ସେହିପରି ହଗ୍ ସହରରରେ ଲୋକମାନେ ପୋଲିସ ଉପରକୁ ବୋମା ଫିଙ୍ଗିବା ସହ ପୋଡାପୋଡି କରିଛନ୍ତି । ଅଷ୍ଟ୍ରିଆ, କ୍ରୋଏସିଆ, ଇଟାଲିରେ କଟକଣା ପ୍ରତିବାଦରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ବିଭିନ୍ନ ସ୍ଥାନରେ ଜୋରଦାର ବିକ୍ଷୋଭ କରିଛନ୍ତି ।

ୟୁରୋପର ବିଭିନ୍ନ ସ୍ଥାନରେ ହେଉଥିବା ଆନ୍ଦୋଳନକୁ ନେଇ ଚିନ୍ତାବ୍ୟକ୍ତ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । କରୋନା ଦିନକୁ ଦିନ ହୁ ହୁ ବଢ଼ୁଥିବା ବେଳେ ଏପରି ଆନ୍ଦୋଳନକୁ କଡା ସମାଲୋଚନା କରିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଆଞ୍ଚଳିକ ନିର୍ଦ୍ଦେଶକ ଡାକ୍ତର ହାନ୍ସ କ୍ଲୁଜ । ୟୁରୋପରେ କୋଭିଡ ସଂକ୍ରମଣ ପୁଣି ବଢୁଥିବାବେଳେ ବିଭିନ୍ନ କଟକଣାକୁ ଲୋକଙ୍କ ବିରୋଧ ଯୋଗୁ ଏହ ସମସ୍ୟା ଅଧିକ ଘନୀଭୂତ ହେବା ଆଶଙ୍କା କରାଯାଉଛି । ହିଂସା ଯୋଗୁ ଜନଜୀବନ ବାଧାପ୍ରାପ୍ତ ହୋଇଛି ଏବଂ ଅଧିକରୁ ଅଧିକ ଲୋକ ଆହତ ହେବାରେ ଲାଗିଛନ୍ତି । ନେଦରଲ୍ୟାଣ୍ଡରେ ତିନି ସପ୍ତାହବ୍ୟାପୀ ଆଂଶିକ ଲକଡାଉନ ହେବା କାରଣରୁ ଏହାକୁ ନେଇ ଲୋକେ ଉତ୍ତ୍ୟକ୍ତ ହୋଇଛନ୍ତି । ପ୍ରତିଷ୍ଠାନ, ବାର୍, ରେଷ୍ଟୁରାଣ୍ଟ, କ୍ରୀଡା ଉପରେ କଟକଣା ଜାରି କରାଯାଇଛି । କ୍ରୋଏସିଆ, ଇଟାଲୀ, ଫ୍ରାନ୍ସ ଆଦି ସ୍ଥାନରେ ପ୍ରତିବାଦ ପରିଲକ୍ଷିତ ହୋଇଛି ।

ଆର୍ଯ୍ୟନଙ୍କୁ ଗିରଫ ନୁହେଁ, ଅପହରଣ କରାଯାଇଥିଲା: ନଓ୍ବାବ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । କିଙ୍ଗ ଖାନ୍ ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କୁ ଜାମିନ ମିଳିଥିବା ବେଳେ ସେ ଏବେ ଘରେ ଅଛନ୍ତି । ହେଲେ ବିବାଦ ଓ ଆରୋପ ପ୍ରତ୍ୟାରୋପ ଥମିବାର ନାଁ ନେଉନି । ଏହି ମାମଲାରେ ଏନସିବିକୁ ବାରମ୍ବାର ସମାଲୋଚନା କରି ଆସିଥିବା ଏନସିପି ନେତା ତଥା ମହାରାଷ୍ଟ୍ର ସରକାରର ମନ୍ତ୍ରି ନଓ୍ବାବ ମଲ୍ଲିକ ଆଣିଛନ୍ତି ପୁଣି ଏକ ଗୁରୁତର ଅଭିଯୋଗ । ଆର୍ଯ୍ୟନଙ୍କୁ ଗିରଫ କରାଯାଇ ନଥିଲା, ବରଂ ଅପହରଣ କରାଯାଇଥିଲା ବୋଲି ଅଭିଯୋଗ ଏନସିବି ଉପରେ ଲଦିଛନ୍ତି ନଓ୍ବାବ ।

ସେ କହିଛନ୍ତି, ‘ଆର୍ଯ୍ୟନ ଖାନଙ୍କୁ ଏନସିବି ଗିରଫ କରିବା ଏକ ଅପହରଣ ମାମଲା । ପ୍ରି ପ୍ଲାନ୍ କରାଯାଇ ଆର୍ଯ୍ୟନ ଓ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା । ସୋସିଆଲ ମିଡିଆରେ ଏକ ସେଲଫି ଭାଇରାଲ ହେବା ପରେ ପୂରା ପ୍ଲାନ ସ୍ପଷ୍ଟ ହୋଇଯାଇଥିଲା ।’

ସେ ଆହୁରି କହିଛନ୍ତି, ‘ଆର୍ଯ୍ୟନ ଡ୍ରଗ୍ସ ନେଇଥିବାର କିଛି ପ୍ରମାଣ ନଥିବା ବେଳେ ତାଙ୍କଠାରୁ କୌଣସି ମାଦକ ଦ୍ରବ୍ୟ ଜବତ ମଧ୍ୟ ହୋଇ ନଥିଲା ।’

ଏହା ମଧ୍ୟରେ ଆର୍ଯ୍ୟନଙ୍କ ବେଲ ଅର୍ଡର ଜାରି କରିଛନ୍ତି ମୁମ୍ବାଇ ହାଇକୋର୍ଟ । ଏଥିରେ ଦର୍ଶାଯାଇଛି, ‘ଡ୍ରଗ୍ କାରବାରକୁ ନେଇ ଆର୍ଯ୍ୟନ୍ ଖାନ୍, ଅରବାଜ୍ ମର୍ଚାଣ୍ଟ ଏବଂ ମୁନମୁନ୍ ଧାମଚାଙ୍କ ମଧ୍ୟରେ ଷଡଯନ୍ତ୍ରର କୌଣସି ପ୍ରମାଣ ମିଳିନାହିଁ । ହ୍ବାଟ୍ସଆପ୍ ଚାଟ୍ ମଧ୍ୟ ଆପତ୍ତିଜନକ ନୁହେଁ । ଆପରାଧିକ କାର୍ଯ୍ୟକଳାପକୁ ନେଇ ସେମାନଙ୍କ ବିରୋଧରେ କିଛି ଠୋସ୍ ପ୍ରମାଣ ନାହିଁ ।’

କୋର୍ଟଙ୍କ ବେଲ ଅର୍ଡର ରିଲିଜ ପରେ ଏନସିବି ଓ ଏନସିବିର ଜୋନ୍ ଅଧ୍ୟକ୍ଷ ସମୀର ଓ୍ବାଖଡେଙ୍କୁ ଟାର୍ଗେଟ କରିଛନ୍ତି ନଓ୍ବାବ । ସେପଟେ ଓ୍ବାଖଡେଙ୍କ ଧର୍ମକୁ ନେଇ ଆଉ ଏକ ପ୍ରମାଣ ଆଣି ଟାର୍ଗେଟ କରିଛନ୍ତି ନିଲୋଫର ମଲ୍ଲିକ ଖାନ୍ । ନିଜ ଟ୍ବିଟର ହ୍ୟାଣ୍ଡେଲରେ ଓ୍ବାଖଡେଙ୍କ ବାହାଘର କାର୍ଡ ଓ ବିବାହ ପ୍ରମାଣପତ୍ର ସେୟାର କରିଛନ୍ତି ସେ ।

ପରୀକ୍ଷା ପାଇଁ ଆତ୍ମହତ୍ୟା କମିଛି, ଘର କଳି ପାଇଁ ବଢ଼ିଛି

ଭୁବନେଶ୍ୱର: ୨୦୧୯ ତୁଳନାରେ ଦେଶରେ ୨୦୨୦ ମସିହାରେ ଶତ ପ୍ରତିଶତ ବଢ଼ିଛି ଆତ୍ମହତ୍ୟା ମାମଲା । ଏନସିଆରବି ରିପୋର୍ଟ ମଧ୍ୟ ସମାନ କଥା କହୁଛି । ଏନସିଆରବିର ସଡ଼କ ଦୁର୍ଘଟଣା ଏବଂ ଆତ୍ମହତ୍ୟାର ବାର୍ଷିକ ରିପୋର୍ଟରେ ଏ ତଥ୍ୟ ପ୍ରକାଶ ପାଇଛି । ଦେଶରେ ହେଉଥିବା ଆତ୍ମହତ୍ୟାର ୩ ଭାଗରୁ ୧ ଭାଗ ଘରୋଇ କଳି, ଅସୁସ୍ଥତା ଯୋଗୁଁ ଘଟିଛି ।

ପୂର୍ବରୁ ପରୀକ୍ଷାରେ ବିଫଳତା ପାଇଁ ହେଉଥିବା ଆତ୍ମହତ୍ୟା ହାର୍ କମିଛି । ୨୦୧୯ ତୁଳନାରେ ୨୦୨୦ରେ ପରୀକ୍ଷାରେ ବିଫଳ ହେବାରୁ କମ୍ ଆତ୍ମହତ୍ୟା କରିଛନ୍ତି । ଅନ୍ୟପଟେ ଘରୋଇ କଳି ବା ସମସ୍ୟା ପାଇଁ ଆତ୍ମହତ୍ୟା ବଢ଼ିଛି । ଦେଶ ସହ ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ରହିଛି ।

Suicide Case Increased In Odisha For Family Problem

୨୦୧୯ ମସିହାରେ ଓଡ଼ିଶାରେ ଘରୋଇ କଳହ ପାଇଁ ୨ ହଜାର ୭୭୯ଟି ଆତ୍ମହତ୍ୟା ମାମଲା ଆସିଥିବା ବେଳେ ୨୦୨୦ରେ ଏହା ପାଖାପାଖି ୬୦ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୦ ମସିହାରେ ଘରୋଇ କଳହ ପାଇଁ ଓଡ଼ିଶାରେ ୪ ହଜାର ୫୦୬ଟି ଆତ୍ମହତ୍ୟା ମାମଲା ଆସିଛି । ଆତ୍ମହତ୍ୟା ମାମଲା ୬୨ ପ୍ରତିଶତ ବୃଦ୍ଧି ପାଇଛି ।

ଅନ୍ୟପଟେ ୨୦୧୯ ତୁଳନାରେ ୨୦୨୦ରେ ପରୀକ୍ଷାରେ ବିଫଳତା ପାଇଁ ଆତ୍ମହତ୍ୟା ମାମଲା କମିଛି । ୨୦୧୯ରେ ପରୀକ୍ଷାରେ ଅଣ-କୃତ୍ୟକାର୍ଯ୍ୟ ପାଇଁ ୭୪ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୦ରେ ଏହା ୧୭କୁ ଖସି ଆସିଛି । ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ବଢ଼ିବା ପଛରେ ମୁଖ୍ୟ କାରଣ କରୋନା ଲକଡାଉନ୍ । କାରଣ ଲକଡାଉନ୍ ପାଇଁ ସବୁକିଛି ଠପ୍ ହୋଇଯିବା ପରେ ସମସ୍ତେ ଘରେ ବନ୍ଦୀ ହୋଇ ଯାଇଥିଲେ । ନିଯୁକ୍ତିରୁ ନେଇ ରୋଜଗାର, ସ୍ୱାସ୍ଥ୍ୟରୁ ନେଇ ଅର୍ଥ ଓ ମାନସିକ ଦୁଃଶ୍ଚିନ୍ତା ଭିତରେ ସମସ୍ତେ ଗତି କରୁଥିଲେ । ଯାହା ଫଳରେ ଆତ୍ମହତ୍ୟା ବଢ଼ିଛି ।

ବୁଦା ମୂଳରୁ ମିଳିଲା ଚୋରି ଅଭିଯୋଗ ହୋଇଥିବା ନବଜାତ ଶିଶୁକନ୍ୟା

ସୋନପୁର: ବୁଦା ମୂଳରୁ ମିଳିଲା ଶିଶୁକନ୍ୟା । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ପରିବାର ଲୋକ କରିଥିଲେ ଅଭିଯୋଗ । ନବଜାତ ଶିଶୁକନ୍ୟାକୁ ପୋଲିସ ଆଜି ଏକ ବୁଦାମୂଳରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ।

ମେଡିକାଲରୁ ଶିଶୁକନ୍ୟା ଚୋରି ହେବାକୁ ଅଭିଯୋଗ ଘଟଣା  କିଛିଦିନ ହେବ ସୁବର୍ଣ୍ଣପୁର ଜିଲ୍ଲାରେ ଚର୍ଚ୍ଚାରେ ରହି ଆସିଛି । ଗତକାଲି ଏହି ଘଟଣା ନୂଆମୋଡ ନେିଥିଲା । ନବଜାତ କନ୍ୟା ସନ୍ତାନକୁ ତା’ ଜେଜେମାଆ ଆଉ ଜଣେ ମହିଳାଙ୍କୁ ଦେଉଥିବାର ଦୃଶ୍ୟ ସିସିଟିଭିରେ ହୋଇଥିଲା କଏଦ । ଶିଶୁଟିକୁ ନେଇଥିବା ମହିଳା ଜଣଙ୍କ ମେଡିକାଲ ଗେଟ୍ ବାହାରକୁ ଯିବାର ଦୃଶ୍ୟ ମଧ୍ୟ ସିସିଟିଭିରେ କଏଦ ହୋଇଥିଲା । ତେବେ ମହିଳା ଜଣଙ୍କ ମାସ୍କ ପିନ୍ଧି ଥିବାରୁ ତାଙ୍କ ପରିଚୟ ଜଣା ପଡ଼ିନଥିଲା । ଜେଜେମାଆକୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ ।

ପୁଣି ବିବାଦରେ କଙ୍ଗନା: ଏଥର ଟାର୍ଗେଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧି

ନୂଆଦିଲ୍ଲୀ: ବିବାଦୀୟ ବୟାନ ଦେଇ ପୁଣି ଥରେ ବିବାଦରେ ଫସିଛନ୍ତି ପଦ୍ମଶ୍ରୀ କଙ୍ଗନା ରାଣାଓ୍ବତ । ଦେଲେ ମାନହାନିକର ମନ୍ତବ୍ୟ । କହିଲେ, ଇନ୍ଦିରା ନିଜ ଜୋତାରେ ମଶାଙ୍କୁ ଦଳିବା ପରି ଶିଖମାନଙ୍କୁ ଦଳି ଦେଇଥିଲେ ।

କଙ୍ଗନା କହିଛନ୍ତି, ‘ଆଜି ସରକାରଙ୍କ ଉପରେ ଖଲିସ୍ତାନୀ ଆତଙ୍କବାଦୀମାନେ ଚାପ ପକାଉଛନ୍ତି । ନିଜ ଇଚ୍ଛାନୁସାରେ ପରିଚାଳିତ କରିବାକୁ ଚାହୁଁଛନ୍ତି । ମାତ୍ର ଆମେ ଜଣେ ମହିଳାଙ୍କୁ ଭୁଲି ଯିବା ଉଚିତ ହେବ ନାହିଁ । ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଯିଏ ନିଜ ଜୋତାରେ ସେମାନଙ୍କୁ ଦଳି ଦେଇଥିଲେ । ସେ ଦେଶ ଲାଗି କେତେ କ୍ଷତି କରିଛନ୍ତି ତାହା ବଡ କଥା ନୁହେଁ ବରଂ ସେ ମଶାଙ୍କୁ ଦଳିବା ପରି ସେମାନଙ୍କୁ ଦଳି ଦେଇଥିଲେ । ବର୍ତ୍ତମାନ ବି ସେମାନେ ଏହି ଘଟଣାରେ ଶିହରି ଉଠୁଛନ୍ତି ।’

କଙ୍ଗନାଙ୍କ ଏପରି ବିବାଦୀୟ ମନ୍ତବ୍ୟକୁ ନେଇ ପ୍ରତିବାଦ କରିଛି ଅକାଳୀ ଦଳ । ଦଳର ନେତା ମନଜିନ୍ଦର ସିଂ ସିର୍ସା କଙ୍ଗନାଙ୍କ ବିରୋଧରେ ଦିଲ୍ଲୀର ମନ୍ଦିର ମାର୍ଗ ଥାନାରେ ଏହି ମାମଲା ରୁଜୁ କରିଛନ୍ତି । ଦିଲ୍ଲୀ ଶିଖ୍ ଗୁରୁଦ୍ବାର ପରିଚାଳନା କମିଟି ସଭାପତି ଥିବା ମନଜିନ୍ଦର କହିଛନ୍ତି କଙ୍ଗନା ଚାଷୀ ଆନ୍ଦୋଳନକୁ ଉଦ୍ଦେଶ୍ୟମୂଳକ ଭାବେ ଖଲିସ୍ଥାନୀ ଆନ୍ଦୋଳନ ସହ ଯୋଡୁଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଏକ ଫଟୋ ସେୟାର କରି ସେ କହିଛନ୍ତି- ଖଲିସ୍ତାନୀ ଆନ୍ଦୋଳନ ବୃଦ୍ଧି ସହ ଇନ୍ଦିରାଙ୍କ କାହାଣୀ ପୂର୍ବ ତୁଳନାରେ ଅଧିକ ଯଥାର୍ଥ ରହିଛି ।

ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ବିଜେପି ସରକାରଙ୍କୁ ଖୋଲାଖୋଲି ସମର୍ଥନ କରି ଚର୍ଚ୍ଚାରେ ରହିଥିବା କଙ୍ଗନାଙ୍କ ଏହି ମନ୍ତବ୍ୟ ପୁଣି ଚର୍ଚ୍ଚାର କାରଣ ହୋଇଛି । କଙ୍ଗନା ରଣାଓ୍ବତ ବିବାଦୀୟ କୃଷି ଆଇନର ଜଣେ ଦୃଢ଼ ସମର୍ଥକ ଥିଲେ ।

ଟ୍ବିଟରରୁ ରୋଜଗାର କରିପାରିବେ ଟଙ୍କା; କିପରି ଜାଣନ୍ତୁ…

ନୂଆଦିଲ୍ଲୀ:  ଏକ ନୂଆ ଫିଚର ଆଣୁଛି ଟ୍ବିଟର । ଏହି ଫିଚର ମାଧ୍ୟମରେ ଆପଣ ଘରେ ବସି ଟଙ୍କା ରୋଜଗାର କରିପାରିବେ । ଆଣ୍ଡ୍ରୋଏଡ ଫୋନ ୟୁଜର୍ସଙ୍କ ପାଇଁ ଆଣୁଛି ଏହି ଫିଚର ।ଏହି ଫିଚର ମାଧ୍ୟମରେ ଆପଣ ଆପଣଙ୍କ ପସନ୍ଦର କଣ୍ଟେଣ୍ଟ କ୍ରିଏଟର୍ସଙ୍କୁ ଟଙ୍କା ପଠାଇ ପାରିବେ । ତେବେ ଏହି ଫିଚର ନୂଆ ନୁହେଁ । କମ୍ପାନୀ ଏହା ପୂର୍ବରୁ IOS ଡିଭାଇସରେ Tip Jar ଫାସିଲିଟିଜ୍ ଜାରି କରିସାରିଛି । ଏହି ଫିଚର ମାଧ୍ୟମରେ କ୍ରିଏଟର୍ସ ଓ ସାମ୍ବାଦିକ ତାଙ୍କ ଟ୍ବିଟର ଟପ ଫର୍ମରେ ମନିଟାଇଜ କରିପାରିବେ । କ୍ରିଏଟର୍ସମାନେ ତାଙ୍କ ଫଲୋଅର୍ସଙ୍କଠାରୁ ଟିପ୍ ନେବା ପାଇଁ Bandcamp, Cash App, Patreon, Paypal T Venmo ଆକାଉଣ୍ଟ୍ସର ଲିଙ୍କକୁ ସେୟାର କରିବାକୁ ପଡ଼ିବ ।

ଟ୍ବିଟର ଆଣ୍ଡ୍ରୋଏଡ ୟୁଜର୍ସଙ୍କ ପାଇଁ ଟିପିଂ ଫିଚର ଜାରି କରିଛି ବୋଲି ଏକ ଟୁଇଟ କରି କହିଛି । ଉପଭୋକ୍ତା ଏହି Tips ଆଇକନକୁ ତାଙ୍କ ପ୍ରୋଫାଇଲରେ ଏଡିଟ୍ ପ୍ରୋଫାଇଲ ବଟନ ସାହାର୍ଯ୍ୟରେ ଟୁଇଟରରେ ଯୋଡି ପାରିବେ । ଏହି ଫିଚର ବର୍ତ୍ତମାନ ସମୟରେ କିଛି ଲିମିଟେଡ କ୍ରିଏଟର୍ସ ଓ ସାମ୍ବାଦିକଙ୍କୁ ମିଳିଛି । ଟ୍ବିଟର Tip Jar ଫିଚରକୁ ନେଇ ଚଳିତ ବର୍ଷ ମେ’ରେ କହିଥିଲା । ଏହା ପରେ ୧୮ ବର୍ଷରୁ ଅଧିକ IOS ୟୁଜର୍ସଙ୍କ ପାଇଁ ଏହି ଫିଚର ଜାରି କରିଥିଲା । ତେବେ କମ୍ପାନୀ ଏବେ କହିଛି କି ଏହି Tip Jar ଏକ ନୂଆ ଫିଚର ଉପରେ କାମ କରୁଛି ।

ଏହି ନୂଆ ଫିଚର ଆସିବା ପରେ ୟୁଜର୍ସ ଟିପ୍ସରେ Bitcoin ବି ଦେଇପାରିବେ । ଏହା ବ୍ୟତୀତ କମ୍ପାନୀ ଏହା ମଧ୍ୟ କହିଛି କି ଏହି ନୂଆ ଫିଚରରେ ଆସିବା ପରେ ଫୁଲ ସାଇଜ୍ ଇମୋଜି ମଧ୍ୟ ଦେଖିପାରିବେ । ଏହି ଫିଚର ମାଧ୍ୟମରେ ୟୁଜର୍ସ ଟାଇମ ଲାଇନରେ ପୂରା ଫୁଲ ଫଟୋ ମଧ୍ୟ ଦେଖିପାରିବେ ।

ଗୃହ ସହାୟିକାଙ୍କ ସାହାଯ୍ୟରେ ଗ୍ୟାଙ୍ଗ ଲୁଟ୍

ଘରେ ସହାୟିକା ରଖୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ ! କାରଣ ଆପଣଙ୍କ ସାଙ୍ଗରେ ବି ଏମିତି ଘଟଣା ଘଟିପାରେ । । ଗ୍ୟାଙ୍ଗ ଲୁଟର ପୂର୍ବ ପ୍ରସ୍ତୁତି କରି ଘରୁ କଳାକନା ବୁଲାଇ ଫେରାର ହୋଇଛନ୍ତି ଗୃହ ସହାୟିକା । ଦିଲ୍ଲୀ ଏନସିଆରରେ ମାତିଛନ୍ତି ଏହି ଗ୍ୟାଙ୍ଗ୍ ଲୁଟେରା । ଗୃହ ସହାୟିକାଙ୍କ ସାହାଯ୍ୟରେ କରୁଛନ୍ତି ଲୁଟ୍ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅପରାଧ ପ୍ରବଣ ଅଞ୍ଚଳ ନୋଏଡ଼ାରେ ।

ଏହି ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ନୋଏଡ଼ା ପୋଲିସ । ଅନଲାଇଲରେ ଗୃହ ସହାୟିକା ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ଘରୁ ଚୋରି କରିଥାନ୍ତି ଏ ଲୁଟେରା ଗ୍ୟାଙ୍ଗ୍ । ସୂଚନାନୁସାରେ ଏ ଯାଏଁ ୧୨ରୁ ଅଧିକ ପରିବାରକୁ ଏହି ଗ୍ୟାଙ୍ଗ କଳାକନା ବୁଲେଇସାରିଛି । ଗ୍ୟାଙ୍ଗର ଜଣେ ସଦସ୍ୟକୁ ଗୈାତମ ବୁଦ୍ଧ ନଗରସ୍ଥିତ ସେକ୍ଟର-୨୪ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ଏହି ବ୍ୟକ୍ତି ଜଣକ ଦିନେଶ ବୋଲି ଜଣାପଡ଼ିଥିବା ବେଳେ ସେ ପଶ୍ଚିମବଙ୍ଗ ବାସିନ୍ଦା ବୋଲି ସୂଚନା ମିଳିଛି । କିନ୍ତୁ ବର୍ତ୍ତମାନ ସେ ଦିଲ୍ଲୀରେ ରହୁଛି ।

ନୋଏଡ଼ାର ଆଡିସନାଲ ଡିସିପି ରଣବିଜୟ ସିଂଙ୍କ ସୂଚନାନୁସାରେ ଏହି ଗ୍ୟାଙ୍ଗ୍ ବିହାର ଓ ପଶ୍ଚିମବଙ୍ଗରୁ ମହିଳାଙ୍କୁ ଆଣି ଦିଲ୍ଲୀରେ ବିଭିନ୍ନ ସୋସାଇଟିରେ ଗୃହ ସହାୟିକା ଭାବେ ନିୟୋଜିତ କରିଥାଏ । ଅନଲାଇନ ବିଜ୍ଞାପନ ଦେଇ ହ୍ୱାଟସପରେ କଥାବାର୍ତ୍ତା ପରେ ବଡ଼ ବଡ଼ ସୋସାଇଟିରେ ଗୃହ ସହାୟିକାଙ୍କୁ ନିୟୋଜିତ କରେ । ଏହା ପରେ ସମୟର ସୁଯୋଗ ନେଇ ଏହି ଦଳ ଘରେ ଗ୍ୟାଙ୍ଗ୍ ଲୁଟ୍ କରିଥାନ୍ତି । ଏହି ଗ୍ୟାଙ୍ଗ ସହିତ ଜଡ଼ିତ ଅନ୍ୟ ସଦସ୍ୟଙ୍କୁ ପୋଲିସ ଖୋଜିବାରେ ଲାଗିପଡ଼ଛି ।

 

 

ସୋସିଆଲ୍ ମିଡିଆରୁ ଲଭ୍, ବ୍ରେକଅପ୍ ହେବାରୁ ଏସିଡ୍ ଫିଙ୍ଗିଲା ପ୍ରେମିକା

ଥିରୁବନନ୍ତପୁରମ: ଧୋକା ଦେଲା, ଆଖି ଚାଲିଗଲା । ବୟଫ୍ରେଣ୍ଡକୁ ଏସିଡ୍ ମାଡ଼ କଲା ପ୍ରେମିକ । ବ୍ରେକଅପ୍ ହେବା ପରେ ରାଗରେ ଏଭଳି କାଣ୍ଡ ଘଟାଇଛନ୍ତି ପ୍ରେମିକା । ଏଭଳି ଅଭାବନୀୟ ଘଟଣା କେରଳର ଇଡକ୍କି ଜିଲ୍ଲାର ଆଦିମାଳିରେ ଘଟିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଯୁବକଙ୍କ ଗୋଟିଏ ଆଖି ନଷ୍ଟ ହୋଇଯାଇଛି । ଗୁରୁତର ଯୁବକଙ୍କୁ ଥିରୁବନନ୍ତପୁରମର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଂକଟାପନ୍ନ ରହିଛି ।

ଅଭିଯୋଗ ଅନୁସାରେ, ଥିରୁବନନ୍ତପୁରମ୍ ଜିଲ୍ଲାର ପୂଜାପ୍ପରାର ଅରୁଣ କୁମାରଙ୍କ ଉପରେ ଇଡକ୍କି ଜିଲ୍ଲାର ୩୫ ବର୍ଷୀଅ ଶିବା ଏସିଡ୍ ଫିଙ୍ଗିଛନ୍ତି । ଏସିଡ୍ ଆକ୍ରମଣରେ ଅରୁଣଙ୍କ ଏକ ଆଖି ନଷ୍ଟ ହୋଇ ଯାଇଛି । ସୂଚନା ଅନୁସାରେ, ଅରୁଣର ଗର୍ଲଫ୍ରେଣ୍ଡ ଶିବା ବ୍ରେକଅପ୍ ପରେ ରାଗି ଯାଇ ଏସିଡ୍ ଫିଙ୍ଗିଛି ।

ଅରୁଣ, ଶିବା ଦୁହେଁ ଦୁହିଁଙ୍କୁ ସୋସିଆଲ୍ ମିଡିଆରେ ଚିହ୍ନି ଥିଲେ । ପରେ ଏହା ଭଲ ପାଇବାରେ ପରିଣତ ହୋଇଥିଲା । ପୋଲିସ ଅନୁସାରେ, ଅରୁଣ ଅନ୍ୟ ଜଣେ ଝିଅକୁ ବିବାହ କରିବା ନେଇ ଶିବା ଅରାଜି ଥିଲା । ପରେ ଉତକ୍ଷିପ୍ତ ହୋଇ ଏସିଡ୍ ଫିଙ୍ଗିଥିଲା । ୧୬ ନଭେମ୍ବର ଦିନ ପ୍ରାୟ ୧୦ଟା ୩୦ରେ ଶିବା, ଅରୁଣକୁ ଚର୍ଚ୍ଚ ନିକଟକୁ ଡାକି ଏସିଡ୍ ଫିଙ୍ଗି ଦେଇଥିଲା । ଏଥିରେ ଚେହେରା ସହ ହାତ ଜଳି ଯାଇଥିଲା ।  ପୋଲିସ ଘଟଣାର ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଜାରି ରଖିଛି ।

କେନ୍ଦ୍ରର ଜନ ମାରଣ ନୀତିରେ ଲୋକେ ଅତିଷ୍ଠ: ବିଜେଡି

0

ବ୍ରହ୍ମପୁର: ବ୍ରହ୍ମପୁର ନଗର ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ । ଗଜପତି ନଗରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ବିଧାୟକ ବିକ୍ରମ ପଣ୍ଡା । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ମାରଣ ନୀତିକୁ ନେଇ ସମାଲୋଚନା କରିଥିଲେ ନେତାମାନେ । ଏହାସହ ଆସନ୍ତା ୨୪ ତାରିଖରେ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବ୍ରହ୍ମପୁର ଆରଡିସି ଅଫିସ ସମ୍ମୁଖରେ ବିଜେଡି ପ୍ରତିବାଦ କରିବ ବୋଲି କୁହାଯାଇଛି । ବିରାଟ ଶୋଭାଯାତ୍ରାରେ ହଜାର ହଜାର କର୍ମୀ ଓ ସାଧାରଣ ଜନତା ଆରଡିସିଙ୍କ କାର୍ଯ୍ୟାଳୟରେ ପହଞ୍ଚି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି ବିଧାୟକ ବିକ୍ରମ ପଣ୍ଡା ।

କରୋନା କାଳରେ ଲୋକଙ୍କ ଆର୍ଥିକ ସ୍ଥିତି ବିଗିଡି ଯାଇଥିବାବେଳେ କେନ୍ଦ୍ର ସରକାରଙ୍କ ଭୁଲ ନୀତି ପାଇଁ ଦରଦାମ ବଢି ବଢି ଚାଲିଛି । ଗ୍ୟାସ ଦର ବଢିବା ସହ ଅତ୍ୟାବଶ୍ୟକ ସମାଗ୍ରୀ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଯାହାକୁ ନେଇ ସାଧାରଣ ଜନତା ସମସ୍ୟାରେ ପଡୁଥିବା କହିଛନ୍ତି ବିଧାୟକ । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ ।

ନୌସେନାରେ ସାମିଲ୍ ହେଲା INS ବିଶାଖାପାଟ୍ଟଣମ୍

ମୁମ୍ବାଇ: ରବିବାର ଭାରତୀୟ ନୌସେନାର ସାମିଲ୍ ହୋଇଛି INS ବିଶାଖାପାଟ୍ଟଣମ୍ । ଏହା ଦ୍ୱାରା ଇଣ୍ଡୋ-ପେସିଫିକ୍ ଅଞ୍ଚଳରେ ଭାରତର ଶକ୍ତି ବଢ଼ିବ । ଏହି ଜାହାଜର ଲମ୍ବା ୧୬୩ ମିଟର ହୋଇଥିବା ବେଳେ ଓଜନ ୭୪୦୦ ଟନ୍ ଅଟେ । ଏଥିରେ ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ଲକ୍ଷ୍ୟଭେଦ କରୁଥିବା ଏମଆରସ୍ୟାମ ମିସାଇଲ୍ ଓ ଭୂ-ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରି ପାରୁଥିବା ବ୍ରହ୍ମୋସ୍ ମିସାଇଲ୍ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି । INS ବିଶାଖାପାଟ୍ଟଣମ୍ ୭୫ ପ୍ରତିଶତ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରରେ ସମୃଦ୍ଧ । ଏହାର ସ୍ପିଡ୍ ୩୦ ନର୍ଟିକାଲ ମାଇଲ୍ସ । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ INS ବିଶାଖାପାଟ୍ଟଣମକୁ ନୌସେନାରେ ସାମିଲ୍ କରିଛନ୍ତି ।

Indian Navy's stealth guided missile destroyer Visakhapatnam commissioned

INS ବିଶାଖାପାଟ୍ଟଣମର ବୈଶିଷ୍ଟ୍ୟ

  • ଭାରତରେ ନିର୍ମିତ ସବୁଠାରୁ ଶକ୍ତିଶାଳୀ ଯୁଦ୍ଧପୋତ ମଧ୍ୟରୁ ଅନ୍ୟତମ INS ବିଶାଖାପାଟ୍ଟଣମ୍ । ଏହାକୁ ନୌସେନା ଡିଜାଇନ୍ ନର୍ଦ୍ଦେଶାଳୟ ଡିଜାଇନ୍ କରିଛି ।
  • ଏହାକୁ ମଝଗାଓଁ ଡକୟାର୍ଡ ମୁମ୍ବାଇରେ ତିଆରି କରାଯାଇଛି । ଏହା ନୌସେନାର ପ୍ରକଳ୍ପ 15Bର ଅଂଶ ଅଟେ । ଏହି ଶ୍ରେଣୀର ଆଉ ୩ଟି ଯୁଦ୍ଧପୋତ ୩୫ ହଜାର କୋଟି ବିନିମୟରେ ତିଆରି କରାଯିବ ।
  • ଏଥିରେ ଅତ୍ୟାଧୁନିକ ରାଡାର ରହିଥିବା ବେଳେ ଏହା ଅସ୍ତ୍ରଶସ୍ତ୍ରକୁ ଲକ୍ଷ୍ୟଭେଦ ପାଇଁ ତଥ୍ୟ ଦେବ ।
  • ଜାହାଜର ପନଡୁବ୍ବି ନିରୋଧୀ କ୍ଷମତା ସ୍ୱଦେଶୀ ରୂପେ ବିକଶିତ ରକେଟ୍ ଲଞ୍ଚର, ଟାରଁପିଡୋ ଲଞ୍ଚର ଓ ଏଏସଡବ୍ଲୁ ହେଲିକପ୍ଟର ଦ୍ୱାରା ପ୍ରଦାନ କରାଯିବ ।
  • ଯୁଦ୍ଧପୋତ ପରମାଣୁ, ଜୈବିକ ଓ ରସାୟନିକ ଯୁଦ୍ଧ ସ୍ଥିତିରେ ଲଢ଼ିବାରେ ସକ୍ଷମ ।