spot_img
Home Blog Page 4900

ଢେଙ୍କାନାଳବାସୀ ପାଇଲେ ସ୍ମାର୍ଟକାର୍ଡ, ଉପକୃତ ହେବେ ୧୦ ଲକ୍ଷ ହିତାଧିକାରୀ

ଢ଼େଙ୍କାନାଳ: ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡ଼ିହେଲା ଢେଙ୍କାନାଳ। ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ‘ସ୍ମାର୍ଟ’ ଯୁଗର ମହାବିପ୍ଲବ ଢେଙ୍କାନାଳରେ ମଧ୍ୟ ଆରମ୍ଭ ହୋଇଛି।  ଢେଙ୍କାନାଳ ରେ BSKYର ସ୍ମାର୍ଟ କାର୍ଡକୁ ନିଜ ହାତରେ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନାଯୋଗ୍ୟ ୟେ, ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ଼ ଦେବାରେ ଦେଶରେ ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା। ଖାଲି କାର୍ଡ ବଣ୍ଟା ଯାଇନାହିଁ, ସ୍ମାର୍ଟ କାର୍ଡ ବାଣ୍ଟନ ସହ ଝାରସୁଗୁଡ଼ାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଉପକୃତ ହେବେ ଜିଲ୍ଲାର ୧୦ଲକ୍ଷ ହିତାଧିକାରୀ।

ସେହିପରି ଢେଙ୍କାନାଳ ଜିଲ୍ଲାର ଭିତ୍ତିଭୂମି ବିକାଶ ପାଇଁ ୮୮୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ୫୦କୋଟି ଟଙ୍କା ଖର୍ଚ୍ଚ କରାଯିବ। ୯୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଢେଙ୍କାନାଳରେ ବିଭିନ୍ନ ପ୍ରକଳ୍ପ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିଳ୍ପ ସହିତ ଉଦ୍ୟାନ କୃଷିରେ ମଧ୍ୟ ଢେଙ୍କାନାଳ ସୁନାମ କରୁଛି। ଢେଙ୍କାନାଳରେ ପର୍ଯ୍ୟଟନର ବିକାଶ ପାଇଁ ୫୦ କୋଟି ଟଙ୍କା ବିନିଯୋଗ କରାଯିବ।

ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ମାଇଲ୍‌ଷ୍ଟୋନ୍‌ ହୋଇଥିବା ବେଳେ ବଡ଼ ବଡ଼ ୨ଶହ ହସ୍ପିଟାଲରେ ହିତାଧିକାରୀ ପାଇପାରିବେ ଚିକିତ୍ସା ସୁବିଧା।। ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାସ୍ଥ୍ୟ ହିଁ ସମ୍ପଦ। ପ୍ରତିଟି ଜୀବନ ମୂଲ୍ୟବାନ । ପରିବାରର କେହି ଅସୁସ୍ଥ ହୋଇ ରୋଗରେ ପଡ଼ିଗଲେ ଚିନ୍ତା ବଢିଯାଏ । ଜମି ବିକ୍ରି କରି, ସୁନା ଗହଣା ବିକି ଖର୍ଚ୍ଚ ତୁଲାଇବା କଥା ବେଶ ଦୁଃଖଦାୟକ । ଏପରିକି ପିଲାଙ୍କର ପାଠପଢାରେ ମଧ୍ୟ ଡୋରି ବନ୍ଧା ହୋଇଥାଏ । ଏସବୁ ସମସ୍ୟାରୁ ଲୋକଙ୍କୁ ମୁକୁଳାଇବା ପାଇଁ ହେଲଥ୍ କାର୍ଡ ସଞ୍ଜିବନୀ ସଦୃଶ ।

ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ମଧ୍ୟରେ ବୈଠକ ଡାକିଲେ ଗେହଲଟ୍‌: ପ୍ରାଥମିକାତାରେ ରହିବେ ପାଇଲଟ୍‌ କ୍ୟାମ୍ପର ନେତା!

ଜୟପୁର: ଶନିବାର କ୍ୟାବିନେଟ୍‌ ମନ୍ତ୍ରୀଙ୍କ ବୈଠକ ଡକାଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ଗେହଲଟ୍ ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ମାଗିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏହାରି ମଧ୍ୟରେ ଶିକ୍ଷା ମନ୍ତ୍ରୀ ତଥା ପିସିସି ସଭାପତି ଗୋବିନ୍ଦ ସିଂହ ଦୋସ୍ତାରା, ରାଜସ୍ୱ ମନ୍ତ୍ରୀ ଏବଂ ପଞ୍ଜାବ ଏଆଇସିସି ଇନ୍ ଚାର୍ଜ ହରିସ୍ ଚୌଧୁରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ସେମାନଙ୍କ ଇସ୍ତଫା ଦଳୀୟ ସଭାପତିଙ୍କ ନିକଟକୁ ପଠାଇସାରିଥିବା କହିଛନ୍ତି ଦଳ ସାଧାରଣ ସମ୍ପାଦକ ଅଜୟ ମାକେନ୍ । ‘ଓ୍ୱାନ୍ ମେନ୍, ଓ୍ୱାନ୍ ଫୋଷ୍ଟ୍’ ନିୟମ ଅନୁଯାୟୀ ସେମାନେ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ଆଜି ସନ୍ଧ୍ୟା ୫ଟାରେ ଅନୁଷ୍ଠିତ ହେବ କ୍ୟାବିନେଟ୍ ବୈଠକ ।

ତେବେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେଲେ ବିଶେଷ କରି ସଚିନ ପାଇଲଟ୍‌ଙ୍କ କ୍ୟାମ୍ପର ନେତାଙ୍କୁ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ଏସବୁ ନେଇ ପାଇଲଟଙ୍କ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଥିବା ବେଳେ ବିଜେପିରେ ଯୋଗଦେବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ଏଥିରେ ଜାତୀୟ ନେତୃତ୍ୱଙ୍କ ହସ୍ତକ୍ଷେପ କରିବା ପରେ ପ୍ରସଂଗ ଶାନ୍ତ ପଡ଼ିଥିଲା । ବର୍ତ୍ତମାନ ରାଜସ୍ଥାନରେ କଂଗ୍ରେସ ସରକାର ଗଠନର ଅର୍ଦ୍ଧିାଧିକ ସମୟ ବିତିସାରିଥିବା ବେଳେ ମନ୍ତ୍ରିମଣ୍ଡଳ ଅଦଳବଦଳ ଏକ ନିୟମିତ ପ୍ରକ୍ରିୟା ବୋଲି ମଧ୍ୟ କୁହାଯାଇଛି ।

ଏଥିସହିତ ପଢ଼ନ୍ତୁ: ମହୁଠାରୁ ବି ମିଠା କଥା କହିଲେ ମୋଦି, ହେଲେ ଭରସା ପାଉନି; ରାକେଶ ଟିକାୟତ

ମୋଦିଙ୍କୁ ଚିଠି ଲେଖିଲେ ପ୍ରିୟଙ୍କା; ଅଜୟ ମିଶ୍ରାଙ୍କ ସହ ମଞ୍ଚରେ ବସନ୍ତୁ ନାହିଁ; ନହେଲେ…

ନୂଆଦିଲ୍ଲୀ: ଶୁକ୍ରବାର ଥିଲା ଭାରତ ପାଇଁ ଏକ ଐତିହାସିକ ଦିନ । ବହୁ ଆନ୍ଦୋଳନ ପରେ କୃଷି ଆଇନକୁ ପ୍ରତ୍ୟାହାର କରିବାର ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତି ପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏହି ନିଷ୍ପତିକୁ ସ୍ବାଗତ କରିଛନ୍ତି । ସ୍ବାଗତ କରିବା ସହ ମୋଦିଙ୍କ ପାଖକୁ ଏକ ଚିଠି ଲେଖି ଲକ୍ଷ୍ମୀପୁର ଖେରୀ ଘଟଣାରେ ନ୍ୟାୟ ପାଇଁ ଦାବି କରିଛନ୍ତି । ଲକ୍ଷ୍ମୀପୁର ଖେରୀରେ ହୋଇଥିବା ଘଟଣାରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀଙ୍କୁ ସୁରକ୍ଷା ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ।

ପ୍ରିୟଙ୍କା ଗାନ୍ଧୀ କହିଛନ୍ତି କି କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ କୃଷକମାନଙ୍କ ଉପରେ ଗାଡି ଚଢ଼ାଇ ମାରିଥିବାର ଅଭିଯୋଗ ରହିଛି । କିନ୍ତୁ ଆପଣଙ୍କ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିବା ପରିବର୍ତ୍ତେ ତାଙ୍କୁ ସୁରକ୍ଷିତ ଦେବାରେ ଲାଗିଛନ୍ତି । ଯଦି ଆପଣ କୃଷକମାନଙ୍କ ଭଲ ଚାହୁଁଛନ୍ତି ତେବେ ଆପଣ ଅଜୟ ମିଶ୍ରାଙ୍କ ସହ ମଞ୍ଚରେ ବସନ୍ତୁ ନାହିଁ ବୋଲି ମୋଦିଙ୍କୁ ଚିଠିରେ ଲେଖିଛନ୍ତି ପ୍ରିୟଙ୍କା ଗାନ୍ଧୀ ।

ପ୍ରିୟଙ୍କା ଗାନ୍ଧୀ ଏହି ଚିଠିରେ ମୋଦିଙ୍କୁ ଲେଖିଛନ୍ତି କି ଆପଣ ହେଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ, ଦେଶର କୃଷକମାନଙ୍କ ପ୍ରତି ଥିବା ଦାୟିତ୍ବକୁ ଆପଣ ଭଲ ଭାବରେ ବୁଝିଥିବେ । ସବୁ ଦେଶବାସୀଙ୍କୁ ନ୍ୟାୟ ପ୍ରଦାନ କରିବା ପ୍ରଧାନମନ୍ତ୍ରୀଙ୍କ କର୍ତ୍ତବ୍ୟ ନୁହେଁ, ଏହା ପ୍ରଧାନମନ୍ତ୍ରୀଙ୍କ ନୈତିକ ଅଧିକାର । ଗତକାଲି ଆପଣ ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ ଆପଣ କହିଥିଲେ କି ମୁଁ ସ୍ବଚ୍ଛ ମନ ଏବଂ ହୃଦୟ ସହ ଚାଷୀମାନଙ୍କ ହିତକୁ ଦୃଷ୍ଟିରେ ରଖି କୃଷି ଆଇନକୁ ପ୍ରତ୍ୟାହାର କରିବାର ଐତିହାସିକ ନିଷ୍ପତି ନେଇଥିଲେ । ଆପଣ ଏହା ମଧ୍ୟ କହିଥିଲେ କି କୃଷକମାନଙ୍କ ପ୍ରତି ଆପଣଙ୍କ ଭଲ ଉଦ୍ଦେଶ୍ୟ ଅଛି । ଯଦି ଏହା ସତ୍ୟ ତେବେ ଲକ୍ଷ୍ମୀପୁର ଖେରୀ ମାମଲାରେ ପୀଡିତଙ୍କୁ ନ୍ୟାୟ ଦେବା ଗୁରୁତ୍ବପୂର୍ଣ୍ଣ ।

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି କି କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ଏବେ ବି ଆପଣଙ୍କ ମନ୍ତ୍ରୀ ମଣ୍ଡଳରେ ଅଛନ୍ତି । ଯଦି ଆପଣ ଅଭିଯୁକ୍ତଙ୍କ ପିତାଙ୍କ ସହ ମଞ୍ଚରେ ବସନ୍ତି ତେବେ ପୀଡିତଙ୍କ ପରିବାର ସ୍ପଷ୍ଟ ହୋଇଯିବ ଯେ ଆପଣ ଏବେ ବି ଅଭିଯୁକ୍ତଙ୍କ ସହିତ ଅଛନ୍ତି । ଯାହା କୃଷି ଆନ୍ଦୋଳନରେ ଶହିଦ ହୋଇଥିବା ୭୦୦ରୁ ଅଧିକ ଚାଷୀଙ୍କ ପ୍ରତି ଘୋର ଅପମାନ । ଯଦି ଆପଣଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ତେବେ ଆଜି ମଞ୍ଚରେ ଆପଣ ଅଜୟ ମିଶ୍ରାଙ୍କ ସହ ବସନ୍ତୁ ନାହିଁ ବୋଲି  ଚିଠିରେ ଲେଖିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଏହା ସହ କୃଷକ ଆନ୍ଦୋଳନ ସମୟରେ ଚାଷୀଙ୍କ ନାମରେ ହୋଇଥିବା ମକଦ୍ଦମାକୁ ପ୍ରତ୍ୟାହାର କରନ୍ତୁ ବୋଲି ମଧ୍ୟ ଚିଠିରେ ଲେଖିଛନ୍ତି ମୋଦି ।

 

ସହରାଞ୍ଚଳ ରାସ୍ତାଘାଟ ଓ ନର୍ଦ୍ଦମା ମରାମତି ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ସହରାଞ୍ଚଳ ରାସ୍ତାଘାଟ ଓ ନର୍ଦ୍ଦମା ମରାମତି ତଥା ଉନ୍ନତିକରଣ ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ। ବର୍ଷା ଯୋଗୁ ସାରା ରାଜ୍ୟରେ ବିଭିନ୍ନ ସହରାଞ୍ଚଳର କ୍ଷତିଗ୍ରସ୍ତ ହୋଇଛି। ରାସ୍ତାଘାଟ ଠାରୁ ଆରମ୍ଭ କରି ନାଳନର୍ଦମା ସବୁ କିଛି କ୍ଷତିଗ୍ରସ୍ତ ହୋଇଛି। କେଉଁଠି ରାସ୍ତାରୁ ସିମେଣ୍ଟ ପିଚୁ ଉଠି ଯାଇଛି ତ ପୁଣି କେଉଁଠି ନଳା ଭାଙ୍ଗିଯାଇଛି। ଏହି ସବୁର ମରାମତି ପାଇଁ ରାଜ୍ୟ ସରକାର ୫ ଶହ କୋଟି ଟଙ୍କାର ଅର୍ଥ ମଞ୍ଜୁର ହୋଇଛି। ତେବେ କ୍ଷତିଗ୍ରସ୍ତ ରାସ୍ତାଘାଟ, ନର୍ଦ୍ଦମା ଓ ଫୁଟପାଥ ଆଦିର ମରାମତି ତଥା ଉନ୍ନତି କରଣ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ସହିତ ଆଗାମୀ ମୌସୁମୀ ଋତୁ ପୂର୍ବରୁ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବିଭିନ୍ନ ସମୟରେ ଆବଣ୍ଟିତ ଘର ଓ ଜମିର ଆଜି ଲିଜ୍ ଦଲିଲ ହସ୍ତାନ୍ତରର ହେଲା ଶୁଭାରମ୍ଭ

ଭୁବନେଶ୍ୱର: ଲିଜ ଦଲିଲ ପାଇଲେ ହିତାଧିକାରୀ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏବଂ ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଦ୍ଵାରା ବିଭିନ୍ନ ସମୟରେ ଆବଣ୍ଟିତ ଘର ଓ ଜମିର ଆଜି ଲିଜ୍ ଦଲିଲ ହସ୍ତାନ୍ତରର ଶୁଭାରମ୍ଭ କରାଯାଇଛି। ରାଜଧାନୀର ଆଚାର୍ଯ୍ୟବିହାର, ଉଦୟଗିରି ବିହାର, କଳିଙ୍ଗ ନଗର ଓ ଅନନ୍ତ ବିହାର ପୋଖରୀପୁଟ, ଚନ୍ଦ୍ରଶେଖରପୁର, ପଟିଆ, କପିଳପ୍ରସାଦ, ଆଇଗିଣିଆ, ଜୟଦେବ ବିହାର ଏବଂ ଡୁମୁଡୁମାରେ ଦୀର୍ଘ ୨୦ ବର୍ଷ ହେଲା ସାଧାରଣ ପ୍ରଶାସନ ଜମି ଉପରେ ଘର କରି ସୁଲଭ ମୂଲ୍ୟରେ ଯୋଗାଇ ଦେଇଥିଲା। ଏହାକୁ ବିଡିଏ ଓ ହାଉସିଂ ବୋର୍ଡ ନିର୍ମାଣ କରିଥିଲେ।

ମାତ୍ର ଲିଜ ଡିଡ୍‌ କରିବା ପାଇଁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡୁଥିବାରୁ ଲିଜ ଡିଡ କାମ ପଡିରହିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଜାଗା ଉପରେ ଜରିମାନା, ସୁଧ ଇତ୍ୟାଦି ବାବଦକୁ ସମୁଦାୟ ୨୯ କୋଟି ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଛାଡ କରିବା ପରେ ଲିଜ ଡିଡ୍‌ କାମ ଶେଷ ହୋଇଥିଲା। ଏଥିଯୋଗୁଁ ହାଉସିଂ ବୋର୍ଡର ୧୯୨୫ ଏବଂ ବିଡିଏର ୮୭୮ ଏପରି ଭାବେ ୨୮୦୩ ହିତାଧିକାରୀ ଉପକୃତ ହେବେ। ଦ୍ଵିତୀୟ ପର୍ଯ୍ୟାୟରେ ୧୪ ହଜାର ୪୬୦ଟି ସୁଲଭ ବାସଗୃହ ଆର୍ଥିକ ଅନଗ୍ରସର ବ୍ୟକ୍ତିଙ୍କୁ ଯୋଗାଇ ଦେବାକୁ ଯୋଜନା ଅତିଶୀଘ୍ର ଆରମ୍ଭ କରାଯିବ। ଆଜି BDA ୭୮ ଜଣଙ୍କୁ ଏବଂ ହାଉସିଂ ବୋର୍ଡ ୪୩ ଜଣ ହିତାଧିକାରୀଙ୍କର ଦଲିଲ ସମ୍ପାଦନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଆଗକୁ ଖୁବ୍ ଶୀଘ୍ର ସମସ୍ତ ହିତାଧିକାରୀଙ୍କୁ ଲିଜ୍ ଦଲିଲଗୁଡ଼ିକ ପର୍ଯ୍ୟାୟକ୍ରମେ ସମ୍ପାଦନ କରାଯିବ।

ମହୁଠାରୁ ବି ମିଠା କଥା କହିଲେ ମୋଦି, ହେଲେ ଭରସା ପାଉନି; ରାକେଶ ଟିକାୟତ

ନୂଆଦିଲ୍ଲୀ: ବହୁ ଦିନ ଧରି ଲାଗି ରହିଥିବା ବିବାଦ ଉପର ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ମୋଦି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଲାଗୁ କରିଥିବା ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରାଯିବ ବୋଲି ଗତକାଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି କୃଷି ଆଇନ ପ୍ରତ୍ୟାହର କରିବା ପରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କେବେ କୃଷକ ସଂଗଠନ ଆନ୍ଦୋଳନ ପ୍ରତ୍ୟାହାର କରିବେ । ଏନେଇ ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି କି ତିନୋଟି କୃଷି ଆଇନକୁ ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀ ଟିଭିରେ କହିଛନ୍ତି । ସେ କହିଛନ୍ତି କି ଯଦି କାଲି ଆମକୁ କାହା ସହ କଥା ହେବାକୁ ପଡ଼ିବ ତେବେ ଆମେ କାହା ସହ କଥା ହେବୁ ବୋଲି ଟିକାୟତ କହିଛନ୍ତି ।

ରାକେଶ ଟିକାୟତ କହିଛନ୍ତି କି ପ୍ରଧାନମନ୍ତ୍ରୀ ଏତେ ମିଠା ହେବା ଦରକାର ନାହିଁ । ସେ ଆହୁରି କହିଛନ୍ତି କି ୭୫୦ ଚାଷୀ ସହିଦ ହେଲେ ୧୦ ହଜାର ଚାଷୀଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହେଲା । ପ୍ରଧାନମନ୍ତ୍ରୀ ଗତକାଲି ଏପରି ମିଠା ଭାଷାର ବ୍ୟବହାର କଲେ ଯେ ମହୁ ମଧ୍ୟ କମ୍ ପଡ଼ିଯିବ । ସେ ଆହୁରି ମଧ୍ୟ କହିଥିଲେ କି ଯେଉଁ ମିଠା ଭାଷାର ବ୍ୟବହାର କରିଛନ୍ତି ମୋଦି ତାହାକୁ ସେ ବାର୍ତ୍ତାଳପର ରଖନ୍ତୁ । ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଆସୁଥିବାର ଦେଖି ପ୍ରଧାନମନ୍ତ୍ରୀ ଏହି ଆଇନକୁ ପ୍ରତ୍ୟାହାର କରିବା ପାଇଁ ନିଷ୍ପତି ନେଇଛନ୍ତି ବୋଲି ରାକେଶ ଟିକାୟତଙ୍କୁ ପ୍ରଶ୍ନ ହେବାରୁ ସେ କହିଥିଲେ କି ଆମକୁ ଏହାର କାରଣ ଜଣା ନାହିଁ । ପ୍ରତ୍ୟାହାରର କାରଣ ମଧ୍ୟ ଆମେ ଜାଣିବାକୁ ଚାହୁଁ ନାହୁଁ । ଆମେ କେବଳ ଚାହୁଁ କି ଆମର କାମ ସରିଯାଉ ।

ରାକେଶ ଟିକାୟତ କହିଛନ୍ତି କି ଆମେ ପ୍ରଧାନମନ୍ତ୍ରୀଙ୍କୁ ପ୍ରହାର କରିଛୁ ।ଏପରିକି ନିଜ ଲୋକଙ୍କଠାରୁ ମଧ୍ୟ ଉପଦେଶ ଗ୍ରହଣ କରନ୍ତି ନାହିଁ ନରେନ୍ଦ୍ର ମୋଦି । କେବଳ ଏମଏସପି ବୃଦ୍ଧି କରାଯିବା ଉଚିତ୍ ବୋଲି କହିଛନ୍ତି ରାକେଶ ଟିକାୟତ । ଯେତେବେଳେ କୃଷି ଆଇନକୁ ନେଇ ୧୧ତମ ରାଉଣ୍ଡରେ ଆଲୋଚନା କରାଯାଇଥିଲା ସେ ସମୟରେ ଏହି ତିନୋଟି କୃଷି ଆଇନ ପରେ ଏମଏସପି ଉପରେ ଆଲୋଚନା କରାଯିବ । ଏହି ଆଲୋଚନା ଏକ କମିଟି ମାଧ୍ୟମରେ ହେବ । ସେ କହିଛନ୍ତି କି ଅଧା ଦରରେ ଆମେ ଫସଲ ବିକ୍ରି କରୁଛୁ ।  ତେବେ ଆମେ କାହିଁକି ଅଧା ଦରରେ ଆମ ଫସଲ ବିକ୍ରି କରିବୁ ବୋଲି କହିଛନ୍ତି ରାକେଶ ଟିକାୟତ । ଏମଏସପି ଉପରେ ଏକ ସ୍ବତନ୍ତ୍ର ଆଇନ ଆଣିବାକୁ ଆମେ ଦାବି କରୁଛୁ । ସେହିପରି ସ୍ବାମୀ ସ୍ବାମିନାଥନ କମିଟି ବିଷୟରେ ମଧ୍ୟ କିଛି କହିନାହାନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଆଗାମୀ ରଣନୀତି କ’ଣ ରହିବ ବୋଲି ପଚରା ଯିବାରୁ ଆଜି ସିନ୍ଧୁ ବର୍ଡରରେ ଚାଷୀ ସଙ୍ଗଠନଙ୍କ ମହାସମାବେଶ ଅଛି ବୋଲି କହିଲେ ଚାଷୀ ନେତା ରାକେଶ ଟିକେତ । ଏଥିସହ ସେ କହିଛନ୍ତି ଆଜି ହେବାକୁ ଥିବା ମହାସମାବେଶରେ ଚାଷୀ ଆନ୍ଦୋଳନର ଆଗାମୀ ରଣନୀତି କ’ଣ ହେବ ସ୍ଥିର କରାଯିବ। ଚାଷୀମାନେ ଫେରିଯିବେ ନା ଆଉ କିଛି ଦାବି ଉପସ୍ଥାପନ କରିବେ ତାହା ଉପରେ ନିଷ୍ପତ୍ତି ନିଆଯିବ।

ଉନ୍ନତ ସ୍ୱାସ୍ଥ୍ୟସେବାରେ ଯୋଡ଼ି ହେଲା ଅନୁଗୁଳ, ଶୁଭାରମ୍ଭ ହେଲା ୧୧୭୬ କୋଟି ଟଙ୍କାର ପ୍ରକଳ୍ପ

ଅନୁଗୁଳ: ଅନୁଗୁଳରେ ବିକାଶର ସ୍ୱର୍ଣ୍ଣିମ ଅଧ୍ୟାୟ। ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଯୋଡିହେଲା ଅନୁଗୁଳ। ବଢିଲା ଅନୁଗୁଳର ଆତ୍ମବିଶ୍ୱାସ। ଢେଙ୍କାନାଳ ପୂର୍ବରୁ ଅନୁଗୁଳରେ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ଜିଲ୍ଲାରେ ୧୧୭୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ୯୨୪ କାଟି ଟଙ୍କାର ହୋଇଛି ଭିତ୍ତି ପ୍ରସ୍ତର ସ୍ଥାପନ। ଜିଲ୍ଲାର ବିକାଶ ଧାରାକୁ ଏହା ଆଗକୁ ନେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣକୁ ଗୁରୁତ୍ୱ ଦିଆଯାଇଛି।

ଜିଲ୍ଲାର ଚାଷୀଙ୍କ ପାଇଁ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ୱାରା ଅନୁଗୁଳ ଜିଲ୍ଲାର ୧୦ଲକ୍ଷ ଲୋକ ସୁବିଧା ପାଇବେ। ଚିକିତ୍ସା ପାଇଁ ଟଙ୍କା ଚିନ୍ତା ଦୂର ହେବ। ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ଏହି କାର୍ଡ ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ରାଜ୍ୟର ୯୬ ଲକ୍ଷ ପରିବାର ଏହି କାର୍ଡ ପାଇବେ। ଉପକୃତ ହେବେ ସାଢେ ୩କୋଟି ଲୋକ। ହେଲଥ କାର୍ଡ ପାଇଥିବା ହିତାଧିକାରୀଙ୍କୁ ଦେଶର ବଡ଼ବଡ଼ ୨ ଶହ ହସ୍ପିଟାଲରେ ମିଳିବ ଚିକିତ୍ସା ସୁବିଧା। ଏହା କାର୍ଡ ପାଇଥିବା ହିତାଧିକାରୀଙ୍କୁ  ହସ୍ପିଟାଲରେ କୌଣସି ଡକ୍ୟୁମେଣ୍ଟ ଦେବାକୁ ପଡ଼ିବନି।

ସେମାନେ ବିନା କୌଣସି ଅସୁବିଧାରେ ଡାକ୍ତରଖାନାରେ ନିଜର ଚିକିତ୍ସା କରାଇପାରିବେ। ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ୱାରା ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ। ଏପରି ସୁବିଧା ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବରେ ଉଭା ହୋଇଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ମାଇଲଷ୍ଟୋନ।

ପରିବହନ ଆଇଡି ପାସୱାର୍ଡର ଅପବ୍ୟବହାର କରି ଦେଉଥିଲେ ଫିଟନେସ ସାର୍ଟିଫିକେଟ, ପରିବହନ ଅଧିକାରୀଙ୍କୁ ବାନ୍ଧିଲା ପୋଲିସ୍‌

ବୌଦ୍ଧ: ଗିରଫ ହେଲେ ବୌଦ୍ଧ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସାଲଖୁ ମୁର୍ମୁ। ସୂଚନା ଅନୁସାରେ, ଗତ ୧୬ ତାରିଖରେ ପରିବହନ ଆଇଡି ପାସୱାର୍ଡର ଅପବ୍ୟବହାର କରି ବଡ଼ବିଲର ୧୧୭ଟି ଗାଡିକୁ ବୌଦ୍ଧରେ ଥିବା ଦର୍ଶାଇ ଫିଟନେସ ସାର୍ଟିଫିକେଟ ପ୍ରଦାନ କରିଥିଲେ ସହକାରୀ ପ୍ରୋଗ୍ରାମର ରଞ୍ଜନ କୁମାର ଦାସ। ଘଟଣା ସମ୍ପର୍କରେ ଖବର ପାଇ ପରିବହନ କମିଶନର ଅରୁଣ ବୋଥ୍ରା ଥାନାରେ ଏତଲା ଦେବାକୁ ନିର୍ଦେଶ ଦେଇଥିଲେ।

ନିର୍ଦେଶ ଅନୁଯାୟୀ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସାଲଖୁ ମୁର୍ମୁ ବୌଦ୍ଧ ଅଦର୍ଶ ଥାନାରେ ରଞ୍ଜନ କୁମାର ଦାସଙ୍କ ନାମରେ ଥାନାରେ ଏତଲା ଦେଇଥିଲେ । ପୋଲିସ ସହକାରୀ ପ୍ରୋଗ୍ରାମରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା । ତଦନ୍ତ ପରେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସାଲଖୁ ମୁର୍ମୁଙ୍କୁ ଉଠାଇନେଇଛି ବୌଦ୍ଧ ପୋଲିସ । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ।

ପ୍ରକାଶ ପାଇଲା ଯୁକ୍ତ ୨ ଅଫଲାଇନ୍ ପରୀକ୍ଷା ଫଳ, ଦେଖନ୍ତୁ କେମିତି ଜାଣିବେ ରେଜଲ୍ଟ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ଅଫଲାଇନ୍ ପରୀକ୍ଷା ଫଳ। ପାସ ହାର ରହିଛି ୬୮.୬୬%। କଳାରେ ୬ ହଜାର ୩୧୦ ଜଣ ପାସ କରିଥିବା ବେଳେ, ପାସ୍ ହାର ରହିଛି ୭୦.୬୨ ପ୍ରତିଶତ। ସେହିପରି ବାଣତଜ୍ୟରେ ୪୨୨ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ, ପାସ୍ ହାର ରହିଛି ୬୮.୬୧ ପ୍ରତିଶତ। ବିଜ୍ଞାନରେ ୧୫୦୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ, ପାସ୍ ହାର ରହିଛି ୬୪.୩୯ ପ୍ରତିଶତ। ସେହିପରି ଧନ୍ଦାମୂଳକରେ ୨୨୭ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ, ପାସ୍ ହାର ରହିଛି ୫୧.୫୯ ପ୍ରତିଶତ।

କଳାରେ ୩ ହଜାର ୫୮୬ ଜଣ ଛାତ୍ର ପାସ କରିଥିବା ବେଳେ, ୨ ହଜାର ୭୨୪ ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଣିଜ୍ୟରେ ୨୮୮ ଜଣ ଛାତ୍ର ପାସ୍ କରିଥିବା ବେଳେ, ୨୦୩ ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ବିଜ୍ଞାନରେ ୯୨୮ ଜଣ ଛାତ୍ର ପାସ୍ କରିଥିବା ବେଳେ, ୫୭୩ ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଧନ୍ଦାମୂଳକରେ ୧୩୪ ଜଣ ଛାତ୍ର ପାସ୍ ହୋଇଥିବା ବେଳେ, ୯୩ ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯୁକ୍ତ ୨ ରେ ମୋଟ ୧୨ ହଜାର ୩୨୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ, ପାସ୍ ହୋଇଚନ୍ତି ୮ ହଜାର ୪୬୦ ଜଣ ଛାତ୍ରଛାତ୍ରୀ। www. orissaresults.nic.in ରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ। ଅକ୍ଟୋବର ୧ରୁ ୧୧ ତାରିଖ ଯାଏ ଅଫଲାଇନ ପରୀକ୍ଷା ହୋଇଥିଲା ।

ପୂର୍ବତନ ପୋଲିସ କର୍ମଚାରୀଙ୍କୁ ଗୋଡ଼େଇ ଗୋଡ଼େଇ ଖଣ୍ଡାରେ ଆକ୍ରମଣ

ପାଇକମାଲ: ପାଇକମାଲ ବଜାରରେ ଖୁଲମ ଖୁଲା ବୁଲିଲା ଖଣ୍ଡା। ପୂର୍ବତନ ପୋଲିସ କର୍ମଚାରୀଙ୍କୁ ଗୋଡେଇ ଗୋଡେଇ ଖଣ୍ଡାରେ ଆକ୍ରମଣ ହୋଇଥିବା ଅଭିଯୋଗ। ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନାର ପୂର୍ବତନ କର୍ମଚାରୀ ଗୋପାଳ ସାଙ୍କୁ ଆଜି ସକାଳେ ଆକ୍ରମଣ ହୋଇଛି। ପାଇକମାଲ ବଜାର ଠାରେ ଜଣେ ଅଜଣା ବ୍ୟକ୍ତି ଅତର୍କିତ ଭାବରେ ଏକ ଖଣ୍ଡାରେ ଆକ୍ରମଣ କରିଥିଲା। ଆକ୍ରମଣ ଫଳରେ ଗୋପାଳଙ୍କ ବାମ ହାତ ଓ ଡାହାଣ ଗୋଡ଼ ଏବଂ ପିଠିରେ ଗଭୀର କ୍ଷତ ଲାଗିଛି। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ପଦ୍ମପୁର ଡାକ୍ତରଖାନା ଓ ପରେ ବରଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା।

ଦିନ ଦ୍ୱିପ୍ରହରରେ ପାଇକମାଲ ଅଞ୍ଚଳରେ ଖଣ୍ଡା ବୁଲିବା ଏବଂ ଜଣେ ପୂର୍ବତନ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ହେବା ସାଧାରଣରେ ପ୍ରଶ୍ନ ଉଠାଉଛି। ଏଥିରୁ ଜଣାପଡୁଛିଯେ ପାଇକମାଲ ଅଞ୍ଚଳରେ କିପରି ଭାବରେ ଗୁଣ୍ଡାରାଜ ବଢି ଚାଲିଛି। ଦେଖିବାକୁ ଗଲେ ଜଣେ ପୂର୍ବତନ ପୋଲିସ କର୍ମଚାରୀଙ୍କୁ ଗୋଡାଇ ଗୋଡାଇ ହାଣିବା ପୋଲିସ ପ୍ରତି ଲୋକଙ୍କ ଭୟ କମି ଯାଉଥିବା ସୂଚନା ଦେଉଛି।