spot_img
Home Blog Page 4901

ବିରାଟ କୋହଲିଙ୍କୁ ପଛରେ ପକାଇଲେ ଗପ୍ଟିଲ, ଟି-୨୦ରେ ହେଲେ ସର୍ବାଧିକ ରନ କରିଥିବା ବ୍ୟାଟ୍ସମ୍ୟାନ

ରାଞ୍ଚି: ଗତକାଲି ରାଞ୍ଚିରେ ଖେଳାଯାଇଥିଲା ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟି-୨୦ ମ୍ୟାଚ । ଏହି ମ୍ୟାଚକୁ ଜିତି ଏହି ସିରିଜକୁ କବଜ୍ଜା କରିଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚରେ ପରାଜୟ ସତ୍ତ୍ବେ ଏକ ରେକର୍ଡ ସୃଷ୍ଟି କରିଛନ୍ତି ନ୍ୟୁଜିଲାଣ୍ଡ ଓପନର ମାର୍ଟିନ ଗପ୍ଟିଲ । ମାର୍ଟିନ ଗପ୍ଟିଲ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନଙ୍କ ପଛରେ ପକାଇ ଟ-୨୦ରେ ସର୍ବାଧିକ ରନ କରିଛନ୍ତି । ଏହି ରେକର୍ଡ କରିବା ପାଇଁ ଗପ୍ଟିଲଙ୍କୁ ଆଉ ମାତ୍ର ଦରକାର ଥିଲା ୧୧ ରନ ।

ଗତକାଲ ରାଞ୍ଚିରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚରେ ଆରମ୍ଭରୁ ଗପ୍ଟିଲଙ୍କ କ୍ୟାଚ ଛାଡି ଦେଇଥିଲେ କେଏଲ ରାହୁଲ । ଯାହା ଫଳରେ ମାର୍ଟିନ ଗପ୍ଟିଲ ଏହି ରେକର୍ଡ କରିଛନ୍ତି । ବିରାଟ କୋହଲି ଟି-୨୦ ଅନ୍ତର୍ଜାତୀୟରେ ୮୭ ଇନିଂସରେ ୩ ହଜାର ୨୨୭ ରନ ସଂଗ୍ରହ କରିଛନ୍ତି । ଯଦି ଗପ୍ଟିଲଙ୍କ କଥା କହିବା ତାହାଲେ ଗପ୍ଟିଲ ୩ ହଜାର ୨୨୮ ରନ କରିବା ପାଇଁ ୧୦୭ ଇନିଂସ ଲାଗିଥିଲା । ଯଦି ହାରାହାରି କଥା କହିବା ତାହାଲେ ବିରାଟ କୋହଲି ମାର୍ଟିନ ଗପ୍ଟିଲଙ୍କଠାରୁ ବହୁତ ଆଗରେ ରହିଛନ୍ତି । ବିରାଟଙ୍କ ଆଭେରେଜ ୫୨.୦୪ ରହିଥିବାବେଳେ ମାର୍ଟିନ ଗପ୍ଟିଲଙ୍କ ଆଭରେଜ ରହିଛି ୩୨.୪୯ ।

ଜୟପୁରରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ମାର୍ଟିନ ଗପ୍ଟିଲ ମଧ୍ୟ ୭୦ ରନର ଦମଦାର ଇନିଂସ ଖେଳିଥିଲେ । ତେବେ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଟି-୨୦ ସିରିଜରେ ବିରାଟ କୋହଲିଙ୍କ ପାଖରେ ସୁଯୋଗ ରହିବ ମାର୍ଟିନ ଗପ୍ଟିଲଙ୍କ ଅତିକ୍ରମ କରି ପୁଣି ଥରେ ନମ୍ବର-୧ ହେବାର । ସେହିପରି ଏହି ଲିଷ୍ଟର ତୃତୀୟ ସ୍ଥାନରେ ରହିଛନ୍ତି ଭାରତର ଟି-୨୦ ଦଳର ଅଧିନାୟକ ରୋହିତ ଶର୍ମା । ରୋହିତ ୧୦୯ ଇନିଂସରେ ୩ ହଜାର ୮୬ ରନ ସଂଗ୍ରହ କରିଛନ୍ତି ।

 

 

ଆମେରିକାରେ ଏବେ ସମସ୍ତଙ୍କୁ ମିଳିବ ବୁଷ୍ଟର ଡୋଜ୍

ଓ୍ବାସିଂଟନ: କୋଭିଡ-୧୯ ବିରୋଧରେ ଆମେରିକାର ମହାମୁକାବିଲା । ସମ୍ପୂର୍ଣ୍ଣ ଡୋଜ ନେଇସାରିଥିବା ୧୮ ବର୍ଷରୁ ଅଧିକ ବୟସର ସମସ୍ତ ନାଗରିକ ଏବେ ନେଇପାରିବେ ବୁଷ୍ଟର ଡୋଜ । ଏନେଇ ସବୁଜ ସଙ୍କେତ ଦେଇଛି ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ ବା ଏଫଡିଏ । ଫାଇଜର ବାୟୋଏନଟେକ ଓ ମଡର୍ଣ୍ଣାର ବୁଷ୍ଟର ଡୋଜ ନେବାକୁ ଜରୁରୀକାଳୀନ ଅନୁମତି ଦେଇଛି ଏଫଡିଏ ।

ବର୍ତ୍ତମାନ ସୁଦ୍ଧା ଦେଶରେ ୬୫ ବର୍ଷ ବା ତାହାଠାରୁ ଅଧିକ ବୟସର ଲୋକଙ୍କ ଲାଗି ବୁଷ୍ଟର ଡୋଜ ନେବାକୁ ଅନୁମତି ଥିଲା । ଏହା ସହ ୧୮ ବର୍ଷ ବା ତାହାଠାରୁ ଅଧିକ ବୟସର ଗୁରୁତର ରୋଗୀ ଏହି ବୁଷ୍ଟର ଡୋଜ ନେଇପାରିବେ ବୋଲି ନିୟମ ରହିଥିଲା । ମାତ୍ର ନୂଆ ନିଷ୍ପତ୍ତି ଯୋଗୁ ଦେଶର ସମସ୍ତ ଲୋକ ଏବେ ବୁଷ୍ଟର ଡୋଜ ନେଇପାରିବେ । ଏଫଡିଏର ସେଣ୍ଟର ଫର ବାୟୋଲୋଜିକସ ଏଭାଲୁଏନସ ଆଣ୍ଡ ରିସର୍ଚ୍ଚର ନିର୍ଦ୍ଦେଶକ ଡାକ୍ତର ପିଟର ମାର୍କସ କହିଛନ୍ତି କୋଭିଡ ବିରୋଧରେ ସଂଗ୍ରାମ ତୀବ୍ର କରିବା ଲାଗି ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଏଣିକି ସମ୍ପୂର୍ଣ୍ଣ ଦୁଇଟିଯାକ ଡୋଜ ନେଇଥିବା ଯେ କୌଣସି ବ୍ୟକ୍ତି ଫାଇଜର ଓ ମଡର୍ଣ୍ଣାର ବୁଷ୍ଟର ଡୋଜ ନେଇପାରିବେ । ଦେଶରେ କୋଭିଡକୁ ମୂଳପୋଛ କରିବା ଲାଗି ଏହି ଅଭିଯାନ ଆରମ୍ଭ ହେବ । ନୂଆ ନିୟମ ଅନୁସାରେ ଯେଉଁମାନେ ଫାଇଜର ବା ମଡର୍ଣ୍ଣାର ଦୁଇଟି ଡୋଜ ନେଇଥିବେ ସେମାନେ ଦ୍ବିତୀୟ ଡୋଜର 6 ମାସ ପରେ ବୁଷ୍ଟର ଡୋଜ ନେଇପାରିବେ । ସେହିପରି ଯେଉଁ ବ୍ୟକ୍ତି ଜନସନ ଆଣ୍ଡ ଜନସନ ଟିକା ନେଇଥିବେ ସେମାନେ ପ୍ରଥମ ଡୋଜର 2 ମାସ ପରେ ଏହି ବୁଷ୍ଟର ଡୋଜ ନେଇପାରିବେ ।

ୟୁରୋପରେ ଅଣାୟତ୍ତ କରୋନା; ଅଷ୍ଟ୍ରିଆରେ ଲାଗୁହେବ ଲକଡାଉନ

ଅଷ୍ଟ୍ରିଆ: ୟୁରୋପରେ ଆହୁରି ଖରାପ ସ୍ଥିତି ସୃଷ୍ଟି କଲା କରୋନା । ଆସନ୍ତା ସୋମବାରରୁ ଅଷ୍ଟ୍ରିଆରେ ଦେଶବ୍ୟାପୀ ଜାରି ହେବ ଲକଡାଉନ । ଦେଶରେ କରୋନାସ୍ଥିତି ଗମ୍ଭୀର ହେଉଥିବାରୁ ଚତୁର୍ଥ ଥର ଲାଗି ଦେଶବ୍ୟାପୀ ଲକଡାଉନ କରିବା ଲାଗି ସରକାର ଘୋଷଣା କରିଛନ୍ତି । ଚତୁର୍ଥ ଓ ପଞ୍ଚମ ଲହର ୟୁରୋପର ଅଧିକାଂଶ ଦେଶରେ ଜାରି ରହିଥିବା ବେଳେ ଅଷ୍ଟ୍ରିଆରେ ସ୍ଥିତି ସବୁଠାରୁ ଗମ୍ଭୀର ରହିଛି ।

ଦେଶରେ ବର୍ତ୍ତମାନ ପ୍ରତି ଏକ ଲକ୍ଷ ଲୋକରେ ୯୯୧ ଜଣ ଲୋକ ସଂକ୍ରମିତ ହେଉଥିବାରୁ ଚିନ୍ତା ବଢିଛି । ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ସାଲଜବର୍ଗ ଓ ଅପର ଅଷ୍ଟ୍ରିଆ ପ୍ରଜାତନ୍ତ୍ର । ସେଠାରେ ଲକଡାଉନ ଅଧିକ କଠୋର ହେବା ସମ୍ଭାବନା ରହିଛି । ଅଷ୍ଟ୍ରିଆ ଚାନସେଲର ଆଲେକଜାଣ୍ଡାର ସାଲେନବର୍ଗ କହିଛନ୍ତି କୋଭିଡକୁ ନିୟନ୍ତ୍ରଣ କରିବା ଲାଗି ଏହି ଲକଡାଉନ ହେଉଛି । ତୁରନ୍ତ ଲୋକେ ଟିକା ନେବାକୁ ସେ ପରାମର୍ଶ ଦେଇଛନ୍ତି । ଶୀତ ଋତୁରେ ଏହି ସଂକ୍ରମଣ ଅଧିକ ବ୍ୟାପୁଥିବାରୁ ଏହି ଲକଡାଉନ କରାଯିବ । ସେପଟେ ନେଦରଲ୍ୟାଣ୍ଡରେ ବି ଆଂଶିକ ଲକଡାଉନ କରାଯାଇଛି । ଏବେ ଜର୍ମାନୀରେ ଚତୁର୍ଥ ଲହରୀ ଜାରି ରହିଥିବା ବେଳେ ଫ୍ରାନ୍ସରେ ବି ଜାରି ରହିଛି ପଞ୍ଚମ ଲହରୀ । ପୂର୍ବ ତୁଳନାରେ ଜର୍ମାନୀରେ ସ୍ଥିତି ଅତି ସାଙ୍ଘାତିକ ହୋଇଛି । ସେହିପରି ସୁଇଡେନ, ବ୍ରିଟେନ, ସ୍ଲୋଭାକିଆ ଆଦି ରାଷ୍ଟ୍ରରେ ବି ଚିନ୍ତା ବଢାଇଛି ଭାଇରସ ।

ଦିଲ୍ଲୀରେ କମୁନି ବାୟୁ ପ୍ରଦୂଷଣ; ଏବେବି ‘ବହୁତ ଖରାପ’ ସ୍ଥିତିରେ ଦିଲ୍ଲୀ

ନୂଆଦିଲ୍ଲୀ: ଦିଲ୍ଲୀରେ ଏବେବି କମିନି ବାୟୁ ପ୍ରଦୂଷଣ । ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ ବି ବାୟୁର ଗୁଣବତ୍ତା ‘ବହୁତ ଖରାପ’ ଶ୍ରେଣୀରେ ରହିଛି । ସିଷ୍ଟମ ଅଫ୍ ଏୟାର କ୍ବାଲିଟି ଆଣ୍ଡ ଓ୍ବେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ ଅନୁସାରେ ଦିଲ୍ଲୀର ହାରାହାରି ଏୟାର କ୍ବାଲିଟି ଇଣ୍ଡେକ୍ସ ଆଜି ୩୫୫ ରେକର୍ଡ କରାଯାଇଛି । ବାୟୁର ଗୁଣବତ୍ତା ବହୁତ ଖରାପ ଶ୍ରେଣୀରେ ରହିଛି କିନ୍ତୁ ଗତ ସପ୍ତାହ ସହ ଯଦି ତୁଳନା କରିବା ତାହାଲେ ଏଥିରେ ସାମାନ୍ୟ ସୁଧାର ଆସିଛି । ଗତ ସପ୍ତାହରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୦୦ ରେକର୍ଡ କରାଯାଇଥିଲା ।

ଏଥିସହ ଦିଲ୍ଲୀ ସିଟି, ଫରିଦାବାଦ, ଗାଜିଆବାଦ, ଗ୍ରେଟର ନୋଏଡା, ଗୁରୁଗ୍ରାମ ଏବଂ ନୋଏଡାରେ ବି ବାୟୁ ଗୁଣବତ୍ତା ବହୁତ ଖରାପ ରେକର୍ଡ କରାଯାଇଛି । ଏହି ସବୁ ସ୍ଥାନରେ ବାୟୁର ଗୁଣବତ୍ତା ୩୫୦ ରେକର୍ଡ କରାଯାଇଛି । ଏଥିସହ ଦିଲ୍ଲୀର ନ୍ୟୁନତମ ତାପମାତ୍ରା ୧୧ ଡିଗ୍ରୀ ରହିଛି । ସେହିପରି ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଜାତୀୟ ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ଭାବରେ ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରା ୨୭ ଡିଗ୍ରୀ ସେଲସିୟସ ରହିବାର ସମ୍ଭବାନ ରହିଛି ।

ତେବେ ପାଣିପାଗ ବିଭାଗ ଅନୁଯାୟୀ ଜୋରରେ ପବନ ବହିବା ଦ୍ବାରା ରବିବାରଠାରୁ ବାୟୁ ଗୁଣବତ୍ତାରେ ସୁଧାର ଆସିବ ବୋଲି ଆଶା କରାଯାଉଛି । ଯେଉଁଥିରେ ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ ବହୁତ ଖରପରୁ ଖରାପ ସ୍ଥିତିକୁ ଆସିପାରେ । ସୂଚନାଯୋଗ୍ୟ, ବାୟୁ ଗୁଣବତ୍ତା ବା ଏକ୍ୟୁଆଇ ୦ ରୁ ୫୦ ଭିତରେ ରହିଲେ ‘ଉତ୍ତମ’, ୫୧ରୁ ୧୦୦ ଭିତରେ ରହିଲେ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ଭିତରେ ରହିଲେ ‘ମଧ୍ୟମ’, ୨୦୧ରୁ ୩୦୦ ଭିତରେ ରହିଲେ ‘ଖରାପ’, ୩୦୧ରୁ ୪୦୦ ଭିତରେ ରହିଲେ ‘ଅତି ଖରାପ ଏବଂ ୪୦୧ରୁ ୫୦୦ ଭିତରେ ରହିଲେ ‘ଅତି ବିପଜ୍ଜନକ’ବୋଲି ବିବେଚନା କରାଯାଏ । ତେବେ ଆଜି ଦିଲ୍ଲୀରେ ବାୟୁର ଗୁଣବତ୍ତା ୩୬୦ ରେକର୍ଡ କରାଯାଇଛି ।

ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ରେଳ ଲାଇନ ଉଡାଇଲେ ମାଓବାଦୀ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ଲୋଟାପାହଡ ଓ ସୋନୁଆ ରେଲୱେ ଷ୍ଟେସନ ମଧ୍ୟରେ ଥିବା ରେଳ ଲାଇନ ଉଡାଇଲେ ମାଓବାଦୀ। ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ରେଲୱେ ଲାଇନ ଉଡାଇଲେ ମାଓବାଦୀ। ଗତ ମଧ୍ୟ ରାତି ୨ଟାରେ ହାୱଡା ମୁମ୍ବାଇ ଅପ ଓ ଡାଉନ ରେଲୱେ ଲାଇନ ଉଡାଇ ଦେଇଛନ୍ତି। ଫଳରେ ହାୱଡା ମୁମ୍ବାଇ ରୁଟରେ ସାଢେ ୬ ଘଣ୍ଟା ରେଳ ଚଳାଚଳ ବ୍ୟାହତ ହୋଇଛି। ସକାଳ ସାଢେ ୬ଟାରୁ ତୃତୀୟ ଲାଇନରେ ରେଳ ଚଳାଚଳ ଆରମ୍ଭ ହୋଇଛି। ରେଲୱେର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ମାଓବାଦୀଙ୍କ ଭାରତ ବନ୍ଦ ଡାକରା ସମୟରେ ରେଳଲାଇନ ଉଡାଇଥିବା ସନ୍ଦେହ କରାଯାଉଛି। ଚକ୍ରଧରପୁର ରେଲୱେ ଡ଼ିଭିଜନର ସିନିଅର DCM ଏହି ସୂଚନା ଦେଇଛନ୍ତି।

ଏବେ ଜିକ୍‌ମିକ୍‌ ଆଲୋକ ଏବଂ ଡାଏଲଗରେ ଦୁଲୁକିବ ଯାତ୍ରା ପେଣ୍ଡାଲ, ରାଜ୍ୟରେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି

ଭୁବନେଶ୍ୱର: କରୋନା କଟକଣା କାରଣରୁ ରାଜ୍ୟରେ ବନ୍ଦ ରହିଥିବା ସମସ୍ତ ପ୍ରକାରର ସାଂସ୍କୃତିକା କାର୍ଯ୍ୟକ୍ରମକୁ ଅନୁମତି ମିଳିଛି। ଦୁଇବର୍ଷ ହେବ ବନ୍ଦ ରହିଥିଲା ସମସ୍ତ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ। ରାଜ୍ୟ ସରକାରଙ୍କର ଅନୁମତି ପରେ ଏବେ କଳାକାରଙ୍କ ଏବଂ ଦର୍ଶକଙ୍କ ମନରେ ଖୁସିର ଲହରି। ୨୦ତାରିଖରୁ ରାଜ୍ୟରେ ସାଂସ୍କୃତି କାର୍ଯ୍ୟକ୍ରମ, ଯାତ୍ରା, ଅପେରାକୁ, ମୁକ୍ତାକାଶ ରଙ୍ଗମଞ୍ଚ ଓ ପଥପ୍ରାନ୍ତକୁ ଅନୁମତି ଦିଆଯାଇଛି। ସ୍ଥାନୀୟ ପ୍ରଶାସନ ଅନୁମତିରେ ଖୋଲିବ ଯାତ୍ରା ଓ ଅପେରା।

କରୋନା କଟକଣାକୁ ଅବଲମ୍ବନ କରି କରାଯିବ ସାଂସ୍କୃତିକ କାର୍ଯ୍ୟକ୍ରମ। ତେବେ ଯାତ୍ରା ଓ ଅପେରାରେ ୨ହଜାରରୁ ଅଧିକ ଲୋକ ହୋଇପାରିବେ ନାହିଁ ବୋଲି ସରକାରଙ୍କର ନିର୍ଦ୍ଦେଶ ରହିଛି। ଯଦି ୨ ହଜାରରୁ ଅଧିକ ଲୋକ ଏକାଠି ହୁଅନ୍ତି ତେବେ ସଙ୍ଗେ ସଙ୍ଗେ ସେହି ସ୍ଥାନକୁ ସିଲ କରିଦିଆଯିବ। ଏହି ସବୁ କାର୍ଯ୍ୟକ୍ରମରେ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତା ମୂଳକ କରାଯାଇଛି।

ତେବେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନେକ ସମୟରେ ଟିକେଟ କାଉଣ୍ଟରରେ ଟିକେଟ ବିକ୍ରି ସମୟରେ ଅଧିକ ଗହଳି ହୋଇଥାଏ । ସେଥିପାଇଁ ଚଳିତ ଥର ଟିକେଟ୍ କାଉଣ୍ଟର ବଦଳରେ ଅନଲାଇନ୍‌ ମାଧ୍ୟମରେ ଟିକେଟ୍ ବିକ୍ରି କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ୫୦% ଦର୍ଶକରେ ଖୋଲିବ ସିନେମା ହଲ ଓ ଥିଏଟରେ। ଥିଏଟରକୁ ଯିବା ପାଇଁ ହେଲେ RTPCR ଟେଷ୍ଟ ରିପୋର୍ଟ ଓ କରୋନା ଟିକା ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି। ସେହିପରି ଥଣ୍ଡା ଜ୍ୱର ଥିଲେ ଅନୁମତି ନଦେବାକୁ ପରାମର୍ଶ ଦିଆଯାଇଛି।

ରାଜସ୍ଥାନ ରାଜନିତୀରେ ପୁଣି ଅସ୍ଥିରତା; ଇସ୍ତଫା ଦେଲେ ୩ ବରିଷ୍ଠ ମନ୍ତ୍ରୀ

ଜୟପୁରୁ: ରାଜସ୍ଥାନ ରାଜନୀତିରେ ପୁଣି ଅସ୍ଥିରତା ଦେଖା ଦେଇଛି । ରାଜ୍ୟରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହେବା ପୂର୍ବରୁ ଇସ୍ତଫା ଦେଲେ ରାଜସ୍ଥାନର ୩ ବରିଷ୍ଠ ମନ୍ତ୍ରୀ । ସେମାନେ ହେଲେ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂ ଦୋତସାରା, ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ଓ ରାଜସ୍ବ ମନ୍ତ୍ରୀ ହରିଶ ଚୌଧୁରୀ । ଏହି ତିନି ଜଣ ମନ୍ତ୍ରୀ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ଇସ୍ତଫା ପତ୍ର ଦେଇଛନ୍ତି । ଏଥିସହ ସେମାନେ କଂଗ୍ରେସ ସଂଗଠନ ପାଇଁ କାମ କରିବେ ବୋଲି ମଧ୍ୟ କହିଛନ୍ତି ।

କଂଗ୍ରେସ ସାଧାରଣ ସମ୍ପାଦକ ଅଜୟ ମାକେନ କହିଛନ୍ତି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଏହି  ୩ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି  । ସେମାନେ ନିଜ ନିଜ ଇସ୍ତଫା ପତ୍ର ଦଳର  ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି । ହରିଶ ଚୌଧୁରୀଙ୍କୁ ଗତ ମାସରେ ପଞ୍ଜାବ କଂଗ୍ରେସ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଥିଲା । ଏକ ବ୍ୟକ୍ତି ଏକ ପଦବି ନୀତିରେ ସେ ମନ୍ତ୍ରୀ ପଦ ଛାଡିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ହରିଶ । କିଛି ଦିନ ତଳେ ଶିକ୍ଷକଙ୍କ ଏକ ସମାବେଶରେ ବଦଳି ଲାଗି ଟଙ୍କା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ଏକ ପ୍ରଶ୍ନ ପଚାରିଥିଲେ । ପ୍ରାୟ ସମସ୍ତ ଶିକ୍ଷକ ବଦଳି ଲାଗି ଟଙ୍କା ଦେବାକୁ ପ୍ରସ୍ତୁତ ବୋଲି କହିବା ପରେ ମୁଖ୍ୟମନ୍ତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେହି ସଭାରେ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ଦୋତସାରା ବି ଉପସ୍ଥିତ ଥିଲେ । ଏହି କାରଣକୁ ନେଇ ତାଙ୍କୁ ମନ୍ତ୍ରୀ ପଦ ଛାଡିବାକୁ ପଡିଛି ବୋଲି କୁହାଯାଉଛି । ସେପଟେ ନୂଆଦିଲ୍ଲୀରେ ସୋନିଆଙ୍କୁ ଭେଟିଛନ୍ତି ଦଳର ଅନ୍ୟତମ ନେତା ସଚିନ ପାଇଲଟ । ଏଥର ସମ୍ପ୍ରସାରଣରେ ସଚିନଙ୍କ ଗୋଷ୍ଠୀକୁ ଗୁରୁତ୍ବ ଦିଆଯିବାର ସମ୍ଭାବନା ରହିଛି । ବର୍ତ୍ତମାନ ରାଜ୍ୟ ମନ୍ତ୍ରିମଣ୍ଡଳରେ ୨୧ ଜଣ ମନ୍ତ୍ରୀ ଥିବାବେଳେ ୯ଟି ପଦବି ଖାଲି ରହିଛି । ଆସନ୍ତା ୨୨ ତାରିଖରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ ବୋଲି ହାଇକମାଣ୍ଡ ଗ୍ରୀନ ସିଗନାଲ ଦେଇଛନ୍ତି ।

 

ଆଜି ସ୍ମାର୍ଟ ସ୍ୱାସ୍ଥ୍ୟ ସେବା ତାଲିକାରେ ଯୋଡ଼ି ହେବ ଅନୁଗୁଳ ଓ ଢେଙ୍କାନାଳ

ଭୁବନେଶ୍ୱର: ଆଜି ସ୍ମାର୍ଟ ସ୍ୱାସ୍ଥ୍ୟ ସେବା ତାଲିକାରେ ଯୋଡ଼ିହେବ ଅନୁଗୁଳ ଓ ଢେଙ୍କାନାଳ। ଆଜି ଅନୁଗୁଳ ଗସ୍ତ କରି ବିଏସକେଓ୍ୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାୟ ୩୫୦ ଜଣ ହିତାଧିକାରୀଙ୍କୁ ନିଜ ହାତରେ ମଞ୍ଚରୁ ସ୍ମାର୍ଟ କାର୍ଡ ବାଣ୍ଟିବେ ନବୀନ। ସ୍ମାର୍ଟ କାର୍ଡ ଦ୍ୱାରା ଉପକୃତ ହେବେ ଜିଲ୍ଲାର ମୋଟ ୯ ଲକ୍ଷ ହିତାଧିକାରୀ। ଜିଲ୍ଲାରେ ପ୍ରଥମ କରି ନିର୍ମାଣ ହୋଇଥିବା ହେଲଥ କରିଡର ମଧ୍ୟ ଉଦଘାଟନ ହେବ।

ସେହିଭଳି ୧ ହଜାର ୧୭୬ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଅନୁଗୁଳରେ କାର୍ଯ୍ୟକ୍ରମ ସାରିବା ପରେ ଢେଙ୍କାନାଳ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମିନି ଷ୍ଟାଡିଅମରେ ଜିଲ୍ଲାବାସୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ। ଜିଲ୍ଲାର ପ୍ରାୟ ୯ଲକ୍ଷ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବାଣ୍ଟିବା ସହ ୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏ ନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଡେବ୍ୟୁରେ ମ୍ୟାନ ଅଫ ଦି ମ୍ୟାଚ ଆଓ୍ବାର୍ଡ ଜିତିଲେ ହର୍ଷଲ ପଟେଲ

ରାଞ୍ଚି: ଆଇପିଏଲରେ ଦମଦାର ପ୍ରଦର୍ଶନ ପରେ ଭାରତ ପକ୍ଷରୁ ରାଞ୍ଚିରେ ଦମଦାର ଡେବ୍ୟୁ କରିଛନ୍ତି ହର୍ଷଲ ପଟେଲ । ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ହିଁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଜିତିଥିଲେ ହର୍ଷଲ । ଯାହାଚ ହର୍ଷଲଙ୍କ ପାଇଁ ଏକ ଡ୍ରିମ୍ ଡେବ୍ୟୁ ରହିଥିଲା । ନ୍ୟୁଜିଲାଣ୍ଡଙ୍କ ବିପକ୍ଷରେ ରାଞ୍ଚିରେ ଖେଳାଯାଇଥିବା ଦ୍ବିତୀୟ ଟି-୨୦ରେ ୪ ଓଭର ବୋଲିଂ କରି ୨୫ ରନ ଦେଇ ଦୁଇ ଓ୍ବିକେଟ ଅକ୍ତିଆର କରିଥିଲେ ।

ପ୍ରଥମ ବ୍ୟାଟିଂ କରି ଦମଦାର ଆରମ୍ଭ ପରେ ନ୍ୟୁଜିଲାଣ୍ଡ ବଡ଼ ସ୍କୋର ପାଇଁ ଦମଦାର ବ୍ୟାଟିଂ କରୁଥିଲା । ତେବେ ଏହି ସମୟରେ ୧୨ତମ ଓଭର ବୋଲିଂ କରିବାକୁ ଆସିଥିଲେ ହର୍ଷଲ ପଟେଲ । ୧୨ତମ ଓଭରରେ ନ୍ୟୁଜିଲାଣ୍ଡ ଡାରେଲି ମିଚେଲଙ୍କ ଓ୍ବିକେଟ ଅକ୍ତିଆର କରି ନ୍ୟୁଜିଲାଣ୍ଡ ଟିମକୁ ବ୍ୟାକଫୁଟକୁ ନେଇଯାଇଥିଲେ । ମିଚେଲଙ୍କ ଓ୍ବିକେଟ ପରେ ବ୍ଲାକକ୍ୟାପ୍ ଦ୍ରୁତ ଗତିରେ ରନ୍ ସ୍କୋର କରିପାରିନଥିଲେ । ଯାହା ଫଳରେ ଭାରତ ନ୍ୟୁଜିଲାଣ୍ଡକୁ ମାତ୍ର ୧୫୪ ରନରେ ରୋକି ପାରିଥିଲେ । ୧୫୪ ରନର ଲକ୍ଷ୍ୟ ପରେ ଭାରତ ପକ୍ଷରୁ ରୋହିତ ଶର୍ମା ଓ କେଏଲ ରାହୁଲ ଦମଦାର ବ୍ୟାଟିଂ କରି ୧୬ଟି ବଲ ବାକି ଥାଇ ଏହି ମ୍ୟାଚକୁ ନିଜ ନାମରେ କରିଥିଲା ଟିମ୍ ଇଣ୍ଡିଆ । ଏହି ବିଜୟ ସହ ଭାରତ ଏହି ସିରିଜରେ ୨—୦ରେ ନିଜ ନାମରେ ମଧ୍ୟ କରିଛି ରୋହିତ ବ୍ରିଗେଡ । ତେବେ ଏହି ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ଆଓ୍ବାର୍ଡ ଜିତିବା ପରେ ସେ କହିଥିଲେ କି ମୋର ଡେବ୍ୟୁ ଦମଦାର ହୋଇଥିଲା । ଆଗକୁ ଥିବା ମ୍ୟାଚରେ ମଧ୍ୟ ଏପରି ଫର୍ମ ଜାରି ରଖିବା ପାଇଁ ଚେଷ୍ଟା କରିବି ବୋଲି କହିଥିଲେ ହର୍ଷଲ ପଟେଲ ।

ବିଳମ୍ବିତ ରାତ୍ରିରେ ଥରିଲା ଜାଲୋର

ଜାଲୋର: ମଧ୍ୟରାତ୍ରିରେ ଥରିଲା ଜାଲେର । ରାଜସ୍ଥାନର ଜାଲେରରେ ଗତକାଲି ରାତି ପ୍ରାୟ ୨.୨୬ ସମୟରେ ଭୂକମ୍ପର ଝଟକା ଅନୁଭବ ହୋଇଛି । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ବୋଲି କୁହାଯାଇଛି । ତେବେ ଏହି ଭୂକମ୍ପରେ କ’ଣ କ୍ଷୟକ୍ଷତି ହୋଇଛି ତା’ର ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ ।

 

ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜୀ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଜାଲେରରେ ୪.୬ ତୀବ୍ରତାର ଭୂକମ୍ପ ଅନୁଭବ ହୋଇଥିଲା । ତେବେ ଏହି ଭୂକମ୍ପର କେନ୍ଦ୍ର ସ୍ଥଳି କେଉଁଠାରେ ତାହା ଜଣା ପଡ଼ିନି । ଅନ୍ୟପକ୍ଷରେ ଏହି ଭୂକମ୍ପ ଦ୍ବାରା କ୍ଷୟକ୍ଷତି ହୋଇଛି ତାହାର ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ ।