spot_img
Home Blog Page 4902

ଚାପରେ ପଡ଼ି ଆଇନ୍ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର: ବିରୋଧୀ

ଭୁବନେଶ୍ୱର: ଚାଷୀଙ୍କ ଜିଦ୍ ଆଗରେ ହାର ମାନିଛି କେନ୍ଦ୍ର ସରକାରଙ୍କ ଅହଙ୍କାର। ତିନି କୃଷି ଆଇନ୍ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ। ଶୀତ ଅଧିବେଶନରେ ଏ ନେଇ ଆରମ୍ଭ ହେବ ପ୍ରକ୍ରିୟା। ତେବେ କୃଷି ଆଇନ୍ ପ୍ରତ୍ୟାହାର ନିଷ୍ପତ୍ତି ପରେ ବିରୋଧୀ ଶିବିର ଏବେ କେନ୍ଦ୍ର ସରକାରଙ୍କୁ ଘେରିବାକୁ କୌଣସି ସୁଯୋଗ ହାତଛଡା କରୁନାହାନ୍ତି। ମୁଖ୍ୟ ବିରୋଧୀ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ଆଜି କିଷାନ ବିଜୟ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ଏ ନେଇ ସମସ୍ତ ରାଜ୍ୟର ପିସିସିକୁ ଏଆଇସିସି ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟ ମୁଖ୍ୟାଳୟରେ କିଷାନ ବିଜୟ ଦିବସ ପାଳନ କରିବାକୁ ଘୋଷଣା କରିଛି କଂଗ୍ରେସ। ଏହି ଅବସରରେ ଦଳୀୟ ନେତା ରାଲି ଓ ସଭାର ଆୟୋଜନ କରିବେ। ଚାଷୀଙ୍କ ଆନ୍ଦୋଳନ ପାଇଁ କେନ୍ଦ୍ର ସରକାର ତିନି କୃଷି ଆଇନ୍ ପ୍ରତ୍ୟାହାର କରିବା ପାଇଁ ବାଧ୍ୟ ହୋଇଛନ୍ତି। ଏଣୁ କିଷାନ ବିଜୟ ଦିବସ ପାଳନ କରି ଆନ୍ଦୋଳନରତ ଚାଷୀଙ୍କୁ ସମସ୍ତ ଶ୍ରେୟ ଦେବା ପାଇଁ ଯୋଜନା କରିଛି କଂଗ୍ରେସ। ସେପଟେ ଆନ୍ଦୋଳନରତ ଚାଷୀଙ୍କ ଆଜି ରହିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ଆଗାମୀ ରଣନୀତି ନେଇ ଆଲୋଚନା ହେବ।

କମଲା ହାରିସଙ୍କୁ ରାଷ୍ଟ୍ରପତି କ୍ଷମତା ହସ୍ତାନ୍ତର କଲେ ଜୋ ବାଇଡେନ

ଓ୍ବାସିଂଟନ: ଆମେରିକା ରାଜନୀତିରେ ନାଟକୀୟ ମୋଡ଼  । ଉପରାଷ୍ଟ୍ରପତି କମଲା ହାରିଶଙ୍କୁ କ୍ଷମତା ହସ୍ତାନ୍ତର କରିବେ ଜୋ ବାଇଡେନ୍‌  । ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ଏପରି କରିବେ ବୋଲି ହ୍ବାଇଟ ହାଇସ ପକ୍ଷରୁ କୁହାଯାଇଛି  । କମଲା ହାରିସଙ୍କୁ ରାଷ୍ଟ୍ରପତି ପଦ ହସ୍ତାନ୍ତର କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଶୁକ୍ରବାର ବାଇଡେନ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଓ୍ବାସିଂଟନ ଉପକଣ୍ଠରେ ଥିବା ଏକ ହସ୍ପିଟାଲକୁ ଯାଇଥିଲେ । ପ୍ରେସ ସେକ୍ରେଟରୀ ଜେନ ପସାକି କହିଛନ୍ତି ଯେ କୋଲୋନୋସ୍କୋପି ସମୟରେ ବିଡେନ ଆନାସ୍ଥେଆରେ ରହିବେ । ଯାହା ଫଳରେ ବାଇଡେନ ସାମୟିକ ଭାବରେ କମଲା ହାରିସଙ୍କୁ କ୍ଷମତା ହସ୍ତାନ୍ତର କରିବେ । ପସାକି କହିଛନ୍ତି ଯେ ହାରସ୍ ଏବଂ ହ୍ବାଇଟ ହାଉସର ମୁଖ୍ୟ ଷ୍ଟାଫ୍ ରୋନ୍ କ୍ଲାଏନଙ୍କ ସହ କଥା ହେବା ପରେ ୧୧.୩୫ରେ ବିଡେନ ପୁନର୍ବାର କାର୍ଯ୍ୟ ଆରମ୍ଭ କରିବେ । ପ୍ରତିବର୍ଷ ବାଇଡେନଙ୍କର ରୁଟିନ୍‌ ଚେକ୍‌ଅପ୍‌ କରାଯାଉଛି । ବାଇଡେନ୍‌ ଅନ୍ୟ କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ନାହିଁ  । ସେ କୋଭିଡର ବୁଷ୍ଟର ଡୋଜ ମଧ୍ୟ ନେଇସାରିଛନ୍ତି  । ତେବେ ଖୁବ୍‌ଶୀଘ୍ର ସୁସ୍ଥ ହୋଇ ପୁଣି ଥରେ ରାଷ୍ଟ୍ରପତି ଦାୟିତ୍ବ ତୁଲାଇବେ ବୋଲି ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି  ।

ହାରିସ୍ ପ୍ରଥମ ମହିଳା ଏବଂ ଦକ୍ଷିଣ ଏସୀୟ ବଂଶର ଉପରାଷ୍ଟ୍ରପତି ଭାବରେ କାର୍ଯ୍ୟ କରୁଥିବା କମଲା ହାରିସ ସ୍ବଳ୍ପ ସମୟ ପାଇଁ ରାଷ୍ଟ୍ରପତି ଭାବରେ ଦାୟିତ୍ବ ନେଇ ଇତିହାସ ସୃଷ୍ଟି କରିବେ । ୨୦୦୨ ଏବଂ ୨୦୦୭ରେ ଯେତେବେଳେ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶଙ୍କର ସମାନ ପ୍ରକ୍ରିୟା ହୋଇଥିଲା । ସେହି ସମୟରେ ଉପ ରାଷ୍ଟ୍ରପତି ଥିବା ଜୋ ବିଡେନଙ୍କୁ ସ୍ବଳ୍ପ ସମୟ ପାଇଁ ରାଷ୍ଟ୍ରପତିଙ୍କ ଦାୟିତ୍ବ ଗ୍ରହଣ କରିଥିଲେ ଜୋ ବାଇଡେନ୍ ।

ଦେବେନ୍ଦ୍ରଙ୍କ କାରୁକାର୍ଯ୍ୟରେ ନନ୍ଦିଘୋଷ ଟିଭିର ପ୍ରତିଛବି

ଭୁବନେଶ୍ବର: ତାଙ୍କ ହାତ କହେ, ଓଡିଶାର ଇତିହାସ। ନିହାଣ ଚାଲିଲେ, ଆଙ୍କି ହୋଇଯାଏ ଉଦ୍ଭାସିତ ଅତୀତ । ପଥର ବି ହୋଇଉଠେ ଜୀବନ୍ତ । ପାଷାଣ ହୋଇ ପଡିଥିବା ପସ୍ତର ବି ଉତ୍କଳର ଅତୀତକୁ କରେ ଉଜ୍ଜିବୀତ । ସୀମାହୀନ ଲକ୍ଷ୍ୟକୁ ନେଇ ବଞ୍ଚୁଥିବା ଏହି ଯୁବ ଭାସ୍କର୍ଯ୍ୟ ଶିଳ୍ପୀ ହେଉଛନ୍ତି ବାଲିପାଟଣାର ଦେବେନ୍ଦ୍ର ବାରିକ । ନିଜ ହାତରେ ସ୍ଥାନିତ କରିଛନ୍ତି ସାଧବପୁଅଙ୍କ ଗାଥା । ନିହାଣ-ମୁଗୁର ମୁନରେ ତିଆରି କରିଛନ୍ତି କଳା ଭାସ୍କର୍ଯ୍ୟର ଏନ୍ତୁଡ଼ିଶାଳ ଓଡ଼ିଶାର ଇତିହାସ । ଆଉ ଏଥିରେ ସ୍ଥାନିତ କରିଛନ୍ତି ନନ୍ଦିଘୋଷ ଟିଭିର ପ୍ରତିଛବି ।

କାର୍ତ୍ତିକ ପୂର୍ଣ୍ଣିମା ଏବଂ ବୋଇତ ବନ୍ଦାଣ ଭଳି ପବିତ୍ର ଦିନରେ ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ରଙ୍କୁ ଭେଟି ଦେଇଛନ୍ତି ନିଜ ହାତରେ ତିଆରି କାରୁକାର୍ଯ୍ୟ । ଯେଉଁ କାରୁକାର୍ଯ୍ୟ ମଧ୍ୟରେ ସ୍ଥାନିତ ରହିଛି ଓଡ଼ିଶାର ମୁଖଶାଳା କୁହାଯାଉଥିବା କୋଣାର୍କ ମନ୍ଦିର, ବୋଇତ ବନ୍ଦାଣର ଦୃଶ୍ୟ । ଏହା ସହିତ ଅନେକ ସୂକ୍ଷ୍ମ କାରୁକାର୍ଯ୍ୟ ବଖାଣୁଛି ଓଡ଼ିଶାର ଐତିହ୍ୟ  । ନନ୍ଦିଘୋଷ ଟିଭି ଭଳି ଏକ ଲୋକାଦୃତ ଗଣମାଧ୍ୟମର ଲୋଗୋକୁ ସ୍ଥାନିତ କରି ସେ ଖୁବ ଆନନ୍ଦିତ ଥିବା କହିଛନ୍ତି ।

ରାଜ୍ୟ କୃଷି ଭବନ ହେଉ କିମ୍ବା ବିଜୁ ପଟ୍ଟନାୟ ବିମାନ ବନ୍ଦରର ଟର୍ମିନାଲ ହେଉ । ଏ ସମସ୍ତ ସ୍ଥାନରେ ରହିଛି ଦେବେନ୍ଦ୍ରଙ୍କ ପରିକଳ୍ପନାର ଭାସ୍କର୍ଯ୍ୟ । ପିଲାଟି ଦିନରୁ ଭସ୍କର୍ଯ୍ୟ କଳା ପ୍ରତି ଆକଷ୍ଟିତ ଦେବେନ୍ଦ୍ର ଆଜି ଉତ୍କଳର ସାଧବ ପୁଅଙ୍କ ବୋଇତ ବନ୍ଦାଣର ଏକ ପ୍ରସ୍ତରେ କାରୁକାର୍ୟ୍ୟ ପ୍ରସ୍ତୁତ କରିବା ସହ ପ୍ରମୁଖ ତାଙ୍କ ପ୍ରିୟର ଗଣମାଧ୍ୟମ ନନ୍ଦିଘୋ ଟିଭିର ଲୋଗୋକୁ ସ୍ଥାନିତ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ତ୍ତିକ ପୂର୍ଣ୍ଣମୀ ଭେଟି

0

ଯାଜପୁର: ବ୍ୟାସନଗର ସହରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ତ୍ତିକ ପୂର୍ଣ୍ଣମୀ ଭେଟି ।  ମୁଖ୍ୟମନ୍ତ୍ରୀ ‘ମୁକ୍ତା’ ଯୋଜନାରେ ବ୍ୟାସନଗର ପୌରାଞ୍ଚଳକୁ ୬ କୋଟି ୬୨ ଲକ୍ଷ ଟଙ୍କା ଭେଟି ଦେଇଛନ୍ତି । ଏଥିରେ ପୌରାଞ୍ଚଳରେ ୫୬ଟି ପ୍ରକଳ୍ପ ନିର୍ମାଣ କରାଯିବ । ଏନେଇ ବ୍ୟାସନଗର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୋରାଇ ବିଧାୟକ ଅଶୋକ ବଳ ।  ସହରର ବିକାଶ ପାଇଁ ଏବେ ମୁକ୍ତା ଯୋଜନାରେ ୬ କୋଟି ୬୨ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ସହରରେ କ୍ଷୁଦ୍ର ଉଦ୍ୟାନ, ପବ୍ଲିକ ଜିମ୍, ଶିଶୁ କ୍ରିଡ଼ା ଉଦ୍ୟାନ, ପାଦଚଲା ରାସ୍ତା, ଖେଳପଡିଆ ବିକାଶ, ନୂତନ ଭେଡିଂ ଜୋନ୍, ନୂତନ ରାସ୍ତା ଓ ଡ୍ରେନ୍ ନିର୍ମାଣ ପାଇଁ ଏହି ଅର୍ଥ ବିନିଯୋଗ କରାଯିବ ।  ଏଥିପାଇଁ  ମୁକ୍ୟମନ୍ତ୍ରୀ ନବୀନ ପଟ୍ଟ ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ସହରବାସୀ ।

ସ୍ମାର୍ଟ ହେଲଥ କାର୍ଡରେ ସୁସ୍ଥ ହୋଇ ଘରକୁ ଫେରିଲେ ଉପେନ୍ଦ୍ର

0

ରାଉରକେଲା: ରାଉରକେଲାର ଉପେନ୍ଦ୍ର ସିଂଙ୍କୁ ନୂଆ ଜୀବନ ଦେଲା ବିଏସକେଓ୍ବାଇ ସ୍ମାର୍ଟ ହେଲଥ କାର୍ଡ । ୫୪ ବର୍ଷୀୟ ଉପେନ୍ଦ୍ର ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ମାଗଣାରେ କ୍ୟାନସର ଅପରେସନ ପରେ ସୁସ୍ଥ ହୋଇଛନ୍ତି । ସେକ୍ଟର ୧୬ ମାର୍କେଟରେ ଗୋଟିଏ ଛୋଟ ଫଟୋ ଷ୍ଟୁଡିଓ କରି ଦିନକୁ ଶହେରୁ ଦେଢ ଶହ ଟଙ୍କା ରୋଜଗାର କରୁଥିବା ଉପେନ୍ଦ୍ରଙ୍କ ପକ୍ଷେ ନିଜ ଅର୍ଥରେ କ୍ୟାନସର ଅପରେସନ କରି ସୁସ୍ଥ ହେଵା ସମ୍ଭଵ ନଥିଲା । ସ୍ମାର୍ଟ ହେଲଥ କାର୍ଡ ଜରିଆରେ ମାଗଣାରେ କ୍ୟାନସର ରୋଗର ଚିକିତ୍ସା କରି ସୁସ୍ଥ ହୋଇ ରାଉରକେଲା ଫେରିବା ପରେ ଖୁସିରେ କାନ୍ଦି ପକାଇଵା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରୁଦ୍ରପ୍ରସନ୍ନଙ୍କୁ ଲାଡଲୀ ମିଡ଼ିଆ ଆଓ୍ବାର୍ଡ

ଭୁବନେଶ୍ବର: ସାମାଜିକ ଲିଙ୍ଗଗତ ସମ୍ବେଦନଶୀଳତା ପାଇଁ ଜାତୀୟ ସ୍ତରରେ ଦିଆଯାଇଛି ଲାଡଲୀ ମିଡ଼ିଆ ଆଣ୍ଡ ଆଡଭାଟାଇଜିଂ ଆଓ୍ବାର୍ଡ ୨୦୨୧ । ଓଡ଼ିଶାରୁ ବିରିଷ୍ଠ ସାମ୍ବାଦିକ ଏବଂ ସ୍ତମ୍ଭକାର ରୁଦ୍ରପ୍ରସନ୍ନ ରଥ ଏହି ପୁରସ୍କାର ପାଇଛନ୍ତି । ସଂଯୁକ୍ତରାଷ୍ଟ୍ର ଜନସଂଖ୍ୟା କୋଷ ଏବଂ ଭାରତରେ ଥିବା ନରଓ୍ବେ ଦୂତାବାସ ମିଳିତ ସହଯୋଗରେ ଅନଲାଇନରେ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ହୋଇଯାଇଛି ।

୨୦୨୦ ଡିସେମ୍ବର ୨୦ରେ ପ୍ରମେୟରେ ପ୍ରକାଶିତ ରୁଦ୍ରପ୍ରସନ୍ନଙ୍କ ସ୍ତମ୍ଭ ‘ବାହାଘର ଭାଙ୍ଗିଗଲା ପରେ’ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆାଯାଇଛି । ଗତବର୍ଷ ଜାତୀୟ ସ୍ତରରେ ଏହି ପୁରସ୍କାର ପାଇବାକୁ ରୁଦ୍ର ଯୋଗ୍ୟ ବିବେଚିତ ହୋଇଥିଲେ । ବାହାଘର ଭାଙ୍ଗିଗଲା ପରେରେ ରୁଦ୍ର ନାରୀମାନଙ୍କ ଉପରେ ପଡୁଥିବା ମାନସିକ ଚାପ, ଏହାର କୁପରିମାଣ ଏବଂ ଏହାର ନିରାକରଣ କିପରି କରାଯିବ ତା’ଉପରେ ଆଲୋକପାତ କରିଥିଲେ । ଏହା ବ୍ୟତୀତ ସମ୍ବାଦର ସାମ୍ବାଦିକ ଶୁଭକାନ୍ତ ପଡିହାରୀଙ୍କୁ ତାଙ୍କ ବାଇଲାଇନ୍ ଷ୍ଟାରୀ ଅସହାୟ ପରୀମାନଙ୍କ ପାଇଁ ଏହି ପୁରସ୍କାର ମିଳିଥିବା ବେଳେ ସମାଜର କୋରାପୁଟ ପ୍ରତିନିଧି ବିଜୟ ଦ୍ବିବେଦୀଙ୍କୁ ‘ବହୁଦେଶୀୟ କମ୍ପାନୀ ଚାକିରି ଛାଡ଼ି ସଫଳ ପଶୁପାଳକ ହେଲେ ମହିଳା’ ପାଇଁ ଏହି ପୁରସ୍କାର ମିଳିଛି ।

 

ଚାରିଛକରେ ବିଜେଡିର ମହା ମିଶ୍ରଣ ପର୍ବ

କୋଣାର୍କ: ବିଜୁ ଜନତା ଦଳ ନିମାପଡା ଗୋପ ନିର୍ବାଚନ ମଣ୍ଡଳି ୨୧ନଂ ଜେନ ଚାରିଛକଠାରେ ମହା ମିଶ୍ରଣ ପର୍ବ । ତୁଳସୀପୁର, ଭୋଦର, ବlହାରlଣl, ତମ୍ପlଳ, ଛଣିଜଙ୍ଗ, ଓ କଳାପlଞ୍ଚଣ ପଞ୍ଚାୟତର ୩ ଶହରୁ ଅଧିକ ପରିବାରର ୨ ହଜାରରୁ ଊର୍ଦ୍ଧ୍ବ ଲୋକ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଓ ଜନହିତକର କାର୍ଯ୍ୟରେ ପ୍ରଭାବିତ ହୋଇ ସେମାନେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଉପସ୍ଥିରେ ଏମାନେ ବିଜେଡିରେ ମିଶିଥିଲେ ।

କାନ୍ଦି ପକାଇଲେ ଚନ୍ଦ୍ରବାବୁ ନାଉଡୁ

ଡାଇଦ୍ରାବାଦ: କାନ୍ଦିଲେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ପ୍ରେସମିଟରେ ନିଜର କୋହ ସମ୍ଭାଳି ନପାରି କାନ୍ଦି ପକାଇଲେ ।

ଆଜି ଆନ୍ଧ୍ର ପ୍ରଦେଶର ବିଧାନସଭା ଅଧିବେଶନ ଚାଲିଥିବାବେଳେ ନାରୀ ସଶକ୍ତିକରଣ ପ୍ରସଙ୍ଗରେ ମୁହାଁମୁହଁ ହୋଇଥିଲେ ଶାସକ ଓ୍ବାଇଏସଆର କଂଗ୍ରେସ ଓ ବିରୋଧୀ ଟିଡିପି । ଏହି ସମୟରେ ଚନ୍ଦ୍ରବାବୁ ନାଇଡୁଙ୍କ ପତ୍ନୀଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିଲେ ଓ୍ବାଇଏସଆର କଂଗ୍ରେସ ବିଧାୟକ । ଯାହାକୁ ବିରୋଧ କରିଥିଲେ ଚନ୍ଦ୍ରବାବୁ ନାଇଡୁ । ଏଥିସହ ସଙ୍ଗେ ସଙ୍ଗେ କକ୍ଷ ତ୍ୟାଗ କରିଥିଲେ । ଏହା ପରେ ନିଜ ବିଧାୟକମାନଙ୍କୁ ସମ୍ବୋଦ୍ଧିତ କରିବା ଅବସରରେ ସେ କାନ୍ଦି ପକାଇଥିଲେ ।

କହିଥିଲେ ମୋ ୪୦ ବର୍ଷର ରାଜୈନିତକ କ୍ୟାରିୟରରେ ମୁଁ ଏତେ କଷ୍ଟ ପାଇନି । ଅଢେଇ ବର୍ଷ ଧରି ମୋ ମାନ ସମ୍ନାନ ଓ ସ୍ବାଭିମାନ ଉପରେ ପ୍ରହାର କରାଯାଉଛି । ହେଲେ ମୁଁ ଚୁପ ରହୁଛି, ତେବେ କୌଣସି କାରଣ ନ ଥାଇ ମୋ ପତ୍ନୀଙ୍କ ବିଷୟରେ ବିଧାୟକ ଯେଉଁ ଟିପ୍ପଣୀ ଦେଲେ ତାହା ଦୁର୍ଭାଗ୍ୟଜନକ । ଏଭଳିକି ଏହି ସମୟରେ ବିଧାୟକଙ୍କୁ ଅଟକାଇନଥିଲେ ବାଚସ୍ପତି । ଏହା ବହୁ ଯନ୍ତ୍ରଣା ଦେଇଥିଲା, ଏଣୁ ମୁଁ ମୁଖ୍ୟମନ୍ତ୍ରୀ ନ ହେବା ପର୍ଯ୍ୟନ୍ତ ବିଧାନସଭା ମାଟି ମାଡିବି ନାହିଁ ବୋଲି କହିଛନ୍ତି ଚନ୍ଦ୍ରବାବୁ । ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ କାନ୍ଦିବା ପରେ ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।

କ୍ୟାସଲେସ୍ ହେବ ଜେଲ୍

ଭୁବନେଶ୍ବର: ଝାରପଡା ଜେଲରେ ବନ୍ଦ ହେଲା ନଗଦ ଟଙ୍କା କାରବାର । ଟୋକନ ବଦଳରେ ବ୍ୟବହାର ହେବ ସ୍ମାର୍ଟକାର୍ଡ । ମାସକୁ ଥରେ ରିଚାର୍ଜ କରିବେ ଜେଲ୍ କର୍ତ୍ତୃପକ୍ଷ । ୫ଟି ଅଧୀନରେ ଜେଲ୍ ସଂସ୍କାର ଉପରେ ଗୁରୁତ୍ବ । ଭୁବନେଶ୍ବର ଝାରପଡା ଜେଲରେ ୭୦ ଜଣ ଅନ୍ତେବାସୀଙ୍କୁ ମିଳିଛି ସ୍ମାର୍ଟକାର୍ଡ । ଏହି କାର୍ଡର ବ୍ୟବହାର ଅନ୍ତେବାସୀମାନେ କ୍ୟାଣ୍ଟିନ, ଟେଲିଫୋନ, ଲଣ୍ଡ୍ରୀ ଆଦିରେ କରିପାରିବେ । ମାସକୁ ଥରେ ଜେଲ କର୍ତ୍ତୃପକ୍ଷଙ୍କ ସହାୟତାରେ ଏହାକୁ ରିଚାର୍ଜ କରାଯିବ । କ୍ୟାସଲେସ୍ ଟ୍ରାଞ୍ଜକ୍ସନ ପାଇଁ ଏହା ବେଶ ସହାୟକ ହେବ ଓ ନଗଦ ଟଙ୍କା ଦ୍ୱାରା ଚାଲୁଥିବା ହେରଫେର ରୋକାଯାଇପାରିବ । ସ୍ମାର୍ଟକାର୍ଡ ବ୍ୟବସ୍ଥା ଆଗାମୀ ଦିନରେ ରାଜ୍ୟର ଅନ୍ୟ ଜେଲ ମାନଙ୍କରେ ମଧ୍ୟ ଉପଲବ୍ଧ ହେବ ।

ଅନ୍ୟପଟେ ପରିବାର ଠାରୁ ଦୂରରେ ରହି ହତାଶାରେ କାଳ କାଟୁଥିବା ମହିଳାଙ୍କ ମାନସିକ ସ୍ଥିତିରେ ପରିବର୍ତ୍ତନ ପାଇଁ କାମ କରୁଛି ‘କିରନ’ । ବଛା ବଛା ମନସ୍ତତ୍ତ୍ବବିତଙ୍କ ଦ୍ଵାରା କାଉନସେଲିଂ କରାଯାଉଛି । ନାଚ, ଗୀତ, ପ୍ରବଚନ ଜରିଆରେ ମନୋରଞ୍ଜନର ଖୋରାକ ଯୋଗାଇ ଦିଆଯାଉଛି । ହାତ ତିଆରି ଜିନିଷ ତିଆରି କରିବା ସହ ମହିଳା ଅନ୍ତେବାସୀଙ୍କୁ ସ୍ୱାବଲମ୍ବୀ କରାଯାଉଛି ପ୍ରୟାସ । ଆଇନଗତ ଲଢେଇ ଲଢ଼ିବା ପାଇଁ ଯଦି କେହି ଅସମର୍ଥ ହେଉଛନ୍ତି, ସେମାନଙ୍କର ଆଶା ବାଡ଼ି ସାଜିଛି ମାଧ୍ୟମ ଫାଉଣ୍ଡେସନର ପ୍ରୋଜେକ୍ଟ ‘କିରନ’।

୫ଟି ଅଧୀନରେ ଜେଲ ବିଭାଗ ଆସିବା ଦିନଠାରୁ ଅନ୍ତେବାସୀଙ୍କ ଜୀବନ ଧାରଣରେ ଅନେକ ପରିବର୍ତ୍ତନ ଆସିଥିବା ବେଳେ ଗଠନମୂଳକ କାର୍ଯ୍ୟଗୁଡିକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

କୃଷୀ ଆଇନ ପ୍ରତ୍ୟାହାର ପରେ ପ୍ରଣବଙ୍କ ଟାର୍ଗେଟରେ ଧର୍ମେନ୍ଦ୍ର

ଭୁବନେଶ୍ବର: କୃଷି ଆଇନ୍‌ ପ୍ରତ୍ୟାହାରକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାଉଣ୍ଟର କରିଛନ୍ତି ବିଜେଡି ବିଧାୟକ ତଥା ସାଂଗଠିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଆନ୍ଦୋଳନ ବେଳେ ଯେଉଁ ୭୫୦ ନୀରିହ ଚାଷୀଙ୍କର ମୃତ୍ୟୁ ହୋଇଛି ତାର ନୈତିକ ଦାୟିତ୍ବ କିଏ ନେବ ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଚାଷୀଙ୍କ ଉପରକୁ ଗାଡ଼ି ଚଢାଇବା ଘଟଣାରେ ପୁଅ ଆଶିଷ ମିଶ୍ରା ଗିରଫ ହୋଇ ଜେଲ୍‌ରେ ଅଛନ୍ତି । ତେଣୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ନୈତିକତାର ପାଠ ପଢେଇଲେ ଭଲ ହୁଅନ୍ତା ବୋଲି ପ୍ରଣବ କହିଛନ୍ତି ।

ଗୋଟିଏ ଟ୍ରେନ୍‌ ଦୁର୍ଘଟଣାରେ ନୈତିକତା ଦୃଷ୍ଟିରୁ ପୂଜ୍ୟ ଶାସ୍ତ୍ରୀଜୀ ଇସ୍ତଫା ଦେଇଥିଲେ । ଆପଣଙ୍କ ଶାସନ କାଳରେ ଅନେକ ଥର ଦୁର୍ଘଟଣା ଘଟିଥିଲେ ମଧ୍ୟ କେତେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ବୋଲି ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି ପ୍ରଣବ । ଏପଟେ ମମିତା ହତ୍ୟା ମାମଲାରେ ମଧ୍ୟ ଧମେନ୍ଦ୍ରଙ୍କୁ କଡାଭାଷାରେ ଚ୍ୟାଲେଞ୍ଜ କରିଛନ୍ତି । ଯଦି ଦମ ଅଛି ପୋଲିସ କିମ୍ବା କୋର୍ଟ ପାଖରେ ପ୍ରମାଣ ଉପସ୍ଥାପନ କର । ଇସ୍ତଫା ଛାଡନ୍ତୁ ମୁଖ୍ୟମନ୍ତ୍ରୀ ଅଭିଯୁକ୍ତଙ୍କୁ ବାନ୍ଧିକି ଜେଲ୍‌ରେ ଭର୍ତ୍ତି କରିବେ ବୋଲି ଟ୍ବିଟ କରି କହିଛନ୍ତି ।