spot_img
Home Blog Page 4904

ବାବୁଙ୍କ ଭୋଜି ନିଶା: ଅଫିସରେ ତାଲା ପକାଇ ଚାଲିଗଲେ

ଖୋର୍ଦ୍ଧା: ସରକାରୀ ବାବୁଙ୍କ ମନମାନି । ଇଚ୍ଛାରେ ଅଫିସ ଖୋଲୁଛନ୍ତି, ଇଚ୍ଛାରେ ବନ୍ଦ କରୁଛନ୍ତି । ଏମିତି କି କାର୍ଯ୍ୟ ସମୟରେ ଅଫିସରେ ତାଲା ପକାଇ ସବୁ କର୍ମଚାରୀ ପଳାଉଛନ୍ତି ଭୋଜି ଖାଇବା । ଏମିତି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ସବ୍ ଟ୍ରେଜେରୀରୁ କର୍ମଚାରୀମାନେ କାର୍ଯ୍ୟରେ ଅବହେଳା କରୁଥିବା ଅଭିଯୋଗ ହୋଇଛି ।

ମନ୍ଦିରରେ ଭୋଜି ଖାଇବାକୁ ଅଫିସ୍ ବନ୍ଦ କରି ଦେଉଛନ୍ତି ବାବୁମାନେ । ଗତ ୧୮ ତାରିଖରେ ଅଫିସରେ ତାଲା ପକାଇ ଭୋଜି ଖାଇବାକୁ ସରକାରୀ ବାବୁମାନେ ଚାଲିଯାଇଥିବା ଅଭିଯୋଗ ହୋଇଛି । ଏଇ ଗୋଟିଏ ଦିନ ନୁହେଁ । ବିଳମ୍ବରେ ଅଫିସ୍ ଆସିବା ବାବୁମାନଙ୍କର ନିତିଦିନିଆ ଘଟଣା । ଅଫିସ ୧୦ଟାରେ ଖୋଲୁଥିଲେ ବି ବାବୁମାନେ ନିଜ ଇଚ୍ଛାରେ ଅଫିସ ଆସିଥାନ୍ତି । ପଚାରିଲେ ଶୁଣିବାକୁ ମିଳିଥାଏ ଅବାନ୍ତର ଯୁକ୍ତି ।

ସୂଚନାଯୋଗ୍ୟ, ଟାଙ୍ଗୀ ସବ୍- ଟ୍ରେଜେରୀ ଅଫିସ ଉପରେ ଟାଙ୍ଗୀ ଓ ଚିଲିକା ବ୍ଲକ୍ ସହିତ ରଣପୁର ଅଞ୍ଚଳର ଲୋକେ ନିର୍ଭର କରନ୍ତି । ପ୍ରତିଦିନ ଶହଶହ ଲୋକ ଏଠାକୁ କାମରେ ଆସିଥାନ୍ତି । ଏଠାରେ  ସରକାରୀ କର୍ମଚାରୀଙ୍କ ଦରମା ସହିତ ଅବସରପ୍ରାପ୍ତ  କର୍ମଚାରୀଙ୍କ  ପେନସନ୍ କାର୍ଯ୍ୟ କରାଯାଇଥାଏ । କିନ୍ତୁ କର୍ମଚାରୀଙ୍କ ଅବହେଳା ପାଇଁ ପ୍ରତିଦିନ ଲୋକେମାନେ ସମସ୍ୟା ଭୋଗୁଛନ୍ତି ।

ବଜ୍ରକପ୍ତା କାତି ଜବତ, ୧୫ ଅଟକ

ବାରିପଦା: ଫସର ଫାଟିଲା ବଜ୍ରକାପ୍ତା କାତି ଚୋରା ଚାଲାଣ । ଡିଲ୍ ବେଳେ ମାଡ଼ଇ ବସିଲା ବନ ବିଭାଗ । କାତି ଜବତ ସହ ୧୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବିନ ବିଭାଗ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଗୋଲେଇ ବାଇପାସ ନିକଟରେ ।

ବଜ୍ରକାପ୍ତା କାତି କାରବାର ହେଉଥିବା ନେଇ ବନ ବିଭାଗ ପାଖରେ ଖବର ପହଞ୍ଚି ଥିଲା । ଏହାପରେ ସଦଳବଳେ ବିଭାଗୀୟ କର୍ମଚାରୀ ଚଢ଼ାଉ କରିଥିଲେ ।

ଏହି କାରବାର ପଛରେ ଏକ ଆନ୍ତରାଜ୍ୟ ଗ୍ୟାଙ୍ଗ କାମ କରୁଥିବା ଅନୁମାନ କରାଯାଉଛି । ଅଟକ ଅଭିଯୁକ୍ତଙ୍କ ମଧ୍ୟରୁ କେନ୍ଦୁଝରରୁ ୮ ଜଣ ଥିବା ବେଳେ ଯାଜପୁରରୁ ଜଣେ,  ଝାଡ଼ଖଣ୍ଡରୁ ୩ ଜଣ ଓ କରଞ୍ଚିଆରୁ ୩ ଜଣ ଅଛନ୍ତି ।

ଜେଲ୍ ଗଲେ ସରକାରୀ ଟଙ୍କା ହଡ଼ପକାରୀ ବ୍ୟାଙ୍କ କର୍ମଚାରୀ

ପୁରୀ: ପିପିଲି ବ୍ଲକ ସାତଶଙ୍ଖ ୟୁନିୟନ ବ୍ୟାଙ୍କ ଶାଖାରୁ ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ଗିରଫ ୬ ଅଭିଯୁକ୍ତ ଜେଲ ଗଲେ । ଜାମିନ ଆବେଦନ ଖାରଜ ହେବା ପରେ ନିମାପଡ଼ା ସ୍ଥିତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ପିପିଲି କୋର୍ଟ ।

ସୂଚନାଯୋଗ୍ୟ, ବ୍ୟାଙ୍କ ଶାଖାରେ ଥିବା ରଥପୁରୁଷୋତ୍ତମପୁର ପଞ୍ଚାୟତ ଆକାଉଣ୍ଟ ସମେତ ଓଡିଶା ଜୀବିକା ମିଶନର ୩ଟି ପଞ୍ଚାୟତସ୍ତରୀୟ ସଂଘର ଆକାଉଣ୍ଟରୁ ୩୮ ଲକ୍ଷରୁ ଊର୍ଦ୍ଧ୍ବ ସରକାରୀ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଥିଲା । ଏହାପରେ ପିପିଲି ପୋଲିସ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ସନ୍ତୋଷ କୁମାର ନାୟକ, ପୂର୍ବତନ ବ୍ୟାଙ୍କ ଅଫିସର ପଦ୍ମନ ବେହେରା ଏବଂ ଯୋଗେଶ ସାହୁ, ପୂର୍ବତନ କିରାଣି ମନୋଜ କୁମାର ପାତ୍ର, ଅମୀୟ କୁମାର ସାହୁ ଓ ଭାଗ୍ୟଶ୍ରୀ ମହାପାତ୍ରଙ୍କୁ ଗତକାଲି ଗିରଫ କରିଥିଲା । ଗିରଫ ପରେ ସମସ୍ତଙ୍କୁ ପିପିଲି କୋର୍ଟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆାଯାଇଛି । ବ୍ୟାଙ୍କ ଚେକ୍ ବହି, ଉଠାଣ ଫର୍ମ, ଡେବିଟ୍ ଭାଉଚର ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ପୋଲିସ ।

ଡଙ୍ଗା ଭସାଇବାକୁ ଯାଇ ଦୁଇ ନାବଳକ ମୃତ

କୋଣାର୍କ: ଡଙ୍ଗା ଭସାଇବାକୁ ଯାଇ ଚାଲିଗଲା ଦୁଇ ଜଣଙ୍କ ଜୀବନ । ପାଣିରେ ବୁଡ଼ି ଉଭୟଙ୍କ ମୃତ୍ୟୁ । ଏମିତି ଦୁଃଖଦ ଘଟଣା ଘଟିଛି ନିମାପଡ଼ା ଥାନା ଡେଣୁଅଁ ପଞ୍ଚାୟତ ଆଳିପିଙ୍ଗଳରେ । ମୃତ ଦୁଇ ନାବାଳକ ହେଲେ ଧର୍ମେନ୍ଦ୍ର ସାହୁଙ୍କ ପୁଅ ସିପୁନ ଏବଂ ଗୋବିନ୍ଦ ବାରିକଙ୍କ ପୁଅ ସାଇ । ଉଭୟଙ୍କ ବୟସ ୧୨ ବର୍ଷ ହେବ । ଦୁଇ ଭାଇଙ୍କ ମୃତ୍ୟୁରେ ଆଳିପିଙ୍ଗଳରେ ଶୋକର ଛାୟା ଖେଳିଯାଇଛି ।

ଏପଟେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୧ ନମ୍ବର ଓ୍ବାର୍ଡର ୧୪ ବର୍ଷର ଅଷ୍ଟମ ଶ୍ରେଣୀ ଛାତ୍ର ରୋସନ ନାୟକ ଡଙ୍ଗା ଭସାଇବାକୁ ଯାଇ ବ୍ରାହ୍ମଣୀ ନଦୀରେ ନିଖୋଜ ହୋଇଯାଇଛନ୍ତି ।

ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାବାସୀ କାଲି ପାଇବେ ସ୍ମାର୍ଟ ସ୍ବାସ୍ଥ୍ୟସେବା

ଭୁବନେଶ୍ବର: ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ ଯାଉଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ସେବା । ଲୋକେ ହେଉଛନ୍ତି ଉପକୃତ । ଗରିବ ଲୋକଙ୍କ ମଧ୍ୟରେ ଅର୍ଥାଭାବରୁ ଚିକିତ୍ସା କରାଇ ନପାରିବାର ଭୟ ଦୂର ହେବାରେ ଲାଗୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ସଫଳ ଯୋଜନା ଗରିବଙ୍କ ମୁହଁରେ ହସ ଫୁଟାଇବାରେ ସହାୟକ ହେଉଛି । ଏହି ପରିପେକ୍ଷୀରେ ଆସନ୍ତାକାଲି ଦୁଇ ଜିଲ୍ଲା ଅନୁଗୁଳ ଓ ଢେଙ୍କାନାଳରେ ଆରମ୍ଭ ହେବାକୁ ଯାଉଛି ସ୍ମାର୍ଟ ହେଲଥ କାର୍ଡ ସେବା ।

ମୁଖ୍ୟମନ୍ତ୍ରୀ ଦୁଇ ଜିଲ୍ଲାକୁ ଗସ୍ତ କରି ସେଠାରେ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଅନୁଗୁଳ ଷ୍ଟାଡିୟମରେ ଆୟୋଜିତ ସଭାରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ । ଏହାସହ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ । ପରେ ମଧ୍ୟାହ୍ନ ୧୨ଟାରେ ଢେଙ୍କାନାଳ ମେନ୍ ଷ୍ଟାଡିୟମରେ ପହଞ୍ଚି ଜିଲ୍ଲାରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ । ଜିଲ୍ଲାର ପ୍ରାୟ ୯ ଲକ୍ଷ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବାଣ୍ଟିବା ସହ ୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସ୍ଥାନୀୟ ମିନି ଷ୍ଟାଡିୟମ ପଡିଆରେ ଏନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ମିନି ଷ୍ଟାଡିୟମ ଚାରିପାଖରେ ସ୍ୱତନ୍ତ୍ର ବ୍ୟାରିକେଡ କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ସାଧାରଣ ପ୍ରବେଶକୁ ବାରଣ କରାଯାଇଥିବା ବେଳେ ୧୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

ଜାମ୍ମୁ କାଶ୍ମୀରକୁ ଫେରିବ ଧାରା-୩୭୦! , ସୋସିଆଲ ମିଡିଆରେ ଚର୍ଚ୍ଚା           

ନୂଆଦିଲ୍ଲୀ: ଆଜି ସକାଳେ ଏକ ବଡ଼ ଘୋଷଣା କରିଛନ୍ତି ମୋଦି ସରକାର । କୃଷି ଆଇନକୁ ନେଇ ଲାଗିରହିଥିବା ବିବାଦରେ ଆଜି ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ନରେନ୍ଦ୍ର ମୋଦି । ତିନୋଟି କୃଷି ଆଇନକୁ ପ୍ରତ୍ୟାହାର ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ସାତ ବର୍ଷ କେନ୍ଦ୍ରରେ ଶାସନ କରିବା ପରେ ପ୍ରଥମ ଥର ପାଇଁ ସରକାର ବିରୋଧ ପ୍ରଦର୍ଶନ ପାଇଁ କୌଣସି ଆଇନକୁ ପ୍ରତ୍ୟାହାର କରିବାର ନିଷ୍ପତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ପରେ ସୋସିଆଲ ମିଡିଆରେ ଧାରା ୩୭୦ ଓ ନାଗରିକ ସଂଶୋଧନ ଆଇନକୁ ନେଇ ପ୍ରଶ୍ନ ଉଠୁଛି । କୃଷି ଆଇନ ପରେ ସୋସିଆଲ ମିଡିଆରେ ଲୋକ ପ୍ରଶ୍ନ କରିଛନ୍ତି କି ଏହା ପରେ କେଉଁ ଆଇନ ରଦ୍ଦ ହେବ ଧାରା ୩୭୦ ନା ନାଗରିକ ସଂଶୋଧନ ଆଇନ ।

https://twitter.com/RiddhiKapil/status/1461561038625591305?s=20

ତେବେ ସୋସିଆଲ ମିଡିଆରେ ଏମିତି ମଧ୍ୟ କିଛି ଲୋକ ଅଛନ୍ତି ଯିଏ ଏହି କୃଷି ଆଇନ ପ୍ରତ୍ୟାହାର ସପକ୍ଷରେ ନାହାନ୍ତି । ସେମାନେ ଏହି ଘଟଣା ପରେ ଟୁଇଟ କରି କହିଛନ୍ତି କି ସରକାର ନିର୍ବାଚନ ପାଇଁ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ପୁଣି ଥରେ ଲଗାଇବା ଓ ସିଏଏ ପ୍ରତ୍ୟାହାର କରିବା ନିଷ୍ପତି ନିଅନ୍ତୁ ନାହିଁ । ୨୦୧୯ ଅଗଷ୍ଟ ୫ରେ ଜାମ୍ମୁ କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟା ଯାଇଥିଲା । ଧାରା ୩୭୦ ଅନୁଯାୟୀ ଜାମ୍ମୁ କାଶ୍ମୀର ରାଜ୍ୟକୁ ବିଶେଷ ଅଧିକାର ମିଳିଥିଲା । ଏହି ଧାରା ଫଳରେ ଜାମ୍ମୁ କାଶ୍ମୀରରେ ଅଲଗା ପତାକା ଏବଂ ଅଲଗା ସମ୍ବିଧାନ ଲାଗୁ ହେଉଥିଲା । ବିଦେଶ ଓ ଯୋଗାଯୋଗକୁ ଛାଡିଲେ ଆଉ ସବୁ ଆଇନ ବନାଇବା ପାଇଁ ରାଜ୍ୟକୁ ଅନୁମତି ଜରୁରୀ ଥିଲା । ଧାରା ୩୭୦ ପାଇଁ ଜାମ୍ମୁ କାଶ୍ମୀର ନାଗରିରକଙ୍କ ପାଖରେ ଦୁଇଟି ନାଗରିକତ୍ବ ରହିଥିଲା । ତେବେ ଏହି ଧାରା-୩୭୦କୁ ୫ ଅଗଷ୍ଟ ୨୦୧୯ରେ ମୋଦି ସରକାର ଉଠାଇ ଦେଇଥିଲେ  । ଧାରା ୩୭୦ ଉଠିବା ପରେ ଜାମ୍ମୁ କାଶ୍ମୀରରେ ସ୍ଥାନୀୟ ଲୋକ ବିରୋଧ କରିଥିଲେ । କାଶ୍ମୀର ଏକ ବଡ଼ ଗୋଷ୍ଠୀ ୩୭୦ ଧାରାକୁ ପୁଣି ଥରେ ଲାଗୁ କରିବାକୁ ଦାବି କରିଥିଲେ । ତେବେ ଏବେ କୃଷି ଆଇନକୁ ପ୍ରତ୍ୟାହାର କରିବା ପରେ ପୁଣି ଥରେ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଫେରାଇ ଆଣିବାକୁ ଦାବି କରିଛନ୍ତି ।

ଧାରା-୩୭୦ ବ୍ୟତୀତ ମୋଦି ସରକାର ୧୧ ଡିସେମ୍ବର ୨୦୧୯ରେ ନାଗରିକ ସଂଶୋଧନ ଆଇନ ସଂସଦରେ ପାସ୍ କରିଥିଲେ । ଏହା ପରେ ପୂରା ଦେଶରେ ଧାରଣ ଓ ପ୍ରଦର୍ଶନ ଆରମ୍ଭ ହୋଇଯାଇଥିଲା । ଦିଲ୍ଲୀର ଶାହିନ୍ ବାଗ ସହିତ ଦେଶର ବିଭିନ୍ନ ସ୍ଥାନରେ ଧାରଣା ଆରମ୍ଭ ହୋଇଯାଇଥିଲା । କିଛି ମାସ ଧରି ଚାଲୁଥିବା ଏହି ଆନ୍ଦୋଳନ ଆଗରେ ମୋଦି ସରକାର ମୁଣ୍ଡ ନୁଆଁଇନଥିଲେ । କିନ୍ତୁ ଏହି ତିନୋଟି କୃଷି ଆଇନକୁ ପ୍ରତ୍ୟାହାର ପରେ ପୁଣି ଥରେ ସୋସିଆଲା ମିଡିଆରେ ସିଏଏକୁ ପ୍ରତ୍ୟାହାର ଏବଂ ଧାରା-୩୭୦କୁ ପୁଣି ଫେରାଇବା ପାଇଁ ଦାବି ହେଉଛି ।

କ୍ରିକେଟକୁ ଅଲବିଦା କହିଲେ ମିଷ୍ଟର-୩୬୦; ଆଇପିଏଲରେ ବି ଦେଖିବାକୁ ମିଳିବନି ଡିଭିଲିୟର୍ସ ଜଲଓ୍ବା

କେପଟାଉନ୍: କ୍ରିକେଟ ପଡ଼ିଆରେ ଆଉ ଦେଖିବାକୁ ମିଳିବନି ୩୬୦ ଡିଗ୍ରୀ ସଟ୍‌ । କାହିଁକି ନା କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ଏବି ଡିଭିଲିୟର୍ସ । ଏହା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିସାରିଥିଲେ ଡିଭିଲିୟର୍ସ । ତେବେ ଏବେ କ୍ରିକେଟର ଆଉ କୌଣସି ଫର୍ମାଟରେ ନଜର ଆସିବେନି ମିଷ୍ଟର-୩୬୦ । ସମସ୍ତ ଫର୍ମାଟରୁ ଅବସର ନେଇ ଟୁଇଟ କରି ସୂଚନା ଦେଇଛନ୍ତି ଡିଭିଲିୟର୍ସ ।

ଟୁଇଟରେ ସେ ଲେଖିଛନ୍ତି କି ଏହା ଏକ ଅବିଶ୍ବସନୀୟ ଯାତ୍ରା ଥିଲା । କିନ୍ତୁ ମୁଁ କ୍ରିକେଟର ସବୁ ଫର୍ମାଟରୁ ସନ୍ୟାସ ନେବା ପାଇଁ ନିଷ୍ପତି ନେଇଛି । ମୁଁ ଆମ ବ୍ୟାକୟାର୍ଡରେ ମୋ ବଡ଼ ଭାଇଙ୍କ ସହ କ୍ରିକେଟ ଖେଳିବା ଆରମ୍ଭ କରିଥିଲି । ସେହି ଦିନଠାରୁ ମୁଁ ଏହାକୁ ଆନନ୍ଦ ସହ ଉପଭୋଗ କରିଛି । ବର୍ତ୍ତମାନ ୩୭ ବର୍ଷ ବୟସରେ ଆଉ ଖେଲିବାରେ ସେହି ଯୋଶ ନାହିଁ । ସେଥିପାଇଁ, ମୁଁ ମୋର ଅବସର ଘୋଷଣା କରୁଛି” । ସେ ଆହୁରି ମଧ୍ୟ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ” ଏହା ବାସ୍ତବତା ଯାହା ମୋତେ ଗ୍ରହଣ କରିବାକୁ ପଡିବ । ଯଦିଓ ଏହା ହଠାତ୍ ମନେହୁଏ, ସେଥିପାଇଁ ମୁଁ ଆଜି ଏହା ଘୋଷଣା କରୁଛି । ମୋର ସମୟ ଅଛି । ମୋ ପାଇଁ କ୍ରିକେଟ୍ ଅଛି । ସେ ଆଇପିଏ ହେଉ ଅବା ଦେଶ ପାଇଁ ସବୁ ଖେଳ ମୋତେ କଳ୍ପନା ଯୋଗ୍ୟ ଅନୁଭୂତି ଏବଂ ସୁଯୋଗ ଦେଇଛି । ସେଥିପାଇଁ ମୁଁ ସର୍ବଦା କୃତଜ୍ଞ ରହିବ ।

ସେ ଆହୁରି ଲେଖିଛନ୍ତି କି କ୍ରିକେଟ ଅସାଧାରଣ ରୂପରେ ମୋ ପ୍ରତି ଦୟାଳୁ ରହିଛି । ମୁଁ ଟାଇଟନ୍ ପାଇଁ ହେଉ କି ସାଉଥ ଆଫ୍ରିକା ହେଉ କିମ୍ବା ଆରସିବି ପାଇଁ ହେଉ ସମସ୍ତ ଟିମ୍ ମୋତେ ଅକଳ୍ପନୀୟ ଅନୁଭବ ଦେଇଛି ।  ଏଥିପାଇଁ ସବୁବେଳେ ମୁଁ ଆଭାରୀ । ମୋର ଟିମ୍ ମେଟ, କୋଚ୍, ଫିଜିଓ ଏବଂ ସମସ୍ତ ସପୋର୍ଟ ଷ୍ଟାଫଙ୍କୁ ଧନ୍ୟବାଦ ଦେଉଛି । ମୁଁ ସାଉଥ ଆଫ୍ରିକାରେ କିମ୍ବା ଭାରତରେ ଯେଉଁଠାରେ  ବି ଖେଳିଲେ ମୋତେ ଅଦ୍ଭୁତପୂର୍ଣ୍ଣ ସମର୍ଥନ ମିଳିଛି ବୋଲି ଟୁଇଟରେ କହିଛନ୍ତି ଡିଭିଲିୟର୍ସ ।

୩୭ ବର୍ଷିୟ ଡିଭିଲିୟର୍ସ ଆଇପିଏଲରେ ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ ମଧ୍ୟରୁ ଅନ୍ୟତମ । ସେ ଇଣ୍ଡିଆନ ପ୍ରିମିୟର ଲିଗରେ ୧୮୪ଟି ମ୍ୟାଚ ଖେଳି ୫ ହଜାର ୧୬୨ ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ତିନୋଟି ଶତକ ଏବଂ ୪୦ଟି ଅର୍ଦ୍ଧଶତକ ସାମିଲ ଅଛି । ଆଇପିଏଲ -୧୪ର ପ୍ରଥମ ସିଜିନରେ ଡିଭିଲିୟର୍ସ ଦମଦାର ପ୍ରଦର୍ଶନ କରିଥିଲେ କିନ୍ତୁ ଦୁବାଇ ଲିଗରେ ଖାସ ପ୍ରଦର୍ଶନ କରିପାରିନଥିଲେ ଡିଭିଲିୟର୍ସ । ତେବେ ଡିଭିଲିୟର୍ସ ଅବସର ପରେ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଙ୍କୁ ଏକ ବଡ଼ ଝଟକା ଲାଗିଛି ।

ଉପରେ ଭୁଶୁଡ଼ି ପଡ଼ିଲା ଘର, ୪ ଶିଶୁଙ୍କ ସମେତ ୯ ମୃତ

ଚେନ୍ନାଇ: ତାମିଲନାଡୁ ଭେଲୋରର ପେର୍ଣ୍ଣାମ୍ବେଟରେ ଦୁଃଖଦ ଘଟଣା । ଘର ଭୁଶୁଡି ୯ ଜଣଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ଅଛନ୍ତି ୪ ଶିଶୁ ଓ ୪ ମହିଳା । ୯ ଜଣଙ୍କ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ।  ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ ।

ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଗତ ଏକ ସପ୍ତାହ ଧରି ତାମିଲନାଡୁରେ ପ୍ରବଳ ବର୍ଷା ଜାରି ରହିଛି ।  ଚେନ୍ନାଇ ସମେତ ଅଧିକାଂଶ ସହର ଜଳମଗ୍ନ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ବର୍ଷା ଜାରି ରହିଛି ।

ହଠାତ ମାଡ଼ି ଆସିଲା ବନ୍ୟା ପାଣି: ୩ ମୃତ, ୩୦ରୁ ଅଧିକ ନିଖୋଜ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର କଡପାରେ ହଠାତ ବନ୍ୟା ଆସି ଯିବାରୁ ବ୍ୟାପକ କ୍ଷତୟତି ଘଟିଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଭାସିଯାଇ ନିଖୋଜ ଅଛନ୍ତି । ଏହି ବନ୍ୟା ଚେୟେରୁ ନଦୀରେ ଆସିଛି । ବନ୍ୟା ପାଣିରେ ବହୁ ଗାଁ ଜଳମଗ୍ନ ହୋଇଯାଇଛି । କଡପାସ୍ଥିତ ନନ୍ଦଲୁରରେ ଥିବା ସ୍ୱାତୀ ଆନନ୍ଦ ମନ୍ଦିର ମଧ୍ୟ ଡୁବି ଯାଇଛି ।

ପୋଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ଜାରି ରହିଥିବାରୁ ଚେୟେରୁ ନଦୀରେ ବଡ ବନ୍ୟା ଆସିଥିଲା । ସେହିପରି ତିରୁମାଲାର ମଧ୍ୟ ବନ୍ୟା ଆସିଛି । ଅନେକ ସ୍ଥାନରେ ହଜାର ହଜାର ଯାତ୍ରୀ ଓ ଲୋକ ଫସିଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଓ ଏସଡିଆରଏଫ ମୁତୟନ କରାଯାଇଛି । ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନମୋହନ ରେଡ୍ଡି ଆଲୋଚନା କରିଛନ୍ତି ।

ବନ୍ଧାହେଲେ କୋଟିପତି ସହକାରୀ ଯନ୍ତ୍ରୀ, ଜବତ ହୋଇଥିଲା ୨କୋଟି ୭୦ଲକ୍ଷର ସମ୍ପତ୍ତି

ନୟାଗଡ଼: ଗିରଫ ହେଲେ କୋଟିପତି ସହକାରୀ ଯନ୍ତ୍ରୀ  ।  ନୟାଗଡ଼  ରଣପୁର RD ଡିଭିଜନର ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ କରିଥିଲା ଭିଜିଲାନ୍ସ ବିଭାଗ । ଗୁରୁବାର ଋଷିନାଥ ବରାଳଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହୋଇଥିଲା । ଏକକାଳୀନ ୪ଟି ସ୍ଥାନରେ ରେଡ୍ ବେଳେ ପାଖାପାଖି ୨କୋଟି ୭୦ଲକ୍ଷ ସମ୍ପତ୍ତି ଜବତ ହୋଇଥିବା ଆକଳନ କରିଛି ଭିଜିଲାନ୍ସ ।

ଭିଜିଲାନ୍ସ ରେଡ଼ ବେଳେ ପୁରୁଣା ୫ଶହ ଟଙ୍କିଆ ନୋଟ ବିପୁଳ ପରିମାଣରେ ମିଳିଥିଲା  । ଯାହାର ମୁଲ୍ୟ ୩୫ହଜାର ଟଙ୍କା  । ଗୁରୁବାର ଭିଜିଲାନ୍ସ ଟିମ୍ ଏକକାଳୀନ ଖୋର୍ଦ୍ଧା , ନୟାଗଡ଼, ରଣପୁର ଓ ଢେଙ୍କାନାଳରେ ୪ଟି ସ୍ଥାନରେ ରେଡ୍ କରିଥିଲା । ଏହି ପକ୍ରିୟାରେ ୪ ଜଣ ଡିଏସପି, ୮ ଜଣ ଇନସ୍ପେକ୍ଟର ସାମିଲ ରହିଥିଲେ ।