spot_img
Home Blog Page 4924

ମରାମତି ହେଲା ଟଏ ଟ୍ରେନ୍‌, ଏବେ ନନ୍ଦନକାନନରେ ମଜାଉଠାଇପାରିବେ ପର୍ଯ୍ୟଟକ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ନନ୍ଦନକାନରରେ ପୁଣି ମିଳିବ ଟୟ ଟ୍ରେନ୍‌ର ମଜା। ଦୀର୍ଘ ଏକ ମାସ ପରେ ଆଜିଠୁ ପୁଣି ଗଡ଼ିବ ଟଏ ଟ୍ରେନ୍। ଯାନ୍ତ୍ରିକ ଟ୍ରୁଟି କାରଣରୁ ଗତ ମାସ ୧୫ତାରିଖରୁ ଏହା ବନ୍ଦ ରହିଥିଲା। କୌଣସି ତୃଟି କାରଣରୁ ଟଏ ଟ୍ରେନ୍‌ରୁ ଧୂଆ ବାହାରୁଥିବାରୁ  ଆବଶ୍ୟକ ମରାମତି ପରେ ଏହାକୁ ଆଜିଠୁ ପୁଣି କାର୍ଯ୍ୟକ୍ଷମ କରାଯାଉଛି। ଏନେଇ ନନ୍ଦନକାନନ କର୍ତ୍ତୁପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି।

ପୂର୍ବରୁ ଗତ ୧୫ ତାରିଖରେ ଚାଲିଥିବା ସମୟରେ ସର୍ଟସର୍କିଟ ହୋଇ ଅଚଳ ହୋଇ ପଡିଥିଲା ଟଏ ଟ୍ରେନ୍। ନିଆଁ ଲାଗିବା ପରେ RITES ଟିମ୍ ଦ୍ୱାରା ମରାମତି କରାଯାଇ ଏହାକୁ ସଜଡା ଯାଇଛି। ରେଳ ଇଣ୍ଡିଆ ଟେକନିକାଲ ଓ ଇକୋନୋମିକ୍ ସେବା ପକ୍ଷରୁ ମରାମତି କାମ ସରିଛି। ମରାମତି ପରେ ଟୟ ଟ୍ରେନର ଡ୍ରାଏରନ ମଧ୍ୟ କରାଯାଇଛି। ତେବେ ଆଗକୁ ଶୀତଦିନ କାରଣୁ ପର୍ଯ୍ୟଟକଙ୍କ ଗହଳି ଜମିବ। ତେବେ ମରାମତି ପରେ ଏବେ ପର୍ଯ୍ୟଟକ ମାନେ ଟଏ ଟ୍ରେନ୍‌ରେ ତାର ମଜା ଉଠାଇପାରିବେ।

ମଦ ନିଶାରେ ନିଜ ସ୍ତ୍ରୀକୁ ଟାଙ୍ଗିଆରେ ଆକ୍ରମଣ କଲା ସ୍ୱାମୀ

ବଲାଙ୍ଗୀର: ସ୍ତ୍ରୀକୁ ସ୍ୱାମୀର ମରଣାନ୍ତକ ଆକ୍ରମଣର ଅଭିଯୋଗ। ଟାଙ୍ଗିଆରେ ସ୍ତ୍ରୀକୁ ହାଣି ଲହୁଲହାଣ କଲା ମଦ୍ୟପ ସ୍ୱାମୀ। ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ରାଉତମୁଣ୍ଡା ଗାଁରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ମଦ୍ୟପ ସ୍ୱାମୀ ନିଜ ସ୍ତ୍ରୀକୁ ମାରିଦେବାକୁ ଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ ଖଜୁରୀ ଗାଁର ନରସିଂହ ନାଗ ରାଉତମୁଣ୍ଡା ଗାଁର ତ୍ରିପୁରାକୁ ବିବାହ କରିଥିଲେ। ବିବାହକୁ ପ୍ରାୟ ୭ ବର୍ଷ ହୋଇଥିଲେ ମଧ୍ୟ କୌଣସି କରଣକୁ ନେଇ ସବୁବେଳେ ବଚସା ଲାଗି ରହୁଥିଲା। ପରେ ଉତ୍ତ୍ୟକ୍ତ ସ୍ୱାମୀ ସ୍ତ୍ରୀଙ୍କୁ ଟାଙ୍କିଆରେ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ସ୍ତ୍ରୀ ତ୍ରିପୁରା ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତ୍ରିପୁରାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ତ୍ରିପୁରାଙ୍କ ପରିବାର ତୁରେକେଲା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଖୋଜାଖୋଜି କରୁଛି।

T20 ବିଶ୍ୱକପ୍‌ ପରେ ଫସିଗଲେ ଅଲରାଉଣ୍ଡର କ୍ରିକେଟର ହାର୍ଦ୍ଧିକ ପାଣ୍ଡ୍ୟା, ଜବତ ହେଲା ୫ କୋଟି ଟଙ୍କାର ୨ଟି ଘଣ୍ଟା

ନୂଆଦିଲ୍ଲୀ: ଟି ୨୦ ବିଶ୍ୱକପ୍‌ ପରେ ଏବେ ଚର୍ଚ୍ଚାର ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା। ସବୁବେଳେ ନିଜ ବୋଲିଂ ଏବଂ ଧମାକା ବ୍ୟାଟିଂ ପାଇଁ ଚର୍ଚ୍ଚାରେ ରହୁଥିବା ପାଣ୍ଡ୍ୟା ଏବେ ଆଉ କିଛି ଖବର ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଏମିତି ଏକ ଖବର ଯାହା ଶୁଣିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ। ହାର୍ଦ୍ଦିକଙ୍କ ନିକଟରୁ ୫କୋଟି ମୂଲ୍ୟର ୨ଟି ଘଣ୍ଟା ଜବତ କରାଯାଇଛି। ଦୁବାଇରୁ ଫେରିବା ସମୟରେ ମୁମ୍ବାଇ ବିମାନ ବନ୍ଦରରୁ ଜବତ କରିଛନ୍ତି କଷ୍ଟମ୍ସ ବିଭାଗ।

ହାର୍ଦ୍ଧିକ ପାଣ୍ଡ୍ୟାଙ୍କର ଏବେ ଫର୍ମ ଭଲ ନାହାନ୍ତି। ଟି ୨୦ ବିଶ୍ୱ କପ୍‌ରେ ନା ତାଙ୍କ ବୋଲିଂ କିଛି କମାଲ କଲା ନା ତାଙ୍କଠାରୁ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିପାରିଲା। ଯେଉଁଥିପାଇଁ ତାଙ୍କୁ ପ୍ରତମ ମ୍ୟାଚରେ ଡ୍ରପଆଉଟ କରାଯାଇଥିଲା। ଯଦି କହିବା ଏବେ ପାଣ୍ଡ୍ୟାଙ୍କ ଖେଳ କ୍ୟାରିୟରରେ ଗ୍ରହଣ ଲାଗିଯାଇଛି। ଖାଲି ଖେଳ କ୍ୟାରିୟରରେ ନୁହେଁ, ଏବେ ତାଙ୍କର ବ୍ୟକ୍ତିଗତ ଜୀବନରେ ମଧ୍ୟ ଗ୍ରହଣ ଲାଗିଛି।

କାରଣ ଏବେ ପାଣ୍ଡ୍ୟାଙ୍କ ଠାରୁ ଜବତ ହୋଇଛି ଦୁଇଟି ଘଣ୍ଟା। ଯାହାର ମୂଲ୍ୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଘଣ୍ଟାର ମୂଲ୍ୟ ହେଉଛି ୫ କୋଟି ଟଙ୍କା। ମୁମ୍ବାଇ ବିମାନବନ୍ଦରରେ କଷ୍ଟମ୍ସ ବିଭାଗ ଦ୍ୱାରା ହାର୍ଦ୍ଧିଙ୍କ ଠାରୁ ୫ କୋଟି ଟଙ୍କର ଦୁଇଟି ଘଣ୍ଟା ଜବତ କରାଯାଇଛି। ଯାହାକୁ ନେଇ ଏବେ ସବୁ ଭାରତୀୟ କ୍ରିକେଟ ପ୍ରେମିଙ୍କ ମଧ୍ୟରେ ଏକ ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଛି। ଟି୨୦ ବିଶ୍ୱକପ୍‌ ସାରି ଭାରତୀୟ ଦଳ ୟୁଏଇରୁ ଭାରତ ଫେରିବା ସମୟରେ ପାଣ୍ଡ୍ୟାଙ୍କ ଠାରୁ ଏହି ଘଣ୍ଟାକୁ ଜବତ କରାଯାଇଥିଲା।

ଏହି ଘଣ୍ଟା କେଉଁଠୁ ଆଣିଲେ ? ଏତେ ଟଙ୍କାର ଘଣ୍ଟା କିଏ ଦେଲା ? ଏହି ଘଣ୍ଟାଟି କେହି ଉପହାର ଦେଇଛନ୍ତି ନା ନିଜେ କିଣିଛ ? ଯଦି ନିଜେ କିଣିଛ ତେବେ ଏହାର ବିଲ କାହିଁ ? ଘଣ୍ଟାକୁ ଜବତ କରିବା ପୂର୍ବରୁ ଏମିତି କିଛି ପ୍ରଶ୍ନ କଷ୍ଟମ୍ସ ବିଭାଗ ହାର୍ଦ୍ଧିକଙ୍କୁ ପଚାରିଥିଲା। ତେବେ ଘଣ୍ଟା ନେଇ ହାର୍ଦ୍ଧିକ କଷ୍ଟମ୍ସ ବିଭାଗ ସାମ୍ନାରେ ବିଶ୍ୱାସଯୋଗ୍ୟ ଉତ୍ତର ଦେଇପାରିନଥିଲେ କି ଘଣ୍ଟାର ବିଲ୍‌ ମଧ୍ୟ ଦେଖାଇପାରିନଥିଲେ। ଯାହାପରେ ପାଣ୍ଡ୍ୟାଙ୍କ ଠାରୁ ଘଣ୍ଟାକୁ ଜବତ କରାଯାଇଥିଲା।

ଯଦି ଦେଖିବା ପାଣ୍ଡଞାଙ୍କ ପୂର୍ବରୁ ତାଙ୍କ ବଡ଼ ଭାଇ କୁର୍ଣ୍ଣାଲ ପାଣ୍ଡ୍ୟା ମଧ୍ୟ ଏମିତି ଦାମି ଘଣ୍ଟା ପାଇଁ କଷ୍ଟମ ବିଭାଗର ନଜରକୁ ଆସିଥିଲେ । ଏବଂ କଷ୍ଟମ ବିଭାଗର ବିଶ୍ୱାସଯୋଗ୍ୟ ଉତ୍ତର ଦେଇପାରିନଥିବାରୁ ତାଙ୍କ ଠାରୁ ମଧ୍ୟ ଘଣ୍ଟାକୁ ଜବତ କରାଯାଇଥିଲା ।

 

ଚିନ୍ତା ବଢାଇଛି ଦିଲ୍ଲୀ ପ୍ରଦୂଷଣ, ସମସ୍ୟାର ସମାଧାନ ପାଇଁ ଆଜି ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବଢିଚାଲିଛି ବାୟୁ ପ୍ରଦୂଷଣ। ପରିସ୍ଥିତିକୁ ନଜରରେ ରଖି ଦିଲ୍ଲୀରେ ଲାଗୁ ହୋଇଛି ପ୍ରଦୂଷଣ କଟକଣା। ସ୍କୁଲ, କଲେଜ ସମେତ ସବୁ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି। ସରକାରୀ ଚାକିରିଆଙ୍କୁ ଓ୍ୱାର୍କ ଫ୍ରମ ହୋମ କରିବାକୁ ନିର୍ଦ୍ଦେଶ ରହିଛି। ସେପଟେ ପୁରୁଣା ଗାଡି ବ୍ୟବହାର ରୋକିବାକୁ ଅଣ୍ଟା ଭିଡିଛି ଦିଲ୍ଲୀ ଟ୍ରାଫିକ ପୋଲିସ। ପୁରୁଣା ଗାଡି ଧରିବା ଲାଗି ୧୭୦ ସ୍ଥାନରେ ଚେକିଂ କରାଯାଉଛି। ୧୩ଟି ହଟସ୍ପଟରେ ଟ୍ରାଫିକ ପୋଲିସ ମୁତୟନ କରାଯାଇଛି। ସେପଟେ ଏୟାର କ୍ୱାଲିଟି ଉପରେ ନିୟନ୍ତ୍ରଣ କରିବାକୁ ଆଜି ବସିବ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ପଞ୍ଜାବ, ହରିୟାଣା, ଦିଲ୍ଲୀ ଓ ଉତ୍ତରପ୍ରଦେଶ ସରକାର ଏଥିରେ ସାମିଲ ହେବେ। ବୈଠକରେ ଠୋସ୍ ନିଷ୍ପତ୍ତି ନେବା ପାଇଁ କହିଛନ୍ତି କୋର୍ଟ। କି ନିଷ୍ପତ୍ତି ନିଆଯାଇଛି, ତାହାର ଏକ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ କୁହାଯାଉଛି। ରିପୋର୍ଟ ଆଧାରରେ ଆସନ୍ତାକାଲି ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ। ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏକ ହୋଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ ବୋଲି କୋର୍ଟ ଆଶାବାଦୀ ଅଛନ୍ତି।

ପାଗରେ ପରିବର୍ତ୍ତନ କାରଣରୁ ରାତ୍ରିର ତାପମାତ୍ରାରେ ବୃଦ୍ଧି, ୧୮ ତାରିଖ ପର୍ଯ୍ୟନ୍ତ ହେବନାହିଁ ଶୀତ

ଭୁବନେଶ୍ୱର: ସାରା ରାଜ୍ୟରେ ଲାଗି ରହିଛି କୋହଲା ପାଗ। ଆଜି ବି ଉପକୂଳ ଓଡ଼ିଶା ତଥା କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ  କୋହଲା ପାଗ ଲାଗିରହିବ। ପାଗରେ ପରିବର୍ତ୍ତନ କାରଣରୁ ବାୟୁମଣ୍ଡଳରେ ଅହେତୁକ ଜଳୀୟବାଷ୍ପ ର ପରିମାଣରେ ବୃଦ୍ଧି ପାଇଛି। ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଥିବାବେଳେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି। ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତାକାଲି ଅବପାତରେ ପରିଣତ ହେବ, ଏହାପରେ ଧିରେ ଧିରେ ଦୁର୍ବଳ ହେବାର ସମ୍ଭାବନା ରହିଛି। ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ଉତ୍ତର ତାମିଲନାଡ଼ୁ ଦେଇ ସ୍ଥଳଭାଗ ଆଡ଼କୁ ଆସନ୍ତା ୧୮ ତାରିଖ ବେଳକୁ ଅତିକ୍ରମ କରିବା ନେଇ ସମ୍ଭାବନା ରହିଛି। ହେଲେ ଏହାର ପ୍ରଭାବ ଓଡ଼ିଶା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।

ଆସନ୍ତାକାଲିଠୁ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଥିଲା, ହେଲେ ଏବେ ମଧ୍ୟମରୁ ସାମାନ୍ୟ ଧରଣର ବର୍ଷା ହେବ ବୋଲି ପାଣିପାଗକେନ୍ଦ୍ର ପୂର୍ବାନୁମାନ କରିଛି। ଏହି କାରଣରୁ ଉକୂଳବର୍ତ୍ତି ଅଞ୍ଚଳ ଗୁଡ଼ିଗରେ ପାଗ କୋହଲା ରହିବ ଏବଂ ପବନର ବେଗ ମଧ୍ୟ ୨୦ରୁ ୩୦ କମି ପ୍ରତିଘଣ୍ଟାରେ ବହିବ। ସେହିପରି ଦକ୍ଷିଣ ଓଡ଼ିଶାରେ ସାମାନ୍ୟ ଠାରୁ ମଧ୍ୟମ ଧରଣର ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶା ପାଇଁ ଯେଉଁ ୟେଲୋ ଆର୍ଲଟ ଜାରି କରାଯାଇଥିଲା ତାହାକୁ ଏବେ ପ୍ରତ୍ୟାହାର କରିନିଆଯାଇଛି।

ବିଶେଷ କରି ସମୁଦ୍ର ଅଞ୍ଚଳରେ ପବନର ବେଗ ୫୦ରୁ ୬୦ ଏବଂ ଝଟକା ପବନ ୬୫ କମି ରହିବ ବୋଲି ପାରିପାଗ ବିଭାଗ ସୂଚନା ଦେଇଛି। ସେଥିପାଇଁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ମର୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଜିବାକୁ ବାରଣ କରାଯାଇଛି। ସେପଟେ ଯଦି ଦେଖିବା ରାଜ୍ୟରେ ରାତିର ତାପମାତ୍ରା ବୃଦ୍ଧି ହୋଇଛି। ପାଗରେ ପରିବର୍ତ୍ତନ କାରଣରୁ ବାୟୁମଣ୍ଡଳରେ ଅହେତୁକ ଜଳୀୟବାଷ୍ପ ର ପରିମାଣରେ ବୃଦ୍ଧି ପାଇଛି। ସ୍ୱାଭାବିକ ଠାରୁ ୨ର ୫ ଡିଗ୍ରି ପର୍ଯ୍ୟନ୍ତ ରାତ୍ରିରେ ତାପମାତ୍ରା ବୃଦ୍ଧି ପାଇଛି । ତେବେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାତିରେ ଶୀତ ପଡ଼ିବନାହିଁ ବୋଲି ସୂଚନା ମିଳିଛି। ଓଡ଼ିଶା ଉପରେ ବର୍ଷାର ପ୍ରଭାବ ଅଧିକ ରହିନଥିଲେ ମଧ୍ୟ ବର୍ଷା ପରବର୍ତ୍ତୀ କୋହଲା ପାଗ ପାଇଁ ବ୍ୟାପକ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି। ପାଣି ଛାଡିବା ଏବଂ ପାଗ କୋହଲା ରହିବା ଦ୍ୱାରା ଧାନ ଏବଂ ପନିପରିବାରେ ପୋକ ଲାଗିବ। ଏହାକୁ ଦୃଷ୍ଟିରେ ରଖି ପ୍ରତିକାର ବ୍ୟବସ୍ଥା କରିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି।

ରାଜ୍ୟମାନଙ୍କ ସହ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଆଲୋଚନା: ବାତ୍ୟା ନିରୋଧୀ ଭିତ୍ତିଭୂମି ନିର୍ମାଣ ପାଇଁ ଓଡ଼ିଶା ଦାବି କଲା ୫ହଜାର କୋଟି

ଭୁବନେଶ୍ୱର: ଓଡ଼ିଶା ପ୍ରତିବର୍ଷ ଏକାଧିକ ଥର ବନ୍ୟା, ବାତ୍ୟା ପରି ପ୍ରାକୃତିକ ଦୁର୍ବିପାକର ସାମନା କରିଆସୁଛି । ବିଶେଷକରି ଦୁର୍ବିପାକ ସମୟରେ ବିଦ୍ୟୁତ ଭିତ୍ତିଭୂମି ଅଧିକ ମାତ୍ରାରେ ନଷ୍ଟ ହେଉଛି । ବିପର୍ଯ୍ୟୟରେ କିପରି ବିଦ୍ୟୁତ ଭିତ୍ତିଭୂମି ନଷ୍ଟ ନ ହେବ ସେଥିପାଇଁ ଆର୍ଥିକ ସହାୟତା ଦେବାକୁ କେନ୍ଦ୍ର ଆଗରେ ଦାବି ରଖିଛି ଓଡ଼ିଶା । କରୋନା ପରବର୍ତ୍ତୀ ରାଜ୍ୟର ଆର୍ଥିକ ସ୍ଥିତି ସଜାଡ଼ିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସବୁ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍‌ସିଂ ଜରିଆରେ ଆଲୋଚନା କରିଛନ୍ତି । ଆଲୋଚନାରେ ଅଂଶଗ୍ରହଣ କରି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବାତ୍ୟା ନିରୋଧୀ ବିଦ୍ୟୁତ ଭିତ୍ତିଭୂମି ନିର୍ମାଣ ପାଇଁ କେନ୍ଦ୍ର ପାଣ୍ଠି ଯୋଗାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ।

ଏଥିପାଇଁ ନାବାର୍ଡ଼ ଜରିଆରେ ରାଜ୍ୟକୁ ୫ ହଜାର କୋଟି ଟଙ୍କା ଯୋଗାଇବାକୁ ସେ ଦାବି ରଖିଛନ୍ତି । ଏହାସହିତ ରାଜ୍ୟର ସମସ୍ତ ବନ୍ଦରକୁ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ପାଇଁ ଆର୍ଥିକ ଅନୁଦାନ ଦେବାକୁ ଦାବି କରିଛନ୍ତି । ସେହିପରି ରାଜ୍ୟରେ ଟେକ୍‌ସଟାଇଲ୍‌ ପାର୍କ ପ୍ରତିଷ୍ଠା ଓ ବ୍ୟାଙ୍କିଂ ସୁବିଧା ପହଞ୍ଚିନଥିବା ଅଞ୍ଚଳରେ ତୁରନ୍ତ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖା ଖୋଲିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଜଣାଇଛନ୍ତି । ଆଜିର ବୈଠକରେ ଘରୋଇ ପୁଞ୍ଜି ନିବେଶକୁ ଆକର୍ଷିତ କରିବା ମୁଖ୍ୟ ପ୍ରସଙ୍ଗ ଥିଲା । ଏଥିସହ ଅର୍ଥନୈତିକ ଅଭିବୃଦ୍ଧି ଓ ଅନୁକୂଳ ପୁଞ୍ଜି ନିବେଶ ପାଇଁ କିଭଳି ବାତାବରଣ ସୃଷ୍ଟି ହୋଇପାରିବ ତାହା ଉପରେ ଆଲୋଚନା ହୋଇଛି । ନିବେଶକମାନଙ୍କୁ ଅଧିକରୁ ଅଧିକ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଆଯିବ । ବ୍ୟବସାୟ କ୍ଷେତ୍ରରେ ସରଳିକରଣ ଓ ସଂସ୍କାର ଆଣିବା ଉପରେ ମଧ୍ୟ ଆଲୋଚନା ହୋଇଛି ।

ମହିଳାଙ୍କୁ ବନ୍ଧୁକ ଦେଖାଇ ୧ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ପାଟକୁରା: ଡେରାବିଶ ବ୍ଲକ ଚାନ୍ଦୋଳରେ ସୋମବାର ରାତି ସାଢେ ଆଠଟ ସମୟରେ କିଛି ଦୁର୍ବୁତ୍ତ ଷ୍ଟେଟ ବ୍ୟାଙ୍କ ନିକଟ ଜନସେବା କେନ୍ଦ୍ରରୁ ପାଖାପାଖି ୧ ଲକ୍ଷ ଟଙ୍କା ବନ୍ଧୁକ ମୁନରେ ଲୁଟ କରିଛନ୍ତି । ଉକ୍ତ ଜନସେବା କେନ୍ଦ୍ରରେ ଦୁଇ ଜଣ କାର୍ଯ୍ୟରତ ମହିଳାଙ୍କୁ ଚାରିଜଣ ଯୁବକ ବନ୍ଧୁକ ଦେଖାଇ ଧମକ ଦେଇ ଟଙ୍କା ଲୁଟିଛନ୍ତି । ଘଟଣା ସ୍ଥଳରୁ ଦୁର୍ବୁତ୍ତ ମାନେ ଟଙ୍କା ନେଇ ଫେରାର ହେଇଛନ୍ତି ।

ଖବର ପାଇଁ ଘଟଣାସ୍ଥଳରେ କେନ୍ଦ୍ରାପଡ଼ା ସଦର ଥାନା ଆଇଆଇସି ପବିତ୍ର ମହାରଣା ଖବର ପାଇ ନିଜ ଟିମ ମାଧ୍ୟମରେ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି. ।କେନ୍ଦ୍ରାପଡ଼ା sdpo ରାଜୀବ ଲୋଚନ ପଣ୍ଡା ଙ୍କ ସମେତ ପୁରା ସ୍ୱାର୍ଡ ପହଂଚି ତଦନ୍ତ କୁ ଅତି ଗୁରୁତ୍ୱର ସହ ନେଇଛନ୍ତି । ଚାନ୍ଦୋଳ ବଜାର ଏକ ଜନ ଗହଳି ସମ୍ପର୍ଣ ବଜାର ହୋଇଥିବା ବେଳେ ବଜାରରେ ମଧ୍ୟ ଅଞ୍ଚଳରେ କିଭଳି ଦୁର୍ବୁତ୍ତ ମାନେ ପଶି ଏଭଳି ଦୌରାତ୍ମ୍ୟ କାର୍ଯ୍ୟ କଲେ ଏନେଇ ପ୍ରଶ୍ନ ଉଠିଛି । ବଜାରରେ ପୂର୍ବ ମାସରେ୨୫ଟି ନୂତନ ସିସିଟିଭି ଲାଗିଥିଲେ ବି ଦୁର୍ବୁତ୍ତମାନେ ନିର୍ଭୟରେ ଏଭଳି କାମ କରିବା ଏକ ଭୟର ବାତାବରଣ ତିଆରି କରିଛି ।

ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନାର ଦ୍ୱାରସ୍ଥ ହେଲେ ପଞ୍ଚାୟତ ବାସୀ

0

ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନାର ଦ୍ୱାରସ୍ଥ ହେଲେ ପଞ୍ଚାୟତ ବାସିନ୍ଦା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ। ଜିଲ୍ଲାର ରସୁଲପୁର ବ୍ଲକ ଅତଲାପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଫୁଲ୍ଲ କୁମାର ସାହୁ ଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି। ସେ ବିଭିନ୍ନ ଉପାୟରେ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ସରପଞ୍ଚ ଆବାସ ଯୋଜନାରେ ଘର ଦେବାକୁ କହି ବିଭିନ୍ନ ଲୋକଙ୍କ ଠାରୁ ୧୦ ହଜାର ଟଙ୍କା ଲେଖାଏଁ ନେଇଛନ୍ତି। ମାତ୍ର ଲୋକଙ୍କୁ ଘର ଯୋଗାଇବାରେ ବିଫଳ ହୋଇଛନ୍ତି

ସେହିପରି ପଞ୍ଚାୟତରେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପ ଓ କମ୍ୟୁନିଟି ସେଣ୍ଟର ବାବଦ ଟଙ୍କା ମଧ୍ୟ ହଡ଼ପ କରିଛନ୍ତି। ଏନେଇ ପଞ୍ଚାୟତ ବାସୀ ପୂର୍ବରୁ ସ୍ଥାନୀୟ ବିଧାୟିକାଙ୍କ ସମେତ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ଆଜି ସରପଞ୍ଚଙ୍କ ଏଭଳି ଦୁର୍ନୀତି ବିରୋଧରେ କୁଆଖିଆ ଥାନାରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ତୁରନ୍ତ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି। ତେବେ ମିଳିଥିବା ସୂଚନା ମୁତାବକ ସରପଞ୍ଚ ପ୍ରଫୁଲ୍ଲ କୁମାର ସାହୁ ଦଳ ବିରୋଧୀ କାର୍ଯ୍ୟ ପାଇଁ କିଛିଦିନ ତଳେ ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଥିଲେ।

ଏଥିସହିତ ପଢ଼ନ୍ତୁ: ପଞ୍ଚାୟତ ନିର୍ବାଚନ ପାଇଁ ଖର୍ଚ୍ଚ ସୀମା ବଢ଼ିଲା: ଏଣିକି ୫ଲକ୍ଷ ଟଙ୍କା ଯାଏଁ ଖର୍ଚ୍ଚ କରିପାରିବେ ଜିଲ୍ଲା ପରିଷଦ ପ୍ରାର୍ଥୀ

ପଞ୍ଚାୟତ ନିର୍ବାଚନ ପାଇଁ ଖର୍ଚ୍ଚ ସୀମା ବଢ଼ିଲା: ଏଣିକି ୫ଲକ୍ଷ ଟଙ୍କା ଯାଏଁ ଖର୍ଚ୍ଚ କରିପାରିବେ ଜିଲ୍ଲା ପରିଷଦ ପ୍ରାର୍ଥୀ

ଭୁବନେଶ୍ୱର: ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବଢ଼ିଲା ଖର୍ଚ୍ଚ ସୀମା । ଜିଲ୍ଲା ପରିଷଦ ସଭ୍ୟଙ୍କ ଖର୍ଚ୍ଚ ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ପଞ୍ଚାୟତ ସମିତି ସଭ୍ୟ ଓ ସରପଞ୍ଚ ୨ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରିପାରିବେ । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ତେବେ ସର୍ତ୍ତ ଗୁଡ଼ିକ ବଳବତ୍ତର ରହିବ ବୋଲି ଉଲ୍ଲେଖ ରହିଛି ।

ସୂଚନା ଯୋଗ୍ୟ ଯେ,୨୦୧୭ ମସିହାରେ ସରପଞ୍ଚ ଓ ସମିତ ସଭ୍ୟଙ୍କ ପାଇଁ ଖର୍ଚ୍ଚ ସୀମା ୮୦ ହଜାର ଥିବା ବେଳେ, ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ୨ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ସୀମା ଥିଲା । ଏଥର ମଧ୍ୟ ଏହି ଖର୍ଚ୍ଚ ସୀମା ବୃଦ୍ଧି ହୋଇନଥିବାରୁ ରାଜନୈତିକ ଦଳମାନେ ଏହାକୁ ବଢାଇବାକୁ ଦାବି କରିଥିଲେ । ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ଦେଢ ଲକ୍ଷ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ସୀମା ବଢାଯାଉ ବୋଲି ରାଜନୈତିକ ଦଳମାନେ ନିର୍ବାଚନ କମିଶନଙ୍କ ନିକଟରେ ଦାବି ରଖିଥିଲେ ।

ସେହିପରି ଭୋଟ ଗ୍ରହଣ ଅବଧି ସକାଳ ୭ ଟାରୁ ଦିନ ୧୨ ଟା ବଦଳରେ ୭ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ କରିବାକୁ ବୈଠକରେ ବିଭିନ୍ନ ଦଳ ଦାବି କରିଛନ୍ତି । ଅନ୍ୟପକ୍ଷରେ  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ।

 

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଇଡଲାଇନ୍ ଜାରି କଲା ବିଏମ୍‌ସି: ବୋଇତ ଭସାଣକୁ ମନା

ଭୁବନେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମାରେ ଗହଳି ନ କରିବା ପାଇଁ ବିଏମସିର ଆଗୁଆ ପଦକ୍ଷେପ । କାର୍ତ୍ତିକ ପୂର୍ଣ୍ଣିମା ଓ ବଡ଼ ଓଷା ପାଇଁ ଗାଇଡଲାଇନ୍ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । ବିନ୍ଦୁସାଗର, ନଦୀପଠା ଓ ଜଳାଶୟରେ ବୋଇତ ବନ୍ଦାଣ ମନା ହୋଇଛି । ଏଥିସହ ଭକ୍ତମାନେ ଏକତ୍ରିତ ହୋଇପାରିବେ ନାହିଁ ବୋଲି କହିଛି ବିଏମସି । କାର୍ତ୍ତିକ ପୂର୍ଣ୍ଣିମା ଓ ବଡ଼ ଓଷା ଦିନ କୌଣସି ଦେବାଳୟ ବା ମନ୍ଦିରରେ ଭକ୍ତମାନେ ପ୍ରବେଶ କରିପାରିବେ ନାହିଁ । ଏ ନେଇ ବିଏମସି କମିଶନରଙ୍କ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ଗାଇଡଲାଇନ୍ ।

ଏଥିସହିତ ପଢ଼ନ୍ତୁ: ମମିତା ହତ୍ୟା ମାମଲା: ଜେଏମ୍‌ଏଫସି କୋର୍ଟରେ ହାଜର ହେଲା ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ