spot_img
Home Blog Page 4969

ଅପରାଜିତାଙ୍କ ରାଲିରେ ବିଜେପି କର୍ମୀଙ୍କୁ ଆକ୍ରମଣ, ଭିଡ଼ିଓ କରିବାରୁ ମାଡ଼

ଭୁବନେଶ୍ୱର: ବିଜେପିର ଆଉ ଗୋଷ୍ଠୀ କନ୍ଦଳ ପଦାରେ ପଡିଛି । ଗୋଟିଏ ଗୋଷ୍ଠୀର ବିଜେପି କର୍ମୀଙ୍କୁ ଆଉ ଏକ ଗୋଷ୍ଠୀର ବିଜେପି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ରବିବର ସଂଧ୍ୟାରେ ଏହି ଘଟଣା ଘଟିଛି ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳର ଆଇଆରସି ଭିଲେଜରେ । ଭୁବନେଶ୍ବର ସାଂସଦ ଅପରାଜିତାଙ୍କ ରାଲି ବେଳେ ବିଜେପି ସମର୍ଥକଙ୍କୁ ଅପରାଜିତାଙ୍କ ବାଉଂସର ମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ ଭୁବନେଶ୍ବର ନୟାପଲ୍ଲୀ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ସଂଧ୍ୟାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଇଆରସି ଭିଲେଜ ଲେନ୍‌ ୬ରେ ଥିବା ରାମେଶ୍ବର ମନ୍ଦିର ପାଖରେ ରାଲି କରୁଥିଲେ । ରାଲି ବେଳେ ସେଠାରେ କିଛି ଲୋକଙ୍କ ସହ ଅପରାଜିତା ଆଲୋଚନା କରୁଥିବା ବେଳେ ବଟକୃଷ୍ଣ ରାଉତ ନାମକ ଜଣେ ଯୁବକ ମୋବାଇଲରେ ଭିଡିଓ ଉତ୍ତୋଳନ କରୁଥିଲେ । ବଟକୃଷ୍ଣ ରାଉତ ମଧ୍ୟ ବିଜେପିର ଜଣେ ସମର୍ଥକ ।

ତେବେ ଅପରାଜିତାଙ୍କ ବାଉଂସର ଭାବେ ପରିଚିତ ଜିମ୍ ବାପି ଓ ତାଙ୍କର ଆଉ ଦୁଇ ଜଣ ସହଯୋଗୀ ବଟକୃଷ୍ଣଙ୍କ ଉପରେ ଆକ୍ରମଣ କରିଥିଲେ । ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ମୋବାଇଲ ଛଡେଇ ନେଇ ଭିଡିଓକୁ ଡିଲିଟ କରିଥିଲେ । ଏହାପରେ ମଧ୍ୟ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ବଟକୃଷ୍ଣ ଏନେଇ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବଟକୃଷ୍ଣଙ୍କୁ ଡାକ୍ତରୀ ପରୀକ୍ଷା କରିବା ସହ ନୟାପଲ୍ଲୀ ପୋଲିସ ଘଟଣାର ତଦନ୍ତ କରୁଛି ।

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଘଟାଇଲା ଏମିତି, ମୃତ୍ୟୁ ସହ ଲଢୁଛି ପତ୍ନୀ…

କେନ୍ଦୁଝର: ସୀମା ଟପିଗଲା ସ୍ୱାମୀ  ।  ସ୍ତ୍ରୀ ଚରିତ୍ର ସନ୍ଦେହରେ ଘଟାଇବସିଲା ବର୍ବର କାଣ୍ଡ  । ଯାହା ଭାଷାରେ ପ୍ରକାଶ ଅସହଜ  । ସେଭଳି କିଛି ଘଟଣା ଘଟାଇଛି ନୃସଂସ ସ୍ୱାମୀ  ।  ସ୍ତ୍ରୀକୁ ନିସ୍ତୁକ ମାଡ଼ ମାରିବା ଏବଂ ଗୁପ୍ତାଙ୍ଗରେ ବାଲି ମାଟି ପୁରାଇବା ସହିତ ଅଗ୍ନି ସଂଯୋଗ କରିଥିବା ଅଭିଯୋଗ ହୋଇଛି  ।  ଗୁରୁତର ସ୍ତ୍ରୀ ପ୍ରଥମେ କେନ୍ଦୁଝର ଜିଲ୍ଲା ବଲାଣୀ ସେଲ୍ ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହୋଇଛନ୍ତି  ।  ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଅନ୍ତର୍ଗତ ଡବ୍ଲ୍ୟୁ ହଟିଂ ଠାରେ  ।

ସୂଚନା ଅନୁଯାୟୀ, ବଲାଣୀ ଥାନା ଡବ୍ଲ୍ୟୁ ହଟିଂ ର ଆକାଶ ତିରିଆ, ନିଜ ସ୍ତ୍ରୀ ପୂର୍ଣ୍ଣିମାଙ୍କର ଅନ୍ୟ ପୁରୁଷ ସହ ସଂପର୍କ ଥିବା ସନ୍ଦେହ କରି ଶନିବାର ରାତିରେ ନିସ୍ତୁକ ମାଡ଼ ମାରିବା ସହିତ ଜୋର ଜବରଦସ୍ତ ସ୍ତ୍ରୀକୁ ମଦ ପିଆଇ ଏଭଳି ଘଟଣା ଭିଆଇଛି  । ଏନେଇ ପରବର୍ତ୍ତୀ ସମୟରେ  ବଲାଣୀ ଥାନାରେ ଅଭିଯୋଗ ହୋଇଛି  । ଗୁରୁତର ପୂର୍ଣ୍ଣିମାକୁ ପ୍ରଥମେ ବଲାଣୀ ସେଲ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  ।  ସେଠାରେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି  ।

ଏନେଇ ପରିବାରର ଅଭିଯୋଗ ପରେ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ  । ସେପଟେ ପତ୍ନୀଙ୍କ ସମ୍ପର୍କୀୟ ତାଙ୍କ ସ୍ୱାମୀକୁ ହିଁ ସିଧାସଳଖ ଅକ୍ଷେପ କରିଛନ୍ତି  । ଏହି ଘଟଣା ସେ  ଘଟାଇଛନ୍ତି  । ମଦ୍ୟପାନ କରି ଏପରି କରିଛନ୍ତି କିନ୍ତୁ କେଉଁ କାରଣରୁ ଏହା ହୋଇଛି ତାହା ଆମେ ଜାଣି ନାହୁଁ ବୋଲି କହିଛନ୍ତି ଚିକିତ୍ସିତ ମହିଳାଙ୍କ ସମ୍ପର୍କୀୟ  ।

ରାଜଧାନୀରେ ଚାଞ୍ଚଲ୍ୟ, ପରିତ୍ୟକ୍ତ କୂଅରେ ବୃଦ୍ଧଙ୍କ ମୃତଦେହ

ଭୁବନେଶ୍ବର:  ଲିଙ୍ଗରାଜ ଥାନା ଲେନ୍ ୮ ର ଏକ ଘର ଭିତରେ ଥିବା ପରିତ୍ୟକ୍ତ କୂଅ ଭିତରୁ ବୃଦ୍ଧଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର । ଭଙ୍ଗା ଘର ଭିତରେ ଏକୁଟିଆ ଜୀବନ ବିତାଉଥିଲେ ୮୦ ବର୍ଷୀୟ ବୃଦ୍ଧ ଅଜିତ କୁମାର ବୀର । ଗତ ତିନିଦିନ ହେବ ସେ ନିଖୋଜ ହୋଇଯାଇଥିଲେ । ତେବେ ସକାଳେ କିଛି ଯୁବକ ସେହି ରାସ୍ତା ଦେଇ ଯାଉଥିବାବେଳେ କୂଅରୁ ଦୁର୍ଗନ୍ଧ ବହାରିବାରୁ ସନ୍ଦେହ ହୋଇଥିଲା ।

ଉକ୍ତ ଯୁବକମାନେ ଦେଖିଥିଲେ ଯେ କୂଅ ଭିତରେ ବୃଦ୍ଧ ଜଣଙ୍କ ମୃତଦେହ  ପଡିଥିଲା  ।  ପରେ ଲିଙ୍ଗରାଜ ଥାନାକୁ ଖବର ଦେଇଥିଲେ । ପୋଲିସ, ଅଗ୍ନିଶମ ବାହିନୀ ଓ ପ୍ରଦୀପ ସେବା ଟ୍ରଷ୍ଟ ପହଞ୍ଚି ଉଦ୍ଧାର କରିଥିଲେ । ମୃତ ଅଜିତଙ୍କ ଫୋନରୁ ତାଙ୍କ ସମ୍ପର୍କୀୟମାନଙ୍କୁ ପୋଲିସ ଖବର ଦେଇଛନ୍ତି । କେଉଁ ପରିସ୍ଥିତିରେ ଏଭଳି ମୃତ୍ୟୁ ହେଲା ସେନେଇ ତଦନ୍ତ ଚାଲିଛି ।

‘କୁକୁର ମଲେ ସମବେଦନା ସୁଅ ଛୁଟୁଛି, ଚାଷୀଙ୍କ ମୃତ୍ୟୁରେ ସମସ୍ତେ ଚୁପ’

ନୂଆଦିଲ୍ଲୀ:  ପୁଣି ଥରେ କେନ୍ଦ୍ର ସରକାରଙ୍କୁ ହରଡଘଣାରେ ପକାଇଛନ୍ତି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ନିଜ ଅଭିଭାଷଣରେ କେନ୍ଦ୍ର ସରକାରଙ୍କୁ ତେରେଚ୍ଛା ବାଣ ମାରିଛନ୍ତି ମଲ୍ଲିକ । କହିଛନ୍ତି, ତିନି କୃଷି ଆଇନ୍ ବିରୋଧରେ ସାରା ଦେଶରେ ଆନ୍ଦୋଳନ ଜାରି ରହିଛି । ଚାଷୀମାନେ କେବେ ବି ଏତେ ବଡ ଆନ୍ଦୋଳନ କରିନଥିଲେ । ଦେଶବ୍ୟାପୀ ଆନ୍ଦୋଳନ ହେଉଥିଲେ ମଧ୍ୟ ସମସ୍ତେ ଚୁପ ରହିଛନ୍ତି। ଆନ୍ଦୋଳନ ସମୟରେ ୬ ଶହ ଚାଷୀଙ୍କ ମୃତ୍ୟୁ ହୋଇଛି ।

ହେଲେ କେହି ବି ଜଣେ ଦିଲ୍ଲୀ ନେତା ଆହା ଟିକେ କହିନାହାଁନ୍ତି । ଗୋଟେ କୁକୁର ମରିବା ପରେ ସମବେଦନାର ସୁଅ ଛୁଟୁଛି । ହେଲେ ୬ ଶହ ଚାଷୀଙ୍କ ମୃତ୍ୟୁ କୁ ନେଇ ସଂସଦରେ କୌଣସି ପ୍ରସ୍ତାବ ପାରିତ ହେଲା ନାହିଁ । କୃଷି ଆଇନ୍ ପ୍ରସଙ୍ଗରେ ଯିଏ ବି ମୁହଁ ଖୋଲୁଛି ସେ ବିବାଦୀୟ ହୋଇପଡୁଛି । ହେଲେ ଏଥି ପ୍ରତି ମୋର ଭୟ ନାହିଁ । ଦିଲ୍ଲୀରୁ ଯେବେ ବି ଫୋନ୍ ଆସିବ ମୁଁ ସେବେ ମୋ ପଦରୁ ଇସ୍ତଫା ଦେବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ।

ରାଜଧାନୀ ବସ୍ତିରେ ପୋଲିସ ମିତ୍ର: ହଟିବ ଅପରାଧ, ଦୃଢ ହେବ ବନ୍ଧୁତ୍ୱ

ଭୁବନେଶ୍ବର: ରାଜଧାନୀ ବସ୍ତିକୁ ଅପରାଧମୁକ୍ତ କରିବା ପାଇଁ ବସ୍ତିକୁ ଚାଲ ଅଭିଯାନକୁ ଜୋରଦାର କରିଛି ପୋଲିସ୍ । ବସ୍ତିରେ ବନ୍ଧୁତ୍ବରେ ହାତ ବଢାଇବା ପାଇଁ ଆଉ ପାଦେ ଆଗେଇ ପୋଲିସ ଗଢିଲା ପୋଲିସ ମିତ୍ର । ବସ୍ତିରେ ଅପରାଧ ଓ ଅପରାଧିକ କାର୍ଯ୍ୟ କଳାପକୁ ରୋକିବାକୁ ପଦକ୍ଷେପ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରର ବିଭିନ୍ନ ବସ୍ତିରେ ୧୦୦ ଜଣଙ୍କୁ ପୋଲିସ ମିତ୍ରକୁ ଟ୍ରେନଂ ଦେଇଛି ପୋଲିସ । ବସ୍ତିରେ ବନ୍ଧୁତ୍ବରୁ ସୁରକ୍ଷା । ଅପରାଧ ମୁକ୍ତ ବସ୍ତି ପାଇଁ ଆଣ୍ଟା ଭିଡିଲା ପୋଲିସ୍ । କଳା ତ୍ରିଭୁଜକୁ ରୋକିବ ବସ୍ତି ଓ ପୋଲିସ୍ ମିତ୍ର । ବସ୍ତିକୁ ଚାଲ ଅଭିଯାନରେ ବସ୍ତିମିତ୍ର ପରେ ପୋଲିସ ମିତ୍ର । ବସ୍ତିରେ କ୍ରାଇମ ଜଗିବେ ପୋଲିସ ମିତ୍ର । ପୋଲିସ ମିତ୍ରକୁ ଗୁରୁମନ୍ତ୍ର ଦେଲେ ସିପି ଓ ଡିସିପି ।

ବସ୍ତିରେ ନିଶା କାରାବାର ଓ ଅପରାଧ କାର୍ଯ୍ୟକଳାପ ଉପରେ ରହିବ ନଜର । ପ୍ରଥମ ପର୍ଯ୍ୟାୟରେ 100 ଜଣଙ୍କ ସହ ଆଲୋଚନା କରିଛନ୍ତି ପୋଲିସ କମିଶନର ଓ ଡିସିପି । ସେମାନଙ୍କୁ ସ୍ୱତନ୍ତ୍ର ଟି-ସାର୍ଟ, ଆଇ କାର୍ଡ ଦେବା ସହ ସାମାଜିକ ଦାଇତ୍ୱକୁ ନେଇ ଦିନିକିଆ ତାଲିମ ଦିଆଯାଇଛି । ପୋଲିସ ମିତ୍ରର ଚରିତ୍ର ପଞ୍ଜିକା ଉପରେ ଗୁରୁତ୍ବ ଦେଇଛି ପୋଲିସ । ପ୍ରଥମ ପର୍ଯ୍ୟାୟରେ ୧ ହଜାର ଜଣ ଯୁବକଙ୍କୁ ପ୍ରଶିକ୍ଷଣ ଦିଆଯିବ । ଯେଉଁମାନଙ୍କ ଅପରାଧୀ ପୃଷ୍ଠଭୂମି, ନିଶାସେବନକାରୀ ନଥିବେ ଓ କୌଣସି ରାଜନୈତିକ ଦଳରେ ନଥିବେ ସେମାନଙ୍କୁ ଚିହ୍ନଟ କରି ପୋଲିସ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଉପରେ ପ୍ରଶିକ୍ଷଣ ଦେବେ । ଏ ମାନଙ୍କ ଜରିଆରେ ବସ୍ତି ରେ ଘଟୁଥିବା ଅପରାଧ ସହଜରେ ରୋକା ଯାଇପାରିବ ବୋଲି ପୋଲିସ କମିଶନର କହିଛନ୍ତି ।

କମିଶନରେଟ ପୋଲିସ ପକ୍ଷରୁ ଫୋକସ ବସ୍ତି ଭାବରେ ୩୦ଟି ବସ୍ତିକୁ ବସ୍ତିକୁ ଚାଲ ଅଭିଯାନରେ ସାମିଲ କରିଛି । ପ୍ରାଥମିକ ପର୍ଯ୍ୟାୟରେ ୫ ଶହ ଜଣ ଜଣ ଯୁବକଙ୍କୁ ଟ୍ରେନିଂ ଦେବାକୁ ଚିହ୍ନଟ କରିଛି ପୋଲିସ । ପୂର୍ବରୁ ବସ୍ତିକୁ ଚାଲ ଅଭିଯାନ କରି ବସ୍ତି ବାସିନ୍ଦାଙ୍କ ସହ ସୁ ସଂପର୍କ ରଖିବା ପ୍ରୟାସ ଆରମ୍ଭ କରିଥିଲା ପୋଲିସ । ଏହି କ୍ରମରେ ପ୍ରତି ବସ୍ତି ପାଇଁ 2 ଜଣ ପୋଲିସ ଅଧିକାରୀଙ୍କୁ ବସ୍ତି ମିତ୍ର ଭାବେ ନିଯୁକ୍ତ କରାଯାଇଛି । ବସ୍ତିକୁ ଚାଲ ଅଭିଯାନ ଆରମ୍ଭ ହେବା ଦିନ ଠାରୁ ବସ୍ତିରେ ଅପରାଧ ଓ କୌଣସି ସମସ୍ୟା ନେଇ ଥାନାକୁ ଆସିବା ମାମଲା କମିଛି ବୋଲି ଡିସିପି କହିଛନ୍ତି ।

କିନ୍ନରଙ୍କୁ ମାଡ଼ ମାରିବା ପଡିଲା ମହଙ୍ଗା, ବନ୍ଧାହେଲେ କନେଷ୍ଟବଳ

ଢେଙ୍କାନାଳ: କିନ୍ନରଙ୍କୁ ମାଡ଼ ମାରିବା ଓ ଲୁଟ୍ ଘଟଣାରେ କନେଷ୍ଟବଳ ସମେତ ଦୁଇ ଜଣ ଗିରଫ । ପୋଲିସ କନେଷ୍ଟବଳ ମାନସ ରଞ୍ଜନ ନାଏକ ଓ ତାଙ୍କ ସହଯୋଗୀ ପିତିରି ପଞ୍ଚାୟତର ପୂର୍ବତନ ସରପଞ୍ଚ ଶୁଶାନ୍ତ ନାଏକଙ୍କୁ ଗିରଫ ହୋଇଛନ୍ତି । ଉଭୟଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । କାମାକ୍ଷାନଗର-ପରଜଙ୍ଗ ଥାନା ଗଡ଼ପଳାଶୁଣୀ ଅଞ୍ଚଳର ଘଟଣା ।

ତେଲକୋଇରୁ ଭୁବନେଶ୍ୱର ଫେରୁଥିବା କିନ୍ନର କିନ୍ନର ମହମାୟାଙ୍କ ଗାଡିକୁ ଅଟକାଇ ଆକ୍ରମଣ କରିଥିଲେ କନେଷ୍ଟବଳ ଓ ତାଙ୍କ ସହଯୋଗୀ । ମାଡ଼ମାରିବା ସହ ସେମାନଙ୍କ ପାଖରୁ ସୁନା ଗହଣା ଲୁଟ କରିଥିବା ଥାନାରେ ଏତଲା ହୋଇଥିଲା । ପରେ ପୋଲିସ କନେଷ୍ଟବଳ ମାନସ ରଞ୍ଜନ ନାଏକଙ୍କ ସହ ପିତିରି ପଞ୍ଚାୟତର ପୂର୍ବତନ ସରପଞ୍ଚ ଶୁଶାନ୍ତ ନାଏକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

କଳାହାଣ୍ଡିରେ ପହଁଚିବ ସ୍ମାର୍ଟ କାର୍ଡ, ସୋମବାର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏବେ କଳାହାଣ୍ଡି ପାଳି । ସମ୍ବଲପୁର ପରେ କେବିକେରେ ପହଁଚିବ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ  ।   ଗୋଟିଏ କାର୍ଡ ସ୍ୱାସ୍ଥ୍ୟର ଯତ୍ନ ପାଇଁ ଯଥେଷ୍ଟ । ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କଳାହାଣ୍ଡିରେ ପ୍ରଦାନ କରିବେ BSKY ସ୍ମାର୍ଟ କାର୍ଡ  ।  ସବୁ ରୋଗର ମାଷ୍ଟର କାର୍ଡ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ । ଗରିବଙ୍କ ଆଶା ବାଡ଼ି ସାଜିଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ବିଭିନ୍ନ ଜଟିଳ ରୋଗରେ ପୀଡ଼ିତ ହିତାଧିକାରୀ ଏହି କାର୍ଡ଼ ଜରିଆରେ ଉନ୍ନତମାନର ଚିକିତ୍ସା ସୁବିଧା ପାଉଛନ୍ତି । ଏପରି ସ୍ଥିତିରେ ସଭିଙ୍କ ସ୍ୱାସ୍ଥ୍ୟର ସ୍ମାର୍ଟ କାର୍ଡ ବିତରଣ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ  ।

ଆସନ୍ତାକାଲି କଳାହାଣ୍ଡିରେ ହିତାଧିକାରୀଙ୍କୁ କାର୍ଡ଼ ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସରିଛି । ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଅପେକ୍ଷା କରିଛନ୍ତି । ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସ୍ବାସ୍ଥ୍ୟକ୍ଷେତ୍ରରେ ଡିଜିଟାଲ କାର୍ଡ ପ୍ରଚଳନ କରିଛି । ରାଜ୍ୟରେ ସାଢେ ୩କୋଟି ଲୋକ ଏହି ଯୋଜନାରେ ସାମିଲ ହୋଇଛନ୍ତି ।  ଯୋଜନାରେ ପୁରୁଷମାନଙ୍କ ପାଇଁ ୫ଲକ୍ଷ ଓ ମହିଳାମାନେ ୧୦ ଲକ୍ଷ ଯାଏଁ ଚିକିତ୍ସା ସୁବିଧା ରହିଛି । ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ ଏବଂ ରାଜ୍ୟ ତଥା ରାଜ୍ୟ ବାହାରର ୨୦୦ରୁ ଅଧିକ ଘରୋଇ ହସ୍ପିଟାଲରେ ଏହି ସୁବିଧା ମିଳିବ ।

ଜୁଆ ଖେଳରୁ ଯୁବକଙ୍କୁ ଗୁଳି କରି ହତ୍ୟା

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଜାଲୈାନ ଅଞ୍ଚଳରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି  । ଯୁବକଙ୍କୁ ଆଉ କେହି ନୁହେଁ ବରଂ ତାଙ୍କ ନିଜ ବନ୍ଧୁ ଗୁଳି ହତ୍ୟା କରିଥିବା କୁହାଯାଉଛି  । ଜୁଆ ଖେଳ ଯୋଗୁଁ ଯୁବକଙ୍କୁ ଗୁଳି ମାରିଥିବା ଜଣାପଡ଼ିଛି  । ଗୁଳି ଶବ୍ଦ ଶୁଣି ଆଖପାଖ ଲୋକ ଦୈାଡ଼ି ଆସିଥିଲେ  । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ଗୁଳିକରାଯାଇଥିବା ବନ୍ଧୁକ ମଧ୍ୟ ଜବତ କରିଛି  । ମୃତ ବ୍ୟକ୍ତି ଜଣକ ନାଁ ରାଜକୁମାର ବୋଲି ଜଣାପଡ଼ିଛି  ।

ଘଟଣାଟି କୋତବାଲୀ ଅଞ୍ଚଳର କାନପୁର-ଝାଂସୀ ରାଜପଥର ପ୍ରଧାନ ନାମକ ଏକ ଢାବା ନିକଟରେ ଘଟିଛି  । ତିନି ଜଣ ସାଙ୍ଗ ବାଇକରେ ଯାଉଥିବା ସମୟରେ ଶେଷରେ ବସିଥିବା ବ୍ୟକ୍ତି ଜଣକ ମଝିରେ ବସିଥିବା ଯୁବକଙ୍କ ମୁଣ୍ଡରେ ଗୁଳି ଚଳାଇଥିଲା  । ଘଟଣାସ୍ଥଳରେ ହିଁ ଯୁବକ ଜଣକ ଟଳିପଡ଼ିଥିଲେ  ।  ଢାବାରେ ଥିବା ଲୋକେ ସଙ୍ଗେ ସଙ୍ଗେ ପୋଲିସଙ୍କୁ ଖବର ଦେଇଥିଲେ  । ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଥିଲା  । ଡାକ୍ତରଖାନା ନେବା ସମୟରେ ଯୁବକଙ୍କ ମୃତ୍ୟୁ ଘଟିଥିଲା  । ପୋଲିସ  ଯୁବକଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି  । ଜୁଆ ଖେଳକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା  । ଯେଉଁଥିରେ ଯୁବକଙ୍କ ମୃତ୍ୟୁ ଘଟିଥିଲା ବୋଲି ଏଏପି ରାକେଶ କୁମାର ସିଂ ସୂଚନା ଦେଇଛନ୍ତି  ।

 

 

 

 

 

ପୋଲିସକୁ ଚକମା ଦେଉଛି KBN ଗ୍ୟାଙ୍ଗ, ଖୋଲା ଆକାଶରେ ଗର୍ଜୁଛି ବନ୍ଧୁକ

ଭୁବନେଶ୍ୱର: କେ.ବି.ଏନ୍ ଗ୍ୟାଙ୍ଗର ଫାୟାରିଂ କ୍ୟାମ୍ପ୍ । ଖୋଲା ଆକାଶରେ ଅନ୍ଧାର ରାତିରେ ଗର୍ଜୁଛି ବନ୍ଧୁକ । ଭିଲେନ୍ ଶିଖୁଛି ବ୍ଲାକ୍ ଫାୟରିଂ । ବନ୍ଧୁକକୁ କେମିତି ଲକ୍ କରାଯାଏ । ଆଉ କେମିତି ଟ୍ରିଗର ଦବାଯାଏ । ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଜାହିର କରୁଛି ଦବଦବା । ବନ୍ଧୁକ ଟ୍ରେନିଂର ଦୁଇଟି ଭିଡିଓ ଭାଇରାଲ ହୋଇଛି । ଗୋଟିଏ ଭିଡିଓ ୧୪ ସେକେଣ୍ଡର ହୋଇଥିବା ବେଳେ ଆଉ ଭିଡିଓ ୧୫ସେକେଣ୍ଡର । ଭିଡିଓରେ ଅପରାଧି ମୁହଁ ନ ଦେଖାଇ ଭିଡିଓ ସୁଟ୍ କରିଛି । ୧୪ ସେକେଣ୍ଡ ଭିଡିଓରେ ଦୁଇ ଜଣ ଯୁବକ କଥା ହେଉଥିବାବେଳେ ଜଣେ ଯୁବକ ୮ରୁ ୧୦ ରାଉଣ୍ଡ ଫାଇରିଂ କରୁଛି । ଆଉ ଗୋଟିଏ ଭିଡିଓରେ ମାଉଜରରେ କ୍ୟାଟ୍ରିଜ୍ କେମିତି ଲୋଡ କରୁଛି । ଆଉ ତା’ ପରେ ଦୁଇ ରାଉଣ୍ଡ ଫାଇରିଂ ହେଉଛି ।

ଭିଡିଓ ଗୁଡିକ ପୁରୁଣା । ସେଥି ମଧ୍ୟରୁ କିଛି ଅପରାଧିଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ନେଇ ତଦନ୍ତ ଚାଲିଛି ବୋଲି ପୋଲିସ କମିଶନର କହିଛନ୍ତି । କେ.ବି.ଏନ୍ ଗ୍ରୁପର ଏଭଳି ଭୟାନ୍ନକ ଭିଡିଓ ନୁଆଁ ନୁହେଁ । ପୂର୍ବରୁ ଏହି ଗ୍ୟାଙ୍ଗର ୪ଟି ଭିଡିଓ ଭାଇରାଲ୍ ହୋଇଛି । ଯେଉଁଥିରେ ଖଣ୍ଡା ଧରି ବିଚ ରାସ୍ତାରେ ମତୁଆଲ ହେଉଥିବାର ଭିଡିଓ ଭାଇରାଲ ହୋଇଛି । ଅପରାଧି ଧରିଥିବା ବନ୍ଧୁକ ମଧ୍ୟରେ ଗୋଟିଏ ଚୋରୀ ବନ୍ଧୁକ ହୋଇଥିବା ବେଳେ ଏହାକୁ ଜବତ କରିଛି ପୋଲିସ୍ । ଏବେକାର ଭାଇରାଲ ବନ୍ଧୁକ ପୋଲିସ ନଜରକୁ ଆସିଛି । ସେହଭଳି ଏହି ଗ୍ୟାଙ୍ଗକୁ ଧରିବା ପାଇଁ ସ୍ପେଶାଲ ୨୬ ଟିମ୍ ଗଠନ ହୋଇଛି । ଖୁବଶୀଘ୍ର ଅପରାଧୀ ମାନଙ୍କୁ ଗିରଫ କରାଯିବ ବୋଲି ଡିସିପି କହିଛନ୍ତି ।

ଲଗାତର ଭିଡିଓ ଭାଇରାଲ ହେବାପରେ ବି ପୋଲିସ ଏ ପର୍ଯ୍ୟନ୍ତ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ଆଇନଜିବୀ ବନ ମହାନ୍ତି ।  ୨୦୨୦ରେ ୩୭ଟି ବନ୍ଧୁକ ଜବତ ହୋଇଥିବା ବେଳେ ୨୦୨୧ ଏବେ ସୁଦ୍ଧା ୧୦ରୁ ଅଧିକ ବେଆଇନ ବନ୍ଧୁକ ଜବତ କରିଛି ପୋଲିସ । ଭୁବନେଶ୍ବରରେ ଚୋରା ବନ୍ଧୁକର ଚୋରା ବାଟକୁ ଜଗିବାରେ ବିଫଳ ହୋଇଛି ପୋଲିସ । ଏଠି ପ୍ରଶ୍ନ, ଫେଲ ମାରୁଛି କି କମିଶନରେଟ ପୋଲିସର ଗୁଇନ୍ଦା ବିଭାଗ ?

ଭାରତର ସେମିଫାଇନାଲ ଆଶା ଧୂଳିସାତ;  ଆଇସିସି ଟୁର୍ଣ୍ଣାମେଣ୍ଟରେ ପୁଣି ନିରାଶ କଲା ଟିମ୍ ଇଣ୍ଡିଆ

ଦୁବାଇ: ଆଇସିସି ଟୁର୍ଣ୍ଣାମେଣ୍ଟରେ ପୁଣି ନିରାଶ କଲା ଟିମ୍ ଇଣ୍ଡିଆ । ଚଳିତ ଟି-୨୦ ବିଶ୍ବକପ ସେମିଫାଇନାଲ ଖେଳିବା ଆଶା ଧୂଳିଶାତ୍ ହୋଇଛି ଭାରତର । ତେବେ ଆଜିର ମ୍ୟାଚରେ ଭାରତ ପାଇଁ ଥିଲା ଗୁରୁତ୍ବପୂର୍ଣ୍ଣ । ଯଦି ଆଜି ମ୍ୟାଚରେ ଆଫଗାନିସ୍ତାନ ବିଜୟ ଲାଭ କରେ ତେବେ ଭାରତ ସେମିଫାଇନାଲ ଯାଇପାରିଥାନ୍ତା । କିନ୍ତୁ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ବିଜୟଲାଭ କରିଛି । ଯାହା ଫଳରେ ଭାରତର ସେମିଫାଇନାଲ ଆଶା ଧୂଳିସାତ ହୋଇଛି । ୨୦୧୩ ଚମ୍ପିଆନ୍ସ ଟ୍ରଫି ପରେ ଭାରତ ଆଉ କୌଣସି ଆଇସିସି ଟ୍ରଫି ଜିତି ପାରି ନାହିଁ ।  ଚଳିତ ଟି-୨୦ ବିଶ୍ବକପ ଆରମ୍ଭରୁ ଫେଭୋରାଇଟ ଥିଲା କିନ୍ତୁ ଭାରତ ଭାରତ ଚଳିତ ବିଶ୍ବକପରେ ଟପ୍-୪ ଦଳ ମଧ୍ୟକୁ ଯାଇ ପାରିନାହିଁ ।

ଭାରତ ତା’ର ପ୍ରଥମ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନଠାରୁ ଶୋଚନୀୟ ପରାଜୟ ପରେ ଦ୍ବିତୀୟ ମ୍ୟାଚରେ କମବ୍ୟାକ କରିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଦ୍ବିତୀୟ ମ୍ୟାଚରେ ମଧ୍ୟ କିଛି କମାଲ କରିପାରିନଥିଲା ଟିମ୍ ଇଣ୍ଡିଆ । ଯାହା ଫଳରେ ଦ୍ବିତୀୟ ମ୍ୟାଚରେ ମଧ୍ୟ ନ୍ୟୁଜିଲାଣ୍ଡଠାରୁ ଶୋଚନୀୟ ପରାଜୟ ବରଣ କରିଥିଲା ଟିମ୍ ଇଣ୍ଡିଆ । ଲଗାତର ଦୁଇଟି ମ୍ୟାଚରେ ପରାଜୟ ବରଣ କରିବା ପରେ ସେମି ଆଶା ଏକ ପ୍ରକାର ଧୂଳିସାତ ହୋଇଯାଇଥିଲା । କିନ୍ତୁ ଭାରତ ଆଫଗାନିସ୍ତାନ ଓ ସ୍କଟଲାଣ୍ଡଠାରୁ ବଡ଼ ବିଜୟ ହାସଲ କରି ଭାରତ ସେମିଫାଇନାଲ ଖେଳିବ ବୋଲି ଆଶା କରାଯାଉଥିଲା । ଆଜି ମ୍ୟାଚ ଯଦି ଆଫଗାନିସ୍ତାନ ବିଜୟଲାଭ କରିଥାନ୍ତା ତେବେ ଭାରତ ସେମିଫାଇନାଲ ଖେଳି ପାରିଥାନ୍ତା । କିନ୍ତୁ ଏହି ସ୍ବପ୍ନ ଏବେ ଭାରତ ପାଇଁ ସ୍ବପ୍ନ ହୋଇଯାଇଛି ।