spot_img
Home Blog Page 502

ଯାଜପୁରର ନାବାଳିକା ମଧ୍ୟପ୍ରଦେଶରୁ ଉଦ୍ଧାର ; ଦୁର୍ବୃତ୍ତ ବିକ୍ରି କରିଦେଇଥିବା ଅଭିଯୋଗ

ଯାଜପୁର: ଯାଜପୁରର ନାବାଳିକା ମଧ୍ୟପ୍ରଦେଶରୁ ଉଦ୍ଧାର । ନାବାଳିକା ସହ ଅଭିଯୁକ୍ତକୁ ମଧ୍ୟପ୍ରଦେଶରୁ ଉଠାଇ ଆଣିଲା ଯାଜପୁର ପୋଲିସ । ଯାଜପୁର ଜିଲ୍ଲାର ଜଣେ ନାବାଳିକାଙ୍କୁ କେହି ଦୁବୃର୍ତ୍ତ‌ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିକୁ ବିକ୍ରି କରି ଦେଇଥିଲେ । ବ୍ୟକ୍ତି ଜଣଙ୍କ ନାବାଳିକାଙ୍କୁ ବେଆଇନ ଭାବେ ବିବାହ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଗତ ୧୨ ତାରିଖରେ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ତଦନ୍ତ ସମୟରେ ନାବାଳିକା ମଧ୍ୟପ୍ରଦେଶର ସାଗର ଟାଉନ ଥାନା ଅଞ୍ଚଳରେ ରହୁଥିବା ପୋଲିସ ଜାଣିବାକୁ ପାଇଥିଲା । ପରେ ଯାଜପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସର ଏକ ୫ ଜଣିଆ ସ୍ବତନ୍ତ୍ର ଟିମ୍‌ ମଧ୍ୟପ୍ରଦେଶ ଯାଇଥିଲେ । ସେଠାରେ ପହଞ୍ଚିବାପରେ ମଧ୍ୟପ୍ରଦେଶ ପୋଲିସ ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରିଥିଲେ ।

ଏଥିସହିତ ନାବାଳିକାଙ୍କୁ ବେଆଇନ ଭାବେ ବିବାହ କରିଥିବା ଅଭିଯୁକ୍ତ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଉଠାଇ ଆଣି ଥାନାରେ ଅଟକ ରଖିଥିବା ଜଣାପଡିଛି । ପୋଲିସ ପକ୍ଷରୁ ନାବାଳିକାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ନାବାଳିକାଙ୍କୁ ତାଙ୍କ ପରିବାର ଲୋକକୁ ହସ୍ତାନ୍ତର କରାଯିବ । ଥାନାରେ ଅଟକ ଥିବା ଅଭିଯୁକ୍ତକୁ ପଚରା ଉଚରା କରାଯିବା ପରେ କୋର୍ଟ ଚାଲାଣ କରାଯିବ । ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବାକୁ ପୋଲିସ ତଦନ୍ତ ଚଳାଇଥିବା ଯାଜପୁର ଏସପି ୟସ୍ ପ୍ରତାପ ଶ୍ରୀମଲ୍ ସୁଚନା ଦେଇଛନ୍ତି।

ଏସିଆ କପ୍ ପୂର୍ବରୁ ବଡ଼ ଖବର ; ଦଳରୁ ବାହାର ହେଲେ ଶୁବମନ ଗିଲ୍ !

ନନ୍ଦିଘୋଷ ବ୍ୟୁରୋ: ଶୁବମନ ଗିଲଙ୍କୁ ବଡ଼ ଝଟକା । ଟିମ୍ ଇଣ୍ଡିଆର ଟେଷ୍ଟ ଦଳର ଅଧିନାୟକ ଶୁବମନ ଗିଲଙ୍କୁ ନେଇ ଏକ ବଡ଼ ଖବର ଆସୁଛି । ଗିଲଙ୍କୁ ଏସିଆ କପ୍ ୨୦୨୫ ପାଇଁ ଭାରତୀୟ ଦଳର ଉପ-ଅଧିନାୟକ କରାଯାଇଛି, କିନ୍ତୁ ଏହା ପୂର୍ବରୁ ତାଙ୍କୁ ଏକ ବଡ଼ ଝଟକା ଲାଗିଛି। ଅଗଷ୍ଟ ୨୮ ରୁ ଆରମ୍ଭ ହେଉଥିବା ଟୁର୍ଣ୍ଣାମେଣ୍ଟରେ ଖେଳିବା ତାଙ୍କ ପାଇଁ କଷ୍ଟକର ମନେ ହେଉଛି । ରିପୋର୍ଟ ଅନୁସାରେ ଗିଲ ବର୍ତ୍ତମାନ ଅସୁସ୍ଥ ଅଛନ୍ତି ଏବଂ ଚଣ୍ଡିଗଡ଼ରେ ତାଙ୍କ ଘରେ ବିଶ୍ରାମ ନେଉଛନ୍ତି। ଯଦି ସେ ଖେଳନ୍ତି ନାହିଁ ତେବେ ଦୁଲୀପ ଟ୍ରଫିରେ ଅଂଶଗ୍ରହଣ କରୁଥିବା ଉତ୍ତର ଜୋନ ବହୁତ କ୍ଷତି ସହିପାରେ।

ଏକ ରିପୋର୍ଟ ଅନୁଯାୟୀ, ଟିମ୍ ଇଣ୍ଡିଆର ଟେଷ୍ଟ ଦଳର ଅଧିନାୟକ ଶୁବମନ ଗିଲ ବର୍ତ୍ତମାନ ଅସୁସ୍ଥ ଅଛନ୍ତି। ଏହି କାରଣରୁ ସେ ୨୮ ଅଗଷ୍ଟରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ବେଙ୍ଗାଲୁରୁର ସେଣ୍ଟର ଅଫ୍ ଏକ୍ସେଲେନ୍ସ (COE)ରେ ଅନୁଷ୍ଠିତ ହେବାକୁ ଥିବା ଦୁଲୀପ୍ ଟ୍ରଫିରେ ଅଂଶଗ୍ରହଣ କରିପାରିବେ ନାହିଁ। ଏହି ଟୁର୍ଣ୍ଣାମେଣ୍ଟରେ ଶୁବମନ ଗିଲ୍ ଉତ୍ତର ଜୋନ୍ ଅଧିନାୟକ ହେବାକୁ ଯାଉଥିଲେ। ତଥାପି ଗିଲ୍ କେବଳ ଉଦଘାଟନୀ ମ୍ୟାଚ୍ ଖେଳିପାରିଥାନ୍ତେ କାରଣ ତାଙ୍କୁ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ସହିତ UAE ଯିବାକୁ ପଡିବ। ଏସିଆ କପ୍ ସେପ୍ଟେମ୍ବର ୯ ରୁ ଆରମ୍ଭ ହେଉଛି। ରିପୋର୍ଟ ଅନୁସାରେ ବିସିସିଆଇ ଫିଜିଓ ଶୁଭମନ ଗିଲଙ୍କୁ ଦୁଲୀପ ଟ୍ରଫିରେ ନଖେଳିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ତଥାପି ଏ ବିଷୟରେ ଏପର୍ଯ୍ୟନ୍ତ କୌଣସି ସରକାରୀ ବୟାନ ଆସିନାହିଁ।

ଦୁଲୀପ ଟ୍ରଫିରେ ଉତ୍ତର ଜୋନ୍ ୨୮ ଅଗଷ୍ଟରେ ପୂର୍ବ ଜୋନ୍ ସହିତ ମୁକାବିଲା କରିବ। ଯଦି ଶୁବମନ ଗିଲ୍ ଏହି ଟୁର୍ଣ୍ଣାମେଣ୍ଟରେ ନଖେଳନ୍ତି ତେବେ ପ୍ରଶ୍ନ ଉଠୁଛି ଯେ ଉତ୍ତର ଜୋନ୍‌ର ଅଧିନାୟକ କିଏ ହେବ? ଉତ୍ତର ଜୋନ୍‌ର ବ୍ୟାଟ୍ସମ୍ୟାନ ଅଙ୍କିତ କୁମାରଙ୍କୁ ଦଳର ଉପ-ଅଧିନାୟକ କରାଯାଇଛି। ଯଦି ଗିଲ୍ ନଖେଳନ୍ତି ତାଙ୍କୁ ଦଳର କମାଣ୍ଡ ମିଳିପାରେ। ୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ଏସିଆ କପରେ ଶୁଭମନ ଗିଲ ଟିମ୍ ଇଣ୍ଡିଆର ଉପ-ଅଧିନାୟକ ହେବେ। ସେ ବହୁତ ଦିନ ପରେ ଟି-୨୦ ଦଳକୁ ଫେରିଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସର୍ବାଧିକ ରନ କରିଥିବା ଗିଲ ଏସିଆ କପରେ ମଧ୍ୟ ସମାନ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।

 

 

ଅଟୋ-ହାଇଓ୍ବା ମୁହାଁମୁହିଁ ଧକ୍କା । ୮ ମୃତ, ୫ ଆହତ

ନନ୍ଦିଘୋଷ ବ୍ୟୁରୋ : ବିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପାଟନା ଶାହଜାହାନପୁର ଥାନା ଅଞ୍ଚଳରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି।

ନାଳନ୍ଦା ଜିଲ୍ଲାର ହିଲସା ଥାନା ଅଞ୍ଚଳରେ ଅବସ୍ଥିତ ରେରା ମାଲାମା ଗାଁର ବାସିନ୍ଦାମାନେ ଏକ ଅଟୋରେ ପାଟନା ଆସିଥିଲେ। ଗଙ୍ଗାରେ ସ୍ନାନ କରିବା ପାଇଁ ଯାତ୍ରୀଙ୍କୁ ନେଇ ଯାଉଥିବା ଅଟୋଟି ଏକ ଅଜଣା ଗାଡିକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ହୋଇଛି ।  ଏଥିରେ ପାଞ୍ଚ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୭ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଅଛନ୍ତି । ଅଟୋ ଓ ହାଇଓ୍ବା ମଧ୍ୟରେ ଧକ୍କା ଏତେ ଜୋରରେ ହୋଇଥିଲା ଯେ ଅଟୋଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଧକ୍କାର ଶବ୍ଦ ଏତେ ଜୋରରେ ଥିଲା ଯେ ଆଖପାଖର ଲୋକମାନେ ଦୁର୍ଘଟଣାସ୍ଥଳ ଆଡକୁ ଦୌଡ଼ିଥିଲେ। ଅନ୍ୟପଟେ ଦୁର୍ଘଟଣା ପରେ ହାଇଓ୍ବା ଡ୍ରାଇଭର ଫେରାର ଅଛି ।

ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲା ।  ଗାଡିକୁ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଫେରାର ଡ୍ରାଇଭରକୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।

ବିଜେବି କଲେଜ ଗଣ୍ଡଗୋଳ ଘଟଣା: ମାମଲାରେ ଜଣେ ଅଣଛାତ୍ର ଗିରଫ

ଭୁବନେଶ୍ବର : ବିଜେବି କଲେଜ ଛାତ୍ର-ଅଣଛାତ୍ର ଗଣ୍ଡଗୋଳ ଘଟଣା । ଜଣକୁ ଗିରଫ କଲା ବଡ଼ଗଡ ଥାନା ପୋଲିସ। ଗିରଫ ଅଣଛାତ୍ର ଜିତ ପାଣିଗ୍ରାହୀଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି। ଜିତ କ୍ୟାମ୍ପସରେ ପଶି ଛାତ୍ରଛାତ୍ରୀଙ୍କୁ ଧମକ ଚମକ ଦେବା ସହ କ୍ୟାମ୍ପସକୁ ଅଶାନ୍ତ କରିବାକୁ ଚେଷ୍ଟା କରୁଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ଅଣଛାତ୍ର ଜିତକୁ ଗିରଫ କରାଯାଇଛି।

ଖଣ୍ଡଗିରି ଥାନା ଆଗରେ ଖଣ୍ଡଯୁଦ୍ଧ ; ମାଡ଼ପିଟ ଚାଲିଥିବା ବେଳେ ଦର୍ଶକ ସାଜିଲା ପୋଲିସ

ଭୁବନେଶ୍ବର : ଭୁବନେଶ୍ବର ଖଣ୍ଡଗିରି ଥାନା ଆଗରେ ଖଣ୍ଡଯୁଦ୍ଧ । ମାଡ଼ପିଟ ଚାଲିଥିବା ବେଳେ ଦର୍ଶକ ସାଜିଲା ପୋଲିସ । ଦୁଇ ଗୋଷ୍ଠୀ ପ୍ରାୟ ୧୫ ମିନିଟ ଧରି ଗଣ୍ଡଗୋଳ କରୁଥିଲେ ମଧ୍ୟ ନିରବଦ୍ରଷ୍ଟା ସାଜିଲା ପୋଲିସ । ଦେଖେଣାହାରୀ ପାଲଟିଲେ ପିସିଆର କର୍ମଚାରୀ । ସ୍ଥିତି ଅଣାୟତ୍ତ ହେବାରୁ ଥାନାରୁ ପୋଲିସ ଷ୍ଟାଫ ବାହାରି ସେମାନଙ୍କୁ ଆୟତ୍ତ କରିଥିଲେ । କିଛି ଯୁବକଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି ।

କିନ୍ତୁ ଥାନା ଗେଟ ସମ୍ମୁଖରେ କିଛି ଅସାମାଜିକ ଯୁବକ ଗଣ୍ଡଗୋଳ କରୁଥିବା ବେଳେ ପୋଲିସ କାହିଁକି ଅଟକାଇଲା ନାହିଁ ବୋଲି ପ୍ରଶ୍ନ ଉଠିଛି ? ଏଭଳି ଆଇନଶୃଙ୍ଖଳା ପରିସ୍ଥିତି ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବସଷ୍ଟାଣ୍ଡରେ ନାବାଳିକାଙ୍କୁ ମାଡ଼; ଅଭିଯୁକ୍ତଙ୍କ ମଧ୍ୟରେ ୩ ନାବାଳକ

ସୁବର୍ଣ୍ଣପୁର: ନାବାଳିକାଙ୍କୁ ଆସି ମାଡ଼ ମାରିଲେ ୩ ନାବାଳକ। ମାଡ଼ ମାରି ଫେରାର ହୋଇଗଲେ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳର ଏ ଘଟଣା। ଯୁବତୀ ଜଣକ ଘରୁ ବାହାରି କଲେଜ ଯିବାକୁ ବସଷ୍ଟାଣ୍ଡରେ ଅପେକ୍ଷା କରିଥିବାବେଳେ ହଠାତ ୩ ନାବାଳକ ଆସି ନାବାଳିକାଙ୍କୁ ମାଡ଼ ମାରିଥିଲେ। ଏହାସହ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହାପରେ ନାବାଳିକା ଜଣକ ଜୀବନ ବଞ୍ଚାଇବାକୁ ବିନିକା ଥାନାକୁ ଯାଇ ପୋଲିସ ଆଗରେ ସବୁ କଥା କହିଥିଲେ। ପୋଲିସ ଖବର ପାଇ ଘଟଣାସ୍ଥଳକୁ ପହଞ୍ଚିଥିବା ବେଳକୁ ମାଡ଼ ମାରିଥିବା ୩ନାବାଳକ ସେଠାରୁ ଫେରାର ମାରିଥିଲେ ।

ଯୁବତୀ ଜଣକ ଚେତାଶୂନ୍ୟ ହୋଇଯିବାରୁ ତତକ୍ଷଣାତ୍ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।ପରିବାର ଲୋକେ ଏ ନେଇ ଶିଶୁ ସୁରକ୍ଷା ସମିତିକୁ ଜଣାଇବା ପରେ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ ହୋଇଛି। ଚାଇଲ୍ଡ ହେଲ୍ପ ଲାଇନ ଏବଂ ସଖୀର ସଦସ୍ୟ ମାନେ ବିନିକା ଥାନାକୁ ଆସି ତନାଘନା କରିଛନ୍ତି । ନାବାଳିକାଙ୍କ ଘରକୁ ଯାଇ ମଧ୍ୟ ପଚରାଉଚରା କରିଛନ୍ତି ସମସ୍ତ ସଦସ୍ୟ ।

ରାଜଧାନୀରେ ଫୁଟିଲା ବୋମା; ପୂର୍ବ ଶତ୍ରୁତାରୁ କେନ୍ଦ୍ର କରି ଫୁଲେଶ୍ୱରୀ ବସ୍ତିରେ ବୋମାମାଡ଼

ଭୁବନେଶ୍ବର : ଭୁବନେଶ୍ବର ଫୁଲେଶ୍ୱରୀ ବସ୍ତିରେ ବୋମାମାଡ଼ । ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ପୂର୍ବ ଶତ୍ରୁତାରୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ଜଣାପଡିଛି। ଘର କାନ୍ଥରେ ବୋମାମାଡ଼ର ଦାଗ ରହିଛି । ବୋମାମାଡ଼ ପରେ ଭରତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ ଆରମ୍ଭ କରିଛି । ଗତ କିଛିଦିନ ତଳେ ସରକାରୀ ଜମି ଦଖଲକୁ ନେଇ ଫୁଲେଶ୍ୱରୀ ବସ୍ତି ନିକଟ ଭୂଦାନରେ ହୋଇଥିଲା ବୋମାମାଡ଼ ।

୪ ଟି ବାଇକକୁ ମଧ୍ୟ ଜାଳି ଦେଇଥିଲେ ଦୁର୍ବୃତ୍ତ । ସେହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଏଯାଏଁ ଗିରଫ ହୋଇନଥିବା ବେଳେ ପୁଣି ବୋମାମାଡ଼ ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ପୋଲ ଉପରେ ୨ଫୁଟ ବର୍ଷାଜଳ ପ୍ରବାହିତ ; ୧୩ଟି ପଞ୍ଚାୟତରୁ ଯୋଗାଯୋଗ ବିଛିନ୍ନ

କେନ୍ଦୁଝର : ସମାକୋଇ ନଦୀ ପୋଲ ଉପରେ ୨ଫୁଟ ବର୍ଷାଜଳ ପ୍ରବାହିତ । ଗତକାଲି ବିଳମ୍ବିତ ରାତିରୁ କେନ୍ଦୁଝର ଜିଲ୍ଲା ତେଲକୋଇରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ସମାକୋଇ ନଦୀ ପୋଲ ଉପରେ ୨ଫୁଟର ବର୍ଷାଜଳ ପ୍ରବାହିତ ହେଉଛି । ତେଲକୋଇ ମୁଖ୍ୟାଳୟରୁ ୧୩ଟି ପଞ୍ଚାୟତରୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି । ପୋଲ ଉପରେ ବର୍ଷାଜଳ ପ୍ରଭାବିତ ଯୋଗୁଁ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ହନୁମନ୍ତିଆ ନାଳ ପୋଲ ଉପରେ ୩ଫୁଟର ବର୍ଷାଜଳ ପ୍ରବାହିତ ହେଉଛି ।

ଫଳରେ ୫ଟି ପଞ୍ଚାୟତ ମଧ୍ୟ ତେଲକୋଇ ମୁଖ୍ୟାଳୟରୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି । ତେଲକୋଇରେ ସର୍ବାଧିକ ୧୦୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବ୍ଲକର ବିଭିନ୍ନ ନାଳର ପୋଲ ଉପରେ ବର୍ଷାଜଳ ପ୍ରବାହିତ ଯୋଗୁଁ ଲୋକଙ୍କ ଯାତାୟାତ ଠପ୍ ହୋଇପଡିଛି । ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଥିଲେ ମଧ୍ୟ ବିପଦ ସଙ୍କୁଳ ଅବସ୍ଥାରେ ଗାଡ଼ି ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି ।

ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ‘ସର୍ଗିଓ ଗୋର’, ଭାରତରେ ଆମେରିକାର ରାଷ୍ଟ୍ରଦୂତ ଭାବରେ ହେବେ ନିଯୁକ୍ତ

ନନ୍ଦିଘୋଷ ବ୍ୟୁରୋ: ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ହେବେ ଭାରତରେ ଆମେରିକାର ନୂଆ ରାଷ୍ଟ୍ରଦୂତ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଘନିଷ୍ଠ ସହଯୋଗୀ ଏବଂ ବିଶ୍ୱସ୍ତ ସର୍ଗିଓ ଗୋରଙ୍କୁ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରିଛନ୍ତି । ଏହା ସହିତ ସର୍ଗିଓ ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ ଆମେରିକାର ସ୍ୱତନ୍ତ୍ର ପ୍ରତିନିଧି ମଧ୍ୟ ହେବେ। ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏହି ଘୋଷଣା କରିଛନ୍ତି। ବର୍ତ୍ତମାନ ସର୍ଗିଓ ଗୋର୍ ହ୍ୱାଇଟ୍ ହାଉସର ରାଷ୍ଟ୍ରପତି କାର୍ମିକ କାର୍ଯ୍ୟାଳୟର ନିର୍ଦ୍ଦେଶକ। ଆମେରିକୀୟ ସେନେଟ୍ ଦ୍ୱାରା ଅନୁମୋଦନ ପରେ ସେ ଭାରତରେ ଆମେରିକାର ନୂତନ ସ୍ଥାୟୀ ରାଷ୍ଟ୍ରଦୂତ ହେବେ।

ବାସ୍ତବରେ ଏରିକ ଗାର୍ସେଟିଙ୍କ ବିଦାୟର ସାତ ମାସ ପରେ ଆମେରିକା ଭାରତରେ ସ୍ଥାୟୀ ରାଷ୍ଟ୍ରଦୂତ ନିଯୁକ୍ତ କରିଛି। ସର୍ଗିଓ ଭାରତରେ ୨୬ତମ ଆମେରିକୀୟ ରାଷ୍ଟ୍ରଦୂତ ହେବେ। ଟ୍ରମ୍ପ କହିଛନ୍ତି ଯେ ମୁଁ ଖୁସିର ସହିତ ଜଣାଇ ଦେଉଛି ଯେ ମୁଁ ସର୍ଗିଓ ଗୋରଙ୍କୁ ଭାରତରେ ପରବର୍ତ୍ତୀ ଆମେରିକୀୟ ରାଷ୍ଟ୍ରଦୂତ ଏବଂ ଦକ୍ଷିଣ ଏବଂ ମଧ୍ୟ ଏସୀୟ ବ୍ୟାପାର ପାଇଁ ସ୍ୱତନ୍ତ୍ର ଦୂତ ଭାବରେ ନିଯୁକ୍ତ କରୁଛି। ଡୋନାଲ୍ଡ ଟ୍ରମ୍ପ ସର୍ଗିଓ ଗୋରଙ୍କୁ ତାଙ୍କର ଘନିଷ୍ଠ ସହଯୋଗୀ, ବନ୍ଧୁ ଏବଂ ବିଶ୍ୱସ୍ତ ବୋଲି ବର୍ଣ୍ଣନା କରିଛନ୍ତି ଯାହାଙ୍କ ଉପରେ ସେ ସମ୍ପୂର୍ଣ୍ଣ ଭରସା କରିପାରିବେ। ଟ୍ରମ୍ପ କହିଛନ୍ତି ଯେ ବିଶ୍ୱର ସବୁଠାରୁ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳ ପାଇଁ, ଏହା ଗୁରୁତ୍ୱପୂର୍ଣ୍ଣ ଯେ ମୋ ପାଖରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ମୋର ଏଜେଣ୍ଡାକୁ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ କରିପାରିବେ ଏବଂ ଆମକୁ ମେକ୍ ଆମେରିକା ଗ୍ରେଟ୍ ଅଗେନ୍ (MAGA) ଲକ୍ଷ୍ୟ ଆଡ଼କୁ ନେଇପାରିବେ ।

ସର୍ଗିଓ ଗୋର୍ ଦୀର୍ଘ ସମୟ ଧରି ଟ୍ରମ୍ପଙ୍କ ରାଜନୈତିକ ଏବଂ ବ୍ୟକ୍ତିଗତ ବିଶ୍ୱସ୍ତ ଥିଲେ। ସେ ଟ୍ରମ୍ପଙ୍କ ଐତିହାସିକ ରାଷ୍ଟ୍ରପତି ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ହ୍ୱାଇଟ୍ ହାଉସ୍‌ରେ ରାଷ୍ଟ୍ରପତି କାର୍ମିକ କାର୍ଯ୍ୟାଳୟର ନିର୍ଦ୍ଦେଶକ ଭାବରେ ଗୋର୍ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପାଇଁ କର୍ମଚାରୀ ନିଯୁକ୍ତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଟ୍ରମ୍ପ୍ ତାଙ୍କର ପ୍ରଶଂସା କରି କହିଥିଲେ ଯେ ସର୍ଗିଓ ଗୋର୍ ଏବଂ ତାଙ୍କ ଦଳ ରେକର୍ଡ ସମୟରେ ସଂଘୀୟ ସରକାରଙ୍କ ବିଭିନ୍ନ ବିଭାଗରେ ପ୍ରାୟ ୪୦୦୦ ‘ଆମେରିକା ଫାଷ୍ଟ ପାଟ୍ରିଅଟ୍ସ’ଙ୍କୁ ନିଯୁକ୍ତି ଦେଇଛନ୍ତି, ସରକାରୀ ବିଭାଗ ଏବଂ ଏଜେନ୍ସିଗୁଡ଼ିକରେ ୯୫% ରୁ ଅଧିକ ପଦବୀ ପୂରଣ କରିଛନ୍ତି।

 

 

ଆମେରିକୀୟ ସାମଗ୍ରୀ ଉପରୁ ହଟିବ ପ୍ରତିଶୋଧମୂଳକ ଶୁଳ୍କ, ଟ୍ରମ୍ପଙ୍କ ସହ ଆଲୋଚନା ପରେ ମାର୍କ କାର୍ନିଙ୍କ ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ଆମେରିକୀୟ ସାମଗ୍ରୀ ଉପରେ ପ୍ରତିଶୋଧମୂଳକ ଶୁଳ୍କ ହଟାଇବ କାନାଡ଼ା । ଟ୍ରମ୍ପଙ୍କ ସହ ଆଲୋଚନା ପରେ ଘୋଷଣା କଲେ ମାର୍କ କାର୍ନି । କାନାଡା ସେପ୍ଟେମ୍ବର ୧ ତାରିଖରୁ ଅଧିକାଂଶ ଆମେରିକୀୟ ସାମଗ୍ରୀ ଉପରୁ ପ୍ରତିଶୋଧମୂଳକ ଶୁଳ୍କ ହଟାଇବ। ତଥାପି, ଷ୍ଟିଲ୍, ଆଲୁମିନିୟମ୍ ଏବଂ ଅଟୋମୋବାଇଲ୍ ଉପରେ ଶୁଳ୍କ ପୂର୍ବପରି ରହିବ। କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୋନ୍‌ରେ କଥାବାର୍ତ୍ତା କରିଥିଲେ, ଯାହା ପରେ କାର୍ନି ପ୍ରତିଶୋଧମୂଳକ ଶୁଳ୍କ ହଟାଇବା ଘୋଷଣା କରିଥିଲେ। ଏହି ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଉତ୍ତେଜନା ହ୍ରାସ କରିବ ବୋଲି ଆଶା କରାଯାଉଛି।

ଏହି ଘୋଷଣା USMCA (ଆମେରିକା-ମେକ୍ସିକୋ-କାନାଡା ଚୁକ୍ତିନାମା) ଅଧୀନରେ କରାଯାଇଛି। USMCA ଅଧୀନରେ ଆସୁଥିବା ସମସ୍ତ ଉତ୍ପାଦକୁ ମୁକ୍ତ କରିବା ପାଇଁ ସାମ୍ପ୍ରତିକ ନିଷ୍ପତ୍ତି ଅନୁଯାୟୀ ଏହା ନିଆଯାଇଛି। USMCA  ୧ଜୁଲାଇ ୨୦୨୦ରେ କାର୍ଯ୍ୟକାରୀ ହୋଇଥିଲା, ଯାହା ଉତ୍ତର ଆମେରିକୀୟ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (NAFTA) କୁ ବଦଳାଇଥିଲା। ଏହି ଚୁକ୍ତିନାମାର ଲକ୍ଷ୍ୟ ହେଉଛି ଆମେରିକା, ମେକ୍ସିକୋ ଏବଂ କାନାଡା ମଧ୍ୟରେ ଆର୍ଥିକ ସମ୍ପର୍କକୁ ସୁଦୃଢ଼ ​​କରିବା ଏବଂ ବାଣିଜ୍ୟକୁ ଅଧିକ ସନ୍ତୁଳିତ କରିବା।

ଆମେରିକା ଏବଂ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତି ବିଷୟରେ ଆଲୋଚନା ଚାଲୁଥିବା ବେଳେ କାନାଡା ଏହି ନିଷ୍ପତ୍ତି ନେଇଛି । ଉଭୟ ଦେଶ  ଆମେରିକା ଅଗଷ୍ଟରେ କାନାଡା ଉପରେ ୩୫% ଶୁଳ୍କ ଲାଗୁ କରିଥିଲା, ଯାହାର ଜବାବରେ କାନାଡା ଅନେକ ଆମେରିକୀୟ ସାମଗ୍ରୀ ଉପରେ୨୫% ଶୁଳ୍କ ଲାଗୁ କରିଥିଲା। କାନାଡା ପ୍ରଧାନମନ୍ତ୍ରୀ କାର୍ନି କହିଛନ୍ତି ଯେ ଏହି ପଦକ୍ଷେପ ୱାଶିଂଟନ ସହିତ ଆହୁରି ବାଣିଜ୍ୟ ଆଲୋଚନାକୁ ତ୍ୱରାନ୍ୱିତ କରିବ।

କାର୍ନି କହିଛନ୍ତି ବର୍ତ୍ତମାନ କାନାଡାର ଆମେରିକା ସହିତ ସର୍ବୋତ୍ତମ ବାଣିଜ୍ୟ ଚୁକ୍ତି ଅଛି। ଏହା ଅନ୍ୟ ଯେକୌଣସି ଦେଶର ଚୁକ୍ତି ଅପେକ୍ଷା ଭଲ। ଟ୍ରମ୍ପ ଏହି ଆଲୋଚନାକୁ ଅର୍ଥପୂର୍ଣ୍ଣ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଆମେ କାନାଡା ସହିତ ବହୁତ ଭଲ ବ୍ୟବହାର କରିବାକୁ ଚାହୁଁଛୁ। ମୁଁ କାର୍ନିଙ୍କୁ ବହୁତ ପସନ୍ଦ କରେ। ମୁଁ ଭାବୁଛି ସେ ଜଣେ ବହୁତ ଭଲ ବ୍ୟକ୍ତି।

କାର୍ନି କହିଛନ୍ତି ଯେ UMCA ପ୍ରତି ଆମେରିକାର ପ୍ରତିବଦ୍ଧତା ନିଶ୍ଚିତ କରେ ଯେ କାନାଡା-ଆମେରିକା ବାଣିଜ୍ୟର ୮୫% ରୁ ଅଧିକ ଶୁଳ୍କ ମୁକ୍ତ ରହିବ ଏବଂ କାନାଡା ସାମଗ୍ରୀ ଉପରେ ହାରାହାରି ଆମେରିକାର ଶୁଳ୍କ ମାତ୍ର ୫.୬%। କାର୍ନି ଏହା ମଧ୍ୟ କହିଛନ୍ତି ଯେ ଆମେ ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ କାର୍ଯ୍ୟ କରିବା ସହିତ କାନାଡା ଇସ୍ପାତ, ଆଲୁମିନିୟମ ଏବଂ ଅଟୋମୋବାଇଲ ଉପରେ ତାର ଶୁଳ୍କ ବଜାୟ ରଖିବ।

ଶୁଳ୍କ ହ୍ରାସ ସତ୍ତ୍ୱେ, କିଛି କାନାଡିୟ ରାଜନେତା ଏବଂ ୟୁନିଅନ ନେତା କାର୍ନିଙ୍କ ପଦକ୍ଷେପକୁ ସମାଲୋଚନା କରିଥିଲେ। କାନାଡାର ସର୍ବବୃହତ ଘରୋଇ କ୍ଷେତ୍ର ୟୁନିଅନ ୟୁନିଫୋର ସଭାପତି ଲାନା ପେନ୍ କହିଛନ୍ତି ଯେ ପ୍ରତିଶୋଧମୂଳକ ଶୁଳ୍କ ପ୍ରତ୍ୟାହାର କରିବା ଏକ ଶାନ୍ତି ପ୍ରସ୍ତାବ ନୁହେଁ। ଏହା କେବଳ ଆମେରିକାର ଆକ୍ରମଣକୁ ଉତ୍ସାହିତ କରିବ।କଞ୍ଜରଭେଟିଭ ପାର୍ଟି ନେତା ପିଏରେ ପୋଇଲିଭରେ ଏହି ନିଷ୍ପତ୍ତିକୁ ଆତ୍ମସମର୍ପଣ ବୋଲି କହିଛନ୍ତି। ସେ କହିଛନ୍ତି ଯେ କାନାଡା ଆମେରିକୀୟ ଶୁଳ୍କକୁ ସମ୍ପୂର୍ଣ୍ଣ ଭାବରେ ହଟାଇବା ପାଇଁ ଚେଷ୍ଟା କରିବା ଉଚିତ। କାର୍ନି କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ମୋର ଏକ ଲମ୍ବା ଆଲୋଚନା ହୋଇଛି। ଆମେ ପରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ସମୀକ୍ଷା କରିବୁ।