spot_img
Home Blog Page 5030

ଦର୍ଶକଙ୍କ କୋଳାହଳରେ କମ୍ପିବନି କଳିଙ୍ଗ ଷ୍ଟାଡିୟମ୍, ଦର୍ଶକଙ୍କ ବିନା ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱକପ୍

ଭୁବନେଶ୍ୱର: ଦର୍ଶକଙ୍କ କୋଳାହଳରେ କମ୍ପିବନି କଳିଙ୍ଗ ଷ୍ଟାଡିୟମ୍ । ଦର୍ଶକଙ୍କ ଅନୁପସ୍ଥିତିରେ ଅନୁଷ୍ଠିତ ହେବ ଜୁନିଅର ପୁରୁଷ ହକି ବିଶ୍ୱକପ୍ । ନଭେମ୍ବର ୨୪ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ମହାକୁମ୍ଭ । ଡିସେମ୍ବର ୫ ଯାଏଁ ହକିକୁ ନେଇ ଝୁମିବ ଓଡ଼ିଶା । ୪ଟି ଗ୍ରୁପରେ ୧୬ଟି ଟିମକୁ ନେଇ ମୋଟ ୪୮ଟି ମ୍ୟାଚ୍ ଖେଳାଯିବ । କୋଭିଡ୍ ପ୍ରୋଟୋକଲ ସହ ସାମାଜିକ ଦୂରତା ରକ୍ଷା କରାଯିବ ।

 FIH Odisha Men's Hockey Junior World Cup Bhubaneswar 2021 to be held without spectators

ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ବାରଣ କରାଯାଇଥିବାରୁ ସମସ୍ତ ମ୍ୟାଚର ସିଧାପ୍ରସାରଣ କରାଯିବ । ଏନେଇ ହକି ଇଣ୍ଡିଆ ଓ ଏଫ୍ଆଇଏଚ୍ ନିଷ୍ପତ୍ତି ନେବେ । ରାଜ୍ୟରେ ହକି ପ୍ରତି ଥିବା ଲୋକଙ୍କ ସମର୍ଥନ ଓ ଗହଳିକୁ ଦେଖି କରୋନା ପରିପ୍ରେକ୍ଷୀରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଉଭୟ ଖେଳାଳି ଓ ହକି ପ୍ରେମୀଙ୍କ ସ୍ୱାସ୍ଥ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ମ୍ୟାଚ ବେଳେ କେବଳ ଅନୁମତି ପାଇଥିବା ବ୍ୟକ୍ତି ଷ୍ଟାଡିୟମକୁ ପ୍ରବେଶ କରିପାରିବେ । ଦର୍ଶକଙ୍କୁ ଅନୁମତି ମିଳିବ ନାହିଁ ।

ଏଥିସହ ପଢ଼ନ୍ତୁ: ୨୪ରୁ ରାଜଧାନୀରେ ପୁଣି ହକି ମହାକୁମ୍ଭ

ହକି ମହାକୁମ୍ଭରେ ଆୟୋଜକ ଭାରତ ସହ ଆର୍ଜେଣ୍ଟିନା, ବେଲଜିୟମ, କାନାଡ଼ା, ଚିଲେ, ଇଜିପ୍ଟ, ଫ୍ରାନ୍ସ, ଜର୍ମାନୀ, କୋରିଆ, ମାଲେସିଆ, ପାକିସ୍ତାନ, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା, ସ୍ପେନ୍, ନେଦରଲ୍ୟାଣ୍ଡ୍ସ ସହ ଆମେରିକା ଟିମ୍ ଭାଗ ନେବ । ୫ ଦିନ ଧରି ପୁଲ୍ ଷ୍ଟେଜ୍ ମ୍ୟାଚ ଖେଳାଯିବ । ନଭେମ୍ବର ୩୦ରୁ କ୍ଲାସିଫିକେସନ୍ ମ୍ୟାଚ, ଡିସେମ୍ବର ୧ରେ କ୍ୱାର୍ଟର ଫାଇନାଲ, ୩ରେ ସେମି ଫାଇନାଲ ଏବଂ ୫ ତାରିଖରେ ଟାଇଟଲ ଲଢ଼େଇ ହେବ ।

କ’ଣ ପାଇଁ ଭାରତୀୟ କ୍ରିକେଟ୍ ପ୍ରେମୀ ଆଜି ଚାହିଁବେ ପାକିସ୍ତାନ ନ୍ୟୁଜଲାଣ୍ଡ ଉପରେ ବିଜୟ ପାଉ ?

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିଥିଲା ଭାରତ । ଏଥିସହ ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନଠାରୁ ୧୦ ଓ୍ବିକେଟରେ ପରାଜୟ ଲାଭ କରିଥିଲା । ଏହି ପରାଜୟ ଫଳରେ ଚଳିତ ଟି-୨୦ ବିଶ୍ବକପ ସେମିଫାଇନାଲ ଖେଳିବା ଭାରତ ପାଇଁ କଷ୍ଟକର ହୋଇଛି । ସେମିଫାଇନାଲକୁ ଯିବାକୁ ହେଲେ ଭାରତ ତା’ର ସମସ୍ତ ୪ଟି ମ୍ୟାଚକୁ ଜିତିବାକୁ ପଡ଼ିବ । ଯଦି ଭାରତ ଗୋଟିଏ ବି ମ୍ୟାଚରେ ପରାଜୟ ବରଣ କରେ ତାହାଲେ ସେମିଫାଇନାଲ ରାସ୍ତା ଏକ ପ୍ରକାର ଅସମ୍ଭବ ହୋଇଯିବ ।
ଅନ୍ୟପଟେ ଆଜି ଖେଳାଯିବାକୁ ଥିବା ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମ୍ୟାଚ ଉପରେ ସବୁ ଭାରତୀୟଙ୍କ ନଜର ରହିବ । ପ୍ରଥମ ଥର ପାଇଁ ଆଜି ଭାରତ ଚାହିଁବ କି ଏହି ମ୍ୟାଚକୁ ପାକିସ୍ତାନ ବିଜୟଲାଭ କରୁ । କାହିଁକି ନା ଆଜିର ମ୍ୟାଚ ପାକିସ୍ତାନ ଜିତିଲେ ଭାରତ ପାଇଁ ସେମିଫାଇନାଲ ଯିବକୁ ଏକ ବଡ଼ ସୁଯୋଗ ମିଳିବ । କାହିଁକି ନା ଭାରତର ପରବର୍ତ୍ତୀ ମ୍ୟାଚ ନ୍ୟୁଜିଲାଣ୍ଡ ସହ ରହିଛି । ଯଦି ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରେ ଏବଂ ଅବଶିଷ୍ଟ ତିନୋଟି ମ୍ୟାଚକୁ ବିଜୟ ଲାଭ କରେ ଏବଂ ପାକିସ୍ତାନ ମଧ୍ୟ ତା’ର ଅବଶିଷ୍ଟ ସମସ୍ତ ମ୍ୟାଚ ବିଜୟ ଲାଭ କରେ ତାହାଲେ ପଏଣ୍ଟ ଟେବୁଲରେ ଭାରତ ୮ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିବ ଏବଂ ପାକିସ୍ତାନ ୧୦ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିବ ।
ଅନ୍ୟପଟେ ଯଦି ନ୍ୟୁଜିଲାଣ୍ଡ ଉଭୟ ଭାରତ ପାକିସ୍ତାନକୁ ପରାଜିତ କରେ ଏବଂ ଅବଶିଷ୍ଟ ମ୍ୟାଚ ବିଜୟ ଲାଭ କରେ ତାହାଲେ ପଏଣ୍ଟ ଟେବୁଲରେ ନ୍ୟୁଜିଲାଣ୍ଡ ୧୦ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିବ । ଯାହା ଫଳରେ ଭାରତ ସେମିଫାଇନାଲରେ ପ୍ରବେଶ କରିପାରିବ ନାହିଁ । ଅପରପକ୍ଷରେ ଗତକାଲି ଆଫଗାନିସ୍ତାନ ସ୍କଟଲାଣ୍ଡକୁ ୧୩୦ ରନରେ ପରାସ୍ତ କରି ସମସ୍ତ ଟିମଙ୍କ ମନରେ ଏକ ଭୟର ବାତାବରଣ ଖେଳାଇ ଦେଇଛି । ଯଦି ଆଜି ନ୍ୟୁଜିଲାଣ୍ଡ ପାକିସ୍ତାନକୁ ପରାଜିତ କରାଏ ଏବଂ ଆଫଗାନିସ୍ତାନ ଉଭୟ ପାକିସ୍ତାନ ଓ ନ୍ୟୁଜିଲାଣ୍ଡକୁ ପରାସ୍ତ କରେ ଓ ଭାରତଠାରୁ ପରାଜୟ ବରଣ କରେ ତାହାଲେ ପଏଣ୍ଟ ଟେବୁଲରେ ଭାରତ ପ୍ରଥମ ସ୍ଥାନରେ ରହି ପାରିବ । ଏସବୁକୁ ଦୃଷ୍ଟିରେ ରଖିଲେ ଆଜିର ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମ୍ୟାଚ ଭାରତ ପାଇଁ ବେଶ୍ ଗୁରୁତ୍ବବହନ କରିବ । ଅନ୍ୟପଟେ ଭାରତ ଆଗକୁ ଥିବା ସମସ୍ତ ମ୍ୟାଚରେ ବିଜୟଲାଭ କରି ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିବାକୁ ମଧ୍ୟ ଚେଷ୍ଟା କରିବ ।

ଏଥିସହିତ ପଢ଼ନ୍ତୁ: ସାନିଆ ମିର୍ଜାଙ୍କ ପରେ ଚର୍ଚ୍ଚାରେ ହାସନ ଅଲ୍ଲୀଙ୍କ ପତ୍ନୀ ଶାମିଆ

ରାଜପରିବାରକୁ କହିଲେ ଗୁଡବାଏ: କଲେଜ ବୟଫ୍ରେଣ୍ଡଙ୍କୁ ବିବାହ କଲେ ଜାପାନ ରାଜକୁମାରୀ

ଟୋକିଓ: ପ୍ରେମ ପାଇଁ ରାଜକୀୟ ପଦ ଓ ମର୍ଯ୍ୟଦା ହରାଇଲେ ଜାପାନ ରାଜକୁମାରୀ ମାକୋ  । ସେ କେଇ କେମୁରୋ ନାମକ ନିଜ ବୟଫ୍ରେଣ୍ଡଙ୍କ ସହିତ ବିବାହ କରିଛନ୍ତି । ଏହି ବିବାହ ପରେ ଆଉ ଜାପାନ ରାଜକୁମାରୀ ହୋଇରହିନାହାନ୍ତି ମାକୋ । ସାଧାରଣ ବ୍ୟକ୍ତି ସହିତ ବିବାହ କରିବା ପରେ ରାଜ ପରିବାର ସହ ତାଙ୍କ ସମ୍ପର୍କ  ଛିନ୍ନ ହୋଇଛି । ମାକେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କର ଏହି ବିବାହ ଦ୍ୱାରା ଯଦି କାହାର କିଛି କ୍ଷତି ହୁଏ ତେବେ ସେ,ଏଥିପାଇଁ ଦୁଃଖିତ ।

ଇମ୍ପରିଆଲ୍ ହାଉସହୋଲ୍ହ ଏଜେନ୍ସି ମୁତାବିକ, ମାକୋ ଏବଂ କେମୁରୋଙ୍କ ବାହାଘର ଦସ୍ତାବେଜ ମହଲର ଏକ ଅଧିକାରୀ ପ୍ରସ୍ତୁତ କରିଛନ୍ତି । ମାକୋ ଏହି ମାସ ଆରମ୍ଭରେ ମାନସିକ ଚାପ ଦେଇ ଗତିକରୁଥିଲେ । ତାଙ୍କ ବାହାଘରକୁ ନେଇ ବିଭିନ୍ନ ନକରାତ୍ମକ କଥା ଏବଂ କେମୁରୋଙ୍କୁ ଟାର୍ଗେଟ କରାଯିବାକୁ ନେଇ ବହୁତ ଚାପଗ୍ରସ୍ତ ହୋଇପଡ଼ିଥିଲେ । ତେବେ ସେ ଏବେ ଠିକ ଅଛନ୍ତି ।

ମାକୋ ରାଜ ପରିବାର ଠାରୁ କୌଣସି ପ୍ରକାରର ଟଙ୍କା ନେବା ପାଇଁ ମଧ୍ୟ ମନା କରିଦେଇଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ରାଜପରିବାର ସେ ପ୍ରଥମ ସଦସ୍ୟ, ଯିଏ ,ଜଣେ ସାଧାରଣ ନାଗାରିକଙ୍କୁ ବାହା ହେବେ ସମୟରେ କୌଣସି ଉପହାର ନେଇନାହାନ୍ତି । ଏହି ବାହାଘର ପରେ କୌଣସି ପ୍ରକାର ଭୋଜି ମଧ୍ୟ ଆୟୋଜନ କରାଯିବ ନାହିଁ ।

ଜାପାନର ପୂର୍ବ ସମ୍ରାଟ ଅକିହିତୋଙ୍କ ନାତୁଣୀ ହେଉଛନ୍ତି ୨୯ ବର୍ଷୀୟ ମାକୋ । ସେ ୨୦୧୭ ମସିହାରେ ନିଜ ବନ୍ଧୁ କେମୁରୋ ସହ ନିର୍ବନ୍ଧ କରିଥିଲେ । କେମୁରୋ ଏକ ସାଧାରଣ ପରିବାର ହୋଇଥିବା ବେଳେ ଆମେରିକାର ଏକ ଆଇନ କମ୍ପାନୀରେ କାମ କରନ୍ତି । କେମୁରୋ ୨୦୧୩ ମସିହାରେ ମାକୋଙ୍କୁ ପ୍ରପୋଜ କରିଥିଲେ । କିନ୍ତୁ କେମୁରୋଙ୍କ ପରିବାରରେ ଦେଖାଦେଇଥିବା ବିବାଦ ଯୋଗୁଁ ୪ ବର୍ଷ ହେଲା ଏହି ବବାହ ଅଟକି ଥିଲା । ତେବେ ବହୁ ଦିନ ପରେ ହେଲେ ମଧ୍ୟ ଉଭୟଙ୍କ ବାହାଘର ସମ୍ପନ୍ନ ହୋଇଛି ।

ସତ୍ୟ ରଞ୍ଜନ ସାହୁ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦର ନୂଆ ନିର୍ଦ୍ଦେଶକ ହେଲେ ଓଏଏସ୍ ସତ୍ୟ ରଞ୍ଜନ ସାହୁ । ଓସଡମାର କାର୍ଯ୍ୟକାରୀ ନିର୍ଦ୍ଦେଶକ ଥିବା ସତ୍ୟ ରଞ୍ଜନ ସାହୁଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ଏଥିସହ ଶ୍ରୀ ସାହୁ ଅତିରିକ୍ତ ଭାବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ତୁଲାଇବେ ।

ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ନୋଟିଫିକେସନ୍ ପ୍ରକାଶ ପାଇଛି । ଅନ୍ୟପଟେ କେନ୍ଦ୍ରୀୟ ଡେପୁଟେସନରେ ଯିବେ ୨୦୧୦ ଓଡ଼ିଶା କ୍ୟାଡରର ଆଇପିଏସ୍ କେ. ଶିବା ସୁବ୍ରମଣି । ବର୍ତ୍ତମାନ କେ. ଶିବା ସୁବ୍ରମଣି ଢେଙ୍କାନାଳ ଏସପି ଅଛନ୍ତି ।

IPS Officer K Siva Subramani

କେନ୍ଦ୍ର ଗୃହ ମନ୍ତ୍ରଣାଳୟ କେ. ଶିବାଙ୍କୁ ସିବିଆଇ ଏସପି ଭାବେ ନିଯୁକ୍ତ କରିଛି । ସେ ଯୋଗ ଦେବା ଠାରୁ ୪ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ କେନ୍ଦ୍ରୀୟ ଡେପୁଟେସନରେ ଯିବେ ।

ଆଜି ମଧ୍ୟ ଆର୍ୟନଙ୍କୁ ଜାମିନ୍ ମିଳିବନି ବୋଲି ଭାବୁଛନ୍ତି ଶାହରୁଖ

ମୁମ୍ବାଇ: କ୍ରୁଜ୍ ପାର୍ଟି ଡ୍ରଗ୍ସ ମାମଲାରେ ଫସିଥିବା କିଙ୍ଗ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନି ଆଜି ଶୁଣାଣି ହେଉଛି । ଏହି ମାମଲା ଲଢ଼ିବା ପାଇଁ ଶାହାରୁଖ ଆଜି ଜଣେ ନୂଆ ଓକିଲ ମୁକୁଲ ରୋହତଗୀଙ୍କୁ ସେବେ ନେଇଛନ୍ତି । ଯିଏକି ଭାରତର ଆଟର୍ଣ୍ଣି ଜେନେରାଲ ଥିଲେ । ମୁକୁଲଙ୍କ ସହ ଅମିତ ଦେଶାଇ ଓ ସତୀଷ ମନସିନ୍ଧେ ମଧ୍ୟ କୋର୍ଟରେ ରହିବେ । ଅପରପକ୍ଷେ ଏନସିବି ଏହି ମାମଲାରେ ଆରୟନ ଖାନଙ୍କ ଜାମିନ ଆବେଦନ ଖାରଜ କରିବାକୁ ଚେଷ୍ଟା କରିବ । ସୂଚନାଯୋଗ୍ୟ ଯେ, ରୋହତଗୀ କୋର୍ଟରେ ଉପସ୍ଥିତ ହେବା ପାଇଁ ଦୈନିକ ୧୦ ଲକ୍ଷ ଟଙ୍କା ଫିସ୍ ନିଅନ୍ତି ।

ତେବେ ଏସବୁ ଭିତରେ ଖାନ ପରିବାରର ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି କି ଆଜି ମଧ୍ୟ ଆରୟନଙ୍କୁ ବେଲ ମିଳି ପାରିବ ନାହିଁ ବୋଲି ଭାବୁଛନ୍ତି ଶାହାରୁଖ ଓ ଗୌରୀ ଖାନ । ଯାହା ଫଳରେ ଶାହାରୁଖଙ୍କ ବାସଭବନ ମନ୍ନତର ସ୍ଥିତି ମଧ୍ୟ ଏବେ ଠିକ୍ ନଥିବା କହିଛନ୍ତି ଶାହାରୁଖଙ୍କ ବନ୍ଧୁ । ଏହି ମାମଲାରେ ଆର୍ୟନଙ୍କୁ ଆଉ କିଛି ଦିନ ଜେଲରେ ରହିବାକୁ ପଡ଼ିପାରେ ବୋଲି ମଧ୍ୟ ଆଶଙ୍କା କରିଛନ୍ତି ଖାନ ପରିବାର । ଏସବୁ ଭିତରେ କିଙ୍ଗ ଖାନ ପୁଅକୁ ଜେଲରୁ ମୁକୁଳାଇବା ପାଇଁ ସମସ୍ତ ଚେଷ୍ଟା ଜାରି ରଖିଛନ୍ତି । ଆର୍ୟନ ଖୁବ୍ ଶୀଘ୍ର ଜେଲରୁ ମୁକୁଳିବେ ବୋଲି ମଧ୍ୟ ଆଶା ରଖିଛନ୍ତି ଖାନ ପରିବାର । ଅନ୍ୟପଟେ ଶାହାରୁଖ ଆରୟନଙ୍କ ପାଇଁ ଚଳିତ ବର୍ଷ ତାଙ୍କ ବିବାହ ବାର୍ଷିକ ମଧ୍ୟ ପାଳନ କରିନାହାନ୍ତି । ତାଙ୍କ ବନ୍ଧୁ କହିଥିଲେ କି ଶାହାରୁଖ ପ୍ରତିବର୍ଷ ଗୌରୀଙ୍କ ପାଇଁ କିଛି ସ୍ବତନ୍ତ୍ର ଉପହାର କିଣୁଥିଲେ । କିନ୍ତୁ ଚଳିତ ବର୍ଷ ଏପରି କିଛି କରିନାହାନ୍ତି ଶାହାରୁଖ ।

ଏଥିସହିତ ପଢ଼ନ୍ତୁ: ସାମ୍ନାକୁ ଆସିଲା ଅନନ୍ୟା- ଆର୍ଯ୍ୟନ ହ୍ୱାଟସ୍‌ଆପ୍ ଚାଟ୍: ୮୦ ହଜାର ଟଙ୍କାର କୋକେନ୍ ମାଗିଥିଲେ ଅନନ୍ୟା

ନଭେମ୍ବର ୧୫ ସୁଦ୍ଧା ଦାବି ପୂରଣ ନହେଲେ ବସ୍ ସେବା ବନ୍ଦ ପାଇଁ ଚେତାବନୀ

ଭୁବନେଶ୍ୱର: ନଭେମ୍ବର ୧୬ରୁ ରାଜ୍ୟରେ ବନ୍ଦ ହେବ ବସ୍ ସେବା । ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ରାଜ୍ୟରେ ୧୪ ହଜାର ଘରୋଇ ବସ୍ ରହିଛି । କରୋନା କଟକଣା ହଟିବା ପରଠାରୁ ମାତ୍ର ୬୦ ପ୍ରତିଶତ ବସ୍‌ ଚାଲୁଛି । ସବୁ ବସ୍ କ୍ଷତିରେ ଚାଲୁଛି ବୋଲି ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି । ଟିକସ ଛାଡ଼ ସହିତ ଏକ ଲକ୍ଷ ଟଙ୍କା ଲେଖାଏ ଋଣ ଦେବାକୁ ସରକାର କହିଥିଲେ । ଋଣ ଏପର୍ଯ୍ୟନ୍ତ ମିଳିଲା ନାହିଁ ।

Bus Services To Shut From 16th November In Odisha

କରୋନାରେ ବସ୍ ସେବା ବନ୍ଦ ଥିବାରୁ ମାଲିକମାନେ ପ୍ରବଳ କ୍ଷତି ସହିଛନ୍ତି । ଡିଜେଲ ଦର ବୃଦ୍ଧି ବସ୍ ଭଡ଼ା ବଢାଉଛି, ସାଧାରଣ ଲୋକଙ୍କୁ ବସ୍ ଭଡ଼ା ବାଧୁଛି । ଡିଜେଲ ଦର ସରକାର କମାନ୍ତୁ, ନଚେତ ବସ୍ ଚଳାଇବା ଅସମ୍ଭବ । ଏ ନେଇ ସରକାରଙ୍କୁ ରାଜ୍ୟ ମାଲିକ ସଂଘ ପକ୍ଷରୁ ଦାବିପତ୍ର ଦିଆଯିବ । ନଭେମ୍ବର ୧୫ ଭିତରେ ଦାବି ପୂରଣ ନହେଲେ ୧୬ ତାରିଖରୁ ବସ୍ ସେବା ବନ୍ଦ ହେବ ବୋଲି ଘରୋଇ ବସ୍‌ ମାଲିକ ସଂଘ ଚେତାବନୀ ଦେଇଛି ।

ନୂଆ ରୂପରେ ଦେଶରେ ପଶିଲାଣି ଡେଲ୍ଟା ଭ୍ୟାରିଆଣ୍ଟ: ଟିକା ନେବା ସତ୍ତ୍ୱେ ୬ଜଣ ସଂକ୍ରମିତ

ଇନ୍ଦୋର: ପୁଣି ଭୟ ବଢ଼ାଉଛି କରୋନା । ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ଥିବା ବେଳେ ଏବେ ଆଉ ଏକ ନୂଆ ଭ୍ୟାରିଆଣ୍ଟ ଚିନ୍ତାର କାରଣ ପାଲଟିଛି । କରୋନା ଟିକାର ଉଭୟ ଡୋଜ୍ ନେବା ପରେ ମଧ୍ୟ ଲୋକେ ଏହି AY.4 ଭ୍ୟାରିଆଣ୍ଟର ଶିକାର ହେଉଥିବା ଦେଖିବାକୁ ମିଳିଛି । AY.4 ଭ୍ୟାରିଆଣ୍ଟ କରୋନାର ଡେଲଟା ଭ୍ୟାରିଆଣ୍ଟର ଏକ ନୂଆ ରୂପ । ପୂର୍ବରୁ AY.4 ଭ୍ୟାରିଆଣ୍ଟ ବ୍ରିଟେନରେ ହଇଚଇ ସୃଷ୍ଟି କରିଥିବା ବେଳେ ଏବେ ଏହି ଭ୍ୟାରିଆଣ୍ଟ ଭାରତରେ ଆତଙ୍କ ସୃଷ୍ଟି କରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ ୬ ଜଣ ଏହି ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇସାରିଛନ୍ତି । ଆଉ ଏହି ସଂକ୍ରମିତମାନେ କରୋନା ଟିକାର ଉଭୟ ଡୋଜ୍ ନେଇ ସାରିଛନ୍ତି ।

ତେବେ ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି କି କ’ଣ ଏହି AY.4 ଭ୍ୟାରିଆଣ୍ଟ ଅଧିକ ସଂକ୍ରାମକ କି ? ଏହାର ଉତ୍ତରରେ ସେଲ୍ୟୁଲାର ଓ ମଲ୍ୟୁକୁଲାର ବାୟୋଲୋଜିର ପୂର୍ବତନ ନିର୍ଦ୍ଦେଶକ ରାକେଶ ମିଶ୍ର କହିଛନ୍ତି ଯେ, ଏପର୍ଯ୍ୟନ୍ତ ସେପରି କିଛି ପ୍ରମାଣ ମିଳିପାରି ନାହିଁ, ଏହି AY.4 ଭ୍ୟାରିଆଣ୍ଟ ଡେଲଟା ଭ୍ୟାରିଆଣ୍ଟଠାରୁ ଅଧିକ ସଂକ୍ରାମକ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଏକ ନୂଆ ଭ୍ୟାରିଆଣ୍ଟ ନୁହେଁ । ଏହି AY.4 ଭ୍ୟାରିଆଣ୍ଟ ଡେଲଟା ଭ୍ୟାରିଆଣ୍ଟର ଏକ ଉପ-ବଂଶ ଅଟେ । ରାକେଶ ମିଶ୍ର ଆହୁରି କହିଛନ୍ତି କି ଆମ ସମସ୍ତଙ୍କୁ ଏବେ ବି କୋଭିଡ-୧୯ ପ୍ରତି ସମସ୍ତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । କାହିଁକି ନା କରୋନା ଏପର୍ଯ୍ୟନ୍ତ ଯାଇ ନାହିଁ । ଉଭୟ ଡୋଜ୍ ଟିକା ନେବା ପରେ ବି ସଂକ୍ରମଣ ହେଉଥିବାରୁ ବର୍ତ୍ତମାନ ଅଧିକ ସାବଧାନ ରହିବାକୁ କହିଛନ୍ତି ରାକେଶ ମିଶ୍ର ।

ରାଜ୍ୟର ୩୪ଟି ପୋଲିସ ଜିଲ୍ଲାରେ ପ୍ରତିଷ୍ଠା ହେବ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ

ଭୁବନେଶ୍ୱର: ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ସମୁଦାୟ ୩୪ଟି ପୋଲିସ ଜିଲ୍ଲା ରହିଛି । ପ୍ରତ୍ୟେକ ପୋଲିସ ଜିଲ୍ଲାରେ ଗୋଟିଏ ଲେଖାଏଁ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ଆଇନର ପରିସରକୁ ଆସୁଥିବା ଅନେକ ପିଲା ତଥା ସହାୟତା ଆବଶ୍ୟକତା କରୁଥିବା ପିଲାମାନଙ୍କ ପାଇଁ ଥାନା ଭିତରେ ସ୍ୱତନ୍ତ୍ର ଅନୁକୂଳ ପରିବେଶର ଆବଶ୍ୟକତାକୁ ଅନୁଭବ କରି ମୁଖ୍ୟମନ୍ତ୍ରୀଏହି ନିଷ୍ପତ୍ତି ନେଇଛନ୍ତି ।

CM Naveen Patnaik Announces, Child Friendly Police Station To Be Established In Each Police District Of Odisha

ଏହିସବୁ ପୋଲିସ ଷ୍ଟେସନରେ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯିବ । ଏହି ସବୁ ଥାନାରେ ସ୍ୱତନ୍ତ୍ର ଲୋଗୋ ଓ ଫଳକ ରହିବା ସହିତ ପିଲାଙ୍କ ପାଇଁ ଛୋଟ ପୁସ୍ତକାଗାର ମଧ୍ୟ କରାଯିବ । ଏଥିରେ ବିଭିନ୍ନ ରୁଚି ସମ୍ପନ୍ନ ପୁସ୍ତକ, ପତ୍ରପତ୍ରିକା ଓ ସମ୍ବାଦପତ୍ର ରଖାଯିବ । ପିଲାମାନଙ୍କ ସୁବିଧା ପାଇଁ ବିଛଣା, ଚଉକି ଓ ଟେବୁଲ ମଧ୍ୟ ରଖାଯିବ । ଏହାସହିତ ଶିଶୁମାନଙ୍କ ଅଧିକାର ସମ୍ପର୍କିତ ଫଳକ ଏବଂ ପୋଲିସ ‘କଣ କରିବେ ବା ନ କରିବେ’ ସେ ସମ୍ପର୍କରେ ମଧ୍ୟ ସୂଚନା ଫଳକ ରହିବ । ଶିଶୁକଲ୍ୟାଣ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ତାଙ୍କ ନାମ ଓ ଅନ୍ୟାନ୍ୟ ସୂଚନା ସମ୍ପର୍କରେ ଏକ ସ୍ୱତନ୍ତ୍ର ଫଳକ ରହିବ । ଏହାସହିତ ପିଲାଙ୍କ ପାଇଁ ଖେଳନା, ଫାଷ୍ଟଏଡ୍ କିଟ୍ ମଧ୍ୟ ରଖାଯିବ । ଥାନା ପରିସର ମଧ୍ୟରେ ଏକ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ କାନ୍ଥ ଗୁଡ଼ିକରେ ସୁନ୍ଦର ଚିତ୍ର ରହିବା ସହିତ ବିଭିନ୍ନ ଶିକ୍ଷଣୀୟ ବିଷୟ ସ୍ଥାନିତ ହେବ ।

ସାଧାରଣ ଥାନା ଗୁଡ଼ିକ ଠାରୁ ଏହାର ପରିବେଶକୁ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଗଢ଼ା ଯିବା ଦ୍ୱାରା ଥାନାକୁ ଯାଉଥିବା ଶିଶୁ ମାନଙ୍କ ମାନସିକ ଚାପ ହ୍ରାସ କରିବାରେ ସହାୟକ ହେବ ବୋଲି ଆଶା କରାଯାଏ ।

ଅଷ୍ଟ୍ରେଲିଆର ଏହି ସହର ଦେଉଛି ମାଗଣା ଜମି ଓ ୯ ଲକ୍ଷ ଟଙ୍କା

ସିଡନୀ: ଅଷ୍ଟ୍ରେଲିଆର ଗ୍ରାମୀଣ ଅଞ୍ଚଳ କ୍ଳିପି । ଯେଉଁଠାରେ ଜନସଂଖ୍ୟା ପାଖାପାଖି ୬୦୦ ରହିଛି ଏବଂ ସେଠାରେ ଜନସଂଖ୍ୟାରେ ବୃଦ୍ଧି ହେଉନାହିଁ । ଏଣୁ ଏଠାକାର ଜନସଂଖ୍ୟାରେ ବୃଦ୍ଧି ନେଇ ସ୍ଥାନୀୟ ମେୟର ଜଷ୍ଟିନ୍ ହେକାଂକ ଏକ ଅଫର ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ ସେଠାରେ ବସବାସ କରୁଥିବା ଲୋକଙ୍କୁ ମାଗଣାରେ ଜମି ଯୋଗାଇ ଦିଆଯିବ । ଏଥିସହିତ ୧୨ହଜାର ୫୦୦ ଡଲାର ଅର୍ଥାତ ୯ଲକ୍ଷ ଟଙ୍କା ମଧ୍ୟ ଦିଆଯିବ । ଯାହା ଦ୍ୱାରେ ଲୋକେ ଘର ନିର୍ମାଣ କରିପାରିବେ ।

ତେବେ ବିଶେଷ କଥା ଏହା ଯେ, ଅଷ୍ଟ୍ରେଲିଆ ମେୟରଙ୍କ ଏହି ଘୋଷଣା ହଂକଂ ଏବଂ ଭାରତୀୟଙ୍କୁ ପସନ୍ଦ ଆସିଛି । ସ୍ଥାନୀୟ ମେୟରଙ୍କ କହିବାନୁଯାୟୀ, ଏହି ଦୁଇ ଦେଶର ପାଖାପାଖି ୧୫୦ ଜଣ ଲୋକେ ଏଠାରେ ବସବାସ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏଭଳି କିଛି ହଂକଂ ଲୋକେ ଏଠାରେ ବସବାସ କରିବାକୁ ଆସଗଲେଣି । କ୍ଳିପିରେ ପହଞ୍ଚିଥିବା ଟମ୍ ହେନିସୀଙ୍କ କହିବା ହେଲା ଯେ, ହଂକଂରେ ୩୫୦ ସ୍କୋରଫୁଟରେ ନିର୍ମିତ ଘରର ଦାମ ପାଖାପାଖି ୧୩ କୋଟି ।ଯାହାକୁ କିଣିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ । ଏହାରି ମଧ୍ୟରେ ଅଷ୍ଟ୍ରେଲିଆରେ ବସବାସ କରିବା ଏକ ମଉକା ।

ଏଥିସହିତ ପଢ଼ନ୍ତୁ: ବ୍ରିଟେନର ଧନୀ ସରକାରଙ୍କୁ କାହିଁକି କହିଲେ,ଆମ ଉପରେ ଅଧିକ ଟ୍ୟାକ୍ସ ଲଗାଅ

୩୭୮ ଓଡ଼ିଶା ସିଭିଲ ସର୍ଭିସ୍ ପଦବୀ ନିଯୁକ୍ତିକୁ ବୈଧ ଘୋଷଣା କଲେ ଓଡ଼ିଶା ହାଇକୋର୍ଟ

କଟକ: ୩୭୮ ଓଡ଼ିଶା ସିଭିଲ ସର୍ଭିସ୍ ପଦବୀ ନିଯୁକ୍ତିକୁ ବୈଧ ଘୋଷଣା କରିଛନ୍ତି ଓଡ଼ିଶା ହାଇକୋର୍ଟ। ପୂର୍ବରୁ ୨୦୧୪ ମସିହାରେ ଏହି ନିଯୁକ୍ତିକୁ ଅବୈଧ ଘୋଷଣା କରିଥିଲେ ସ୍ୟାଟ୍। ସ୍ୟାଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଆବେଦନକାରୀ। ୨୦୦୬ ମସିହାରେ ୩୭୮ ପଦ ପାଇଁ ଓପିଏସସି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୧୦ ମସିହାରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିଥିଲା।

ସରକାର କ୍ୟାଡର ପରିବର୍ତ୍ତନ କରି ଗ୍ରେଡ ୧ରେ ୩୭୮ ଜଣଙ୍କୁ ନିଯୁକ୍ତି ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଅସଫଳ ପ୍ରାର୍ଥୀ ମାନେ ସ୍ୟାଟର ଆଶ୍ରୟ ନେଇଥିଲେ। ସ୍ୟାଟ ସେହି ସବୁ ନିଯୁକ୍ତିକୁ ୨୦୧୪ରେ ଅବୈଧ ଘୋଷଣା କରିଥିଲେ। ହେଲେ ସ୍ୟାଟଙ୍କ ନିର୍ଦ୍ଦେଶକୁ ବିରୋଧ କରି ରାଜ୍ୟ ସରକାର, ଓପିଏସସି ଓ କେତେକ ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ହାଇକୋର୍ଟ ଚୂଡାନ୍ତ ରାୟରେ ୩୭୮ ପଦବୀର ନିଯୁକ୍ତିକୁ ବୈଧ ଘୋଷଣା କରିଛନ୍ତି।