spot_img
Home Blog Page 5033

ବିଜେଡିରେ ମିଶିବେ ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ : କହିଲେ, ଅପପ୍ରଚାର ଓ ଆତ୍ମପ୍ରଚାରରେ ସୀମିତ ବିଜେପି

ଭୁବନେଶ୍ୱର: ବିଜେପିରେ ରହିଲେ ଭବିଷ୍ୟତ ନାହିଁ କି ଲୋକଙ୍କ ପାଇଁ କାମ କରିବାକୁ ସୁଯୋଗ ମିଳୁନାହିଁ । କେବଳ ଅପପ୍ରଚାର ଓ ଆତ୍ମପ୍ରଚାରରେ ବିଜେପି ନେତା ମାତିଛନ୍ତି । ବିଶେଷକରି ଦଳରେ ନୂଆ ପୁରୁଣା ଭେଦଭାବ ବହୁ ମାତ୍ରାରେ ଥିବାରୁ ବହୁ ନେତା ଅଣନିଶ୍ୱାସୀ ହୋଇଯାଉଛନ୍ତି । ଯେଉଁ ସ୍ୱପ୍ନ ନେଇ ନେତା ବିଜେପିରେ ମିଶୁଛନ୍ତି, ତାହା କେବେ ପୂରଣ ହୋଇପାରିବ ନାହିଁ । ତେଣୁ ବାଧ୍ୟ ହୋଇ ନିଜର ଭବିଷ୍ୟତ ପାଇଁ ବିଜେପି ଛାଡିଲେ ବୋଲି ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱ ରଞ୍ଜନ ମଲ୍ଲିକ କହିଛନ୍ତି ।

ସରକାରରେ ଥିବା ଦଳରେ କାମ କରିବା ପାଇଁ ଅଧି୍କ ସୁଯୋଗ ରହିଛି । ତେଣୁ ଖୁବଶୀଘ୍ର ବରୀବାସୀଙ୍କ ମତାମତ ନେଇ ଶାସକ ଦଳରେ ସାମିଲ ହେବା ପାଇଁ ସଙ୍କେତ ଦେଇଛନ୍ତି ବିଶ୍ୱ ରଞ୍ଜନ ମଲ୍ଲିକ । ଏହାସହ ସେ ରାଜ୍ୟ ବିଜେପି ଉପରେ ବର୍ଷିଛନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନରେ ଯାଜପୁର ଜିଲ୍ଲାରେ ଗୋଟିଏ ବି ଜିଲ୍ଲା ପରିଷଦ ଆସନ ଦଖଲ ବିଜେପି କରିପାରିବ ନାହିଁ । ତୃଣମୂଳ ସ୍ତରରୁ ସାଂଗଠନିକ ସ୍ଥିତିକୁ ଦଳ ମଜବୁତ କରିବା ପରିବର୍ତ୍ତେ ସୋସିଆଲ ମିଡିଆ ଓ ଅପପ୍ରଚାରରେ ମାତିଛି ବୋଲି ବିଶ୍ୱ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ବିଶ୍ୱରଞ୍ଜନ ମଲ୍ଲିକ ଓ ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ମୁହାଁମୁହିଁ ହୋଇଛନ୍ତି ।

ଜଙ୍ଗଲରୁ ଉଦ୍ଧାର ହେଲା ମୃତଦେହ: ୨୬ ଦିନ ଧରି ନିଖୋଜ ଥିଲେ

0

କନ୍ଧମାଳ: ଖଜୁରୀପଡ଼ା ଥାନା ଅନ୍ତର୍ଗତ ବାଲିସୁଗ୍ରୀ ଗ୍ରାମ ନିକଟ ନାଳ ପାଖ ମାଗାରିବିଲ ଜଙ୍ଗଲରେ ବିନୋଦ ଜାନି ନାମକ ଜଣେ ବ୍ୟକ୍ତିଙ୍କ ଶବକୁ ଉଦ୍ଧାର କଲା ଖଜୁରୀପଡ଼ା ପୋଲିସ । ଯାହା ସୂଚନା ରହିଛି ବାଲିସୁଗ୍ରୀ ଗାଁର ବିନୋଦ ଜାନି ଖୋର୍ଦ୍ଧା ବେଗୁନିଆର ଗୋଟିଏ କୁକୁଡା ଫାର୍ମରେ କାମ କରୁଥିଲେ ୨୬ଦିନ ତଳେ ନିଜ ଘରକୁ ଫେରୁଥିବା ବେଳେ ନିଖୋଜ ହୋଇଥିଲେ |

ବିନୋଦ ଘରେ ନ ପହଞ୍ଚିବା ପରେ ମୃତ ବିନୋଦଙ୍କ ପରିବାର ଲୋକେ ଖୋଜା ଖୋଜି କରିଥିଲେ । ମୃତ ବିନୋଦଙ୍କ କୋଣସି ପତ୍ତା ନ ମିଳିବା ଯୋଗୁଁ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଦୀର୍ଘ ୨୬ଦିନ ପରେ ବାଲିସୁଗ୍ରୀ ଗାଁ ନିକଟ ମାଗାରିବିଲ ଜାଙ୍ଗଲରେ ଶବକୁ ପୋତା ହୋଇଥିବା ଖବର ପାଇ ଖଜୁରୀପଡ଼ା ପୋଲିସ ଏବଂ ଫୁଲବାଣୀ ଏସ୍‌ଡିପିଓ ମହେନ୍ଦ୍ର ନାଥ ମୁର୍ମୁ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଧାର କରି ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି |ମୃତ ବିନୋଦଙ୍କ ବାପା ସଦାନନ୍ଦ ଜାନି ପୁଅକୁ ମାରି ପୋତି ଥିବା ଅଭିଯୋଗ ଆଣିଛନ୍ତି । ଏହି ଆଧାରରେ ଖଜୁରୀପଡ଼ା ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ଏଥିସହିତ ପଢ଼ନ୍ତୁ: ମେସେଜ୍ କଲେ ଫେରିପାଇବେ ଚୋରି ହୋଇଥିବା ମୋବାଇଲ୍: ହ୍ୱାଟସ୍‌ଆପ ନମ୍ୱର ଜାରି କଲା ପୋଲିସ

ପେଶା ଶିକ୍ଷକ ନିଶା ପରିବେଶ ସୁରକ୍ଷା:୧୩ ପାହାଡ଼ରେ ସୃଷ୍ଟି କଲେଣି ଜଙ୍ଗଲ

ବ୍ରହ୍ମପୁର: ପେଶା ଶିକ୍ଷକ ହେଲେ ନିଶା ପରିବେଶ ସୁରକ୍ଷା । ବ୍ରହ୍ମପୁର ସହରର ସୁଧୀର ରାଉତ ନିଜସ୍ୱ ଖର୍ଚ୍ଚରେ ୨୦୦୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର, ଚିକିଟି, ପାତ୍ରପୁର, ଦିଗପହଣ୍ଡିର ୧୩ଟି ପାହାଡରେ ସୃଷ୍ଟି କରିଛନ୍ତି ଜଙ୍ଗଲ । ଏହାସହ ବିଭିନ୍ନ ଶିକ୍ଷାନୁଷ୍ଠାନ, ରାସ୍ତାଘାଟରେ ବୃକ୍ଷ ରୋପଣ କରିବା ସହିତ ପରିବେଷ ସୁରକ୍ଷାର ବାର୍ତ୍ତା ପ୍ରଦାନ କରୁଛନ୍ତି । ତାଙ୍କର ଏହି ମହତ୍ତ କାର୍ଯ୍ୟପାଇଁ ବିଭିନ୍ନ ମହଲରୁ ମିଳିଛି ପ୍ରଶଂସା ।

ପରିବେଶର ବାର୍ତ୍ତା ବାଣ୍ଟୁଛନ୍ତି ଶିକ୍ଷକ । ନିଜର ନିଶା ଯୋଗୁଁ ସୃଷ୍ଟି କରିଛନ୍ତି ସବୁଜିମା । ଆନ୍ଧ୍ରପ୍ରଦେଶର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟକ୍ଷ ଅଛନ୍ତି ବ୍ରହ୍ମପୁରର ସୁଧିର ରାଉତ । ପରିବାଶ ନେଇ ଶିକ୍ଷା ଦେଉଦେଉ ପରିବେଶ ପ୍ରତି ଆକୃଷ୍ଟ ହେଲେ । ୨୦୦୭ରୁ ଆରମ୍ଭ କଲେ ବୃକ୍ଷରୋପଣ କାର୍ଯ୍ୟ । ବର୍ତ୍ତମାନସୁଦ୍ଧା ୧୩ଟି ପାହାଡରେ ଗଛ ଲଗାଇବା ସହିତ ବଣ ସୃଷ୍ଟି କରିପାରିଛନ୍ତି ସୁଧିର । ଏହାସହ ରାସ୍ତାଘାଟ, ସ୍କୁଲ କଲେଜରେ ବୃକ୍ଷ ରୋପଣ କରିଆସୁଛନ୍ତି ।

ବଞ୍ଜର ପାହାଡରେ ହଜାର ହଜାର ଗଛ ସହିତ ବଣ ସୃଷ୍ଟି କରିପାରିଛନ୍ତି ସୁଧିର । ନିଜସ୍ବ ଆୟରୁ ଟଙ୍କା ଖର୍ଚ୍ଚ କରି ପରିବେଶକୁ ସୁରକ୍ଷା କରିଆସୁଛନ୍ତି । ଜିଲ୍ଲାର ଚିକିଟି, ପାତ୍ରପୁର, ଦିଗପହଣ୍ଡିର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଚାରା ଲଗାଇବା ସହିତ ସବୁଜ ବିପ୍ଳବର ଆହ୍ୱାନ ଦେଇଛନ୍ତି । ଆଗାମୀ ଯୁବପିଢିଙ୍କ ପାଇଁ ପରିବେଶ ବିପଦର ଆହ୍ୱାନ ଦେଇଛି ।

କୂଅରେ ପଡ଼ି ଯୁବକଙ୍କ ମୃତ୍ୟୁ

0

କେନ୍ଦୁଝର: ରାମଚନ୍ଦ୍ରପୁର ଥାନା ଗଡ଼ବାନ୍ଧଗୋଡା ସାପୁଆ ସାହିରେ ଅଭାବନୀୟ ଘଟଣା । ଅପରାହ୍ଣ ୪ଟାରେ ନିକଟସ୍ଥ ପଦନପୁର ଗାଁର ମହେନ୍ଦ୍ର ଖଟୁଆ କୈଣସି କାମରେ ଯାଇଥିବାବେଳେ ତାଙ୍କ ସହ ଅଘଟଣ ଘଟିଛି । କୌଣସି କାରଣରୁ କୂଅଁରେ ପଡ଼ିଯାଇଥିଲେ ମହେନ୍ଦ୍ର । ତେବେ ସ୍ଥାନୀୟ ଲୋକମାନେ ମହେନ୍ଦ୍ର କୂଅଁରେ ପଡିଥିବା ଦେଖି ଘସିପୁରା ଅଗ୍ନିସମ ବିଭାଗକୁ ଖବର ଦେଇଥିଲେ ଖବର ପାଇଁ ଅଗ୍ନିଶମ ବିଭାଗ ତାଙ୍କୁ ପାଣିରୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ । ମେଡିକାଲରେ ଭର୍ତ୍ତିକରି ଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ମମିତା ହତ୍ୟା ମାମଲାରେ ଉତ୍ତରାଞ୍ଚଳ ଡିଆଇଜିଙ୍କ ପ୍ରେସମିଟ୍: ସତ ଲୁଚାଇବାକୁ ଏଭଳି କରିଥିଲା ଗୋବିନ୍ଦ

 

 

୨୭ ତାରିଖରେ ହେବ ମହାପ୍ରଭୁଙ୍କ ‘ବନକଲାଗି’ ନୀତି

0

ପୁରୀ: ଆସନ୍ତା ୨୭ତାରିଖ ବୁଧବାର କାର୍ତ୍ତିକ କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀଜୀଉ ମାନଙ୍କ ‘ବନକଲାଗି’ ବା’ଶ୍ରୀମୁଖ ସିଂହାର’ ନୀତି ଅନୁଷ୍ଠିତ ହେବ । ଏଣୁ ବୁଧବାର ଅପରାହ୍ନ୪ଘଣ୍ଟା ଠାରୁ ଶ୍ରୀଜୀଉଙ୍କ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ । ଦତ୍ତ ମହାପାତ୍ର ସେବକ ମାନଙ୍କ ଦ୍ୱାରା ଏହି ଗୁପ୍ତ ନୀତି ସମ୍ପାଦନ କରାଯିବାକୁ ଥିବାବେଳେ ପ୍ରାୟ ୩ରୁ ୪ ଘଣ୍ଟା ସମୟ ଲାଗୁଥିବାରୁ ସେହି ସମୟ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ।

ଏଥିସହିତ ପଢ଼ନ୍ତୁ: ୩ ଓଡ଼ିଆ ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର: ନିର୍ମାତା, ନିର୍ଦ୍ଦେଶକ ଓ କଳାକାରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ମେସେଜ୍ କଲେ ଫେରିପାଇବେ ଚୋରି ହୋଇଥିବା ମୋବାଇଲ୍: ହ୍ୱାଟସ୍‌ଆପ ନମ୍ୱର ଜାରି କଲା ପୋଲିସ

ଭୁବନେଶ୍ୱର: ଶହୀଦନଗର ଥାନାରେ ମୋବାଇଲ ମେଳା । ଚୋରି ମୋବାଇଲ ଫେରାଇଲା ପୋଲିସ । ଚୋରି ହୋଇଥିବା ୪୦ ଜଣଙ୍କୁ ମୋବାଇଲ ଫେରାଇଛି ପୋଲିସ । ଚୋରି ହୋଇଥିବା ମୋବାଇଲ କେବେ ପାଇବା ନେଇ ଆଶା ରଖି ନଥିଲେ । ଚୋରି ହେବାର ଏକ ବର୍ଷ ପରେ ମୋବାଇଲ ପାଇ ଲୋକ ମାନେ ଖୁସି ଜାହିର କରିବା ସହିତ ପୋଲିସଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମୋବାଇଲ ଧରିବାରେ ଶହୀଦନଗର ଥାନାର ପିଓପିଡି ଟିମର ଭୂମିକା ରହିଛି । ଭୁବନେଶ୍ବରରେ ବିଭିନ୍ନ ସମୟରେ ଲୋକମାନଙ୍କ ରାସ୍ତାରେ ହେଉ ଅବା ମର୍ଣ୍ଣିଂ ୱାର୍କ କରୁଥିବାବେଳେ ମୋବାଇଲ୍ ଲୁଟେରାମାନେ ସ୍ପିଡ ବାଇକରେ ଆସି ଝାମ୍ପି ନେଇଥିଲେ । ଗତ ସପ୍ତାହରେ ଭୁବନେଶ୍ୱରରେ ୩ ଜଣିଆ ମୁକ ବଧିର ଅଭିନୟ କରୁଥିବା ତାମିଲ ଗ୍ୟାଙ୍ଗକୁ ଧରିଥିଲା ପୋଲିସ । ସେମାନଙ୍କ ଠାରୁ ୪୦ ମୋବାଇଲ ଜବତ କରିଥିଲା ।

ସେପେଟେ ବିଭିନ୍ନ ଥାନା ଅଞ୍ଚଳରୁ ଚୋରି ହୋଇଥିବା ୫ ଶହ ମୋବାଇଲ ଜବତ କରିଛି ପୋଲିସ । ମୋବାଇଲ ପାଇବା ପାଇଁ ପୂର୍ବରୁ ଷ୍ଟ୍ରିଟ କ୍ରାଇମ ପାଇଁ ଜାରି ହୋଇଥିବା ମୋବାଇଲ ହ୍ୱାଟସ୍ଆପ୍ ନମ୍ବର ୭୦୭୭୭୯୮୧୧୧ ଜାରି କରିଛି ପୋଲିସ । ସମ୍ପୃକ୍ତ ନମ୍ବରରେ ଲୋକମାନେ ମୋବାଇଲ ନମ୍ବର ଓ ଆଇଏମଇ ନମ୍ବର ହ୍ୱାଟସ୍ଆପ୍ କରନ୍ତୁ ବୋଲି ଡିସିପି ଅପିଲ କରିଛନ୍ତି ।

ସଂରକ୍ଷଣ ବିବାଦ ଯୋଗୁଁ ନିଟ୍ ପିଜି କାଉନସିଲିଂକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  ନିଟ୍‌ ପିଜି କାଉନସିଲିଂକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ । ସଂରକ୍ଷଣକୁ ନେଇ ବିବାଦ ଥିବାରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସର୍ବୋଚ୍ଚ ଅଦାଲତ । ଇଡବ୍ଲୁସି ଶ୍ରେଣୀର ଆୟ ଧାର୍ଯ୍ୟକୁ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି କୋର୍ଟ । ପୂର୍ବରୁ ଏହି ପ୍ରସଙ୍ଗରେ ତାମିଲନାଡୁ ସରକାର ମଧ୍ୟ ଓଡ଼ିଶା ସରକାରଙ୍କ ସମର୍ଥନ ଲୋଡିଥିଲେ । ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ୨୮ ତାରିଖରେ ହେବ ।

ନିଟ୍ ପିଜି କାଉନସିଲିଂ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ । ସଂରକ୍ଷଣ ବିବାଦ ସମାଧାନ ନହେବା ପର୍ଯ୍ୟନ୍ତ କାଉନସିଲିଂ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଓବିସି ଓ ଇଡବ୍ଲୁସି ସଂରକ୍ଷଣ ବୈଧତାକୁ ନେଇ ସର୍ବୋଚ୍ଚ କୋର୍ଟ ପ୍ରଶ୍ନ ଉଠାଇଛନ୍ତି । ସର୍ବଭାରତୀୟ କୋଟାରେ ଏହି ସଂରକ୍ଷଣ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର । ପିଜି ଆଡମିସନ୍ କରିବା ପାଇଁ ଇଡବ୍ଲୁସିକୁ ସଂରକ୍ଷଣ ମିଳିବ କି ନାହିଁ କୋର୍ଟ ବିଚାର କରୁଛନ୍ତି । କେନ୍ଦ୍ର ସରକାର ଇଡବ୍ଲୁସିର ଆୟ ସୀମା ୮ ଲକ୍ଷ ଟଙ୍କା ରଖିଥିବା ବେଳେ ଏହା ଉପରେ କୋର୍ଟ ପ୍ରଶ୍ନ ଉଠାଇଛନ୍ତି । କେଉଁ ଆଧାରରେ ଆୟସୀମା ଆଠ ଲକ୍ଷ ଟଙ୍କା ଧାର୍ଯ୍ୟ କରାଗଲା ? ଏହାର ବୈଧତାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କୋର୍ଟ । ଆଗକୁ ଏହି ଆୟସୀମା କମାଇବାକୁ ଲକ୍ଷ୍ୟ ରଖିଛନ୍ତି କି ସରକାର ? ଆସନ୍ତା ୨୮ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ । ନିଟ୍ ମାଧ୍ୟମରେ ହେବାକୁ ଥିବା ମେଡିକାଲ ଆଡମିଶନରେ ଓବିସିଙ୍କ ପାଇଁ ୨୭ ପ୍ରତିଶତ ଏବଂ ଇଡବ୍ଲୁସିଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ସରକାରଙ୍କ ନିଷ୍ପତ୍ତିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ସ୍ପଷ୍ଟ କରିଥିବା ବେଳେ ଏଥିରେ ସାମ୍ବିଧାନିକ ମୁଲ୍ୟବୋଧକୁ ନଜରରେ ରଖି ନିଷ୍ପତ୍ତି ନିଆଯାଇଛି ନା ନାହିଁ ତାହା ଜାଣିବାକୁ ଚାହିଁଛନ୍ତି କୋର୍ଟ । ଏପଟେ କାଉନସିଲିଂ ବିଳମ୍ବ ହେଲେ ଛାତ୍ରଛାତ୍ରୀଙ୍କ ଉପରେ ଗଭୀର ପ୍ରଭାବ ପଡିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷ ରଖିଛନ୍ତି ଓକିଲ ।

ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟକୁ ବିରୋଧ କରିଆସୁଛି ତାମିଲନାଡୁ । ଓଡ଼ିଶା ସରକାର ମଧ୍ୟ ପରୀକ୍ଷା ପ୍ରଣାଳିରେ ପରିବର୍ତ୍ତନ ପାଇଁ ଅନେକ ଥର କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନର ବ୍ୟବସ୍ଥା ଧନୀ ଓ ସମ୍ପ୍ରାନ୍ତ ଶ୍ରେଣୀର ପିଲାଙ୍କୁ ସୁହାଉଛି । ରାଜ୍ୟ ବୋର୍ଡରେ ପଢୁଥିବା ପିଲାଙ୍କ ଅପେକ୍ଷା ସିବିଏସଇ ଛାତ୍ରଛାତ୍ରୀଙ୍କୁ ଏହି ପରୀକ୍ଷା ସୁହାଉଛି । ତେଣୁ ଏହା ବିରୋଧରେ ବିଭିନ୍ନ ରାଜ୍ୟ ସରକାର ମାନଙ୍କ ସହଯୋଗ ଲୋଡୁଛନ୍ତି ତାମିଲନାଡୁ ସରକାର । ସର୍ବ ଭାରତୀୟ ମେଡିକାଲ ପରୀକ୍ଷା ନିଟରେ ଗ୍ରାମାଞ୍ଚଳ ଓ ଗରିବ ପରିବାରର ଛାତ୍ରଛାତ୍ରୀ ସାମ୍ନା କରୁଥିବା ସମସ୍ୟା ବାବଦରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ ମାଗିଛନ୍ତି । ଏହି ପରୀକ୍ଷାକୁ ଇନକ୍ଲୁସିଭ କରିବା ପାଇଁ ଅର୍ଥାତ ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ଦିଗରେ ଓଡିଶା ସରକାରଙ୍କ ସମର୍ଥନ ଲୋଡିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ନିଟ ସମେତ ଆଇଆଇଟି ଏବଂ ୟୁପିଏସସି ଭଳି ସର୍ବଭାରତୀୟ ପରୀକ୍ଷାରେ ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ ।

ମମିତା ହତ୍ୟା ମାମଲାରେ ଉତ୍ତରାଞ୍ଚଳ ଡିଆଇଜିଙ୍କ ପ୍ରେସମିଟ୍: ସତ ଲୁଚାଇବାକୁ ଏଭଳି କରିଥିଲା ଗୋବିନ୍ଦ

ବଲାଙ୍ଗୀର: ଗୁମର ଖୋଲିଲା ଗୋବିନ୍ଦ, ଏବେ ରହସ୍ୟ ଉପରୁ ପରଦା ହଟାଇବ ରାଧେ। ମମିତା ହତ୍ୟା ମାମଲାରେ ଗୋବିନ୍ଦ ପରେ ରାଧେକୁ ରିମାଣ୍ଡରେ ନେଇପାରେ ପୋଲିସ। ଏଥିସହ ଜବତ ହୋଇଥିବା ସମସ୍ତ ଜିନିଷକୁ ଫରେନ୍‌ସିକ ଯାଞ୍ଚ ପାଇଁ ପଠାଯିବ ବୋଲି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର କହିଛନ୍ତି। ରିମାଣ୍ଡ ବେଳେ ମମିତା ହତ୍ୟା ମାମଲାର ସତ ଉଗାରିଛି ଗୋବିନ୍ଦ ସାହୁ। ଅପରାଧ ସ୍ୱୀକାର କରିବା ସହ ନିଜ ମୁହଁରେ କହିଛି ଷଡ଼ଯନ୍ତ୍ରର ସତ । ମମିତାଙ୍କୁ ହତ୍ୟା ଓ ପ୍ରମାଣ ନଷ୍ଟ କରିବାରେ ଗୋବିନ୍ଦକୁ ସହଯୋଗ କରିଥିଲା ଡ୍ରାଇଭର ରାଧେଶ୍ୟାମ। ଆବଶ୍ୟକ ପଡ଼ିଲେ ଡ୍ରାଇଭର ରାଧେକୁ ରିମାଣ୍ଡରେ ଆଣାଯିବ। ମମିତାଙ୍କୁ ହତ୍ୟା ପରେ ତାଙ୍କ ମୋବାଇଲ୍‌ ଜଳାଇ ଦେଇଥିବା ଅଭିଯୁକ୍ତ ଗୋବିନ୍ଦ କହିଛି ।

ତଦନ୍ତ ବେଳେ ଘଟଣାସ୍ଥଳରୁ ପୋଡ଼ା ପ୍ଲାଷ୍ଟିକ ଜିନିଷ ମିଳିଛି। ତାହା ଫୋନ୍ ହୋଇ ଥାଇପାରେ ବୋଲି ଡିଆଇଜି କହିଛନ୍ତି। ଜବତ ଜିନିଷ ସବୁକୁ ଫରେନ୍‌ସିକ୍‌ ଟେଷ୍ଟ ପାଇଁ ପଠାଯାଇଛି। ରିପୋର୍ଟ ଆସିଲେ ସବୁ ସ୍ପଷ୍ଟ ହେବ। ତଦନ୍ତ ବେଳେ ଦୁଇଟି ବ୍ୟାଗ ମଧ୍ୟ ପୋଲିସର ହସ୍ତଗତ ହୋଇଛି । ମମିତାଙ୍କୁ ପୋଡ଼ା ଯାଇଥିବା ଜାଗାରୁ ଗୋଟିଏ ଓ ଅନ୍ୟଟି ରାଧେର ଘରୁ ମିଳିଥିଲା। ପୋଡ଼ା ଜାଗାରୁ ମିଳିଥିବା ବ୍ୟାଗ ମମିତାଙ୍କ ପରିବାର ଚିହ୍ନିଛନ୍ତି। ତେବେ ଡ୍ରାଇଭର ରାଧେ ଘରୁ ମିଳିଥିବା ବ୍ୟାଗ ଚିହ୍ନଟ ହୋଇପାରିନି। ମୃତଦେହର ଡିଏନଏ ଟେଷ୍ଟ ପାଇଁ ଲାବରେଟୋରୀ ପଠାଯାଇଛି। ଅଟକ ବେଳେ ଗୋବିନ୍ଦଠାରୁ ୨ ଓ ଗିରଫ ବେଳେ ଗୋଟିଏ ମୋବାଇଲ ଜବତ ହୋଇଥିବା ଡିଆଇଜି କହିଛନ୍ତି ।

କଟକକୁ ମିଳିଲାନି IPL ଫ୍ରାଞ୍ଚାଇଜ, ନୂଆ ଟିମ ଭାବେ ସାମିଲ ହେବ ଅହମଦାବାଦ ଓ ଲକ୍ଷ୍ନୌ

ନୂଆଦିଲ୍ଲା: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲା ଆଉ ୨ଟି ନୂଆ ଟିମ । ଏହି ଦୁଇଟି ଟିମ ହେଉଛନ୍ତି ଅହମ୍ମଦାବାଦ ଏବଂ ଲକ୍ଷ୍ନୌ । ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ଉଭୟ ଦଳ । ଏ ନେଇ ଆଜି ହୋଇଥିବା ନିଲାମୀ ପ୍ରକ୍ରିୟାରେ ନିଷ୍ପତ୍ତି ନିଆଯାଇଛି ।  ଅହମ୍ମଦାବାଦକୁ ସିଭିସି କ୍ୟାପିଟାଲ କିଣିଥିବାବେଳେ ଲକ୍ଷ୍ନୌକୁ କିଣିଲା ଆରପିଏସଜି । ତେବେ କଟକକୁ ମିଳିଲାନି ଆଇପିଏଲ ଫ୍ରାଞ୍ଚାଇଜ ।

ସ୍ତ୍ରୀକୁ ପୁରୁଷ ଡାକ୍ତର କରୋନା ଟିକା ଦେବାରୁ, ରାଗରେ ରାଜ୍ୟପାଳଙ୍କୁ ଚାପୁଡ଼ା ମାରିଲେ ବ୍ୟକ୍ତି

ପୁରୁଷ ଡାକ୍ତରଙ୍କ ଦ୍ୱାରା ସ୍ତ୍ରୀଙ୍କୁ କରୋନା ଭ୍ୟାକ୍ସିନ୍‌ ଲଗାଯିବାକୁ ନେଇ ଇରାନରେ ଜଣେ ବ୍ୟକ୍ତି ଖୁବ୍‌ ରାଗି ଯାଇଥିଲେ, ଯାହାର ଫଳସ୍ୱରୂପ ସେ ରାଜ୍ୟପାଳଙ୍କୁ ଶକ୍ତ ଚାପୁଡ଼ା ପକାଇବାକୁ ବି ପଛାଇ ନ ଥିଲେ। ସେ ରାଜ୍ୟପାଳଙ୍କୁ ସର୍ବ ସମ୍ମୁଖରେ ଏକ ଜୋରଦାର ଚାପୁଡ଼ା ମାରିଥିଲେ। ଖବରରୁ ଜଣାପଡ଼ିଛି ଯେ, ଅବେଦିନ ଖୋର୍‌ରମ ପୂର୍ବ ଅଜରବୈଜାନ ଅଞ୍ଚଳର ରାଜ୍ୟପାଳ। ସେ ଏକ କାର୍ଯ୍ୟକ୍ରମରେ ନିଜର ସମ୍ବୋଧନ ଦେଉଥିବା ବେଳେ ହଠାତ୍‌ ଜଣେ ବ୍ୟକ୍ତି ମଞ୍ଚ ଉପରକୁ ଉଠି ଆସି ତାଙ୍କୁ ଜୋର୍‌ରେ ଚାପୁଡ଼ା ମାରିଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ସୂଚନା ରହିଛି, କିଛିଦିନ ତଳେ ଅବେଦିନ ଖୋର୍‌ରମ ଏକ ସମାରୋହରେ ଉଦ୍‌ଘାଟନୀ ଭାଷଣ ଦେବା ଲାଗି ପୋଡିୟମ୍‌ରେ ଛିଡ଼ା ହୋଇ କିଛି କହୁଥିଲେ। ଏତିକି ବେଳେ ଜଣେ ବ୍ୟକ୍ତି ରାଗ ସ୍ୱଭାଗରେ ମଞ୍ଚ ଉପରକୁ ଆସିଥିଲେ ଏବଂ ରାଜ୍ୟପାଳଙ୍କୁ ଚାପୁଡ଼ା ପକାଇଥିଲେ। କେହି କିଛି ଭାବିବା ପୂର୍ବରୁ ସେ ରାଜ୍ୟପାଳଙ୍କ ଆଡ଼କୁ ମାଡ଼ି ଯାଇଥିଲେ। ଠିକ୍‌ ଏତିକି ବେଳେ ସୁରକ୍ଷାକର୍ମୀ ସେଠାରେ ପହଞ୍ଚି ଯାଇଥିଲେ ଏବଂ ତାଙ୍କୁ ମଞ୍ଚରୁ ଟାଣି ଟାଣି ନେଇଥିଲେ। ତେବେ ଚାପୁଡ଼ା ମାରିଥିବା ବ୍ୟକ୍ତିଙ୍କୁ ନେଇ ଏହା ଜଣାପଡ଼ିଛି କି, ସେ ପୂର୍ବରୁ ସଶସ୍ତ୍ର ବଳର ଜଣେ ସଦସ୍ୟ ଥିଲେ। ବର୍ତ୍ତମାନ ସେ ସ୍ଥାନୀୟ ନେତା ଭାବେ ପରିଚିତ ଅଛନ୍ତି। ପୋଲିସ ହେପାଜତରେ ଥିବା ବେଳେ ସେ କହିଛନ୍ତି କି, ତାଙ୍କ ସ୍ତ୍ରୀଙ୍କୁ ପୁରୁଷ ଡାକ୍ତରଙ୍କ ଦ୍ୱାରା କରୋନା ଭ୍ୟାକ୍ସିନ୍‌ ଡୋଜ୍‌ ଲଗା ଯାଇଥିଲା, ଯାହାକୁ ନେଇ ସେ ଖୁବ୍‌ ରାଗି ଯାଇଥିଲେ।

ବର୍ତ୍ତମାନ ଯେଉଁ ଭିଡିଓ ସାମ୍ନାକୁ ଆସିଛି, ସେଥିରେ ଦେଖିବାକୁ ମିଳୁଛି ଯେ ଚାପୁଡ଼ା ମାରିବା ସମୟରେ ରାଜ୍ୟପାଳ ସେହି ବ୍ୟକ୍ତିଙ୍କୁ ରୋକିବା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି। ସେହି ସମୟରେ ପୋଲିସକର୍ମୀ ପହଞ୍ଚି ବ୍ୟକ୍ତିଙ୍କୁ ଧରି ନେଉଛନ୍ତି। ସୂଚନାଥାଉ କି, ବ୍ୟକ୍ତିଙ୍କ ରାଗର ଶିକାର ହୋଇଥିବା ରାଜ୍ୟପାଳ ଅବେଦିନ ଖୋର୍‌ରମ ଅତୀତରେ ଇରାନର Islamic Revolutionary Guardର ପ୍ରାନ୍ତୀୟ କମାଣ୍ଡର ଥିଲେ। ଖୋର୍‌ରମ ରାଜ୍ୟପାଳ ହେବା ପୂର୍ବରୁ ବିଦ୍ରୋହୀ ବଳ ତାଙ୍କୁ ଅପହରଣ କରି ନେଇଥିଲା।