spot_img
Home Blog Page 5042

ସ୍ତ୍ରୀର ଦାମ୍ ଲକ୍ଷେ ୮୦ ହଜାର, ଫୋନ୍ ପାଇଁ ବିକିଦେଲା ସ୍ୱାମୀ

ନନ୍ଦିଘୋଷ ବ୍ୟୁରୋ: ସ୍ତ୍ରୀର ଦାମ୍ ଲକ୍ଷେ ୮୦ ହଜାର  ।  ବୟସ ଛୋଟ , କାଣ୍ଡ ବଡ଼  ।  ୧୭ ବର୍ଷିଆ ସ୍ମାମୀର ସାଙ୍ଘାତିକ ଷଡ଼ଯନ୍ତ୍ର  ।  ଫେସବୁକରେ ପ୍ରେମ କଲେ  । ମଣ୍ଡପରେ ବାହା ହେଲେ  ।  ସ୍ମାର୍ଟ ଫୋନ ପାଇଁ ସ୍ମାର୍ଟ ସ୍ୱାମୀର ସ୍ମାର୍ଟ ଷଡ଼ଯନ୍ତ୍ର  ।   ପ୍ରେମିକାରୁ ପତ୍ନୀ କଲା  । ସାତ ଜନ୍ମକୁ ସାକ୍ଷୀ ରଖି ସାଥି କଲା  । ବିବାହର ଦୁଇ ମାସ ପରେ ରାଜସ୍ଥାନ ଚାଲିଗଲେ ଭଉୟେ  । ପ୍ରଥମେ ହାଇଦ୍ରାବାଦ ଏବଂ ପରେ ରାଜସ୍ଥାନର ମଞ୍ଜୁଲା ଗାଁର ଏକ ଇଟାଭାଟିରେ କାମ କରିବାକୁ ବାହାରି ପଡ଼ିଥିଲେ ପତ୍ନୀ-ପତି  । ସେଠାରେ ଦୀର୍ଘ ଦିନ ରହିଥିଲେ  । ଏକାଠି ଖାଉଥିଲେ, ଦୁହେଁ ଦୁହିଁଙ୍କ କଥା ବୁଝୁଥିଲେ  । କିନ୍ତୁ ସ୍ମାର୍ଟ ଫୋନ କିଣିବାର ନିଶା ଆଗରେ, ପତ୍ନୀର ପୀରତି ପର ହୋଇଯାଇଥିଲା  । ନିଜ ପତ୍ନୀକୁ ରାଜସ୍ଥାନର ଜଣେ ବ୍ୟକ୍ତିକୁ ବିକିବା ନେଇ ମୁଲଚାଲ କରିଥିଲା  । ଆଉ ଶେଷରେ ଟଙ୍କା ଛିଣ୍ଡିଥିଲା ଲକ୍ଷେ ୮୦ ହଜାର  ।

ବଲାଙ୍ଗୀର ଜିଲ୍ଲା ବେଲପଡା ଥାନାର ଅନ୍ତର୍ଗତ ସୁଲେକେଲା ଗାଁର ଏହି ଘଟଣା । ଗାଁର ସରୋଜ ରଣା ତିନି ମାସ ତଳେ ସଇଁତଳା ଥାନା ଅଂଚଳର ଜଣେ ଯୁବତୀଙ୍କୁ ଜୁଲାଇ ମାସରେ ବିବାହ କରିଥିଲେ । ପରେ ଦୁହେଁ ପାରମ୍ପରିକ ରୀତିନୀତି ଅନୁସାରେ ବିବାହ କରିଥିଲେ। ଆଉ ବିବାହର ତିନି ମାସ ପରେ କାମ ପାଇଁ ବାହାର ରାଜ୍ୟକୁ ଯାଇଥିଲେ  । ରାଜସ୍ଥାନର ମଞ୍ଜୁଲା ଗାଁରେ କାମ ପତ୍ନୀକୁ ନେଇ କାମ କରୁଥିବା ସ୍ୱାମୀ ସରୋଜ ଦଲାଲ ସାହାଯ୍ୟରେ  ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ନଜ ସ୍ତ୍ରୀକୁ ବିକିବାକୁ ମୂଲଚାଲ କରିଥିଲେ  । ଏକ ଲକ୍ଷ ୮୦ହଜାର ଟଙ୍କାରେ  ।  ପରେ ଯୁବକ ଧୁମ ବୁଲାବୁଲି କରିଥିଲେ  । ଯାହା ମନ ହେଉଥିଲା କିଣୁଥିଲେ  । ଏମିତିକି ଗୋଟେ ସ୍ମାର୍ଟ ପୋନ ମଧ୍ୟ କିଣିଥିଲେ  । ଆଉ ନିଜ ଉପାର୍ଜିତ ଅର୍ଥ କହି ବାପାକୁ ମଧ୍ୟ ବୁଲାଇ ନେଇଥିଲେ  ।

ତେବେ ଏଇଠି ଅଟକିନଥିଲା ସରୋଜର ପ୍ନାନ  ।  ବିକ୍ରି କରିବାର କିଛି ଦିନ ପରେ ସରୋଜ ନିଜ ଆଡୁ ଶ୍ୱଶୂର ଘରକୁ ଫୋନ କରିଥିଲା  । ଏବଂ ତାଙ୍କ ଝିଅ ଅନ୍ୟଜଣେ ଯୁବକ ସହ ଫେରାର ହୋଇ ଯାଇଥିବା କହିଥିଲା । କିନ୍ତୁ ଏକଥାକୁ ବିଶ୍ୱାସ କରିନଥିଲେ ଶ୍ୱଶୂର ଘର  । ବେଲପଡା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ପରେ ଯୁବକର କଥାରୁ କିଛି ଆଭାସ ପାଇଥିବା ପୋଲିସ ଆରମ୍ଭ କରିଥିଲା ତଦନ୍ତ  ।  ରାଜସ୍ଥାନର ଉକ୍ତ ଅଞ୍ଚଳ ଗସ୍ତ କରିଥିଲା ବଲାଙ୍ଗୀର ପୋଲିସର ଏକ ଟିମ  । ରାଜସ୍ଥାନ ପୋଲିସ ସାହାର୍ଯ୍ୟରେ ସେହି ୫୫ ବର୍ଷୀୟ ବ୍ୟକ୍ତିଙ୍କ ଘରେ ପହଁଚିଥିଲା ବଲାଙ୍ଗୀର ପୋଲିସ  । ଲକ୍ଷାଧିକ ଟଙ୍କା ଦେଇ ମହିଳାଙ୍କୁ କିଣିଥିବା ଦାବି କରିଥିଲା ବୟସ୍କ ବ୍ୟକ୍ତି  । କିନ୍ତୁ ମହିଳା ଜଣଙ୍କ ବଖାଣିଥିଲେ ସ୍ୱାମୀର ସବୁ ଷଡଯନ୍ତ୍ର  ।

T20 ବିଶ୍ୱକପ୍: ପାକିସ୍ତାନ ବିପକ୍ଷରେ କ’ଣ ହେବ ଭାରତର ଚୂଡ଼ାନ୍ତ ଏକାଦଶ ?

ଆବୁଧାବି: କମୁଛି ସମୟ, ବଢ଼ୁଛି ଉତ୍କଣ୍ଠା । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ରବିବାର ସନ୍ଧ୍ୟାରେ ଦୁବାଇରେ ମୁହାଁମୁହିଁ ହେବେ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ । ପାକିସ୍ତାନ ମ୍ୟାଚ ପାଇଁ ୧୨ ଜଣିଆ ଦଳ ଘୋଷଣା କରିଥିବା ବେଳେ ଭାରତୀୟ ଦଳର କ୍ୟାପଟେନ କୋହଲି କହିଛନ୍ତି ଆମର ସମ୍ପୂର୍ଣ୍ଣ ଫୋକସ୍ ମ୍ୟାଚ୍ ଉପରେ ରହିଛି । ଆମେ ଭଲ ଖେଳିବୁ ।

ଏଥିସହ ପଢ଼ନ୍ତୁ: T20 ବିଶ୍ୱକପ୍: ଭାରତ ବିପକ୍ଷରେ ଦଳ ଘୋଷଣା କଲା ପାକିସ୍ତାନ

ମୁକାବିଲାର ୨୪ ଘଣ୍ଟା ପୂର୍ବରୁ ପାକିସ୍ତାନ ଦଳ ଘୋଷଣା କରିଥିବା ବେଳେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି କହିଛନ୍ତି ଦଳ ମ୍ୟାଚ୍ ବେଳେ ପ୍ଲେଇଂ ଇଲେଭେନ ଘୋଷଣା କରିବ । ଦଳ ପାଖରେ ଭଲ ଖେଳାଳି ଥିବା କହିଛନ୍ତି ବିରାଟ ।

ଏଥିସହ ପଢ଼ନ୍ତୁ: T20 ବିଶ୍ୱକପ୍: ପାକିସ୍ତାନ ବିପକ୍ଷ ମୁକାବିଲା ପୂର୍ବରୁ ଅଭ୍ୟାସରେ ବ୍ୟସ୍ତ ଭାରତ, ମେଣ୍ଟର ଭୂମିକାରେ ଧୋନି

ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଦଳ ଚିନ୍ତିତ ନଥିବା କହିଛନ୍ତି କୋହଲି । ପାଣ୍ଡ୍ୟା ଏବେ ସୁସ୍ଥ ଥିବା ବିରାଟ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ହାର୍ଦ୍ଦିକ ପାଣ୍ଡ୍ୟା ଦୀର୍ଘ ଦିନରୁ ବୋଲିଂ କରୁନାହାଁନ୍ତି । ଆଘାତ ପରେ ଆଇପିଏଲକୁ ଫେରିଥିବା ପାଣ୍ଡ୍ୟା ବୋଲିଂ କରିନଥିଲେ । ପାଣ୍ଡ୍ୟା ବୋଲିଂ କରୁନଥିବାରୁ ଦଳରେ ସ୍ଥାନ ପାଇଥିଲେ ଶାର୍ଦ୍ଦୁଲ ଠାକୁର ।

ସ୍ବରା କହିଲେ ହିନ୍ଦୁ ବୋଲି ମୁଁ ଲଜ୍ଜିତ: ଲୋକେ କହିଲେ ହିନ୍ଦୁ ଧର୍ମ ଛାଡ଼ିଦିଅ

ଗୁରୁଗ୍ରାମ: ସୋସିଆଲ ମିଡ଼ିଆରେ ପୁଣି ଟ୍ରୋଲ ହେଉଛନ୍ତି ସ୍ବରା ଭାସ୍କର । ହିନ୍ଦୁ ଧର୍ମ ବିରୋଧରେ କରିଥିବା ବିବାଦୀୟ ପୋଷ୍ଟକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ଖପ୍ପା । ଟ୍ରୋଲ କରି କହିଲେ ହିନ୍ଦୁ ଧର୍ମ ଛାଡ଼ିଦିଅ । ଗୁରୁଗ୍ରାମର ଏକ ଭାଇରାଲ ଭିଡିଓକୁ ନେଇ ସ୍ବରା ପୋଷ୍ଟ କରି ହିନ୍ଦୁ ବୋଲି ଲଜ୍ଜିତ ଲେଖିଥିଲେ ।

ସୂଚନାଯୋଗ୍ୟ, ଗୁରୁଗ୍ରାମର ସେକ୍ଟର-ଏରେ ଏକ ସାଧାରଣ ସ୍ଥାନରେ ମୁସଲିମ ସମୁଦାୟର କିଛି ଲୋକ ନଜାମ ପଢ଼ୁଥିଲେ । ଏହି ସମୟରେ ବଜରଙ୍ଗ ଦଳର କିଛି ଲୋକ ସେଠାରେ ପହଞ୍ଚି ଜୟଶ୍ରୀ ରାମ ସ୍ଲୋଗାନ ଦେଇଥିଲେ । ଯାହାକୁ ନେଇ ସେଠାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ସ୍ବରାଙ୍କ ପୋଷ୍ଟ ପରେ ସୋସିଆଲ ମିଡ଼ିଆରେ ପ୍ଲାଟଫର୍ମରେ ସ୍ବରାଙ୍କୁ ଭୟଙ୍କର ଟ୍ରୋଲର ଶିକାର ହେବାରେ ଲାଗିଛନ୍ତି । ଏକିତିକି ବହୁ ସୋସିଆଲ ମିଡ଼ିଆ ୟୁଜର୍ସ ହିନ୍ଦୁ ଧର୍ମ ଛାଡି ଦେବାକୁ କହି ସ୍ବରାଙ୍କୁ ଟ୍ରୋଲ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ‘ଦିଦି ଏହି ଟ୍ବିଟ୍ ପାଇଁ କେତେ ମିଳିଛି ।’

ପୂର୍ବରୁ ଆଫଗାନୀସ୍ତାନରେ ତାଲିବାନ ଶାସନ ଫେରିବା ପରେ ହିନ୍ଦୁତ୍ବକୁ ନେଇ ଟ୍ବିଟ୍ କରି ଭୟଙ୍କର ଟ୍ରୋଲର ସମ୍ମୁଖୀନ ହୋଇଥିଲେ ସ୍ବରା ।

ଭ୍ୟାନିଟରେ ଅଛି ଦୁଇ ହଳ ନୂଆ ଲେଡ଼ିଜ୍ ଡ୍ରେସ୍, ମୋବାଇଲ ଚାର୍ଜର

ଭୁବନେଶ୍ୱର: ଅଭିଯୁକ୍ତ ଗୋବିନ୍ଦର ଡ୍ରାଇଭର ରାଧେ ଘରୁ ମିଳିଥିବା ଭ୍ୟାନିଟ ବ୍ୟାଗ ମମିତାଙ୍କ ନୁହଁ । ଏହା ଆଉ କାହାର ବ୍ୟାଗ ବୋଲି କହିଛନ୍ତି ମୃତ ମମିତାଙ୍କ ପରିବାର ଲୋକେ । ଗୋବିନ୍ଦ ବ୍ୟାଗଟି ରାଧେକୁ ରଖିବାକୁ ଦେଇଥିବା ସୂଚନା ଦେଇଛନ୍ତି ପରିବାର । ରାଧେର ସ୍ତ୍ରୀ ଏହି ଭ୍ୟାନିଟ ବ୍ୟାଗଟି ଗତକାଲି ପୋଲିସକୁ ଦେଇଥିଲେ ।

ମିଳିଥିବା ସୂଚନା ମୁତାବକ ଭ୍ୟାନିଟିରେ ୨ହଳ ନୂଆ ଲେଡିଜ୍ ପୋଷାକ ଥିଲା । ଗତକାଲି ରାଧେ ଘରୁ ଏହି ବ୍ୟାଗ ସହ ମେଡିସିନ ଓ ଏକ ମୋବାଇଲ ଚାର୍ଜର ଜବତ କରିଥିଲା ପୋଲିସ । ସେପଟେ ଜବତ ହୋଇଥିବା ପାଉଁଜି ଏବଂ ସୁନାଚେନ୍ ମଧ୍ୟ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ ।

ଅନ୍ୟପଟେ ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ମମିତାଙ୍କ ପରିବାର ଲୋକେ । କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ମମିତାଙ୍କ ମାଆ, ବାପା, ଭାଇ ଓ ସମ୍ପର୍କୀୟ । ଏନେଇ ପରିବାର ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ଯଦି ଗୋବିନ୍ଦ ରାଧେକୁ ଭ୍ୟାନିଟ ଦେବାକୁ ରଖିଥିଲା  । ତେବେ ଏ ଭ୍ୟାନିଟ ବ୍ୟାଗଟି କାହାର  ।

ଟ୍ରେକିଂରେ ଯାଇଥିଲେ ୧୭ ଜଣ, ମିଳିଲା ୧୧ ଜଣଙ୍କ ମୃତଦେହ

ଉତ୍ତରାକାଶୀ: ଉତ୍ତରାଖଣ୍ଡର ୧୭ ହଜାର ଫୁଟ ଉପରେ ଥିବା ଲମଖାଗାରେ ବାୟୁସେନାର ଅପରେସନ୍ । ମିଳିଲା ୧୧ ଜଣଙ୍କ ମୃତଦେହ । ୧୪ ଅକ୍ଟୋବରରେ ପର୍ଯ୍ୟଟକ, ପୋର୍ଟର୍ସ ଓ ଗାଇଡଙ୍କ ସହ ୧୭ ଜଣ ଟ୍ରେକର୍ସ ବାହାରିଥିଲେ । ପ୍ରବଳ ବରଫ ବର୍ଷା ଓ ଖରାପ ପାଗ କାରଣରୁ ରାସ୍ତା ଭୁଲି ଯାଇଥିଲେ । ଉତ୍ତରାଖଣ୍ଡର ହର୍ଷିଲରୁ ବାହାରିଥିବା ଯାତ୍ରା ହିମାଚଳ ପ୍ରଦେଶର ଛିତକୁଲରେ ସରିଥାନ୍ତା । ଯାତ୍ରା ସରିବା ପୂର୍ବରୁ ଖସିଯାଇଛି ଆୟୁଷ । ଖରାପ ପାଗ ଯୋଗୁଁ ୧୭ ଜଣ ନିଖୋଜ ହୋଇ ଯାଇଥିଲେ ।

ଏୟାରଫୋର୍ସ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା । ଗୁରୁବାର ୧୫ ହଜାର ୭ ଶହ ଫୁଟ୍ ଉପରୁ ୪ ଜଣଙ୍କ ମୃତଦେହ ମିଳିଥିଲା । ୧୬ ହଜାର ୮ ଶହ ଫୁଟ ଉପରୁ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିଲା । ୨୨ ତାରିଖରେ ସେନା ୫ ମୃତଦେହ ସହ ଜଣଙ୍କୁ ଜୀବନ୍ତ ଭାବେ ତଳକୁ ଆଣିଥିଲା । ଆଜି ଅନ୍ୟମାନଙ୍କ ଶବ ମିଳିଛି । ଏଯାବତ୍ ୧୧ ଜଣଙ୍କ ମୃତଦେହ ମିଳିଥିବା ବେଳେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଏକ ଟ୍ରେକିଂ ଏଜେନ୍ସି ମାଧ୍ୟମରେ ଟିମ୍ ଛିତକୁଲ ବାହାରି ଥିଲା । ଏଥିପାଇଁ ଉତ୍ତରାକାଶୀ ଜିଲ୍ଲାର ବନ ବିଭାଗ ୧୩ରୁ ୨୧ ଅକ୍ଟୋବର ଯାଏ ଇନରଲାଇନ୍ ଟ୍ରେକିଂ ପାଇଁ ଅନୁମତି ମଧ୍ୟ ଦେଇଥିଲା । ତେବେ, ୧୭ରୁ ୧୯ ତାରିଖ ମଧ୍ୟରେ ଖରାପ ପାଗ ଯୋଗୁଁ ସମସ୍ତେ ରାସ୍ତା ଭୁଲି ଯାଇ ନିଖୋଜ ହୋଇ ଯାଇଥିଲେ । ୧୯ ତାରିଖରେ ସମ୍ପର୍କ ବିଚ୍ଛିନ୍ନ ପରେ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା ।

ପ୍ରେମିକାଙ୍କୁ ପତ୍ନୀ ଭାବେ ଦେଖିବାକୁ ଚାହୁଁଥିଲେ, ICUରେ କଲେ ବିବାହ

ବ୍ରିଟେନ୍: ପ୍ରେମିକାଙ୍କୁ ପତ୍ନୀ ଭାବେ ଦେଖିବାକୁ ଚାହୁଁଥିଲେ । ମୃତ୍ୟୁ ପୂର୍ବରୁ ICUରେ କଲେ ବିବାହ । ବ୍ରିଟେନରେ ଘଟିଛି ଏମିତି ଘଟଣା । ଦୁର୍ଘଟଣାରେ ଗୁରୁତର ଆହତ ପ୍ରେମିକାଙ୍କ ମୃତ୍ୟୁ ପୂର୍ବରୁ ବିବାହ କରି ତାଙ୍କ ଶେଷ ଇଚ୍ଛା ପୂରଣ କରିଛନ୍ତି ପ୍ରେମିକ ।

ଦି ସନ୍ ୟୁକେ ରିପୋର୍ଟ ଅନୁସାରେ, ୩୪ ବର୍ଷୀୟ ଜିମ୍ ମ୍ୟାନେଜର ଗ୍ରେଗ୍ ପିଟର୍ସ ୨୮ ବର୍ଷୀୟ ଏନା ଲେଗରଙ୍କୁ ବହୁତ ଭଲ ପାଉଥିଲେ । ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇ ସାରିଥିଲେ । ଉଭୟଙ୍କ ପରିବାର ଲୋକେ ମଧ୍ୟ ବିବାହ ପାଇଁ ସହମତି ପ୍ରକାଶ କରିଥିଲେ ।

ଦିନେ ଏନା ଅଫିସରୁ ଫେରୁଥିବା ବେଳେ ଏକ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା । ତାଙ୍କୁ ହସ୍ପିଟାଲରେ ICUରେ ଭର୍ତ୍ତି କରାଯାଇଥିଲା । ଗ୍ରେଗଙ୍କ ପରିବାର ଲୋକେ ବି ହସ୍ପିଟାଲରେ ଉପସ୍ଥିତ ଥିଲେ । ଏନାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ସହ ସେ କୋମାକୁ ଚାଲି ଯାଇଥିଲେ ।

ଏହା ଜାଣିବା ପରେ ଗ୍ରେଗ ବହୁତ ଚିନ୍ତିତ ହୋଇ ଯାଇଥିଲେ । ଶେଷ ଇଚ୍ଛା ପୂରଣ କରିବାକୁ ଏନାଙ୍କ ସହ ବାହାଘର ପାଇଁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ । ହେଲେ ଡାକ୍ତର ମନା କରିଦେଇଥିଲେ । ଗ୍ରେଗଙ୍କ ଭଲ ପାଇବା ଦେଖି ଡାକ୍ତର ଶେଷରେ ବିବାହ ପାଇଁ ରାଜି ହୋଇଯାଇଥିଲେ । ପରିବାର ଲୋକଙ୍କ ଉପସ୍ଥିତିରେ ଗ୍ରେଗ୍ ଏନାଙ୍କୁ ମୁଦି ପିନ୍ଧାଇ ପତ୍ନୀ ଭାବେ ଗ୍ରହଣ କରିଥିଲେ । ବିବାହାର କିଛି ସମୟ ପରେ ଏନାଙ୍କ ମୃତ୍ୟୁ ଘଟିଥିଲା । ପରିବାର ଲୋକଙ୍କ ସହମତିରେ ତାଙ୍କ ଶରୀରର କିଛି ଅଙ୍ଗ ଦାନ କରାଯାଇଥିଲା । ଯାହାଦ୍ବାରା ୬ ଜଣ ଲୋକ ନୂଆ ଜୀବନ ପାଇଥିଲେ ।

ଷଣ୍ଢ ଟାର୍ଗେଟରେ ତିନି ପରିବାର: ଘର ଛାଡୁନି, ଯାହାକୁ ଦେଖୁଛି ଗୋଡ଼ାଉଛି

ବଣାଇ: ମଣିଷ ଭଳି ପଶୁ ମଧ୍ୟ ପ୍ରତିଶୋଧ ପରାୟଣ ହୋଇପାରେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଲହୁଣିପଡ଼ା ବ୍ଲକ ଅନ୍ତର୍ଗତ ଥେଣ୍ଟେଇପୋଷ ଗ୍ରାମରେ   । ଷଣ୍ଢକୁ ଆକ୍ରମଣ କରି ଘଉଡାଇଦେବା ପରେ, ଏବେ ଷଣ୍ଢ ପ୍ରତିଆକ୍ରମଣ ପାଇଁ ଜଗିଛି । ଭୟରେ ୮ଦିନ ହେଲା
ଘର ଛାଡି ବନ୍ଧୁଙ୍କ ଘରେ ଆଶ୍ରୟ ନେଇଛନ୍ତି ତିନି ପରିବାର  ।

ବିନାକାରଣରେ ଷଣ୍ଢକୁ ମାଡ ମାରିବା ମହଙ୍ଗା ପଡିଛି । ୮ଦିନ ତଳେ ଘର ଭିତରକୁ ଷଣ୍ଢଟି ପଶି ଆସୁଥିବା ଦେଖି, ପରିବାର ଲୋକ ଷଣ୍ଢକୁ ନିସ୍ତୁକ ମାଡ ମାରିଥିଲେ । ଫଳରେ ଷଣ୍ଢ ସେଠାରୁ ପଳାଇଥିଲା । ହେଲେ ତା ପରଦିନ ଷଣ୍ଢଟି ଘର ଆଗକୁ ଆସି ଜଗିଥିଲା । ଘରୁ ଯେଉଁ ଲୋକ ବାହାରକୁ ବାହାରିଲେ ସେମାନଙ୍କୁ ଆକ୍ରମଣ କରିବାକୁ ଗୋଡାଇଥିଲା । ଭୟରେ ଘରୁ କେହି ବାହାରିନଥିଲେ,ଦିନ ଦିନ ଘରେ ରହିିବା ପରେ ଗ୍ରାମବାସୀଙ୍କ ସହାୟତା ଲୋଡିଥିଲେ ପରିବାର ଲୋକ  ।

ସେପଟେ ଷଣ୍ଢ ଆତଙ୍କରେ ଗ୍ରାମବାସୀଙ୍କ ସରଣ ପସିଥିଲେ ପରିବାର ଲୋକ  । ସମସ୍ତଙ୍କ ଉଦ୍ୟମରେ ଷଣ୍ଢକୁ ଘଉଡାଇ ଦିଆଯାାଇଥିଲା । ହେଲେ ତା ପରଦିନ ପୁଣି ଷଣ୍ଡ ଘର ସମ୍ମୁଖରେ ହାଜର । ପରିବାର ଲୋକଙ୍କୁ ଦେଖିଲେ ସଂ ସଂ ହୋଇ ମାଡି ଆସୁଛି । ଏହି ତିନୋଟିି ପରିବାର ହେଲେ ଡମ୍ବରୁ ମହାନ୍ତ, ସୁବାଷ ମହାନ୍ତ ଓ ଦେବରାଜ ମହାନ୍ତ । ଥେଣ୍ଟେଇପୋଷ ଗାଁ ର ବାଦାମବାଡ଼ି ବସ୍ତିରେ ଦୀର୍ଘଦିନ ହେଲା ଏମାନେ ରହି ଆସୁଛନ୍ତି  । ଆଠଦିନ ତଳେ ଡମ୍ବରୁ ତାଙ୍କ ଘର ଅଗଣାକୁ ଏକ ବୁଲା ଷଣ୍ଢ ପଶି ଆସିବା ଦେଖି ତାକୁ ଟେକା ପଥର ମାରି ଘଉଡାଇ ଦେଇଥିଲେ  ।

ସେହି ଦିନଠାରୁ ଷଣ୍ଢ ଟି ପ୍ରତିଶୋଧ ପ୍ରୟଣ ହୋଇଯାଇଥିଲା  । ଘଟଣା ଏଭଳି ହେଲା ଯେ ସେ ବସ୍ତିରେ ରହୁଥିବା ତିନୋଟି ପରିବାର ଙ୍କୁ ଟାର୍ଗେଟ ରେ ରଖି ଦିନରାତି  ଜଗିରହିଛି  । ଘର ଆଗ ଛାଡ଼ୁ ନାହଁ । ଅନ୍ୟପଟେ ପରିବାର ଲୋକ ଏହାକୁ ଶିବଙ୍କ କୋପ ବୋଲି ଭାବିବା ମଧ୍ୟ ଆରମ୍ଭ କରିଦେଇଛନ୍ତି  ।   ଶିବ ମନ୍ଦିର ରେ ପୂଜାର୍ଚ୍ଚନା କରୁଥିଲେ ମଧ୍ୟ ଷଣ୍ଢର ରାଗ ଯେସାକୁ ତେସା  ।

କଫନ୍ ପିନ୍ଧି କବର୍ ପାଖରେ ମୃତ୍ୟୁକୁ ଅପେକ୍ଷା କରି ବସି ରହିଲେ ୧୦୯ ବର୍ଷର ବୃଦ୍ଧ

ଲକ୍ଷ୍ନୌ: ୟୁପି ବାରାବାଙ୍କି ଜିଲ୍ଲାର ନୁରଜଙ୍ଗ ଗାଁରେ ଯାହା ଘଟିଗଲା ଯିଏ କେହି ବି ଶୁଣୁଛନ୍ତି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ୧୦୯ ବର୍ଷର ମୋହମ୍ମଦ ଶଫି ଦିନ ଗୋଟାଏ ୧୦ ମିନିଟରେ ତାଙ୍କର ମୃତ୍ୟୁ ହୋଇଯିବ ବୋଲି ଭବିଷ୍ୟବାଣୀ କରିଥିଲେ । ଏହାସହ ଗାଁ କବରସ୍ଥାନରେ ଉପସ୍ଥିତ ରହି ନିଜ ପାଇଁ କବର ଖୋଳାଇ ଥିଲେ । ଏହାପରେ ଗାଧୋଇ କଫନ୍ ପିନ୍ଧି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ । ହେଲେ ସେ ବତାଇଥିବା ସମୟରେ ତାଙ୍କ ମୃତ୍ୟୁ ଘଟି ନଥିଲା ।

ଶଫି ଭବିଷ୍ୟବାଣୀ ପରେ ତାଙ୍କ ମୃତ୍ୟୁ ଦେଖିବାକୁ କବରସ୍ଥାନରେ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ । ଏପରିକି ସ୍ଥାନୀୟ ପ୍ରଶାସନ ମଧ୍ୟ କବରସ୍ଥାନରେ ଉପସ୍ଥିତ ରହି ଶଫିଙ୍କ ଭବିଷ୍ୟବାଣୀ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ସମୟ ବିତି ଯିବା ପରେ ପ୍ରଶାସନିକ ଅଧିକାରୀ ତାଙ୍କୁ ବୁଝାଶୁଝା କରି ଘରକୁ ଆଣିଥିଲେ ।

ଶଫି କହିଛନ୍ତି, ମୁଁ ପ୍ରତିଦିନ ୫ ଥର ନମାଜ ପାଠ ପରେ । ଫରିସ୍ତାଙ୍କ ସହ ମୋର କଥା ହୋଇଛି । ଆଜି ଅପରାହ୍ନ ଗୋଟାଏ ୧୦ରେ ମୋର ମୃତ୍ୟୁ ଘଟିବ । ଏନେଇ ପୂବର୍ରୁ ସେ ସମ୍ପର୍କୀୟଙ୍କୁ ସୂଚନା ଦେଇ ଦେଇଥିଲେ । ଖବର ପାଇ ସକାଳୁ ସକାଳୁ ସମ୍ପର୍କୀୟମାନେ ଘରେ ଆସି ପହଞ୍ଚି ଯାଇଥିଲେ । ଏପଟେ ଶଫି କଫନ ପିନ୍ଧି ମୃତ୍ୟୁକୁ ଅପେକ୍ଷା କରି ବସିଥିଲେ । ଉପଜିଲ୍ଲାପାଳ ସୁରେନ୍ଦ୍ରପାଲ ବିଶ୍ବକର୍ମା ଏବଂ ଥାନା ଅଧିକାରୀ ସୁଧୀର କୁମାର ସିଂ ପହଞ୍ଚି ଶଫିଙ୍କୁ ବୁଝାଶୁଝା କରି ଘରକୁ ନେଇଥିଲେ ।

ଶଫି ଆହୁରି କହିଛନ୍ତି ୫ ବର୍ଷ ପୂର୍ବରୁ ମୋର ମୃତ୍ୟୁ ହେବାର ଥିଲା । ହେଲେ କୌଣସି କାରଣ ବଶତଃ ହୋଇନଥିଲା । ଆଜି ଶୁକ୍ରବାରକୁ ମୋର ମୃତ୍ୟୁ ଘଟିବ । ଶଫିଙ୍କ ଏପରି ଭବିଷ୍ୟବାଣୀ ପରେ ପୂରା ଜିଲ୍ଲାରେ କୌତୁହଳ ଖେଳି ଯାଇଥିଲା ।

ଅନ୍ୟପକ୍ଷେ ଶଫିଙ୍କ ପୁଅ କହିଛନ୍ତି, ତାଙ୍କ ମାନସିକ ସ୍ଥିତି ଭଲ ନାହିଁ । ସକାଳୁ ନିଜେ କବର ଖୋଳାଇ କଫନ୍ ପିନ୍ଧି କବରସ୍ଥାନକୁ ଚାଲି ଆସିଥିଲେ ।

ବନ୍ଧା ହେଲେ ନିଲମ୍ବିତ କନେଷ୍ଟବଳ, ସାଉଥ ସିଟି ବାର୍ ମ୍ୟାନେଜର ଓ ମାଲିକ ଗିରଫ

ଭୁବନେଶ୍ୱର: ହାଇ ପ୍ରୋଫାଇଲ୍ ମନୀଷ ଅନୁରାଗ ହତ୍ୟା ମାମଲାର ତଦନ୍ତ କରୁଥିବା କମିଶନରେଟ୍ ପୋଲିସ ସାଉଥ ସିଟି ବାର୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ଗିରଫ ହୋଇଛନ୍ତି କନେଷ୍ଟବଳ ପ୍ରସନ୍ନ ବେହେରା । କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରିବା, ବେଆଇନ୍ ଭାବେ ବାର୍ ଖୋଲିବା, ଅପରାଧିକ ଷଡ଼ଯନ୍ତ୍ର କରିବା ଅଭିଯୋଗରେ ଗିରଫ କରାଯାଇଛି ।

South City Bar Link Police Arrested Constable Prasanna Behera Ant Two others

ସାଉଥ ସିଟି ବାର ମ୍ୟାନେଜରଙ୍କ ସହ ହୋଟେଲ ମାଲିକ ପ୍ରଦ୍ୟୁମ୍ନ ଜେନାକୁ ଗିରଫ କରିଛି ପୋଲିସ । ପ୍ରସନ୍ନ ବେହେରାଙ୍କ ନାମରେ ଆଇପିସି ଦଫା ୧୨୦ (ବି), ୨୬୯, ୨୭୦, ୫୨ ଅବକାରୀ ଆଇନ୍ ୩, ୫, ୯୬ରେ ମାମଲା ରୁଜୁ କରିଛି ତମାଣ୍ଡୋ ଥାନା ପୋଲିସ ।

କମିଶନରେଟ୍ ପୋଲିସ ଗତକାଲି କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ବନ କରିଥିଲା । ଗତକାଲି ହୋଟେଲ ସାଉଥ ସିଟିରେ ରେଡ୍ କରିଥିଲା ପୋଲିସ । ସେଠାରୁ ବିପୁଳ ମଦ ଜବତ କରା ଯାଇଥିଲା । କନେଷ୍ଟବଳ ପ୍ରସନ୍ନ ବେହେରା ସାଉଥ ସିଟି ବାରକୁ ଲିଜରେ ନେଇ ଚଳାଉଥିବା ଅଭିଯୋଗ ହୋଇଥିଲା । ଅଗଷ୍ଟ ମାସରେ ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଥିବାବେଳେ ନିର୍ଭୟରେ ଖୋଲୁଥିଲା ସାଉଥ ସିଟି । ନିଶା ସହ ଜମୁଥିଲା ନାଚଗୀତ । ଏ ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି ।

ମନୀଷ ହତ୍ୟା ଦିନ ରାତିରେ ତିନିସାଙ୍ଗ ଅମ୍ରିତ, ଦିନେଶ ଓ ମୃତ୍ୟୁଞ୍ଜୟ ସାଉଥ ସିଟି ବାରରେ ମଦ ପିଇବା ପରେ ବିଲକୁ ନେଇ ଝଗଡ଼ା କରିଥିଲେ । ଏହାପରେ ହୋଟେଲ ବାହାରେ ମାରପିଟ୍ ପରେ ମନୀଷଙ୍କ ମୃତ୍ୟୁ ହୋଇଥିଲା । ତଦନ୍ତ ବେଳେ ଜଣାପଡ଼ିଥିଲା ବାର୍ ବିଳମ୍ବିତ ରାତି ଯାଏଁ ଖୋଲା ରହୁଛି ।

ପରିବାର ଲୋକଙ୍କୁ ଭେଟିଲେ ମହିଳା କମିଶନ ଟିମ୍: ଦୋଷଙ୍କୁ ଫାଶୀ ଦିଆଯାଉ କହିଲେ ମମିତାଙ୍କ ବାପା

ବଲାଙ୍ଗୀର: ମମିତା ମେହେର ହତ୍ୟା ମାମଲା । ଝରଣୀ ଗାଁ ପରେ ମହାଲିଙ୍ଗ ଷ୍ଟାଡିୟମ ଓ ସ୍କୁଲରେ ତଦନ୍ତ କରିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା । ମିନତିଙ୍କ ସହ ୪ ଜଣିଆ ଟିମ୍‌ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହା ସହିତ କଲେଜର ଲେଡିଜ ହଷ୍ଟେଲ ଯାଇ ଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହା ପୂର୍ବରୁ କଣ୍ଟାବାଞ୍ଜି ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଥିଲେ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ।

ଏ ଅବସରରେ ମମିତାଙ୍କ ବାପା କହିଛନ୍ତି, ତାଙ୍କ ପରିବାର ବଡ଼ ଦୁଃଖ କଷ୍ଟରେ ଅଛନ୍ତି । ଏଣୁ ତାଙ୍କୁ ଆର୍ଥିକ ସୁରକ୍ଷା ସହ ଦୋଷୀଙ୍କୁ କଡ଼ା ଦଣ୍ଡ ସ୍ୱରୂପ ଫାଶୀ ଦାବି ଦେବାକୁ ସେ ଦାବି କରିଛନ୍ତି । ଏନେଇ ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି, ମମିତାଙ୍କ ପରିବାର ଅର୍ଥନୈତିକ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ । ସେହିପରି କଲେଜ କିଭଳି ଠିକଠାକ ଚାଲିବ ସେନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ ସହ ବୈଠକ ଡାକିଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ଗତକାଲି ବଲାଙ୍ଗୀର ଏସପିଙ୍କ ସହ ମହିଳା କମିଶନ ଅଧ୍ୟକ୍ଷା ମମିତା ମେହେର ମର୍ଡର ନେଇ ଆଲୋଚନା କରିଥିଲେ । ମୃତକଙ୍କ ପରିବାର କିପରି ନ୍ୟାୟ ପାଇବେ ଓ ଦୋଷୀ ଵିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ, ସେନେଇ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା କହିଛନ୍ତି