spot_img
Home Blog Page 5055

କାର୍‌ ଭିତରେ ମମିତାଙ୍କୁ ହତ୍ୟା କରିଥିଲା ଗୋବିନ୍ଦ: ମାର୍କେଟିଂ ସାରି ମହାଲିଙ୍ଗ ସ୍କୁଲକୁ ଫେରିବା ବାଟରେ ଭିଆଇଥିଲା ହତ୍ୟାକାଣ୍ଡ

ବଲାଙ୍ଗୀର: କାର ଭିତରେ ମମିତାଙ୍କୁ ହତ୍ୟା କରିଥିଲେ ଗୋବିନ୍ଦ । ଭବାନୀପାଟଣାରୁ ମାର୍କେଟିଂ ସାରି ମହାଲିଙ୍ଗ ସନସାଇନ ସ୍କୁଲକୁ ଯିବା ବାଟରେ କୁଦାସୀରା-ବୋଡ଼ା ରାସ୍ତାରେ ମମିତାଙ୍କୁ ଗୋବିନ୍ଦ ହତ୍ୟା କରିଥିଲେ । ହତ୍ୟା ପରେ ଗାତରେ ଶବକୁ ପୋଡ଼ା ଯିବା ପରେ ପୋତି ଦେଇଥିଲେ । ଏନେଇ ପୋଲିସ ଆଗରେ ଗୋବିନ୍ଦ ମାନିଥିବା ଜଣାପଡ଼ିଛି । ଗୋବିନ୍ଦଙ୍କ କାରରେ କଟା ଦାଗ ଥିବାରୁ ମମିତାଙ୍କୁ ମାରିବା ପାଇଁ ଛୁରୀ ବ୍ୟବହାର ହୋଇଥିବା ପୋଲିସ ସନ୍ଦେହ କରୁଛି । ଗତକାଲି ଅପରାହ୍ନରେ ବଙ୍ଗୋମୁଣ୍ଡା ବ୍ଲକ ବୁଢ଼ିପଦରରୁ ଗୋବିନ୍ଦଙ୍କୁ ଗିରଫ କରିଥିଲା ପୋଲିସ । ବଲାଙ୍ଗୀର ଏସପି ଅଫିସରେ ରାତି ତମାମ ଜେରା କରିବା ପରେ ଆଜି ଭୋର ୫ଟାରେ ବଲାଙ୍ଗୀର ମେଡିକାଲରେ ଗୋବିନ୍ଦଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ କୋଭିଡ ଟେଷ୍ଟ କରାଯାଇଛି ।

ଗୋବିନ୍ଦଙ୍କ ସହ ସିନ୍ଧେକେଲା ଥାନାରେ ଅଟକ ଥିବା ଜେସିବି ଡ୍ରାଇଭର ପୁଷ୍କର ଭୋଇ, କଲେଜର ରାତ୍ରି ଜଗୁଆଳି ଗୁପ୍ତେ ତାଣ୍ଡି ଓ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁଙ୍କୁ ମୁହାଁମୁହିଁ ଜେରା କରିଛି ବଲାଙ୍ଗୀର ପୋଲିସ । ଅନ୍ୟପଟେ ଘଟଣା ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ମହାଲିଙ୍ଗ କଲେଜର କିଛି ଛାତ୍ରଛାତ୍ରୀ । କଲେଜରେ ଅସାମାଜିକ କାର୍ଯ୍ୟ ଚାଲିଥିଲା ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । କଲେଜରେ ବେଆଇନ କାର୍ଯ୍ୟ ଚାଲୁଥିବା ବେଳେ, ହଷ୍ଟେଲରେ ଛାତ୍ରମାନଙ୍କୁ ନିସ୍ତୁକ ମାଡ଼ ମରାଯାଉଥିବା ଅଭିଯୋଗ ହୋଇଛି । ତେଣୁ ମହାଲିଙ୍ଗ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ଏଥିସହିତ ପଢ଼ନ୍ତୁ: ମମିତାଙ୍କୁ ହତ୍ୟା ନେଇ ସତ ମାନିଲା ଗୋବିନ୍ଦ ସାହୁ: ହତ୍ୟା ପରେ ଷ୍ଟାଡିୟମ୍‌ରେ ପୋତି ଦେଇଥିଲା

ଫ୍ଲାଇଟରେ ଅଭିନେତ୍ରୀଙ୍କ ସହିତ ଅଶ୍ଲୀଳ ବ୍ୟବହାର କରି ବ୍ୟବସାୟୀ ଗିରଫ

0

ମୁମ୍ବାଇ: ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଫ୍ଲାଇଟରେ ବଲିଉଡର ଜଣେ ଅଭିନେତ୍ରୀଙ୍କ ସହିତ ଖରାପ ବ୍ୟବହାର କରି ବ୍ୟବସାୟୀ ଗିରଫ । ପୋଲିସ ନିକଟରେ ଅଭିନେତ୍ରୀ କରିଥିବା ଅଭିଯୋଗ ଅନୁସାରେ ଅକ୍ଟୋବର ୩ ତାରିଖ ଦିନ ସେ ଦିଲ୍ଲୀରୁ ମୁମ୍ବାଇ ଆସୁଥିଲେ । ଏହି ସମୟରେ ତାଙ୍କ ସହଯାତ୍ରୀ ଥିବା ଗାଜିଆବାଦର ଜଣେ ବ୍ୟବସାୟୀ ତାଙ୍କ ସହିତ ଅଭଦ୍ର ବ୍ୟବହାର କରିଥିଲେ ।
ଅଭିନେତ୍ରୀଙ୍କ ଅନୁସାରେ ବିମାନ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିବା ପରେ ସେ ନିଜ ଲଗେଜ୍ ବାହାର କରିବା ପାଇଁ ଓଭରହେଡ୍ ଷ୍ଟୋରେଜ ଖୋଲିବା ପାଇଁ ଉଠିଥିଲେ । ଏହି ସମୟରେ କେହି ତାଙ୍କୁ ଆପତ୍ତିଜନକ ଭାବେ ଛୁଇଁଥିବା ତାଙ୍କୁ ଲାଗିଥିଲା । ଏନେଇ ସେ ତାଙ୍କ ସହଯାତ୍ରୀ ଥିବା ଗାଜିଆବାଦ ବ୍ୟବସାୟୀଙ୍କୁ ପଚାରିଥିଲେ । ଏହାକୁ ନେଇ ସେ ବିମାନ କ୍ରିୟୁ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ ।
ବିମାନ କ୍ରିୟୁ ଅଭିନେତ୍ରୀଙ୍କୁ ମେଲ୍ ଦ୍ୱାରା ଅଭିଯୋଗ କରିବାକୁ କହିଥିଲେ । ଏହାପରେ ଅଭିନେତ୍ରୀ ଜଣକ ବର୍ସୋଭା ଥାନାରେ ଏନେଇ ଅଭିଯୋଗ କରିଥିଲେ । ତେବେ ବର୍ସୋଭା ଥାନା ତାଙ୍କୁ ଏୟାରପୋର୍ଟ ଥାନାରେ ଏତଲା ଦାଏର କରିବାକୁ କହିଥିଲେ ।
ଅଭିନେତ୍ରୀଙ୍କ ରାଗ ଦେଖି ଭୁଲ ମାଗିଥିଲେ ଅଭିଯୁକ୍ତ
ଅଭିନେତ୍ରୀଙ୍କ ପ୍ରତିକ୍ରିୟା ଦେଖି ଅଭିଯୁକ୍ତ ଜଣକ ତାଙ୍କୁ ଭୁଲ ମାଗିଥିଲେ । ତେବେ ଅଭିଯୁକ୍ତ ନିଜ ପରିଚୟ ଗୋପନ ରଖିବାକୁ ନିଜର ଭୁଲ ନାମ ଦେଇଥିଲେ । ତାଙ୍କ ପ୍ରକୃତ ନାମ ନୀତିନ ହୋଇଥିବା ବେଳେ ସେ ନିଜ ନାମ ରାଜୀବ ବୋଲି କହିଥିଲେ । ପରେ ପୋଲିସ ଓ ଏୟାରଲାଇନ୍ସ ରେକର୍ଡ୍ ଯାଂଚ କରି ତାଙ୍କ ପ୍ରକୃତ ନାମ ଜାଣିବାକୁ ପାଇଥିଲେ । ଅଭିଯୁକ୍ତଙ୍କୁ ଗିରଫ ପରେ ଅଦାଲତରେ ପେସ୍ କରାଯାଇଥିଲା । ଅଦାଲତ ତାଙ୍କୁ ୩ ଦିନର ପୋଲିସ ରିମାଣ୍ଡରେ ପଠାଇଥିଲେ ।

ଏଥିସହିତ ପଢ଼ନ୍ତୁ: କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲା: ଆର୍ଯ୍ୟନଙ୍କ ଜାମିନ ଆବେଦନ ଉପରେ ଆଜି ହେବ ଶୁଣାଣି

ଲଖିମପୁର ହିଂସା: ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ଲଖିମପୁର ଖେରି ହିଂସାକୁ ନେଇ ସୁପ୍ରମିକୋର୍ଟ ୟୁପି ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ମାମଲାର ଷ୍ଟାଟସ୍ ରିପୋର୍ଟ ଦାଖଲରେ ବିଳମ୍ବକୁ ନେଇ କୋର୍ଟ କଟୁ ସମାଲୋଚନା କରିବା ସହ ମାମଲାର ତଦନ୍ତରୁ ୟୁପି ସରକାର ପଛକୁ ହଟୁଥିବା କହିଛନ୍ତି । ଏହାସହ ଷ୍ଟାଟସ ରିପୋର୍ଟ ଦାଖଲକୁ ନେଇ ମଧ୍ୟ କୋର୍ଟ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ଆଜି ସରକାର କୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲେ । ରିପୋର୍ଟ ଦାଖଲରେ ବିଳମ୍ବକୁ ନେଇ ସିଜେଆଇ ଜଷ୍ଟିସ ଏନଭି ରମଣା ସରକାରଙ୍କୁ ଭର୍ତ୍ସନା କରିଥିଲେ । କହିଥିଲେ, ଗତକାଲି ରାତି ଗୋଟାଏ ପର୍ଯ୍ୟନ୍ତ ଆମେ ଷ୍ଟାଟସ ରିପୋର୍ଟକୁ ଅପେକ୍ଷା କରିଥିଲୁ, ତୁମେ ଆଜି ହାଖଲ କରୁଛ । ଗତ ଶୁଣାଣି ବେଳେ ସ୍ପଷ୍ଟ ଭାବେ କୁହାଯାଇଥିଲା, ଅତିକମରେ ଗୋଟିଏ ଦିନ ପୂର୍ବରୁ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ।

ସରକାରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ପରବର୍ତ୍ତି ଶୁଣାଣି ଶୁକ୍ରବାରକୁ ରଖିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ । ଯାହାକୁ କୋର୍ଟ ସିଧାସଳଖ ଖାରଜ କରିବା ସହ ସେହିଠାରେ ହିଁ ଷ୍ଟାଟସ ରିପୋର୍ଟ ପଢ଼ିବା ଆରମ୍ଭ କରିଛନ୍ତି ।

ମାମଲାରେ ଗିରଫଦାରୀକୁ ନେଇ କୋର୍ଟ ସରକାରଙ୍କୁ ପ୍ରଶ୍ନବାଣରେ ପୋତି ପକାଇଥିଲେ । ୪ ଅଭିଯୁକ୍ତ ପୋଲିସ ହେପାଜତରେ ଥିବା ବେଳେ ବାକି ଅଭିଯୁକ୍ତ କାହିଁକି ବିଚାର ବିଭାଗୀୟ ହାଜତରେ ଅଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ଏହାସହ ସେମାନଙ୍କୁ ପଚରାଉଚରାର ଆବଶ୍ୟକତା ନାହିଁ କି ବୋଲି କୋର୍ଟ ପଚାରିଥିଲେ । ୪ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ଅନ୍ୟମାନଙ୍କର କାହିଁକି କରାଯାଇନି ବୋଲି ମଧ୍ୟ କୋର୍ଟ ପ୍ରଶ୍ନ କରିଥିଲେ ।

ସାକ୍ଷୀ ଓ ପୀଡ଼ିତଙ୍କୁ ୧୬୪ ଧାରାରେ ଶୀଘ୍ର ବୟାନ ରେକର୍ଡ କରିବା ସହ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଉ ବୋଲି କୋର୍ଟ କହିଥିଲେ ।

କୋର୍ଟଙ୍କ ପ୍ରଶ୍ନ ଉତ୍ତରରେ ହରିଶ ସାଲଭେ କହିଥିଲେ, ଅଭିଯୁକ୍ତମାନଙ୍କୁ ପଚରାଉଚରା ସରିଛି । ମାମଲାକୁ ନେଇ ୭୦ରୁ ଅଧିକ ଭିଡିଓ ମିଳିଛି । ଏହାର ତଦନ୍ତ ଚାଲିଛି । ଏଥିରୁ ବହୁତ ପ୍ରମାଣ ମିଳିଛି । କ୍ରାଇମ ସିନ ବି ରିକ୍ରିଏଟ କରାଯାଇଛି । ପୀଡ଼ିତ ଓ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି । ଦଶହରା ଛୁଟି କାରଣରୁ କୋର୍ଟରେ ଦାଖଲ କରାଯାଇପାରିନି ।

ଏହାସହ ମାମଲାର ପରବର୍ତ୍ତ ଶୁଣାଣି ଅକ୍ଟୋବର ୨୬ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ ।

ରାଉରକେଲାରେ ଲଜ୍ଜା: ମାଆ ଜାଣତରେ ବାପା କରୁଥିଲା ଅପକର୍ମ

ରାଉରକେଲା: ରାଉରକେଲାରେ ଲଜ୍ଜା । ନାବାଳିକା ଝିଅକୁ ବାପାର ଦୁଷ୍କର୍ମ ଅଭିଯୋଗ । ୧୫ ବର୍ଷୀୟ ଝିଅକୁ ବାପା ବାରମ୍ବାର ଦୁଷ୍କର୍ମ କରିଥିବା ପରି ଖବର ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଜନ୍ମକଲା ମା’ର ଜାଣତରେ ଗତ ଏପ୍ରିଲ ମାସରୁ ବାପା ଦୁଷ୍କର୍ମ କରି ଆସୁଥିଲା । ଏନେଇ ଚାଇଲଡ ଲାଇନରେ ଅଭିଯୋଗ କରିଛନ୍ତି ନାବାଳିକା ।

ଚାଇଲଡ ଲାଇନ ପଷରୁ ପ୍ଲାଣ୍ଟ ସାଇଟ ଥାନାରେ ଏତଲା ଦିଆଯାଇଛି । ଅଭିଯୋଗ ଆଧାରରେ ଉଭୟ ବାପା ଓ ମାକୁ ଅଟକ ରଖାଯାଇଛି । ପୀଡିତାଙ୍କ ଡାକ୍ତରୀ ପରୀକ୍ଷା ଓ ମାଜିଷ୍ଟ୍ରେଟଙ୍କ ପାଖରେ ୧୬୪ ବୟାନ ରେକର୍ଡ କରାଯିବ ବୋଲି ସିଡବ୍ଲୁ ସି ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ପୀଡ଼ିୀତା ନାବାଳିକାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାର ସଖୀ ସେଣ୍ଟରରେ ରଖାଯାଇଛି । ଅଭିଯୁକ୍ତ ବାପା ସହରର ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲରେ ଡାକ୍ତର ଥିବା ସୂଚନା ମିଳିଛି ।

 

 

 

ବଡ଼ବାଗ ନିକଟ ମାଛଙ୍ଗା କେନାଲ ନିକଟରେ ବସ୍ତାରୁ ମିଳିଲା ମୃତଦେହ

ଜଗତସିଂହପୁର: ବଡ଼ବାଗ ନିକଟ ମାଛଙ୍ଗା କେନାଲରୁ ବସ୍ତାରେ ବନ୍ଧା ହୋଇଥିବା ମୃତଦେହ ଜବତ ହୋଇଛି । ଗାଁରୁ ନିଖୋଜ ଯୁବକ ରାମ ସାହୁର ମୃତଦେହ ହୋଇଥିବା ସନ୍ଦେହ କରାଯାଉଛି । ମୃତଦେହକୁ ପୋଲିସ ଜବତ କରିଛି । ୧୭ ତାରିଖରୁ ଭୋଜି ପରେ ରାମ ନିଖୋଜ ଥିଲା । ଫଟା ବସ୍ତାରେ ଶରୀରର ଖଣ୍ଡ ବିଖଣ୍ଡିତ ଅଂଶ ଥିବା ସୂଚନା ମିଳିଛି । ଥାନାରେ ଅଟକ ଯୁବକଙ୍କ ଡେ଼ମୋ ପରେ ଶବ ଜବତ ହୋଇଛି । ଜଗତସିଂହପୁର ଥାନାରେ ୩ଜଣଙ୍କୁ ଅଟକ ରଖାଯାଇଛି ।

https://www.youtube.com/watch?v=bpvszLdqF10

ମମିତାଙ୍କୁ ହତ୍ୟା ନେଇ ସତ ମାନିଲା ଗୋବିନ୍ଦ ସାହୁ: ହତ୍ୟା ପରେ ଷ୍ଟାଡିୟମ୍‌ରେ ପୋତି ଦେଇଥିଲା

ଧର୍ମଗଡ଼: ଜେରା ବେଳେ ସତ ମାନିଲା ଗୋବିନ୍ଦ ସାହୁ । ମମିତାଙ୍କୁ ହତ୍ୟା କରି ଷ୍ଟାଡିୟମରେ ପୋତି ଥିବା ନେଇ ସ୍ୱୀକାର କରିଛି ଗୋବିନ୍ଦ । ହତ୍ୟା କରି ଗାତରେ ଶବକୁ ପୋଡ଼ା ଯିବା ପରେ ପୋତି ଦେଇଥିଲା । ଏନେଇ ପୋଲିସ ଆଗରେ ଦୋଷ ସ୍ୱୀକାର କରିଛି ଗୋବିନ୍ଦ । ଘଟଣା ଦିନ ଗୋବିନ୍ଦ ସହ ୩ରୁ ୫ଜଣ ବ୍ୟକ୍ତି ଥିଲେ । ଗୋବିନ୍ଦ ସହ ଅଟକ ୩ ଜଣଙ୍କୁ ମୁହାଁମୁହିଁ ଜେରା ପରେ ପୋଲିସ ଆଗରେ ସତ ସ୍ୱୀକାର କରିଥିବା ଜଣାପଡ଼ିଛି । କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାରେ ଗତକାଲି ଗୋବିନ୍ଦ ସାହୁକୁ ଗିରଫ କରାଯାଇଥିଲା ।

ଆଜି କରାଯିବ କୋର୍ଟ ଚାଲାଣ । ମାମଲାର ଅଧିକ ତଦନ୍ତ ପାଇଁ ଅଭିଯୁକ୍ତକୁ ତିନି ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ ପୋଲିସ । ଗତକାଲି ଅପରାହ୍ନରେ ବଙ୍ଗୋମୁଣ୍ଡା ବ୍ଲକ ବୁଢିପଦରରୁ ଗୋବିନ୍ଦଙ୍କୁ ଗିରଫ କରିଥିଲା ପୋଲିସ । ବଲାଙ୍ଗୀର ଏସପି ଅଫିସରେ ରାତି ତମାମ ଜେରା କରିବା ପରେ ଆଜି ଭୋର ୫ଟାରେ ବଲାଙ୍ଗୀର ମେଡିକାଲରେ ଗୋବିନ୍ଦଙ୍କର ସ୍ବାସ୍ଥ୍ୟ ପରୀକ୍ଷା ସହ କୋଭିଡ ଟେଷ୍ଟ କରାଯାଇଛି । ତାଙ୍କ ଭଉଣୀ ଘର ପାଖରେ ଥିବା ଆଖୁ କିଆରିରେ ଲୁଚିଥିଲେ ଗୋବିନ୍ଦ । ବଲାଙ୍ଗୀର ଏସପିଙ୍କ କାର୍ଯ୍ୟାଳୟରେ ଗୋବିନ୍ଦଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା ପରେ ରିଜର୍ଭ ପୋଲିସ ବାରାକକୁ ନିଆଯାଇଥିଲା ।

ବିଳମ୍ବିତ ରାତିରେ ଗୋବିନ୍ଦ ସହ ସିନ୍ଧେକେଲା ଥାନାରେ ଅଟକ ଥିବା ଜେସିବି ଡ୍ରାଇଭର ପୁଷ୍କର ଭୋଇ, କଲେଜର ରାତ୍ରି ଜଗୁଆଳି ଗୁପ୍ତେ ତାଣ୍ଡି ଓ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁକୁ ମୁହାଁମୁହିଁ ଜେରା କରିଛି ବଲାଙ୍ଗୀର ପୋଲିସ । ଅନ୍ୟପଟେ ଏହି ଘଟଣା ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ମହାଲିଙ୍ଗ କଲେଜର କିଛି ଛାତ୍ରଛାତ୍ରୀ । ମହାଲିଙ୍ଗ କଲେଜରେ ଅସାମାଜିକ କାର୍ଯ୍ୟ ଚାଲିଥିଲା ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । କଲେଜରେ ବେଆଇନ କାର୍ଯ୍ୟ ଚାଲୁଥିବା ବେଳେ, ହଷ୍ଟେଲରେ ଛାତ୍ରମାନଙ୍କୁ ନିସ୍ତୁକ ମାଡ ମରାଯାଉଥିବା ନେଇ ସେିସିଆଲ ମିଡିଆରେ ଅଭିଯୋଗ କରିଛନ୍ତି ଛାତ୍ରଛାତୀ । ତେଣୁ ମହାଲିଙ୍ଗ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ଏହି ଘଟଣାକୁ ନେଇ ଆଜି କଳାହାଣ୍ଡିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

ଭାଙ୍ଗୁଛି କଂଗ୍ରେସର ଗଡ଼, ବଢ଼ୁଛି ବିଜେଡିର ବଳ: ପୂର୍ବତନ ବିଧାୟକ କୌଳାସ ଚନ୍ଦ୍ର କୁଲେସିକାଙ୍କ ବିଜେଡିରେ ଯୋଗଦାନ

ଭୁବନେଶ୍ୱର: ଭାଙ୍ଗୁଛି ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସର ଗଡ଼ । ଚନ୍ଦ୍ର ଶେଖର ମାଝୀଙ୍କ ପରେ ବିଜେଡ଼ିରେ ଯୋଗଦେଇଛନ୍ତି କଂଗ୍ରେସ ନେତା କୈଳାସ ଚନ୍ଦ୍ର କୁଲେସିକା । ତାଙ୍କ ସମର୍ଥକମାନଙ୍କ ସହିତ ବିଜେଡ଼ି ଯୁବ କାର୍ଯ୍ୟାଳୟରେ ସାମିଲ ହୋଇଛନ୍ତି କୈଳାସ । ୨୦୧୪ ରୁ ୨୦୧୯ ଲକ୍ଷ୍ମୀପୁରରୁ କଂଗ୍ରେସ ବିଧାୟକ ଥିଲେ କୈଳାସ । ୨୦୧୯ ନିର୍ବାଚନରେ ମାତ୍ର ୨୨୯ ଖଣ୍ଡ ଭୋଟରେ ବିଜେଡ଼ିର ପ୍ରାଥିଙ୍କଠୁ ପରାଜୟ ବରଣ କରିଥିଲେ ।

କିଛିଦିନ ତଳେ ସେ ବିଧିବଦ୍ଧ ଭାବେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ପୂର୍ବରୁ କୋଟପାଡର ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝି ବିଜେଡିରେ ମିଶିଥିଲେ । ରାଜ୍ୟ କାର୍ଯ୍ୟାଳୟରେ ଚାଲିଥିବା ଏହି ମିଶ୍ରଣ ପର୍ବରେ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ ଓ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଉପସ୍ଥିତ ଅଛନ୍ତି ।

ତେବେ ବିଜେଡିରେ ଯୋଗଦେବା ଅବସରରେ ଶ୍ରୀ କୁଲେସିକା କହିଛନ୍ତି ଯେ, ବିଜେଡି ମୋତେ ରାଜନୀତି ଶିଖାଇଛି, ଦଳ ପ୍ରତି ପ୍ରଥମରୁ ଦୁର୍ବଳତା । ଆଗରୁ ବିଜେଡିରେ ଥିଲି, ଏମେ ମୁଁ ମୋ ପରିବାରକୁ ଫେରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଦ୍ୱାରା ଆକୃଷ୍ଟ ହୋଇ ସେ ଦଳରେ ଯୋଗଦେଇଛନ୍ତି । କୌଣସି ଆଶା ନେଇ ଦଳକୁ ଆସିନାହାନ୍ତି, କୋରାପୁଟରେ କାମ କରିବା ହିଁ ତାଙ୍କର ଲକ୍ଷ୍ୟ । ଜଣେ କର୍ମୀ ଭାବେ ସମସ୍ତଙ୍କ ସହ ମିଶି କାମ କରିବେ ବୋଲି ସେ କହିଛନ୍ତି ।

ରାଉରକେଲାରେ ଜନୈକ ବ୍ୟକ୍ତିଙ୍କୁ ଲଣ୍ଡା କରି ମାଡ଼ ମାରିଲେ: ଭିଡିଓ ଭାଇରାଲ

ରାଉରକେଲା: ଟାଙ୍ଗରପାଲି ଥାନା ଲେବର କଲୋନୀର ଜଣେ ବ୍ୟକ୍ତିଙ୍କୁ ଦିଆଯାଉଛି ନିର୍ଯ୍ୟାତନା । ଜଣେ ବ୍ୟକ୍ତିଙ୍କୁ ଲଣ୍ଡା କରିଵା ସହ ମାଡ ମରାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନିର୍ଯାତନାର କାରଣ ଅସ୍ପଷ୍ଟ ରହିଥିବା ବେଳେ ୫ରୁ ୬ ଜଣ ଯୁବକ ମାଡ ମାରୁଥିବା ଭିଡିଓରୁ ଜଣାପଡିଛି । ଏନେଇ ଗତକାଲି ରାତି ସାଢେ ୧୧ଟା ସମୟରେ ଟାଙ୍ଗରପାଲି ଥାନାରେ ଅଭିଯୋଗ ହୋଇଛି । ଏତଲା ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି ।

ପୁଞ୍ଚ୍ ସେକ୍ୱରରେ ୬ ଆତଙ୍କବାଦୀ ଘେରାବନ୍ଦୀ

0

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପୁଞ୍ଚ ସେକ୍ଟରରେ ପ୍ରାୟ ୬ ଆତଙ୍କବାଦୀ ଘେରାବନ୍ଦୀ । ଘଞ୍ଚ ଜଙ୍ଗଲରେ ଆତଙ୍କବାଦୀ ଲୁଚି ରହିଥିବା ବେଳେ ସେମାନଙ୍କୁ ଘେରି ରହିଛନ୍ତି ଯବାନ । ଜଙ୍ଗଲ ଭିତରୁ ଗୁଳି ଓ ବିସ୍ଫୋରଣ ଶବ୍ଦ ଆସୁଥିବାରୁ ଯବାନମାନେ ସତର୍କ ରହିଛନ୍ତି । ସେଠାରେ ସ୍ୱତନ୍ତ୍ର ବାହିନୀ, ସର୍ଭେଲାନ୍ସ ଯନ୍ତ୍ରପାତି ମୁତୟନ କରାଯାଇଛି । ଅପରେସନ ଜାରି ରହିଥିବାରୁ ମେନ୍ଧାର ଓ ଅନ୍ୟାନ୍ୟ ଅଞ୍ଚଳର ଲୋକଙ୍କୁ ଘରୁ ନ ବାହାରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ପୁଞ୍ଚର ବିଭିନ୍ନ ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି ରହିଥିବାରୁ ସେମାନଙ୍କୁ କାବୁ କରିବା ଲାଗି କିଛି ଦିନ ଧରି ଉଦ୍ୟମ ଚଳାଇଛି ଭାରତୀୟ ସେନା ।

ଏହାସହ ଭଟ୍ଟ ଦୁରିଆନସ୍ଥିତ ମସଜିଦରେ ସତର୍କତା ଅବଲମ୍ବନ କରାଯିବା ସହ ସେଠାରୁ ବିଭିନ୍ନ ଅପରେସନ ସମ୍ପର୍କରେ ସୂଚନା ଦିଆଯାଉଛି । ଜାମ୍ମୁ ଓ ରଜୌରି ରାଜପଥ ଅନ୍ତର୍ଗତ ମେନ୍ଧାର ଓ ଥାନାମଣ୍ଡି ମଧ୍ୟରେ ଯାନବାହନ ଚଳାଚଳ ବାତିଲ କରାଯାଇଛି । ଘଟଣାସ୍ଥଳରେ ଡେପୁଟି ପୋଲିସ ଇନ୍ସପେକ୍ଟର ଜେନେରାଲ ବିବେକ ଗୁପ୍ତା ସ୍ଥିତି ସମୀକ୍ଷା କରୁଛନ୍ତି । ଆତଙ୍କବାଦୀଙ୍କ ସହ ସମ୍ପର୍କ ରକ୍ଷା କରିବା ସନ୍ଦେହରେ ଭଟ୍ଟ ଦୁରିଆନରେ ୮ଜଣଙ୍କୁ ଅଟକ ରଖିଛି ପୋଲିସ । ଗତକାଲି ନିୟନ୍ତ୍ରଣ ରେଖା ସୀମାରେ ସେନାମୁଖ୍ୟ ଜେନେରାଲ ଏମ.ଏମ ନରଓ୍ବାଣେ ସ୍ଥିତି ସମୀକ୍ଷା କରିବା ସହ ଅନୁପ୍ରବେଶ ବନ୍ଦ କରିବା ଲାଗି ଯୋଜନା ପ୍ରସ୍ତୁତ ସମ୍ପର୍କରେ ପରାମର୍ଶ ଦେଇଥିଲେ । ଗତ ସପ୍ତାହରେ ମଧ୍ୟ ପ୍ରତିରକ୍ଷା ବାହିନୀ ମୁଖ୍ୟ ଜେନେରାଲ ବିପିନ ରାଓ୍ୱତ ପୁଞ୍ଚ୍ ପରିଦର୍ଶନ କରିଥିଲେ ।

ଦାଦାବଟିକୁ କେନ୍ଦ୍ରକରି ପୁରୀରେ ଗୁଳିମାଡ଼: ମହିଳା ଗୁରୁତର

ପୁରୀ: ଦାଦାବଟିକୁ କେନ୍ଦ୍ରକରି ଗତକାଲି ବିଳମ୍ବିତ ରାତିରେ ପୁରୀରେ ମହିଳାଙ୍କୁ ଗୁଳିମାଡ଼ ହୋଇଛି । ଗୁରୁତର ଭାବେ ମହିଳାଙ୍କୁ ପ୍ରଥମ ପୁରୀ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କାରାଯାଇଛି । ଗୁରୁତର ମହିଳା ହେଉଛନ୍ତି ସକୁନ୍ତଳା ସାହୁ । କୁମ୍ଭାରପଡା ନରେନ୍ଦ୍ରକୋଣ ଆଇଟିଆଇ ଛକଠାରେ ଏହି ଗୁଳିମାଡ ହୋଇଛି । ବିଜୁ ବେହେରା ନାମକ ଜଣେ ଯୁବକ ଦାଦାବଟିକୁ କେନ୍ଦ୍ର କରି ମହିଳାଙ୍କୁ ଗୁଳିମାଡ଼ କରିଥିବା ପୋଲିସ ସୂଚନା ଦେଇଛି ।

ତେବେ କୁମ୍ଭାରପଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଲାଇଛି । ବେଆଇନ ଭାବେ ବିଜୁ ବେହେରା କେଉଠୁ ବନ୍ଧୁକ ଆଣିଲା, ତାକୁ ବନ୍ଧୁକ କିଏ ଦେଲା, ଏ ସବୁ ଦିଗରେ ଅଧିକ ଛାନବିନ୍ କରୁଛି ପୋଲିସ । ପୂର୍ବରୁ ସକୁନ୍ତଳାଙ୍କୁ ମଧ୍ୟ ଦାଦାବଟି ମଗାଯାଇଥିବା ଶୁଣିବାକୁ ମିଳୁଛି ।