spot_img
Home Blog Page 5056

କାଠଯୋଡ଼ି ବ୍ରିଜରୁ ନଦୀକୁ ଡେଇଁପଡ଼ିଲେ ଯୁବକ: ଗତକାଲି ଘରୁ ଚାଲିଆସିଥିଲେ

କଟକ: କାଠଯୋଡି ବ୍ରିଜରୁ ନଦୀକୁ ଡେଇଁଲେ ଯୁବକ । ଗୋପାଳପୁର ଛକ ନିକଟରେ ଖାରବେଳ ନଗରର ସପନ କୁମାର ବେହେରା ପାଣିକୁ ଡେଇଁପଡିଥିବା ସୂଚନା । ଘରୁ ଗତକାଲି ସଂଧ୍ୟାରେ ସେ ବାହାରି ଆସିଥିଲେ । ଆଜି କୌଣସି କାରଣରୁ ସ୍କୁଟି ରଖି ନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଛି । ପୋଲିସ ସ୍କୁଟି ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲା। ସପନ କୋରିଅର କମ୍ପାନୀରେ କାମ କରନ୍ତି ।

କୌଣସି କାରଣରୁ ଯୁବକ ଜଣକ ମାନସିକ ଅଶାନ୍ତି ଭିତରେ ରହି କିଛି ଦିନ ହେବ ନିଶା କରୁଥିଲେ। ପରିବାର ଲୋକଙ୍କ ସହ ଭଲରେ କଥା ହେଉନଥିବା ପରିବାର ଲୋକ କହିଛନ୍ତି । ପୋଲିସ ଓ ଅଗ୍ନୀଶମ ଟିମ ଘଟଣାସ୍ଥଳରେ ଖୋଜାଖୋଜି କରୁଛନ୍ତି ।

ଏଥିସହିତ ପଢ଼ନ୍ତୁ: ରିଜର୍ଭ ପୋଲିସ ବାରାକକୁ ଗଲା ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ ସାହୁ

କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲା: ଆର୍ଯ୍ୟନଙ୍କ ଜାମିନ ଆବେଦନ ଉପରେ ଆଜି ହେବ ଶୁଣାଣି

ମୁମ୍ୱାଇ: ହାଇପ୍ରୋଫାଇଲ୍ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା । ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ୍ ନେଇ ଆଜି ଆସିବ ରାୟ । ମୁମ୍ବାଇର ସେସନ୍ସ କୋର୍ଟ ମାମଲାର ରାୟ ଶୁଣାଇବେ । ଯଦି ଆଜି ଆର୍ଯ୍ୟନଙ୍କୁ ଜାମିନ୍ ନ ମିଳେ ତେବେ ସେ ଜେଲରେ ରହିବେ । ସେପଟେ ଆର୍ଯ୍ୟନଙ୍କ ଜାମିନ୍ ଉପରେ ରୋକ ଲଗାଇବା ପାଇଁ ଚେଷ୍ଟା କରିବ ଏନସିବି । ଏବେ ମୁମ୍ବାଇର ଅର୍ଥର ରୋଡ୍ ଜେଲରେ ଅଛନ୍ତି ଆର୍ଯ୍ୟନ ଖାନଙ୍କ ସହ ଅନ୍ୟ ଅଭିଯୁକ୍ତ ।

ଡ୍ରଗ୍ସ ପାର୍ଟି ଲିଙ୍କ ଖୋଜୁଛି ଏନସିବି । ଆର୍ଯ୍ୟନଙ୍କ ମୋବାଇଲରୁ ଅନେକ ତଥ୍ୟ ମିଳିଥିବାବେଳେ ବିଦେଶ ଲିଙ୍କ ନେଇ ଚାଲିଛି ଖୋଳତାଡ । କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ମୋଟ ୧୮ ଜଣ ଗିରଫ ହୋଇ ସାରିଛନ୍ତି । ଗତ ୨ ତାରିଖରେ ଆର୍ଯ୍ୟନ ଖାନଙ୍କ ସହ ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚାଙ୍କ ସହ ଅନ୍ୟ ୮ ଜଣକୁ ଗିରଫ କରିଥିଲା ଏନସିବି ।

ଏଥିସହିତ ପଢ଼ନ୍ତୁ: ଆର୍ଯ୍ୟନଙ୍କୁ ବେଲ୍ ନମିଳିବା ଯାଏଁ ମନ୍ନତରେ ହେବନି ମିଠା ରୋଷେଇ

କାଲିଠୁ କାର୍ତ୍ତିକ ବ୍ରତ: ମଠବାଡ଼ି, ହୋଟେଲରେ ହବିଷ୍ୟାଳୀଙ୍କୁ ନ ରଖିବାକୁ ପରାମର୍ଶ

ପୁରୀ: ପବିତ୍ର କୁମାରପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଅନ୍ୟପଟେ ଆସନ୍ତାକାଲିଠୁ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ଆରମ୍ଭ ହେବ । ତେବେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହବିଷ୍ୟାଳିମାନେ ପୁରୀ ନଆସି ଘରେ ରହି କାର୍ତ୍ତିକ ବ୍ରତ କରିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ମଠବାଡି, ହୋଟେଲ, ଲଜିଂରେ ହବିଷ୍ୟାଳିଙ୍କୁ ନରଖିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଆଶଙ୍କାକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯିବ । ଭକ୍ତମାନେ କୋଭିଡ କଟକଣା ମାନି ଡବଲ ଡୋଜ ସାର୍ଟିଫିକେଟ କିମ୍ବା ୯୬ ଘଣ୍ଟା ପୂର୍ବର କୋଭିଡ ଆରଟିପିସିଆର ନେଗେଟିଭ ରିପୋର୍ଟ କିଓସ୍କୋରେ ଦେଖାଇ ଦର୍ଶନ ପାଇଁ ଯାଉଛନ୍ତି । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି  ଆବଶ୍ୟକ ହେଲେ କିଓସ୍କୋ ସଂଖ୍ୟା ମଧ୍ୟ ବଢାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସମସ୍ତ ଭକ୍ତ ଯେଭଳି ସୁରୁଖୁରୁରେ ମହାପ୍ରସାଦ ପାଇପାରିବେ ସେନେଇ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରାଯାଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ । ଶ୍ରୀମନ୍ଦିରର ଦକ୍ଷିଣ ଓ ଉତ୍ତର ଦ୍ୱାରରେ ଭକ୍ତମାନେ ମହାପ୍ରସାଦ ପାଇପାରିବେ ।

ଏଥିସହିତ ପଢ଼ନ୍ତୁ: ଆଜି ବି ରାଜ୍ୟରେ ଜାରି ରହିବ ବର୍ଷା: ଅର୍ଦ୍ଧାଧିକ ଜିଲ୍ଲାରେ ବର୍ଷା ସମ୍ଭାବନା

ଉତ୍ତରାଖଣ୍ଡରେ ବର୍ଷା ଆଣିଛି ବିପର୍ଯ୍ୟୟ: ୩୦ ଟିପିଲାଣି ମୃତ୍ୟୁ ସଂଖ୍ୟା, ମୃତଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା

ଧର୍ମଶାଳା: ଦେବଭୂମି ଉପରେ ପ୍ରକୃତିର କୋପ । ବର୍ଷା, ବନ୍ୟା ଓ ଭୂସ୍ଖଳନ ଫଳରେ ଉତ୍ତରାଖଣ୍ଡରେ ସ୍ଥିତି ଗମ୍ଭୀର । ମୃତ୍ୟ ସଂଖ୍ୟା ୩୦ ଟପିଥିବା ବେଳେ ଅନେକ ନିଖୋଜ ଅଛନ୍ତି । ମୃତକଙ୍କ ପରିବାର ପ୍ରତି ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ସରକାର । ସମସ୍ତ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀଙ୍କୁ ସ୍ଥିତି ଉପରେ କଡ଼ା ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ।

Uttarakhand rains: Nainital Lake overflows, at least 24 dead, roads, houses washed away | Top updates - India News

NDRF ଓ SDRF ଟିମ୍ ତୟାର ରହିଛନ୍ତି । ରିଲିଫ୍ କାର୍ଯ୍ୟ ଓ ପ୍ରଭାବିତଙ୍କୁ ଉଦ୍ଧାର କରିବା ପାଇଁ ବାୟୁସେନାର ସହାୟତା ନିଆଯାଇଛି । ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ନୈନିତାଲ ଜିଲ୍ଲା । ନୈନିତାଲ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ସମସ୍ତ ପର୍ଯ୍ୟଟନସ୍ଥଳୀ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି । ସେହିଭଳି ବିଦ୍ୟୁତ ଓ ଇଣ୍ଟରନେଟ୍ ସେବା ଠପ୍ ହୋଇଯାଇଛି ।

Uttarakhand Weather Update News Today: River Crosses Danger Level After Heavy Rainfall - Uttarakhand Rain And Floods: काल बनकर बरसे बादल, अब तक 42 लोगों की मौत, मृतकों के परिजनों को मिलेगी

ନୈନିତାଲ ସହ ଅନ୍ୟ ଜିଲ୍ଲାର ହଜାର ହଜାର ଲୋକ ମଧ୍ୟ ପ୍ରାଭାବିତ ହୋଇଛନ୍ତି । ଜାତୀୟ ରାଜପଥରେ ଫସି ରହିଛି ଅନେକ ଗାଡି । ସେପଟେ ରାଜ୍ୟର ପ୍ରମୁଖ ନଦୀରେ ବନ୍ୟା ଆସିଛି । ଯାହାଫଳରେ ଦୁର୍ଦ୍ଦଶା ଦ୍ୱି ଗୁଣିତ ହୋଇଯାଇଛି । ବନ୍ୟା ପାଣି କମିବା ପରେ କ୍ଷୟକ୍ଷତିର ଆକଳନ କରାଯିବ ବୋଲି କହିଛନ୍ତି ଉତ୍ତରାଖଣ୍ଡ ସରକାର  ।

ଏଥିସହିତ ପଢ଼ନ୍ତୁ: ବିଜେପିରୁ ସମ୍ପୂର୍ଣ୍ଣ ଦୂରେଇଲେ ସାଂସଦ ବାବୁଲ ସୁପ୍ରିୟୋ; ବାଚସ୍ପତିଙ୍କୁ ଦେଲେ ଇସ୍ତଫା

ଗୋବିନ୍ଦ ସାହୁଙ୍କୁ ଆଜି କୋର୍ଟରେ ହାଜର କରିବ ପୋଲିସ: ୩ ଦିନିଆ ରିମାଣ୍ଡ ପାଇଁ କରିପାରେ ଆବେଦନ

କଳାହାଣ୍ଡି: ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାରେ ଗିରଫ ଗୋବିନ୍ଦ ସାହୁଙ୍କୁ ଆଜି କରାଯିବ କୋର୍ଟ ଚାଲାଣ । ମାମଲାର ଅଧିକ ତଦନ୍ତ ପାଇଁ ଅଭିଯୁକ୍ତକୁ ତିନି ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ ପୋଲିସ । ଗତକାଲି ଅପରାହ୍ନରେ ବଙ୍ଗୋମୁଣ୍ଡା ବ୍ଲକ ବୁଢିପଦରରୁ ଗୋବିନ୍ଦଙ୍କୁ ଗିରଫ କରିଥିଲା ପୋଲିସ । ତାଙ୍କ ଭଉଣୀ ଘର ପାଖରେ ଥିବା ଆଖୁ କିଆରିରେ ଲୁଚିଥିଲେ ଗୋବିନ୍ଦ ।

ବଲାଙ୍ଗୀର ଏସପିଙ୍କ କାର୍ଯ୍ୟାଳୟରେ ଗୋବିନ୍ଦଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା ପରେ ରିଜର୍ଭ ପୋଲିସ ବାରାକକୁ ନିଆଯାଇଛି । ରିଜର୍ଭ ପୋଲିସ ମେଡିକାଲରେ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ବାରାକରେ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ରଖାଯାଇଛି । ଅନ୍ୟପଟେ ଗୋବିନ୍ଦଙ୍କ ଫେରାର ମାମଲାରେ ତାଙ୍କ ଭଣଜାଙ୍କୁ ଅଟକ ରଖିଛି ପୋଲିସ । ତାଙ୍କୁ ଫେରାର କରିଥିବା ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିଆଇଜି ଦୀପକ କୁମାର ।

ଏଥିସହିତ ପଢ଼ନ୍ତୁ: ରିଜର୍ଭ ପୋଲିସ ବାରାକକୁ ଗଲା ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ ସାହୁ

ଆଜି ବି ରାଜ୍ୟରେ ଜାରି ରହିବ ବର୍ଷା: ଅର୍ଦ୍ଧାଧିକ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ବି ରାଜ୍ୟରେ ଛେଚିବ ବର୍ଷା । ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ବି ସକ୍ରିୟ ରହିଛି । ଏହା ପ୍ରଭାବରେ ଆଜି ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସେହିପରି ଆଜି ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି  । ଏଥିପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  । ତେବେ ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ଆସିବା ସହିତ ବର୍ଷା କମିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି  ।

ଏଥିସହିତ ପଢ଼ନ୍ତୁ: ରିଜର୍ଭ ପୋଲିସ ବାରାକକୁ ଗଲା ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ ସାହୁ

ନୂଆ ରାଜନୈତିକ ଦଳ ଗଢିବେ ଅମରିନ୍ଦର ସିଂ

ଚଣ୍ଡିଗଡ଼: ନୂଆ ରାଜନୈତିକ ଦଳ ଗଠନ କରିବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ। ଏ ନେଇ ଆଜି ଟ୍ବିଟ କରି ସୂଚନା ଦେଇଛନ୍ତି ଅମରିନ୍ଦର ସିଂଙ୍କ ରାଜନୈତିକ ପରାମର୍ଶଦାତା ରବିନ ଠୁକରାଲ ।

ସୂଚନା ଅନୁଯାୟୀ, ଖୁବ ଶୀଘ୍ର ନୂଆ ରାଜନୈତିକ ଦଳର ନାଁ ଘୋଷଣା କରିବେ ଅମରିନ୍ଦର। ବିଜେପି ସହ ଆଗାମୀ ନିର୍ବାଚନରେ ଯିବା ନେଇ ସଙ୍କେତ ଦେଇଛନ୍ତି ଅମରିନ୍ଦର । ସେ କହିଛନ୍ତି ଯଦି ଚାଷୀମାନଙ୍କ ସମସ୍ୟାର ସମାଧାନ ହୋଇଯିବ, ତେବେ ୨୦୨୨ ନିର୍ବାଚନରେ ବିଜେପି ସହ ମେଣ୍ଟ ହେବାର ସମ୍ଭାବନା ରହିଛି । ପଞ୍ଜାବର ଭବିଷ୍ୟତ ପାଇଁ ଲଢେଇ ଜାରି ରହିବ ବୋଲି କହିଛନ୍ତି ଅମରିନ୍ଦର ।

ତେବେ କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅମରିନ୍ଦର । ଏଥି ସହ କଂଗ୍ରେସ ସହ ସମସ୍ତ ରାଜନୈତିକ ସମ୍ପର୍କ ମଧ୍ୟ ଛିନ୍ନ କରିଥିଲେ । ଅମରିନ୍ଦର ନୂଆ ଦଳ ଗଢିବା ନେଇ ଚର୍ଚ୍ଚା ହେଉଥିବାବେଳେ ଆଜି ସେ ଏ ନେଇ ସୂଚନା ଦେଇଛନ୍ତି । ୨୦୨୨ ବିଧାନସଭା ନିର୍ବାଚନରେ ଅମରିନ୍ଦର ସିଂ କଂଗ୍ରେସ ପାଇଁ ଅଡୁଆ ସୃଷ୍ଟି କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି

ରିଜର୍ଭ ପୋଲିସ ବାରାକକୁ ଗଲା ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ ସାହୁ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାରେ ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ ସାହୁ ଗିରଫ। ପରେ ବଲାଙ୍ଗୀର ଏସପିଙ୍କ କାର୍ଯ୍ୟାଳୟରେ ଦୀର୍ଘ ଦେଢ଼ ଘଣ୍ଟା ଧରି ପଚରାଉଚରା କରାଯିବା ସହ ଗୋବିନ୍ଦଙ୍କୁ ରିଜର୍ଭ ପୋଲିସ ବାରାକକୁ ନିଆଯାଇଛି। ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗୀର ଏସପି ନୀତିନ କୁସଲକରଙ୍କ ଉପସ୍ଥିତିରେ ପଚରାଉଚରା କରାଯାଇଥିଲା।

ରିଜର୍ଭ ପୋଲିସ ମେଡିକାଲରେ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ବାରାକରେ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ରଖାଯାଇଛି। ଅନ୍ୟପଟେ ଗୋବିନ୍ଦଙ୍କ ଫେରାର ମାମଲାରେ ତାଙ୍କ ଭଣଜାକୁ ଅଟକ ରଖିଛି ପୋଲିସ । ଆସନ୍ତାକାଲି ଗୋବିନ୍ଦଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି । ତେବେ ଅଧିକ ତଦନ୍ତ ପାଇଁ ଗୋବିନ୍ଦଙ୍କୁ ତିନି ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ ପୋଲିସ ।

ଆଜି ଅପରାହ୍ନରେ ବଙ୍ଗୋମୁଣ୍ଡା ବ୍ଲକ ବୁଢିପଦରରୁ ଗୋବିନ୍ଦଙ୍କୁ ଗିରଫ କରିଥିଲା ପୋଲିସ । ଭଉଣୀ ଘର ପାଖରେ ଥିବା ଆଖୁ କିଆରିରେ ଲୁଚିଥିଲେ ଗୋବିନ୍ଦ। ଚଢାଉ କରି ଆଖୁବାଡିରୁ ତାଙ୍କୁ ଗିରଫ କରିଥିଲା ପୋଲିସ। ସେପଟେ ଡିଆଇଜି ଦୀପକ କୁମାର ଗୋବିନ୍ଦଙ୍କ ଗିରଫଦାରି ସଂପର୍କରେ ସୂଚନା ଦେବା ସହ ତାଙ୍କୁ ଫେରାର କରିଥିବା ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଗୋବିନ୍ଦଙ୍କ ସହଯୋଗୀମାନଙ୍କୁ ପୋଲିସ ଖୋଜୁଥିବା ସୂଚନା ଦେଇଛନ୍ତି ଡିଆଇଜି ।

ଗତ ରବିବାର ରାତିରେ ପୋଲିସ ହେପାଜତରୁ ଫେରାର ହୋଇଯାଇଥିଲେ ଗୋବିନ୍ଦ । ଗୋବିନ୍ଦଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ପୋଲିସ । ଗୋବିନ୍ଦଙ୍କ ସଂପର୍କରେ ସୂଚନା ଦେଲେ ଏକ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ମଧ୍ୟ ପୋଲିସ ଘୋଷଣା କରିଥିଲା ।

ଦୁଇ ଦିନିଆ ଜମ୍ମୁ ଗସ୍ତରେ ସେନାମୁଖ୍ୟ ଜେନେରାଲ ନରଓ୍ବାଣେ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କୁ ଦିଆଯିବ ଚେକ୍। ଦୁଇ ଦିନିଆ ଜାମ୍ମୁ ଗସ୍ତରେ ଯାଇ ସ୍ଥିତି ପରଖିଛନ୍ତି ସେନାମୁଖ୍ୟ ଜେନେରାଲ ଏମ.ଏମ. ନରଓ୍ବାଣେ । ଏପ୍ରସଙ୍ଗରେ ବି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ।

ନିୟନ୍ତ୍ରଣ ରେଖାର ହ୍ବାଇଟ ନାଇଟ କର୍ପସର ଛାମୁଆ ଅଞ୍ଚଳରେ ପହଞ୍ଚି ରଣନୀତି ନିର୍ଦ୍ଧାରଣ କରିଛନ୍ତି ଜେନେରାଲ ଏମ.ଏମ. ନରଓ୍ବାଣେ । ଆତଙ୍କବାଦୀଙ୍କ ଅନୁପ୍ରବେଶ ରୋକିବା ଲାଗି ପରାମର୍ଶ ଦେବା ସହ ବରିଷ୍ଠ ଅଧିକାରୀଙ୍କ କରିଛନ୍ତି ସମୀକ୍ଷା ।

ସେପଟେ ଜାମ୍ମୁ ଓ କାଶ୍ମୀର ସ୍ଥିତି ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ । ବିଭିନ୍ନ ହତ୍ୟା ଘଟଣାର ତଦନ୍ତ ଲାଗି ଏନଆଇଏକୁ ଦାୟିତ୍ବ ଦେବାକୁ କହିଛି ଗୃହ ମନ୍ତ୍ରାଳୟ ।

ବିଜେପି ବିଧାୟକ ମୋହନ ମାଝିଙ୍କୁ ସମାଲୋଚନା କଲେ ସୁଲତା ଦେଓ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର: ବିଜେପି ବିଧାୟକ ମୋହନ ମାଝିଙ୍କୁ ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଅଯଥାରେ ରାଜ୍ୟ ସରକାରଙ୍କୁ ନିନ୍ଦା କରୁଥିଲେ ।

ତାଙ୍କ ଗାଡ଼ି ଉପରେ ଯେଉଁମାନେ ଆକ୍ରମଣ କରିଛନ୍ତି, ସେମାନେ ବିଜେପି କର୍ମୀ। ମୋହନ ମାଝି ସେମାନଙ୍କୁ କାମ ଦେଇନପାରିବାରୁ ଆକ୍ରମଣର ଶିକାର ହୋଇଛନ୍ତି । ମୋହନ ମାଝୀ ତାଙ୍କ ଗାଡ଼ି ଉପରେ ହୋଇଥିବା ଆକ୍ରମଣ ପାଇଁ ସରକାରଙ୍କୁ ବଦନାମ କରିବାକୁ ଚାହୁଁଥିଲେ ।ଏକଥା ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି ବୋଲି କହିଛନ୍ତି ସୁଲତା।