spot_img
Home Blog Page 5058

ଲକ୍ଷ୍ମୀ ପୂଜା ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବିଏମସିର ଗାଇଡଲାଇନ ଜାରି

ଭୁବନେଶ୍ୱର: କାର୍ତ୍ତିକ ମାସ ପାଇଁ ପୂଜା ଗାଇଡ୍‌ଲାଇନ ଜାରି କଲା ବିଏମସି । ରାଜଧାନୀରେ ଲକ୍ଷ୍ମୀ ପୂଜାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ହେବାକୁ ଥିବା ପୂଜା ଲାଗି ମାର୍ଗଦର୍ଶିକା ଜାରି କରିଛି ଭୁବନେଶ୍ବର ମ୍ୟୁନିସିପାଲିଟି କର୍ପୋରେସନ। କରୋନା କଟକଣାରେ ପୂଜା ପାଳନ ହେବ।

ଲକ୍ଷ୍ମୀ ଓ କାର୍ତ୍ତିକେଶ୍ବରଙ୍କ ମୂର୍ତ୍ତିର ଉଚ୍ଚତା ୪ଫୁଟ ମଧ୍ୟରେ ରହିବ । ପୂଜା ମଣ୍ଡପରେ ୭ଜଣରୁ ଅଧିକ ଲୋକ ଉପସ୍ଥିତ ରହିବା ମନା । ଏହାସହ ପୂଜା ମଣ୍ଡପ ଓ ଏହାର ଆଖପାଖରେ କୌଣସି ସାଂସ୍କୃତିକ ଓ ଧାର୍ମିକ ସମାବେଶ କରାଯିବ ନାହିଁ ବୋଲି ବିଏମସି ଗାଇଡଲାଇନ ଜାରି କରିଛି । ସେହିପରି ଭସାଣ ଶୋଭାଯାତ୍ରାରେ ମଧ୍ୟ କଟକଣା ଲଗାଯାଇଛି । ଭସାଣି ଶୋଭାଯାତ୍ରାରେ ସର୍ବାଧିକ ୧୦ଜଣ ଲୋକ ସାମିଲ ହୋଇପାରିବେ । ଭସାଣିରେ ସାମିଲ ହୋଇଥିବା ଲୋକମାନେ କରୋନା ଡବଲ ଡୋଜ୍ ଟିକା ନେଇଥିବା ବାଧ୍ୟତାମୂଳକ ।

ସେହିପରି କାର୍ତ୍ତିକ ବ୍ରତ ବେଳେ ହବିଷ୍ୟାଳିଙ୍କୁ ମନ୍ଦିରରେ ଏକତ୍ରିତ ହେବା ଉପରେ କଟକଣା ଜାରି କରାଯାଇଛି। କୌଣସି ମନ୍ଦିରରେ ରହି ହବିଷ୍ୟାଳି କାର୍ତ୍ତିକ ବ୍ରତ କରିପାରିବେ ନାହିଁ । ବିନ୍ଦୁସାଗର ଓ ଅନ୍ୟ ସମସ୍ତ ନଦୀ ପୁଷ୍କରିଣୀରେ କାର୍ତ୍ତିକ ଉତ୍ସବ ପାଳନକୁ ବାରଣ କରାଯାଇଛି । ତେବେ ଏଥିରେ ଖିଲାପ ହେଲେ ସମ୍ପୃକ୍ତ ବ୍ୟକ୍ତି ତଥା ସଂଗଠନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦିଆଯାଇଛି।

ମୃତଦେହକୁ କାନ୍ଧ ଦେଲେନି ସାହି ପଡ଼ିଶା; ଶବ ସତ୍କାର କଲେ ସ୍ତ୍ରୀ

ନବରଙ୍ଗପୁର: ଜାତିପ୍ରଥା ଯୋଗୁ ଶବକୁ ମିଳିଲାନି ସାହି ପଡ଼ିଶାଙ୍କ କାନ୍ଧ। ଶବ ସତ୍କାର କଲେ ସ୍ତ୍ରୀ ଓ ବାପା-ମା’। ଏଭଳି ଅଭାବନାୟୀ ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରା ଗାଁରେ। ସାରଥି ଯାନୀଙ୍କ ପୁଅ ଜଗବନ୍ଧୁ ଯାନୀ କୌଣସି କାରଣରୁ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ପ୍ରାଣ ହରାଇଥିଲେ।

ଖବର ପାଇ ଗାଁର ଅନ୍ୟ ସମ୍ପ୍ରଦାୟର ୩ ଯୁବକ ସହାୟତା ପାଇଁ ମେଡିକାଲରେ ପହଞ୍ଚିଥିଲେ। ଆମ୍ବୁଲାନ୍ସ ଯୋଗେ ଗାଁରେ ଜଗବନ୍ଧୁଙ୍କ ମୃତଦେହ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ବିବାଦ। ଅନ୍ୟ ସମ୍ପ୍ରଦାୟର ଯୁବକ ମୃତଦେହକୁ ଛୁଇଁଥିବା ଅଭିଯୋଗ କରି ଜାତି ଭାଇମାନେ ଶବ ସତ୍କାର କରିବା ପାଇଁ ମନା କରିଦେଇଥିଲେ।

ତେବେ ଜଗବନ୍ଧୁଙ୍କର ପ୍ରଥମ ପତ୍ନୀ ଥିବା ବେଳେ ସେ ଅନ୍ୟ ସଂପ୍ରଦାୟର ଆଉ ଏକ ଝିଅକୁ ବାହା ହୋଇଥିବାରୁ ସାହି ଭାଇ ଶବ ସତ୍କାର କରିନଥିଲେ। ଶେଷରେ ବାଧ୍ୟ ହୋଇ ଜଗବନ୍ଧୁ ଯାନୀଙ୍କ ୨ ସ୍ତ୍ରୀ, ମା’ ଓ ବାପା ମୃତଦେହକୁ କୋକେଇରେ ମଶାଣିକୁ ନେଇ ସତ୍କାର କରିଥିଲେ। ଜଗବନ୍ଧୁଙ୍କ ୨ କୁନି ପୁଅ ମୁଖାଗ୍ନି ଦେଇଥିଲେ।

ପୋଲିସ କବଜାରେ ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦ ସାହୁ

ବଲାଙ୍ଗୀର: ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ଘଟଣାରେ ଫେରାର୍ ଥିଲା ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦ ସାହୁ । ଯାହାକୁ ମଙ୍ଗଳବାର ଦିନ ଧରାଯାଇଛି । ଏନେଇ ଟ୍ବିଟ କରି ସୂଚନା ଦେଲେ ବଲାଙ୍ଗୀର ଏସପି ।

ସୂଚନା ଅନୁଯାୟୀ, ଗୋବିନ୍ଦ ଭଉଣୀ ଘରେ ଲୁଚି ରହିଥିଲା ବେଳେ ତା’କୁ ବୁଢ଼ିପଦରରୁ ପୋଲିସ ଗିରଫ କରିଛି । ଭଉଣୀ ଘର ଆଖୁବାଡିରେ ଲୁଚିଥିଲେ ଗୋବିନ୍ଦ । ଚଢାଉ କରି ଆଖୁବାଡିରୁ ତାଙ୍କୁ ଗିରଫ କରିଛି ପୋଲିସ । ସେପଟେ ଡିଆଇଜି ଦୀପକ କୁମାର ଗୋବିନ୍ଦଙ୍କୁ ଗିରଫଦାରୀ ସଂପର୍କରେ ସୂଚନା ଦେବା ସହ ତାଙ୍କୁ ଫେରାର କରିଥିବା ସହଯୋଗୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଗୋବିନ୍ଦଙ୍କ ସହଯୋଗ ମାନଙ୍କୁ ପୋଲିସ ଖୋଜୁଥିବା ସୂଚନା ଦେଇଛନ୍ତି ଡିଆଇଜି । ଗତ ରବିବାର ରାତିରେ ପୋଲିସ ହେପାଜତରୁ ଫେରାର ହୋଇଯାଇଥିଲେ ଗୋବିନ୍ଦ । ଗୋବିନ୍ଦଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ପୋଲିସ ।

ନିକଟ ଅତୀତରେ ପୋଲିସ କବଜାରୁ ଚମ୍ପଟ ମାରିଥିବା ସନସାଇନ୍ ପବ୍ଲିକ୍ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ମୋଷ୍ଟ ୱାଣ୍ଟେଡ୍ ଘୋଷଣା କରିଥିଲା ବଲାଙ୍ଗୀର ପୋଲିସ । ଏପରିକି ଗୋବିନ୍ଦଙ୍କ ବିଷୟରେ ସୂଚନା ଦେଲେ ୧ ଲକ୍ଷ ଟଙ୍କା ମିଳିବ ବୋଲି ଲଟକା ଜାରି କରିଥିଲା ପୋଲିସ। ସେହିପରି ତଦନ୍ତ ପାଇଁ ବଲାଙ୍ଗୀରରେ ପହଞ୍ଚିଛନ୍ତି ଉତ୍ତରାଞ୍ଚଳ ପୋଲିସ ଡିଆଇଜି ଡ଼ ଦୀପକ କୁମାର । ତଦନ୍ତର ଅଗ୍ରଗତି ନେଇ ଏସପିଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ଡିଆଇଜି।

 

ପୁରୀ ସମୁଦ୍ରରେ ବୁଡିଗଲେ ୨ ପର୍ଯ୍ୟଟକ; ଜଣେ ମୃତ ଓ ଅନ୍ୟଜଣେ ନିଖୋଜ

ପୁରୀ: ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ବୁଡି ଯାଇଛନ୍ତି ଦୁଇ ପର୍ଯ୍ୟଟକ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ରହିଛନ୍ତି।

ତେବେ ଉଦ୍ଧାର ହୋଇଥିବା ଯୁବକଙ୍କର ଏଯାବତ୍ ପରିଚୟ ମିଳିନାହିଁ । ସୂଚନା ଅନୁଯାୟୀ, ସେ ଲାଇଟ ହାଉସ ନିକଟରେ ଗାଧୋଇବା ସମୟରେ ବୁଡ଼ି ଯାଇଥିଲେ। ସ୍ୱର୍ଗଦ୍ୱାର ନିକଟରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା।

ସେହିପରି ଅନ୍ୟଜଣେ ପିଙ୍କ ହାଉସ ନିକଟ ବେଳାଭୂମିରେ ଗାଧୋଉଥିବା ବେଳେ ନିଖୋଜ ଅଛନ୍ତି। ତାଙ୍କୁ ଉଦ୍ଧାର କରିବା ଲାଗି ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି।

ଉତ୍ତରାଖଣ୍ଡରେ ଜଳପ୍ରଳୟ; ଉଦ୍ଧାର କାର୍ଯ୍ୟରେ ନିୟୋଜିତ SDRF ଟିମ୍

ନୈନିତାଲ: ଉତ୍ତରାଖଣ୍ଡରେ ଜଳପ୍ରଳୟ ସ୍ଥିତି ଦେଖାଦେଇଛି। ଗତକାଲିଠାରୁ ପ୍ରବଳ ବର୍ଷା ସହ ଭୂସ୍ଖଳନ ଯୋଗୁ ସ୍ଥିତି ବେହାଲ । ନୈନିତାଲ ଅନ୍ତର୍ଗତ ରାମଗଡରେ ଆଜି ସକାଳୁ ମୂଷଳ ଧାରାରେ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ପାହାଡ଼ ଧସିବା ଯୋଗୁ ଅନେକ ଯାତ୍ରୀ ଫସି ରହିଛନ୍ତି । ଧସି ଥିବା ପାହାଡ଼ ତଳେ ଅନେକ ଗାଡ଼ି ଫସି ରହିଛି।

ଘାଟି ରାସ୍ତା ଦେଇ ଆସୁଥିବା କେତେକ କାର୍‌ ତଳକୁ ଖସିପଡ଼ିଥିବା ବେଳେ କ୍ରେନ୍ ସାହାଯ୍ୟରେ ଉଦ୍ଧାର କରାଯାଉଛି। ଅନେକ ଯାତ୍ରୀ ମୃତାହତ ଆଶଙ୍କା ରହିଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ଥିବା ବେଳେ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ସେପଟେ ଦେବଭୂମିର ଅନ୍ୟ ଜିଲ୍ଲାରେ ବି ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁ ଏବେସୁଦ୍ଧା ପ୍ରାୟ ୫ଜଣଙ୍କ ମୃତ୍ୟୁ ହୋଇଛି ।

ଚମୋଲି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ମନ୍ଦାକିନୀ ନଦୀରେ ବନ୍ୟା ସ୍ଥିତି ଉପୁଜିଛି । ସେପଟେ ଗଙ୍ଗାରେ ଜଳସ୍ତର ବୃଦ୍ଧି ଯୋଗୁ ଋଷିକେଶ ଓ ଅନ୍ୟଘାଟ ଜଳମଗ୍ନ ହୋଇଛି । ବର୍ଷା ଓ ବାଦଲ ଫଟା ବର୍ଷା ଯୋଗୁ ଏ ପର୍ଯ୍ୟନ୍ତ ପ୍ରାୟ ୧୬ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ କେଦାରନାଥ ଯାତ୍ରାରୁ ଫେରୁଥିବା ବେଳେ ପାହାଡ଼ ଧସିବା ଯୋଗୁ ଫସି ରହିଥିବା ୨୨ ଯାତ୍ରୀଙ୍କୁ SDRF ଟିମ୍ ଉଦ୍ଧାର କରିଛନ୍ତି । ସମସ୍ତେ ସୁରକ୍ଷିତ ଅଛନ୍ତି ।

ସନ୍ଦିଗ୍ଧ ଗୋବିନ୍ଦ ସାହୁଙ୍କ ପାଇଁ ଇନାମ୍ ଘୋଷଣା କଲା ପୋଲିସ

0

ଧର୍ମଗଡ଼: ମାଟି ତଳୁ ମିଳିଲା ମଣିଷ ଶରୀରର ଅଧାପୋଡା ମର ଶରୀର । କଳାହାଣ୍ଡି ମହାଲିଙ୍ଗ ମିନି ଷ୍ଟାଡିୟମରୁ ଦରପୋଡା ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତଦେହ ମମିତାଙ୍କର କି ନୁହେଁ ତାହା ସ୍ପଷ୍ଟ ହୋଇନି । ପରିବାର ଲୋକ ଚିହ୍ନଟ କଲେ ତଦନ୍ତ ଆଗକୁ ତ୍ୱରାନ୍ୱିତ ହେବ ବୋଲି କହିଛନ୍ତି ବଲାଙ୍ଗୀର ଏସପି । ସେପଟେ ପୋଲିସ କବଜାରୁ ଚମ୍ପଟ ମାରିଥିବା ସନସାଇନ୍ ପବ୍ଲିକ୍ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ମୋଷ୍ଟ ୱାଣ୍ଟେଡ୍ ଘୋଷଣା କରିଛି ବଲାଙ୍ଗୀର ପୋଲିସ । ଏଥିସହିତ ଗୋବିନ୍ଦଙ୍କ  ସମ୍ପର୍କରେ ସୂଚନା ଦେବା ଲାେକଙ୍କ ନିମନ୍ତେ ଘୋଷଣା କରାଯାଇଥିବା ୨୦ ହଜାର ଟଙ୍କାର ପୁରସ୍କର ରାଶିକୁ ୧ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଏନେଇ ଲଟକା ଜାରି କରିଛି ପୋଲିସ । ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ଗତ ୧୨ଦିନ ହେବ ନିଖୋଜ ଅଛନ୍ତି । ମମିତାଙ୍କୁ ମାରି ପୋଡ଼ି ଦେବା ପରେ ପୋତି ଦିଆଯାଇଥିବା ସନ୍ଦେହ କରାଯାଇଥିଲା । ଏହାପରେ ମହାଲିଙ୍ଗ ନୋଡାଲ ହାଇସ୍କୁଲ ପଡିଆର ଚିହ୍ନଟ ସ୍ଥାନ ଖୋଳାଯାଇଥିଲା । ମାଟିତଳୁ ଅଧାପୋଡା ମର ଶରୀର ଉଦ୍ଧାର ହୋଇଛି ।

ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ପୋଲିସ । ନିର୍ମାଣାଧୀନ ମିନି ଷ୍ଟାଡିୟମରେ ନିୟୋଜିତ ଜେସିବି ଡ୍ରାଇଭର ଓ ସିକ୍ୟୁରିଟି ଗାର୍ଡକୁ ଅଟକ ରଖାଯାଇଛି । ଜେସିବି ଡ୍ରାଇଭରର ବୟାନକୁ ଆଧାର କରି ସ୍କୁଲ ପରିସରରେ ଚିହ୍ନଟ ଜାଗାକୁ ଖୋଳା ହୋଇଥିଲା । ସେପଟେ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଗୋବିନ୍ଦ ସାହୁ ପୋଲିସ ହେପାଜତରୁ ରବିବାର ରାତିରୁ ଫେରାର ହୋଇଯାଇଛନ୍ତି ।

ଏଲ୍‌ଏସିରେ ସକ୍ରିୟ ଚୀନ ସେନା: ଆଲୋଚନା ସତ୍ତ୍ୱେ ଗ୍ରାମ ପ୍ରତିଷ୍ଠା କରୁଛି ଚୀନ

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖାରେ ବେଶ୍ ସକ୍ରିୟ ଚୀନର ପିପୁଲସ ଲିବରେସନ ଆର୍ମି । ବିଭିନ୍ନ ସ୍ଥାନରେ ବାର୍ଷିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଥିବା ସହ ବିଭିନ୍ନ ତଳିଆ  ସ୍ଥାନରେ ସୈନ୍ୟ ମୁତୟନ କରିଛି ବୋଲି କହିଛନ୍ତି ପୂର୍ବାଞ୍ଚଳ ସେନା କମାଣ୍ଡର ଲେଫଟନାଣ୍ଟ ଜେନରାଲ ମନୋଜ ପାଣ୍ଡେ । ସେ କହିଛନ୍ତି ବିଭିନ୍ନ ଆଲୋଚନା ସତ୍ତ୍ୱେ ଚୀନ ବିବାଦୀୟ ଏଲଏସି ଅଞ୍ଚଳରେ ଗ୍ରାମ ପ୍ରତିଷ୍ଠା କରୁଛି ଏବଂ ସେଥିପ୍ରତି ବେଶ୍ ସଜାଗ ରହିଛି ଭାରତ ।

ଉଭୟ ସାମରିକ ଓ ବେସାମରିକ ସ୍ତରରେ ଭାରତ ସଜାଗ ରହିଛି ବୋଲି ସେ କହିଛନ୍ତି । ଆରୁଣାଚଳ ପ୍ରଦେଶର ରୁପାଠାରେ ପାଣ୍ଡେ କହିଛନ୍ତି ଏଲଏସିରେ ଚୀନ ନିଜର ସାମରିକ କାର୍ଯ୍ୟକଳାପ ବଢାଇବାରେ ଲାଗିଛି ଏବଂ ସ୍ଥାନୀୟ କମାଣ୍ଡର ସ୍ତରରେ ଏହାର ସମାଧାନ କରାଯାଉଛି । ସୀମାନ୍ତରେ ସୃଷ୍ଟି ହେଉଥିବା ଉତ୍ତେଜନା ପ୍ରଶମନ ଲାଗି ଭାରତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି ଏବଂ ତିନିଟି ହଟଲାଇନ ପ୍ରତିଷ୍ଠା ହୋଇଛି ବୋଲି କହିଛନ୍ତି । ଏଲଏସିରେ ଦୁଇ ପକ୍ଷ ଭିତ୍ତିଭୂମି ପ୍ରତିଷ୍ଠା କରୁଥିବା ବିଷୟ ସେ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଜମ୍ମୁ-କଶ୍ମୀରରେ ନବେ ଦଶକର ସ୍ଥିତି: ଭିଟାମାଟି ଛାଡ଼ି ପାଳୟନ କରୁଛନ୍ତି କଶ୍ମୀରବାସୀ

ଜମ୍ମୁ-କଶ୍ମୀରରେ ନବେ ଦଶକର ସ୍ଥିତି: ଭିଟାମାଟି ଛାଡ଼ି ପଳାୟନ କରୁଛନ୍ତି କାଶ୍ମୀରବାସୀ

0

ଶ୍ରୀନଗର: ଜାମ୍ମୁ-କାଶ୍ମୀରକୁ ଫେରିଛି ନବେ ଦଶକର ସ୍ଥିତି । ଭିଟାମାଟି ଛାଡ଼ି ପଳାୟନ ଆରମ୍ଭ କରିଛନ୍ତି କାଶ୍ମୀରବାସୀ । ଆତଙ୍କୀଙ୍କ ଟାର୍ଗେଟରେ କାଶ୍ମୀର ପଣ୍ଡିତ ପରିବାର। ଘାଟି ଅଞ୍ଚଳରେ ଅଣ-ମୁସଲିମ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସାଧାରଣ ଲୋକଙ୍କୁ ଆତଙ୍କବାଦୀ ଟାର୍ଗେଟ କରୁଥିବା ବେଳେ ଲୋକମାନେ ଭିଟାମାଟି ଛାଡ଼ି ପଳାଉଛନ୍ତି ବୋଲି କାଶ୍ମୀରୀ ପଣ୍ଡିତ ସଂଘର୍ଷ ସମିତିର ଅଧ୍ୟକ୍ଷ କହିଛନ୍ତି ।

ଚଳିତ ମାସରେ ୧୧ ଜଣ ଯବାନ ଓ ବହୁ ସାଧାରଣ ଲୋକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ସେପଟେ ପୁଞ୍ଚ୍‌ ହମଲାରେ ୯ ଜଣ ଯବାନଙ୍କୁ ହତ୍ୟା ଘଟଣା ପାଇଁ ନିଜକୁ ଦାୟୀ କରିଛି ନୂଆ ଆତଙ୍କୀ ସଂଗଠନ । ସେପଟେ ପୁଞ୍ଚ୍‌ ଓ ରଜୌରୀରେ କିଛିଦିନ ହେଲା ଲାଗି ରହିଥିବା ସ୍ଥିତିର ସମୀକ୍ଷା ପାଇଁ ଆଜି ଜାଶ୍ମୀର ଗସ୍ତ କରିଛନ୍ତି ସେନା ମୁଖ୍ୟ ଏମ ଏମ ନରଓ୍ୱାଣେ । ବିଭିନ୍ନ ସ୍ଥାନରେ LOC ଅଞ୍ଚଳକୁ ଯାଇ ସ୍ଥିତି ପରଖିବା ସହ ଆତଙ୍କୀ ପ୍ରସଙ୍ଗକୁ ନେଇ ଆଜି ବହୁ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆର୍ମି ମୁଖ୍ୟ ନରଓ୍ୱାଣେ ସାମିଲ ହେବେ । ଆତଙ୍କୀଙ୍କୁ କଡ଼ା ଜବାବ ଦେବା ସହ ଆତଙ୍କୀ ସଂଗଠନକୁ ନିପାତ କରିବା ପାଇଁ ସେନାକୁ ପ୍ରସ୍ତୁତ କରାଯାଉଛି । ଅନ୍ୟପଟେ କାଶ୍ମୀର ସ୍ଥିତିକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ଗୃହମନ୍ତ୍ରୀ ଅମିତ ଶାହା । କାଶ୍ମୀର ସ୍ଥିତିକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ।

ଏଥିସହିତ ପଢ଼ନ୍ତୁ: କେରଳରେ ବିପର୍ଯ୍ୟୟ ସୃଷ୍ଟି କରିଛି ବର୍ଷା: ୨୭ରୁ ଅଧିକ ଲୋକଙ୍କ ଜୀବନହାନୀ

ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତିଙ୍କ ଶପଥଗ୍ରହଣ

କଟକ: ଶପଥ ନେଲେ ହାଇକୋର୍ଟର ନୂଆ ବିଚାରପତି । ଓଡ଼ିଶା ହାଇକୋର୍ଟର ତିନି ଜଣ ନୂଆ ବିଚାରପତି ଶପଥଗ୍ରହଣ କରିଛନ୍ତି । ଜଷ୍ଟିସ ମୃଗାଙ୍କ ଶେଖର ସାହୁ, ଜଷ୍ଟିସ ରାଧାକ୍ରିଷ୍ଣ ପଟ୍ଟନାୟକ ଏବଂ ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ଶପଥପାଠ କରାଇଲେ ମୁଖ୍ୟ ବିଚାରପତି । ହାଇକୋର୍ଟ ନୂତନ ସମ୍ମିଳନୀ କକ୍ଷରେ ନବନିଯୁକ୍ତ ବିଚାରପତି ଶପଥ ନେଇଛନ୍ତି । କରୋନା କଟକଣା ମଧ୍ୟରେ ହାଇକୋର୍ଟର ବିଚାରପତି ଓ କମ୍‌ ସଂଖ୍ୟକ ଅତିଥିଙ୍କ ଉପସ୍ଥିତିରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲେ ।

ଏଥିସହିତ ପଢ଼ନ୍ତୁ: ଚୌଦ୍ୱାର ଜେଲ୍‌ରେ ମିଳିବ ତିହାର ଜେଲ୍ ସୁବିଧା: ପରିବାର ଲୋକଙ୍କ ସହ କଥା ହୋଇପାରିବେ କଏଦୀ

ଘରୋଇ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା: ମାଟି ତଳୁ ମିଳିଲା ମଣିଷ ଶରୀରର ପୋଡ଼ା ଅଂଶ

ଧର୍ମଗଡ଼: ମାଟି ତଳୁ ମିଳିଲା ମଣିଷ ଶରୀରର ପୋଡ଼ା ଅଂଶ । କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେରଙ୍କ ଶରୀରର ପୋଡ଼ାଅଂଶ ହୋଇଥିବା ସନ୍ଦେହ କରାଯାଉଛି । ମମିତାଙ୍କୁ ମାରି ପୋଡ଼ି ଦେବା ପରେ ପୋତି ଦିଆଯାଇଥିବା ସନ୍ଦେହ କରାଯାଉଛି । ମହାଲିଙ୍ଗ ନୋଡାଲ ହାଇସ୍କୁଲ ପଡିଆର ମାଟି ତଳୁ ଶରୀରର ପୋଡ଼ା ଅଂଶ ମିଳିଛି ।

ସକାଳୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚିହ୍ନଟ ସ୍ଥାନ ଖୋଳାଯାଇଥିଲା । ୨ ପ୍ଲାଟୁନ ପୋଲିସ ପୂରା ଅଞ୍ଚଳକୁ କବଜା କରି ଜେସିବି ସାହାଯ୍ୟରେ ଖୋଳିବା ପରେ ମୃତଦେହର ପଡ଼ା ଅଂଶ ଉଦ୍ଧାର ହୋଇଛି । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ପୋଲିସ । ନିର୍ମାଣାଧୀନ ମିନି ଷ୍ଟାଡିୟମରେ ନିୟୋଜିତ ଜେସିବି ଡ୍ରାଇଭର ଓ ସିକ୍ୟୁରିଟି ଗାର୍ଡକୁ ଅଟକ ରଖାଯାଇଛି । ଜେସିବି ଡ୍ରାଇଭରର ବୟାନକୁ ଆଧାର କରି ସ୍କୁଲ ପରିସରରେ ଚିହ୍ନଟ ଜାଗାକୁ ଖୋଳା ହୋଇଥିଲା । ସେପଟେ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଗୋବିନ୍ଦ ସାହୁ ପୋଲିସ ହେପାଜତରୁ ଫେରାର ହୋଇଯାଇଛନ୍ତି