spot_img
Home Blog Page 5059

ମନୀଷ ଅନୁରାଗ ହତ୍ୟା ମାମଲା: ଆଜି ହୋଇପାରେ କ୍ରାଇମ୍ ସିନ୍ ରି-କ୍ରିଏଟ

ଭୁବନେଶ୍ୱର: ମନୀଷ ଅନୁରାଗ ହତ୍ୟା ମାମଲା । ୪ଦିନିଆ ରିମାଣ୍ଡରେ ନେଇ ସତ ଉଗାରୁଛି ପୋଲିସ । ଆଜି ରିମାଣ୍ଡର ଦ୍ଵିତୀୟ ଦିନ । ଜେରା ବେଳେ ହତ୍ୟାକାରୀ ବନ୍ଧୁ ଖୋଲିଲା ବିଲ ରହସ୍ୟ । ୩ଟି ବାରରେ ଏକାଠି ବସିଥିଲେ ୪ ସାଙ୍ଗ । ଏବେ ସୁଧା ୬୭ ହଜାର ବିଲର ହିସାବ ଦେଲେ ହତ୍ୟାକାରୀ ସାଙ୍ଗ । ଆଜି ହୋଇପାରେ କ୍ରାଇମ ସିନ ରି-କ୍ରିଏଟ । ମନୀଷଙ୍କ ମୋବାଇଲ ପୋଖରୀ ଭିତରେ ପଡିଥିବା ସନ୍ଦେହ କରାଯାଉଛି ।

ରାତି ୩ ଟା ୨୯ରେ ହୋଟେଲରୁ ବାହାରିବା ପରେ ବାଇକରେ ଲିଫ୍ଟ ମାଗି ଯାଇଥିଲେ ମନିଷ । କିଛି ଦୂରରେ ୩ସାଙ୍ଗଙ୍କ ସହ ଦେଖା ହୋଇଥିଲା । ପରେ ଗାଡିରୁ ଓହ୍ଲାଇ ଝଗଡା ହୋଇଥିଲା ବୋଲି ପୋଲିସ ଆଗରେ କହିଛନ୍ତି ୩ ହତ୍ୟାକାରୀ ବନ୍ଧୁ । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଏଥିସହିତ ପଢ଼ନ୍ତୁ: ଘରୋଇ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା: ସ୍କୁଲ ପରିସରରେ ମାଟି ଖୋଳି ତଦନ୍ତ ଚଳାଇଛି ପୋଲିସ

ମହାପ୍ରସାଦକୁ ଅସମ୍ମାନ: ଚପଲ ପିନ୍ଧି ମହାପ୍ରସାଦ ସେବନ କଲେ ପର୍ଯ୍ୟଟକ

ପୁରୀ: ମହାପ୍ରସାଦକୁ ଅସମ୍ମାନ । ପୁରୀ ଲାଇଟ୍ ହାଉସ ଅଞ୍ଚଳ ସିଟିଂ ୱାଲରେ ଚପଲ ପିନ୍ଧି ବସି ପର୍ଯ୍ୟଟକ ମହାପ୍ରସାଦ ସେବନ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ମହାପ୍ରସାଦକୁ ଅସନମାନ ବୋଲି ଚର୍ଚ୍ଚା ହେଉଛି | କୋଟି କୋଟି ହିନ୍ଦୁଙ୍କ ଭାବାବେଗ ସହ ଜଡିତ ଶ୍ରୀଜିଉଙ୍କ ମହାପ୍ରସାଦ ଦୁର୍ମୂଲ୍ୟ ହୋଇଥିବା ବେଳେ ଏଭଳି କାର୍ଯ୍ୟ ନିନ୍ଦନୀୟ ବୋଲି ମତ ପ୍ରକାଶ ପାଉଛି ।

ଏଥିସହିତ ପଢ଼ନ୍ତୁ: ଘରୋଇ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା: ସ୍କୁଲ ପରିସରରେ ମାଟି ଖୋଳି ତଦନ୍ତ ଚଳାଇଛି ପୋଲିସ

 

 

କେରଳରେ ବିପର୍ଯ୍ୟୟ ସୃଷ୍ଟି କରିଛି ବର୍ଷା: ୨୭ରୁ ଅଧିକ ଲୋକଙ୍କ ଜୀବନହାନୀ

ଥିରୁଅନ୍ତପୁରମ୍ : କେରଳ ଭୋଗୁଛି ବନ୍ୟା ଦୁର୍ଦ୍ଦଶା । ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ସ୍ଥିତିରେ ହନ୍ତସନ୍ତ ହେଉଛନ୍ତି ଲୋକେ । ୪ ଦିନ ଧରି ଲଗାଣ ବର୍ଷାରେ ପ୍ରମୁଖ ନଦୀରେ ବନ୍ୟା ଆସିଛି । ହଜାର ହଜାର ଲୋକ ଜଳବନ୍ଦି ହୋଇଥିବା ବେଳେ ବସ ହରାଇଛନ୍ତି ଶହ ଶହ ଲୋକ । ବନ୍ୟାରେ ୨୭ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଏହା ସହିତ ଅନେକ ନିଖୋଜ ଥିବା ସୂଚନା ମିଳିଛି । ବିଭିନ୍ନ ସ୍ଥାନରେ ଭୁସ୍ଖଳନ ଯୋଗୁଁ ଅନେକ ଲୋକ ମାଟିତଳେ ଚାପି ହୋଇ ରହୁଥିବା ଆଶଙ୍କା କରାଯାଉଛି । ପୂର୍ବ ତୁଳନାରେ ବର୍ଷା କମିଥିଲେ ମଧ୍ୟ ସମ୍ପୁର୍ଣ୍ଣ ବର୍ଷା କମିନାହିଁ । କିଛି ଜିଲ୍ଲାକୁ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଲକ୍ଷଦ୍ୱୀପରେ ସୃଷ୍ଟ ଲଘୁଚାପ ଧିରେ ଦୁର୍ବଳ ହେଉଥିଲେ ମଧ୍ୟ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । କେବଳ କେରଳ ନୁହେଁ ଉତ୍ତରାଖଣ୍ଡ, ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି । ସ୍ଥିତିକୁ ଦେଖି ଚାରି ଧାମ ଯାତ୍ରା ଉପରେ ଅସ୍ଥାୟୀ ଭାବେ ରୋକ ଲଗାଯାଇଛି । ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ସତର୍କତା ଜାରି କରିଛି ।

ରାଜ୍ୟରେ ପ୍ରଭାବିତ ଲୋକଙ୍କ ପାଇଁ ୨୪୭ ଶିବିର ଖୋଲା ଯାଇଛି। ଅକ୍ଟୋବର ୨୦-୨୨ ମଧ୍ୟରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଏକାଧିକ ଅଞ୍ଚଳ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ଦଲାଇଲାମା କେରଳରେ ଏତେ ସଂଖ୍ୟକ ଜୀବନ ହାନି ନେଇ ଦୁଃଖ ପ୍ରକାଶ କରିଛନ୍ତି ଏବଂ କେରଳରେ ଉଦ୍ଧାର କାର୍ଯ୍ୟ ଓ ରିଲିଫ୍‌ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ କେରଳରେ ବନ୍ୟା ସ୍ଥିତିକୁ ଅତି ଭଲଭାବେ ସମୀକ୍ଷା କରୁଛନ୍ତି। କେନ୍ଦ୍ରଠାରୁ ସମସ୍ତ ପ୍ରକାର ସହାୟତା ଦିଆଯିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏନ୍‌ଡିଆରଏଫ୍‌ ରାଜ୍ୟରେ ଉଦ୍ଧାର କାର୍ଯ୍ୟ ପାଇଁ ୧୧ ଟିମ୍‌ ମୁତୟନ କରିଛି।

ଘରୋଇ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା: ସ୍କୁଲ ପରିସରରେ ମାଟି ଖୋଳି ତଦନ୍ତ ଚଳାଇଛି ପୋଲିସ

କଳାହାଣ୍ଡି: ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣା । ମମିତାଙ୍କୁ ମାରି ମହାଲିଙ୍ଗ ନୋଡାଲ ହାଇସ୍କୁଲ ପଡ଼ିଆରେ ପୋତି ଦିଆଯାଇଥିବା ସନ୍ଦେହରେ ପୋଲିସ ପୂରା ଅଞ୍ଚଳକୁ କବଜାକୁ ନେଇଛି । ସ୍କୁଲ ପରିସରରେ ମାଟି ଖୋଳିପାରେ ପୋଲିସ । ଏନେଇ ମାଜିଷ୍ଟ୍ରେଟଙ୍କ ସହ ପୋଲିସ ନୋଡାଲ ହାଇସ୍କୁଲ ପଡ଼ିଆରେ ପହଞ୍ଚିଛନ୍ତି ।

ତେବେ ସନସାଇନ ପବ୍ଲିକ ସ୍କୁଲରୁ ନୋଡାଲ ହାଇସ୍କୁଲ ମାତ୍ର ଦେଢ କିଲୋମିଟର । ମାମଲାରେ ଟିଟିଲାଗଡ଼ ପୋଲିସ ହେପାଜତରେ ଅଟକ ଥିବା ସ୍କୁଲ ମାଲିକ ଗୋବିନ୍ଦ ସାହୁ ଗତକାଲି ଫେରାର ହୋଇଯାଇଥିଲା । ଗୋବିନ୍ଦକୁ ଧରିବାକୁ ୧୦ଟି ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ପୋଲିସ ହେପାଜତରୁ ଅଭିଯୁକ୍ତ ଖସିଯିବା ନେଇ ୩ଜଣଙ୍କୁ ନିଲମ୍ବନ କରାଯାଇଛି । ଦାୟିତ୍ୱରେ ଥିବା କନେଷ୍ଟବଳ ରାକେଶ ବିଶ୍ୱାଳ, OAPF କନେଷ୍ଟବଳ ଦୟା ଜାନୀ ଓ ଝିଲେମିକୁ କାର୍ଯ୍ୟରେ ଅବହେଳା ନେଇ ଏସପି ନିତିନ କୁସଲକର ନିଲମ୍ବିତ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଜଳେଶ୍ୱରରୁ ୨କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ବ୍ରାଉନସୁଗର ଜବତ

ରାଜ୍ୟରେ ଆଉ ୫୫୬ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି କରୋନା ସଂକ୍ରମଣ ଗ୍ରାଫ୍। ଗତ ୨୪ ଘଣ୍ଟା ମଧ୍ୟରେ ୫୫୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୫୯୭୩ ରେ ପହଞ୍ଚିଛି । ତେବେ ହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୨୪ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୩୨୨ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୮୭ ଜଣ ପଜିଟିଭ ରହିଛନ୍ତି।

୨୦ ଜିଲ୍ଲାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୦୫ ଜଣ,କଟକରୁ ୪୧ ଜଣ, ସୁନ୍ଦରଗଡ଼ରୁ ୧୮ ଜଣ, ସମ୍ବଲପୁରରୁ ୧୭ ଜଣ, ମୟୂରଭଞ୍ଜରୁ ୧୫ ଜଣ, ଜଗତସିଂହପୁର ଓ ଯାଜପୁର ଜିଲ୍ଲାରୁ ୧୧ ଜଣ ଲେଖାଏଁ, ବାଲେଶ୍ବରରୁ ୧୦ ଜଣ, ଭଦ୍ରକରୁ ୮ ଜର, ବୌଦ୍ଧରୁ ୭ ଜଣ, ଅନୁଗୁଳ ଓ ଝାରସୁଗୁଡ଼ା ଜିଲ୍ଲାରୁ ୫ ଜଣ ଲେଖାଏଁ, ଗଞ୍ଜାମ ଓ କେନ୍ଦୁଝର ଜିଲ୍ଲାରୁ ୩ ଜଣ ଲେଖାଏଁ, ବଲାଙ୍ଗୀର, ଢ଼େଙ୍କାନାଳ ଓ ମାଲକାନଗିରି ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍‌ରୁ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବୌଦ୍ଧରେ ବାଘ ଛାଲ କାରବାର: ମଡ଼ି ବସିଲା ଏସ୍‌ଟିଏଫ୍,ଜଣେ ଗିରଫ

0

ବୌଦ୍ଧ: ବାଘ ଛାଲ ଚାଲାଣ ବେଳେ ମାଡ଼ି ବସିଲା କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ । ମନମୁଣ୍ଡା ଥାନା କପାସିରାରେ ପ୍ଲାଷ୍ଟିକ ବସ୍ତାରେ ଚାଲାଣ ବେଳେ ଧରିଲା ଏସଟିଏଫ । ଜଣେ ଚାଲାଣକାରୀଙ୍କୁ ଗିରଫ କରାଯାଇଥିବା ବେଳେ ୨ଟି ବାଘ ଛାଲ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା ଲୁନ୍ଦ୍ରା ଗାଁର ଜୀବର୍ଦ୍ଧନ ଭୋଇ । ବର୍ଷକରେ ୧୮ଟି ବାଘଛାଲ, ୯ଟି ହାତୀଦାନ୍ତ, ୨ଟି ହରିଣ ଛାଲ, ୫ଟି ଜୀବନ୍ତ ବଜ୍ରକାପ୍ତା ଓ ୧୫କେଜି ବଜ୍ରକାପ୍ତା କାତି ଜବତ ହୋଇଛି । ଏହାସହ ୩୬ ଜଣଙ୍କୁ ଗିରଫ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ଜଳେଶ୍ୱରରୁ ୨କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ବ୍ରାଉନସୁଗର ଜବତ

 

ଜଳେଶ୍ୱରରୁ ୨କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ବ୍ରାଉନସୁଗର ଜବତ

ଜଳେଶ୍ୱର: ଜଳେଶ୍ଵରରୁ ୨ କୋଟି ୪୦ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ । ଝାଡ଼େଶ୍ୱରପୁର ବସ୍ତିରେ ଅବକାରୀ ବିଭାଗ ଏବଂ ଜଳେଶ୍ଵର ପୋଲିସର ମିଳିତ ଚଢାଉ ହୋଇଛି । ଜବତ ଧଳାଜହରର ଆନୁମାନିକ ମୂଲ୍ୟ ୨ କେଜି ୪୦୦ ଗ୍ରାମ ହେବ । ବ୍ରାଉନସୁଗାର କାରବାରରେ ସମ୍ପୃକ୍ତି ଅଭିଯୋଗରେ ୨ ମହିଳା ସମେତ ୩ ଗିରଫ ।

ଚୌଦ୍ୱାର ଜେଲ୍‌ରେ ମିଳିବ ତିହାର ଜେଲ୍ ସୁବିଧା: ପରିବାର ଲୋକଙ୍କ ସହ କଥା ହୋଇପାରିବେ କଏଦୀ

ଚୌଦ୍ୱାର ଜେଲରେ ମିଳିବ ତିହାର ଜେଲ ଭଳି ସୁବିଧା । ଟେଲିଫୋନରେ ପରିବାର ଲୋକଙ୍କ କଥା ହେବାକୁ କଏଦୀକୁ ମିଳିବ ଅନୁମତି । ପ୍ରତି କଏଦୀ ଦୁଇଟି ଲେଖାଏଁ ନମ୍ବରରେ କଥା ହୋଇପାରିବେ । ଏହି ସମୟରେ ମାତ୍ର ୫ ମିନିଟ୍ ପାଇଁ ସେମାନେ କଥା ହୋଇପାରିବେ । ଯାହା ସହ କଥା ହେବେ ସେମାନଙ୍କର ନମ୍ବର ଜେଲ୍ ପ୍ରଶାସନ ପାଖରେ ରହିବ । ସୁରକ୍ଷାକୁ ଦୃଷ୍ଟିରେ ରଖି କଲ୍ ରେକଡିଂ ବ୍ୟବସ୍ଥା କରାଯିବ । ପାଇଲଟ୍ ପ୍ରୋଜେକ୍ଟ ମାଧ୍ୟମରେ ଜେଲ୍ କର୍ତ୍ତୃପକ୍ଷ ଏହି ବ୍ୟବସ୍ଥା କରିବେ । ଏଥିସହ ସୁରକ୍ଷିତ ବାତାବରଣ ପାଇଁ ଭୁବନେଶ୍ୱର ଓ ଚୌଦ୍ୱାର ଜେଲ୍‌ରେ ୨୦ ଜଣଙ୍କ ଦେହରେ କ୍ୟାମେରା ଲାଗିବ । ଜେଲ୍‌ରେ ଯେଉଁ ଅଞ୍ଚଳରେ କ୍ୟାମେରା ଲାଗିନାହିଁ ସେଠାରେ ମଧ୍ୟ କ୍ୟାମେରା ଲଗାଯିବ ।

କ୍ୟାସଲେସ୍ ଟ୍ରାଞ୍ଜାକ୍ସନ ପାଇଁ ସ୍ମାର୍ଟକାର୍ଡର ବ୍ୟବସ୍ଥା ହେବ । ଜେଲ୍ କ୍ୟାଣ୍ଟିନରେ ଏହି ବ୍ୟବସ୍ଥା ଲାଗୁ କରାଯିବ । ଜେଲରେ ସର୍ଭେଲାନ୍ସକୁ ଉନ୍ନତ କରିବାକୁ ଜେଲ୍ ପରିସରରେ ଡ୍ରୋନ୍ ଉଡାଇବାକୁ ମଧ୍ୟ ଯୋଜନା ରଖାଯାଇଛି । ଅନ୍ୟ ରାଜ୍ୟର ଜେଲ୍ ଭଳି ଭିଡିଓ ଓ୍ୱାଲଣ ମଧ୍ୟ ବ୍ୟବସ୍ଥା କରାଯିବ ।

ଆଉ ଏକ ଲଘୁଚାପ ସୃଷ୍ଟି: ଆସନ୍ତାକାଲି ଯାଏଁ ଜାରି ରହିବ ବର୍ଷା

ଭୁବନେଶ୍ୱର:  ଆସନ୍ତାକାଲି ଯାଏଁ ରାଜ୍ୟରେ ଜାରି ରହିବ ବର୍ଷା । ବିଶେଷ କରି ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପକୂଳରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜି ବାଲେଶ୍ୱର ଏବଂ ମୟୂଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହାସହ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ସୁନ୍ଦରଗଡ, କେନ୍ଦୁଝର, ଦେବଗଡ ଏବଂ ଯାଜପୁରରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । କେତେକ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ବର୍ଷା ବଢ଼ିବା କାରଣରୁ ବନ୍ୟା ଭୟ ବଢ଼ୁଛି । ସୁବର୍ଣ୍ଣରେଖା ଏବଂ ବୁଢାବଳଙ୍ଗ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ତଳି ଅଞ୍ଚଳ ଲୋକେ ଭୟଭୀତ ଥିବାବେଳେ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

ସିିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ଟର୍ମ ଓ୍ୱାନ୍ ପରୀକ୍ଷା ତାରିଖ ଘୋଷଣା

0

CBSE ଦଶମ, ଦ୍ୱାଦଶ ଶ୍ରେଣୀର ଟର୍ମ ଓ୍ୱାନ୍ ପରୀକ୍ଷା ତାରିଖ ଘୋଷଣା ହୋଇଛି । ନଭେମ୍ବର ଡିସେମ୍ବର ମଧ୍ୟରେ ହେବ ଦଶମ, ଦ୍ୱାଦଶ ଟର୍ମ ପରୀକ୍ଷା ଅନୁଷ୍ଠିତ ହେବ । ନଭେମ୍ବର ୩୦ରୁ ଡିସେମ୍ବର ୧୧ତାରିଖ ପର୍ଯ୍ୟନ୍ତ ଦଶମ ବୋର୍ଡ ପରୀକ୍ଷା ହେବ । ସେହିଭଳି ଡିସେମ୍ବର ୧ରୁ ୨୨ପର୍ଯ୍ୟନ୍ତ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ । ଉଭୟ ଶ୍ରେଣୀର ପରୀକ୍ଷା ସାଢେ ୧୧ଟାରୁ ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ନିର୍ଧାରିତ ହୋଇଥିବା ପରୀକ୍ଷା ସେଣ୍ଟରରେ ପିଲା ଅଫଲାଇନ୍‌ ପରୀକ୍ଷା ଦେବେ ।

ଏଥିସହିତ ପଢ଼ନ୍ତୁ: କୋଇଲା ରୟାଲଟି ନେଇ ପୁଣି ଥରେ କେନ୍ଦ୍ରକୁ ସୁପାରିସ୍ କରିବ ରାଜ୍ୟ: ୨୦ ପ୍ରତିଶତ ରୟାଲଟି ପାଇଁ ଦାବି କରାଯିବ