spot_img
Home Blog Page 5084

ବରୁଣ ଗାନ୍ଧୀଙ୍କ ସ୍ୱାଗତ ପୋଷ୍ଟର ଶେୟାର କଲା କଂଗ୍ରେସ; ଦୁଃଖ ଭରେ ଦିନ ବିତେରେ ଭୟା…

ପ୍ରୟାଗରାଜ: ବିଜେପି ସାଂସଦ ବରୁଣ ଗାନ୍ଧୀ କୃଷକଙ୍କ ସମସ୍ୟାକୁ ନେଇ ଲଗାତାର ଭାବେ ନିଜ ଦଳକୁ ଟାର୍ଗେଟ୍ କରିବାରେ  ଲାଗିଛନ୍ତି । ଏଭଳି ସମୟରେ କଂଗ୍ରେସ ନେତା ମାନେ ତାଙ୍କର ‘ସ୍ୱାଗତ’ ପୋଷ୍ଟର ଲଗାଇଛନ୍ତି । ଯାହାକୁ ନେଇ ବରୁଣ କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି ।

ବରୁଣଙ୍କ ସ୍ୱାଗତ ପୋଷ୍ଟରରେ କିଛି ଏଭଳି ଲେଖାଯାଇଛି- ଦୁଃଖ ଭରେ ଦିନ ବିତେରେ ଭୟା ଅବ ସୁଖ ଆୟୋ ରେ । କେବଳ ଏତିକି ନୁହେଁ ବରୁଣଙ୍କ ସହ ପୋଷ୍ଟରରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଫଟୋ ମଧ୍ୟ ରହିଛି । ସେହିପରି ତଳେ ଇରଶାଦ ଉଲ୍‌ଲା ଓ ବାବା ଅଭୟ ଅବସ୍ତୀଙ୍କ ଫଟୋ ରହିଛି। ଆଉ ଏହି ଦୁଇ ଜଣଙ୍କୁ କଂଗ୍ରେସର ବରିଷ୍ଠ ନେତା କୁହାଯାଉଛି ।

କୃଷକଙ୍କ ପ୍ରସଙ୍ଗକୁ ନେଇ ବରୁର ଗାନ୍ଧୀ ଲଗାତାର ଭାବେ ଦଳଠୁ ଅଲଗା ବୟାନ ଦେଇଥାନ୍ତି । ଏହାବ୍ୟତୀତ ସେ ଲଖିମପୁର ଖେରି ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଚିଠି ଲେଖି ସିବିଆଇ ଯାଞ୍ଚ କରିବାକୁ ଦାବି କରିଥିଲେ । ଏହା ବ୍ୟତୀତ ଘଟଣାର ଭିଡ଼ିଓ ଶେୟାର କରି କ୍ରୋଧ ପ୍ରକାଶ କରିଥିଲେ ।

ବାତ୍ୟାର ମାସ ଅକ୍ଟୋବର, ୨ ଦଶନ୍ଧି ଭିତରେ ଓଡ଼ିଶା ସାମ୍ନା କରିଥିବା ୪ ବାତ୍ୟା

ଭୁବନେଶ୍ୱର: ୫୦ ବର୍ଷ ଭିତରେ ଅନେକ ବାତ୍ୟାର ସାମ୍ନା କରିଛି ଓଡ଼ିଶା । ୧୯୯୯ ମହାବାତ୍ୟା ପରେ ଓଡ଼ିଶାର ବାତ୍ୟା ମୁକାବିଲା ରଣକୌଶଳ ବଦଳିଥିବା ବେଳେ କମ୍ ଧନଜୀବନ କ୍ଷୟ ହେଉଛି । ତଥାପି ଅକ୍ଟୋବର ମାସ ଆସିଲେ ଉପକୂଳିଆ ଲୋକଙ୍କୁ ଘାରୁଛି ବାତ୍ୟା ଭୟ । ୧୯୯୯ ଅକ୍ଟୋବର ୨୯ରେ ପାରାଦୀପରେ ମାଡ଼ ହୋଇଥିଲା ମହାବାତ୍ୟା । ଦେଖୁ ଦେଖୁ ଚାଲି ଯାଇଥିଲା ୧୦ ହଜାରରୁ ଅଧିକ ଜୀବନ ।

ଏହାପରେ ବାତ୍ୟା ଆସିଛି, ଯାହାର ସଫଳ ମୁକାବିଲା କରିଛି ଓଡ଼ିଶା । ୨୦୧୩ ଓ ୨୦୧୪ ମସିହା ଅକ୍ଟୋବର ମାସରେ ଓଡ଼ିଶା ଲଗାତାର ୨ଟି ଅତି ଭୀଷଣ ବାତ୍ୟାକୁ ସଫଳତାର ସହ ସାମ୍ନା କରିଛି । ୨୦୧୩ ଅକ୍ଟୋବର ୧୨ ତାରିଖରେ ପାରାଦୀପରେ ମାଡ଼ ହୋଇଥିଲା ବାତ୍ୟା ଫାଇଲିନ୍ । ଘଣ୍ଟାପ୍ରତି ୨୧୫ କିଲୋମିଟର ବେଗରେ ବହିଥିଲା ପବନ । ବାତ୍ୟାରେ ୨୧ ଜଣଙ୍କ ଜୀବନ ଯାଇଥିବା ବେଳେ ୧.୩ କୋଟି ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ପ୍ରଭାବିତ ହୋଇଥିଲେ ।

October Cyclone History Of Odisha

ସେହିଭଳି ୨୦୧୪ ଅକ୍ଟୋବର ୧୨ରେ ବିଶାଖପାଟ୍ଟମଣରେ ଉପକୂଳ ଛୁଇଁଥିଲା ବାତ୍ୟା ହୁଡହୁଡ୍ । ଘଣ୍ଟାପ୍ରତି ୧୮୫ କିଲୋମିଟର ବେଗରେ ବହିଥିଲା ପବନ । ୩ ଜଣଙ୍କ ପ୍ରାଣହାନି ହୋଇଥିଲା ।  ୨୦୧୮ ଅକ୍ଟୋବର ୧୧ରେ ପଲାସା ନିକଟରେ ଲ୍ୟାଣ୍ଡଫଲ୍ କରିଥିଲା ଅତି ଭୀଷଣ ବାତ୍ୟା ତିତଲି । ୧୫୦ କିଲୋମିଟର ବେଗରେ ପବନ ହୋଇଥିଲା । ୭୭ ଜଣଙ୍କ ଜୀବନ ଯିବା ସହ ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ୨୦୧୮ ଗୋଟିଏ ବର୍ଷରେ ଓଡ଼ିଶା ସାମ୍ନା କରିଥିଲା ଦୁଇ ଦୁଇଟି ବାତ୍ୟାକୁ ।

ଏବେ ପୁଣି ଅକ୍ଟୋବରରେ ବାତ୍ୟା ଭୟ ଲୋକଙ୍କୁ ଘାରିଛି । ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ବାତ୍ୟା ଆଶଙ୍କା କରୁଛନ୍ତି ପାଣିପାଗ ବିଜ୍ଞାନୀ । ତେବେ ଆଶ୍ୱସ୍ତିର କଥା ଦକ୍ଷିଣପଶ୍ଚିମ ବାୟୁ ଫେରୁଥିବାରୁ ଲଘୁଚାପ ସୃଷ୍ଟି ହେବା ବିଳମ୍ବ ହେଉଛି । ତେବେ ବାତ୍ୟା ଆସିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆ ଯାଇନାହିଁ ।

ମନୀଷଙ୍କ ଶେଷ ଫଟୋରୁ ମୃତ୍ୟୁର ସୁରାକ୍ ଖୋଜୁଛି ପୋଲିସ

ଭୁବନେଶ୍ୱର: ସାମନାକୁ ଆସିଲା ମନୀଷଙ୍କ ମୃତ୍ୟୁ ପୂର୍ବର ଶେଷ ଫଟୋ । ପାତ୍ରପଡ଼ା ସାଉଥ୍‌ ସିଟି ବାର ନିକଟ ରାସ୍ତା ଉପରେ ମନୀଷଙ୍କ ସିସିଟିଭି ଫଟୋ ଆସିଛି । ରାତି ୪ଟା ବେଳର ଏହି ଫଟୋ ହୋଇଥିବା ସନ୍ଦେହ କରାଯାଉଛି । ହୋଟେଲରୁ ବାହାରି ମନୀଷ ସାଙ୍ଗଙ୍କ କାର ନିକଟକୁ ଯାଉଥିବା ବେଳର ଏହି ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ହୋଟେଲ୍‌ରୁ ବାହାରିବା ପରେ ମନୀଷ କୁଆଡ଼େ ଯାଇଥିଲେ ? କେମିତି ହୋଇଥିଲା ମୃତ୍ୟୁ ? ପୋଖରୀ ପାଖକୁ କେମିତି ଗଲେ ମନୀଷ ? ମୃତ୍ୟୁ ପଛରେ ରହିଛି କି ସାଙ୍ଗଙ୍କ ଲିଙ୍କ୍ ? ଶେଷ ଫଟୋରୁ ମନୀଷ ମୃତ୍ୟୁର ସୁରାକ୍‌ ଖୋଜୁଛି ପୋଲିସ ।

 Last Photo Of Manish Das Captured In CCTV

ମନୀଷ ମାମଲାରେ ପୋଲିସ ଦୁଇ ସହଯୋଗୀଙ୍କୁ ଉଠାଇ ନେଇ ଜେରା କରିଛି । ସାଉଥ୍‌ ସିଟି ବାର ମ୍ୟାନେଜରଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି । ଭୋର ୪ଟା ପର୍ଯ୍ୟନ୍ତ କାହିଁକି ହୋଟେଲ ଖୋଲାଥିଲା, ସେନେଇ ତଦନ୍ତ ମଧ୍ୟ କରାଯାଉଛି ।

ମନୀଷଙ୍କ ସାଙ୍ଗ ଚଲାଉଥିବା ଏକ ଧଳା ରଙ୍ଗର କାର ପୋଲିସ ଜବତ କରିଛି । ପାତ୍ରପଡ଼ା ନିକଟରୁ କାରଟିକୁ ଜବତ କରାଯାଇଛି । ଗାଡ଼ିରେ ଥିବା ଖାତା, ଚିପ୍ସ ଜରି, ହାତ ଘଣ୍ଟା ଇତ୍ୟାଦିକୁ ତନ୍ନ ତନ୍ନ କରି ଯାଞ୍ଚ ଚଳାଇଛି ପୋଲିସ । ମନୀଷ ସାଙ୍ଗଙ୍କଠାରୁ କିଛି ଟଙ୍କା ଧାର ନେଇଥିଲେ । ମନୀଷଙ୍କ ମୃତ୍ୟୁ ପଛରେ ଏହା କାରଣ ହୋଇଥିବା ସନ୍ଦେହ କରାଯାଉଛି ।

Facebook, Insta ପରେ ଏବେ Gmail ଡାଉନ୍

ନୂଆଦିଲ୍ଲୀ: ନିକଟ ଅତୀତରେ ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍ ର ସର୍ଭିସ ଡାଉନ୍ ହୋଇଥିଲା । ଆଉ ଏବେ ଜିମେଲ୍ ଡାଉନ୍ ହୋଇଥିବା ନେଇ ଖବର ମିଳିଛି । ଭାରତର ଅନେକ ଅଂଶରେ ଏଭଳି ସମସ୍ୟା ହୋଇଥିବା ବେଳେ ୟୁଜର୍ସଙ୍କ ନିକଟକୁ ମେଲ୍ ଆସୁନାହିଁ କି ପଠାଇ ପାରୁନାହାଁନ୍ତି ।

ଇଣ୍ଟରନେଟ୍ ସର୍ଭିସ୍ ଆଉଟେଜ୍ ଉପରେ ନଜର ରଖୁଥିବା  Down Detector ଅନୁଯାୟୀ, ୱେବସାଇଟ୍ ଆସେସରେ ଅସୁବିଧା ହେଉଥିବା ନେଇ ୬୮% ଲୋକ ଦାବି କରିଛନ୍ତି । ସେହିପରି ୧୮% ୟୁଜର୍ସ ସର୍ଭର କନେକ୍ସନ ନେଇ ରିପୋର୍ଟ କରିଥିବା ବେଳେ ୧୪% ଲଗ-ଇନରେ ସମସ୍ୟାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି ।

ଯାହାକୁ ନେଇ ୟୁଜର୍ସ ମାନେ #gmaildown ହାସଟ୍ୟାଗ୍ ସହ ଟ୍ୱିଟ୍ କରିବାରେ ଲାଗିଛନ୍ତି । ଏଯାବତ୍ କମ୍ପାନୀ ପକ୍ଷରୁ ସର୍ଭିସ୍ ଡାଉନ୍ ନେଇ କୌଣସି କାରଣ ପ୍ରକାଶ କରାଯାଇନାହିଁ ।

ସୂଚନାଯୋଗ୍ୟ, ଅକ୍ଟୋବର ୪ ତାରିଖ ଦିନ ଫେସବୁକ ମାଲିକାନାରେ ଥିବା ଫେସ୍‌ବୁକ୍, ଇନଷ୍ଟା ଓ ହ୍ୱାଟ୍ସଆପ୍‌ ପ୍ରାୟ ୬ ଘଣ୍ଟା ପାଇଁ ଡାଉନ୍ ହୋଇପଡିଥିଲା। ସାରା ଦେଶରେ ଏହି ଲୋକପ୍ରିୟ ସୋସିଆଲ୍ ମିଡିଆଗୁଡ଼ିକ ବନ୍ଦ ହୋଇଯିବା ପରେ ଲୋକମାନେ ନାନା ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଥିଲା। ଯଦିଓ ଟ୍ୱିଟର ସ୍ୱାଭାବିକ ଭାବେ କାମ କରୁଥିଲା ତଥାପି ଏହି ୩ ସାମାଜିକ ଗଣମାଧ୍ୟମ କାମ କରୁନଥିବାରୁ ଏହାକୁ ନେଇ ଟ୍ୱିଟରରେ ଜୋରଦାର ଟ୍ରୋଲିଂ ହୋଇଥିଲା।

ଅଧା ଓଡ଼ିଶାରୁ ଅପସରିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ୪୮ ଘଣ୍ଟାରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାରୁ ଫେରୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ୧୨ ତାରିଖ ସୁଦ୍ଧା ଅର୍ଦ୍ଧାଧିକ ଓଡ଼ିଶାରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିଛି । ଆଜି ସୁନ୍ଧା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ସୋନପୁର, ନୂଆପଡ଼ା, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରୁ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଫେରିଥିବା ବେଳେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳରୁ ଫେରିଛି ।

Image

ଅନ୍ୟପଟେ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ୪୮ ଘଣ୍ଟା ଭିତରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମଉତ୍ତର-ପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚି ପାରେ ।

ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି ଓ ବାଲେଶ୍ୱର ଜିଲ୍ଲାରେ ସାମାନ୍ୟ ବର୍ଷା ସହ ବଜ୍ରପାତର ଆଶଙ୍କା ରହିଛି । ସେହିଭଳି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ମତ୍ସ୍ୟଜୀବୀଙ୍କ ପାଇଁ କୌଣସି ସତର୍କ ସୂଚନା ନାହିଁ ।

୧୫ ତାରିଖରେ ବର୍ଷା ଓ ଘଡ଼ଘଡ଼ି ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସେହିଭଳି ୧୬ ତାରିଖରେ ପ୍ରବଳ ବର୍ଷା ନେଇ ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କନ୍ଧମାଳକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ୧୮ଟି ଜିଲ୍ଲାରେ ବର୍ଷା ଓ ଘଡ଼ଘଡ଼ି ଆଶଙ୍କା ରହିଛି ।

ଚୀନ୍ ଟିକା ପ୍ରଭାବି ନୁହେଁ, ତୃତୀୟ ଡୋଜ୍ ଜରୁରୀ

ଭାରତ ସମେତ ସାରା ଦୁନିଆ କରାେନା ସଂକ୍ରମଣ ବିରୋଧରେ ଲଢେଇ କରିବା ଲାଗି ଭ୍ୟାକ୍ସିନର ଦ୍ୱିତୀୟ ଡୋଜ ନେଉଛି । କିନ୍ତୁ ୬୦ ବର୍ଷରୁ ଅଧିକ ବୟସ୍କ ଯେଉଁ ବ୍ୟକ୍ତି ଚାଇନା ଭ୍ୟାକ୍ସିନର ଦୁଇଟି ଡୋଜ୍ ନେଇଛନ୍ତି । ସେମାନଙ୍କୁ ଟିକାର ତୃତୀୟ ଡାେଜ୍ ଦେବା ଉଚିତ୍ ବୋଲି ଦାବି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।

ଦୁର୍ବଳ ଇମ୍ୟୁନ ସିଷ୍ଟମ୍ ର ଲୋକମାନଙ୍କୁ ସମସ୍ତ କରୋନା ଭାଇରସ୍ ସଂକ୍ରମଣରୁ ରକ୍ଷା ପାଇଁ ଆଉ ଏକ ଅତିରିକ୍ତ ଡୋଜ୍ ଦେବାକୁ ସୁପାରିଶ କରିଛି WHOର ଭ୍ୟାକ୍ସି୍ନ୍ ଆଡଭାଇଜରୀ। ଏନେଇ ବିଶେଷଜ୍ଞ ମାନେ ମଧ୍ୟ କହିଛନ୍ତି ଯେ ଇମ୍ୟୁନିଟି ପାୱାର କମ୍ ଥିବା ବ୍ୟକ୍ତିମାନଙ୍କୁ ଅତିରିକ୍ତ ଡୋଜ୍ ଦିଆଯିବା ଆବଶ୍ୟକ । ଏମାନଙ୍କ ଶରୀରରେ ଟିକା ପର୍ଯ୍ୟାପ୍ତ ପରିମାଣରେ କାମ କରିବା ସମ୍ଭାବନା କମ୍ ଥିବା ବେଳେ କରୋନା ସଂକ୍ରମଣର ଆଶଙ୍କା ଅଧିକ ରହିଥାଏ ।

ଚୀନର ସିନୗେବେକ୍ ଓ ସିନୋଫାର୍ମ ଭ୍ୟାକ୍ସିନ ନେଇଥିବା ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ କରୋନାର ତୃତୀୟ ଡୋଜ୍ ଦେବା ଉଚିତ୍ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଏପରିକି ଏହି ଦୁଇ ଭ୍ୟାକ୍ସିନ ଲାଗି ହୋମେଲାଗସ୍ ଟିକାର ଏକ ଅତିରିକ୍ତ କିମ୍ବା ତୃତୀୟ ଡୋଜ୍ ଦେବା ଉଚିତ୍ ।

SAGEର କହିବାନୁଯାୟୀ, ଏହି ସୁପାରିଶକୁ ଲାଗୁ କରିବା ପୂର୍ବରୁ ସବୁ ନାଗରିକଙ୍କୁ ୨ୟ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରଖିବା ଜରୁରୀ । ଏହା ପରେ ଯାଇ ୩ୟ ଡୋଜର ପ୍ରସ୍ତୁତି ଆରମ୍ଭ କରାଯିବ । ଆଉ ଏହାକୁ ପ୍ରଥମେ ବୟସ୍କ ମାନଙ୍କୁ ଦିଆଯିବ ଉଚିତ୍ ।

୪ ଦିନ ହେଲା କେବଳ ବିସ୍କୁଟ୍ ଖାଉଛନ୍ତି ଶାହରୁଖଙ୍କ ପୁଅ

ମୁମ୍ବାଇ: ମହଲ ଭଳି ଘରେ ରହୁଥିବା ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ୫ଦିନ ଧରି ଆର୍ଥର ରୋଡ ଜେଲରେ ରହୁଛନ୍ତି। ତାଙ୍କୁ ଅକ୍ଟୋବର ୮ ତାରିଖ ଦ୍ୱିପ୍ରହରରେ ଏଠାକୁ ଅଣାଯାଇଥିଲା । ହେଲେ ଜେଲକୁ ଆସିବା ପରଠାରୁ ଆର୍ଯ୍ୟନ୍ ଠିକ୍ ଭାବେ ଖିଆପିଆ କରୁନଥିବା ଖବର ସାମ୍ନାକୁ ଆସିଛି । ଏପରିକି ଗତ ୪ ଦିନ ହେବ ସେ (ପାର୍ଲେ ଜି) ବିସ୍କୁଟ ଖାଉଛନ୍ତି ।

ଜେଲ୍ ଅଧିକାରୀମାନେ ତାଙ୍କୁ ବାରମ୍ବାର ବୁଝାସୁଝା କରୁଥିଲେ ମଧ୍ୟ ଭୋଗ ଲାଗୁନି କହି ସେ କିଛି ଖାଉନଥିବା ଜଣାପଡିଛି ।  ଆଜି ସକାଳେ ଆମଡ ୱାର୍ଡ ର ବାବା (କନଷ୍ଟେବଳ) ଆର୍ଯ୍ୟନଙ୍କୁ କିଛି ପାର୍ଲେ ଜି ବିସ୍କୁଟ ଆଣିକି ଦେବାପରେ ଘଟଣା ଲୋକଲୋଚନକୁ ଜଣାପଡିଥିଲା । ଏହାବ୍ୟତୀତ ଆର୍ଯ୍ୟନଙ୍କ ପାଖରେ ମାତ୍ର ୩ ବୋତଲ ପାଣି ବଳକା ରହିଛି,  ସେ ଜେଲରେ ପ୍ରବେଶ ପୂର୍ବରୁ ଏକ ଡଜନ ବୋତଲ ପାଣି କିଣିଥିଲେ।

ମାତ୍ର ୨୫୦୦ ଟଙ୍କା ନେଇ ଜେଲ୍ ଭିତରକୁ ଯାଇପାରିବେ କଏଦୀ

ଜେଲ ମାନୁଆଲ ଅନୁଯାୟୀ ଜଣେ କଏଦୀ ନିଜ ସହିତ କେବ୨୫୦୦ ଟଙ୍କା ନେଇ ପାରିବେ। ଏହି ଟଙ୍କା ଜେଲର ଆକାଉଣ୍ଟରେ ଜମା ହେଉଥିବା ବେଳେ ପ୍ରତିବଦଳରେ କଏଦୀଙ୍କୁ ଏକ ମାସ କୁପନ୍ ଦିଆଯାଏ । ଏହି କୁପନଗୁଡିକୁ ବ୍ୟବହାର କରି ସେ ଜେଲ କ୍ୟାଣ୍ଟିନରୁ ଖାଦ୍ୟ ସାମଗ୍ରୀ, ସାବୁନ, ତେଲ ଏବଂ ଟୁଥପେଷ୍ଟ କିଣି ପାରିବେ । ଜେଲ କ୍ୟାଣ୍ଟିନରେ ବିସ୍କୁଟ ଏବଂ ଚିପ୍ସ ମଧ୍ୟ ଉପଲବ୍ଧ ହୋଇଥାଏ ।

୪ଦିନ ହେଲା ଗାଧୋଇ ନାହାଁନ୍ତି ଆର୍ଯ୍ୟନ

ଜେଲ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ତିନିରୁ ଚାରି ଦିନ ହେବ ଆର୍ଯ୍ୟନ ଶୗେଚାଳୟ ଯାଇନଥିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇପାରେ ବୋଲି ଜେଲ କର୍ତ୍ତୃପକ୍ଷ ଚିନ୍ତିତ । ଆର୍ଯ୍ୟନଙ୍କ ସହ ଅରବାଜଙ୍କୁ ଗୋଟିଏ ସେଲରେ ରଖାଯାଇଛି । ଆର୍ଯ୍ୟନଙ୍କ ଘରୁ ଦୁଇଟି ଚାଦର ଓ କିଛି କପଡା ଆସିଥିବା ବେଳେ ଜେଲ୍ ତରଫରୁ ବିଛାଇବା ପାଇଁ କମ୍ବଳ ମିଳିଛି । ଏପରିକି ସେ ୪ଦିନ ହେବ ଗାଧୋଇନଥିବା ଜଣାପଡିଛି । ହେଲେ ନିୟମ ଅନୁସାରେ ପ୍ରତିଦିନ ତାଙ୍କୁ ସେଭିଂ କରାଇବାକୁ ପଡୁଛି ।

ଯେଉଁ ଜେଲରେ ସଞ୍ଜୟ ଦତ୍ତ ରହୁଥିଲେ, ଏବେ ସେଠାରେ ଆର୍ଯ୍ୟନ

ସୂଚନାନୁସାରେ, ତାଙ୍କୁ ବର୍ତ୍ତମାନ ଶିଶୁ ୱାର୍ଡ ତଳେ ଥିବା କୋଠରୀରେ କ୍ୱାରେଣ୍ଟାଇନ୍ କରି ରଖାଯାଇଛି। ତାଙ୍କ ସହିତ ସେଲରେ ଦୁଇଜଣ ବୃଦ୍ଧ, ଜଣେ ଭିନ୍ନକ୍ଷମଙ୍କ ସମେତ ତିନିଜଣ ବିଚାରଧୀନ କଏଦୀ ରହିଛନ୍ତି। ସଞ୍ଜୟ ଦତ୍ତ ମଧ୍ୟ ଏହି ସେଲରେ କିଛି ଦିନ ରହିଥିଲେ। ଆର୍ଯ୍ୟନଙ୍କ କ୍ୱାରେଣ୍ଟାଇନ୍ ଅବଧି ଶେଷ ହେବା ପରେ ତାଙ୍କୁ ସାଧାରଣ ୱାର୍ଡକୁ ପଠାଯିବ । ସେହି ୱାର୍ଡରେ ଏକାସାଙ୍ଗରେ ୫୦୦ ଜଣ ରହିବାର ବ୍ୟବସ୍ଥା ରହିଛି।

ଜାମିନ ଆବେଦନ ଖାରଜ ପରେ ସମସ୍ୟା ବଢିପାରେ
ଆର୍ଯ୍ୟନ୍ ରହୁଥିବା ୱାର୍ଡ ପାଖରେ ଏକ କ୍ୟାଣ୍ଟିନ ରହିଛି | ଯେଉଁଥିପାଇଁ ଜିନିଷ କିଣିବାରେ ତାଙ୍କୁ କୗେଣସି ଅସୁବିଧା ହେଉନାହିଁ । କିନ୍ତୁ ଯଦି ବୁଧବାର ଦିନ ତାଙ୍କ ଜାମିନ ଆବେଦନ ଖାରଜ ହୁଏ, ତେବେ ତାଙ୍କ ପାଇଁ ଅସୁବିଧା ବଢିପାରେ | ସେହିପରି ଆସନ୍ତା ମାସରେ ସେ ମନିଅର୍ଡର ଦ୍ୱାରା ଜେଲକୁ କେବଳ ଅଢେଇ ହଜାର ଟଙ୍କା ମଗାଇପାରିବେ ।

ଆର୍ଯ୍ୟନଙ୍କ ଉପରେ ୨୪ ଘଣ୍ଟିଆ ନଜର

୪ ଦିନ ହେବ ଆର୍ଯ୍ୟନଙ୍କୁ କେହି ଭେଟିବାକୁ ଆସିନଥିବା ବେଳେ ତାଙ୍କ ଉପରେ ୨୪ ଘଣ୍ଟିଆ ନଜର ରଖାଯାଉଛି ।

କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଆଚରଣକୁ OAS ସଂଘର ନିନ୍ଦା

ବାରିପଦା: କେନ୍ଦ୍ର ଜଳଶକ୍ତି ଏବଂ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପ୍ରତି ଅଶାଳୀନ ଆଚରଣ ପ୍ରଦର୍ଶନ କରିବା ତାଙ୍କ ପାଇଁ ମହଙ୍ଗା ପଡ଼ିଛି । ରାଷ୍ଟ୍ରମନ୍ତ୍ରୀ ଟୁଡ଼ୁଙ୍କ କାର୍ଯ୍ୟକ୍ରମ ବର୍ଜନ କରିବା ପାଇଁ ଓଏଏସ ସଂଘ ଚେତାବନୀ ଦେଇଛି । ମନ୍ତ୍ରୀଙ୍କ ଏଭଳି ଆଚରଣକୁ ସଂଘ ନିନ୍ଦା କରିଛି । ରାଜ୍ୟ ସରକାରଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଏ ସମ୍ପର୍କରେ ଅବଗତ କରାଯିବ ବୋଲି ସଂଘର ସଭାପତି ସରୋଜ ସାମଲ ସାମ୍ବାଦିକ ମାନଙ୍କୁ କହିଛନ୍ତି ।

OAS Association Condemned Central Minister Bisweswar Tudu

ପ୍ରଥମେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଆଇଟିଡିଏ ସମ୍ମିଳନୀ କକ୍ଷରେ ଜଣେ ଜେଇଙ୍କୁ ରାଷ୍ଟ୍ରମନ୍ତ୍ରୀ ଟୁଡୁ ଅତି ଅଶାଳୀନ ଆଚରଣ ପ୍ରଦର୍ଶନ କରିବା ସହ କୁକୁର ଭଳି କାହିଁକି ହେଉଛୁ ? କାହାର ଗୋଲାମ, ମୟୂରଭଞ୍ଜ ଆସିଲେ ମାଡ଼ ପଡ଼ିବ ବୋଲି ଧମକ ଦେଇଥିଲେ । ଏହା ପରେ ପରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ମଧ୍ୟ ସମାନ ଆଚରଣ ଦେଖାଇଥିଲେ ମନ୍ତ୍ରୀ । ସମ୍ବଲପୁର ଡିଆରଡିଏ ପିଡିଙ୍କୁ ଅତି କଟୁ ଶବ୍ଦ ପ୍ରୟୋଗ କରିଥିଲେ । ୯ତାରିଖ ଦିନ ରାଷ୍ଟ୍ରମନ୍ତ୍ରୀ ମୟୂରଭଞ୍ଜ ସର୍କିଟ ହାଉସ୍ ଠାରେ ସ୍ଥାନୀୟ ଏଡିଏମଙ୍କୁ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏହାର ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲା ଓଏଏସ ସଂଘ ଗତକାଲି କଳାବ୍ୟାଚ୍ ପରିଧାନ କରି ବିରୋଧ ପ୍ରଦର୍ଶନ କରିଥିଲା ।

OAS Association Condemned Central Minister Bisweswar Tudu

ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ପରେ ମଧ୍ୟ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କୌଣସି ପଶ୍ଚାତାପ କରିନାହାନ୍ତି । ବରଂ ନିଜ ଅଶାଳୀନ ବ୍ୟବହାରକୁ ଯୁକ୍ତି ଦର୍ଶାଇ ଠିକ୍ ବୋଲି କହିବାକୁ ଉଦ୍ୟମ କରିଛନ୍ତି । ଆଉ ପାଦେ ଆଗକୁ ଯାଇ ରାଷ୍ଟ୍ରମନ୍ତ୍ରୀ ଟୁଡୁ ଗଣମାଧ୍ୟକୁ କହିଛନ୍ତି ଯେ, ସେ ମାଡ଼ ପଡିବ ବୋଲି କହିନଥିଲେ । ହେଲେ ଏଥର ସତରେ ମାଡ଼ ପଡିବ  । ଗଣତାନ୍ତ୍ରିକ ବ୍ୟବସ୍ଥା ଭିତରେ କାମ କରୁଥିବା ଜଣେ ମନ୍ତ୍ରୀ ଦେଶର ନିୟମକୁ ମଧ୍ୟ ଖାତିର୍ କରିନାହନ୍ତି । ମାଡ଼ ମାରିବାକୁ ଧମକ ଦେବା ଭାରତ ଦଣ୍ଡବିଧି ଆଇନ୍ ଅନୁସାରେ ଅପରାଧ । ଅର୍ଥାତ ମନ୍ତ୍ରୀ ଅପରାଧ କରିବାକୁ ମଧ୍ୟ ପଛାଇନାହାନ୍ତି । ମନ୍ତ୍ରୀଙ୍କ ଏହି ଧମକ ଆଧାରରେ ଫୌଜଦାରୀ ମକଦ୍ଦମା ହେବା କଥା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଭାରତ ନିଜକୁ ଇସ୍ରାଏଲ ବୋଲି ଭାବିଲାଣି: ଇମ୍ରାନ

ନୂଆଦିଲ୍ଳୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତ ଓ ଇସ୍ରାଏଲକୁ ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି । ଏଥିସହିତ କହିଛନ୍ତି ଯେ, ଇସ୍ରାଏଲ୍ ଗ୍ରସ୍ତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ମସିହାରେ କାଶ୍ମୀରକୁ ନେଇ ବଡ଼ ନୀତି ଘୋଷଣା କରିଥିଲେ । ଏକ ଇଣ୍ଟରଭ୍ୟୁରେ ଆଫଗାନିସ୍ତାନ, ଭାରତ, ଇସ୍ରାଏଲ୍ ଓ ଆମେରିକା ସହ ସମ୍ପର୍କ ନେଇ କିଛି ମନ୍ତବ୍ୟ ରଖିଥିଲେ ।

Joe Biden Kamala Harris Win In Elections Imran Nawaz Congratulate Them Look Forward For PAK US Relations

ଫିଲିସ୍ତାନ ଓ କାଶ୍ମୀରର ସ୍ଥିତି ପ୍ରାୟ ସମାନ ଥିବା ବେଳେ ଭାରତ ଓ ଇସ୍ରାଏଲ୍ ର ବନ୍ଧୁତ୍ୱ କେତେ ଭୟାନକ ହେବ ବୋଲି ଇମ୍ରାନଙ୍କୁ ପ୍ରଶ୍ନ କରାଯାଇଥିଲା? ଯାହାର ଉତ୍ତରରେ ଇମ୍ରାନ କହିଥିଲେ- ଏଥିରେ କୌଣସି ଦ୍ୱିମତ ନାହିଁ ଯେ ଭାରତ ଓ ଇସ୍ରାଏଲ୍ ଖୁବ୍ ନିକଟତର ।

ଇସ୍ରାଏଲ୍ ଭଳି ଭାରତ କିଛି ଯୋଜନା କରି ବଞ୍ଚିପାରିବ

ଭାରତକୁ ଏହାର ଇସାରା ଇସ୍ରାଏଲ୍ ଠାରୁ  ମିଳିଥିବା ନେଇ ଅନୁମାନ କରାଯାଇପାରିବ କି ନାହିଁ ? ସେମାନେ ଏକ ମଜଭୁତ ତନ୍ତ୍ର ଗଠନ କରିଛନ୍ତି, ଫଳରେ ସେମାନେ ବୀରୋଧକୁ ଆରାମରେ ଦଳି ନଷ୍ଟ କରିପାରିବେ । ସେ ନିଜ ଲୋକଙ୍କୁ ପଠାଇ ଯାହାକୁ ମଧ୍ୟ ମାରି ପାରିବେ । ସଂଯୁକ୍ତ ରାଷ୍ଟ୍ର ଯାହା ବୟାନ ଦେଲେ ମଧ୍ୟ ଆମେରିକା ନିଜ ଭିଟୋ ପାୱାର ବ୍ୟବହାର କରି ତାଙ୍କୁ ବଞ୍ଚାଇ ପାରିବ ବୋଲି ସମସ୍ତେ ଜାଣିଛନ୍ତି ।

୬ ବର୍ଷର ଛୁଆକୁ ବାଘ ଝାମ୍ପିନେଲା: ରକ୍ତ ଚିହ୍ନ ଦେଖି ଦେଖି ଛୁଆ ପାଖରେ ପହଞ୍ଚିଲେ ବନ ବିଭାଗ ଅଧିକାରୀ

ଉମରକୋଟ : ବାଘ ଆକ୍ରମଣରେ ନବରଙ୍ଗପୁର ଜିଲ୍ଲା ବ୍ଲକ୍ ରାଇଘର ତୁରୁଡିହି ଗାଁର ଜଣେ ୬ବର୍ଷର ଜଣେ ବାଳକର ମୃତ୍ୟୁ ଘଟିଛି । ମୃତ ବାଳକଙ୍କ ବୟସ ସାଢ଼େ ୬ ବର୍ଷ  । ତାଙ୍କ ନାମ ଅମିତ୍ ମର୍କାମ ଏବଂ ତାଙ୍କ ପିତାଙ୍କ ନାମ ନରେନ୍ଦ୍ର ମର୍କାମ । ଅମିତ ପରିବାର ସହ ଛତିଶଗଡର ସିହାଓ୍ୱା ସ୍ଥିତ ଏକ ମନ୍ଦିରକୁ ସୃଙ୍ଗି ଋଷିଙ୍କ ଦର୍ଶନ ପାଇଁ ଯାଇଥିଲେ । ସେଠାରେ ଏକ ବଡ଼ ହନୁମାନ ମୂର୍ତ୍ତି ରହିଛି । ଏବଂ ତା’ ପାଖରେ ଚଢ଼ିବାକୁ ପାହାଚ ରହିଛି । ଅମିତ ସହ ଆଉ ଏକ ବାଳକ ରହିଥିଲା । ଦୁଇଜଣ ପାହାଚ ଚଢ଼ିବା ସମୟରେ ଅଚାନକ଼୍ ଏକ ଚିତାବାଘ ଅମିତକୁ ଆକ୍ରମଣ କରିଥିଲା।

odia-boy-attacked-by-tiger-at-chattisgarh

ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଦୌଡୁଥିବା ବେଳେ ବାଳକ ଅମିତ୍ ବାଘ ହାବୁଡରେ ପଡି ଯାଇଥିଲେ। ବାଘ ଅମିତ କୁ ଟାଣି ନେଇ ପାହାଡ଼କୁ ଚାଲି ଯାଇଥିଲା । ଖବର ପାଇ ଜଙ୍ଗଲ ବିଭାଗ ଅଧିକାରୀ ଏବଂ ସିହାଓ୍ୱା ପୋଲିସ ଲୋକଙ୍କ ସହାୟତାରେ ଜଙ୍ଗଲ ଭିତରକୁ ଯାଇଥିଲେ ରକ୍ତ ଚିହ୍ନ କୁ ଦେଖି ଦେଖି ବହୁ ବାଟ ଯିବାକୁ ପରେ ଗୁରୁତର ଅବସ୍ଥାରେ ଅମିତକୁ ଉଦ୍ଧାର କରି ସିହାଓ୍ୱା ଡାକ୍ତରଖାନାରେ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଏଥିସହିତ ପଢ଼ନ୍ତୁ: ଖୋଲୁଛି ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ: ୨ସାଙ୍ଗଙ୍କୁ ଉଠାଇ ନେଇ ପୋଲିସର ପଚରାଉଚରା