spot_img
Home Blog Page 5086

କାଶ୍ମୀରରେ ହିନ୍ଦୁ–ଶିଖ୍‌ଙ୍କ ହତ୍ୟା ଉପରେ ନିରବତାକୁ ନେଇ ବିରୋଧୀ ଦଳଙ୍କୁ ସମାଲୋଚନା

0

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଶିଖ୍ ଓ ହିନ୍ଦୁଙ୍କ ହତ୍ୟା ଉପରେ ବିରୋଧୀ ଦଳଙ୍କ ନିରବତକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ବିରୋଧୀ ଦଳଙ୍କ ନାମ ନନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସାରାରେ ସେମାନଙ୍କ ନିରବତା ପାଇଁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ସମାନ ପ୍ରକାରର କିଛି ଘଟଣାରେ କିଛି ଲୋକଙ୍କୁ ମାନବାଧିକାର ଉଲ୍ଲଂଘନ ଦେଖା ଯାଇଥାଏ କିନ୍ତୁ ସେହିଭଳି ଅନ୍ୟ କୌଣସି ଘଟଣାରେ ସେହି ସମାନ ଲୋକଙ୍କୁ ମାନବାଧିକାର ଉଲ୍ଲଂଘନ ଦେଖା ଯାଇନଥାଏ ।ପ୍ରଧାନମନ୍ତ୍ରୀଙ୍କ ଏହି ବୟାନକୁ କିଛି ଦିନ ତଳେ କାଶ୍ମୀରରେ ହିନ୍ଦୁ ଓ ଶିଖ୍‌ଙ୍କୁ ଟାର୍ଗେଟ୍ ହତ୍ୟା ସହିତ ଯୋଡ଼ି ଦେଖାଯାଉଛି ।
ସିଲେକ୍ୱିଭ୍ ବ୍ୟବହାର ଗଣତନ୍ତ୍ର ପାଇଁ କ୍ଷତିକାରକ
ପିଏମ୍ ମୋଦି ଜାତୀୟ ମାନବାଧିକାର ଆୟୋଗ ସ୍ଥାପନା ଦିବସରେ ଇଶାରାରେ ଏଭଳି କହିଛନ୍ତି । ସେ କହିଛନ୍ତି ଯେ, ମାନବାଧିକାରକୁ ନେଇ ସିଲେକ୍ଟିଭ୍ (ବାଛ ବିଚାର) ବ୍ୟବହାର ଗଣତନ୍ତ୍ର ପାଇଁ ବିପଜ୍ଜନକ । ସେ କହିଛନ୍ତି ଯେ, ମାନବାଧିକାରର ବ୍ୟାପକ ହନନ ସେତେବେଳେ ହୋଇଥାଏ ଯେତେବେଳେ ଏହାକୁ ରାଜନୈତିକ ରଙ୍ଗ ଦିଆଯାଏ । ରାଜନୈତିକ ଚଷମାରେ ଦେଖାଯାଏ । ରାଜନୈତିକ ଲାଭ-କ୍ଷତିର ତରାଜୁରେ ଓଜନ କରାଯାଏ । ଏଭଳି ସିଲେକ୍ଟିଭ୍ ବ୍ୟବହାର ଗଣତନ୍ତ୍ର ପାଇଁ କ୍ଷତିକାରକ ।

ନିଜ ହିତ ଦେଖି ମାନବାଧିକାରର ବ୍ୟାଖ୍ୟା କରିବା ଭୁଲ
ମୋଦି କହିଛନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ ନିଜ ହିତକୁ ଦେଖି ନିଜ ହିସାବରେ ମାନବାଧିକାରର ବ୍ୟାଖା କରାଯାଉଛି । ଗୋଟିଏ ପ୍ରକାରର କୌଣସି ଘଟଣାରେ କିଛି ଲୋକଙ୍କୁ ମାନବାଧିକାର ଉଲ୍ଲଂଘନ ଦେଖାଯାଏ କିନ୍ତୁ ସମାନ ପ୍ରକାରର ଅନ୍ୟ ଘଟଣାରେ ସେହି ଲୋକଙ୍କୁ ମାନବାଧିକାର ଉଲ୍ଲଂଘନ ଦେଖା ଯାଏନି । ଏହିଭଳି ମାନସିକତା ମାନବାଧିକାରକୁ ଅଧିକ କ୍ଷତି ପହଂଚାଇ ଥାଏ ।

ଶିଶୁଙ୍କୁ ଦିଆଯିବା କରୋନା ଟିକା,ସରକାର ଦେଲେ ମଞ୍ଜୁରୀ

ନୂଆଦିଲ୍ଲୀ: ଭ୍ୟାକ୍ସିନ କୋଭାକ୍ସିନକୁ ମଂଜୁରୀ ଳିଛି । ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆର ଦେଶରେ ୨ରୁ ୧୮ ବର୍ଷ ବୟସ୍କଙ୍କୁ କୋଭାକ୍ସିନ ଦେବାକୁ ମଂଜୁରୀ ଦେଇଛନ୍ତି । ସରକାରଙ୍କ ତରଫରୁ ଏନେଇ ଖୁବଶୀଘ୍ର ଗାଇଡଲାଇନ୍ ଜାରି କରାଯିବ । ପିଲାଙ୍କୁ କୋଭାକ୍ସିନର ଦୁଇଟି ଡୋଜ୍ ଦିଆଯିବ ।
ଏହା ପୂର୍ବରୁ ଜାୟଡସ କାଡିଲର କରୋନା ଟିକା ZyCoV-Dକୁ ଜରୁରୀକାଳିନ ବ୍ୟବହାର ପାଇଁ ଡିଜିସିଆଇ ଅନୁମତି ଦେଇଥିଲେ । ଏହାକୁ ୧୨ ବର୍ଷରୁ ଅଧିକ କିଶୋର ଓ ବଡଙ୍କୁ ଦିଆ ଯାଇ ପାରିବ । ଭାରତରେ ତିଆରି ହୋଇଥିବା ଏହା ବିଶ୍ୱର ପ୍ରଥମ ଡିଏନଏ ବେସଡ୍ ଟିକା । ଦେଶରେ ଏବେ କୋଭିସିଲ୍ଡ,କୋଭାକ୍ସିନ ଓ ସ୍ପୁଟନିକ୍-ଭି ଟିକା ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଉଛି । ଏହି ସବୁ ଟିକାର ଦୁଇଟି ଡୋଜ୍ ଦିଆଯାଉଛି । ଅନ୍ୟପକ୍ଷରେ ଜାୟକୋଭ-ଡିର ତିନୋଟି ଡୋଜ୍ ନେବାକୁ ପଡିଥାଏ ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସଂସଦରେ ଦେଇଥିଲେ ସୂଚନା
ଚଳିତ ବର୍ଷ ଜୁଲାଇରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତରୀ ମନସୁଖ ମଣ୍ଡଭିଆ ସଂସଦରେ ସୂଚନା ଦେଇଥିଲେ ଯେ, ଦେଶର ଦୁଇଟି କମ୍ପାନୀ ଶିଶୁଙ୍କ କରୋନା ଟିକା ଉପରେ କାମ କରୁଛନ୍ତି । ଜାୟଡସ କାଡିଲା ଏହି ଟିକାର ଟ୍ରାଏଲ ଆରମ୍ଭ କରିଥିବା ବାବଦରେ ସେ ସୂଚନା ଦେଇଥିଲେ । ଭାରତ ବାୟୋଟେକ୍ ର ଟିକା ମଧ୍ୟ ଟ୍ରାଏଲରେ ଥିବା କଥା ସେ କହିଥିଲେ ।
ଟ୍ରାଏଲରେ କେତେ ସଫଳ ?
ପିଲାଙ୍କ ପାଇଁ ଏହି କରୋନା ଟିକାକୁ ଭାରତ ବାୟୋଟେକ୍ ଓ ଆସିଏମଆର ମିଳିତ ଭାବେ ତିଆରି କରିଛନ୍ତି । ଏହି ଟିକାର ତିନୋଟି ଫେଜରେ ଟ୍ରଏଲ ହୋଇଥିଲା । ଟ୍ରାଏଲ ଫେଜରେ ଏହାର ଫଳାଫଳ ଉତ୍ସାହଜନକ ଥିଲା । ଟ୍ରାଏଲରେ ଏହାର ସଫଳତା ହାର ୭୮ ପ୍ରତିଶତ ଥିଲା ।

ଏଥିସହିତ ପଢ଼ନ୍ତୁ: ବୁଷ୍ଟର ଡୋଜ୍‌କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମତି: ଜାଣନ୍ତୁ କେଉଁମାନେ ନେଇପାରିବେ ତୃତୀୟ ଡୋଜ୍

ହାଇଦ୍ରାବାଦରୁ ଜବତ ହୋଇଥିବା ୧୪୨ କୋଟି ଟଙ୍କା ନଗଦ କ୍ୟାସ୍ କାହାର ?

ହାଇଦ୍ରାବାଦ: ହାଇଦ୍ରାବାଦ ସ୍ଥିତ ହେଟରୋ ଫାର୍ମାସୁଟିକାଲ ଗ୍ରୁପ ଉପରେ ଆୟକର ବିଭାଗ ଚଢ଼ାଉରୁ ୧୪୨ କୋଟି ଟଙ୍କା କ୍ୟାସ୍ ଜବତ ହୋଇଛି । ନଗଦ ଏତେ ଟଙ୍କା ଜବତ ହେବା ଦେଶରେ ସମ୍ଭବତଃ ପ୍ରଥମ ଘଟଣା । ଆସନ୍ତୁ ଜାଣିବା ହେଟରୋ ଫାର୍ମାସୁଟିକାଲ କମ୍ପାନୀ ବାବଦରେ ଓ ଏହି ଟଙ୍କା ପ୍ରକୃତରେ କାହାର ।

ରିପୋର୍ଟ ଅନୁସାରେ ଆଇଟି ମୋଟ ୫୫୦ କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତିର ସୂଚନା ପାଇଛି । ଯାହା ମଧ୍ୟରୁ ୧୪୨ କୋଟି ଟଙ୍କା ନଗଦ ମିଳିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଆଲମିରାରେ ଥାକ ମରା ହୋଇ ୧୪୨ କୋଟି ଟଙ୍କା ରଖା ଯାଇଥିବା ଦେଖିବାକୁ ମିଳୁଛି । ଆଇଟି ଏହା ଭିତରେ ୬ ଟି ରାଜ୍ୟରେ ଥିବା କମ୍ପାନୀର ଅଫିସରେ ତଲାସି କରୁଛି । ମୋଟ ୫୦ ଟି ସ୍ଥାନରେ ଚଢାଉ ଜାରି ଥିବା ଜଣା ପଡ଼ିଛି ।

ହେଟରୋ ବାବଦରେ ଜାଣନ୍ତୁ : CBDT ଅନୁସାରେ ହେଟରୋ ଗ୍ରୁପ୍ ଫାର୍ମାସୁଟିକାଲ ଉତ୍ପାଦନର ପ୍ରଡକ୍ସନ,ଫର୍ମୁଲେସନର ବିତରଣ ଆଦି କାରବାର କରିଥାଏ । ଏହାର ଅଧିକାଂଶ ଉତ୍ପାଦ ଆମେରିକା,ଦୁବାଇ ଓ ଆଫ୍ରିକାର ଦେଶକୁ ରପ୍ତାନି କରାଯାଇଥାଏ । ହେଟରୋ ଗ୍ରୁପ୍ କୋଭିଡ୍-୧୯ ଚିକିତ୍ସା ପାଇଁ ବ୍ୟବହୃତ ରେମେଡିସିଭିର (Remdesivir) ଓ ଫେଭିରିପିରଭି(Favipiravir) ଭଳି ବିଭିନ୍ନ ଔଷଧକୁ ନେଇ ଚର୍ଚ୍ଚାକୁ ଆସିଥିଲା । ଏହାର ଭାରତ, ରୁଷ, ଚୀନ୍, ମିଶର, ଇରାନ ଓ ମେକ୍ସିକୋ ଭଳି ଦେଶରେ ଉତ୍ପାଦନ କେନ୍ଦ୍ର ରହିଛି । ଭାରତ ବାହାରେ ଏହାର ମୋଟ ୨୫ଟି ପ୍ରଡକ୍ସନ ଫେସିଲିଟି ରହିଛି । କମ୍ପାନୀ ତରଫରୁ ଗତ ମାସରେ କୁହାଯାଇଥିଲା ଯେ, ହସ୍ପିଟାଲରେ ଭର୍ତ୍ତି ବୟସ୍କଙ୍କ ପାଇଁ କୋଭିଡ୍ ୧୯ ଚିକିତ୍ସା ପାଇଁ ଆବଶ୍ୟକ Tocilizumab ର ବାୟୋସିମିଲର ଭର୍ସନ ପାଇ ଡ୍ରଗ୍ କଣ୍ଟ୍ରୋଲର ଜେନରାଲ ଅଫ୍ ଇଣ୍ଡିଆ ତରଫରୁ ଅନୁମତି ମିଳିଛି । ସୂଚନାଯୋଗ୍ୟ ଯେ, ୭ ହଜାର ୫ଶହ କୋଟି ଟଙ୍କାର ଏହି କମ୍ପାନୀ କୋଭିଡ୍ ଟିକା ସ୍ପୁଟନିକ୍ ଭି ପାଇଁ ଋଷର ପ୍ରତ୍ୟକ୍ଷ ପୁଂଜି ନିବେଶ ବୋର୍ଡ୍ ସହିତ ଚୁକ୍ତି ସ୍ୱାକ୍ଷର କରିଛି ।

ଏଥିସହିତ ପଢ଼ନ୍ତୁ: ଆର୍ଯ୍ୟନଙ୍କ ଲାଗି ଅଡ଼ୁଆରେ ଶାହାରୁଖ୍‌ଙ୍କ ଡୁପ୍ଳିକେଟ୍: ଜାଣନ୍ତୁ କାହିଁକି?

ରାଜସ୍ଥାନ ଶିକ୍ଷାମନ୍ତ୍ରୀଙ୍କ ବୟାନକୁ ନେଇ ଚର୍ଚ୍ଚା: କହିଲେ, ଯେଉଁଠି ମହିଳା ଶିକ୍ଷୟିତ୍ରୀ ଅଧିକ, ସେଠାରେ ଝଗଡ଼ା ଅଧିକ

ଜୟପୁର: ରାଜସ୍ଥାନ ଶିକ୍ଷାମନ୍ତ୍ରୀଙ୍କ ବୟାନକୁ ନେଇ ଚର୍ଚ୍ଚା । ଅନ୍ତର୍ଜାତୀୟ ବାଳିକା ଦିବସରେ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂହ ଦେଇଥିବା ବୟାନଙ୍କୁ ନେଇ ଏବେ ଚର୍ଚ୍ଚା । ସେ ସେ କହିଛନ୍ତି ଯେ, ଯେଉଁ ସ୍କୁଲଗୁଡ଼ିକରେ ମହିଳା ଶିକ୍ଷୟିତ୍ରୀ ଅଧିକ, ସେଠାରେ ଝଗଡ଼ା ଅଧିକ ହୋଇଥାଏ । ଗୋବିନ୍ଦ ସିଂହ ଡୋଟାସରା ଶିକ୍ଷକଙ୍କୁ ସମ୍ୱୋଧନ କରି କହିଥିଲେ ଯେ, ସରକାର ସବୁ ଜାଗାରେ ମହିଳାଙ୍କୁ ପ୍ରାଥମିକତା ଦେଉଛନ୍ତି ଏଣୁ ଆଉ ଟିକଏ ଚେଷ୍ଟା କଲେ ମହିଳମାନେ ଆହୁରି ଆଗକୁ ବଢ଼ିପାରିବେ ।

ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ଗୋବିନ୍ଦ ସିଂହ ଡୋଟାସରା କହିଛନ୍ତି, ଆମ ପାଖରେ ବହୁ ଲୋକ ଆସନ୍ତି, ଯେଉଁମାନେ ସହରେ ନିକଟରେ ପୋଷ୍ଟିଂ କରିବାକୁ ଅନୁରୋଧ କରନ୍ତି । ଆମେ ଭ୍ୟାକେନ୍ସ ନଥିବା କହୁଥିବା ବେଳେ ସେମାନେ କହନ୍ତି, ସେମାନେ କିଭଳି ବି ଥାନ୍ତା, ଅଧିକାଂଶ ମହିଳାଙ୍କୁ ତ ସହର ନିକଟରେ ପୋଷ୍ଟିଂ ମିଳିଛି ।

ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସରା ଆହୁରି କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ପ୍ରଣୟନ ନୀତିରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯାଉଛି । ମହିଳାଙ୍କୁ ପଦୋନ୍ନତି ଏବଂ ଚୟନରେ ପ୍ରାଥମିକତା ଦିଆଯାଉଛି । ବହୁ ଲୋକେ ଏହାକୁ ପସନ୍ଦ ମଧ୍ୟ କରନ୍ତିନାହିଁ । ସେମାନଙ୍କ ପଚାରନ୍ତି ଆମେ କ’ଣ ଭଲ ପାଠ ପଢ଼ାଉନାହୁଁ । କିନ୍ତୁ ଗୋଟିଏ କଥାକୁ ଆପଣମାନଙ୍କୁ କହିବାକୁ ଚାହିବି ମହିଳା ଶିକ୍ଷୟିତ୍ରୀମାନଙ୍କ ପରସ୍ପରର ମଧ୍ୟ ଝଡ଼ଗା ବହୁତ ରହିଛି । ଆପଣମାନେ ଏହି ଛୋଟ ଛୋଟ ଝଗଡ଼ାରୁ ଉର୍ଦ୍ଧ୍ୱକୁ ଉଠିପାରିଲେ ଆପଣମାନେ ମଧ୍ୟ ନିଜକୁ ପୁରୁଷମାନଙ୍କ ଠାରୁ ଆଗରେ ପାଇବେ ।

ମାଲକାନଗିରିରେ ଏନ୍‌କାଉଣ୍ଟର: ପୋଲିସ ଗୁଳିରେ ୩ ମାଓବାଦୀ ନିପାତ

ମାଲକାନଗିରି: ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ପୋଲିସର ଏନକାଉଣ୍ଟରରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ୨ ମହିଳା ଓ ଜଣେ ପୁରୁଷ ମାଓବାଦୀ ନିପାତ ହୋଇଛନ୍ତି । ଘଟଣାସ୍ଥଳରୁ ଗୋଟିଏ ଇନସାସ ଓ ଏସଏଲଆର ରାଇଫଲ ସହ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି । SOG ଏବଂ DVF ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି ।

ଏଥିସହିତ ପଢ଼ନ୍ତୁ: ଶୋପିଆନ୍‌ରେ ଏନ୍‌କାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିପାତ

କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ବାହାଦୂରୀ ସତ୍ତ୍ୱେ କୋଇଲା ସଂକଟ: ୧୭ ପାଓ୍ୱାର ପ୍ଳାଣ୍ଟରେ ଗୋଟିଏ ଦିନ ପାଇଁ ବି କୋଇଲ ଗଚ୍ଛିତ ନାହିଁ

ନୂଆଦିଲ୍ଲୀ: କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ବାହାଦୂରୀ ସତ୍ତ୍ୱେ ଘନୀଭୂତ କୋଇଲା ସଂକଟ । ଦେଶର ୧୭ଟି ପାଓ୍ୱାର ପ୍ଲାଣ୍ଟରେ ଗୋଟିଏ ଦିନ ଲାଗି କୋଇଲା ଗଚ୍ଛିତ ନଥିବା ବେଳେ ୬୨ଟି ପ୍ଲାଣ୍ଟ ପାଇଁ ଦିନେ ବା ଦୁଇ ଦିନ ଲାଗି କୋଇଲା ରହିଛି । ୧୧୫ଟି ପ୍ଲାଣ୍ଟରେ ମାତ୍ର ୭ ଦିନର କୋଇଲା ଗଚ୍ଛିତ ରହିଛି । ସେପଟେ ତୁରନ୍ତ ବକେୟା ପ୍ରାପ୍ୟ ଦାଖଲ କରିବା ଲାଗି ୪ଟି ରାଜ୍ୟକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର । କୋଟି କୋଟି ଟଙ୍କା ବକେୟା ରଖିଥିବା ଉତ୍ତରପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର ଓ ରାଜସ୍ଥାନ ସରକାରଙ୍କ ନିକଟକୁ ବକେୟା ଅର୍ଥ ଜମା ନେଇ ପତ୍ର ଲେଖାଯାଇଛି ।

ମହାରାଷ୍ଟ୍ର ଉପରେ ୩ ହଜାର ୧୭୬ କୋଟି ଟଙ୍କା ବକେୟା ଥିବା ବେଳେ, ଉତ୍ତରପ୍ରଦେଶ ଉପରେ ୨ ହଜାର ୭୪୩ କୋଟି, ତାମିଲନାଡୁ ଉପରେ ୧ ହଜାର ୨୮୧ କୋଟି ଓ ରାଜସ୍ଥାନ ଉପରେ ୭୭୪ କୋଟି ଟଙ୍କା ଅନାଦେୟ ରହିଛି । କୋଲ ଇଣ୍ଡିଆ ନିକଟରେ ବିଭିନ୍ନ ରାଜ୍ୟର ବିଦ୍ୟୁତ ବୋର୍ଡ ଓ ଶକ୍ତି ଉତ୍ପାଦକ କମ୍ପାନିଙ୍କର ୨୧ ହଜାର ୬୧୯ କୋଟି ଟଙ୍କା ବକେୟା ପଡ଼ରହିଛି । ଏହି ୪ଟି ରାଜ୍ୟରେ ଗୋଟିଏ ଦିନ ଲାଗି ବି କୋଇଲା ଗଚ୍ଛିତ ନାହିଁ । ବ୍ୟାପକ କୋଇଲା ଅଭାବ କାରଣରୁ ଦେଶର ପ୍ରାୟ ସମସ୍ତ ତାପଜ ବିଦ୍ୟୁତ କେନ୍ଦ୍ରରେ ସଂକଟ ତୀବ୍ର ରୂପ ନେଲାଣି । ତେଣେ ସ୍ଥିତିର ମୁକାବିଲା ଲାଗି ଦେଶର ବିଭିନ୍ନ ତାପଜ କେନ୍ଦ୍ରକୁ ୨୪ଘଣ୍ଟିଆ କୋଇଲା ଯୋଗାଣ ଲାଗି ନିଷ୍ପତ୍ତି ନେଇଛି ଭାରତୀୟ ରେଳବାଇ । ଜରୁରୀକାଳୀନ ଭିତ୍ତିରେ କୋଇଲା ଯୋଗାଣ ନେଇ ସମସ୍ତ ଜୋନାଲ ରେଳବାଇକୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ସ୍ଥାନରେ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା ସହ ଘଣ୍ଟିକିଆ ବୁଲେଟିନ ବ୍ୟବସ୍ଥା କରାଯାଇଛି ।

ରାଜ୍ୟରେ ଆଉ ୫୨୯ଜଣ କରୋନା ସଂକ୍ରମିତ ଚିହ୍ନଟ: ରାଜଧାନୀରୁ ଦୈନିକ ୨୦୦ରୁ ୩୦୦ ସଂକ୍ରମିତ ଚିହ୍ନଟ ହେଉଛନ୍ତି

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୬୨ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୩୦୮ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୨୨୧ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୨୬୭୩ ଜଣକୁ ବୃଦ୍ଧି ପାଇଛି।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩ଜଣ, ବାଲେଶ୍ୱର ଜିଲ୍ଲାରୁ ୨୦ଜଣ, ବରଗଡ଼ ଜିଲ୍ଲାରୁ ଜଣେ, ଭଦ୍ରକ ଜିଲ୍ଲାରୁ ୩ଜଣ, ବଲାଙ୍ଗୀର ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୩୭ଜଣ, ଦେଓଗଡ଼ ଜିଲ୍ଲାରୁ ଜଣେ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ୩ଜଣ, ଗଞ୍ଜାମ ଜିଲ୍ଲାରୁ ୬ଜଣ, ଜଗତସିଂହପୁର ଜିଲ୍ଲାରୁ ୮ଜଣ, ଯାଜପୁର ଜିଲ୍ଲାରୁ ୧୫ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧ଜଣ, କେନ୍ଦୁଝର ଜିଲ୍ଲାରୁ ୭ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୭୪ଜଣ, କୋରାପୁଟ ଜିଲ୍ଲାରୁ ୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୩ଜଣ, ନୟାଗଡ଼ ଜିଲ୍ଲାରୁ ୭ଜଣ, ନୂଆପଡ଼ା ଜିଲ୍ଲାରୁ ୬ଜଣ, ପୁରୀ ଜିଲ୍ଲାରୁ ୧୩ଜଣ, ରାୟଗଡ଼ା ଜିଲ୍ଲାରୁ ଜଣେ, ସମ୍ବଲପୁର ଜିଲ୍ଲାରୁ ୧୧ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୦ଜଣ, ଷ୍ଟେଟ ପୁଲ୍‌ରୁ ୬୩ଜଣ ରହିଛନ୍ତି ।

ଅପରପକ୍ଷରେ  ରାଜଧାନୀରେ ପ୍ରତେକ ଦିନ ୨୦୦ ରୁ ୩୦୦ ଭିତରେ ସଂକ୍ରମଣ ରହିଆସୁଛି । ଏମିତି କି କିଛି ମାତ୍ରାରେ ଆର ଭ୍ୟାଲୁ ବଢିଛି। ହେଲେ ହସ୍ପିଟାଲ ଆଡ଼ମିଶନ ଗୁରୁତର ରୋଗୀ ସଂଖ୍ୟା କମିଛି। ଏହାସହ ଭେଣ୍ଟିଲେଟରରେ ଆଡ଼ମିଟ ସଂଖ୍ୟା ୧୦ ପ୍ରତିଶତରୁ କମ୍ ଅଛି । ଆଇସିୟୁରେ ଛୋଟ ପିଲା ଆଡ଼ମିଶନ ସଂଖ୍ୟା ୧ ପ୍ରତିଶତରୁ କମ୍ ଅଛି । ତେଣୁ ଆମେ ଏବେ ଭଲ ସ୍ଥିତିରେ ରହିଛୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡ. ବିଜୟ ମହାପାତ୍ର ।

ରାଜ୍ୟରେ ୩ ମାସ ହେଲାଣି ଦେଖା ଯାଉଛି ସଂକ୍ରମଣ ତଳ ଉପର ହେଉଛି। ଏଭଳି ସ୍ଥିତିରେ କିଭଳି ଟ୍ରାନ୍ସମିଶନ କୁ କମାଯାଇ ପାରିବ ତାହା ହିଁ ଗୁରୁତ୍ୱପୂର୍ଣ୍ଣ । ପାର୍ବଣ ପାଇଁ କିଛି ଦିନ ହେଲା ଭିଡ଼ ଲାଗି ରହିଛି ଯାହାକି ବହୁତ ଉଦ୍‌ବେଗଜନକ । ତେବେ ବର୍ତ୍ତମାନ ସମୟରେ ୧୦୦ ରୁ ୮୦ ଜଣ ଲକ୍ଷଣ ବିହୀନ ।

ଶୋପିଆନ୍‌ରେ ଏନ୍‌କାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିପାତ

ଜମ୍ମୁ-କଶ୍ମୀର: ଟିଳିଲେ ୩ ଆତଙ୍କବାଦୀ । ଶୋପିଆନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଗତକାଲି ପୁଞ୍ଛରେ ହୋଇଥିବା ହମଲାରେ ୫ ଯବାନ ଶହୀଦ ହୋଇଥିଲା । ସେହି ହମଲାର ପ୍ରତିଶୋଧ ନେଇଛନ୍ତି ସୁରକ୍ଷାକର୍ମୀ । ଆଜି ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରେ ୩ ଜଣ କୁଖ୍ୟାତ ଆତଙ୍କୀ ପ୍ରାଣ ହରାଇଛନ୍ତି । ମୃତ ସମସ୍ତ ଆତଙ୍କବାଦୀମାନେ ଲସ୍କର-ଇ-ତୋଏବା ଦ୍ୱାରା ପରିଚାଳିତ ଟିଆରଏଫର ସଦସ୍ୟ ଥିବା ଜଣାପଡ଼ିଛି ।

ବର୍ତ୍ତମାନ ସୁଦ୍ଧା ସଂପୃକ୍ତ ଅଞ୍ଚଳରେ ମଧ୍ୟ ଗୁଳି ବିନିମୟ ଓ ସର୍ଚ୍ଚ ଅପରେସନ ଜାରି ରହିଛି । କଶ୍ମୀର ଆଇଜିପିଙ୍କ କହିବା ଅନୁଯାୟୀ, ଶୋପିଆନର ଇମାମଶାହବ ଅଞ୍ଚଳର ତୁଲରାନ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା । ଏଥିରେ ଆର୍ମି, ସିଆରପିଏଫ ଓ ଜମ୍ମୁ-କଶ୍ମୀର ପୋଲିସ୍ ସାମିଲ ଥିଲେ । ସୁରକ୍ଷା କର୍ମୀମାନେ ସମ୍ପୃକ୍ତ ଗାଁକୁ ଘେରାଉ କରିବା ସହ ସର୍ଚ୍ଚ ଅପରେସନ କରିଥିଲେ । ପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଦୀର୍ଘ ସମୟ ଧରି ଗୁଳି ବିନିମୟ ପରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ଜଣ ଆତଙ୍କଦୀଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଛି ।

ଏଥିସହିତ ପଢ଼ନ୍ତୁ: ବୁଷ୍ଟର ଡୋଜ୍‌କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମତି: ଜାଣନ୍ତୁ କେଉଁମାନେ ନେଇପାରିବେ ତୃତୀୟ ଡୋଜ୍

ବୁଷ୍ଟର ଡୋଜ୍‌କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମତି: ଜାଣନ୍ତୁ କେଉଁମାନେ ନେଇପାରିବେ ତୃତୀୟ ଡୋଜ୍

ନୂଆଦିଲ୍ଲୀ: ଦୁର୍ବଳ ପ୍ରତିରୋଧକ ଶକ୍ତି ସମ୍ପନ୍ନ ବ୍ୟକ୍ତି ନେଇପାରିବେ ଅତିରିକ୍ତ ବୁଷ୍ଟର ଡୋଜ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ କମିଟି ଏହି ପ୍ରସ୍ତାବକୁ ଅନୁମୋଦନ କରିଛି । WHOର ଟିକାକରଣ ସଂକ୍ରାନ୍ତ କୌଶଳଗତ ପରାମର୍ଶଦାତା କମିଟି ବା ସେଜ୍ କହିଛି, ଯେଉଁମାନଙ୍କ ପ୍ରତିରୋଧକ ଶକ୍ତି କମ୍ ଥିବ ବା ଅତି ନ୍ୟୁନ ଥିବ ସେମାନେ ବୁଷ୍ଟର ଡୋଜ ନେଇପାରିବେ । ଏବଂ କରୋନାର ମୁକାବିଲା କରିପାରିବେ । ତେବେ ସର୍ବସାଧାରଣଙ୍କୁ ଏହି ବୁଷ୍ଟର ଡୋଜ ନଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ୬୦ବର୍ଷ ଓ ତା’ଠାରୁ ଅଧିକ ବୟସର ଲୋକ ଯଦି ସିନୋଭାକ ଓ ସିନୋଫାର୍ମ ଟିକା ନେଇଥିବେ, ତେବେ ସେମାନେ ବୁଷ୍ଟର ଡୋଜ ନିଶ୍ଚୟ ନେଇପାରିବେ । ତେବେ ଟିକାର ଉପଲବ୍ଧି ତଥା ଅନ୍ୟାନ୍ୟ ପ୍ରସଙ୍ଗକୁ ବିଚାରକୁ ନେଇ ବୁଷ୍ଟର ଡୋଜ ବିଷୟରେ ବିଭିନ୍ନ ରାଷ୍ଟ୍ର ଚିନ୍ତା କରିବାକୁ ପରାମର୍ଶ ଦିଆଯାଇଛି ।

ସେପଟେ ଆସନ୍ତା କିଛି ଦିନ ମଧ୍ୟରେ ହାଇଦ୍ରାବାଦ ଭିତ୍ତିକ ଭାରତ ବାୟୋଟେକର କୋଭାକ୍ସିନକୁ ଅନୁମୋଦନ କରିବା ଲାଗି ବିଶେଷଜ୍ଞ କମିଟି ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି କୁହାଯାଇଛି । ଯଦି କୋଭାକ୍ସିନକୁ ଅନୁମତି ମିଳେ, ତେବେ ଆନ୍ତର୍ଜାତିକ ସ୍ତରରେ କୋଭାକ୍ସିନ ହେବ ଭାରତର ପ୍ରଥମ ସ୍ୱଦେଶୀ ଟିକା । ଦୁର୍ବଳ ପ୍ରତିରୋଧକ ଶକ୍ତି ସମ୍ପନ୍ନ ବ୍ୟକ୍ତି ନେଇପାରିବେ ଅତିରିକ୍ତ ବୁଷ୍ଟର ଡୋଜ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ କମିଟି ଏହି ପ୍ରସ୍ତାବକୁ ଅନୁମୋଦନ କରିଛି । WHOର ଟିକାକରଣ ସଂକ୍ରାନ୍ତ କୌଶଳଗତ ପରାମର୍ଶଦାତା କମିଟି ବା ସେଜ୍ କହିଛି, ଯେଉଁମାନଙ୍କ ପ୍ରତିରୋଧକ ଶକ୍ତି କମ୍ ଥିବ ବା ଅତି ନ୍ୟୁନ ଥିବ ସେମାନେ ବୁଷ୍ଟର ଡୋଜ ନେଇପାରିବେ । ଏବଂ କରୋନାର ମୁକାବିଲା କରିପାରିବେ । ତେବେ ସର୍ବସାଧାରଣଙ୍କୁ ଏହି ବୁଷ୍ଟର ଡୋଜ ନଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।

୬୦ବର୍ଷ ଓ ତାଠାରୁ ଅଧିକ ବୟସର ଲୋକ ଯଦି ସିନୋଭାକ ଓ ସିନୋଫାର୍ମ ଟିକା ନେଇଥିବେ, ତେବେ ସେମାନେ ବୁଷ୍ଟର ଡୋଜ ନିଶ୍ଚୟ ନେଇପାରିବେ । ତେବେ ଟିକାର ଉପଲବ୍ଧି ତଥା ଅନ୍ୟାନ୍ୟ ପ୍ରସଙ୍ଗକୁ ବିଚାରକୁ ନେଇ ବୁଷ୍ଟର ଡୋଜ ବିଷୟରେ ବିଭିନ୍ନ ରାଷ୍ଟ୍ର ଚିନ୍ତା କରିବାକୁ ପରାମର୍ଶ ଦିଆଯାଇଛି । ସେପଟେ ଆସନ୍ତା କିଛି ଦିନ ମଧ୍ୟରେ ହାଇଦ୍ରାବାଦ ଭିତ୍ତିକ ଭାରତ ବାୟୋଟେକର କୋଭାକ୍ସିନକୁ ଅନୁମୋଦନ କରିବା ଲାଗି ବିଶେଷଜ୍ଞ କମିଟି ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି କୁହାଯାଇଛି । ଯଦି କୋଭାକ୍ସିନକୁ ଅନୁମତି ମିଳେ, ତେବେ ଆନ୍ତର୍ଜାତିକ ସ୍ତରରେ କୋଭାକ୍ସିନ ହେବ ଭାରତର ପ୍ରଥମ ସ୍ୱଦେଶୀ ଟିକା ।

 

ବାଲୁକାକଳା ମାଧ୍ୟମରେ ଶାରଦୀୟ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ବାଳୁକାକଳା ମାଧ୍ୟମରେ ଦୂର୍ଗା ପୂଜାର ଅଭିନନ୍ଦନ । ଆଜି ଦେବୀ ପୀଠ ମାନଙ୍କରେ ଅଷ୍ଟମୀ ପୂଜା ଚାଲିଥିବା ବେଳେ ମଣ୍ଡପରେ ସପ୍ତମୀ ପୂଜା କରାଯାଉଛି । ଏହି ଅବସରରେ ପୁରୀ ବେଳାଭୂମିରେ ଦେଖିବାକୁ ମିଳିଛି ବାଲୁକାକଳା । ବାଲୁକା କଳା ଜରିଆରେ ସମଗ୍ର ଦେଶବାସୀଙ୍କୁ ଶାରଦୀୟ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ମା’ ଦୁର୍ଗାଙ୍କ ଶ୍ରୀମୁଖ ପ୍ରସ୍ତୁତ କରାଯାଇ ସମୁଦ୍ର ଯାତ ଦ୍ରବ୍ୟ ଶାମୁକା ଆଦିରେ ମା ଦୁର୍ଗାଙ୍କ ଶ୍ରୀମୁଖକୁ ଅତୀବ ସୁନ୍ଦର ଓ ନିଖୁଣ ସ୍ପର୍ଶ ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ ।

Image

ଏଥିସହିତ ପଢ଼ନ୍ତୁ: ଆଜି ମାଆଙ୍କ ସପ୍ତମୀ ଓ ପୀଠରେ ଅଷ୍ଟମୀ ପୂଜା: ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ଆରାଧାନା