spot_img
Home Blog Page 5087

ଲଜ୍ଜା:୧୪ ବର୍ଷିୟା ଛାତ୍ରୀ ସହ ଶିକ୍ଷକଙ୍କ ଅସଦାଚରଣ: ଥାନାରେ ମାମଲା ରୁଜୁ

ଭଦ୍ରକ: ସେପ୍ଟେମ୍ବର ୧୧ ତାରିଖ ଭାରତ ସମେତ ସାରା ପୃଥିବୀ ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ ପାଳନ କରୁଥିବାବେଳେ, ଭଦ୍ରକ ଜିଲ୍ଲା ଧାମନଗର ଏନଏସି ଅନ୍ତର୍ଗତ ମହାନ୍ତି ସାହି ହିନ୍ଦୁ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ସେକ୍ ଅବଦୁଲ କାଲାମ ଛାତ୍ରୀକୁ ଅସଦାଚରଣ କରି ଜେଲ ଯାଇଛନ୍ତି । ହିନ୍ଦୁ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ସୋମବାର ପୋଷାକ ବିତରଣ କରାଯାଇଥିବାରୁ ଛାତ୍ରୀଙ୍କ ସହିତ ଏହି ୧୪ ବର୍ଷିୟା ନାବାଳିକା ସ୍କୁଲକୁ ଯାଇଥିଲେ ।

ସେହି ସମୟରେ ଅନ୍ୟ ଏକ କୋଠରୀରେ ଶିକ୍ଷକ ସେକ୍ ଅବଦୁଲ କାଲାମ ତାକୁ ଡାକିଥିଲେ । କୋଠରୀ ଭିତରେ କୁଣ୍ଢାଇ ପକାଇ ଅସଦାଚରଣ କରିଥିଲେ । ଝିଅଟି ଧକ୍କା ଦେଇ ଦୌଡ଼ି ପଳାଇ କାନ୍ଦି କାନ୍ଦି ତା’ର ମା’କୁ ଜଣାଇବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣା ସ୍ଥଳରେ ଧାମନଗର ଥାନା ଆଇଆଇସି ପ୍ରଦୀପ ମହନ୍ତ ପହଞ୍ଚି ଅଭିଯୁକ୍ତ ଶିକ୍ଷକ ଅବଦୁଲ କାଲାମକୁ ଗିରଫ କରି କେସ ନଂ ୨୮୧/୨୧ ଦଫା ୩୪୧, ୩୫୪, ୩୫୪(କ), ୮ ପୋସକୋ ଆକ୍ଟରେ ମାମଲା ରୁଜୁ କରିବା ସହ କୋର୍ଟ ଚାଲଣ କରିଥିବା ଜଣାଯାଇଛି ।

ଏଥିସହିତ ପଢ଼ନ୍ତୁ: ଲଘୁଚାପର ରୂପ ନେବ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ: କାଲିଠୁ ବଢ଼ିବ ବର୍ଷା

 

 

ଲଘୁଚାପର ରୂପ ନେବ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ: କାଲିଠୁ ବଢ଼ିବ ବର୍ଷା

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟରେ ବଢିବ ବର୍ଷା । ଘନୀଭୂତ ହେଉଛି ଘୂଣ୍ଣିବଳୟ । ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ୧୫ କିମ୍ବା ୧୬ ତାରିଖ ବେଳକୁ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏହା ଘନୀଭୂତ ହୋଇ ଅବପାତ ଏବଂ ଗଭୀର ଅବପାତରେ ପରିଣତ ହେବାର ଅଧିକ ସମ୍ଭାବନା ରହିଛି । ଏହା ପ୍ରଭାବରେ ଆସନ୍ତାକାଲିଠୁ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ପରିମାଣ ବଢିବ । ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ । ଆଜି ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ରାଜ୍ୟର ୮ ଜିଲ୍ଲାରୁ ଫେରିଯାଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।

ଏଥିସହିତ ପଢ଼ନ୍ତୁ: ଆଜି ମାଆଙ୍କ ସପ୍ତମୀ ଓ ପୀଠରେ ଅଷ୍ଟମୀ ପୂଜା: ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ଆରାଧାନା

 

ଆଜି ମାଆଙ୍କ ସପ୍ତମୀ ଓ ପୀଠରେ ଅଷ୍ଟମୀ ପୂଜା: ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ଆରାଧାନା

କଟକ: ଧରାବତରଣ କଲେ ମହାମାୟା । ଆଜି ମଣ୍ଡପରେ ମାଆଙ୍କ ସପ୍ତମୀ ଓ ପୀଠରେ ଅଷ୍ଟମୀ ପୂଜା । କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହେଉଛି । ଗତକାଲି ଷଷ୍ଠୀରେ ସନ୍ଧ୍ୟାରେ ପୂଜା ମଣ୍ଡପ ପରିସରରେ ଥିବା ବେଲ ଗଛ ମୂଳେ ବିଲ୍ୱବରଣୀ ପାଇଁ ପୂଜାର୍ଚ୍ଚନା କରାଯାଇ ମାଆଙ୍କୁ ଆବାହନ କରାଯାଇଥିଲା ।

ଆଜି ଭୋରୁ ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ନବପତ୍ରିକା ପ୍ରବେଶ ଓ ମାଆଙ୍କୁ ଚକ୍ଷୁଦାନ କରାଯାଇଛି । ଏହାସହିତ ଆରମ୍ଭ ହୋଇଛି ସପ୍ତମୀର ବିହିତ ପୂଜା । କରୋନା କଟକଣା ପାଇଁ ଏଥର ମଧ୍ୟ ଆବଦ୍ଧ ପୂଜା ମଣ୍ଡପରେ ମାଆ ପୂଜା ପାଉଛନ୍ତି । ଆସନ୍ତାକାଲି ଅଷ୍ଟମୀ ପୂଜା ସହିତ ବ୍ରତ ପୂଜା କରାଯିବାର ପରମ୍ପରା ରହିଛି । ନବମୀରୁ ସନ୍ଧିପୂଜା ସହିତ ବଙ୍ଗୀୟ ମେଢ ଗୁଡିକରେ ସିନ୍ଦୁର ଖେଳ ହେବ । ଶୁକ୍ରବାର ଦଶମୀରେ ପୂଜା ଅନୁଷ୍ଠିତ ହେବ । ତେବେ କଟକଣା ପାଇଁ ଚଳିତବର୍ଷ ରାବଣ ପୋଡି ଉତ୍ସବ ପାଳନ କରାଯିବ ନାହିଁ । ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ବ୍ୟପକ ପୋଲିସ ମୁତୟନ କରାଯାଇଛି ।

ଅପରପକ୍ଷରେ ଶ୍ରୀମନ୍ଦିରରେ ମାଆ ବିମଳାଙ୍କ ତ୍ରିଦିବସାତ୍ମକ ପୂଜା ଅବସରରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହେବ । ଏହି ତ୍ରି ଦିବସାତ୍ମକ ପୂଜାରେ ମା ବିମଳାଙ୍କ ଠାରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ । ତେବେ ଏହି ପୂଜା ଅବସରରେ ଶ୍ରୀମନ୍ଦିରରେ ଥିବା ଦେବୀ ବିମଳାଙ୍କ ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ବାରଣ ରହିଥାଏ ।

ଆରସିବି ପ୍ରଶଂସକ ନିରାଶ: ୪ ଓ୍ୱିକେଟରେ ମ୍ୟାଚ୍ ଜିତି ଦ୍ୱିତୀୟ କ୍ୱାଲିଫାୟରରେ କୋଲକାତା

ଦୁବାଇ: ଚଳିତ ଆଇପିଏଲ୍‌ ଏଲିମିନେଟରର ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌କୁ ୪ ଓ୍ୱିକେଟରେ ବିଜୟୀ ହୋଇଛି କୋଲକାତା ନାଇଟ୍ ରାଇଡର୍ସ । ଏହି ଲୋ -ସ୍କୋରିଂ ମ୍ୟାଚ୍‌ରେ ୨ଟି ବଲ୍ ବାକି ଧାଇ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିନେଇଛି କୋଲାକାତା ନାଇଟ ରାଇଡର୍ସ । ଏଥିସହିତ ଦିଲ୍ଲୀ ବିପକ୍ଷ କ୍ୱାଲିଫାୟର ମ୍ୟାଚ୍‌ ପାଇଁ ସ୍ଥାନ ପକ୍କା କରିଛି କୋଲକାତା । ଏହି କ୍ୱାଲିଫାୟର ମ୍ୟାଚ୍‌ରେ ବିଜୟୀ ଦଳ ଫାଇନାଲରେ ଚେନ୍ନାଇ ବିପକ୍ଷରେ ଖେଳିବ । କୋଲକାତା ପକ୍ଷରୁ ଶୁଭମନ୍ ଗିଲ୍ ୨୯(୧୮),ଭେଙ୍କେଟେଶ୍ ଆୟର ୨୬(୩୦) ରନ୍ କରିଥିବା ବେଳେ ଅଲରାଉଣ୍ଡ ସୁନିଲ ନାରାୟଣ ମାତ୍ର ୧୫ ବଲ୍‌ରେ ଗୁରୁତ୍ୱପୂଣ୍ଣ ୨୬ ରନ୍ କରିବା ସହ ଦଳ ପାଇଁ ବିଜୟ ରାସ୍ତା ସହଜ କରିଥିଲେ ।

ସାର୍‌ଜା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସର ଅଧିନାୟକ ବିରାଟ କୋହଲି ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। କୋଲକାତା ଟିମ୍‌ କୋହଲିଙ୍କ ଟିମ୍‌କୁ ବଡ଼ ସ୍କୋର କରିବାକୁ ସୁଯୋଗ ଦେଇ ନାହିଁ। ବାଙ୍ଗାଲୋର ୨୦ ଓଭରରେ ୭ଟି ଓ୍ଵିକେଟ ହରାଇ ୧୩୮ ରନ୍‌ ସଂଗ୍ରହ କରିଛି। ଫଳରେ କୋଲାକାତା ନାଇଟ ରାଇଡର୍ସକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୩୯ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି।

ବାଙ୍ଗାଲୋରର ପାଳି ଆରମ୍ଭ କରିଥିଲେ ଦେବଦତ୍ତ ପଡ଼ିକଲ ଓ ଅଧିନାୟକ ବିରାଟ କୋହଲି। ଦେବଦତ୍ତ ୧୮ଟି ବଲ ଖେଳି ୨ଟି ଚୌକା ସହାୟତାରେ ୨୧ ରନ୍‌ ସଂଗ୍ରହ କରିଥିଲେ। କୋହଲି ୩୩ଟି ବଲ୍‌ର ସାମ୍ନା କରି ୫ଟି ଚୌକା ସହାୟତାରେ ୩୯ ରନ୍‌ ସଂଗ୍ରହ କରିଥିଲେ। ଉଭୟ ଓପନର ଯୋଡ଼ି ପ୍ରଥମ ଓ୍ଵିକେଟରେ ୪୯ ରନ୍‌ ସଂଗ୍ରହ କରିଥିଲେ।

ତେବେ ଦେବଦତ୍ତ ଆଉଟ୍‌ ହୋଇଯିବା ପରେ ଶ୍ରୀକର ଭରତ ପଡ଼ିଆକୁ ପ୍ରବେଶ କରିଥିଲେ। ସେ ୧୬ଟି ବଲ ଖେଳି ଦଳପାଇଁ ମାତ୍ର ୯ ରନ୍‌ ଯୋଗଦାନ ଦେଇଥିଲେ। ବାଙ୍ଗାଲୋର ୨ୟ ଓ୍ଵିକେଟ୍‌ ଭାବେ ୬୯ ରନ୍‌ରେ ଶ୍ରୀକର ଭରତଙ୍କୁ ହରାଇଥିଲା। କୋଲକାତା ଟିମ୍‌ର ୩ୟ ଶିକାର ହୋଇଥିଲେ କୋହଲି। ବାଙ୍ଗାଲୋର ୮୮ ରନ୍‌ ବେଳକୁ ଦଳର ଆଗଧାଡ଼ିର ୩ ଜଣ ଖେଳାଳିଙ୍କୁ ହରାଇ ସାରିଥିଲା।

ବାଙ୍ଗାଲୋର ଟିମ୍‌ର ମଧ୍ୟକ୍ରମର ଖେଳାଳିମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଏହି କ୍ରମରେ କୌଣସି ଖେଳାଳି ୧୫ରୁ ଅଧିକ ରନ୍‌ ସଂଗ୍ରହ କରିପାରି ନଥିଲେ। ଗ୍ଲେନ୍‌ ମ୍ୟାକ୍ସେେଓ୍ଵଲ୍‌ ୧୫ ରନ୍‌, ଏବି ଡିଭିଲିୟର୍ସ ୧୧ ରନ୍‌, ଶାହାବାଜ୍‌ ଅହମଦ ୧୩ ରନ୍‌, ଡାନ୍‌ କ୍ରିଷ୍ଟିଆନ୍‌ ୯ ରନ୍‌ ଓ ହର୍ଷ ପଟେଲ ୮ ରନ୍‌ କରିଥିଲେ। କୋଲକାତା ପକ୍ଷରୁ ସୁନିଲ ନରିନ୍‌ ସର୍ବାଧିକ ୪ଟି ଓ୍ଵିକେଟ୍‌ ନେଇଥିଲେ। ଲୋକି ଫର୍ଗୁସନଙ୍କୁ ୨ଟି ଓ୍ଵିକେଟ ମିଳିଥିଲା।

ଟ୍ୱିନ୍‌ସିଟିରେ ଆଜିଠୁ ଆରମ୍ଭ ହେଲା ନାଇଟକର୍ଫ୍ୟୁ: ଛକ ଛକରେ ପୋଲିସର କଡ଼ା ଚେକଂ

ଭୁବନେଶ୍ୱର/କଟକ: ଦିନକ ପରେ ମଣ୍ଡପରେ ମା’ ଦୁର୍ଗାଙ୍କ ସପ୍ତମୀ ପୂଜା । ଲୋକଙ୍କ ଭିଡ଼ ଜମିପାରେ । ଭିଡ଼ ଜମିଲେ କରୋନା ସଂକ୍ରମଣ ବଢିବା ଆଶଙ୍କା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଟୁଇନ୍ ସିଟିରେ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ । ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କଡ଼ାକଡ଼ି ହୋଇଛି କଟକଣା । ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ପେଟ୍ରୋଲିଂ ଭ୍ୟାନ କଢାଯାଇ ସହର ସାରା ପେଟ୍ରାଲିଙ୍ଗ କରାଯାଉଛି । କେବଳ ଜରୁରୀକାଳୀନ ସେବାରେ ନିୟୋଜିତ ଲୋକ ଏବଂ ଗାଡିଗୁଡିକ ଯାତାୟତ କରିବାକୁ ଅନୁମତି ଦିଆଯାଇଛି । ଯେଉଁମାନେ ଅମାନିଆ ହେବେ ସେମାନଙ୍କୁ ପ୍ରଥମେ ସଚେତନ କରାଯିବ । ତାପରେ ବି ଅବୁଝା ହେଲେ ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଆଜିଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ପୂର୍ବଭଳି ନାଇଟ କର୍ଫ୍ୟୁ କଟକଣା କଡାକଡି ପାଳନ କରାଯିବ ବୋଲି କୁହାଯାଇଛି ।

ଆର୍ଯ୍ୟନଙ୍କ ଲାଗି ଅଡ଼ୁଆରେ ଶାହାରୁଖ୍‌ଙ୍କ ଡୁପ୍ଳିକେଟ୍: ଜାଣନ୍ତୁ କାହିଁକି?

ମୁମ୍ୱାଇ: ପୁଅ ଆର୍ଯ୍ୟନଙ୍କ ଲାଗି ତ ଅଡୁଆରେ ସୁପରଷ୍ଟାର ଶାହାରୁଖ ଖାନ । ହେଲେ ଶାହାରୁଖଙ୍କ ଲାଗି ଏବେ ଖୁବ୍ ଅସୁବିଧାରେ ତାଙ୍କର ଅବିକଳ ନକଲ କରୁଥିବା ଆର୍ଟିଷ୍ଟ ଦୁର୍ଗା ରାହିକ୍ୱାର ଓରଫ ରାଜୁ ରାହିକ୍ୱାର ଶାହ ଓ ହାଇଦର ମକବୁଲ । ରାଜୁ କହିଛନ୍ତି- ପୁଅଙ୍କ ମାମଲା ନେଇ ଶାହାରୁଖ ଅଡୁଆରେ ପଡିବା ପରେ ସେ ନିଜେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କୋଭିଡ ଯୋଗୁ ଗତ ଦେଢ ବର୍ଷ ଧରି କୌଣସି ଇଭେଣ୍ଟ ଆୟୋଜିତ ହୋଇପାରି ନଥିଲା । କରୋନା ପରେ ସ୍ୱାଭାବିକ ସ୍ଥିତି ଫେରିଆସୁଥିବାବେଳେ ଶାହାରୁଖଙ୍କ ଏହି ଅଡୁଆ ଯୋଗୁ ତାଙ୍କର ବି ଇଭେଣ୍ଟ ଆଶା ଧୂଳିସାତ ହୋଇଛି । ଗତ ୧୦ ତାରିଖରେ ଜୟପୁରରେ ଏକ ବାର୍ଥଡେ ପାର୍ଟିରେ ସେ ଯୋଗଦେବାର ଥିଲା । ମାତ୍ର ଏହି ଉତ୍ସବକୁ ବାତିଲ କରିଦିଆଯାଇଥିଲା ।

ଆୟୋଜକମାନେ କହିଥିଲେ- ଶାହାରୁଖଙ୍କ ବର୍ତ୍ତମାନର ଭାବମୂର୍ତ୍ତି ଏବେ ମଳିନ ଏବଂ ଜନମାନସରେ ତାଙ୍କର କ୍ରେଜ ନାହିଁ । ପ୍ରାୟ ଦୁଇ ଦଶନ୍ଧି ଧରି କିଙ୍ଗ ଖାନଙ୍କୁ ନେଇ ନିଜର ଉପାର୍ଜନର ମାର୍ଗ ବାଛିଥିବା ରାଜୁ ଏବେ ଉପାୟହୀନ । ସେ ଗଭୀର ଦୁର୍ଦ୍ଦିନରେ କାଳ କାଟୁଛନ୍ତି । ସେ ଶାହାରୁଖଙ୍କୁ ଗଡଫାଦର ବୋଲି ମାନିଥିଲେ । ମାତ୍ର ଏବେ ସବୁକିଛି ବଦଳିଯାଇଛି । ଆର୍ଯ୍ୟନ ଖାନ ପ୍ରସଙ୍ଗରେ ସେ କହିଛନ୍ତି – ଆର୍ଯ୍ୟନ ନିର୍ଦ୍ଦୋଷ । ଏହି ସୁପରଷ୍ଟାର ପରିବାରକୁ ଟାର୍ଗେଟ କରାଯାଇଛି ବୋଲି ସେ କହିଛନ୍ତି । ରାଜୁଙ୍କ ପରି ଶାହାରୁଖଙ୍କ ନକଲ କରୁଥିବା ହାଇଦର ମକବୁଲ ବି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କିଛି କାର୍ଯ୍ୟକ୍ରମରେ ସେ ଯୋଗ ଦେବା ଲାଗି ନିର୍ଦ୍ଧାରିତ ହୋଇଥିଲା । ମାତ୍ର ସେ ସବୁ ଏବେ ବାତିଲ ହୋଇଯାଇଛି ।

ଏଥିସହିତ ପଢ଼ନ୍ତୁ: ଘୁଞ୍ଚିଲା ଆର୍ଯ୍ୟନ ଖାନଙ୍କ ଜାମିନ, ୧୩ ରେ ଅପରାହ୍ନରେ ସାନି ଶୁଣାଣି

 

ଓଲିଉଡ୍ କଳାକାରଙ୍କ କେଳେଙ୍କାରୀ: ପ୍ରଥମ ସ୍ତ୍ରୀ ଥାଇ କଲେ ଦ୍ୱିତୀୟ ବିବାହ

0

ଭୁବନେଶ୍ୱର: ଓଲିଉଡ଼ କଳାକାରଙ୍କ କଳା କାରନାମା । ପ୍ରଥମ ସ୍ତ୍ରୀ ଥାଉ ଥାଇ ଦ୍ୱିତୀୟ ବିବାହ କଲେ ଓଲିଉଡ଼ର ସହ ଅଭିନେତା ହରିଶ ଖଣ୍ଡଲୱାଲ । ଏନେଇ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ପ୍ରଥମ ପତ୍ନୀ ଶୁଭଶ୍ରୀ ଖଣ୍ଡଲୱାଲ । ୧୫ ବର୍ଷ ତଳେ ବାହାଘର ହୋଇ ଦୁଇ ପୁଅ ଥିବା ବେଳେ, ଓଲିଉଡ଼ରେ କାମ କରୁଥିବା ଜଣେ ସହ ଅଭିନେତ୍ରୀ ଜୋତିମୟୀ ମହାନ୍ତିଙ୍କୁ କୋର୍ଟ ମ୍ୟାରେଜ କରିଥିବା ସେ ଅଭିଯୋଗ ଆଣିଛନ୍ତି । ପ୍ରମାଣ ସହ ମାସେ ତଳେ ମହିଳା ଥାନାରେ ମଧ୍ୟ ଅଭିଯୋଗ କରିଥିଲେ ଶୁଭଶ୍ରୀ । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯବିାରୁ ଆଜି ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଇଛନ୍ତି ଶୁଭଶ୍ରୀ ।

ଧାନ ସଂଗ୍ରହ ନୀତିକୁ କ୍ୟାବିନେଟ୍ ମଞ୍ଜୁରୀ: ଖରିଫ୍‌ରେ ୬୩ଲକ୍ଷ ଓ ରବି ଋତୁରେ ୧୪ଲକ୍ଷ ମେଟ୍ରିକ ଟନ୍ ସଂଗ୍ରହ ଲକ୍ଷ୍ୟ

ଭୁବନେଶ୍ୱର: ୨୦୨୧-୨୨ ଧାନ ସଂଗ୍ରହ ନୀତିକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ । ୨୦୨୧-୨୨ ଖରିଫ ଋତୁରେ 6୩ ଲକ୍ଷ ମେଟ୍ରିକ ଟନ୍‌ ଧାନ ଓ ରବି ଋତୁରେ ୧୪ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । ଏହାଠାରୁ ଅଧିକ ଧାନ ଆସିଲେ ମଧ୍ୟ ପଞ୍ଜୀକୃତ ଚାଷୀଙ୍କଠାରୁ ରାଜ୍ୟ ସରକାର ଧାନ କିଣିବେ । ଏଥର ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହେବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ପାଣି ପଞ୍ଚାୟତ । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅଧିକ ସଂଖ୍ୟାରେ ଧାନ ସଂଗ୍ରହରେ ନିୟୋଜିତ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଆବଶ୍ୟକ ହେଲେ ଯୋଗାଣ ବିଭାଗ ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି କରିପାରିବ ।

୨୦୨୧ ନଭେମ୍ବରରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ଖରିଫ ଧାନ ସଂଗ୍ରହ କରାଯିବ । ସେହିଭଳି ୨୦୨୨ ମେ’ରୁ ଜୁନ ମଧ୍ୟରେ ରବିଧାନ ସଂଗ୍ରହ କରାଯିବ । ଧାନ ବିକ୍ରି ପାଇଁ ଆଧାରକାର୍ଡ ଏକମାତ୍ର ପରିଚୟ ପତ୍ର ହେବ । ଧାନ ବିକ୍ରି ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଦିଆଯିବ । କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଏମଏସପି ଦରରେ ଚାଷୀଙ୍କଠାରୁ ଧାନ କିଣାଯିବ । ସେହିଭଳି ବ୍ୟବସ୍ଥାରେ ସୁଧାର ଆଣିବାକୁ ସାଧାରଣ ବଣ୍ଟନ ନିୟନ୍ତ୍ରଣ ଆଦେଶରେ ସଂଶୋଧନ କରାଯାଇଛି । ଓଡ଼ିଶା ଅବକାରୀ ସେବା ସର୍ତ୍ତାବଳୀ ମଧ୍ୟ ସଂଶୋଧନ କରାଯାଇଛି । ଏଥିସହିତ ଜାତୀୟ ପେନସନ ସିଷ୍ଟମରେ ସାମିଲ ରାଜ୍ୟ କର୍ମଚାରୀଙ୍କ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ମାସିକ ଅବଦାନକୁ ୧୦ ପ୍ରତିଶତରୁ ୧୪ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ୨ ଲକ୍ଷରୁ ଅଧିକ ରାଜ୍ୟ ସରକାରଙ୍କ କର୍ମଚାରୀ ଉପକୃତ ହେବେ ।

‘ଭୋଜି କରିବାକୁ ଡାକି ନେଇ ମୋ ପୁଅକୁ ହତ୍ୟା କରିଛନ୍ତି’

ଭୁବନେଶ୍ୱର: ସସପେନ୍ସରେ ମନୀଷ ଅନୁରାଗ ଡେଥ୍ ମିଷ୍ଟ୍ରି । ଦିନକ ପରେ ବି ମୃତ୍ୟ କାରଣ ଅସ୍ପଷ୍ଟ ଥିବାବେଳେ, ଘଟଣା ଉପରୁ ପରଦା ହଟାଇ ପାରିନି ପୋଲିସ । ହୋଟେଲ ସାଉଥସିଟି ଥିଲା ମନୀଷଙ୍କ ଶେଷ ଲୋକେସନ । ପୋଲିସର ସ୍ପେଶାଲ ଟିମ ହୋଟେଲରେ ଯାଞ୍ଚ କରିବା ପ୍ରମାଣ ପାଇଁ ବାରକୁ ସିଲ କରିଛି । ସେପଟେ ପୁଅକୁ ହତ୍ୟା କରାଯାଇଥିବା ନେଇ ଭିଡିଓ ଜରିଆରେ ଅଭିଯୋଗ କରିଛନ୍ତି ବରିଷ୍ଠ ସାମ୍ବାଦିକ ନବୀନ ଦାଶ ।

ମନୀଷ, ମୃତ୍ୟୁ ଓ ସସପେନ୍ସ । କେମିତି ହେଲା ମୃତ୍ୟୁ, ଖିଅ ଖୋଜୁଛି ପୋଲିସ । ଦିନକ ପରେ ବି ମୃତ୍ୟୁର କାରଣ ଅସ୍ପଷ୍ଟ । ଭିସେରା ଓ ଡାଏଟମ ଟେଷ୍ଟ ପାଇଁ ନମୁନା ପଠାଇଲା ପୋଲିସ । ମନୀଷଙ୍କ ଲାଷ୍ଟ ଲୋକେସନ ଥିଲା ହୋଟେଲ ସାଉଥସିଟି । ବାପା ନବୀନ ଦାଶ ଆଣିଲେ ହତ୍ୟା ଅଭିଯୋଗ । ହୋଟେଲ ସାଉଥ ସିଟି ଚଢାଉ କରିଛି ସେଶ୍ପାଲ ଟିମ । ବୈଷୟିକ ତଥ୍ୟ ଓ ପ୍ରମାଣ ଜାଣିବା ପାଇଁ ସିସିଟିଭି ଫୁଟେଜ ଯାଞ୍ଚ କରିବା ସିହ ହାର୍ଡ ଡିସ୍କ ଜବତ କରାଯାଇଛି । ତଦନ୍ତ ଓ ପ୍ରମାଣ ଲାଗି ବାରକୁ ସିଲ କରିଛି ପୋଲିସ । ଏପରିକି କିଛି ବାର କର୍ମଚାରୀଙ୍କୁ ପୋଲିସ ଅଟକ ରଖିଛି । ଏପରିକି କୋଭିଡ ଗାଇଡଲାଇନ ଉଲଘଂନ କରି ବାର ଚଲାଇଥିବାରୁ ଅବକାରୀ ଓ ବିଏମସିକୁ ଅବଗତ କରିଛି ପୋଲିସ । ପୋଖରୀ ପାଣିରେ ମନୀଷଙ୍କ ମୃତ୍ୟୁ ହୋଇଛି ନା ଅନ୍ୟ ସ୍ଥାନରେ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଛି, ତାହା ଜାଣିବା ପାଇଁ ଡାଏଟମ ଟେଷ୍ଟ କରିବ ପୋଲିସ । ଏଥିପାଇଁ ପୋଖରୀର ପାଣିର ସାମ୍ପୁଲ ସଂଗ୍ରହ କରିଛି । ସେହିଭଳି ମୃତ୍ୟୁ ପୂର୍ବରୁ କଣ ଖାଇଥିଲେ ଜାଣିବା ପାଇଁ ଭିସେରା ଟେଷ୍ଟ କରିବା ପାଇଁ ନମୁନା ପଠାଇଛି ପୋଲିସ । ନବୀନ ଦାଶଙ୍କ ତଥ୍ୟ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି ।

ପୁଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ବରିଷ୍ଠ ସମ୍ବାଦିକ ନବୀନ ଦାସ । ଭୋଜି କରିବାକୁ ଡାକି ନେଇ ସାଙ୍ଗମାନେ ତାକୁ ମାରି ଦେଇଛନ୍ତି । ଗତକାଲି ପୁଅର ମୃତଦେହ ଉଦ୍ଧାର ପରେ ଭିଡିଓ ରିଲିଜ୍ କରି କୋହ ଭରା କଣ୍ଠରେ କହିଛନ୍ତି ନବୀନ ଦାସ । ରବିବାର ଭୋର ୪ଟା ୧୩ ରେ ତାର ଶେଷ ଫୋନ୍ ପାଇଥିଲି । ତାକୁ କିଏ ମାରଧର କରୁଥିବା ସେ କହୁଥିଲା । ଏହାପରେ ପୋଖରୀ ଭିତରୁ ମୃତ୍ୟୁ ଦେହ ମିଳିଥିଲା । ଆଉ ମାସକ ପରେ ମୋ ପୁଅର ବାହାଘର ହୋଇଥାନ୍ତା । ପୁଲିସ୍‌ କମିଶନରସୌମେନ୍ଦ୍ର ପ୍ରିୟଦର୍ଶୀ ଫୋନ୍‌ କରି ଅପରାଧୀଙ୍କୁ ଧରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

https://www.youtube.com/watch?v=_ipjddjfvb0

ସେପଟେ ଦିନକ ପରେ ମନୀଷଙ୍କ ଦୁଇ ସାଙ୍ଗଙ୍କ ପତ୍ତାପାଇନି ପୋଲିସ । ସେ ଦୁଇ ଜଣ ସାଙ୍ଗ କିଏ ? ମନୀଷଙ୍କକୁ ହତ୍ୟା କରାଯାଇଛି ନା ଆକସ୍ମିକ ମୃତ୍ୟୁ ହୋଇଛି ? ହୋଟେଲ ସାଉଥ ସିଟିରେ ଲୁଚିଛି କି ମନୀଷ ମୃତ୍ୟର ରହସ୍ୟ ? ମନୀଷଙ୍କୁ ହୋଟେଲରେ ଛାଡି କାହିଁକି ଚମ୍ପଟ ମାରିଲେ ଦୁଇ ସାଙ୍ଗ ? ସଂପୃକ୍ତ ହୋଟେଲକୁ ନିୟମିତ ଯାଉଥିଲେ କି ମନୀଷ ? ହୋଟେଲ ଭିତରେ ୩ ଜଣଙ୍କ ମଧ୍ୟରେ କଣ ଘଟିଥିଲା? ହୋଟେଲରୁ ମହାନ୍ତି ନାମକ ଜଣେ ଯୁବକ ମନୀଷଙ୍କୁ ଏନଏଚ ନିଟକରେ ଛିଡା ହୋଇଥିବା ୨ ଜଣ ଯୁବକ ପାଖରେ ବାଇକରେ ଛାଡିଥିଲେ? ସେ ୨ଜଣ ଲୋକ କିଏ ? ବିଶେଷ ସୂତ୍ରୁ ମିଳିଥିବା ସୂଚନା ଅଧାରରେ ପୋଖରୀରେ ବୁଡି ତାଙ୍କର ମୃତ୍ୟୁ ହୋଇନି ? ତା ହେଲ ପୋଖରୀକୁ କୂଳକୁ ମନୀଷ ଗଲେ କେମିତି ? ତାଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଛି କି ? ପୋଷ୍ଟ ମୋର୍ଟମ ରିପୋର୍ଟ ଓ ଡାଏଟମ ଟେଷ୍ଟ ଖୋଲିବ କି ମୃତ୍ୟୁର ରହସ୍ୟ ?

ଏଥିସହିତ ପଢ଼ନ୍ତୁ: ଏଟିଏମ୍‌ ଗାଡ଼ିରୁ ଲୁଟ୍‌ ଉଦ୍ୟମ: ଚମ୍ପଟ ମାରିବା ବେଳେ ମାଡ଼ି ବସିଲା ପୋଲିସ

ଖଟିକୁ ନେଇ ତୁମୁଳକାଣ୍ଡ: କଳିଙ୍ଗ ଷ୍ଟାଡିୟମ୍‌ ଛକରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଖଟିକୁ କେନ୍ଦ୍ର କରି ତୁମୁଳକାଣ୍ଡ । କଳିଙ୍ଗ ଷ୍ଟାଡିୟମ ଛକରେ ଯୁବକଙ୍କୁ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ । ଗୁରୁତର ଯୁବକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ।  ଗୋଟିଏ ପଟେ ପୋଲିସ ନାଇଟ ପେଟ୍ରୋଲିଂ ପାଇଁ ପଇଁତରା ମାରୁଥିବା ବେଳେ ଅନ୍ୟପଟେ ରାଜଧାନୀର ଏଭଳି ଦୃଶ୍ୟ ସଭିଙ୍କୁ ଆଚମ୍ବିତ କରିଛି । ଗୋଟିଏ ଗୋଷ୍ଠୀର କିଛି ପିଲା ଷ୍ଟାଡିୟମ ନିକଟରେ ବସି ଚା’ ପିଉଥିବା ବେଳେ ଆଉ ଏକ ଗୋଷ୍ଠୀର ପିଲା ତାଙ୍କୁ ଆସି ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପୂର୍ବ ଗଣେଶ ପୂଜା ଦିନ ମଧ୍ୟ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । କଥା କଟା କଟି ହୋଇଥିଲା । ଆଉ ଏହି ଘଟଣାକୁ ନେଇ ପୁଞ୍ଜିଭୂତ ଅସନ୍ତୋଷ ଆଜି ବିସ୍ଫୋରକ ରୂପ ନେଇଛି । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣଙ୍କ ନୟାପଲ୍ଲୀ ବେହେରା ସାହିର ବୁବୁନ ସାମନ୍ତରାୟ ।