spot_img
Home Blog Page 5098

ଖରାପ ରନ୍ ରେଟ୍ ପାଇଁ ପ୍ଲେ ଅଫରୁ ବାଦ୍ ପଡ଼ିଲା ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି: ଆଶାରେ ରହିଗଲା ହ୍ୟାଟ୍ରିକ୍ ସ୍ୱପ୍ନ । ପ୍ଲେ ଅଫ୍ରୁ ବାଦ୍ ପଡ଼ିଲା ମୁମ୍ବାଇ ଇଣ୍ଡିଆନ୍ସ । ଆବୁଧାବିରେ ଆଇପିଏଲର ଖେଳା ଯାଇଥିବା ୫୫ ନମ୍ବର ମ୍ୟାଚରେ ବିଜୟ ସତ୍ତ୍ୱେ ନରାଶ ହୋଇଛି ମୁମ୍ବାଇ । ଚଳିତ ଆଇପିଏଲ୍ ସିଜିନରେ ଖରାପ ସ୍କୋର ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ପ୍ଲେ ଅଫରୁ ବାହାର ହେବା ସହ ମୁମ୍ବାଇ ହ୍ରାଟ୍ରିକ୍ ଆଇପିଏଲ୍ ଚାମ୍ପିଆନ୍ ହେବା ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି ।

IPL 2021 Mumbai Indian Out Of Play Off

ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରୋହିତଙ୍କ ଟିମ୍ ଚମତ୍କାର କରିପାରି ନାହିଁ । ଚଳିତ ଆଇପିଏଲ୍ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ୭ଟି ମ୍ୟାଚ୍ ହାରିଥିବା ବେଳେ ପ୍ଲେ ଅଫରେ ସାମିଲ୍ ହୋଇ ପାରିନାହିଁ । ୨୦୧୮ ପରେ ପ୍ରଥମଥର ପାଇଁ ମୁମ୍ବାଇ ପ୍ଲେ ଅଫରେ ସ୍ଥାନିତ ହୋଇ ନାହିଁ ।

IPL 2021 Mumbai Indian Out Of Play Off

ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ଆରମ୍ଭରୁ ପ୍ଲେ ଅଫ୍ ରେସରେ ରହିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମରୁ ଦଳର ବଡ଼ ସ୍କୋର ଫ୍ୟାନଙ୍କୁ ମଧ୍ୟ ଉତ୍ସାହିତ କରିଥିଲା । ମୁମ୍ବାଇ ୧୭୧ କିମ୍ବା ତା’ ଠାରୁ ଅଧିକ ରନରେ ହାଇଦ୍ରାବାଦକୁ ହରାଇବା ଆବଶ୍ୟକତା ଥିଲା । ପ୍ରଥମେ ମୁମ୍ବାଇ ବ୍ୟାଟିଂ କରି ୨୩୫ ରନର ବଡ଼ ସ୍କୋର ତ କଲା କିନ୍ତୁ ବିଜୟ ମଧ୍ୟରେ ବଡ଼ ରନ୍ ବ୍ୟବଧ୍ୟାନ ରଖି ପାରିଲା ନାହିଁ ।

ଡକାୟତି ପାଇଁ ୪ ଜଣଙ୍କୁ ହତ୍ୟା ଘଟଣା, ୪ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ

ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ ଚାନ୍ଦପୁର ଶାସ୍ତ୍ରୀନଗର ଡକାୟତି ପାଇଁ ୪ ଜଣଙ୍କୁ ହତ୍ୟା ଘଟଣାର ରାୟ ଆସିଛି । ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଦୋଷୀଙ୍କ ବିରୋଧରେ ଦଫା ନମ୍ବର ୩୯୫, ୩୯୬ ଓ ୩୦୨ ଲାଗିଛି । ନୟାଗଡ଼ ଜିଲ୍ଲା ଦୌରାଜଜ୍ କୋର୍ଟ ବିଚାର କରି ଏହି ରାୟ ଶୁଣାଇଛନ୍ତି ।

ଏଥିସହ ପଢ଼ନ୍ତୁ: ତିନିମାସର ପୁଅକୁ ସାଢ଼େ ୬ ହଜାର ଟଙ୍କାରେ ଅନ୍ୟ ହାତକୁ ଟେକିଦେଲା ମାଆ

ଗଞ୍ଜାମର ଜିଲ୍ଲା କୋଦଳାର ଏ.ରମେଶ, ଜେ. ଜୟ କୃଷ୍ଣ, ଜେ. ସନ୍ତୋଷ, ଏମ୍. କ୍ରିଷ୍ନାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ପ୍ରଦୀପ୍ତ ବେହେରା ଓ ଦୀନବନ୍ଧୁ ସାହୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୪୫ ହଜାର ଲେଖାଏଁ ଜରିମାନା କରିଛନ୍ତି କୋର୍ଟ ।

୨୦୧୪ ମସିହା ସେପ୍ଟେମ୍ବର ୬ ତାରଖରେ ଚାନ୍ଦପୁର ଥାନା ଶାସ୍ତ୍ରୀନଗରରେ ଡକାୟତି କରିବାକୁ ଆସି ୨ ଛୁଆଙ୍କ ସହ ୪ ଜଣଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ । କାଶୀନାଥ ପାତ୍ରଙ୍କ ସହ ତାଙ୍କ ନାତିନାତୁଣୀ ଓ ବୋହୂଙ୍କ ଗଳା କାଟିହତ୍ୟା କରିଥିଲେ ଅଭିଯୁକ୍ତ । ଏହି ଘଟଣାରେ ଅଭିଯୁକ୍ତ ମାନଙ୍କୁ ୨୦୧୬ ମସିହାରେ କ୍ରାଇମବ୍ରାଞ୍ଚ ଓ ପୋଲିସ ଗିରଫ କରିଥିଲା ।

ବଜେଟ୍ ପ୍ରସ୍ତୁତି ଓ ପରିଚାଳନା ଶିଖିବାକୁ ଓଡ଼ିଶା ଆସିଛନ୍ତି ତାମିଲନାଡୁ ଅଧିକାରୀ

ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନା ପରେ ଅନ୍ୟରାଜ୍ୟକୁ ଓଡ଼ିଶା ପଢାଉଛି ଆର୍ଥିକ ସଂସ୍କାର ପାଠ । ରାଜ୍ୟର ଆର୍ଥିକ ସଂସ୍କାରକୁ ରିଜର୍ଭ ବ୍ୟାଙ୍କ ପ୍ରଶଂସା କରି ଅନ୍ୟ ରାଜ୍ୟମାନେ ଅନୁକରଣ କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ବଜେଟ୍ ପ୍ରସ୍ତୁତି ଓ ପରିଚାଳନା ଶିଖିବାକୁ ଓଡ଼ିଶା ଆସିଛନ୍ତି ତାମିଲନାଡୁ ଅଧିକାରୀ । ସ୍ୱଚ୍ଛତାର ସହିତ ଲୋକଙ୍କ ପାଇଁ ସମସ୍ତ ତଥ୍ୟ ପ୍ରଦାନ, ଓଡ଼ିଶା ସରକାରଙ୍କ ସଫଳତାର ମାପଦଣ୍ଡ ବୋଲି ସେମାନେ କହିବା ସହ ଓଡ଼ିଶାରୁ ବଜେଟ ମେକାନିଜମ୍‌ ଶିଖୁଛନ୍ତି ।

Tamilnadu Officer Learning How To Manage Budget From Odisha (1)

ସାଧାରଣ ଲୋକ ବୁଝିବା ଭଳି ପ୍ରସ୍ତୁତ ହେଉଛି ରାଜ୍ୟ ବଜେଟ୍ । ପ୍ରସ୍ତୁତି ପୂର୍ବରୁ ଅର୍ଥନୀତିଜ୍ଞ, ବ୍ୟବସାୟୀ, ନାଗରିକ ସମାଜଙ୍କ ପରାମର୍ଶ ନିଆଯାଏ । କେଉଁ କ୍ଷେତ୍ରରେ ରାଜ୍ୟ ଦୁର୍ବଳ, କେଉଁଠି ସଶକ୍ତ, ଏସବୁ ତଥ୍ୟ ସମସ୍ତଙ୍କ ପାଇଁ ଦିଆଯାଏ । ରିଜର୍ଭ ବ୍ୟାଙ୍କ, ବିଶ୍ୱ ବ୍ୟାଙ୍କ, କେନ୍ଦ୍ର ସରକାର, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଭଳି ସଂସ୍ଥାର ଗାଇଡ‌ଲାଇରେ ପ୍ରସ୍ତୁତ ହୁଏ ବଜେଟ୍ । କରୋନା ବେଳେ ବି ରାଜସ୍ୱ ସହ ବଜେଟ ଆକାର ବଢ଼ିଛି । ଜାତୀୟ ହାରଠାରୁ ଓଡ଼ିଶାର ଆର୍ଥିକ ବିକାଶ ବି ଅଧିକ । ଏଥିପାଇଁ ଓଡ଼ିଶାର ବଜେଟ୍‌ ପରିଚାଳନାକୁ ସବୁଆଡୁ ପ୍ରଶଂସା ମିଳୁଛି । ଏହି କୌଶଳ ଜାଣିବା ପାଇଁ ତାମିଲନାଡୁର ଦୁଇ ଅଧିକାରୀ ୩ଦିନ ପାଇଁ ଓଡ଼ିଶା ଆସିଛନ୍ତି ।

Tamilnadu Officer Learning How To Manage Budget From Odisha (1)

ଅର୍ଥ ବିଭାଗର ବରିଷ୍ଠ ଅଧିକାରୀଙ୍କଠାରୁ ବଜେଟ ମେକାନିଜମ ଶିଖୁଛନ୍ତି ତାମିଲନାଡୁ ଅଧିକାରୀ । ଓଡ଼ିଶାର ଫର୍ମୁଲା ତାମିଲନାଡୁରେ ଲାଗୁ କରାଯିବ । ସୀମିତ ଆୟର ସଠିକ୍ ପରିଚାଳନା, ଠିକ୍ ସମୟରେ ଖର୍ଚ୍ଚ କରିବା ଗୁରୁତ୍ୱ, ପ୍ରାଥମିକତା ଭିତ୍ତିରେ କାର୍ଯ୍ୟକ୍ରମ ହାତକୁ ନେବା, ନୂଆ ଆୟ ଉତ୍ସ ଖୋଜିବା, ଟେକ୍ନୋଲୋଜି ଜରିଆରେ ଆର୍ଥିକ ପରିଚାଳନା, ସ୍ୱଚ୍ଛତା ଏବଂ ଟିମ୍ ୱାର୍କକୁ ଗୁରୁତ୍ୱ ଦେବାରୁ ଓଡ଼ିଶା ବଜେଟ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ବୋଲି ରାଜ୍ୟ ଅର୍ଥ ବ୍ୟବସ୍ଥାକୁ ମନିଟର କରୁଥିବା ସିଇଏଫ୍‌ଟିର ମୁଖ୍ୟ କହିଛନ୍ତି ।

Tamilnadu Officer Learning How To Manage Budget From Odisha (1)

ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ନମ୍ବର ୱାନ ହୋଇଥିବାରୁ କିଛିଦିନ ତଳେ ଅନ୍ୟ ରାଜ୍ୟର ଅଧିକାରୀମାନେ ଏହି କୌଶଳ ଶିଖିବାକୁ ଓଡ଼ିଶା ଆସିଥିଲେ । ଏବେ ଓଡ଼ିଶା ସରକାରଙ୍କ ସଫଳ ବଜେଟ ପରିଚାଳନା ବି ଅନ୍ୟ ରାଜ୍ୟମାନଙ୍କ ପାଇଁ ଶିକ୍ଷଣୀୟ ହୋଇଛି । ୨୦୨୨-୨୩ ବର୍ଷର ବଜେଟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏହା ତାମିଲନାଡୁ ଭଳି ରାଜ୍ୟ ପାଇଁ ଉପାଦେୟ ହେବ ।

ତିନିମାସର ପୁଅକୁ ସାଢ଼େ ୬ ହଜାର ଟଙ୍କାରେ ଅନ୍ୟ ହାତକୁ ଟେକିଦେଲା ମାଆ

ଭୁବନେଶ୍ୱର: ମମତା ହେଲା ନିର୍ଦ୍ଦୟ । ନିଷ୍ଠୁର ହେଲା ମାଆର ହୃଦୟ । ଜନ୍ମ କଲା ଛୁଆକୁ କେଇଟା ଟଙ୍କା ପାଇଁ ବିକି ଦେଲା ମାଆ । ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । କିଛି ଟଙ୍କା ପାଇଁ ନିଜ ୩ ମାସର ପୁଅକୁ ବିକି ଦେଇଛି ମାଆ । ପୁଅ ବଦଳରେ ମାଆକୁ ମିଳିଛି ମାତ୍ର ୬ ହଜାର ୫ ଶହ ଟଙ୍କା ।

https://nandighoshatv.commother-sold-three-months-old-boy-child-for-6500-in-bhubaneswar/

ଖବର ପାଇ ଚାଇଲ୍ଡ ଲାଇନ୍ ଟିମ୍ ଛୁଆକୁ ଉଦ୍ଧାର କରିବା ସହ ମାଆକୁ ହେପାଜତକୁ ନେଇଛି ପୋଲିସ । ଛୁଆ ବିକ୍ରି ପାଇଁ ହୋଇଥିବା ଏଗ୍ରିମେଣ୍ଟକୁ ଜବତ କରିଛି ନୟାପଲ୍ଲୀ ଥାନା ପୋଲିସ । ତେବେ ଛୁଆ କିଣୁଥିବା ଦମ୍ପତି ଘଟଣାସ୍ଥଳରୁ ଫେରାର୍ ହେବାରେ ସକ୍ଷମ ହୋଇଛନ୍ତି । ପୋଲିସ ମାଆକୁ ପଚରାଉଚରା କରୁଥିବା ବେଳେ ପିଲା କିଣିବାକୁ ଆସିଥିବା ଦମ୍ପତିଙ୍କୁ ଖୋଜୁଛି ।

ସୁନାମୀ ନିରୋଧୀ ହେବ ରାଜ୍ୟର ୩୨୬ଟି ଉପକୂଳିଆ ଗାଁ

ଭୁବନେଶ୍ୱର: ସୁନାମୀ ନିରୋଧୀ ହେବ ଓଡ଼ିଶା । ଆଜି ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ରାଜ୍ୟର ୩୨୬ଟି ଉପକୂଳିଆ ଗାଁକୁ ସୁନାମୀ ନିରୋଧୀ କରାଯିବ । ଏହିସବୁ ଗାଁରେ ସୁନାମୀ ମୁକାବିଲା କାର୍ଯ୍ୟକ୍ରମ ପାଇଁ ୭କୋଟି ୧୭ ଲକ୍ଷ ଟଙ୍କା ମଞ୍ଜୁର କରିଛି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟନିର୍ବାହୀ କିମିଟି ।

ଏଥିସହ ପଢ଼ନ୍ତୁ: ଶବ ବ୍ୟବଛେଦ ରିପୋର୍ଟ ଦେବାକୁ ଲାଞ୍ଚ ନେଇ ଡାକ୍ତର ଗିରଫ

ପୂର୍ବରୁ ଜଗତସିଂହପୁରର ନୋଳିଆସାହି ଓ ଗଞ୍ଜାମର ଭେଙ୍କଟରାଏପୁର ସୁନାମୀ ନିରୋଧୀ ଗାଁ ଭାବେ ୟୁନେସ୍କୋ ଦ୍ୱାରା ସମ୍ମାନିତ ହୋଇଛନ୍ତି । ଏଥିସହିତ ସହରାଞ୍ଚଳ ବନ୍ୟା ନିୟନ୍ତ୍ରଣକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସହରାଞ୍ଚଳରେ ସୃଷ୍ଟି ହେଉଥିବା ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସ୍ୱତନ୍ତ୍ର ଓଡ୍ରାଫ ଟିମ୍ ଗଠନ କରିବାକୁ ନିଷ୍ପତ୍ତି ହୋଇଛି । ସେହିଭଳି ଉପକୂଳ ଅଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ପଞ୍ଚାୟତ ସମିତି ସଦସ୍ୟଙ୍କୁ ମଧ୍ୟ ତାଲିମ୍ ଦିଆଯିବ ।

ଶବ ବ୍ୟବଛେଦ ରିପୋର୍ଟ ଦେବାକୁ ଲାଞ୍ଚ ନେଇ ଡାକ୍ତର ଗିରଫ

ବାରିପଦା: ବନ୍ଧା ହେଲେ ଡାକ୍ତର । ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଡାକ୍ତର ଦେବୀଦତ୍ତ ପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ଡାକ୍ତର ଦେବୀଦତ୍ତଙ୍କ ଠାରୁ ଭିଜିଲାନ୍ସ ଲାଞ୍ଚ ନେଇଥିବା ୨୦ ହଜାର ଟଙ୍କା ମଧ୍ୟ ଜବତ କରିଛି । ଏନେଇ ବାଲେଶ୍ୱର ଭିଜିଲାନ୍ସରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି ।

ଏଥିସହ ପଢ଼ନ୍ତୁ: ୨୦ ତାରିଖ ଯାଏଁ ସ୍କୁଲ୍ ଗୁଡ଼ିକର ପୂଜା ଛୁଟି

ଅଭିଯୋଗ ପ୍ରକାରେ, ବାଙ୍ଗିରିପୋଷି ଥାନା ସାତଭାୟାର ରଘୁନାଥ ମାରାଣ୍ଡିଙ୍କ ମୃତ୍ୟୁ ଗତ ମାସ ୨୪ ତାରିଖରେ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିଲା । ମୃତଦେହର ପୋଷ୍ଟମର୍ଟମ କରିବାକୁ ଡାକ୍ତର ଦେବୀଦତ୍ତ ୪୦ ହଜାର ଟଙ୍କା ମାଗିଥିଲେ । ଡାକ୍ତର କହିଥିଲେ ସରକାର ତୁମକୁ ୪ ଲକ୍ଷ ଦେବେ । ମୋତେ ୪୦ ହଜାର ନଦେଲେ ଭାଇ ବିଷ ଖାଇ ମୃତ୍ୟୁବରଣ କରିଛି ବୋଲି ଲେଖି ଦେବି ।

ଅଭାବୀ ପରିବାର ଡାକ୍ତରାଖାନାରୁ ଫେରି ଧାର ଉଦ୍ଧାର କରି ୨୦ ହଜାର ଟଙ୍କା ଯୋଗାଡ଼ କରିବା ସହ ଭିଜିଲାନ୍ସକୁ ଜଣାଇଥିଲେ । ପୂର୍ବ ଯୋଜନା ମୁତାବକ ଡାକ୍ତର ଦେବୀଦତ୍ତ ଟଙ୍କା ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି ।

ତାଳଚେର ମେଡିକାଲ କଲେଜ ଏବଂ ହସ୍ପିଟାଲ ଶୀଘ୍ର କାର୍ଯ୍ୟକ୍ଷମ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର: ତାଳଚେର ମେଡିକାଲ କଲେଜ ଏବଂ ହସ୍ପିଟାଲ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଚିଠି ଲେଖିଛନ୍ତି । ସାରା ଦେଶକୁ ଶକ୍ତି ସୁରକ୍ଷା ଯୋଗାଉଥିବା ତାଳଚେର ସହର କୋଇଲାର ହବ୍ ଭାବେ ଜଣାଶୁଣା । ୨୦୧୪ ମସିହାରେ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହାନଦୀ କୋଲ୍ ଫିଲ୍ଡ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଏବଂ ୧୦୦ ସିଟ୍ ବିଶିଷ୍ଟ ମେଡିକାଲ କଲେଜ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । ଏଥିପାଇଁ ରାଜ୍ୟ ସରକାର ମାଗଣାରେ ୨୦ ଏକର ଜମି ଯୋଗାଇଛନ୍ତି ।

ଏଥିସହ ପଢ଼ନ୍ତୁ: ତାଳଚେରରେ ମେଡିକାଲ କଲେଜ ଶୀଘ୍ର କାର୍ଯ୍ୟକ୍ଷମ କରାଇବାକୁ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧ

୨୦୧୬-୧୭ରେ ପାଠ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ କ୍ୟାମ୍ପସର ନିର୍ମାଣ କାମ ୨୦୧୯-୨୦ରେ ସରିଥିଲା । ହେଲେ ୨ ବର୍ଷ ହେଲାଣି ମେଡିକାଲ କଲେଜ ଏବଂ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଚିଠି ଲେଖି ଅନୁରୋଧ କରିଛନ୍ତି । ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟକ୍ଷମ ହେଲେ ରାଜ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ହେବା ସହ ରାଜ୍ୟରେ ଡାକ୍ତରଙ୍କ ସଂଖ୍ୟା ବଢିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

୨୦ ତାରିଖ ଯାଏଁ ସ୍କୁଲ୍ ଗୁଡ଼ିକର ପୂଜା ଛୁଟି

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ସ୍କୁଲ୍ ଗୁଡ଼ିକରେ ପୂଜା ଛୁଟି ଘୋଷଣା । ଶନିବାର କ୍ଲାସ ଶେଷ ପରେ ଅକ୍ଟୋବର ୨୦ ତାରିଖ ଯାଏଁ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ । ଦୂର୍ଗାପୂଜା, କୁମାର ପୂର୍ଣ୍ଣିମା ପାଇଁ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି ।

Schools Puja Holiday Declared Till 20th October

୨୧ ତାରିଖରେ କୋଭିଡ୍ କଟକଣା ଏସଓପି ଅନୁଯାୟୀ ସ୍କୁଲ୍ ଖୋଲିବ । ପୂର୍ବଭଳି ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲକୁ ଆସିବେ । କୋଭିଡ୍ ସଂକ୍ରମଣ ସ୍ଥିତିକୁ ଦେଖି ପ୍ରଧାନଶିକ୍ଷକ ପଦକ୍ଷେପ ନେବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏଥିସହ ପଢ଼ନ୍ତୁ: ACF ସୌମ୍ୟ ମୃତ୍ୟୁ ମାମଲାରେ ନାହିଁ ଡିଏଫଓଙ୍କ ସମ୍ପୃକ୍ତି, ନିଆଁ ଲିଭାଇବା ପାଇଁ ଚେଷ୍ଟା କରିନଥିଲେ ବିଦ୍ୟାଭାରତୀ

ରାଜ୍ୟର ଉପାନ୍ତ ଅଞ୍ଚଳ ଗସ୍ତ କରିବ ଗୃହ କମିଟି, ପରଖିବ ଓଡ଼ିଆ ଭାଷାରେ ପାଠପଢ଼ା ସ୍ଥିତି

ଭୁବନେଶ୍ୱର: ରାଜ୍ୟର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାରେ ପାଠପଢ଼ା କିପରି ଚାଲିଛି ? ଏହାର ତଦାରଖ କରିବ ବିଧାନସଭା ଗୃହ କମିଟି । ଖୁବଶୀଘ୍ର କମିଟି ଏସବୁ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବ । ସ୍କୁଲ ଗୁଡ଼ିକରେ ଓଡ଼ିଆ ଭାଷାରେ ପାଠପଢ଼ା, ଓଡ଼ିଆ ପୁସ୍ତକ ପହଞ୍ଚିଛି କି ନାହିଁ ? କେତେ ଓଡ଼ିଆ ଶିକ୍ଷକ ଅଛନ୍ତି ? ପ୍ରତି ୩ ମାସରେ ବିଇଓ ଏନେଇ ରିପୋର୍ଟ ଦେବେ । ରାଜ୍ୟ ସ୍ତରରେ ଜଣେ ନୋଡାଲ ଅଫିସର ଏସବୁର ତଦାରଖ କରିବେ । ଆଜି ଗୃହ କମିଟି ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି ।

Assembly House Committee To Visit Border District Odia Language

ଛତିଶଗଡ଼ରେ ଓଡ଼ିଆ ଶିକ୍ଷକ ନିଯୁକ୍ତି ହେଉନାହିଁ । ଶିକ୍ଷକ ନିଯୁକ୍ତି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖାଯିବ । ସେହିପରି ଝାଡ଼ଖଣ୍ଡରେ ଯେପରି ଓଡ଼ିଆକୁ ଦ୍ୱିତୀୟ ରାଜ୍ୟଭାଷା  ସମ୍ମାନ ନଦେଇ କାଟି ଦିଆଯାଇଛି, ସେ ନେଇ ଅନୁଧ୍ୟାନ ପାଇଁ ଗୃହ କମିଟି ଗସ୍ତ କରିବ । ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ଯେ, କମିଟି ଗସ୍ତ କରି ବୁଝିବ, କାହିଁକି ଝାଡ଼ଖଣ୍ଡରେ ଏପରି ସ୍ଥିତି ଉପୁଜିଲା ।

Assembly House Committee To Visit Border District Odia Language

ଝାଡ଼ଖଣ୍ଡ ଓ ଛତିଶଗଡ଼ ରାଜ୍ୟରେ ଓଡ଼ିଆ ଭାଷାର ପ୍ରଚଳନ ଓ ସ୍କୁଲରେ ଓଡ଼ିଆ ପାଠପଢ଼ାକୁ ଅଣଦେଖା କରାଯାଉଛି । ଏପରିକି କିଛି ରାଜ୍ୟରେ ଓଡ଼ିଆ ଭାଷାକୁ ଦ୍ୱିତୀୟ ଭାଷାରୁ ବାଦ ଦିଆଯାଇଛି । ସେଠାରେ ଓଡ଼ିଆ ଶିକ୍ଷକମାନଙ୍କୁ କମ୍‌ ଦରମା ଦିଆଯାଉଥିବାରୁ ଦରମା ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଛି ଗୃହ କମିଟି ।

ମିଳିଲାନି ବେଲ୍‌, ଜେଲ୍‌ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ

ଖୋର୍ଦ୍ଧା: ମିଳିଲାନି ବେଲ୍‌, ଜେଲ୍‌ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ପ୍ରଶାନ୍ତଙ୍କ ବେଲ୍‌ ଆବେଦନ ଖାରଜ କରିଛନ୍ତି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦ୍ୱିତୀୟ ଦୌରା ଜଜ୍ । ପ୍ରଶାନ୍ତ ଜଗଦେବଙ୍କ ଜାମିନ୍ ଆବେଦନ ନାମଞ୍ଜୁର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣ୍ଡଗୋଳ ମାମଲାରେ ପ୍ରଶାନ୍ତଙ୍କ ନାମରେ ମାମଲା ଦାଏର ହୋଇଥିଲା ।

 Chilika MLA Prasanta Jagadev Bail Plea Rejected

ଏହି ମାମଲାରେ ଜାମିନ ପାଇଁ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ, ହେଲେ ହାଇକୋର୍ଟ ତଳ କୋର୍ଟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ୍-୨ଙ୍କ କୋର୍ଟରେ ଆତ୍ମସମର୍ପଣ କରିବା ସହ ଜାମିନ୍ ଆବେଦନ କରିଥିଲେ ଚିଲିକା ବିଧାୟକ। କୋର୍ଟ ଜାମିନ ଆବେଦନର ଶୁଣାଣି କରିବା ସହ ଖାରଜ କରି ଦେଇଛନ୍ତି । ବିଶୃଙ୍ଖଳିତ ଆଚରଣ ପାଇଁ ପୂର୍ବରୁ ବିଜେଡି ଦଳରୁ ନିଲମ୍ବିତ କରିଛି ।