ଭୁବନେଶ୍ବର: ପାଦରୁ ଅଳତା ଓ ହାତରୁ ମେହେନ୍ଦୀ ନ ଲିଭିବା ଆଗରୁ ସବୁଦିନ ପାଇଁ ଲିଭିଗଲା ନବବଧୂଙ୍କ ଜୀବନ ଦୀପ। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନ ତରାପି ଗ୍ରାମରେ। ବେକରେ ରଶି ଲଗାଇ ଥିବା ଅବସ୍ଥାରେ ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଖୋର୍ଦ୍ଧା ପରବଳ ଗାଁର ପୂର୍ଣିମା ତରାଇ। ଗତ ୨୭ ଏପ୍ରିଲରେ ତରାପି ଗାଁର ଗୁରୁଚରଣ ତାରାଇଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତେବେ ଶଶ୍ବର ଘର ଲୋକେ ଏହାକୁ ଆତ୍ମହତ୍ୟା କହୁଥିବାବେଳେ ବାପଘର ଲୋକ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଖବରପାଇ ଘଟଣାସ୍ଥଳରେ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।
୨୬ରୁ ଯୁକ୍ତ ଦୁଇ ନାମଲେଖା ଆବେଦନ: ୨୩ରୁ ପାଠପଢ଼ା
୨୬ରୁ ଯୁକ୍ତ ଦୁଇ ନାମଲେଖା ଆବେଦନ ଆରମ୍ଭ। ଜୁଲାଇ ୨୩ରୁ ପାଠପଢ଼ା ଆରମ୍ଭ ହେବ। ଚଳିତ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଯୁକ୍ତ ଦୁଇ ଏକାଦଶ ଶ୍ରେଣୀ ନାମଲେଖା ପାଇଁ ଆସନ୍ତା ୨୬ରୁ ଆବେଦନ ଆରମ୍ଭ ହେବ। ଜୁନ୍ ୩୦ ତାରିଖ ରାତି ୧୧ଟା ୪୫ ମିନିଟ୍ ମଧ୍ୟରେ ଛାତ୍ରଛାତ୍ରୀମାନେ ସାମ୍ସ ୱେବ୍ସାଇଟ୍ରେ ଆବେଦନ କରିପାରିବେ। ଏନେଇ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି। ସାଧାରଣ ବର୍ଗ, ଏସ୍ ଇବିସି, ଓବିସି ବର୍ଗରଛାତ୍ରଛାତ୍ରୀ ଆବେଦନ ଫି ୨୦୦ ଟଙ୍କା ଦାଖଲ କରିବେ। ଏନେଇ ସମସ୍ତ ସୂଚନା ସାମ୍ମ୍ସ ୱେବ୍ସାଇଟ୍ https://hss.samsodisha.gov.in/newHSSI index.aspxରେ ଉପଲବ୍ଧ ରହିଛି। ଆବେଦନ ସମୟରେ କୌଣସି ସମସ୍ୟାର ସମାଧାନ ପାଇଁ ସଂଯୋଗ ସହାୟତା ନମ୍ବର ୧୫୫୩୩୫, ୧୮୦୦୩୪୫୬୭୭୦ରେ କିମ୍ବା ଇ-ମେଲ୍ ଆଇଡି sams.dhse@gov. inରେ ଯୋଗାଯୋଗ କରିପାରିବେ ।
ଜୁଲାଇ ୮ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଜୁଲାଇ ୯ରୁ ୧୫ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ। ଅଗଷ୍ଟ ୧୨ ସୁଦ୍ଧା ସମସ୍ତ ପର୍ଯ୍ୟାୟ ନାମଲେଖା ଶେଷ ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଜୁଲାଇ ୨୩ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୨୪ ତାରିଖରୁ ୨୮ ତାରିଖ ମଧ୍ୟରେ ନାମଲେଖାଇବେ। ଏହାପରେ ଜୁଲାଇ ୩୦ ତାରିଖରେ ସ୍ପଟ୍ ନାମଲେଖା ପାଇଁ ଚଏସ୍ ଲକିଂ ସୁବିଧା ଉପଲବ୍ଧ ହେବ। ଅଗଷ୍ଟ ୨ ତାରିଖ ମଧ୍ୟରେ ସ୍ପଟ୍ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଚଏସ୍ ଲକିଂ କରିପାରିବେ। ସ୍ପଟ୍ ନାମଲେଖା ପାଇଁ ଅଗଷ୍ଟ ୬ ତାରିଖ ଅପରାହ୍ନ ୨ଟାରେ ମେଧା ତାଲିକା ପ୍ରକାଶ ସହ ଇଣ୍ଟିମେସନ୍ ଲେଟର ପ୍ରଦାନ କରାଯିବ। ଚୟନ ହୋଇଥିବା ଛାତ୍ର ଛାତ୍ରୀମାନେ ଅଗଷ୍ଟ ୭ ତାରିଖ ମଧ୍ୟାହ୍ନ ୧୨ଟାରୁ ୧୨ ତାରିଖ ରାତି ୯ଟା ମଧ୍ୟରେ କଲେଜରେ ରିପୋଟିଂ କରିବେ। ମାତ୍ର ଜୁଲାଇ ୨୩ରୁ ପାଠପଢ଼ା ଆରମ୍ଭ ହେବ। ।
କୋଲକାତାରେ ପହଞ୍ଚିଲେ ଆମେରିକା ବୈଦେଶିକ ସଚିବ: ଜାଣନ୍ତୁ କେଉଁ ସବୁ ପ୍ରସଙ୍ଗରେ କରିବେ ଆଲୋଚନା
ନନ୍ଦିଘୋଷ ବ୍ୟୁରୋ: କୋଲକାତାରେ ପହଞ୍ଚିଲେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ରୁବିଓ କରିବେ ଆଲୋଚନା। ୪ ଦିନିଆ ଏହି ଗସ୍ତ କାର୍ଯ୍ୟକ୍ରମରେ ପଶ୍ଚିମ ଏସିଆ, ଶକ୍ତି ନିରାପତ୍ତା, ଆଞ୍ଚଳିକ ସହଭାଗିତା ଆଦି ସମ୍ପର୍କରେ ଭାରତ ଓ ଆମେରିକା କରିପାରନ୍ତି ଆଲୋଚନା। ରୁବିଓଙ୍କ ଗସ୍ତ କାଳରେ ବାଣିଜ୍ୟ, ପ୍ରଯୁକ୍ତି, ପ୍ରତିରକ୍ଷା, କ୍ବାଡ ଓ ଅନ୍ୟ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ କ୍ବାଡ କ୍ଷେତ୍ରରେ ପ୍ରତିରକ୍ଷା ସହଭାଗିତା ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।..
ରୁବିଓଙ୍କ ଗସ୍ତର ଉଦ୍ଦେଶ୍ଯ଼ ହେଉଛି ଗତ ବର୍ଷ ଠାରୁ ତିକ୍ତ ହୋଇଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ପୁନରୁଦ୍ଧାର କରିବା। ଏହି ଗସ୍ତ ସମଯ଼ରେ ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ମଧ୍ୟ ଭାରତୀଯ଼ ପ୍ରତିପକ୍ଷ ଏସ୍ ଜଯ଼ଶଙ୍କରଙ୍କୁ ଭେଟିବେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିବେ। ସେ ନୂଆଦିଲ୍ଲୀରେ କ୍ୱାଡ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ମଧ୍ୟ ଯୋଗଦେବେ।
ରୁବିଓ କହିଛନ୍ତି, “ଭାରତ ସହିତ କାମ କରିବା ପାଇଁ ଅନେକ ପ୍ରସଙ୍ଗ ରହିଛି। ସେମାନେ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଏବଂ ଅଂଶୀଦାର ଅଟନ୍ତି। ଆମେ ସେମାନଙ୍କ ସହିତ ବହୁତ ଭଲ କାମ କରୁଛୁ, ତେଣୁ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ‘।
ପୁଣି ଗ୍ରାହକଙ୍କ ଉପରେ ପାହାର : ୧୦ ଦିନ ଭିତରେ ତୃତୀୟ ଥର ବଢ଼ିଲା ତୈଳ ଦର
ଭୁବନେଶ୍ବର : ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଲିଟର ପିଛା ୮୭ ପଇସା ଓ ଡିଜେଲ ଲିଟର ପିଛା ୯୧ ପଇସା ବୃଦ୍ଧି ପାଇଛି। ଗୋଟିଏ ମାସରେ ଲଗାତାର ୩ ଥର ବଢ଼ିଛି ତେଲ ଦର। ପଶ୍ଚିମ ଏସିଆରେ ସଙ୍କଟ କାରଣରୁ ବାରମ୍ବାର ବଢ଼ିବାରେ ଲାଗିଛି ତେଲ ଦର। ନୂଆ ଦର ଅନୁସାରେ ଦିଲ୍ଲୀରେ ପେଟ୍ରୋଲ ଲିଟର ହୋଇଛି ୯୯ ଟଙ୍କା ୫୧ ପଇସା। ଡିଜେଲ ଦର ହୋଇଛି ୯୨ ଟଙ୍କା ୪୯ ପଇସା। ଦେଶରେ ପର୍ଯ୍ୟାପ୍ତ ତୈଳ ଗଚ୍ଛିତ ରହିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ କହିବା ପରେ ପରେ ଏହି ଦର ବୃଦ୍ଧି ଘଟିଛି। ଗତ ୧୫ ତାରିଖରେ ପେଟ୍ରୋଲ, ଡିଜେଲ ୩ ଟଙ୍କା ଲେଖାଏ ଓ ସିଏନଜି ୨ ଟଙ୍କା ବୃଦ୍ଧି ପାଇଥିଲା। ଗତ ୧୯ରେ ପେଟ୍ରୋଲ ଲିଟର ପିଛା ୯୬ ପଇସା ଓ ଡିଜେଲ ଲିଟର ପିଛା ୯୪ ପଇସା ବୃଦ୍ଧି ପାଇଥିଲା। ଗତ ୧୦ ଦିନ ଭିତରେ ତୃତୀୟ ଥର ଲାଗି ବଢ଼ିଛି ତେଲ ଦର।….
ରାଜଧାନୀରୁ ପୁଣି ଧଳାଜହର ଜବତ
ଭୁବନେଶ୍ବର: ରାଜଧାନୀରୁ ଜବତ ହେଲା ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗର । ଗିରଫ ହେଲେ ୨ ଅଭିଯୁକ୍ତ ନିଶା ମାଫିଆ । ସାଦା ପୋଷାକରେ ମାଡି ବସିଲା ସ୍ପେଶାଲ କ୍ରାଇମ ୟୁନିଟ । ଜଣେ ଅଭିଯୁକ୍ତର ଘର ଝାଡ଼ଖଣ୍ଡ। ତା ନାଁ ମହମ୍ମଦ ବାଦସାହା ହୋଇଥିବା ବେଳେ ଅନ୍ୟଜଣେ ହେଉଛି ଭଦ୍ରକର ଫକରୁଦ୍ଦିନ ଖାଁ ।
ବସ ସହ ଅଟୋ ମୁହାଁମୁହିଁ ଧକ୍କା : ୬ ମୃତ, ୪ ଗୁରୁତର
ଭୁବନେଶ୍ଗର : ଗଞ୍ଜାମ ପୁରୁଷୋତ୍ତମପୁର ଥାନା ଲଡକାପଲ୍ଲୀ ଛକରେ ବସ ସହ ଅଟୋ ମୁହାଁମୁହିଁ ଧକ୍କା। ଘଟଣାସ୍ଥଳରେ ୬ ମୃତ, ୪ ଗୁରୁତର। ସମସ୍ତ ଆହତଙ୍କୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ପୋଲିସ ପହଞ୍ଚି ଚଳାଇଛି ତଦନ୍ତ। ଅଟୋକୁ ଧକ୍କା ଦେବାପରେ ଘୋଷାଡ଼ି ନେଇ ରସ୍ତା କଡ଼ ଗଛରେ ପିଟିଲା ବସ l ଦୁର୍ଘଟଣାରେ ଅଟୋରେ ବସିଥିବା ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରିରୁ ଅଧିକ ଗୁରୁତର ହୋଇଛନ୍ତି l ମୃତ ଓ ଗୁରୁତରଙ୍କ ପରିଚୟ ମିଳିପାରିନଥିବା ବେଳେ ଅଟୋଟି କୋଦଳା ଅଭିମୁଖେ ଯିବା ସମୟରେ ବିପରୀତ ଦିଗରୁ ଆସୁଥିବା ବସ ଧକ୍କା ଦେଇ ଫେରାର ମାରିଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ କରିଥିଲେ।..

