spot_img
Home Blog Page 512

ମାଓବାଦୀ ରେଳଧାରଣା ଉଡ଼ାଇବା ଘଟଣା: ଅତିରିକ୍ତ ଡିଜି ସଂଜୀବ ପଣ୍ଡାଙ୍କ ସ୍ଥିତି ଅନୁଧ୍ୟାନ

ନନ୍ଦିଘୋଷ ବ୍ୟୁରୋ: ମାଓବାଦୀମାନେ ରେଳ ଲାଇନ ଉଡାଇବା ଘଟଣା। ଅତିରିକ୍ତ ଡିଜି ସଞ୍ଜିଵ କୁମାର ପଣ୍ଡା ରାଉରକେଲା ଏସପି ଓ ପଶ୍ଚିମାଞ୍ଚଳ ପୋଲିସ ଡ଼ିଆଇଜିଙ୍କ ସହ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ। ରାଉରକେଲା ପୋଲିସ ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି ବୋଲି କହିଛନ୍ତି ଅତିରିକ୍ତ ଡିଜି। 2018 ମସିହା ପରେ ମାଓବାଦୀ କାର୍ଯ୍ୟକଳାପ ହ୍ରାସ ପାଇଥିଲା। ଏଵେ ଗତ କିଛି ଦିନ ହେଲା ମାଓବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ମାଓବାଦୀ ମୁକାବିଲା କରିବା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ। ଅଧିକ ପୋଲିସ କ୍ୟାମ୍ପ ସ୍ଥାପନ ସହ ଅଧିକ ଏସ ଓ ଜି ମୃତୟନ ହେଵେ। ସମସ୍ତ ରେଳ ଲାଇନରେ ଵମ ଡିସପୋଜାଲ ଟିମ ଯାଞ୍ଚ କରିଛନ୍ତି। ମାଓବାଦୀ ମୁକାବିଲା ପାଇଁ ଓଡିଶା ଓ ଝାଡ଼ଖଣ୍ଡ ପୋଲିସ ପକ୍ଷରୁ ମିଳିତ ମୁକାବିଲା କରାଯିବ। ସରଣ୍ଡା ଜଙ୍ଗଲରେ ମାଓବାଦୀ ରହୁଥିବାରୁ ମାଓବାଦୀ ମୁକାବିଲା ପାଇଁ ଗୁଇନ୍ଦା ବିଭାଗକୁ ଆଧିକ ସୁଦୃଢ କରାଯିବ ବୋଲି କହିଚନ୍ତି ଏଡିଜି ସଞ୍ଜିଵ ପଣ୍ଡା ।

କୋହଲି କହିଲେ ଇଂଲଣ୍ଡ ବିପକ୍ଷ ବିଜୟରେ କିଏ ହିରୋ ?

ନନ୍ଦିଘୋଷ ବ୍ୟୁରୋ: ଓଭାଲ ଟେଷ୍ଟରେ ଭାରତର ରୋମାଞ୍ଚକର ବିଜୟ । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୨ରେ ଡ୍ର କରିଛି ଗିଲ୍ ବାହିନୀ । ବିଦେଶ ମାଟିରେ ଅନ୍ତିମ ଟେଷ୍ଟରେ ବିଜୟ ପରେ ଚାରିଆଡ଼ୁ ଛୁଟିଛି ପ୍ରଶଂସାର ସୁଅ । ଏଥିରେ ଯୋଡ଼ି ହୋଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି । ସେ ଏହି ମ୍ୟାଚ ବିଜୟ ଶ୍ରେୟ ୨ ଜଣ ଖେଳାଳିଙ୍କୁ ଦେଇଛନ୍ତି । ନିଜର ଟ୍ବିଟରରେ ପ୍ରଂଶସା କରିଛନ୍ତି ।

ଗିଲ୍ କିମ୍ବା ଜୟସ୍ବାଲ ନୁହେଁ ପ୍ରିସିଦ୍ଧ କ୍ରିଷ୍ଣା ଏବଂ ମହମ୍ମଦ ସିରାଜଙ୍କ ମ୍ୟାଚ ବିଜୟ ପ୍ରକୃତ ହିରୋ ବୋଲି କହିଛନ୍ତି କୋହଲି । ସେ ପ୍ରଂଶସା କରିବା ସହ ଏକ ଟ୍ବିଟ୍ କରିଥିବା ଦେଖିବାକୁ ମିଳିଛି । ଓଭାଲ ଟେଷ୍ଟରେ ବୁମରାଙ୍କ ଅନୁପସ୍ଥିତିରେ ଦୁଇ ଦ୍ରୁତ ବୋଲରଙ୍କ ଘାତକ ବୋଲିଂ ପାଇଁ କୋହଲି କହିଛନ୍ତି କି, ଦୃଢ଼ ଇଛାଶକ୍ତି ପାଇଁ ମ୍ୟାଚ ବିଜୟୀ ହୋଇ ପାରିଛି ଭାରତ । ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଘାତକ ବୋଲିଂ ଭାରତକୁ ବିଜୟର ସ୍ବାଦ ଚଖାଇଛି । ରୁଟ୍ ଶତକୀୟ ପାଳି ଖେଳିଥିଲେ । ସେ କ୍ରିଜରେ ମହଜୁଦ ସମୟରେ ଇଂଲଣ୍ଡକୁ ବିଜୟ ପାଇଁ ମାତ୍ର ୩୭ ରନର ଆବଶ୍ୟକତା ରହିଥିଲା । ଇଂଲଣ୍ଡ ଏକତରଫା ଜିତିବ ବୋଲି ସମସ୍ତେ କହୁଥିଲେ । ମାତ୍ର ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଉଚ୍ଚକୋଟିର ପ୍ରଦର୍ଶନ ଇଂଲଣ୍ଡ ହାତରୁ ମ୍ୟାଚକୁ ଛଡ଼ାଇ ଆଣିଥିଲା ।

ପୁଣି ଶ୍ରୀମନ୍ଦିର ଭିତରକୁ ଯାଉଥିଲା ହିଡେନ୍ କ୍ୟାମେରା, ଆଗୁଆ ଧରି ପକାଇଲେ..

ନନ୍ଦିଘୋଷ ବ୍ୟୁରୋ: ପୁଣି ଶ୍ରୀମନ୍ଦିର ଭିତରକୁ ହିଡେନ୍ କ୍ୟାମେରା ଯିବା ପୂର୍ବରୁ ଅଟକ। ପଶ୍ଚିମଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ହିଡେନ୍ କ୍ୟାମେରା ଯିବା ପୂର୍ବରୁ ଜଣେ  ଭକ୍ତଙ୍କୁ ଅଟକ ରଖିଲେ ସୁରକ୍ଷାକର୍ମୀ। ଅଟକ ଭକ୍ତ ହେଉଛନ୍ତି ପଶ୍ଚିମବଙ୍ଗର ପ୍ରୀତୀଶ ପାଲ୍। ସିଂହଦ୍ଵାର ଥାନାରେ ଅଟକ ଅଛନ୍ତି ଜନୈକ ଭକ୍ତ। ଚଷମା ସହ ଫିଟିଂ କରିଥିଲେ ହିଡେନ୍ କ୍ୟାମେରା। ଗତକାଲି ଗୁଜୁରାଟର ଜଣେ ଭକ୍ତ ଶ୍ରୀମନ୍ଦିର ଭିତରକୁ ହିଡେନ୍ କ୍ୟାମେରା ନେଇ ଧରାପଡିଥିଲେ।୧୦ ଦିନ ମଧ୍ୟରେ ତିନିଜଣଙ୍କ ଠାରୁ ହିଡେନ୍ କ୍ୟାମେରା ଜବତ ହୋଇଛି ।

ଅନୀଲ ଅମ୍ବାନୀଙ୍କୁ ପଚରାଉଚରା ଆରମ୍ଭ କଲା ଇଡି

ନନ୍ଦିଘୋଷ ବ୍ୟୁରୋ: ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କୁ ପଚରା ଉଚରା ଆରମ୍ଭ କରିଛି ଇଡି । ୧୭ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ କରୁଛି ପଚରାଉଚରା । ଅଗଷ୍ଟ ୧ରେ ଅନୀଲ ଅମ୍ବାନୀଙ୍କୁ ନୋଟିସ କରାଯାଇଥିବାବେଳେ ଆଜି ହାଜର ହୋଇଛନ୍ତି । ମଙ୍ଗଳବାର ବିମାନ ଯୋଗେ ମୁମ୍ବାଇରୁ ଆସି ଦିଲ୍ଲୀର ଇଡିର ମୁଖ୍ୟାଳୟରେ ପହଞ୍ଚିଛନ୍ତି । ଏବେ ତାଙ୍କୁ ପଚରାଉଚରା କରୁଛି ଇଡି । କିଛି ଦିନ ପୂର୍ବରୁ ଅନୀଲ ଅମ୍ବାନୀଙ୍କ ସହ ଜଡ଼ିତ ୩୫ଟି ଅଫିସରେ ଚଢ଼ାଉ କରି ଡକ୍ୟୁମେଣ୍ଟ ଏବଂ କମ୍ପ୍ୟୁଟର ସବୁ ଜବତ କରିଛି । ତଦନ୍ତକାରୀ ସଂସ୍ଥା ବ୍ୟାଙ୍କମାନଙ୍କ ଏକ ଚିଠି ଲେଖି ଋଣ ବିବରଣୀ ସମ୍ପର୍କରେ ତଥ୍ୟ ମାଗିଛି । ଇଡି ପକ୍ଷରୁ ୧୨-୧୩ ଘରୋଇ ଏବଂ ସରକାରୀ ବ୍ୟାଙ୍କକୁ ଚିଠି କରିଥିବା ସୂଚନା ମିଳିଛି ।

କର୍ଣ୍ଣାଟକରେ ୪ଟି ପରିବହନ ନିଗମ ସଂଗଠନର ଧର୍ମଘଟ

ନନ୍ଦିଘୋଷ ବ୍ୟୁରୋ: କର୍ଣ୍ଣାଟକରେ ୪ଟି ପରିବହନ ନିଗମର ସଂଗଠନ ଧର୍ମଘଟ। ଆଜିଠାରୁ ଆରମ୍ଭ ହୋଇଛି ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ। ଏହି ଧର୍ମଘଟରେ ବସ୍ ଡ୍ରାଇଭର, କଣ୍ଡକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି। KSRTC, BMTC, NWKRTC ଏବଂ KKRTC ପରିବହନ କର୍ମଚାରୀମାନେ ସେମାନଙ୍କର ବିଭିନ୍ନ ଦାବି ନେଇ ଆଜିଠାରୁ ରାଜ୍ୟବ୍ୟାପୀ ଧର୍ମଘଟ ଆରମ୍ଭ କରିଛି। ଏହି ସମସ୍ତ ସଂଗଠନ ସେମାନଙ୍କର କର୍ମଚାରୀମାନଙ୍କୁ କାମରୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଧର୍ମଘଟତକୁ ନେଇ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଗତକଲି  କର୍ଣ୍ଣାଟକ ହାଇକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରି କର୍ଣ୍ଣାଟକ ରାଜ୍ୟ ସଡ଼କ ପରିବହନ ନିଗମ କର୍ମଚାରୀଙ୍କ ଟ୍ରେଡ୍ ୟୁନିଅନର ମିଳିତ କାର୍ଯ୍ୟ କମିଟି JACକୁ ଆଜି  ପର୍ଯ୍ୟନ୍ତ ପ୍ରସ୍ତାବିତ ଧର୍ମଘଟକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ଵେ ଆନ୍ଦୋଳନ ଆରମ୍ଭ ହୋଇଛି। ପ୍ରାୟ ୧ କୋଟି ଯାତ୍ରୀ ପ୍ରଭାବିତ ହୋଇପାରନ୍ତି ସଡ଼କ ପରିବହନ ନିଗମ କର୍ମଚାରୀମାନେ ୩୮ ମାସର ବକେୟା ଦରମା ଦାବି କରୁଛନ୍ତି। ଏହା ପ୍ରାୟ ୧୭୮୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। କର୍ଣ୍ଣାଟକ ସରକାର ୨୦୨୦ରେ ୧୫% ଦରମା ବୃଦ୍ଧି ଘୋଷଣା କରିଥିଲେ, କିନ୍ତୁ ଏହି ବକେୟା ଏପର୍ଯ୍ୟନ୍ତ ପ୍ରଦାନ କରାଯାଇ ନାହିଁ।

ପୁଣି ଖଟିଆରେ ବୁହା ହେଲେ ରୋଗୀ

ନନ୍ଦିଘୋଷ ବ୍ୟୁରୋ: ପୁଣି ଖଟିଆରେ ବୁହା ହେଲେ ରୋଗୀ। ମେଡିକାଲ ଯିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ହେଲା ମୃତ୍ୟୁ।  ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଜବାଗୁଡା ଗାଁରୁ। ମୈଦଲପୁର ପଞ୍ଚାୟତ ଜବାଗୁଡାର ହରିସିଂ ଯାନୀଙ୍କ ପତ୍ନୀ ଲଳିତା ଯାନୀ ୫ ଦିନ ହେବ ଜ୍ୱରରେ ପୀଡ଼ିତ ଥିଲେ।  ହଠାତ  ଗୁରୁତର ହୋଇ ପଡିବାରୁ ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କାଦୁଅ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗାଁକୁ ପହଂଚି ପାରିନଥିଲା। ପ୍ରାୟ ଦୁଇ କିଲୋମିଟର ଦୂର କଣ୍ଟାସାରୁ ଗାଁ ନିକଟରେ ରହିଯାଇଥିଲା।

ଶେଷରେ ବାଧ୍ୟ ହୋଇ ଲୋକେ ହାତରେ ଟର୍ଚ୍ଚ, ମୋବାଇଲ ଲାଇଟ ଲଗାଇ ଖଟିଆରେ ଭାର କରି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ। ଆମ୍ବୁଲାନ୍ସ ସାହାଯ୍ୟରେ ଲଳିତାଙ୍କୁ ପ୍ରଥମେ ମୈଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା।କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କୋରାପୁଟ ମେଡିକାଲକୁ ନିଆଯାଇଥିଲା। ସେଠାରେ  ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ଶବକୁ ମଧ୍ୟ ଖଟିଆରେ ବୋହି ଘରକୁ ନିଆଯାଇଥିଲା। ଗାଁରେ ୭୦ ପରିବାରର ୩୦୦ରୁ ଅଧିକ ଲୋକ ବସବାସ କରନ୍ତି। ପକ୍କା ରାସ୍ତା ଖଣ୍ଡେ ପାଇଁ ପ୍ରଶାସନ ନିକଟରେ ଦାବି କରୁଥିଲେ ବି ରାସ୍ତା ନିର୍ମାଣ ହୋଇପାରିନାହିଁ।

ଭାରତକୁ ଟ୍ରମ୍ପଙ୍କ ଧମକ ସତ୍ତ୍ବେ ଋଷରୁ ତେଳ କିଣିବ ଭାରତ

ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨୫% ଟାରିଫ ଏବଂ ରୁଷିଆରୁ ତୈଳ ଓ ସାମରିକ ସାମଗ୍ରୀ କ୍ରୟ ପାଇଁ ଅତିରିକ୍ତ ଦଣ୍ଡ ଲଗାଇବା ଧମକ ସତ୍ତ୍ୱେ, ଭାରତ ରୁଷିଆରୁ ତୈଳ ଆମଦାନୀ ଜାରି ରଖିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।

ଏନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, “ଭାରତର ଶକ୍ତି କ୍ରୟ ଜାତୀୟ ସ୍ୱାର୍ଥ ଓ ବଜାର ଶକ୍ତି ଉପରେ ନିର୍ଭର କରେ। ରୁଷିଆ ସହ ଆମର ସମ୍ପର୍କ ସ୍ଥିର ଓ ଦୀର୍ଘକାଳୀନ।” ୨୦୨୨ରେ ୟୁକ୍ରେନ ଯୁଦ୍ଧ ପରେ ରୁଷିଆ ରିହାତି ଦରରେ ତୈଳ ଯୋଗାଇଥିଲା। ଯାହା ବର୍ତ୍ତମାନ ଭାରତର ମୋଟ ତୈଳ ଆମଦାନୀର ୩୫-୪୦% ପୂରଣ କରୁଛି, ଯାହା ପୂର୍ବରୁ ମାତ୍ର ୦.୨% ଥିଲା।

ଟ୍ରମ୍ପ ଦାବି କରିଛନ୍ତି ଯେ ଭାରତ ରୁଷିଆରୁ ଶସ୍ତା ତୈଳ କିଣି ବଜାରରେ ବିକ୍ରି କରି ଲାଭ କରୁଛି, ଯାହା ୟୁକ୍ରେନ ଯୁଦ୍ଧକୁ ସମର୍ଥନ କରୁଛି। ସେ ଟ୍ରୁଥ ସୋସିଆଲରେ ଲେଖିଛନ୍ତି, “ଭାରତ ରୁଷିଆରୁ ବିପୁଳ ପରିମାଣରେ ତୈଳ କିଣୁଛି ଓ ଲାଭ କରୁଛି। କିନ୍ତୁ ୟୁକ୍ରେନରେ ଯୁଦ୍ଧ ଯନ୍ତ୍ରଣାକୁ ଖାତିର କରୁନାହିଁ।” ଭାରତ ଏହାକୁ ଅଯୌକ୍ତିକ ଯୁକ୍ତି କହିବା ସହ ଏହାର ଖଣ୍ଡନ କରିଛି।

ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧ ବନ୍ଦ କରିବା ଲାଗି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଟ୍ରମ୍ପ ଚାପ ପକାଉଥିବା ବେଳେ ସେହି ଦେଶରୁ ତେଲ କିଣୁଥିବାରୁ ଭାରତକୁ ସେ ଟାର୍ଗେଟ୍ କରିବାକୁ ଭୁଲି ନାହାନ୍ତି। ରୁଷ୍‌ ସହ ସମ୍ପର୍କ ରଖିବା ଏବଂ ବ୍ରିକ୍ସରେ ଯୋଗଦେଇଥିବାରୁ ଗତ ସପ୍ତାହରେ ସେ ଭାରତକୁ କଡ଼ା ଭର୍ତ୍ସନା କରିଥିଲେ। ରୁଷ୍‌ ସହ ଭାରତର ସମ୍ପର୍କ ବହୁ ପୁରୁଣା ହୋଇଥିବା ବେଳେ ଆମେରିକା କେବେବି ଏଭଳି ଢଙ୍ଗରେ ଭାରତକୁ ଟାର୍ଗେଟ୍‌ କରିନଥିଲା। ଓଲଟା ତାହା ଏସିଆରେ ଚୀନ୍‌ର ଆଧିପତ୍ୟକୁ ଗୌଣ କରିବା ଲାଗି ଭାରତକୁ ବ୍ୟବହାର କରୁଥିଲା। କିନ୍ତୁ ଟ୍ରମ୍ପଙ୍କ ଅମଳରେ ଆମେରିକାର ସେହି ରଣନୀତି ବଦଳିଯାଇଛି।

ଶ୍ରୀକ୍ଷେତ୍ରରେ ଚାଲିଛି ଝୁଲଣ ଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଚାଲିଛି ଝୁଲଣ ଯାତ୍ରା । ଗତକାଲି ଶ୍ରାବଣ ଶୁକ୍ଳ ଦଶମୀଠାରୁ କୁଞ୍ଜରେ ବିଜେ କରିଛନ୍ତି ଶ୍ରୀଦେବୀ, ଭୂଦେବୀଙ୍କ ସହ ମଦନ ମୋହନ । ମଧ୍ଯାହ୍ନ ଧୂପ ପରେ ଝୁଲଣ କୁଞ୍ଜକୁ ବିଜେ କରିଥିଲେ ଚଳନ୍ତି ପ୍ରତିମା । ଏହି ଯାତ୍ରା ଆସନ୍ତା ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ପର୍ଯ୍ୟନ୍ତ ୭ ଦିନଧରି ପାଳନ ହେବ । ଏଥିପାଇଁ ଶ୍ରୀମନ୍ଦିର ମୁକ୍ତି ମଣ୍ଡପକୁ କାଠରେ ପାରମ୍ପରିକ ସୋଲ ଜରି ଜମ୍ବୁରା ସହ ଭିନ୍ନଭିନ୍ନ ପଶୁ-ପକ୍ଷୀ, କଳାକୁଞ୍ଜ ନିର୍ମାଣ କରାଯାଇଛି । ମଣ୍ଡପ ତଳେ ଭୀମ, ଅର୍ଜୁନ ଶୋଭା ମଣ୍ଡନ କରିବା ସହ ଦୁଇ ପାର୍ଶ୍ୱରେ କାଳୀୟଦଳନ ଓ କୃଷ୍ଣ ଜନ୍ମର ଲୀଳା ପ୍ରଦର୍ଶିତ ହୋଇଛି । ଶ୍ରୀମନ୍ଦିର ସମେତ ପୁରୀର ବିଭିନ୍ନ ମଠବାଡ଼ିରେ ପାଳିତ ହୋଇଛି ଝୁଲଣ ଯାତ୍ରା । କୁଞ୍ଜରେ ଚଳନ୍ତି ପ୍ରତିମାଙ୍କ ଝୁଲଣ ଯାତ୍ରାକୁ ଦେଖି କୃତାର୍ଥ ହେଉଛନ୍ତି ଶ୍ରଦ୍ଧାଳୁ ।

ସଟର ତାଡି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍

ନନ୍ଦିଘୋଷ ବ୍ୟୁରୋ: ସଟର ତାଡି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ୍ କମର୍ଦ୍ଦା ଥାନା ବେଲଦା ହାଟପୋଖରୀ ନିକଟରେ ଥିବା ଜୁଏଲାରୀ ଦୋକାନରୁ ଲୁଟ ହୋଇଛି।  ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ସଟର ତାଡି ଲୁଟ କରି ଫେରାର  ହୋଇଯାଇଛନ୍ତି। ସକାଳୁ ଦୋକାନରୁ ଚୋରି ହୋଇଥିବା ଖବର ପାଇଥିଲେ ଦୋକାନ ମାଲିକ। ସେଠାରେ ପହଞ୍ଚି  ସଟର ତଡ଼ାଯାଇଥିବା ସହ ସମସ୍ତ ଅଳଙ୍କାର, ଟଙ୍କା ଚୋରି ହେଇଥିବା ଦେଖିବାକୁ ପାଇଥିଲେ। ଏନେଇ ଥାନାରେ ଅଭିଯୋଗ ପରେ  କମର୍ଦ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ୍ ଆରମ୍ଭ କରିଛି। ପ୍ରତିଦିନ ଭୋଗରାଇ ବ୍ଳକ୍ ଅଞ୍ଚଳରେ ଚୋରି ବଢୁଥିବାବେଳେ ପୋଲିସ ରାତି ପେଟ୍ରୋଲିଂ କଡାକଡି କରିବାକୁ ଦାବି ହୋଇଛି।

କଟକ ନୂଆବଜାର ଅଂଚଳରେ ଗୁଳିକାଣ୍ଡ

ନନ୍ଦିଘୋଷ ବ୍ୟୁରୋ: କଟକ ନୂଆବଜାର ଅଂଚଳରେ ଗୁଳିକାଣ୍ଡ । ସୋମବାର ବିଳମ୍ବିତ ରାତିରେ ଘଟିଛି ଗୁଳିକାଣ୍ଡ। ଦୃର୍ବୁତ୍ତଙ୍କ ଗୁଳିମାଡ଼ରେ ସଞ୍ଜୟ ତରାଇ ନାମକ ଯୁବକ ଆହତ ହୋଇଛନ୍ତି । ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼ ସନ୍ଦେହ କରାଯାଉଥିବାବେଳେ ଚାଉଳିଆଗଞ୍ଜ ଥାନା ପୋଲିସ ତଦନ୍ତ ଜାରି ରଖିଛି।