spot_img
Home Blog Page 511

ଦାଦନ ଖଟିବାକୁ ଯାଇଥିଲେ ବାଙ୍ଗାଲୋର, NEET ପରୀକ୍ଷାରେ ସଫଳତା ହାସଲ କଲେ ଚାଷୀ ପରିବାରର ଯୁବକ

ନନ୍ଦିଘୋଷ ବ୍ୟୁରୋ: ଇଚ୍ଛାଶକ୍ତି ଆଗରେ ହାର ମାନେ ସବୁ ବାଧାବିଘ୍ନ। ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଚାଷୀ ପରିବାରର ଯୁବକ ଶୁଭମ ଶବର। ଆର୍ଥିକ ଅନଟନ ଭିତରେ ସଫଳତା ପାଇବାରେ ସେ ସକ୍ଷମ ହୋଇଛନ୍ତି । ନିଟ ପରୀକ୍ଷାରେ ସଫଳତା ପାଇବା ପରେ ଏବେ MKCG ମେଡିକାଲରେ ନାମ ଲେଖାଇଛନ୍ତି । ପ୍ରବଳ ଆର୍ଥିକ ସମସ୍ୟା ସତ୍ତ୍ବେ ସଫଳତା ତାଙ୍କ ପାଦ ଚୁମିଥିବାରୁ ତାଙ୍କୁ ଏବେ ଛୁଟିଛି ଶୁଭେଚ୍ଛାର ସୁଅ । ଆସନ୍ତୁ ଦେଖିବା ନୀଳାଦ୍ରି ପ୍ରସାଦ ମୁଦୁଲି ଡିହ, ବିନ୍ଧାଣୀ ସାହିର ଶୁଭମ ଶବରଙ୍କ ସଫଳତାର କାହାଣୀ ।

ଦାଦନ ଖଟିବାକୁ ଯାଇଥିଲେ ବାଙ୍ଗାଲୋର । ହଠାତ୍ ଆସିଲା ଫୋନ୍। MKCG ରେ ଆଡମିସନ ହେବ କହି ଡକେଇଥିଲେ ସାର୍ । ବାଣପୁର ନୀଳାଦ୍ରି ପ୍ରସାଦ ପଞ୍ଚାୟତ ମୁଦୁଲି ଡିହ ବିନ୍ଧାଣୀ ସାହିର ଶୁଭମ ଶବର । NEET ପରୀକ୍ଷାରେ ୧୮ ହଜାର ୨୧୨ RANK ରଖି ସେ ସଫଳତା ହାସଲ କରିଛନ୍ତି । ଶୁଭମ ସ୍ଥାନୀୟ ନୀଳାଦ୍ରି ଆଶ୍ରମ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା କରିବା ପରେ ବୋଲଗଡ଼ ସ୍ଥିତ ହରିପୁର ଉଚ୍ଚ ବିଦ୍ୟାଳୟରୁ ଦଶମ ପାସ କରିଥିଲେ । ପରେ ସେ BJB କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ପାଠ ପଢି ପାସ କରିଥିଲେ । ଅର୍ଥ ଅଭାବ ଯୋଗୁଁ ବ୍ରହ୍ମପୁରରେ ନିଟ୍ ପାଇଁ କୋଚିଂ ନେଇଥିଲେ । ସାରଙ୍କର କିଛି ମାସର ପଇସା ବାକି ଥିବାରୁ ସେ ଋଣ ଶୁଝିବା ପାଇଁ ବାପାଙ୍କ ସହ ମିଶି ବାଙ୍ଗାଲୋରରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। କିନ୍ତୁ ସାରଙ୍କ ଗୋଟିଏ ଫୋନ କଲ ତାଙ୍କ ଭାଗ୍ୟ ବଦଳାଇଦେଲା। ଜଣେ ଶ୍ରମିକ ଭାବରେ କାମ କରିବାର ଯେଉଁ କଷ୍ଟ ଅନୁଭବ ହେଉଥିଲା ସାରଙ୍କ ଠାରୁ ଶୁଣିବା ପରେ ସବୁ କଷ୍ଟ ଦୂର ହୋଇଗଲା ବୋଲି କୁହନ୍ତି ଶୁଭମ । ଏହାସହ ସବୁ ସଫଳତାର ଶ୍ରେୟ ବାପା ମା, ପଦାର୍ଥ ବିଜ୍ଞାନ ଶିକ୍ଷକ ବାସୁଦେବ ମହାରଣା ଓ ରସାୟନ ବିଜ୍ଞାନ ଶିକ୍ଷକ ଦେବଦତ୍ତ ମହାନ୍ତିଙ୍କୁ ଦେଇଛନ୍ତି ଶୁଭମ ।

ଜଣେ ଅଦିବାସୀ ଅଧ୍ୟୁଷିତ ବଣ ଜଙ୍ଗଲ ଘେରା ଗାଁର ପିଲା ପଢ଼ିବ ଡାକ୍ତରୀ ପାଠ । ଯେଉଁ ଗାଁକୁ ଭଲ ରାସ୍ତା ଖଣ୍ଡେ ନାହିଁ ଦଦରା ଚାଳ ଛପର ଘର । ବାପା ଗାଁରେ ଥିବା ବେଳେ ତାଙ୍କ ସହ ବିଲରେ କାମ ବି କରନ୍ତି ଶୁଭମ । ଏଭଳି ଜଣେ ନିପଟ ମଫସଲରୁ ଆସିଥିବା ଗରିବ ଘରର ପୁଅର ଏତେ ବଡ ସଫଳତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ମାହୋଲ ଦେଖିବାକୁ ମିଳିଛି । କିଏ କହୁଛି ଆମ ପିଲା ଡାକ୍ତର ହେଲା, ତା ପାଖରେ ଆମେ ଚିକିତ୍ସିତ ହେବୁ । ସମାଜରେ ଲୋକଙ୍କ ସେବା କରିବ ଏଥିପାଇଁ ଆମେ ବହୁତ ଗର୍ବ କରୁଛୁ ।

 

କେବେ ତୁଟିବ ସାର ସମସ୍ୟା ? ୟୁରିଆ ସାର ବସ୍ତାଏ ପାଇଁ ଚାଷୀ କରୁଛନ୍ତି ସଂଘର୍ଷ..

ନନ୍ଦିଘୋଷ ବ୍ୟୁରୋ: ଚାଷ ତର ତର ବଣିଜ ମଠ । ଟିଟିଲାଗଡ ଅଞ୍ଚଳରେ ଚାଷୀ ତର ତର କଣ  ହେବ ସତେ ଯେମିତି ଚାଷ କାର୍ଯ୍ୟ ଠପ ହୋଇଯାଇଛି । ସାର ଅଭାବ ଚାଷୀଙ୍କ ନିଦ ହଜାଇ ଦେଇଛି । ବର୍ତ୍ତମାନ ୟୁରିଆ ସାରର ଅଭାବ ଥିବାବେଳେ ଯାହା କେଉଁଠି କିଛି ମିଳୁଛି ତାହା ଚଢ଼ା ଦରରେ ବିକ୍ରି ହେଉଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଯିବା ସହ ଚାଷୀ ଲୁଣ୍ଠିତ ଶୋଷିତ ହେଉଥିବା ଅଭିଯୋଗ ହେଉଛି ।

ତୁଟୁନି ସାର ସମସ୍ୟା। ସାର ପାଇଁ ରାଜରାସ୍ତାରେ ଅନ୍ନଦାତା। ଟିଟିଲାଗଡରେ ରାଜ୍ୟ ରାଜପଥରେ ବସି ବିକ୍ଷୋଭ ପ୍ରଦର୍ଶନ । ୟୁରିଆ ସାର ବସ୍ତାଏ ପାଇଁ ଚାଷୀ କରୁଛନ୍ତି ସଂଘର୍ଷ । କ୍ଷେତ ଛାଡ଼ି ଲମ୍ବା ଲାଇନରେ ଚାଷୀ । କାରଣ ଟିଟିଲାଗଡ ଅଞ୍ଚଳରେ ବର୍ତ୍ତମାନ ଦେଖା ଦେଇଛି ୟୁରିଆ ସାରର ଘୋର ଅଭାବ । ସାର ମିଳୁନଥିବାରୁ ଚାଷ କାର୍ଯ୍ୟ ଆଗେଇ ପାରୁନି । ଚାଷୀଙ୍କୁ ଉଚିତ ସମୟରେ ବିହନ, ସାର ଓ ଜଳ ସେଚନ ବ୍ୟବସ୍ଥା ଯୋଗାଇବାରେ ସରକାର ବିଫଳ ବୋଲି କହିଛନ୍ତି ଚାଷୀ ନେତା । ଅନ୍ୟପଟେ ଚାଷୀଙ୍କୁ ସାର ବଣ୍ଟନ ନହେବା ପର୍ଯନ୍ତ ଚାଷୀମାନେ ରାଜରାସ୍ତାରେ ବସି ରହିବେ ବୋଲି ଆନ୍ଦୋଳନକାରୀ କହିଛନ୍ତି ।

ଅନ୍ୟପଟେ ଦୀର୍ଘ ଦିନ ହେଲା ସାର ମିଳୁନଥିବା ବେଳେ ଟିଟିଲାଗଡକୁ ସାର ଆସିଥିବା ଖବର ପାଇଥିଲେ ଚାଷୀ। ଏଥିପାଇଁ ଲମ୍ବା ଲାଇନରେ ଲାଗିଛନ୍ତି ଚାଷୀ । ବର୍ତ୍ତମାନ ଜମିରେ ସାର ବ୍ୟବହାର କରି ଚାଷୀ ବେଉଷଣ କରିବା ଉଚିତ ହେଲେ ବଜାରରେ ସାର ମିଳୁନି। ଫଳରେ ଚାଷ କାମ ହୋଇ ପାରୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଗାଁ ଗଣ୍ଡାରେ ଚଢା ଦରରେ ୟୁରିୟା ସାର ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ସାର ଅଭାବ ଯୋଗୁଁ ଅନେକ ଅଞ୍ଚଳରେ ବାଦାମ, କପା, ଧାନ ଓ ମକା ଭଳି ଅନେକ ଫସଲ ନଷ୍ଟ ହେବାକୁ ଲାଗିଲାଣି। ତେଣୁ ସରକାର ଯଥା ଶୀଘ୍ର ସାର ଯୋଗାଇବାକୁ ଦାବି ହୋଇଛି।

ବର୍ତ୍ତମାନ ସାର ଅଭାବ ଯୋଗୁଁ ଫସଲ ନଷ୍ଟ ହେବାରେ ଲାଗିଲାଣି । ଏନେଇ ଟିଟିଲାଗଡ DAO କହିଛନ୍ତି ବଲାଙ୍ଗୀର ଜିଲ୍ଲାକୁ ପ୍ରାୟ ୩୬ ହଜାର ମେଟ୍ରିକ ଟନ ୟୁରିଆ ସାର ଦରକାର ହୋଇଥାଏ । ଏହା ମଧ୍ୟରୁ ଅଧା ଆସିଥିବାରୁ ୟୁରିଆ ସାରର ଅଭାବ ଦେଖା ଦେଇଛି । ସମସ୍ଯାର ସମାଧାନ ପାଇଁ ସରକାର ପଦକ୍ଷେପ ନେଉଛି ବୋଲି ସେ କହିଛନ୍ତି । ତେବେ କେବେ ସାର ସମସ୍ୟା ଦୂର ହେଉଛି । ଚାଷୀଙ୍କୁ ଆବଶ୍ୟକ ମୁତାବକ ସାର କେବେ ଯୋଗାଉଛନ୍ତି ସରକାର ତା ଉପରେ ରହିଛି ନଜର।

ମାଥିଲି ସଦର ଲ୍ୟାମ୍ପସରେ ଗୁରୁତର ଦୁର୍ନୀତି ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ମାଥିଲି ସଦର ଲ୍ୟାମ୍ପସରେ ଗୁରୁତର ଦୁର୍ନୀତି ଅଭିଯୋଗ। ଲ୍ୟାମ୍ପସରେ ପରିବାରବାଦ ଚାଲିଥିବା ନେଇ ଅଭିଯୋଗ କରିଛନ୍ତି ଚାଷୀ ଓ ଲ୍ୟାମ୍ପସ ସଦସ୍ୟ । ଏନେଇ ଭୁବନେଶ୍ବର ସ୍ଥିତ ରେଜିଷ୍ଟ୍ରାରଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି ଚାଷୀଙ୍କ ସମେତ ସ୍ଥାନୀୟ ଲୋକ । ଏ ନେଇ ଲ୍ୟାମ୍ପସ ନିର୍ଦ୍ଦେଶକଙ୍କ କହିବା ହେଲା ଅଭିଯୋଗ ର ସତ୍ୟତା ନାହିଁ ।

ମାଲକାନଗିରି ମାଥିଲି ସଦର ଲ୍ୟାମ୍ପସରେ ଦୁର୍ନିତୀ ଅଭିଯୋଗ। ବହୁମୁଖୀ ସମବାୟ ସମିତି ବା ଲ୍ୟାମ୍ପସରେ ପରିବାରବାଦ ଚାଲିଥିବା ନେଇ ଅଭିଯୋଗ । ଘର ସଦସ୍ୟଙ୍କୁ ମୁଖିଆ ଓ ନିର୍ଦ୍ଦେଶକ ପଦବୀ ଦେଇ ବିପୁଳ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଭୁବନେଶ୍ବର ସ୍ଥିତ ରେଜିଷ୍ଟ୍ରାରଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି ସମାଜସେବୀ ଶରତ ଚନ୍ଦ୍ର ବୁରୁଦା ।

ଉନ୍ନୟନ କାର୍ଯ୍ୟରେ ଅଗ୍ରୀମ ଅର୍ଥ ନେବା, ସରକାରୀ ଶିକ୍ଷକଙ୍କ ନାଁରେ ଲ୍ୟାମ୍ପସରେ କାର୍ଯ୍ୟ କରୁଥିବା ନେଇ ମାସିକ ଦରମା ଉଠାଇବା , ମୃତ ଚାଷୀ ଓ କର୍ମଚାରୀଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡପ କରୁଥିବା ଅଭିଯୋଗ ହୋଇଛି । ସାର ପାଇଁ ଚାଷୀ ହାହାକାର ହେଉଥିବାବେଳେ ଲ୍ୟାମ୍ପସରେ ଚାଲିଥିବା ଅନିୟମିତତାକୁ ନେଇ ଉଠିଛି ପ୍ରଶ୍ନ । ମାଥିଲି ଅଞ୍ଚଳରେ ସାର ନପାଇ ଚାଷୀ ହେଉଛନ୍ତି ହନ୍ତସନ୍ତ। କିଛି ଦିନ ତଳେ ଏପରିକି ରାଜରାସ୍ତାରେ ଆନ୍ଦୋଳନ କରିଥିଲେ ଅନ୍ନଦାତା।

ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ଗ୍ରାମ ପଞ୍ଚାୟତକୁ NAC ଘୋଷଣା ଦାବି

ନନ୍ଦିଘୋଷ ବ୍ୟୁରୋ: ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ଗ୍ରାମ ପଞ୍ଚାୟତକୁ NAC ଘୋଷଣା ଦାବି। ଏନେଇ ଶେରଗଡ଼ ଗ୍ରାମ ପଞ୍ଚାୟତର ବିଭିନ୍ନ ସଂଘର କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ  ଅନୁଷ୍ଠିତ ହୋଇ ଯାଇଛି l   ୨୦୨୪ ମସିହାରେ  ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେରଗଡ଼କୁ NAC ଘୋଷଣା କରିଥିଲେ। କିନ୍ତୁ ସରକାର ପରିବର୍ତ୍ତନ ପରେ ନୂତନ ସରକାର ତାହା କାର୍ଯ୍ୟକାରୀ କରିନାହାନ୍ତି। ପ୍ରତିବାଦରେ ଆସନ୍ତା ୬ତାରିଖ ଦିନ ଶେରଗଡ଼ ବନ୍ଦ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି ।  ପ୍ରସ୍ତୁତି ବୈଠକ ରେ ଶେରଗଡ଼ ବଣିକ ସଂଘ,ଚାରିଛକ ଶାନ୍ତି ସୁରକ୍ଷା ସଂଘ, ବଜରଙ୍ଗୀ ବ୍ୟବସାୟୀ ସଂଘ,ମାଆ ରାମଚଣ୍ଡୀ ବ୍ୟବସାୟୀ ସଂଘ, ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା,ସାମ୍ବାଦିକ ସଂଘ,ବୁଦ୍ଧିଜୀବୀ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା l

ହିନ୍ଦୋଳ ବାଲିକିଆରୀ ଗାଁରେ 5 ଜଣିଆଁ ଭିଜିଲାନ୍ସ ଟିମର ତନାଘନା

ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଟିମର ଛାନବିନ। ଢେଙ୍କାନାଳ ହିନ୍ଦୋଳ ବାଲିକିଆରୀ ଗାଁରେ 5 ଜଣିଆଁ ଭିଜିଲାନ୍ସ ଟିମର ତନାଘନା। ଗାଁରେ ଗତ ଦୁଇ ବର୍ଷ ତଳେ ଲୋକମାନେ ଚାନ୍ଦା ଆଦାୟ କରି ୨ଲକ୍ଷ ଟଙ୍କା ସଂଗ୍ରହ କରି ବନବିଭାଗ ପାଖରେ ଜମା କରିଥିଲେ । ଏହା ପରେ ବନବିଭାଗ ବାକି ୧୮ଲକ୍ଷ ଟଙ୍କା ଦେଇ ଗାଁରେ ହାତୀ ଉପଦ୍ରବ ରୋକିବାକୁ ସୋଲାର ତାରବାଡ଼ ନିର୍ମାଣ କରିଥିଲେ । ମାତ୍ର ନାମକୁ ମାତ୍ର ଖୁଣ୍ଟ ପୋତି ବିଲ୍ କରି ନେଇଥିବା ଢେଙ୍କାନାଳ ଭିଜିଲାନ୍ସ ବିଭାଗ ନିକଟରେ ବନ ସୁରକ୍ଷା କର୍ମୀ ଦିବ୍ୟ ରଞ୍ଜନ ଦାସ ଅଭିଯୋଗ ଆଣିଥିଲେ । ଆଜି ସେହି ଅଭିଯୋଗ ଆଧାରେ ଗାଁରେ ୫ ଜଣିଆଁ ଭିଜିଲାନ୍ସ ଅଧିକାରୀ ପହଞ୍ଚି ତନାଘନା କରିଛନ୍ତି । ଗାଁ ଏବଂ ଫରେଷ୍ଟ କାର୍ଯ୍ୟାଳୟରେ ଛାନବିନ କରିଛି ଟିମ । କେବଳ ବାଲିକିଆରୀ ଗାଁରେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପୂରା ହିନ୍ଦୋଳ ରେଞ୍ଜରେ ଏକାଧିକ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଖୁଣ୍ଟ ତାର କି ସୋଲାର ପ୍ଲେଟ କିଛି ବି ନାହିଁ । ସେପଟେ ଭିଜିଲାନ୍ସ ଅଧିକାରୀ ତଦନ୍ତ ଚାଲିଛି କହି ଘଟଣାସ୍ଥଳରୁ ପଳାଇ ଯାଇଛନ୍ତି ।

ଅଭିନବ ଢଙ୍ଗରେ ପ୍ରତିବାଦ, ରାସ୍ତାରେ ପକାଇଲେ ଜାଲ

ନନ୍ଦିଘୋଷ ବ୍ୟୁରୋ: ରାସ୍ତା ଉପରେ ଜାଲ ପକାଇଲେ । ମାଛ ଧରିବାକୁ ଜାଲ ପକାଇଲେ। ଏପରି ଅଭିନବ ଢଙ୍ଗରେ ପ୍ରତିବାଦ କରିଛି ବିଜେଡି। ଏହି ଦୃଶ୍ୟ ହେଉଛି ପୁରୀ ଜିଲ୍ଲା ନିମାପଡ଼ା ମୁଖ୍ୟ ରାସ୍ତାର। ରାସ୍ତାରେ ଏତେ ପାଣି ଯେ, ଯିବା ଆସିବା କରି ହେଉ ନାହିଁ। ଅସରାଏ ବର୍ଷାରେ ଏତେ ପାଣି ଜମି ଯାଇଛି। ଯୁବ ବିଜେଡି ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି। ପୁରୁଣା ବସ୍ ଷ୍ଟାଣ୍ଡ ନିକଟରେ ଆଜକୁ ଦୀର୍ଘଦିନ ହେବ ଟିକେ ବର୍ଷା ହେଲେ ପାଣି ଜମୁଛି। ସମାଧାନ ପାଇଁ ଅନେକ ଥର ବିଜେଡି ପକ୍ଷରୁ ପୌର ପରିଷଦର ଦୃଷ୍ଟି ଆକର୍ଷଣ କରାଯିବା ସହିତ ଆନ୍ଦୋଳନ  କରାଯାଇଛି। କିଛି ସୁଫଳ ମିଳିନି। ତେଣୁ ରାସ୍ତା ଉପରେ ଜମି ଥିବା ପାଣିରେ ଜାଲ ପକାଇ ଅଭିନବ ପ୍ରତିବାଦ କରିଛି ବିଜେଡି। ତୁରନ୍ତ ସମାଧାନ ନ ହେଲେ ଆନ୍ଦୋଳନ କରିବାକୁ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।

ଖୁବଶୀଘ୍ର ଶ୍ରୀମନ୍ଦିର ନାଟ ମଣ୍ଡପରେ ହେବ ଧାଡି ଦର୍ଶନ ବ୍ୟବସ୍ଥା

ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିର  ନାଟ ମଣ୍ଡପରେ ଧାଡି ଦର୍ଶନ ବ୍ୟବସ୍ଥା ଖୁବ ଶୀଘ୍ର କାର୍ଯ୍ଯକାରୀ କରାଯିବ। ଏ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ସ୍ବତନ୍ତ୍ର କମିଟି। ସେବା ସମ୍ପୃକ୍ତ ସେବାୟତ ନିଯୋଗ ସହ ଆଲୋଚନା ପରେ ପରୀକ୍ଷାମୂଳକ ଭାବେ ଏହି ଧାଡି ଦର୍ଶନ ବ୍ୟବସ୍ଥା କରାଯିବ। ନାଟ ମଣ୍ଡପରେ ବାତାନୁକୂଳିତ ବ୍ୟବସ୍ଥା ନେଇ ଏଏସଆଇ ପକ୍ଷରୁ ବ୍ୟବସ୍ଥା କରାଯିବ। ଦିବ୍ୟାଙ୍ଗ ପାଇଁ ରାମ୍ପ ବ୍ୟବସ୍ଥା ନେଇ ଆଲୋଚନା କରାଯାଇ ଏସଓପି ଗଠନ କରାଯାଇ କାର୍ଯ୍ୟ କରାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ୧୪ଟି ସବ କମିଟି ଗଠନ ହୋଇଛି। ଚାରି ଗୋଟି ସ୍ଥାୟୀ କମିଟି ଯଥା ନୀତି ସବକମିଟି, ଅର୍ଥ ସବକମିଟି, ରତ୍ନ ଭଣ୍ଡାର ସବ କମିଟି, ଅପିଲ ସବକମିଟି ଗଠନ ହୋଇଛି। ପ୍ରଥମ ଥର ପାଇଁ ସୁରକ୍ଷା ସବ କମିଟି ଗଠିତ କରାଯାଇଛି। ଡ଼ଃ ଗିରିଶ ମୁର୍ମୁ ଏହି ସୁରକ୍ଷା ସବ କମିଟି ର ଅଧ୍ୟକ୍ଷ ମନୋନୀତ ହୋଇଛନ୍ତି।

ଶ୍ରୀଜଗନ୍ନାଥ ତତ୍ତ୍ୱ ଗବେଷଣା ପ୍ରଚାର ସବ କମିଟି ଗଠିତ ହୋଇଥିବା ବେଳେ ଗଜପତି ମହାରାଜା ଅଧ୍ୟକ୍ଷ ରହିଛନ୍ତି। ଭୂମି ସବ କମିଟିର ଅଧ୍ୟକ୍ଷ ଭାବେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ରହି ଅଛନ୍ତି।ପ୍ରକଳ୍ପ ସାଂସ୍କୃତିକ ସବ କମିଟିର ଅଧ୍ୟକ୍ଷ ଅଛନ୍ତି  ଗଜପତି ମହାରାଜା। ଶ୍ରୀଜଗନ୍ନାଥ ମନ୍ଦିର ପେନସନ ସବ କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷ ଅଛନ୍ତି। ଏଷ୍ଟାବ୍ଲିଶମେଣ୍ଟ ସବ କମିଟି, ଵିଧି ସବକମିଟି, ନୀତି ସମନ୍ୟୁୟ ସବ କମିଟି ଗଠିତ ହୋଇଅଛି। ଗତ ରଥଯାତ୍ରା ପୂର୍ବରୁ କରାଯାଇଥିବା ପ୍ରଶାସନିକ ବୈଠକ ରେ ନିଆଯାଇଥିବା ନିଷ୍ପତ୍ତି ନେଇ ଆଲୋଚନା କରାଯାଇ ଗୃହୀତ ହୋଇଥିଲା। ଅଦିନିଆ ରଥଯାତ୍ରା ନେଇ ବିହିତ ପଦକ୍ଷେପ ନେବାକୁ ବୈଠକରେ ଆଲୋଚନା କରାଯାଇଥିଲା। ଶାସ୍ତ୍ରୀୟ ମତାମତକୁ ନେଇ ପରିଚାଳନା କମିଟିରେ ଆଲୋଚନା କରାଯାଇଥିଲା। ଅନ୍ୟ ତିଥିରେ ରଥଯାତ୍ରା କରାଯିବ ନାହିଁ ଏ ନେଇ ସରକାରଙ୍କୁ ଅବଗତ କରାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।

ସୁକମାରେ ମାଓବାଦୀଙ୍କ ସମୂହ ଆତ୍ମସମର୍ପଣ

ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ ସୁକମାରେ ମାଓବାଦୀଙ୍କ ସମୂହ ଆତ୍ମସମର୍ପଣ। ଏସପିଙ୍କ ନିକଟରେ ସରେଣ୍ଡର କଲେ ୨୦ ମାଓବାଦୀ। ସରେଣ୍ଡର କରିଥିବା ମାଓବାଦୀଙ୍କ ମଧ୍ୟରେ ୨ ହାର୍ଡକୋର ମାଓବାଦୀଙ୍କ ସହ ରହିଛନ୍ତି ୯ ମହିଳା ମାଓବାଦୀ। ସମସ୍ତଙ୍କ ମୁଣ୍ଡ ଉପରେ ୩୩ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ହୋଇଥିଲା। ଏମାନଙ୍କ ମଧ୍ୟରୁ ଅନେକ ମାଓବାଦୀ ଅନେକ ବଡ଼ ହିଂସାକାଣ୍ଡରେ ସାମିଲ ଥିଲେ। ଦୁଇ ଜଣ ମାଓ ନେତାଙ୍କ ମୁଣ୍ଡ ଉପରେ ଛତିଶଗଡ ସରକାର ୮ ଲକ୍ଷ ଲେଖାଏଁ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଛତିଶଗଡରେ ଏବେ ଅପରେସନ ମନସୁନ ଜୋରଦାର ଚାଲିଥିବା ବେଳେ ଭୟଭୀତ ମାଓ ସଂଗଠନ। ହିଂସାର ରାସ୍ତା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇଛନ୍ତି ମାଓବାଦୀ। ସୁକୁମା ଏସପି କିରଣ ଚୌହାନଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରାଯାଇଛି। ପରବର୍ତ୍ତୀ ସମୟରେ ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଥଇଥାନ କରାଯିବା ବୋଲି ସୁକୁମା ଏସପି କହିଛନ୍ତି।

ଜନ୍ମଭୂମି ନାଁ କର୍ମଭୂମି, କେଉଁ ଆସନରୁ ନିର୍ବାଚନ ଲଢ଼ିବେ ପି.କେ ?

ନନ୍ଦିଘୋଷ ବ୍ୟୁରୋ: ବିହାର ରାଜନୀତି ଏବେ ବେଶ ସରଗରମ ରହିଛି । ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ସୁଦ୍ଧା ରାଜ୍ୟ ରାଜନୀତି ଏବେ ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ବିହାରର ରାଜନୈତିକ ଭୂମି ଉପରେ ଚିନ୍ତା କରିବା ପରେ ଜନସୂରଜ ପାର୍ଟି ଗଠନ କରିଛନ୍ତି ରାଜନୈତିକ ସମୀକ୍ଷକ ଭାବେ ବେଶ ଜଣାଶୁଣା ପ୍ରଶାନ୍ତ କିଶୋର । ତେବେ ଆସନ୍ତା ନିର୍ବାଚନରେ ପ୍ରଶାନ୍ତ କିଶୋର କେଉଁ ଆସନରୁ ନିର୍ବାଚନ ଲଢ଼ିବେ ? ଏହାକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ କୁହାଯାଉଛି କି, କର୍ମଭୂମିରୁ ନିର୍ବାଚନ ଲଢ଼ିବେ ନାଁ ଜନ୍ମଭୂମିରୁ ।

ନିକଟରେ ବିହାରର ସୋଚତକ କନକ୍ଲେଭରେ ପିକେ ମଧ୍ୟ ଏନେଇ କିଛି ସଙ୍କେତ ଦେଇଛନ୍ତି । ସେ କହିଛନ୍ତି କି, ବିହାରରେ ଯଦି ନୀତିଶ କୁମାର ନିର୍ବାଚନ ଲଢ଼ନ୍ତି ତାହେଲେ ସେ ମଧ୍ୟ ନିର୍ବାଚନ ଲଢ଼ିବେ । ପି.କେ ସ୍ପଷ୍ଠଭାବେ କହିଛନ୍ତି କି, ସେ ବିହାରର ୨୪୩ ଆସନରେ ପ୍ରାର୍ଥୀ ଦେବେ ମାତ୍ର କେଉଁ ଆସନରୁ ଲଢ଼ିବେ ସେ ନେଇ କୌଣସି ସ୍ପଷ୍ଠ ସୂଚନା ଦେଇନାହାନ୍ତି । ମାତ୍ର ଯେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା କି, ଆପଣ ନିର୍ବାଚନ ଲଢ଼ିବେ କି, ନାହିଁ ସେ ବଲ ନୀତିଶଙ୍କ ଉପରୁ ମାରିଥିଲେ । କାରଣ ସେ କହିଥିଲେ କି, ଯଦି ନୀତିଶ ନିର୍ବାଚନ ମଇଦାନକୁ ଓହ୍ଲାଇବେ ତାହେଲେ ସେ ମଧ୍ୟ ନିର୍ବାଚନ ଲଢ଼ିବେ । ତେବେ କେହି କେହି କହୁଛନ୍ତି କି, ନୀତିଶଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇପାରନ୍ତି ପି.କେ । ସେପଟେ ପି.କେ ଅନ୍ୟ ଏକ ପ୍ରଶ୍ନର ଉତ୍ତର ରଖି କହିଛନ୍ତି କି, ଯଦି ନିର୍ବାଚନ ଲଢ଼ିବ ସେବେ ଜନ୍ମସ୍ଥାନ ଏବଂ କର୍ମଭୂମିରୁ ନିର୍ବାଚନ ଲଢ଼ିବା ଉଚିତ୍ ।

ଏସିଆ କପରେ ଏହି ବିଧାୟକଙ୍କ ଜ୍ବାଇଁଙ୍କୁ ମିଳିଲା ଟିମ୍ ଇଣ୍ଡିଆର ମ୍ୟାନେଜର ପୋଷ୍ଟ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି ଏସୀଆ କପ । ତେବେ ଆସନ୍ତାକାଲି ଭାରତୀୟ ଟିମ ୟୁଏଇ ଯିବ । ମାତ୍ର ଏହା ପୂର୍ବରୁ ଟିମ ଇଣ୍ଡିଆ ସହ ଯୋଡ଼ି ହୋଇଛନ୍ତି ଜଣେ ନୂଆ ସଦସ୍ୟ । ସେ ଟିମ ଇଣ୍ଡିଆର ମ୍ୟାନେଜର ଭାବେ ଯାଉଛନ୍ତି । ତେବେ ଆମେ ଯାହାଙ୍କ କଥା କହୁଛୁ ସେ ହେଉଛନ୍ତି ପିଭିଆର ପ୍ରଶାନ୍ତ । ବିସିସିଆଇ ତାଙ୍କୁ ଏସିଆ କପ ଲାଗି ତାଙ୍କୁ ଟିମ ଇଣ୍ଡିଆର ମ୍ୟାନେଜର ଦାୟିତ୍ବ ଦେଇଛନ୍ତି । ପୂର୍ବରୁ ପ୍ରଶାନ୍ତଙ୍କ ପ୍ରଶାସନିକ ଦାୟିତ୍ବ ତୁଲାଇ ସାରିଛନ୍ତି ।

ପିଭିଆର ପ୍ରଶାନ୍ତ କିଏ ?

ପିଭିଆର ପ୍ରଶାନ୍ତଙ୍କ ବାପା ଜଣେ ବିଧାୟକ ହୋଇଥିବାବେଳେ ଶ୍ବଶୁର ମଧ୍ୟ ବିଧାୟକ ରହିଛନ୍ତି । ରାଜନୈତିକ ପରିବାରରୁ ଆସିଥିବା ପ୍ରଶାନ୍ତ ପୂର୍ବରୁ ପ୍ରଶାସନିକ କ୍ଷେତ୍ରରେ ମଧ୍ୟ କାମ କରିସାରିଛନ୍ତି । ପିଭିଆର ପ୍ରସାନ୍ତଙ୍କ ପିତା ପୁଲପାର୍ଥି ରମାଞ୍ଜନେୟୁଲୁ, ଯାହାଙ୍କୁ ଅଞ୍ଜି ବାବୁ ମଧ୍ୟ କୁହାଯାଏ, ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ବିଧାୟକ ଥିଲେ। ମାର୍ଚ୍ଚ ୨୦୨୪ ରେ ସେ ପବନ କଲ୍ୟାଣଙ୍କ ଜନସେନା ପାର୍ଟିରେ ଯୋଗ ଦେଇଥିଲେ। ପିଭିଆର ପ୍ରସାନ୍ତଙ୍କ ଶ୍ୱଶୁର ଜି. ଶ୍ରୀନିବାସ ରାଓ ୨୦୨୪ ରେ ଭିମଲିରୁ ବିଧାୟକ ହୋଇଥିଲେ। ସେ ଆନ୍ଧ୍ର ପ୍ରଦେଶର ତେଲୁଗୁ ଦେଶମ ପାର୍ଟିର ନେତା। ସେ ଆନ୍ଧ୍ର ପ୍ରଦେଶର ମାନବ ସମ୍ବଳ ଏବଂ ବିକାଶ ମନ୍ତ୍ରୀ ମଧ୍ୟ ରହିସାରିଛନ୍ତି।

ଟିମ୍ ଇଣ୍ଡିଆର ମ୍ୟାନେଜରଙ୍କ କାମ କ’ଣ?

ଏବେ ପ୍ରଶ୍ନ ହେଉଛି ଯେ ଏସିଆ କପ୍ ପାଇଁ ଦଳ ପରିଚାଳକ ଭୂମିକା ପାଇଁ ପିଭିଆର ପ୍ରସାନ୍ତଙ୍କୁ ମନୋନୀତ କରାଯାଇଛି। ସେହି ଭୂମିକାରେ ତାଙ୍କର କାମ କ’ଣ ହେବ? ଜଣେ ଦଳ ପରିଚାଳକ ଭାବରେ ସେ ଏସିଆ କପ୍ ସମୟରେ ଖେଳାଳିମାନଙ୍କର ପ୍ରତ୍ୟେକ ଛୋଟ ବଡ଼ ଆବଶ୍ୟକତାର ଯତ୍ନ ନେବେ। ସେ ବିସିସିଆଇ ଏବଂ ଦଳ ମଧ୍ୟରେ ଏକ ସେତୁ ଭାବରେ କାର୍ଯ୍ୟ କରିବେ।

ସେପଟେ ଆସନ୍ତା ୯ ତାରିଖରୁ ଏସିଆ କପ ଆରମ୍ଭ ହେବାକୁ ଥିବାବେଳେ ଭାରତ ନିଜର ଅଭିଯାନ ୧୦ ତାରିଖରୁ ଆରମ୍ଭ କରିବ । ପ୍ରଥମ ମ୍ୟାଚରେ ଭାରତ ୟୁଏଇକୁ ଭେଟିବ । ତେବେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିବ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି ।