spot_img
Home Blog Page 5239

ଦୀର୍ଘ ୩ ମାସର ଇକମୋ ଚିକିତ୍ସା ପରେ ଆଖି ବୁଜିଲେ ଅଭିଷେକ

ବାସୁଦେବପୁର: କରୋନାରେ ପୀଡିତ ହୋଇ ଚିକିତ୍ସାଧିନ ଥିବା ଅଭିଷେକ ମହାପାତ୍ରଙ୍କ ପରଲୋକ ହୋଇଛି। ସେ ଦୀର୍ଘ ୩ ମାସ ଧରି କୋଲକାତାର ଏକ ଘରୋଇ ଡାକ୍ତରଖାନାର ଇକମୋ ଚିକିତ୍ସା ନେଉଥିଲେ।

ଭଦ୍ରକର ବାସିନ୍ଦା ଅଭିଷେକ ବିବାହର ମାତ୍ର କେଇ ମାସ ପରେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଯାହା ପରେ ମେ ୧୮ ତାରିଖରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରର୍ବତ୍ତୀ ସମୟରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା ।

ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏତେ ଗୁରୁତର ହୋଇପଡିଥିଲା ଯେ ତାଙ୍କୁ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଥିଲା । କରୋନା ସଂକ୍ରମିତ ଅଭିଷେକ ପରବର୍ତ୍ତୀ ମସୟରେ ନିମୋନିଆରେ ଆକ୍ରାନ୍ତ ହୋିପଡିଥିଲେ । ଏପରିକି ତାଙ୍କର ସୁସ୍ଥତା ପାଇଁ ଓଡ଼ିଶାର ଅଗଣିତ ଲୋକ ସାହାର୍ଯ୍ୟର ହାତ ବଢାଇଥିଲେ।

ଦୂତୀ ଚାନ୍ଦଙ୍କ ନାଁରେ ମିଥ୍ୟା ଖବର ପ୍ରସାରଣ; ସ୍ମୃତିରଞ୍ଜନ ବେହେରା ଅଟକ

ଭୁବନେଶ୍ୱର: ଦୂତୀ ଚାନ୍ଦଙ୍କ ନାଁରେ ମିଥ୍ୟା ଖବର ପ୍ରସାରଣ ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନ। ଫୋକସ ପ୍ଲସ ରିପୋର୍ଟର ସ୍ମୃତିରଞ୍ଜନ ବେହେରାଙ୍କୁ ଅଟକ ରଖିଛି ମହିଳା ଥାନା ପୋଲିସ।

ସୂଚନା ଅନୁଯାୟୀ, ଏହାସହ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ଖୋଜୁଛି ପୋଲିସ । ଘଟଣାରେ ଓ୍ବେବ ପୋର୍ଟାଲ ଅଫିସରେ ତାଲା ପକାଇଛି ପୋଲିସ । ଝାରପଡ଼ାରେ ଥିବା ଅଫିସରେ ବିଳମ୍ବିତ ରାତିରେ ପୋଲିସ ପହଞ୍ଚି ତାଲା ପକାଇଛି । ଗତକାଲି କମ୍ପ୍ୟୁଟର, ଲାପଟପ୍, କ୍ୟାମେରା, ବୁମ୍ ଜବତ ହୋଇଥିଲା । ଏହାସହ ମିଥ୍ୟା ପ୍ରସାରଣ ମାମଲାରେ ଗତକାଲି ଓ୍ୱେବ ପୋର୍ଟାଲର ସମ୍ପାଦକ ସୁଧାଂଶୁ ରାଉତଙ୍କୁ ଗିରଫ କରିଥିଲା ପୋଲିସ ।

ତେବେ ସୁଧାଂଶୁଙ୍କ ବିରୋଧରେ ଆଇପିସିର ଧାରା ୨୯୨(୨), ୩୫୪-ଏ , ୫୦୬, ୫୦୯, ୧୨୦-ବି ପରି ଅପରାଧିକ ଷଡଯନ୍ତ୍ର ଦଫା ଲାଗିଛି । ଅଲିମ୍ପିଆନ ଦୂତି ଚାନ୍ଦଙ୍କୁ ଅପମାନିତ କରିବା ସହ ବ୍ଲାକମେଲିଂ ଅଭିଯୋଗରେ ୱେବ ପୋର୍ଟାଲ ଉଦ୍ଦେଶ୍ୟମୂଳକ ଭାବେ ଖବର ପ୍ରସାରଣ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଦୂତି ୱେବ ପୋର୍ଟାଲ ସଂପାଦକ ସୁଧାଂଶୁ ରାଉତ, ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ଓ ରିପୋର୍ଟର ସ୍ମୃତି ରଞ୍ଜନ ବେହେରାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ ।

Tokyo Paralympics: ସୁଟିଂରେ ଭାରତକୁ ମିଳିଲା ସ୍ୱର୍ଣ୍ଣ, ସିଂରାଜ ହାତେଇଲେ ରୋପ୍ୟ

ଟୋକିଓ: ଟୋକିଓ ପାରା ଅଲମ୍ପିକ୍ସରେ ଭାରତ ଆଉ ଏକ ସ୍ୱର୍ଣ୍ଣ ପଦକ ହାତେଇଛି। ଏଥର ସୁଟିଂରେ ସ୍ୱର୍ଣ୍ଣ  ମିଳିଛି ଏବଂ ଏହାକୁ ଜିତିଛନ୍ତି ୧୯ ବର୍ଷୀୟ ସୁଟର ମନୀଷ ନରୱାଲ।

ସୂଚନା ଅନୁଯାୟୀ, ପୁରୁଷ ମିକ୍ସଡ୍ ୫୦ ମିଟର ପିସ୍ତଲ ଇଭେଣ୍ଟରେ ମନୀଷ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମନୀଷ ଫାଇନାଲରେ ୨୧୮ ଦଶମିକ ୨ ସ୍କୋର କରି ବାଜି ମାରିନେଇଛନ୍ତି । ଏହି ସମାନ ଇଭେଣ୍ଟରେ ରୋପ୍ୟ ପଦକ ମଧ୍ୟ ଭାରତ ହାତେଇଛି। ଏହି ମେଡାଲକୁ ହାତେଇଛନ୍ତି ସିଘଂରାଜ ଅଧାନା । ମନୀଷ ଏବଂ ସିଂରାଜଙ୍କ ମଧ୍ୟରେ ସ୍ୱର୍ଣ୍ଣ ପଦକ ପାଇଁ ଏକ ଜବରଦସ୍ତ ଲଢେଇ ହୋଇଥିଲା, ଯେଉଁଥିରେ ୧୯ ବର୍ଷୀୟ ଭାରତୀୟ ସୁଟର  ମନୀଷ ନରୱାଲ ଭାରତକୁ ତୃତୀୟ ସ୍ୱର୍ଣ୍ଣ ପଦକ ଦେଇଛନ୍ତି।

ମ୍ୟାଚ୍‌ରେ ମନୀଷ ନରୱାଲଙ୍କ ପ୍ରାରମ୍ଭ ମନ୍ଥର ଗତିରେ ହୋଇଥିଲା । କିନ୍ତୁ ଏହା ପରେ ସେ ପୂରାପୂରି ଫର୍ମ ଆସିଯାଇଥିଲେ । ଆଉ ନିଜର ତୀକ୍ଷ୍ନ ଲକ୍ଷ୍ୟ ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସେହିପରି ୩୯ ବର୍ଷିୟ ସୁଟର ସିଘଂରାଜ ଆରମ୍ଭରୁ ହିଁ ଟପ୍ ୩ରେ ସ୍ଥାନ ପାଇଥିଲେ। ସେହିପରି ସିଙ୍ଗରାଜ ୨୧୬ ଦଶମିକ ୭ ସ୍କୋର କରି ଦ୍ବୀତିୟ ସ୍ଥାନରେ ରହି ରୌପ୍ୟ ମେଡାଲ ନିଜ ନାମରେ କରିପାରିଛନ୍ତି । ଏହି ୨ଟି ପଦକକୁ ମିଶାଇ ଭାରତର ପଦକ ସଂଖ୍ୟା ୧୫ରେ ପହଞ୍ଚିଛି । ଦେଶ ନାଁରେ ୩ଟି ସ୍ବର୍ଣ୍ଣ, ୭ଟି ରୌପ୍ୟ, ୫ଟି ବ୍ରୋଞ୍ଜ ପଦକ ରହିଛି ।

ପାରା- ଅଲିମ୍ପିକ୍ସରେ ସୁଟିଂରେ ଦେଶକୁ ପଦକ ଦେଇ ଗୌରାନ୍ବିତ କରିଛନ୍ତି ମନୀଷ ନରୱାଲ ଓ ସିଙ୍ଗରାଜ ଅଧାନା । ଏଥିପାଇଁ ଉଭୟଙ୍କୁ ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ଦେଶ ଉଭୟଙ୍କ ସଫଳତା ପାଇଁ ଗର୍ବିତ ଥିବା ବେଳେ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ନବୀନ ।

ମୌସୁମୀ ଅଧିବେଶନର ଚତୁର୍ଥ ଦିନ; ଆଜି ପ୍ରଶ୍ନକାଳ ଚାଲିବ କି ନାହିଁ ତା ଉପରେ ନଜର..

ଭୁବନେଶ୍ୱର: ଆଜି ପୁଣି ସରଗରମ ହୋଇପାରେ ଗୃହ। ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ଏକାଧିକ ବିଭାଗର ପ୍ରଶ୍ନକାଳ ରହିଛି। ମହିଳା ଓ ଶିଶୁ ବିକାଶ, ବିଜ୍ଞାନ ଓ କାରିଗର, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତ ଶିଳ୍ପ, ମିଶନ ଶକ୍ତି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଓ ସଶକ୍ତିକରଣ ଓ ସରକାରୀ ଉଦ୍ୟୋଗର ପ୍ରଶ୍ନକାଳ ରହିଛି।

ପୂର୍ବରୁ ଏନେଇ ବିରୋଧୀ ହୋହଲ୍ଲା ଯୋଗୁଁ ଗୃହରେ ଅଚଳାବସ୍ଥା ଜାରି ରହିଥିଲା । ତେବେ ସର୍ବଦଳୀୟ ବୈଠକରେ ସମାଧାନର ବାଟ ବାହାରିଥିଲା । ମାତ୍ର ଆଜି ପ୍ରଶ୍ନକାଳ ଚାଲିବ ନାଁ ନାହିଁ ତାଉପରେ ସମସ୍ତଙ୍କ ନଜର ରହିଛି । ତିନି ଦିନ ଧରି ବିରୋଧୀ ଗୃହରେ ହଟଗୋଳ କରୁଥିବାରୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ କରୁଛନ୍ତି ।

Odisha Assembly Monsoon Session Commence From Today Following Covid Norms

ସୂଚନାଯୋଗ୍ୟ, ଗତକାଲି ମୌସୁମୀ ଅଧିବେଶନର ତୃତୀୟ ଦିନରେ ମଧ୍ୟ ବିଧାନସଭା ଚାଲି ପାରିନଥିଲା। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇପଡିଥିଲା। ଏପରିକି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ କଂଗ୍ରେସ ସଦସ୍ୟଙ୍କ ହୋ ହଲ୍ଲା ଯୋଗୁଁ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ରଖିଥିଲ।

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ୩ ଲଘୁଚାପ

ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ତିନି ତିନିଟି ଲଘୁଚାପ। ଆନ୍ଧ୍ର ଉପକୂଳ ଏବଂ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଆଉ ଏକ ଘୂର୍ଣ୍ଣିବଳୟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି।

ସେହିପରି ଆସନ୍ତା ୬ ତାରିଖ ବେଳକୁ ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଘନିଭୂତ ହେବା ପରେ ଏହା ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହି ତିନୋଟି ସିଷ୍ଟମ୍ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବ ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ ନୂଆପଡାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ୬ ତାରିଖରେ ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ ଏବଂ କଟକରେ ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରାଯାଇଛି ।

ଏହି ବର୍ଷା ୮ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଜୁନ୍ ୧ ତାରିଖରୁ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୬୭୧.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ରାଜ୍ୟର ୨୪ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୬ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି । ନିଅଣ୍ଟିଆ ବର୍ଷା ପାଇଁ ଯାଜପୁର, ଭଦ୍ରକ, ବଲାଙ୍ଗିର, ଝାରସୁଗୁଡା ଏବଂ ଅନୁଗୁଳ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ।

ଆପଣଙ୍କ ଶରୀରରେ ଦେଖାଯାଉଛି କି ଏସବୁ ଲକ୍ଷଣ; ଭୁଲରେ ବି କରନ୍ତୁନି ଅଣଦେଖା…

କାହାକୁ କେତେବେଳେ ହାର୍ଟ ଆଟାକ୍ ହେବ ତାହା କଳ୍ପନା କରିବା କଷ୍ଟ । ଦେଶରେ ହୃଦଘାତରେ ଅସମୟରେ ଅନେକ ଲୋକଙ୍କର ପ୍ରାଣହାନୀ ମଧ୍ୟ ଘଟୁଛି । ଏ ଯେମିତି ମାତ୍ର ୪୦ ବର୍ଷ ବୟସରେ ହୃଦଘାତରେ ପ୍ରାଣ ହରାଇଛନ୍ତି ବିଗ୍ ବସ୍ ୧୩ର ବିଜେତା ତଥା ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଲା।

ନା ତାଙ୍କର ବୟସ ଅଧିକ ଥିଲା, ନା ହିଁ ତାଙ୍କ ଶରୀର ଅସୁସ୍ଥ ଥିଲା । ତେବେ ଏହିଭଳି ଅଚାନକ ତାଙ୍କର ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ହାର୍ଟ ଆଟାକ୍ ଏଭଳି ଏକ ରୋଗ ଯାହା ପ୍ରତିବର୍ଷ ବହୁ ଲୋକଙ୍କର ଜୀବନ ନେଇଥାଏ। ବିଶେଷଜ୍ଞଙ୍କ ଅନୁସାରେ ଏହି ସମସ୍ୟା ୬୦ ବର୍ଷରୁ ଅଧିକ ବୟସ୍କ, ମେଦ ବହୁଳ, ଡାଏବେଟିସ୍, ହାଇ କୋଲେଷ୍ଟ୍ରଲ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଲୋକଙ୍କଠାରେ ଦେଖାଯାଏ। କେବଳ ଏତିକି ନୁହେଁ, ଆଜିକାଲି ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ମଧ୍ୟ ହୃଦଘାତର ସମସ୍ୟାକୁ ଅଧିକ ବଢାଉଛି । ତେବେ ଚାଲନ୍ତୁ ଜାଣିବା ହୃଦଘାତର ଲକ୍ଷଣ ବିଷୟରେ, ଯାହାକୁ ଅଣଦେଖା କରିବା ବିଲକୁଲ ବି ଉଚିତ୍ ନୁହେଁ।

ଛାତିରେ ଯନ୍ତ୍ରଣା
ଛାତିରେ ଯନ୍ତ୍ରଣା ଅନୁଭବ କରିବା ଏକ ସାଧାରଣ କଥା। ଖାସ୍ କରି ହାର୍ଟ ବ୍ଲକେଜ୍ ଓ ହାର୍ଟ ଆଟାର୍କ ସମୟରେ ଏଭଳି ଅନୁଭବ ହୋଇଥାଏ । ହେଲେ ସମସ୍ତଙ୍କ କ୍ଷେତ୍ରରେ ଏହି ଅନୁଭବ ଭିନ୍ନ ଭିନ୍ନ ହୋଇଥାଏ । କିଛି ଲୋକଙ୍କ ଛାତିରେ ଯନ୍ତ୍ରଣା ହେଉଥିବା ବେଳେ ଆଉ କେତେଜଣ ଛାତିରେ କିଛି ଫୋଡି ହେଇଯାଉଥିବା ଅନୁଭବ କରିଥାନ୍ତି । ଆଉ କିଛି ଲୋକଙ୍କୁ ହାର୍ଟ ଆଟାକ୍ ସମୟରେ ଛାତିରେ ଜଳାପୋଡା, ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ତେବେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଶରୀରରେ ଏହା ଅଧିକ ଦେଖାଦେଇଥାଏ ।

ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ଗତ କିଛି ବର୍ଷ ଭିତରେ ଦେଶରେ ଦୃତ ଗତିରେ ବଢ଼ିବାରେ ଲାଗିଛି । ତଥ୍ୟ ଅନୁସାରେ, ଦେଶରେ ୨୦୧୪ରେ ୧୮ ହଜାର ୩୦୯, ୨୦୧୫ରେ ୧୮ ହଜାର ୮୨୦, ୨୦୧୬ରେ ୨୧ ହଜାର ୯୧୪, ୨୦୧୭ରେ ୨୩ ହଜାର ୨୪୬, ୨୦୧୮ରେ ୨୫ ହଜାର ୭୬୪, ୨୦୧୯ରେ ୨୮ ହଜାର ୫ଜଣଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଛି ।

ହାର୍ଟ ଆଟାକର ବିଭିନ୍ନ କାରଣ ରହିଛି

ସାମାନ୍ୟ ବାହୁ ଯନ୍ତ୍ରଣା ବି ହୃଦଘାତ ଜନିତ ସମସ୍ୟା ସୃଷ୍ଟିକରିପାରେ । ଏହି ଯନ୍ତ୍ରଣା ଛାତିରୁ ଆରମ୍ଭ ହୋଇ ବାହାରକୁ ଯାଇଥାଏ । କିନ୍ତୁ ଏମିତି ଅନେକ ରୋଗୀ ରହିଛନ୍ତି, ଯେଉଁମାନଙ୍କୁ ପ୍ରଥମେ ହାତରେ କଷ୍ଟ ହୋଇଥାଏ, ଯାହା ପରବର୍ତୀ ସମୟରେ ହାର୍ଟ ଆଟାକ୍ ରୂପ ନେଇଥାଏ ।

ଅନେକ ସମୟରେ ଆମେ ଓପାସରେ ରହିଥାଉ । ଯାହା ଫଳରେ ବହୁ ସମୟ ଯାଏଁ ନ ଖାଇ ରହିବା ଦ୍ୱାରା ମୁଣ୍ଡ ବୁଲାଏ । କିନ୍ତୁ ଯଦି ଆପଣ ହଠାତ୍ ଅସୁସ୍ଥତା ଅନୁଭବ କରନ୍ତି ଆଉ ନିଶ୍ୱାସ ନେବାରେ ଅସୁବିଧା ହୁଏ, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଆବଶ୍ୟକ । ଏହାକୁ ସାମାନ୍ୟ ଭାବି ଅଣଦେଖା କଲେ ହୁଏତ ଏହା ଘାତକ ସାବ୍ୟସ୍ତ ହୋଇପାରେ । ବିଶେଷଜ୍ଞଙ୍କ ମୁତାବିକ ଏହାର କାରଣ- ବ୍ଲଡ୍ ପ୍ରେସର ହ୍ରାସ କିମ୍ବା ହାର୍ଟ ଠିକ୍ ଭାବେ ଚାଲୁନାହିଁ । ଏହି କ୍ଷେତ୍ରରେ ହୃଦଘାତର ସମ୍ଭାବନା ଅଧିକ ରହିଥାଏ ।

ଏସବୁ ଲକ୍ଷଣ ଆପଣଙ୍କୁ ସାଧାରଣ ଲାଗିଲେ ବି ଏହା ମାରାତ୍ମକ । ବେକ ଓ ଥୋଡି ସହ ସିଧାସଳଖ ଛାତିର ସମ୍ପର୍କ ନଥିଲେ ବି ଯଦି ଏଥିରେ ଅଧିକ ଯନ୍ତ୍ରଣା ଅନୁଭୂତ ହୁଏ । ତେବେ ଏହା ହୃଦଘାତର ସଙ୍କେତ ଦେଇଥାଏ । ତେବେ ଏହିସବୁ ଲକ୍ଷଣ ସାଧାରଣ ଲକ୍ଷଣ ଲାଗିଲେ ବି ଏହା ହୃଦଘାତ ଭଳି ବଡ ରୋଗର କାରଣ ହୋଇପାରେ । ତେଣୁ ବେଳହୁଁ ସାବଧାନ ହୁଅନ୍ତୁ ଏବଂ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ତାଲିବାନ କବଳକୁ ଗଲା ପଞ୍ଜଶିର, ଏବେ ପୂରା ଆଫଗାନିସ୍ତାନ ଉପରେ ରାଜ୍ !

କାବୁଲ: ଘମାସାନ ଯୁଦ୍ଧ ପରେ ତାଲିବାନ କବଳକୁ ଗଲା ପଞ୍ଜଶିର। କିଛି ଦିନର ଲଢେଇ ପରେ ବିଦ୍ରୋହୀଙ୍କ ପରାଜୟ ହୋଇଥିବା କୁହାଯାଇଛି। କିନ୍ତୁ ପଞ୍ଜଶିରର ପତନ ହୋଇନାହିଁ ବୋଲି ଦାବି କରିଛନ୍ତି ବିଦ୍ରୋହୀ ଗୋଷ୍ଠୀ ନେତା ତଥା ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ। ଏହାବ୍ୟତୀତ ସେ ଦେଶ ଛାଡି ଚାଲିଯାଇଥିବା ଖବରକୁ ମଧ୍ୟ ଖଣ୍ଡନ କରିଛନ୍ତି।

Taliban Are All Set To Form Government In Afghanistan After Friday Prayers

ନିଜକୁ ଆଫଗାନିସ୍ତାନର ରାଷ୍ଟ୍ରପତି ବୋଲି ଦାବି କରୁଥିବା ଅମରୁଲ୍ଲା କହିଛନ୍ତି, ସେ ପଞ୍ଜଶିରରେ ହିଁ ଅଛନ୍ତି । ଏବଂ ଅନ୍ୟ ଦେଶକୁ ଚାଲିଯିବା ଖବର ଗୁଜବ । ତାଲିବାନ ବିରୋଧରେ ଯୁଦ୍ଧ ଜାରି ରହିବ ଏବଂ ସେ ସ୍ୱାଭିମାନର ସହ ନିଜ ଜନ୍ମମାଟି ଲାଗି ଲଢେଇ ଜାରି ରଖିବେ। ଅମରୁଲ୍ଲାଙ୍କ ପୁଅ ଅବଦୁଲ୍ଲା ସାଲେହ ମଧ୍ୟ କହିଛନ୍ତି ପଞ୍ଜଶିର ତାଲିବାନ ହାତକୁ ଯାଇନାହିଁ।

Afghanistan Crisis Taliban Violets Ceasefire Attack In Panjshir

ଅପରପକ୍ଷେ ଅମାନୁଲ୍ଲାଙ୍କ ସହଯୋଗୀ ଅହମ୍ମଦ ମାସୁଦ କହିଛନ୍ତି, ପଞ୍ଜଶିର ଏବେ ବି ତାଙ୍କ କବଜାରେ ରହିଛି । ଏହା ତାଲିବାନ ହାତକୁ ଯାଇନାହିଁ । ସାରା ଆଫଗାନିସ୍ତାନକୁ ତାଲିବାନ କବଜା କରିଥିବା ବେଳେ କେବଳ ପଞ୍ଜଶିର ସେମାନଙ୍କ ହାତକୁ ଯାଇ ନଥିଲା। ଏବେ ବି ଅହମ୍ମଦ ମାସୁଦ ଓ ଅମରୁଲ୍ଲାଙ୍କ ନେତୃତ୍ୱରେ ହଜାର ହଜାର ବିଦ୍ରୋହୀ ତାଲିବାନର ପ୍ରତିରୋଧ କରୁଥିବା କୁହାଯାଉଛି।

ସେପଟେ ମହିଳା ବିଚାରପତିଙ୍କ ବିରୋଧରେ ପଦକ୍ଷେପ ନେଇଛି ତାଲିବାନ। ଯେଉଁ ମହିଳା ବିଚାରପତିମାନେ ତାଲିବାନ କର୍ମୀଙ୍କୁ ବିଭିନ୍ନ ଦଣ୍ଡ ଶୁଣାଇଥିଲେ ସେମାନଙ୍କୁ ଖୋଜିବା ଆରମ୍ଭ କରିଛନ୍ତି । ଦେଶର ୨୫୦ରୁ ଅଧିକ ମହିଳା ବିଚାରପତିଙ୍କ ଜୀବନ ଏବେ ବିପଦରେ ଥିବା ବେଳେ କିଛି ବିଚାରପତି ଦେଶ ଛାଡି ଚାଲିଯାଉଥିବା ସୂଚନା ମିଳିଛି। ଏନେଇ ସେମାନେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଟୋକିଓ ପାରା ଅଲମ୍ପିକ୍ସ: ଦମଦାର ପ୍ରଦର୍ଶନ ସହ ଫାଇନାଲରେ ପ୍ରବେଶ କଲେ ପ୍ରମୋଦ

ଟୋକିଓ: ଟୋକିଓ ପାରା ଅଲମ୍ପିକ୍ସରେ ଦମ୍ ଦେଖାଇଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ପାରା ଅଲମ୍ପିକ୍ସରେ ସିଙ୍ଗଲ ବ୍ୟାଡମିଣ୍ଟନ ଇଭେଣ୍ଟରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି ପ୍ରମୋଦ।

ଏହି ଦମଦାର ପ୍ରଦର୍ଶନ ସହ ପ୍ରମୋଦଙ୍କ ପଦକ ପକ୍କା ହୋଇଛି । ସେମିରେ ଜାପାନର ଦାଇସୁକ ଫୁଜିହାରାଙ୍କୁ ହରାଇ ଫାଇନାଲ ଟିକେଟ୍ ହାସଲ କରିଛନ୍ତି ପ୍ରମୋଦ । ପୁରୁଷ ସିଙ୍ଗିଲ SL -୩ ଇଭେଣ୍ଟରେ ପ୍ରମୋଦ ଦେଖାଇଛନ୍ତି ଜଲୱା ।

ସୂଚନା ଅନୁଯାୟୀ, ସ୍ୱର୍ଣ୍ଣ ପାଇଁ ଅପରାହ୍ଣରେ ମୁକାବିଲା ହେବ । ପ୍ରମୋଦ ୫ ଥର ବିଶ୍ୱ ଚାମ୍ପିୟନ ଟାଇଟଲ ହାତେଇଛନ୍ତି । ପାରା ଅଲମ୍ପିକସରେ ଭାରତ ଭଲ ପ୍ରଦର୍ଶନ ସହ ଏବେ ସୁଦ୍ଧା ଭାରତ ୧୩ ପଦକ ଜିତିଛି।

୨୦୧୯ରେ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପାଇଥିଲେ ପ୍ରମୋଦ । ସେହିପରି ୨୦୧୯ରେ ରାଜ୍ୟର ପ୍ରଥମ ପାରା କ୍ରୀଡାବିତ୍ ଭାବେ ଅର୍ଜୁନ ପୁରସ୍କାର ପାଇଥିଲେ । ବରଗଡ଼ ଅତାବିରାରେ ଜନ୍ମିତ ପ୍ରମୋଦ ୧୩ ବର୍ଷରୁ ବ୍ୟାଡମିଣ୍ଟନ ଖେଳ ଆରମ୍ଭ କରିଥିଲେ ।

ପଳାଇଲେ ଅମରୁଲ୍ଲା, ଶେଷରେ ତାଲିବାନ ହାତକୁ ଗଲା ପଞ୍ଜଶୀର ଭ୍ୟାଲି

କାବୁଲ: ତାଲିବାନ ହାତକୁ ଗଲା ଆଫଗାନିସ୍ଥାନ ପଞ୍ଜଶୀର ଭ୍ୟାଲି । ନର୍ଦନ ଆଲିଆନ୍ସ ସହ ଘମାସାନ୍ ଲଢେଇରେ ତାଲିବାନ ବିଜୟ ହାସଲ କରିଛି । ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଏବେ ତାଜିକିସ୍ତାନ ଚାଲିଯାଇଥିବା ସୂଚନା ରହିଛି । ପୂର୍ବରୁ ସମଗ୍ର ଆଫଗାନିସ୍ତାନକୁ କବଜା କରିଥିଲେ ବି ପଞ୍ଜଶୀରକୁ ପସି ପାରିନଥିଲା ତାଲିବାନ । ଶୁକ୍ରବାର କାବୁଲଠାରୁ ୧୫୦ କିମି ଦୂରରେ ଥିବା ଏହି ଅଞ୍ଚଳକୁ ପୁଣି ଅକ୍ତିଆର ପାଇଁ କରିଥିବା ଉଦ୍ୟମ ସଫଳ ହୋଇଥିବା ତାଲିବାନ ପକ୍ଷରୁ ଦାବି କରାଯାଇଛି ।

ପଞ୍ଜଶୀର ଅକ୍ତିଆର ବେଳେ ତାଲିବାନ ଏବଂ ନର୍ଦନ ଆଲିଆନ୍ସ ଭିତରେ ଆକ୍ରମଣ ପ୍ରତିଆକ୍ରମଣ ହୋଇଥିଲା । ଏଥିରେ ଅନେକ ନର୍ଦନ ଆଲିଆନ୍ସ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ସେହିପରି ତାଲିବାନର ମଧ୍ୟ ୫୦ରୁ ଅଧିକ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା  ।  ପୂର୍ବରୁ ରାଷ୍ଟ୍ରପତି ଘନି ଦେଶ ଛାଡି ଚାଲିଯାଇଥିବାବେଳେ ଏବଂ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମଧ୍ୟ ପଳାଇ ଯାଇଥିବା ନେଇ  ଏଥିସହ ପୁରା ଆଫଗାନିସ୍ତାନକୁ କବଜାକୁ ନେଇଛି ତାଲିବାନ ।

୫ ବର୍ଷ ପରେ ମିଳିଲା ନ୍ୟାୟ, ଦୁଷ୍କର୍ମ ଅଭିଯୁକ୍ତକୁ ୧୦ ଜେଲ ଦଣ୍ଡ

କନ୍ଧମାଳ: ବିଳମ୍ବରେ ହେଉ ପଛେ ମିଳିଲା ନ୍ୟାୟ । ୫ ବର୍ଷ ପରେ ଦୁଷ୍କର୍ମ ଅଭିଯୁକ୍ତକୁ ୧୦ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କାର ଜୋରିମାନା ଶୁଣାଇଛନ୍ତି କୋର୍ଟ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳର ଏକ ଦୁଷ୍କର୍ମ କେସ ବିଚାର କରିଛନ୍ତି ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟ  ।

ଫିରିଙ୍ଗିଆ ଅଞ୍ଚଳର ଅଭିଯୁକ୍ତ ଜୟ ଦିଗାଲକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ଦଶ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜରିମାନ ଅନାଦେୟ ହେଲେ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।