spot_img
Home Blog Page 5238

ବାୟୋଲୋଜିକାଲ-Eକୁ ମିଳିଲା ଅନୁମତି, ୫ବର୍ଷରୁ ଅଧିକ ପିଲାଙ୍କ କ୍ଷେତ୍ରରେ ହେବ ଟ୍ରାଏଲ

ନୂଆଦିଲ୍ଲୀ: ୫ ବର୍ଷରୁ ଅଧିକ ପିଲାଙ୍କ କ୍ଷେତ୍ରରେ କୋର୍ବେଭାକ୍ସର ଦ୍ବିତୀୟ ଓ ତୃତୀୟ ଫେଜ୍ କ୍ଲିନିକାଲ ଟ୍ରାଏଲ ଲାଗି ବାୟୋଲୋଜିକାଲ-Eକୁ ମିଳିଛି ଅନୁମତି। କେନ୍ଦ୍ର ଜୈବ ପ୍ରଯୁକ୍ତି ବିଭାଗ ଓ ରାଷ୍ଟ୍ରାୟତ୍ତ ବାୟୋ ଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାନ୍ସ କାଉନସିଲ ବା BIRACର ମିଳିତ ସହଯୋଗରେ ତିଆରି ଏହି ଭାକ୍ସିନ କୋର୍ବେଭାକ୍ସ ଖୁବ୍ ଶୀଘ୍ର ପିଲାଙ୍କ ଲାଗି ଉପଲବ୍ଧ ହେବା ଆଶା ଉଜ୍ଜ୍ବଳ ହୋଇଛି ।

ସୂଚନା ଅନୁଯାୟୀ, ଫେଜ 1 ଓ ଫେଜ 2ର କ୍ଲିନିକାଲ ଟ୍ରାଏଲର ସମୀକ୍ଷା ବିଷୟଗତ ବିଶେଷଜ୍ଞ କମିଟି ବା ଏସଇସି କରିବା ପରେ ଏହି ଟିକାର ଟ୍ରାଏଲ ଲାଗି ଅନୁମତି ଦେଇଛନ୍ତି ଡିସିଜିଆ। ପୂର୍ବରୁ ଗତ ୧ ତାରିଖରେ ପିଲାଙ୍କ କ୍ଷେତ୍ରରେ କୋର୍ବେଭାକ୍ସର ନିରାପତ୍ତା, ସହଣୀୟତା, ପ୍ରତିରୋଧକ ଶକ୍ତି ବୃଦ୍ଧି ଆଦି ସମ୍ପର୍କରେ ଗବେଷଣା ଲାଗି ଫେଜ 2 ଓ ଫେଜ 3 ଗବେଷଣା ସକାଶେ ବାୟୋଲୋଜିକାଲ-ଇକୁ ଅନୁମତି ମିଳିଥିଲା।

ତେବେ ବର୍ତ୍ତମାନ ସୁଦ୍ଧା ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ଲାଗି ଜାଇଡସ କାଡିଲାର ଜାଇକୋଭ-Dର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ମିଳିଛି ।

କାବୁଲ ରାସ୍ତାକୁ ଓହ୍ଲାଇଲେ ମହିଳା, କହିଲେ ଆମେ ୨୦ ବର୍ଷ ତଳର ନାରୀ ନୁହେଁ

କାବୁଲ: ଆଫଗାନିସ୍ତାନରେ ସତ୍ତା ସମ୍ଭାଳୁଛି ତାଲିବାନ। ଆଉ ତାଲିବାନୀ ଶାସନ ଆରମ୍ଭ ସହ ସରିୟତ ଆଇନ ମୁତାବକ ମହିଳାଙ୍କ ଅଧିକାର ନିର୍ଦ୍ଧାରିତ କରାଯାଇଛି । ହେଲେ ଏହା ବିରୋଧରେ କାବୁଲରେ ବୁର୍ଖା ପିନ୍ଧା ମହିଳା ମାନେ ମୋର୍ଚ୍ଚା ଆରମ୍ଭ କରିବା ସହିତ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଆଉ ସମାନ ଅଧିକାର ପାଇଁ ଦାବି ମଧ୍ୟ କରିଛନ୍ତି ।

ଏହି ମହିଳାମାନେ କାବୁଲର ଫେବର ଓ ଏକ୍ୱାୟରରେ ବିରୋଧ ପ୍ରଦର୍ଶନ କରିବା ସହ ନାରାବାଜି ମଧ୍ୟ କରିଛନ୍ତି । ଆଉ କହିଛନ୍ତି, ‘‘ଆମେ ୨୦ ବର୍ଷ ତଳର ସେ ମହିଳା ନୁହେଁ, ଆମକୁ ସମାନତା, ନ୍ୟାୟ ଓ ଲୋକତନ୍ତ୍ର ଦରକାର’’। ତାଲିବାନର ଶାସନରେ ନିଜକୁ ସୁରକ୍ଷିତ ମଣୁନଥିବା ମହିଳା ମାନେ ଦାବି କରିଛନ୍ତି ଯେ ସେମାନଙ୍କୁ ପୂର୍ବପରି କାମ କରିବାର ଅଧିକାର ଦିଆଯାଉ।

କିନ୍ତୁ ସାରିଆ ଆଇନକୁ ଦେଖିଲେ ତାଲିବାନ ମହିଳାଙ୍କ ଅଧିକାର ସପକ୍ଷରେ ନଥିବା ଜଣାପଡେ । ନିଜ ଅଧିକାର ପାଇଁ ପ୍ରତିବାଦ କରୁଥିବା ଶହଶହ ମହିଳା ମାନେ ଦାବି କରିଛନ୍ତି ଯେ ତାଙ୍କୁ ପୂର୍ବ ଭଳି ସବୁ ଅଧିକାର ମିଳୁ । ଯେମିତି ତାଲିବାନ ଆସିବା ପୂର୍ବରୁ ମିଳୁଥିଲା । ସେମାନେ ଆହୁରି କହିଛନ୍ତି, ଆମେ ବୁର୍ଖା ପିନ୍ଧିବାକୁ ପ୍ରସ୍ତୁତ ଅଛୁ । ଯଦି ଆମ ପିଲାମାନଙ୍କୁ ତାଲିବାନୀ ଶାସନରେ ସ୍କୁଲ୍ ଯିବାକୁ ଅନୁମତି ମିଳେ ।

ପିପିଲି ଉପ-ନିର୍ବାଚନ ନେଇ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ

ପିପିଲି: ପିପିଲି ଉପ-ନିର୍ବାଚନ ନେଇ ତାରିଖ ଘୋଷଣା କଲେ ଭାରତୀୟ ନିର୍ବାଚନ ଆୟୋଗ । ସେପ୍ଟେମ୍ଟର ୩୦ରେ ଅନୁଷ୍ଠିତ ହେବ ପିପିଲି ଉପ-ନିର୍ବାଚନ । ଏଥିସହିତ ପଶ୍ଚିମବଙ୍ଗ  ଭବାନୀପୁର ନିର୍ବାଚନ ମଣ୍ଡଳୀ, ସମଶେର ଜଙ୍ଗ ଏବଂ ଯାଜ୍ଞିପୁର ବିଧାନସଭା ଆସନ ପାଇଁ ମଧ୍ୟ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ୩ ଅକ୍ଟୋବରରେ ଭୋଟ ଗଣତି ହେବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ନିର୍ବାଚନ ନେଇ ଗାଇଡଲାଇନ ଜାରି କରାଯାଇଛି । କୋଭିଡ କଟକଣାରେ ହେବ ପିପିଲି ଉପ ନିର୍ବାଚନ ପ୍ରଚାର । ପ୍ରଚାର ବେଳେ ପ୍ରାର୍ଥୀ କରିପାରିବେନି ରୋଡ-ଶୋ’ । ସର୍ବାଧିକ ୫୦ ଜଣଙ୍କୁ ନେଇ ପଥପ୍ରାନ୍ତ ସଭା ହୋଇପାରିବ । ଇନ୍‌ଡୋର ସଭାରେ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମତି । ଘରକୁ ଘର ପ୍ରଚାରରେ ସାମିଲ ହେବେ ସର୍ବାଧିକ ୫ଜଣ । ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ପାଇଁ ଡବଲ ଡୋଜ୍ ବାଧ୍ୟତାମୂଳକ । ମତଦାନର ୭୨ ଘଣ୍ଟା ପୂର୍ବରୁ ବନ୍ଦ ହେବ ନିର୍ବାଚନ ପ୍ରଚାର ।

ସୂଚନା ଯୋଗ୍ୟ ଯେ, ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଉପ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ଏବଂ ଏନେଇ ରାଜ୍ୟର ପ୍ରମୁଖ ଦଳ ସମେତ ଅନ୍ୟମାନେ ନିର୍ବାଚନ ନେଇ ପ୍ରାର୍ଥୀ ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟବସତଃ କଂଗ୍ରେସ ପ୍ରାର୍ଥୀ ପ୍ରଚାର ସମୟରେ କରୋନା ସଂକ୍ରମିତ ହୋଇଥିଲେ । ଏବଂ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଥିଲା । ଏଣୁ ସେହି ସମୟରେ ଉପ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ତେବେ ଆଜି ପୁଣି ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉପ ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ: ୧୭ରେ ହେବନି ମତଦାନ

ପୂଜକର ଅପକର୍ମ: ରିଷ୍ଟ ଖଣ୍ଡନ ପାଇଁ ପୂଜା କରିବାକୁ ଡାକି କଲେ ଏଭଳି କାଣ୍ଡ

ବରଗଡ଼: ମହିଳା ଶ୍ରଦ୍ଧାଳୁଙ୍କୁ ପୂଜକଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ଥାନାରେ ଏତଲା ପରେ  ପୂଜକ ଗିରଫ । ଏପରି ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲା ପାଇକମାଳ ଅଞ୍ଚଳରେ । ସୂଚନା ଅନୁସାରେ ଜଣେ ମହିଳା ସହରରେ ଥିବା ଦୁର୍ଗା ମନ୍ଦିରକୁ ପୂଜାର୍ଚ୍ଚନା କରିବା ପାଇଁ ଆସିଥିଲେ । ପୂଜକ ଦିଗାମ୍ବର ଦେବତା ଭବିଷ୍ୟବାଣୀ କରି ବିଧବା ଯୋଗ ଅଛି ବୋଲି କହିଥିଲେ । ମହିଳା ଜଣଙ୍କ ରିଷ୍ଟ ଖଣ୍ଡନ ପାଇଁ ପୂଜକଙ୍କୁ ଉପାୟ ପଚାରିଥିଲେ । ପୂଜକ ଜଣକ ରାତିରେ ପୂଜା ପାଠ କରି ଡେଉଁରିଆ ପିନ୍ଧିବାକୁ ପଡିବ ବୋଲି ଉପାୟ ଦେଇଥିଲେ । ପୂଜକଙ୍କ କଥା ଅନୁସାରେ ମହିଳା ଜଣଙ୍କ ରାତିରେ ମନ୍ଦିରକୁ ଆସି ପୂଜାପାଠ କରି ଡେଉଁରିଆ ପାଇଁ ପୂଜକଙ୍କୁ ୧୬ହଜାର ଟଙ୍କା ମଧ୍ୟ ଦେଇଥିଲେ । ଏହାର ସୁଯୋଗ ନେଇ ପୂଜକ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ବୋଲି ଥାନାରେ ଲିଖିତ ଏତଲା ଦେଇଛନ୍ତି ମହିଳା । ଏତଲାକୁ ଭିତ୍ତିକରି ପାଇକମାଲ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ପୂଜକକୁ ଗିରଫ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ଦୀର୍ଘ ୩ ମାସର ଇକମୋ ଚିକିତ୍ସା ପରେ ଆଖି ବୁଜିଲେ ଅଭିଷେକ

ଚୋରି ସୁନା ବନ୍ଧକ ରଖି ବନ୍ଧା ହେଲେ ମ୍ୟାନେଜର

ଭୁବନେଶ୍ୱର: ଚୋରି ସୁନା ବନ୍ଧକ ରଖି ମ୍ୟାନେଜର ଗିରଫ । ଘରୋଇ ଗୋଲ୍‌ଡ ଲୋନ ସଂସ୍ଥାର ମ୍ୟାନେଜର ଆଶିଷ କୁମାର ଗୟଙ୍କୁ ଗିରଫ କଲା ଖାରବେଳ ନଗର ଥାନା ପୋଲିସ । ୨ ଲୁଟେରା ଗିରଫ ହୋଇଥିବା ବେଳେ ଚୋରି ସୁନା ଜବତ ହୋଇଛି । ଲୋଏର ପିଏମଜିରେ ଜଣେ ମହିଳାଙ୍କ ଭ୍ୟାନିଟ ବ୍ୟାଗ ଝାମ୍ପି ନେଇଥିଲେ ଦୁର୍ବୃତ୍ତ । ଲୁଟ ସୁନା ସମ୍ପୃକ୍ତ ସଂସ୍ଥାକୁ ବିକ୍ରି କରିଥିଲେ । ବିନା ଯାଞ୍ଚରେ ସୁନା ବନ୍ଧକ ରଖିଥିଲା ସଂସ୍ଥା । ଏହାକୁ ଭିତ୍ତି କରି ମ୍ୟାନେଜର ଆଶିଷ ଗୟଙ୍କୁ ପୋଲିସ ଗିରଫ କରିଛି ।

ଏଥିସହିତ ପଢ଼ନ୍ତୁ: ବ୍ରାଉନସୁଗାର କାରବାରରେ ବି-ଟେକ୍ ଛାତ୍ର

ତାଲିବାନକୁ ସମର୍ଥନ କରୁଥିବା ପାକିସ୍ତାନ ଉପରେ ନଜର ରଖିବୁ: ବୈଦେଶିକ ସଚିବ

ୱାଶିଂଟନ୍: ଆଫଗାନିସ୍ତାନ ପ୍ରସଙ୍ଗ ଉପରେ ଆମେରିକା ଓ ଭାରତ ନଜର ରଖିଛନ୍ତି। ୱାଶିଂଟନରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ ଏଭଳି କହିଛନ୍ତି ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଗଳା। ଏଥିସହ କହିଛନ୍ତି, ତାଲିବାନକୁ ସମର୍ଥନ କରିଛି ଆଫଗାନିସ୍ତାନର ପଡୋଶୀ ପାକିସ୍ତାନ । ଏମିତି ଅନେକ କଥା ରହିଛି ଯେଉଁଥିରେ ପାକିସ୍ତାନ ତାଲିବାନକୁ ସାହାର୍ଯ୍ୟ କରିଛି । ଯାହାକୁ ଦୃଷ୍ଟିରେ ପାକିସ୍ତାନର ଭୂମିକା ଉପରେ ନଜର ରଖିବାକୁ ପଡିବ ।

ସେହିପରି ଆଫଗାନିସ୍ତାନରେ ସରକାର ଗଠନ ପୂର୍ବରୁ କାଶ୍ମୀର ପ୍ରସଙ୍ଗରେ କହୁଥିବା ତାଲିବାନକୁ କଡା ଜବାବ ଦେଇଛି ଭାରତ। କେନ୍ଦ୍ର ମନ୍ତ୍ରୀ ମୁଖତାର ଅବ୍ବାସ ନକଭି ଶୁକ୍ରବାର ଦିନ କହିଛନ୍ତି ଯେ ଭାରତ ସମ୍ବିଧାନର ପାଳନ କରୁଛି । ଏଠି ମସଜିଦରେ ପ୍ରାର୍ଥନା କରୁଥିବା ଲୋକଙ୍କ ଉପରେ ଗୁଳିମାଡ କିମ୍ବା ବୋମା ମାଡ କରାଯାଏ ନାହିଁ । ଆଉ ଏଠି ଝିଅ ମାନଙ୍କ ପାଠପଢା ଉପରେ ମଧ୍ୟ ଅଙ୍କୁଶ ଲଗାଯାଏ ନାହିଁ ।

ନିକଟରେ ତାଲିବାନ କହିଥିଲା, ସାରା ଦୁନିଆର ମୁସଲମାନଙ୍କ ପାଇଁ ଆବାଜ୍ ଉଠାଇବା ତାଲିବାନର ହକ୍ । ଯାହା ଉପରେ ନକଭି କହିଥିଲେ ଭାରତରେ ରହୁଥିବା ମୁସଲମାନଙ୍କ କଥା ସେମାନଙ୍କର ଚିନ୍ତା କରିବା ଦରକାର ନାହିଁ ।

କେବଳ ଏତିକି ନୁହେଁ ଆଫଗାନିସ୍ତାନର ପୂର୍ବତନ ସରକାର ଓ ଆମେରିକାର ହତିଆର ଉପରେ କବଜା କରିବା ପରେ ତାଲିବାନ ଏବେ ସେମାନଙ୍କ ସିକ୍ରେଟ୍ ଜାଣିବାକୁ ଚାହୁଁଛି । ଯେଉଁଥିପାଇଁ ସେମାନେ ଆଫଗାନିସ୍ତାନର ଅସରଫ୍ ଗନି ସରକାରର ଇ-ମେଲ୍ ଆସେସ୍ କରିବାକୁ ଚେଷ୍ଟା କରୁଛି ।

ଯାହାକୁ ଦୃଷ୍ଟିରେ ରଖି ଗୁଗୁଲ୍ ମଧ୍ୟ ଆଫଗାନିସ୍ତାନ ସରକାରର ଅନେକ ଇ-ମେଲ୍ ଆକାଉଣ୍ଟକୁ ଅସ୍ଥାୟୀ ଭାବେ  ବ୍ଲକ୍ କରିଦେଇଥିବା ସୁତ୍ରରୁ ପ୍ରକାଶ।

ବ୍ରାଉନସୁଗାର କାରବାରରେ ବି-ଟେକ୍ ଛାତ୍ର: ୧କେଜି ୩୪ ଗ୍ରାମ ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ବ୍ରାଉନସୁଗାର କାରବାରରେ ମାତିଛନ୍ତି ବି-ଟେକ୍ ଛାତ୍ର । ଖୋର୍ଦ୍ଧା କୁମାରବସ୍ତରୁ ୧କେଜି ୩୪ଗ୍ରାମ ବ୍ରାଉନସୁଗାର ଜବତ । ମାମଲାରେ ବି.ଟେକ ଛାତ୍ର ମନୋରଞ୍ଜନ ଦାସ ଗିରଫ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧କୋଟି ଟଙ୍କାରୁ ଅଧିକ । କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ବର୍ତ୍ତମାନ ସୁଦ୍ଧା ୩୯କେଜି ବ୍ରାଉନସୁଗାର ଜବତ କରିଛି । ଏଯାଏ ୮୬କୁଇଣ୍ଟାଲ ୮୧କେଜି ଗଞ୍ଜେଇ ଜବତ । ୧୦୦ରୁ ଅଧିକ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ।

ଏଥିସହିତ ପଢ଼ନ୍ତୁ: ଅନୁଗୁଳ ଏଫ୍‌ସିଆଇ ଚର୍ଚ୍ଚ ନିକଟରୁ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ହାଇକୋର୍ଟର ବିଚାରପତି ପଦ ପାଇଁ ୬୮ ଜଣଙ୍କ ନାଁ ସୁପାରିସ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ହାଇକୋର୍ଟରେ ଖାଲି ପଡିଥିବା ବିଚାରପତି ପଦ ପୂରଣ ହେବ । ଯାହାକୁ ଦୃଷ୍ଟିରେ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି. ରମଣାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ କଲେଜିୟମ ଏକାଥରକେ ୬୮ ଜଣଙ୍କ ନାଁ ସୁପାରିସ କରିଛନ୍ତି। ସେମାନଙ୍କ ମଧ୍ୟରେ ୧୦ ଜଣ ମହିଳା ଅଛନ୍ତି।

ସୂଚନା ଅନୁଯାୟୀ, ଆଗରୁ କେବେ ଏତେ ସଂଖ୍ୟକ ବ୍ୟକ୍ତିଙ୍କ ନାମ ବିଚାରପତି ଲାଗି ସୁପାରିସ ହୋଇ ନଥିଲା। ପୂର୍ବରୁ ଏହି କଲେଜିୟମ ୧୧୨ ଜଣ ସମ୍ଭାବ୍ୟ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରିବା ପରେ ଚୂଡାନ୍ତ ଭାବେ ୬୮ ଜଣଙ୍କ ନାମ ସୁପାରିସ କରିଛି। ନ୍ୟାୟ ବିଭାଗର ତଥ୍ୟ ଅନୁସାରେ, ବର୍ତ୍ତମାନ ଦେଶର ୨୫ଟି ହାଇକୋର୍ଟର ୪୬୫ଟି ବିଚାରପତି ପଦବୀ ଖାଲି ରହିଛି।

ସେଥିରୁ ୨୮୧ଟି ସ୍ଥାୟୀ ବିଚାରପତି ଓ ୧୮୪ଟି ଅତିରିକ୍ତ ବିଚାରପତି ପଦବୀ ରହିଛି। ଦେଶରେ ମଞ୍ଜୁରୀ ପ୍ରାପ୍ତ ବିଚାରପତି ପଦବୀ ସଂଖ୍ୟା ୧୦୯୮ ରହିଛି। ମାତ୍ର ପଦବୀ ଖାଲି ରହିଥିବାରୁ ବିଚାର ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଛି। ଆହ୍ଲାବାଦ ହାଇକୋର୍ଟରେ ୬୮, ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ୪୦ ଓ କଲିକତା ହାଇକୋର୍ଟରେ ୩୬ ବିଚାରପତି ପଦବୀ ଖାଲି ରହିଛି ।

ତେବେ ଏହି କଲେଜିୟମରେ ସିଜେଆଇଙ୍କ ସମେତ ଜଷ୍ଟିସ ୟୁ ୟୁ ଲଳିତ, ଜଷ୍ଟିସ ଏ.ଏମ. ଖାଓ୍ବଲିକର ସଦସ୍ୟ ରହିଛନ୍ତି । ଏହି ତାଲିକାରୁ ୪୪ଜଣ ରହିଛନ୍ତି ବିଭିନ୍ନ ବାରର ସଦସ୍ୟ। ସେପଟେ ଅନ୍ୟମାନେ ହେଉଛନ୍ତି ବିଭିନ୍ନ ବିଚାର ବିଭାଗୀୟ ଅଫିସର।

ଅନୁଗୁଳ ଏଫ୍‌ସିଆଇ ଚର୍ଚ୍ଚ ନିକଟରୁ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ଅନୁଗୁଳ: ଅନୁଗୁଳରେ ଆଉ ଏକ ହତ୍ୟା କାଣ୍ଡ । ବିକ୍ରମପୁର ଥାନା ଏଫ୍‌ସିଆଇ ଚର୍ଚ୍ଚ ନିକଟରେ ହତ୍ୟାକାଣ୍ଡ ଘଟିଛି । ଲୁହା ଛଡ଼ରେ ମାଡ଼ ମାରି ନାଲକୋର ଜଣେ ଠିକା କର୍ମଚାରୀଙ୍କୁ ହତ୍ୟା କରି ଦୁର୍ବୃତ୍ତ ଫେରାର ହୋଇଯାଇଛି । ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲାର ଜିତେନ୍ଦ୍ର ସାଥୁଆ ନାମକ ଜଣେ ବ୍ୟକ୍ତି ନାଲକୋରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ । ତାଳଚେର ,ବାଘମରା ଅଞ୍ଚଳରେ ରୁହନ୍ତି । ସବୁଦିନ ଭଳି ଗତକାଲି ମଧ୍ୟ ସେ ଡ୍ୟୁଟି ଯାଇଥିଲେ । ତେବେ ଆଜି ସକାଳୁ ଏଫ୍‌ସିଆଇ ଚର୍ଚ୍ଚ ନିକଟରେ ରକ୍ତାକ୍ତ ଅବସ୍ଥାରେ ମୃତଦେହ ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିବାର ଲୋକଙ୍କୁ ଖବର ଦେଇଥିଲା । ଜିତେନ୍ଦ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ପାଖରେ ତାଙ୍କ ମୋଟରସାଇକେଲ ଓ ପକେଟ ବଦଳରେ ଅଣ୍ଟାରେ ପର୍ସ ଏବଂ ମୃତଦେହ ଉପରେ ଗାଡିର ଚାବି ପଡିଛି । ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ଅନ୍ୟ କେଉଁଠି ହତ୍ୟା କରିବା ପରେ ଏଠାରେ ଆଣି ଫୋପାଡ଼ି ଦିଆ ଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରୁଛି ।

ଏଥିସହିତ ପଢ଼ନ୍ତୁ: ଦୀର୍ଘ ୩ ମାସର ଇକମୋ ଚିକିତ୍ସା ପରେ ଆଖି ବୁଜିଲେ ଅଭିଷେକ

ରାଜ୍ୟରେ ଆଉ ୬୮୧ କରୋନା ସଂକ୍ରମିତ ଚିହ୍ନଟ, ୫ ମୃତ

ଭୁବନେଶ୍ୱର: ରାଜ୍ୟରେ ଆଉ ନୂଆ ୬୮୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୧୮ ବର୍ଷ ମଧ୍ୟରେ ୧୧୮ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୩୯୮ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ଲୋକାଲ କେସ୍ ୨୮୩ ରହିଛି।

Corona Lambda Variant Is More Dangerous Than Delta Malaysia Warns

ରାଜ୍ୟର ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି ୮୩୫ ଜଣ। ମୋଟ୍ ୬୮୧ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୨୨, କଟକରୁ ୧୦୧, ଷ୍ଟେଟପୁଲରୁ ୪୮, ବାଲେଶ୍ବରରୁ ୩୪, ଯାଜପୁରରୁ ୩୩, ମୟୂରଭଞ୍ଜରୁ ୨୭, ପୁରୀରୁ ୨୬, ସୁନ୍ଦରଗଡ଼ରୁ ୨୦, ଢେଙ୍କାନାଳ, ଜଗତସିଂହପୁରରୁ ୧୯ଜଣ ଲେଖାଏଁ, ଅନୁଗୁଳରୁ ୧୮ ଚିହ୍ନଟ ହୋଇଛନ୍ତି ।

ସେହିପରି ବରଗଡ଼ରୁ ୧୪, ଗଞ୍ଜାମରୁ ୧୩, କେନ୍ଦୁଝର, ନୟାଗଡ଼, ଓ ସମ୍ବଲପୁରରୁ ୧୦ଜଣ ଲେଖାଏଁ, ଭଦ୍ରକ, ଦେବଗଡ଼, କେନ୍ଦ୍ରାପଡାରୁ ୯ଜଣ ଲେଖାଏଁ, ସୋନପୁରରୁ ୬, ଝାରସୁଗୁଡା, ରାୟଗଡ଼ାରୁ ୫ଜଣ ଲେଖାଏଁ, କଳାହାଣ୍ଡିରୁ ରୁ, ବୌଦ୍ଧ, କୋରାପୁଟ, ମାଲକାନଗିରିରୁ ୩ଜଣ ଲେଖାଏଁ, ନବରଙ୍ଗପୁରରୁ ଜଣେ ସଂକ୍ରମିତ ଚିହ୍ନଟ  ହୋଇଛନ୍ତି।