spot_img
Home Blog Page 5242

ରଜାଘର ଝିଅ ସାଙ୍ଗେ ହୋଇଗଲା ଭାବ, ଏହା ପରେ ପ୍ରେମ ପାଇଁ ଘର ଛାଡ଼ିଲେ ଜାପାନୀ ରାଜକୁମାରୀ

ନୂଆଦିଲ୍ଲୀ: ପ୍ରେମ ମାନେନି ବନ୍ଧବାଡ଼। ପ୍ରେମ ମାନେନି ଜାତି ଧର୍ମ କି ଧନୀ ଗରିବ। ପ୍ରେମ ହେଉଛି ପରିବ୍ୟାପ୍ତ ଭାବନାର ସୀମାହିନ ଦରିଆ। ଏହାକୁ ପାଇବାକୁ ହେଲେ ତ୍ୟାଗ ଏବଂ ନିଷ୍ଠାର ନିହାତି ଆବଶ୍ୟକ। କାରଣ ବିନା ତ୍ୟାଗରେ ପ୍ରେମର ପୂର୍ଣ୍ଣତା ଅସମ୍ଭବ ଆଉ ନିଷ୍ଠା ନଥିଲେ ପ୍ରେମରେ ହାରିବାଟା ନିଶ୍ଚିତ।

ରଜା ଝିଅ ସାଙ୍ଗେ ହୋଇଗଲା ଭାବ। ଏମିତି ଅନେକ ଗୀତ ଏବଂ ଫିଲ୍ମ ଆପଣମାନେ ନିଶ୍ଚିତ ଦେଖିଥିବେ। ରିଲ୍‌ ଲାଇଫକୁ ରିୟଲ ଲାଇଫରେ ଭାବି ସେହି କାହାଣୀରେ ମନର ନାୟିକା ସହ ନିଜକୁ ହିରୋ କରି ଉପସ୍ଥାନା କରିଥିବେ। ହେଲେ ଏମିତି କାହାଣୀରେ ସତ ଲାଗୁଥିବା ଏକ ପ୍ରେମ କାହାଣୀକୁ ସଫଳ କରି ଦେଖାଇଛନ୍ତି ଦୁଇ ପ୍ରେମୀ ଯୁଗଳ। ଏମିତି ଏକ ପ୍ରମ କାହାଣୀ ଯାହାର ରାସ୍ତାରେ ଆସିଥିଲା ଅନେକ ବାଧା ବିଘ୍ନ ଝଡ଼ ତୋଫାନ। ହେଲେ ସବୁ ଘାତ ପ୍ରତିଘାତକୁ ସାମର୍ଥ୍ୟ କରି ପ୍ରେମର ଇତିହାସରେ ଲେଖିଛନ୍ତି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ।

ଏମିତି ଏକ ସତ ପ୍ରେମ କାହାଣୀ ଲେଖିଛନ୍ତି ଜାପାନର ଆକିସିନୋର ରାଜକୁମାରୀ ମାକୋ ଏବଂ ଜଣେ ସାଧାରଣ ଯୁବକ କୋମୁରୋ। ରାଜକୁମାରୀ ମାକୋ ରାଜପରିବାରର ବାହାରେ ଜଣେ ସାଧାରଣ ଯୁବକ କେଇ କୋମୁରୋଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ମାକୋଙ୍କ ପାଇଁ ଆସିଛି ଅନେକ ରାଜ ପରିବାରରୁ ବିବାହ ପ୍ରସ୍ତାବ ହେଲେ ସେ ତାଙ୍କ ପ୍ରେମ କାମୁରୋ ପାଇଁ ଗୋଟିଏ ପରେ ଗୋଟିଏ ବିବାହ ପ୍ରସ୍ତାବକୁ ଭାଙ୍ଗିଚାଲିଥିଲେ। ମାକୋ ତାଙ୍କ ପ୍ରେମ କାମୁରୋଙ୍କ ପାଇଁ ୭ ଥର ବିବାହ ପ୍ରସ୍ତାବକୁ ଭାଙ୍ଗିଛନ୍ତି। ଖାଲି ସେତିକି ନୁହେଁ ମାକୋ ଜଣେ ସାଧାରଣ ଯୁବକଙ୍କୁ ବିବାହ କରୁଛନ୍ତି ବୋଲି ସାହି ପରିବାର ତରଫରୁ ମାକୋଙ୍କୁ ୯.୧୦ କୋଟି ଟଙ୍କାର କ୍ଷତିପୁରଣ ମିଳିଥାନ୍ତା ଯାହାକୁ ମାକୋ ନେବା ପାଇଁ ମଧ୍ୟ ମନା କରିଦେଇଛନ୍ତି।

ରାଜକୁମାରୀ ମାକୋ ଜାପାନର ରାଜା ନାରୁହିତୋଙ୍କ ଭାଇ ପ୍ରିନ୍ସ ଆକିଶିନୋଙ୍କ ଝିଅ। ମାକୋ କହିଛନ୍ତି ହୃଦୟର ସମ୍ମାନ ଏବଂ ଜୀବନ ବଞ୍ଚିବାର ଏକ ରାସ୍ତା ହେଉଛି ବିବାହ। ଯାହା ଆମେ ବହୁତ ଶୀଘ୍ର କରିବାକୁ ଯାଉଛୁ। ଆମେ ଦୁହେଁ ଦୁହିଁଙ୍କଠାରୁ କେବେ ଅଲଗା ହୋଇପାରିବୁ ନାହିଁ ବୋଲି ମାକୋ କହିଛନ୍ତି।

୨୦୧୩ରେ ମାକୋଙ୍କ ପ୍ରେମିକ କେଇ କୋମୁରୋ ଅନେକ ଦିନର ପ୍ରେମ ପରେ ତାଙ୍କୁ ଏକ ଡିନର ପାର୍ଟିରେ ପ୍ରୋପୋସ କରିଥିଲେ। ମୋକୁରୋଙ୍କ ବିବାହ ପ୍ରସ୍ତାବ ପରେ ମାକୋ ପଢ଼ିବା ପାଇଁ ବ୍ରିଟେନ୍‌ ଚାଲିଯାଇଥିଲେ। ପଢ଼ିବାକୁ ମାକୋ ସିନା ବ୍ରିଟେନ୍‌ ଗଲେ ହେଲା ତାଙ୍କର ମନ ଥିଲା କୋମୁରୋଙ୍କ ପାଖରେ। ଏହାପରେ ମାକୋ ୨୦୧୭ରେ ପ୍ରକାଶ କରିଥିଲେ କି ସେ କୋମୁରୋଙ୍କୁ ୨୦୧୮ରେ ବିବାହ କରିବାକୁ ଯାଉଛନ୍ତି। କିଛି କିଛି କରଣୁ ବିବାହ ହୋଇପାରି ନଥିଲା ଯାହା ଏବେ ହେବାକୁ ଯାଉଛି। ମାକୋ ଏବଂ କାମୁରୋ ବିବାହ ପରେ ଆମେରିକାରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜକୁମାରୀ ମାକୋଙ୍କ ପ୍ରେମିକା କୋମୁରୋ ଆମେରିକାରେ ଆଇନ ଅଧ୍ୟୟନ କରୁଛନ୍ତି।

ଅଲମ୍ପିକ ବେଳେ ହତୋତ୍ସାହିତ କଲା ଭଳି ଖବର ପ୍ରସାରଣ, ୱେବ ପୋର୍ଟାଲ ଏଡିଟର ଅଟକ

ଭୁବନେଶ୍ୱର: ୱେବ ପୋର୍ଟାଲ ବିରୋଧରେ ଆକ୍ସନ୍ । ଧାବିକା ଦୂତି ଚାନ୍ଦଙ୍କ ଅଭିଯୋଗ ପରେ ଜଣେ ୱେବ ପୋର୍ଟାଲ ଏଡିଟରଙ୍କୁ ଭୁବନେଶ୍ୱର ମହିଳା ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି । ଏଡିଟର ସୁଧାଂଶୁ ରାଉତଙ୍କ ସହ ସମ୍ପୃକ୍ତ ୱେବ୍ ପୋର୍ଟାଲର ଜଣେ ସାମ୍ବାଦିକଙ୍କୁ ମଧ୍ୟ ଅଟକ ରଖାଯାଇଛି । ଦୂତି ଚାନ୍ଦ ଟୋକିଓରେ ଅଲମ୍ପିକ ଖେଳୁଥିବା ସମ୍ପୃକ୍ତ ୱେବ ପୋର୍ଟାଲ ହତୋତ୍ସାହିତ କଲା ଭଳି ଖବର ପ୍ରସାରଣ କରିଥିଲା ।

Web Portal Editor Arrested On Dutee Chand's Allegations

ଦୂତୀ ଯେତେବେଳେ ଟୋକିଓରେ ଅଲମ୍ପିକ୍ସ ପାଇଁ ଥିଲେ, ସେତେବେଳେ ସୁଧାଂଶୁ ତାଙ୍କୁ ହତୋତ୍ସାହିତ କରିଥିବା ସେ ଅଭିଯୋଗ କରିଥିଲେ । ମିଥ୍ୟା ଏବଂ ବିଭ୍ରାନ୍ତିକର ଖବର ତାଙ୍କ ନାମରେ ପ୍ରସାରଣ କରାଯାଇଥିବା ଦୂତୀ ଅଭିଯୋଗ କରିଥିଲେ । ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଥିଲେ ଦୂତି । ଅଲମ୍ପିକ୍ସ ପରି ଅନ୍ତର୍ଜାତୀୟ ଇଭେଣ୍ଟ ଚାଲିଥିବା ବେଳେ ଜଣେ କ୍ରୀଡ଼ାବିତଙ୍କୁ ବାରମ୍ବାର ମାନସିକ ଚାପ ପକା ଯାଇଥିବା ଦୂତି କହିଥିଲେ ।

Web Portal Editor Arrested On Dutee Chand's Allegations

ତେଣୁ ତାଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ ବୋଲି ଦୂତୀଙ୍କ କୋଚ କହିଛନ୍ତି । ଅନ୍ୟ ପକ୍ଷରେ ମିଥ୍ୟା ଏବଂ ବିଭ୍ରାନ୍ତିଙ୍କର ଖବର ପ୍ରସାରଣ କରି ଦୂତିଙ୍କକୁ ବଦନାମ କରିଥିବା ଲୋକଙ୍କ ବିରୋଧରେ ୫କୋଟିର ମାନହାନୀ ମକଦମା ଦାଏର କରାଯାଇଛି । ଏତଲାରେ ୱେବ ପୋର୍ଟାଲ ସମ୍ପାଦକ ସୁଧାଂଶୁ ଶେଖର ରାଉତ, ରିପୋର୍ଟର ସ୍ମୃତି ରଞ୍ଜନ ବେହେରା ଓ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ନାଁରେ ରହିଛି ।

ଖାରବେଳ ହଷ୍ଟେଲ ଅନିର୍ଦ୍ଦିଷ୍ଟ ସମୟ ଯାଏଁ ବନ୍ଦ

ଭୁବନେଶ୍ୱର: ବିଜେବି କଲେଜରେ ଦୁଇ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣା । ଖାରବେଳ ହଷ୍ଟେଲକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ କଲା ପୋଲିସ । ଆଗକୁ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ୨ ହଷ୍ଟେଲ ସୁପରିଟେଣ୍ଡେଣ୍ଟ, ଏସିପି ଓ ବଡ଼ଗଡ଼ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଆଜି ବୈଠକ ବସିବ ।

Police Closed BJB College Kharabel Hostel

ଗତକାଲି ଦୁଇ ଛାତ୍ରାବାସର ପିଲାଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । କେତେକ ଛାତ୍ରଙ୍କୁ ବଡ଼ଗଡ଼ ଥାନାରେ ଅଟକ ରଖାଯାଇଥିଲା । ରାତିରେ ଆପୋସ ବୁଝାମଣା ପରେ ଛାତ୍ରଙ୍କୁ ଛାଡ଼ିଥିଲା ପୋଲିସ । କମେଣ୍ଟ ମରାକୁ କେନ୍ଦ୍ର କରି ଗତକାଲି ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ କିଛି ଛାତ୍ର ଆହତ ହୋଇଥିଲେ ।

ଶ୍ରୀମନ୍ଦିରରେ ସବୁ ଦିନ ସର୍ବସାଧାରଣ ଦର୍ଶନ ନେଇ ୮ ତାରିଖରେ ନିଷ୍ପତ୍ତି

ପୁରୀ: କରୋନା କଟକଣା ମଧ୍ୟରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏବେ ମାତ୍ର ୫ ଦିନ ସର୍ବସାଧାରଣ ଦର୍ଶନ ମିଳୁଥିବା ବେଳେ ଶନିବାର ଓ ରବିବାର ଦର୍ଶନ ବନ୍ଦ ରହୁଛି । ସବୁ ଦିନ ସର୍ବସାଧାରଣ ଦର୍ଶନ ନିମନ୍ତେ ଆସନ୍ତା ୮ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ନୀଳାଦ୍ରି ଭକ୍ତ ନିବାସରେ ବସିବାକୁ ଥିବା ଏହି ବୈଠକରେ ପୂର୍ବରୁ ନିର୍ଦ୍ଧାରିତ ଏସଓପି ନେଇ ଆଲୋଚନା କରାଯିବ । ଶ୍ରୀମନ୍ଦିର ମଧ୍ୟରେ ମହାପ୍ରସାଦ ସେବନ, ଭୋଗ ନଡ଼ିଆ ନେବା ଉପରେ ଥିବା କଟକଣା କୋହଳ ହୋଇପାରେ ।

 Puri Jagannath Temple Daily Darshan Corona

ଆସନ୍ତା ୮ ତାରିଖ ଦିନ ୧୨ଟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଦୁଇ ଡୋଜ ଟୀକା ସାର୍ଟିଫିକେଟ ଓ ଆରଟିପିସିଆର୍ ନେଗେଟିଭ ରିପୋର୍ଟକୁ ନେଇ ନିଆଯାଇଥିବା ନିଷ୍ପତ୍ତିର ମଧ୍ୟ ସମୀକ୍ଷା କରାଯିବ । ଏବେ କରୋନା ସଂକ୍ରମଣ ମାମଲା କମିଥିବାରୁ ସବୁ ଦିନିଆ ଜଗା ଦର୍ଶନ ମିଳିବା ନେଇ ଆଶା ସଞ୍ଚାର ହୋଇଛି ।

ମୁଲ୍ଲା ବରାଦର ଗନିକୁ ମିଳିଲା ଆଫଗାନିସ୍ତାନରେ ତାଲିବାନୀ ସରକାରର ଦାୟିତ୍ୱ

କାବୁଲ: ଆଫଗାନିସ୍ତାନରେ ଆତଙ୍କ ଭିତରେ ଆରମ୍ଭ ହୋଇଛି ତାଲିବାନୀ ସରକାର। ତାଲିବାନୀଙ୍କ ହୁକୁମରେ ଚାଲିବ ପୁରା ଆଫଗାନିସ୍ତାନ। ସବୁବେଳେ ଆତଙ୍କ ଉପରେ ବିଶ୍ୱାସ ରଖୁଥିବା ତାଲିବାନ ଏବେ ସରକାର ଗଠନ କରିଛି। ସରକାର ଗଠନ ହେବା ପରେ ସରକାରର ଦାୟିତ୍ୱ ଏବେ ହସ୍ତାନ୍ତର କରାଯାଇଛି। ତାଲିବାନ ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ ମୁଲ୍ଲା ଅବଦୁଲ ଗନି ବରାଦର ଆଫଗାନିସ୍ତାନରେ ନୂତନ ସରକାରର ନେତୃତ୍ୱ ନେବେ। ଏଠାରେ ଆମେ କହିଦେବାକୁ ଚାହୁଁଛୁଯେ ମୁଲ୍ଲା ଅବଦୁଲ ଗନି ହେଉଛନ୍ତି ଆଫଗାନିସ୍ତାନରୁ ଫେରାର ହୋଇଥିବା ପୂର୍ବତନ ରାଷ୍ଟପତି ଅସଫର ଗନିଙ୍କ ଭାଇ।

ତାଲିବାନର ଏକ ଗଣମାଧ୍ୟ ସଂସ୍ଥାର ସୂଚନା ମୁତାବକ ମୁଲ୍ଲା ବରାଦର ଆଫଗାନିସ୍ତାନର ନୂତନ ସରକାରର କାର୍ଯ୍ୟଭାର ନିଜ ହାତକୁ ନେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ତାଲିବାନର ଦିବଙ୍ଗତ ପ୍ରତିଷ୍ଠାତା ମୁଲ୍ଲା ଉମରଙ୍କ ପୁଅ ମୁଲ୍ଲା ମହମ୍ମଦ ୟାକୁବ ଏବଂ ଶେର ମହମ୍ମଦ ଅବ୍ବାସ ଷ୍ଟାନିକଜାଇ ମଧ୍ୟ ସରକାରରେ ବରିଷ୍ଠ ପଦବୀରେ ରହିବେ। ମୁଲ୍ଲା ଅବଦୁଲ ଗନି ବରାଦରକୁ ୨୦୧୦ ମସିହାରେ ଦକ୍ଷିଣ ପାକିସ୍ତାନର କରାଚି ସହରରେ ସୁରକ୍ଷା ବାହିନୀ କାବୁ କରି ନିଜ ଅଧିନକୁ ନେଇଥିଲେ। ଏହା ପରେ ଅବଦୁଲ ଗନିକୁ ୨୦୧୮ରେ ଛାଡ଼ିଦିଆଯାଇଥିଲା।

ଆମେରିକାରେ ତାଣ୍ଡବ ରଚିଲା ‘ଇଡା’, ୪୬ ଜଣଙ୍କ ମୃତ୍ୟୁ

ନ୍ୟୁୟର୍କ: ଆମେରିକାର ପୂର୍ବ ଉପକୂଳରେ ପ୍ରଳୟ ରଚିଛି ସାମୁଦ୍ରିକ ଝଡ଼ ଇଡ଼ା । ବାତ୍ୟା ପ୍ରଭାବରେ ଶୁକ୍ରବାର ହୋଇଥିବା ପ୍ରବଳ ବର୍ଷା ପାଇଁ ନଦୀଗୁଡ଼ିକର ଜଳସ୍ତର ବଢ଼ି ବନ୍ୟା ଆସିଥିଲା । ଆଉ ବନ୍ୟା ପାଣି ଘର ସହ ଗାଡ଼ି ଭିତରେ ପଶିଥିଲା । ବୁଧବାର ରାତିରୁ ଶୁକ୍ରବାର ସକାଳ ଯାଏଁ ହୋଇଥିବା ବର୍ଷାରେ ମେରିଲ୍ୟାଣ୍ଡରୁ କନେକ୍ଟିକଟ ମଧ୍ୟରେ ୪୬ ଜଣଙ୍କ ମୃତ୍ୟୁ ହୋଇଛି ।

ମୃତକଙ୍କ ମଧ୍ୟରେ ଅଧିକାଂଶ ଗାଡ଼ି ଭିତରେ ଜଳବନ୍ଦୀ ହୋଇ ପ୍ରାଣ ହରାଇଥିବା କହିଛନ୍ତି ନ୍ୟୁଜର୍ସି ଗଭର୍ଣ୍ଣର । ଅନ୍ୟପଟେ ନ୍ୟୁୟର୍କ ପୋଲିସ ଅନୁସାରେ, ଭୂତଳ ଆପାର୍ଟମେଣ୍ଟରେ ପାଣି ପଶିଯିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଅଧିକାଂଶ ମଲ୍ ସହ ଏୟାରପୋର୍ଟ ଓ ମେଟ୍ରୋ କୋଚରେ ମଧ୍ୟ ପାଣି ପଶି ଯାଇଛି । ମେଟ୍ରୋପଲିଟନ୍ ଟ୍ରାନ୍ସପୋର୍ଟକୁ ବନ୍ଦ କରି ଦିଆଯାଇଛି ।

ସଡ଼କରେ ଅଧିକାଂଶ ଗାଡ଼ି ଜଳବନ୍ଦୀ ହୋଇ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଏଥିପାଇଁ ନ୍ୟୁୟର୍କରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

ଶିକ୍ଷକଙ୍କୁ ନକଲି ସାର୍ଟିଫିକେଟ ଯୋଗାଇ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଗିରଫ

କଳାହାଣ୍ଡି: ବନ୍ଧା ହେଲେ ଡିପିସି କାର୍ଯ୍ୟାଳୟର ପ୍ରୋଗ୍ରାମ ଆସିଷ୍ଟାଣ୍ଟ । କଳାହାଣ୍ଡି ଜିଲ୍ଲାରେ ନକଲି ସାର୍ଟିଫିକେଟ ଯୋଗାଇଥିବା ପ୍ରୋଗ୍ରାମ ଆସିଷ୍ଟାଣ୍ଟ ନରେନ୍ଦ୍ର କୁମାର ସାହୁ ଗିରଫ ହୋଇଛନ୍ତି । ଜିଲ୍ଲାର ବିଭିନ୍ନ ସ୍କୁଲରେ ଶାରୀରିକ ଶିକ୍ଷା ଓ କଳା ଶିକ୍ଷକ ନିଯୁକ୍ତି ସମୟରେ ଅଧିକାଂଶ ନକଲି ସାର୍ଟିଫିକେଟ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାର ତଦନ୍ତ କରି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର ୨୫ ଜଣ ଶିକ୍ଷକଙ୍କୁ ବହିଷ୍କାର କରିଥିଲେ । ସେଥିରୁ ଜୁନାଗଡ଼ ବ୍ଲକର ଥିଲେ ୯ ଜଣ ।

Programme Assistance Of DCP Office Arrested In Kalahandi

ଏମାନଙ୍କ ନାଁରେ ବ୍ଲକ ଶିକ୍ଷା ଅଧିକାରୀ ବିଜୟ ସେନାପତି ଜୁନାଗଡ଼ ଥାନାରେ ମାମଲା ରୁଜୁ କରିଥିଲେ । ଏହି ମାମଲାର ତଦନ୍ତ ସମୟରେ ଡିପିସି କାର୍ଯ୍ୟାଳୟର ପ୍ରୋଗ୍ରାମ ଆସିଷ୍ଟାଣ୍ଟଙ୍କ ନାଁ ସାମ୍ନାକୁ ଆସିଥିଲା । ସେ ଜାଲ୍‌ ସାର୍ଟିଫିକେଟ ଦେଇଥିଲେ । ଏନେଇ ଜୁନାଗଡ଼ ପୋଲିସ ଟିମ୍ ଭବାନିପାଟଣାରୁ ତାଙ୍କ ଅଫିସରୁ ନରେନ୍ଦ୍ର କୁମାର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଇଏ କେମିତିକା ଜନ ପ୍ରତିନିଧି ?

ନୂଆଦିଲ୍ଲୀ: ଚଡ଼ି-ଗଞ୍ଜି ତେଜସ୍ ଟ୍ରେନରେ ବୁଲୁଛନ୍ତି ବିହାରର ବିଧାୟକ । ଯାହାକୁ ନେଇ ପାଟଣା ତେଜସ୍ ଟ୍ରେନରେ ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି ହେବା ମାରପିଟ୍ ଯାଏଁ କଥା ଯାଇଛି । ଶେଷରେ ଆରପିଏଫ୍ ଓ ଟ୍ରେନ୍ କର୍ମଚାରୀଙ୍କ ହସ୍ତକ୍ଷେପ ପରେ ସ୍ଥିତି ଶାନ୍ତ ପଡ଼ିଥିଲା । ବିହାରର ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳ ଚଡ଼ି, ଗଞ୍ଜି ପିନ୍ଧି ଟ୍ରେନ୍ ଭିତରେ ବୁଲିଥିଲେ । ଯାହାକୁ ନେଇ ଅଭିଯୋଗ କରିଥିଲେ ଅନ୍ୟ ଯାତ୍ରୀ । ଅଭିଯୋଗ ପରେ ଅନ୍ୟ ଯାତ୍ରୀଙ୍କ ସିଟକୁ ପରିବର୍ତ୍ତନ କରାଯାଇ ଥିବା ବେଳେ ବିଧାୟକଙ୍କ ବେଶଭୂଷାକୁ ରେଲୱେ ଭୁଲ୍ କହିଛି ।

ଏହି ଘଟଣା ଗୁରୁବାର ସନ୍ଧ୍ୟାରେ ପାଟଣା ଓ ଦୀନଦୟାଲ ଉପାଧ୍ୟାୟ ରେଲୱେ ଷ୍ଟେସନ ମଧ୍ୟରେ ପ୍ରଥମ ଶ୍ରେଣୀ ଏସିରେ ଘଟିଥିଲା । ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଟ୍ରେନ୍ ପାଟଣାରୁ ଦିଲ୍ଲୀ ଅଭିମୁଖେ ଛାଡ଼ିଥିଲା ।

ଚଡ଼ି, ଗଞ୍ଜି ପିନ୍ଧି ଟ୍ରେନରେ ବୁଲିବାକୁ ଠିକ୍ ବୋଲି କହିଛନ୍ତି ବିଧାୟକ ଗୋପାଳ ମଣ୍ଡଳ । ମୋ ପେଟ ଖରାପ ଥିଲା, ପାଇଖାନା ଯିବାର ଥିଲା । ମୁଁ ମିଛ କହୁନାହିଁ । ବିଧାୟକଙ୍କ ଏଭଳି ଆଚରଣକୁ ସବୁଠି ନିନ୍ଦା କରାଯାଉଛି । ବିଧାୟକଙ୍କୁ ଏନେଇ ପଚରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

Share Market: ସେନସେକ୍ସ ୨୧୭ ବୃଦ୍ଧି ପାଇ ପ୍ରଥମଥର ପାଇଁ ୫୮ ହଜାର ପାର୍

ମୁମ୍ବାଇ: ଭାରତୀୟ ସେୟାର ବଜାର ଲଗାତାର ଭଲ ସଂକେତ ଦେଉଛି । ପୁଣି ଥରେ ସେୟା ବଜାର ଇତିହାସ ରଚିଛି । ପ୍ରଥମଥର ପାଇଁ ସେନସେକ୍ସ ୫୮ ହଜାର ଉପରକୁ ଉଠିଛି । ଶୁକ୍ରବାର ଅଧିବେଶନ ଆରମ୍ଭରେ ସେନସେକ୍ସ ୨୧୭ ପଏଣ୍ଟ ବୃଦ୍ଧି ପାଇ ୫୮ ହଜାର ୬୯ରେ ପହଞ୍ଚିଛି । ସେହିଭଳି ନିଫ୍ଟି ୬୬.୨୦ ପଏଣ୍ଟ ବୃଦ୍ଧି ପାଇ ୧୭ ହଜାର ୩୦୦ ରେକର୍ଡ ସ୍ତରରେ ପହଞ୍ଚିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଗୁରୁବାର ୫୧୪ ପଏଣ୍ଟ ବୃଦ୍ଧି ପାଇ ରେକର୍ଡ ସ୍ତରରେ ବନ୍ଦ ହୋଇଥିଲା । ଏନଏସଇ ନିଫ୍ଟି ୧୫୭.୯୦ ପଏଣ୍ଟ ବଢ଼ି ୧୭ ହଜାର ୨୩୪.୧୫ରେ ବନ୍ଦ ହୋଇଥିଲା ।

Stock Market Sensex Down 650 Points Nifty Breaches 11000 All Sectors In The Red

ଗତକାଲି ସେୟାର ବଜାରରେ ସାମିଲ୍ ସେୟାର ମଧ୍ୟରେ ଟିସିଏସ୍ ସେୟାର ସର୍ବାଧିକ ୩.୩୪ ପ୍ରତିଶତ ବୃଦ୍ଧି ପାଇଥିଲା । ଏହାବାଦ୍ ଏଚୟୁଏଲ୍, ଅଲ୍ଟ୍ରାଟେକ୍ ସିମେଣ୍ଟ, ଡ. ରେଡ୍ଡୀଜ୍, ନେସଲେ ଇଣ୍ଡିଆ, କୋଟକ ବ୍ୟାଙ୍କ ଓ ଟାଇଟନର ସେୟାର ମଧ୍ୟ ବଢ଼ିଛି ।

Share Market Again Created History Sensex Jumped 217 Points

ଅନ୍ୟପଟେ ମହିନ୍ଦା ଆଣ୍ଡ ମହିନ୍ଦ୍ରାର ସେୟାର ସର୍ବାଧିକ ୨.୨୯ ପ୍ରତିଶତ ହ୍ରାସ ପାଇଛି । ବୈଶ୍ୱିକ ସ୍ତରରେ ସେମିକଣ୍ଡକ୍ଟର କମ୍ କାରଣରୁ ଉତ୍ପାଦନ ୨୫ ପ୍ରତିଶତ କମାଯିବ । ଏହା ଫଳରେ ସେୟାର ଖସିଥିବା କମ୍ପାନୀ କହିଛି । ଅନ୍ୟମାନଙ୍କ ମଧ୍ୟରେ ବଜାଜ ଅଟୋ, ବଜାଜ ଫିନସର୍ଭ, ଏସିଆନ୍ ପେଣ୍ଟ୍ସ ଆଦିର ସେୟାର ଖସିଛି ।

କାଶ୍ମୀରର ମୁସଲମାନଙ୍କ ଲାଗି ସ୍ୱର ଉଠାଇବା ଆମ ଅଧିକାର: ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ସରକାର ଗଢ଼ିବାକୁ ଯାଉଥିବା ତାଲିବାନ କାଶ୍ମୀରକୁ ନେଇ ବଡ଼ ବୟାନ ଦେଇଛି । ତାଲିବାନ ମୁଖପାତ୍ର ସୁହୈଲ ଶାହିନ କହିଛନ୍ତି, କାଶ୍ମୀରର ମୁସଲମାନଙ୍କ ଲାଗି ସ୍ୱର ଉଠାଇବା ପାଇଁ ଆମ ପାଖେ ଅଧିକାର ରହିଛି । ଆଶଙ୍କା କରାଯାଉଛି, ତାଲିବାନକୁ ବ୍ୟବହାର କରି କାଶ୍ମୀରରେ ମୁସଲମାନଙ୍କୁ ଉସୁକାଇବାକୁ ତାଲିବାନ ଷଡ଼ଯନ୍ତ୍ର କରୁଛି ।

ସୁହୈଲ କହିଛନ୍ତି, ମୁସଲମାନ ଭାବେ ଭାରତର କାଶ୍ମୀର ହେଉ ଅବା କୌଣସି ଦେଶରେ ମୁସଲମାନଙ୍କ ଲାଗି ସ୍ୱର ଉଠାଇବା ତାଲିବାନର ଅଧିକାର ରହିଛି । ଆମେ ସ୍ୱର ଉଠାଇବୁ କହିବୁ, ମୁସଲମାନ ଆପଣଙ୍କ ଲୋକ, ଆପଣଙ୍କ ଦେଶର ନାଗରିକ । ଆପଣଙ୍କ ଆଇନ୍ ଅନୁସାରେ ସମସ୍ତ ସମ୍ମାନ ।

ଏହା ପୂର୍ବରୁ ତାଲିବାନ ମୁଖପାତ୍ର ମୁଜାହିଦ କହିଥିଲା, କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ସକରାତ୍ମକ ଦୃଷ୍ଟିକୋଣ ରଖିବା ଉଚିତ୍ । ଉଭୟ ଦେଶ ଏକାଠି ବସି ବିବାଦକୁ ତୁଟାଇବା ଆବଶ୍ୟକ । ଆମେ ପଡ଼ୋଶୀ ହୋଇଥିବାରୁ ଜଣଙ୍କର ହିତ ଅନ୍ୟ ଜଣଙ୍କ ସହ ଜଡ଼ିତ ।