spot_img
Home Blog Page 5243

ଆମେରିକାରେ ତାଣ୍ଡବ ରଚିଲା ‘ଇଡା’, ୪୬ ଜଣଙ୍କ ମୃତ୍ୟୁ

ନ୍ୟୁୟର୍କ: ଆମେରିକାର ପୂର୍ବ ଉପକୂଳରେ ପ୍ରଳୟ ରଚିଛି ସାମୁଦ୍ରିକ ଝଡ଼ ଇଡ଼ା । ବାତ୍ୟା ପ୍ରଭାବରେ ଶୁକ୍ରବାର ହୋଇଥିବା ପ୍ରବଳ ବର୍ଷା ପାଇଁ ନଦୀଗୁଡ଼ିକର ଜଳସ୍ତର ବଢ଼ି ବନ୍ୟା ଆସିଥିଲା । ଆଉ ବନ୍ୟା ପାଣି ଘର ସହ ଗାଡ଼ି ଭିତରେ ପଶିଥିଲା । ବୁଧବାର ରାତିରୁ ଶୁକ୍ରବାର ସକାଳ ଯାଏଁ ହୋଇଥିବା ବର୍ଷାରେ ମେରିଲ୍ୟାଣ୍ଡରୁ କନେକ୍ଟିକଟ ମଧ୍ୟରେ ୪୬ ଜଣଙ୍କ ମୃତ୍ୟୁ ହୋଇଛି ।

ମୃତକଙ୍କ ମଧ୍ୟରେ ଅଧିକାଂଶ ଗାଡ଼ି ଭିତରେ ଜଳବନ୍ଦୀ ହୋଇ ପ୍ରାଣ ହରାଇଥିବା କହିଛନ୍ତି ନ୍ୟୁଜର୍ସି ଗଭର୍ଣ୍ଣର । ଅନ୍ୟପଟେ ନ୍ୟୁୟର୍କ ପୋଲିସ ଅନୁସାରେ, ଭୂତଳ ଆପାର୍ଟମେଣ୍ଟରେ ପାଣି ପଶିଯିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଅଧିକାଂଶ ମଲ୍ ସହ ଏୟାରପୋର୍ଟ ଓ ମେଟ୍ରୋ କୋଚରେ ମଧ୍ୟ ପାଣି ପଶି ଯାଇଛି । ମେଟ୍ରୋପଲିଟନ୍ ଟ୍ରାନ୍ସପୋର୍ଟକୁ ବନ୍ଦ କରି ଦିଆଯାଇଛି ।

ସଡ଼କରେ ଅଧିକାଂଶ ଗାଡ଼ି ଜଳବନ୍ଦୀ ହୋଇ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଏଥିପାଇଁ ନ୍ୟୁୟର୍କରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

ଶିକ୍ଷକଙ୍କୁ ନକଲି ସାର୍ଟିଫିକେଟ ଯୋଗାଇ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଗିରଫ

କଳାହାଣ୍ଡି: ବନ୍ଧା ହେଲେ ଡିପିସି କାର୍ଯ୍ୟାଳୟର ପ୍ରୋଗ୍ରାମ ଆସିଷ୍ଟାଣ୍ଟ । କଳାହାଣ୍ଡି ଜିଲ୍ଲାରେ ନକଲି ସାର୍ଟିଫିକେଟ ଯୋଗାଇଥିବା ପ୍ରୋଗ୍ରାମ ଆସିଷ୍ଟାଣ୍ଟ ନରେନ୍ଦ୍ର କୁମାର ସାହୁ ଗିରଫ ହୋଇଛନ୍ତି । ଜିଲ୍ଲାର ବିଭିନ୍ନ ସ୍କୁଲରେ ଶାରୀରିକ ଶିକ୍ଷା ଓ କଳା ଶିକ୍ଷକ ନିଯୁକ୍ତି ସମୟରେ ଅଧିକାଂଶ ନକଲି ସାର୍ଟିଫିକେଟ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାର ତଦନ୍ତ କରି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର ୨୫ ଜଣ ଶିକ୍ଷକଙ୍କୁ ବହିଷ୍କାର କରିଥିଲେ । ସେଥିରୁ ଜୁନାଗଡ଼ ବ୍ଲକର ଥିଲେ ୯ ଜଣ ।

Programme Assistance Of DCP Office Arrested In Kalahandi

ଏମାନଙ୍କ ନାଁରେ ବ୍ଲକ ଶିକ୍ଷା ଅଧିକାରୀ ବିଜୟ ସେନାପତି ଜୁନାଗଡ଼ ଥାନାରେ ମାମଲା ରୁଜୁ କରିଥିଲେ । ଏହି ମାମଲାର ତଦନ୍ତ ସମୟରେ ଡିପିସି କାର୍ଯ୍ୟାଳୟର ପ୍ରୋଗ୍ରାମ ଆସିଷ୍ଟାଣ୍ଟଙ୍କ ନାଁ ସାମ୍ନାକୁ ଆସିଥିଲା । ସେ ଜାଲ୍‌ ସାର୍ଟିଫିକେଟ ଦେଇଥିଲେ । ଏନେଇ ଜୁନାଗଡ଼ ପୋଲିସ ଟିମ୍ ଭବାନିପାଟଣାରୁ ତାଙ୍କ ଅଫିସରୁ ନରେନ୍ଦ୍ର କୁମାର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଇଏ କେମିତିକା ଜନ ପ୍ରତିନିଧି ?

ନୂଆଦିଲ୍ଲୀ: ଚଡ଼ି-ଗଞ୍ଜି ତେଜସ୍ ଟ୍ରେନରେ ବୁଲୁଛନ୍ତି ବିହାରର ବିଧାୟକ । ଯାହାକୁ ନେଇ ପାଟଣା ତେଜସ୍ ଟ୍ରେନରେ ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି ହେବା ମାରପିଟ୍ ଯାଏଁ କଥା ଯାଇଛି । ଶେଷରେ ଆରପିଏଫ୍ ଓ ଟ୍ରେନ୍ କର୍ମଚାରୀଙ୍କ ହସ୍ତକ୍ଷେପ ପରେ ସ୍ଥିତି ଶାନ୍ତ ପଡ଼ିଥିଲା । ବିହାରର ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳ ଚଡ଼ି, ଗଞ୍ଜି ପିନ୍ଧି ଟ୍ରେନ୍ ଭିତରେ ବୁଲିଥିଲେ । ଯାହାକୁ ନେଇ ଅଭିଯୋଗ କରିଥିଲେ ଅନ୍ୟ ଯାତ୍ରୀ । ଅଭିଯୋଗ ପରେ ଅନ୍ୟ ଯାତ୍ରୀଙ୍କ ସିଟକୁ ପରିବର୍ତ୍ତନ କରାଯାଇ ଥିବା ବେଳେ ବିଧାୟକଙ୍କ ବେଶଭୂଷାକୁ ରେଲୱେ ଭୁଲ୍ କହିଛି ।

ଏହି ଘଟଣା ଗୁରୁବାର ସନ୍ଧ୍ୟାରେ ପାଟଣା ଓ ଦୀନଦୟାଲ ଉପାଧ୍ୟାୟ ରେଲୱେ ଷ୍ଟେସନ ମଧ୍ୟରେ ପ୍ରଥମ ଶ୍ରେଣୀ ଏସିରେ ଘଟିଥିଲା । ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଟ୍ରେନ୍ ପାଟଣାରୁ ଦିଲ୍ଲୀ ଅଭିମୁଖେ ଛାଡ଼ିଥିଲା ।

ଚଡ଼ି, ଗଞ୍ଜି ପିନ୍ଧି ଟ୍ରେନରେ ବୁଲିବାକୁ ଠିକ୍ ବୋଲି କହିଛନ୍ତି ବିଧାୟକ ଗୋପାଳ ମଣ୍ଡଳ । ମୋ ପେଟ ଖରାପ ଥିଲା, ପାଇଖାନା ଯିବାର ଥିଲା । ମୁଁ ମିଛ କହୁନାହିଁ । ବିଧାୟକଙ୍କ ଏଭଳି ଆଚରଣକୁ ସବୁଠି ନିନ୍ଦା କରାଯାଉଛି । ବିଧାୟକଙ୍କୁ ଏନେଇ ପଚରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

Share Market: ସେନସେକ୍ସ ୨୧୭ ବୃଦ୍ଧି ପାଇ ପ୍ରଥମଥର ପାଇଁ ୫୮ ହଜାର ପାର୍

ମୁମ୍ବାଇ: ଭାରତୀୟ ସେୟାର ବଜାର ଲଗାତାର ଭଲ ସଂକେତ ଦେଉଛି । ପୁଣି ଥରେ ସେୟା ବଜାର ଇତିହାସ ରଚିଛି । ପ୍ରଥମଥର ପାଇଁ ସେନସେକ୍ସ ୫୮ ହଜାର ଉପରକୁ ଉଠିଛି । ଶୁକ୍ରବାର ଅଧିବେଶନ ଆରମ୍ଭରେ ସେନସେକ୍ସ ୨୧୭ ପଏଣ୍ଟ ବୃଦ୍ଧି ପାଇ ୫୮ ହଜାର ୬୯ରେ ପହଞ୍ଚିଛି । ସେହିଭଳି ନିଫ୍ଟି ୬୬.୨୦ ପଏଣ୍ଟ ବୃଦ୍ଧି ପାଇ ୧୭ ହଜାର ୩୦୦ ରେକର୍ଡ ସ୍ତରରେ ପହଞ୍ଚିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଗୁରୁବାର ୫୧୪ ପଏଣ୍ଟ ବୃଦ୍ଧି ପାଇ ରେକର୍ଡ ସ୍ତରରେ ବନ୍ଦ ହୋଇଥିଲା । ଏନଏସଇ ନିଫ୍ଟି ୧୫୭.୯୦ ପଏଣ୍ଟ ବଢ଼ି ୧୭ ହଜାର ୨୩୪.୧୫ରେ ବନ୍ଦ ହୋଇଥିଲା ।

Stock Market Sensex Down 650 Points Nifty Breaches 11000 All Sectors In The Red

ଗତକାଲି ସେୟାର ବଜାରରେ ସାମିଲ୍ ସେୟାର ମଧ୍ୟରେ ଟିସିଏସ୍ ସେୟାର ସର୍ବାଧିକ ୩.୩୪ ପ୍ରତିଶତ ବୃଦ୍ଧି ପାଇଥିଲା । ଏହାବାଦ୍ ଏଚୟୁଏଲ୍, ଅଲ୍ଟ୍ରାଟେକ୍ ସିମେଣ୍ଟ, ଡ. ରେଡ୍ଡୀଜ୍, ନେସଲେ ଇଣ୍ଡିଆ, କୋଟକ ବ୍ୟାଙ୍କ ଓ ଟାଇଟନର ସେୟାର ମଧ୍ୟ ବଢ଼ିଛି ।

Share Market Again Created History Sensex Jumped 217 Points

ଅନ୍ୟପଟେ ମହିନ୍ଦା ଆଣ୍ଡ ମହିନ୍ଦ୍ରାର ସେୟାର ସର୍ବାଧିକ ୨.୨୯ ପ୍ରତିଶତ ହ୍ରାସ ପାଇଛି । ବୈଶ୍ୱିକ ସ୍ତରରେ ସେମିକଣ୍ଡକ୍ଟର କମ୍ କାରଣରୁ ଉତ୍ପାଦନ ୨୫ ପ୍ରତିଶତ କମାଯିବ । ଏହା ଫଳରେ ସେୟାର ଖସିଥିବା କମ୍ପାନୀ କହିଛି । ଅନ୍ୟମାନଙ୍କ ମଧ୍ୟରେ ବଜାଜ ଅଟୋ, ବଜାଜ ଫିନସର୍ଭ, ଏସିଆନ୍ ପେଣ୍ଟ୍ସ ଆଦିର ସେୟାର ଖସିଛି ।

କାଶ୍ମୀରର ମୁସଲମାନଙ୍କ ଲାଗି ସ୍ୱର ଉଠାଇବା ଆମ ଅଧିକାର: ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ସରକାର ଗଢ଼ିବାକୁ ଯାଉଥିବା ତାଲିବାନ କାଶ୍ମୀରକୁ ନେଇ ବଡ଼ ବୟାନ ଦେଇଛି । ତାଲିବାନ ମୁଖପାତ୍ର ସୁହୈଲ ଶାହିନ କହିଛନ୍ତି, କାଶ୍ମୀରର ମୁସଲମାନଙ୍କ ଲାଗି ସ୍ୱର ଉଠାଇବା ପାଇଁ ଆମ ପାଖେ ଅଧିକାର ରହିଛି । ଆଶଙ୍କା କରାଯାଉଛି, ତାଲିବାନକୁ ବ୍ୟବହାର କରି କାଶ୍ମୀରରେ ମୁସଲମାନଙ୍କୁ ଉସୁକାଇବାକୁ ତାଲିବାନ ଷଡ଼ଯନ୍ତ୍ର କରୁଛି ।

ସୁହୈଲ କହିଛନ୍ତି, ମୁସଲମାନ ଭାବେ ଭାରତର କାଶ୍ମୀର ହେଉ ଅବା କୌଣସି ଦେଶରେ ମୁସଲମାନଙ୍କ ଲାଗି ସ୍ୱର ଉଠାଇବା ତାଲିବାନର ଅଧିକାର ରହିଛି । ଆମେ ସ୍ୱର ଉଠାଇବୁ କହିବୁ, ମୁସଲମାନ ଆପଣଙ୍କ ଲୋକ, ଆପଣଙ୍କ ଦେଶର ନାଗରିକ । ଆପଣଙ୍କ ଆଇନ୍ ଅନୁସାରେ ସମସ୍ତ ସମ୍ମାନ ।

ଏହା ପୂର୍ବରୁ ତାଲିବାନ ମୁଖପାତ୍ର ମୁଜାହିଦ କହିଥିଲା, କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ସକରାତ୍ମକ ଦୃଷ୍ଟିକୋଣ ରଖିବା ଉଚିତ୍ । ଉଭୟ ଦେଶ ଏକାଠି ବସି ବିବାଦକୁ ତୁଟାଇବା ଆବଶ୍ୟକ । ଆମେ ପଡ଼ୋଶୀ ହୋଇଥିବାରୁ ଜଣଙ୍କର ହିତ ଅନ୍ୟ ଜଣଙ୍କ ସହ ଜଡ଼ିତ ।

ବିଜେଡିରେ ସାମିଲ୍ ହେଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ

ଭୁବନେଶ୍ୱର: ଆହୁରି ସଶକ୍ତ ହେଉଛି ବିଜେଡି । ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ଦଳର ଶକ୍ତି ବୃଦ୍ଧି ହେବାରେ ଲାଗିଛି । ଆଜି ବିଜେଡିରେ ସମ୍ବଲପୁର ନାକଟିଦେଉଳ ବ୍ଲକର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡିରେ ସାମିଲ୍ ହୋଇଥିବା କହିଛନ୍ତି । ରେଢ଼ାଖୋଲ ବିଧାୟକ ତଥା ସରକାରୀ ଦଳର ଉପମୁଖ୍ୟ ସଚେତକ ରୋହିତ ପୂଜାରୀଙ୍କ ପ୍ରେରଣାରେ ନାକଟିଦେଉଳ ବ୍ଲକର ବିଜେଡି ବ୍ଲକ ସଭାପତିଙ୍କ ନେତୃତ୍ୱରେ ଆଜି ଭୁବନେଶ୍ୱରରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ।

BJP And Congress Workers From Sambalpur Joins BJD

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବାସଭବନ ଠାରେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଦଳରେ ଯୋଗ ଦେଇଛନ୍ତି । ନାକଟିଦେଉଳ ବ୍ଲକର ୧୪ଟି ପଞ୍ଚାୟତରୁ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ମିଶିଛନ୍ତି । ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ନଳିନୀକାନ୍ତ ପ୍ରଧାନ ଓ ଜିଲ୍ଲା ସଭାପତି ସିଦ୍ଧାର୍ଥ ଉପସ୍ଥିତ ଥିଲେ । ନାକଟି ଦେଉଳ ବ୍ଲକ୍‌ରେ ବିଜେଡିକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା ସହ ଓଡ଼ିଶାର ବିକାଶ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ ।

BJP And Congress Workers From Sambalpur Joins BJD

ମିଶ୍ରଣ ପର୍ବରେ ନାକଟିଦେଉଳ ବ୍ଲକ କଂଗ୍ରେସର ଯୁବ ସଭାପତି ବାବୁଲା ସାହୁ, ପିସିସି ସଭ୍ୟ ପ୍ରମୋଦ କୁମାର ପ୍ରଧାନ, ପଞ୍ଚାୟତ ସଭାପତି ଧନେଶ୍ୱର ବେହେରା, ମହେଶ କୁମାର ସ୍ୱାଇଁ, ପୂର୍ବତନ ସରପଞ୍ଚ ଲକ୍ଷ୍ଣଣ ଦେଓ, ପୂର୍ବତନ ଜିଲ୍ଲା ପିରଷଦ ସଭ୍ୟ ହରେକୃଷ୍ଣ ମେହେର, ପଞ୍ଚାୟତର ପୂର୍ବତନ ସଭାପତି ଲବ କିଶୋକ ସାହୁ, ବିଶ୍ୱାବସୁ ସଦର ସମାଜର ସମ୍ବଲପୁର ଜିଲ୍ଲା ସଭାପତି ଗୋବିନ୍ଦ ଶବର, ବ୍ଲକ କଂଗ୍ରେସର ଉପସଭାପତି ବିଶ୍ୱଜିତ ବାନାର୍ଜୀ, ନାକଟିଦେଉଳ ବ୍ଲକ ବିଜେପି ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ବେହେରା, ସତ୍ୟାନନ୍ଦ ସାହୁ, ମୁରଲୀଧର ପ୍ରଧାନ, ସୁଲୋଚନା ପ୍ରଧାନ, ମୁରଲୀ ଧଳ ପ୍ରମୁଖ କର୍ମକର୍ତ୍ତାଙ୍କ ସମେତ ଶତାଧିକ କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି । ମିଶ୍ରଣ ପର୍ବରେ ସମ୍ବଲପୁର ବିଜେଡି ଜିଲ୍ଲା ଉପସଭାପତି ଅନାଦି ଚରଣ ସାହୁ, ଗୌତମ ବିଶ୍ୱାଳ, ମନୋଜ ରାଉଳ, କାଳିଆ ସାହୁ, ଦାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଆଜି ବି ଚାଲି ପାରିଲାନି ବିଧାନସଭା, କଂଗ୍ରେସର ହଟ୍ଟଗୋଳରୁ ଗୃହ ମୁଲତବି

ଭୁବନେଶ୍ୱର: ବିଧାନସଭା ଠପ୍ । ମୌସୁମୀ ଅଧିବେଶନରେ ଲଗାତାର ତୃତୀୟ ଦିନ ବିଧାନସଭା ଚାଲି ପାରିନାହିଁ । ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ବି ଗୃହ କାର୍ଯ୍ୟ ଠପ୍ ରହିଛି । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ କଂଗ୍ରେସ ସଦସ୍ୟ ହୋ ହଲ୍ଲା କରିଥିଲେ । ଫଳରେ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବି ରଖିଛନ୍ତି ।

Odisha Assembly Adjourned Till 4 Pm After Congress MLA Rocks

ମୌସୁମୀ ଅଧିବେଶନ ଆରମ୍ଭ ଦିନରୁ ଗୃହରେ ଅଚଳାବସ୍ଥା ଲାଗି ରହିଛି । ପ୍ରଥମ ୨ ଦିନ ମରୁଡ଼ି ପ୍ରସଙ୍ଗକୁ ନେଇ ବିରୋଧୀ ହୋ ହଲ୍ଲା କରିଥିଲେ । ସର୍ବଦଳୀୟ ବୈଠକ ପରେ ମନ୍ତ୍ରୀ ଗୃହରେ ତଥ୍ୟ ରଖିଥିଲେ ମଧ୍ୟ ହଟ୍ଟଗୋଳ କରିଥିଲେ ବିରୋଧୀ ।

ଆଜି ଅଧିବେଶନର ତୃତୀୟ ଦିନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାର ଥିଲା । ବିଜେପି ପକ୍ଷରୁ ଆଇନ୍ ଶୃଙ୍ଖଳା ପରିସ୍ଥିତି ନେଇ ମୁଲତବି ପ୍ରସ୍ତାବ ଅଣାଯାଇଥିଲା । ସେପଟେ ଆଜି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା, ଅନୁସୂଚିତ ଜାତି ଜନଜାତି, ଶକ୍ତି, କ୍ରୀଡ଼ା, ଶିଳ୍ପ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗର କଲ୍ୟାଣ, କ୍ଷୁଦ୍ର ମଧ୍ୟମ ଉଦ୍ୟୋଗର ପ୍ରଶ୍ନକାଳ ଉପରେ ଆଲୋଚନା ଥିଲା ।

ପାରା ଅଲମ୍ପିକ: ହାଇଜମ୍ପରେ ରୌପ୍ୟ ହାତେଇଲେ ପ୍ରବୀଣ

ଟୋକିଓ: ଟୋକିଓ ପାରା ଅଲମ୍ପିକ ୨୦୨୦ରେ ଭାରତର ଭଲ ପ୍ରଦର୍ଶନ ଜାରି ରହିଛି । ଶୁକ୍ରବାର ଭାରତକୁ ମିଳିଛି ଆଉ ଏକ ପଦକ । ନୋଏଡାର ପ୍ରବୀଣ କୁମାର ପୁରୁଷ ହାଇଜମ୍ପରେ ରୌପ୍ୟ ପଦକ ଜିତିଛନ୍ତି । ପ୍ରବଣୀ କୁମାର ୨.୦୭ ମିଟର ଲମ୍ପ ମାରି ଦ୍ୱିତୀୟ ସ୍ଥାନରେ ରହିଥିଲେ ।

ପ୍ରବୀଣଙ୍କ ବୟସ ୧୮ । ୨୦୦୩ରେ ମେ ୧୫ରେ ପ୍ରବୀଣ ଉତ୍ତରପ୍ରଦେଶର ନୋଏଡାରେ ଜନ୍ମ ଗ୍ରହଣ କରିଥିଲେ । ୨୦୧୯ରେ ଅନ୍ତର୍ଜାତୀୟ ଖେଳରେ ଭାଗ ନେଇଥିଲେ ପ୍ରବୀଣ । ଆଉ ୨ ବର୍ଷ ଭିତରେ ପାରା ଅଲମ୍ପିକରେ ପ୍ରବୀଣ ପଦକ ଜିତିଛନ୍ତି ।

Tokyo Paralympics Praveen Kumar Silver Medal High Jump

ସାମାନ୍ୟ ଛୋଟା ଥିବା ପ୍ରବୀଣ ଏହାକୁ ନିଜର ଶକ୍ତିରେ ରୂପାନ୍ତରିତ କରି ଆଜି ଇତିହାସ ରଚିଛନ୍ତି । ପ୍ରଥମରୁ ଭଲିବଲ ଖେଳୁଥିବା ପ୍ରବୀଣ ପରେ ହାଇଜମ୍ପ ଖେଳିଥିଲେ । ଦିଲ୍ଲୀର ଜବାହର ଲାଲ ନେହରୁ ଷ୍ଟାଡିୟମରେ କୋଚ ସତ୍ୟପାଲ ସିଂହ ପ୍ରବୀଣଙ୍କୁ ଲଗାତାର ଟ୍ରେନିଂ ଦିଅନ୍ତି ।

ଟୋକିଓ ପାରା ଅଲମ୍ପିକ-୨୦୨୦ରେ ଭାରତ ଏଯାବତ୍ ୧୧ଟି ପଦକ ପାଇଛି । ଭାରତ ୨ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୩ଟି କାଂସ୍ୟ ପଦକ ପାଇଛି ।

୨୪ ଘଣ୍ଟାରେ ରାଜ୍ୟର ୨୮ ଜିଲ୍ଲାରୁ ୮୪୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲାରେ ସାମାନ୍ୟ ବୃଦ୍ଧି ହୋଇଥିଲେ ମଧ୍ୟ ହଜାରେ ତଳେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୮୪୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୧୨୦ ଜଣ ରହିଛନ୍ତି । କ୍ୱାରେଣ୍ଟାଇନରୁ ୪୯୫ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୩୫୪ଟି ମାମଲା ସ୍ଥାନୀୟ ସଂକ୍ରମିତ ।

ଖୋର୍ଦ୍ଧାରୁ ସର୍ବାଧିକ ୩୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୨୦, ବାଲେଶ୍ୱରରୁ ୫୧, ବରଗଡ଼ରୁ ୩, ଭଦ୍ରକରୁ ୧୧, ବଲାଙ୍ଗିରରୁ ୪, ବୌଦ୍ଧରୁ ୧, କଟକରୁ ୧୧୭, ଦେବଗଡ଼ରୁ ୮, ଢେଙ୍କାନାଳରୁ ୨୬, ଗଜପତିରୁ ୧, ଗଞ୍ଜାମରୁ ୧, ଜଗତସିଂହପୁରରୁ ୧୨, ଯାଜପୁରରୁ ୩୨, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୪, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମୟୂରଭଞ୍ଜରୁ ୨୧, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୭, ପୁରୀରୁ ୩୧, ରାୟଗଡ଼ାରୁ ୧୨, ସମ୍ବଲପୁରରୁ ୧୬, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୧୮ ଏବଂ ଷ୍ଟେଟପୁଲରୁ ୭୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ୭୨କୁ ବୃଦ୍ଧି ପାଇଛି । କରୋନାକୁ ୯ ଲକ୍ଷ ୯୪ ହଜାର ୬୩୯ ଜଣ ମାତ୍ ଦେଇଥିବା ବେଳେ ଏବେ ରାଜ୍ୟରେ ୭ ହଜାର ୩୪୫ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

ଜୁମେ ନମାଜ ପରେ ଆଜି ସରକାର ଗଢ଼ିବ ତାଲିବାନ୍, ସରକାର ଚଳାଇବାକୁ ଚୀନ ଦେବ ଅର୍ଥ

କାବୁଲ: ଆଫଗାନିସ୍ତାନ କବଜାର ୨ ସପ୍ତାହ ପରେ ସରକାର ଗଠନ ପାଇଁ ପ୍ରସ୍ତୁତ ତାଲିବାନ । ଆଜି ଜୁମେ ନମାଜ ପାଠ ପରେ କାବୁଲରେ ଇରାନ ଢାଞ୍ଚାରେ ସରକାର ଘୋଷଣା ନେଇ ତାଲିବାନ ଘୋଷଣା କରିବ । ବରିଷ୍ଠ ନେତା ମୁଲ୍ଲା ହେବତୁଲ୍ଲା ଅଙ୍ଖୁଦଜାଦାଙ୍କୁ ରାଷ୍ଟ ମୁଖ୍ୟ କରାଯିବ । ପୂର୍ବରୁ ରାଜ୍ୟପାଳ ଓ ମେୟରଙ୍କୁ ନିଯୁକ୍ତି ଦେଇଛି ତାଲିବାନ । କ୍ୟାବିନେଟ୍ ମନ୍ତ୍ରୀଙ୍କ ନାମ ମଧ୍ୟ ସ୍ଥିର କରାଯାଇ ସାରିଛି । ନୂଆ ସରକାରରେ ରାଜ୍ୟପାଳ ରାଜ୍ୟର ମୁଖ୍ୟ ଓ ଜିଲ୍ଲାପାଳ ଜିଲ୍ଲାର ପ୍ରଭାରୀ ରହିବେ ବୋଲି ତାଲିବାନୀ ନେତା ରମାଙ୍ଗନୀ କହିଛନ୍ତି ।

Taliban To Form New Government In Afghanistan Today

ଇରାନ ଢାଞ୍ଚାରେ ତାଲିବାନ ଆଫଗାନିସ୍ତାନରେ ସରକାର ଗଢ଼ୁଛି । ଯେଉଁଠି ଦେଶର ସର୍ବୋଚ୍ଚ ନେତା ଦେଶର ବଡ଼ ରାଜନୈତିକ କିମ୍ବା ଧାର୍ମିକ ବର୍ଗରୁ ଥାଆନ୍ତି । ତାଙ୍କ ପଦ ରାଷ୍ଟ୍ରପତି ପଦଠାରୁ ଊର୍ଦ୍ଧ୍ୱରେ । ସେ ସେନା, ସରକାର ଓ ନ୍ୟାୟ ବ୍ୟବସ୍ଥାର ମୁଖ୍ୟଙ୍କୁ ନିଯୁକ୍ତି ଦେଇଥାନ୍ତି । ଦେଶର ରାଜନୈତିକ, ଧାର୍ମିକ ଓ ସୈନ୍ୟ ମାମଲାରେ ସର୍ବୋଚ୍ଚ ନେତାଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥାଏ । ତାଲିବାନୀ ଏହି ଢାଞ୍ଚାରେ ସରକାର ଗଢ଼ୁଛନ୍ତି ।

Taliban To Form New Government In Afghanistan Today

ନୂଆ ପ୍ରଶାସନ କେଉଁ ବ୍ୟବସ୍ଥାରେ କାମ କରିବ, ରାଷ୍ଟ୍ରୀୟ ପତାକା ଓ ରାଷ୍ଟ୍ରୀୟ ସଂଗୀତ ନେଇ ତାଲିବାନ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ । ତେବେ ବିଗତ ୨୦ ବର୍ଷ ହେଲା ପୂର୍ବ ସରକାରରେ ସାମିଲ୍ ଥିବା କାହାରିକୁ ପ୍ରଶାସନରେ ସାମିଲ୍ କରାଯିବ ନାହିଁ ବୋଲି କହିଛି ତାଲିବାନ । ଆଗାମୀ ୪୮ ଘଣ୍ଟା ଭିତରେ ହାମିଦ କରଜଇ ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଯ୍ୟକ୍ଷମ ହେବ ବୋଲି ତାଲିବାନ କହିଛି ।

Taliban To Form New Government In Afghanistan Today

ସରକାର ଚଳାଇବାକୁ ଚୀନ ଦେବ ଅର୍ଥ

ତାଲିବାନ ସରକାର ଚଳାଇବା ଲାଗି ଅର୍ଥ ପାଇଁ ଚୀନ ଉପରେ ନିର୍ଭର କରିବ । କିଛିଦିନ ତଳେ ତାଲିବାନର ଦ୍ୱିତୀୟ ନେତା କୁହାଯାଉଥିବା ମୁଲ୍ଲା ଅବ୍ଦୁଲ ଗନି ବରାଦର ବେଜିଂ ଗସ୍ତ କରିଥିଲେ । ଗସ୍ତ ବେଳେ ସେ ଚୀନ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଆଫଗାନିସ୍ତାନରେ ୩ ଟ୍ରିଲିୟନ ଡଲାରର ଖଣିଜ ସମ୍ପଦ ରହିଛି । ଯାହା ଉପରେ ଚୀନର ନଜର ରହିଛି ।