spot_img
Home Blog Page 5264

କିଛିଦିନ ତଳେ ଆଫଗାନ ସିଙ୍ଗରଙ୍କୁ ଚା’ ପିଆଇଥିଲେ ତାଲିବାନୀ, ଏବେ କଲେ ହତ୍ୟା

କାବୁଲ: କଥାରୁ ହଟୁଛି ତାଲିବାନ । ଆଫଗାନିସ୍ତାନ କବଜା ପରେ ତାଲିବାନ ନାଗରିକଙ୍କ ସୁରକ୍ଷା ନେଇ କଥା ଦେଇଥିଲା । ହେଲେ ଏବେ ନିଜେ ତାଲିବାନ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟାଉଛି । ମହିଳାଙ୍କ ଉପରେ ଅତ୍ୟାଚାର ପରେ ଜଣେ ସିଙ୍ଗରଙ୍କୁ ହତ୍ୟା କରିଛି ତାଲିବାନ । କାବୁଲଠାରୁ ୧୦୦ କିଲୋମିଟର ଦୂର ବଗଲାନ ପ୍ରଦେଶର ଅନ୍ଦ୍ରାବରେ ଜଣେ ଗାୟକ ଫବାଦ ଅନ୍ଦ୍ରାବୀଙ୍କୁ ତାଲିବାନ ଗୁଳି କରି ହତ୍ୟା କରିଛି ।

ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଗୁଳି ମାରିବା ପୂର୍ବରୁ ଗାୟକ ଜଣଙ୍କୁ ତାଲିବାନ ଘରୁ ଘୋଷାଡ଼ି ଆଣିଥିଲା । ପରେ ହତ୍ୟା କରିଛନ୍ତି । ଏହି ହତ୍ୟାକାଣ୍ଡ ନେଇ ଆଫଗାନିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ମସୁଦ ଅନ୍ଦ୍ରାବୀ ସ୍ପଷ୍ଟ କରିଛନ୍ତି ।

ଫବାଦଙ୍କ ପରିବାର ଅନୁସାରେ, କିଛିଦିନ ତଳେ ତାଲିବାନୀ ଆସି ତାଙ୍କ ଘରେ ସର୍ଚ୍ଚ କରିଥିଲେ । ସେତେବେଳେ ତାଲିବାନୀ ଘରେ ଚା’ ପିଇବା ସହ କାହାକୁ ବି କ୍ଷତି ପହଞ୍ଚାଇବେ ନାହିଁ ବୋଲି ଭରସା ଦେଇଥିଲେ । ଏହା ପୂର୍ବରୁ ବି ତାଲିବାନ ସେଠାରେ ଆଉ ଜଣେ କଳାକାରଙ୍କୁ ଆକ୍ରମଣ କରିଥିଲା ।

ଦରକାର ହେଲେ ଆଉ କାହା ମାଟିରୁ ବି କରିବୁ ଆକ୍ରମଣ, ପାକିସ୍ତାନକୁ ଭାରତର ଚେତାବନୀ

ନୂଆଦିଲ୍ଲୀ: ନା ନେଇ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ କହିଛନ୍ତି, ଗୋଟିଏ ଦେଶ ଆତଙ୍କବାଦୀଙ୍କ ସାହାରା ନେଉଛି । କିନ୍ତୁ ଭାରତ ନିଜର ସୁରକ୍ଷା ସହ ସାଲିସ୍ କରିବ ନାହିଁ । ଦରକାର ପଡ଼ିଲେ ତାଙ୍କ ଭୂମି ଉପରେ ଯାଇ ଆତଙ୍କବାଦକୁ ଶେଷ କରି ଦେବୁ । ତାମିଲନାଡ଼ୁର ୱେଲିଂଟନ ଡିଫେନ୍ସ ସର୍ଭିସ୍ ଷ୍ଟାଫ୍ କଲେଜ କାର୍ଯ୍ୟକ୍ରମରେ ଏଭଳି ମନ୍ତବ୍ୟ ଦେଇଛନ୍ତି ରାଜନାଥ ।

ରାଜନାଥ ସିଂହ କହିଛନ୍ତି, ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ସଫଳ ହୋଇଛି ତ ତାହା ଆମ ଶକ୍ତି ଯୋଗୁଁ । ୨୦୧୬ରେ ପାକିସ୍ତାନର କ୍ରସ ବର୍ଡର ଷ୍ଟ୍ରାଇକର ଆମେ ଦୃଢ଼ ଜବାବ ଦେଇଥିଲୁ । ୨୦୧୯ରେ ବାଲାକୋଟ ଏୟାରଷ୍ଟ୍ରାଇକ ଦ୍ୱାରା ଆକ୍ରାମଣାତ୍ମକ ମନୋଭାବ ମଜଭୁତ ହୋଇଥିଲା ।

ଭାରତରେ ଆତଙ୍କବାଦକୁ ତ ନିପାତ କରାଯିବ । ଏପରିକି ଅନ୍ୟ କେଉଁ ଦେଶକୁ ଯାଇ ଆତଙ୍କବାଦକୁ ଦମନ କରିବାକୁ ହେଲେ ଭାରତ ପଛଘୁଞ୍ଚା ଦେବ ନାହିଁ । ଆମେ ପାଖେ ଏମିତି କ୍ଷମତା ଅଛି ଆମେ ଆମ ଭୂଇଁ ହେଉ ଅବା ତାଙ୍କ ମାଟି ସେଠୁ ଲଢ଼େଇ କରି ପାରିବୁ ।

ମାଛ ଜାଲରେ ଥଣ୍ଟିଆ କୁମ୍ଭୀର, ଲୋକେ ଆତଙ୍କୀତ

କେନ୍ଦ୍ରାପଡ଼ା: ପାଇକା ନଦୀରୁ କୁମ୍ଭୀର ଶାବକ ଉଦ୍ଧାର । ମହାକାଳପଡା ବ୍ଲକ ସାମଝୋରି ଗାଁର ପାଇକା ନଦୀରୁ ଏକ କୁମ୍ଭୀର ଉଦ୍ଧାର ହୋଇଛି । ସେହି ଗାଁର କିଛି ଯୁବକ ନଦୀ ମାଛ ଧରିବାକୁ ଯାଇଥିବା ବେଳେ, କୁମ୍ଭୀରଟି ଜାଲରେ ପଡ଼ିଥିଲା । ଫଳରେ ଯୁବକ ମାନେ କୁମ୍ଭୀରଟିକୁ ଉଦ୍ଧାର କରିବା ସହ କେନ୍ଦ୍ରାପଡା ରେଞ୍ଜ ବନ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ ।

ଫଳରେ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ମା ସହ କୁମ୍ଭୀରଟିକୁ ସୁରକ୍ଷୀତ ସ୍ଥାନରେ ଛଡ଼ାଯିବ ବୋଲି ସୂଚନା ଦେଇଛନ୍ତି । କୁମ୍ଭୀରଟି ୩ଫୁଟର ହୋଇଥିବା ବେଳେ ଥଣ୍ଟିଆ କୁମ୍ଭୀର ପ୍ରଜାତିର  ବୋଲି ଜଣାପଡ଼ିଛି । ସେପଟେ କୁମ୍ଭୀରକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା  । ପାଇକା ନଦୀରେ କୁମ୍ଭୀର ଦେଖି ଲୋକେ ଆତଙ୍କିତ ମଧ୍ୟ ହୋଇଛନ୍ତି  ।

କ୍ରୀଡା ଦିବସରେ ରାଜ୍ୟର ୫ କ୍ରୀଡା ସାମ୍ବାଦିକ ସମ୍ମାନିତ

ଭୁବନେଶ୍ୱର: କ୍ରୀଡା ଦିବସ ଓ ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଜି ରାଜ୍ୟର ୫ ଜଣ ଶ୍ରେଷ୍ଠ କ୍ରୀଡା ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଛି । ୪ ଜଣ କ୍ରୀଡା ସାମ୍ବାଦିକଙ୍କ ସହ ନନ୍ଦିଘୋଷ ଟିଭିର କ୍ରୀଡା ସାମ୍ବାଦିକ ଦେବୀପ୍ରସନ୍ନ ପାଣିଗ୍ରାହୀଙ୍କୁ ଶ୍ରେଷ୍ଠ କ୍ରୀଡା ସାମ୍ବାଦିକ ଭାବେ ଉପଢୌକନ, ମାନପତ୍ର ଓ ଆର୍ଥିକ ରାଶି ସହ ସମ୍ମାନିତ କରାଯାଇଛି ।

ଉତ୍କଳ କରାଟେ ସ୍କୁଲ ପରିସରରେ ଆଜି ଏହି ପୁରସ୍କୃତ ସମାରୋହ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ କ୍ରୀଡ଼ା ସାମ୍ବାଦିକଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି  ।

ଆମେରିକାର ଆଲର୍ଟ ପରେ କାବୁଲ ବିମାନବନ୍ଦର ନିକଟରେ ବଡ଼ ବିସ୍ଫୋରଣ

କାବୁଲ: ସତ ହେଲା ଆମେରିକାର ଅନୁମାନ । ପୁଣି ଥରିଲା ଆଫଗାନିସ୍ତାନ । ଅଶାନ୍ତ ଆଫଗାନିସ୍ତାନରେ ପୁଣି ବିସ୍ଫୋରଣ ଘଟିଛି । ୪ ଦିନ ମଧ୍ୟରେ ତୃତୀୟ ଥର ପାଇଁ କାବୁଲ ବିମାନବନ୍ଦର ବାହାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଓ ରକେଟ୍ ମାଡ଼ରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଥିବା ପ୍ରାଥମିକ ଭାବେ ଜଣାପଡ଼ିଛି । ଆମେରିକା ସୈନ୍ୟ ବିମାନବନ୍ଦରରୁ ହଟିବା ପରେ ଏହି ବିସ୍ଫୋରଣ ଚିନ୍ତା ବଢ଼ାଇଛି ।

Another Explosion Near Kabul Airport

ବିମାନବନ୍ଦର ନିକଟରେ ବିସ୍ଫୋରଣ ସହ ରକେଟ ମାଡ଼ ମଧ୍ୟ ହୋଇଛି । ଗତକାଲି ବିମାନବନ୍ଦର ପ୍ରବେଶ ପଥରେ ଆଖିବୁଜା ଗୁଳିମାଡ଼ ହୋଇଥିଲା । ଏହା ପୂର୍ବରୁ ଗୁରୁବାର ବିମାନବନ୍ଦର ବାହାରେ ୨ଟି ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଏଥିରେ ୨୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆମେରିକୀୟ ସୈନ୍ୟ ପ୍ରାଣ ହରାଇଥିଲେ । ୧ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ ।

Another Explosion Near Kabul Airport

ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଗାମୀ ୨୪ରୁ ୩୬ ଘଣ୍ଟା ମଧ୍ୟରେ କାବୁଲ ଏୟାରପୋର୍ଟ ଉପରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଆଶଙ୍କା କରିଥିଲେ । ଆମେରିକାର ଏଭଳି ଚେତାବନୀ ପରେ ବିସ୍ଫୋରଣ ଆଫଗାନିସ୍ତାନ ସହ ଦୁନିଆର ଚିନ୍ତା ବଢ଼ାଇ ଦେଇଛି ।

ଟୋକିଓ ପାରାଅଲମ୍ପିକରେ ଭାରତକୁ ମିଳିଲା ଆଉ ୨ଟି ପଦକ

ଟୋକିଓ: ଟୋକିଓ ପାରାଅଲମ୍ପିକରେ ଭାରତକୁ ଆଉ ୨ଟି ପଦକ ମିଳିଛି । ପାରା ଆଥଲେଟ ନିଷାଦ କୁମାର ରବିବାର ପୁରୁଷ ହାଇଜମ୍ପ ମୁକାବିଲାରେ ରୌପ୍ୟ ପଦକ ପାଇଛନ୍ତି । ସେହିଭଳି ମେନ୍ସ ଡିସକସ ଥ୍ରୋରେ ବିନୋଦ କୁମାର ବ୍ରୋଞ୍ଜ ପଦକ ଜିତିଛନ୍ତି । ନିଷାଦ ପ୍ରଥମ ପ୍ରୟାସରେ ୨.୦୨ ମିଟର ଓ ଦ୍ୱିତୀୟ ପ୍ରୟାସରେ ୨.୦୬ ମିଟର ଜମ୍ପ ମାରିଥିଲେ ।

ହାଇଜମ୍ପରେ ସ୍ୱର୍ଣ୍ଣ ପଦକ ଆମେରିକାର ରଡେରିକ୍ ଟାଉନସେଣ୍ଡ ଜିତିଛନ୍ତି । ନିଷାଦ ରୌପ୍ୟ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ଟୋକିଓ ପାରାଅଲମ୍ପିକରେ ପ୍ରଥମ ପଦକ ଟେବୁଲ ଟେନିସରେ ଭାବିନାବେନ ପଟେଲ ଆଣିଥିଲେ । ତାଙ୍କୁ ରୌପ୍ୟ ପଦକ ମିଳିଥିଲା ।

Tokyo Paralympics India Won Third Medal

ହାଇଜମ୍ପରେ ରୌପ୍ୟ ଜିତିଥିବା ନିଷାଦ ହିମାଚଳ ପ୍ରଦେଶର । ପାରାଅଲମ୍ପିକ ପୂର୍ବରୁ ନିଷାଦ ଦୀର୍ଘଦିନ ଧରି ବେଙ୍ଗଳୁରୁ କୋଚିଂ କ୍ୟାମ୍ପରେ ଅଭ୍ୟାସ କରୁଥିଲେ । ନିଷାଦଙ୍କ ବିଜୟ ପାଇଁ ତାଙ୍କ ଗାଁରେ ଲଗାତାର ପୂଜାର୍ଚ୍ଚନା କରାଯାଉଥିଲା । ଏବେ ଗାଁରେ ଖୁସିର ମାହୋଲ ଖେଳି ଯାଇଛି ।

ମେନ୍ସ ଡିସକସ ଥ୍ରୋ ଫାଇନାଲରେ ବିନୋଦ କୁମାର ୧୯.୯୧ ମିଟର ଥ୍ରୋ କରିଛନ୍ତି । ଏଥିସହ ଇଣ୍ଡିଆ ଟୋକିଓ ପାରଅଲମ୍ପିକରେ ତୃତୀୟ ପଦକ ହାତେଇଛି ।

ଏବେ ଆପଣଙ୍କ କନଫର୍ମ ଟ୍ରେନ୍ ଟିକେଟରେ ଯାଇପାରିବେ ଅନ୍ୟ ଜଣେ

ନୂଆଦିଲ୍ଲୀ: ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଅଧିକାଂଶ ଭାରତୀୟ ଟ୍ରେନ୍ ଯାତ୍ରା ପ୍ରତି ଆଗ୍ରହୀ । କାରଣ ଦେଶର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଟ୍ରେନ୍ ଟିକେଟ ଦର ଅନ୍ୟ ଯାତାୟାତ ମାଧ୍ୟମ ଠାରୁ ଢେର୍ କମ୍ । ଏଥିପାଇଁ ଲୋକେ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । ହେଲେ ସିଟ୍ ଉପଲବ୍ଧତା ନଥିବାରୁ ଲୋକଙ୍କୁ ଟ୍ରେନ୍ ଯାତ୍ରା ପାଇଁ କନଫର୍ମ ଟିକେଟ ମିଳିନଥାଏ । ଫଳରେ ଖର୍ଚ୍ଚାନ୍ତ ହୋଇ ଯାତ୍ରୀ ଅନ୍ୟ ମାଧ୍ୟମରେ ଯାତ୍ରା କରିଥାନ୍ତି ।

Indian Railway Now Passengers Can Transfer Their Confirmed Ticket To Another Person

ଏବେ ଭାରତୀୟ ରେଳବାଇ ନିୟମରେ କିଛିଟା ପରିବର୍ତ୍ତନ ଆଣିଛି । ଯାହାଦ୍ୱାରା ଆପଣଙ୍କ କନଫର୍ମ ରେଲୱେ ଟିକେଟ୍ ଅନ୍ୟ ଯାତ୍ରୀଙ୍କୁ ହସ୍ତାନ୍ତର କରିପାରିବେ । ଏହା ପୂର୍ବରୁ ଥିବା ଅନୁଯାୟୀ ଜଣଙ୍କର କନଫର୍ମ ଟ୍ରେନ୍ ଟିକେଟରେ ଅନ୍ୟ ଜଣେ ଯାତ୍ରା କରିପାରୁ ନଥିଲେ । ଯାତ୍ରା କଲେ ତାହା ଦଣ୍ଡନୀୟ ଅପରାଧ ଥିଲା । ପରିବର୍ତ୍ତିତ ନିୟମ ଅନୁସାରେ, ଆପଣଙ୍କ କନଫର୍ମ ଟିକେଟରେ ଆପଣଙ୍କ ପରିବାରର ଅନ୍ୟ ଜଣେ ଯାତ୍ରା କରିପାରିବେ । ଆଉ ଆପଣ ଯାତ୍ରା ନକଲେ ଟିକେଟ୍ ବାତିଲ୍ କରିବାକୁ ପଡ଼ିବନି । ଖାଲି ଟିକେଟ୍ ବାତିଲ୍ କାହିଁକି ସହୁଥିବା ଆର୍ଥିକ କ୍ଷତିରୁ ମୁକ୍ତି ମିଳିବ ।

ସଂରକ୍ଷିତ ଟିକେଟ ଉପରେ ଭାରତୀୟ ରେଳବାଇ ଯାତ୍ରୀଙ୍କୁ ଏକ ବିଶେଷ ସୁବିଧା ଦେଉଛି । ଆପଣଙ୍କ କନଫର୍ମ ଟିକେଟ୍ ଥାଇ ଯାଉନଥିଲେ ଉକ୍ତ ଟିକେଟକୁ ଆପଣଙ୍କ ପରିବାରର କାହାରିକୁ ହସ୍ତାନ୍ତର କରିପାରିବେ । ଟିକେଟ୍ ହସ୍ତାନ୍ତର ପାଇଁ ଆପଣଙ୍କୁ ଏକ ଦରଖାସ୍ତ ଷ୍ଟେସନ ମାଷ୍ଟରଙ୍କୁ ଦେବାକୁ ପଡ଼ିବ । ଏହି ପ୍ରକ୍ରିୟା ପରେ ଆପଣଙ୍କ କନଫର୍ମ ଟିକେଟରେ ପରିବାରର ଅନ୍ୟ କେହି ଯାତ୍ରା କରି ପାରିବେ ।

Indian Railway Now Passengers Can Transfer Their Confirmed Ticket To Another Person

ଟ୍ରେନ୍ ଯାତ୍ରୀ ନିଜ କନଫର୍ମ ଟିକେଟକୁ ନିଜ ବାପାମାଆ, ଭାଇଭଉଣୀ, ପୁଅଝିଅ, ସ୍ତ୍ରୀ ଓ ସ୍ୱାମୀଙ୍କ ନାଁକୁ ହସ୍ତାନ୍ତର କରିପାରିବେ । ପରିବର୍ତ୍ତିତ ନିୟମ ପ୍ରକାରେ ଆପଣ କନଫର୍ମ ଟିକେଟକୁ ଆପଣଙ୍କ ସାଙ୍ଗଙ୍କ ନାଁକୁ ହସ୍ତାନ୍ତର କରିପାରିବେ ନାହିଁ ।

ହକି ପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଆନ୍ଥେମ୍, ମ୍ୟୁଜିକ ଦେଇଛନ୍ତି ପ୍ରେମ୍ ଆନନ୍ଦ

ଭୁବନେଶ୍ୱର: ହକି ପାଇଁ ପ୍ରସ୍ତୁତ ହେଉଛି ସ୍ବତନ୍ତ୍ର ଆନ୍ଥେମ୍ । ଦେଶରେ ହକି ପ୍ରତି ଉତ୍ସାହ ବଢାଇବା ପାଇଁ ଏହି ଆନ୍ଥେମ ପ୍ରସ୍ତୁତ କରାଯାଉଛି । ଜାତୀୟ କ୍ରୀଡା ଦିବସ ଅବସରରେ ଏହି ସ୍ବତନ୍ତ୍ର ଆନ୍ଥେମ୍ର ଡମି ଭିଡିଓ ରିଲିଜ ହୋଇଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ରେ ରାଜ୍ୟ ସ୍ତରୀୟ କ୍ରୀଡା ଦିବସ ପାଳନ ଅବସରରେ ଏହି ଭିଡିଓର ଉନ୍ମୋଚନ କରିଛନ୍ତି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ । ଏହାର ମ୍ୟୁଜିକ ଦେଇଛନ୍ତି ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ।

ରିଲିଜ୍ ହୋଇଥିଭା ଭିଡିଓର ଗୀତଟିକୁ ଓଡ଼ିଆ ଗାୟକ ବିଶ୍ବଜିତ୍ ମହାପାତ୍ର ଗାଇଛନ୍ତି । ଅନୁମତି ମିଳିବା ପରେ ବଲିଉଡ୍ ସିଙ୍ଗର କୈଳାସ ଖେର୍ ଏବଂ ସୁଖବିନ୍ଦର ସିଂ ଏହି ଆନ୍ଥେମ୍ ଗାଇବେ ବୋଲି ପ୍ରେମଆନନ୍ଦ ସୂଚନା ଦେଇଛନ୍ତି । ୩ ମିନିଟର ଏହି ଭିଡିଓରେ କଳିଙ୍ଗ ଷ୍ଟାଡିୟମ ସମେତ, ଭାରତୀୟ ଖେଳାଳୀ, ମହାପ୍ରଭୁ ଜଗନ୍ନାଥ ଏବଂ ହକିର ବିକାଶ ପାଇଁ ରାଜ୍ୟ ରାଜ୍ୟ ସରକାର କରିଥିବା ସମସ୍ତ ଉଦ୍ୟମ ପ୍ରଦର୍ଶିତ କରାଯାଇଛି ।

ଭିଡିଓରେ ଆଗକୁ ଓଡ଼ିଶାରେ ଭାରତ ଖେଳିଥିବା ସବୁ ଖେଳର ଭିଡିଓ ସ୍ଥାନ ପାଇବ । ଭାରତ ମ୍ୟାଚ୍ ଖେଳିବା ବେଳେ ଖେଳାଳୀଙ୍କ ଉତ୍ସାହ ବଢାଇବା ପାଇଁ ଏହି ଆନ୍ଥେମ୍ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ଭାବରେ ବ୍ୟବହାର କରାଯିବ ବୋଲି ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ସୂଚନା ଦେଇଛନ୍ତି । ଏହି ଆନ୍ଥେମ ହକି ଖେଳାଳିଙ୍କ ସମେତ ସମସ୍ତ ହକି ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଝାଇବ ବୋଲି ଆଶା ପ୍ରକଟ କରିଛନ୍ତି ଟିମ  ।

ପାଣି ଭିତରେ ପଶିଲା କାର, ଫସି ରହିଛନ୍ତି ଲୋକେ

ପୁରୀ: ପାଣିରେ ପଶିଲା କାର  । କାର ଭିତରେ ଫସି ରହିଛନ୍ତି ଲୋକେ  । ସତ୍ୟବାଦୀ ବ୍ଲକ ଅଳଗୁମ ଖଣ୍ଡୁଆଳ ରାସ୍ତାରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ କାରଟି ଓଲଟି ପାଣିରେ ପଶିଯାଇଛି । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଏବେବି ପାଣି ଭିତରେ କାରରେ ଫସି ରହିଥିବା ଜଣାପଡିଛି  ।

ସେପଟେ  ସାକ୍ଷୀଗୋପାଳ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମୃତ ବ୍ୟକ୍ତି ବ୍ରହ୍ମପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ସିଙ୍ଘାକୁଦା ଅଞ୍ଚଳରୁ ବ୍ରହ୍ମପୁର ଫେରୁଥିବାବେଳେ ରାସ୍ତାରେ ଦୁର୍ଘଟଣା ଘଟିଥିବା ଜଣାପଡିଛି  ।

ଅନଲାଇନ ପେମେଣ୍ଟକୁ ନେଇ ସଂଘର୍ଷ, ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ମାଡ଼ରେ ଡ୍ରାଇଭର ଗୁରୁତର

ଭୁବନେଶ୍ୱର: ଅନଲାଇନ ପେମେଣ୍ଟକୁ ନେଇ ଓଲା ଡ୍ରାଇଭରଙ୍କୁ ଆକ୍ରମଣ କଲେ ପେଟ୍ରୋଲ ପମ୍ପ କର୍ମଚାରୀ । ଭୁବନେଶ୍ବରର ନିଳାଦ୍ରୀବିହାର ପେଟ୍ରୋଲ ପମ୍ପରେ ଅନଲାଇନ ପେମେଣ୍ଟକୁ ନେଇ ପେଟ୍ରୋଲ ପମ୍ପ କର୍ମଚାରୀ ଓ ଡ୍ରାଇଭରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପେଟ୍ରୋଲ ପମ୍ପ କର୍ମଚାରୀମାନେ ଡ୍ରାଇଭରଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି ।

ସେପଟେ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଡ୍ରାଇଭରଙ୍କୁ ଭର୍ତ୍ତି କରାଯାଇଛି । ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଅଭିଯୋଗ ପରେ ପୋଲିସ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିବା ସୂଚନା ମିଳିଛି ।