spot_img
Home Blog Page 5266

ଅମିତ ରୋହିଦାସଙ୍କୁ ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡ଼ାବିତ ସମ୍ମାନ

ଭୁବନେଶ୍ୱର: କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଇଛି ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ । ଲୋକସେବା ଭବନ କନଫରେନ୍ସ ହଲରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ହକି କୋଚ୍ କାଳୁ ଚୌଧୁରୀଙ୍କୁ ଲାଇଫ୍ ଟାଇମ୍ ଅଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ହକି ଖେଳାଳି ଅମିତ ରୋହି ଦାସଙ୍କୁ ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡାବିତ ପୁରସ୍କାର ପ୍ରଦାନ କରାଯାଇଛି ।

ଏହାସହ ଶ୍ରେଷ୍ଠ କୋଚ୍ ଭାବେ ଶିବ ପ୍ରସାଦ ଦାସଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ ପ୍ରଦାନ କରାଯାଇଛି । ମାନପତ୍ର ସହ ଆର୍ଥିକ ପୁରସ୍କାର ଦିଆଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, କ୍ରୀଡ଼ାମନ୍ତ୍ରୀ, କ୍ରୀଡ଼ା ସଚିବଙ୍କ ସହ ପଦ୍ମଶ୍ରୀ ଦିଲୀପ ତିର୍କୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ତ୍ରୈଲୋକ୍ୟ ନାଥ ପରିଡ଼ାଙ୍କୁ ବିଜୁ ପଟ୍ଟନାୟକ ଦୁଃସାହସିକ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏଥିସହିତ ପଢ଼ନ୍ତୁ: ଶହୀଦ ଆମେରିକୀୟ ସୈନିକଙ୍କ ଶେଷ ପୋଷ୍ଟ: ‘ମାରିବୁ ନ ହେଲେ ମରିବୁ’

 

ବିଜେପୁର ବିଡିଓଙ୍କ ଠାରୁ ୩ଲକ୍ଷ ୫୧ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ

ବରଗଡ: ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ । ପଦ୍ମନାଭ ସାମନ୍ତରାୟ ଟଙ୍କା ନେଇ ଭୁବନେଶ୍ୱର ଯାଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀ ଛକରେ ସୋନପୁର ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି ।  ବିଡିଓଙ୍କ ପାଖରୁ ନଗଦ ୩ ଲକ୍ଷ ୫୧ହଜାର ଟଙ୍କା ଜବତ କରିଥିବା ବେଳେ ବିଡିଓଙ୍କୁ ଏବେ ସୋନପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଟକ ରଖି ପଚରା ଉଚୁରା କରୁଛନ୍ତି ।

ହେଲେ ବିଡ଼ିଓ ଟଙ୍କାର କିଛି ହିସାବ ଦେଇପାରୁ ନଥିବା ସୋନପୁର ଭିଜିଲାନ୍ସ ସୂଚନା ଦେଇଛି । ତାଙ୍କ ବରଗଡ଼ ସରକାରୀ କାର୍ଯ୍ୟାଳୟ ଓ ସରକାରୀ ଘରକୁ ତଲାସୀ କରୁଛି ବରଗଡ଼ ଭିଜିଲାନ୍ସ ଟିମ୍‌ । ପୁରୀ ଓ ଭୁବନେଶ୍ୱର ଠାରେ ଥିବା ତାଙ୍କ ନିଜ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି । ସକାଳୁ ଖବର ପାଇ ବିନିକା ଠାରେ ବିଡିଓଙ୍କୁ ଅଟକାଇ ତାଙ୍କ ଗାଡିର ଯାଞ୍ଚ ବେଳେ ଟଙ୍କା ଜବତ ହୋଇଛି  ।

ଏଥିସହିତ ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି: ୮ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ଆଲର୍ଟ

ଘରୁ ନିଶାଦ୍ରବ୍ୟ ଜବତ ପରେ ଗିରଫ ହେଲେ ଅଭିନେତା ଅରମାନ୍ କୋହଲୀ

ମୁମ୍ୱାଇ:  ନିଷିଦ୍ଧ ଘୋଷିତ ନିଶାଦ୍ରବ୍ୟ ଜବତ ହେବା ପରେ ଗିରଫ ହୋଇଛନ୍ତି ଅଭିନେତା ଅରମାନ କୋହଲି । ମୁମ୍ବାଇସ୍ଥିତ ଘରୁ ଅରମାନଙ୍କୁ ଗିରଫ କରିଛି ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ବା ଏନସିବି । ନିଶାଦ୍ରବ୍ୟ ଚୋରାଚାଲାଣକାରୀ ଅୟଜରାଜୁ ସିଂହଙ୍କୁ ଗତକାଲି ଏନସିବି ଅଟକ ରଖିଥିଲା । ପରେ ଆଜି ଅରମାନଙ୍କୁ ଗିରଫ କରାଯାଇଛି । ଅଜୟ ରାଜୁଠାରୁ ମିଳିଥିବା ତଥ୍ୟ ଅନୁସାରେ ଅରମାନଙ୍କ ଅନ୍ଧେରୀସ୍ଥିତ ଘରେ ଏନସିବି ରେଡ କରିଥିଲା । ତାଙ୍କ ଘରୁ କିଛି ପରିମାଣର କୋକେନ ଜବତ ହେବା ପରେ ଏନସିବି ତାଙ୍କୁ ଗିରଫ କରିଥିଲା । ଗିରଫ ହେବା ପରେ ଅରମାନଙ୍କୁ ଅଧିକ ଜେରା ଲାଗି ଏନସିବିର କାର୍ଯ୍ୟାଳୟକୁ ନିଆଯାଇଛି । ଅରମାନ ପ୍ରେମ ରତନ ଧନ ପାଓ ଫିଲ୍ମରେ ଅଭିନୟ କରିବା ସହ ରିଅଲିଟି ସୋ ବିଗବସରେ ଅଭିନୟ କରିଥିଲେ । ଦିନକ ପୂର୍ବରୁ ନିଶାଦ୍ରବ୍ୟ ମାମଲାରେ ଟିଭି ଅଭିନେତା ଗୌରବ ଦୀକ୍ଷିତଙ୍କୁ ଗିରଫ କରିଥିଲା ଏନସିବି ।

Exclusive! Armaan Kohli's brother's death: Ex-girlfriend Neeru Randhawa reveals, "He was unwell since he was 11" | Hindi Movie News - Times of India

ସେ ଜାନି ଦୁଶମନ୍, କହର, ଔଲାଦ କେ ଦୁଶମନ୍, ଜୁଆରି, ପ୍ରେମ ରତନ ଧନ ପାୟୋ, ବିରୁଦ୍ଧ ଭଳି ଫିଲ୍ମରେ ତାଙ୍କ ଅଭିନୟ ଦେଖିବାକୁ ମିଳିଥିଲା ।

Jaani Dushman: Ek Anokhi Kahani (2002) - IMDb

ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୪୪ଜଣଙ୍କୁ ସମ୍ମାନିତ କଲେ ପୋଲିସ ଡିଜି

ରାଉରକେଲା/କଳାହାଣ୍ଡି: ପୋଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ସମ୍ମାନିତ କରିଛନ୍ତି ପୋଲିସ ଡିଜି ଅଭୟ ।  ରାଉରକେଲାର ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ଉତ୍ସବରେ ସମ୍ବଲପୁର, ବରଗଡ, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ଓ ରାଉରକେଲାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପୋଲିସ ଅଧିକାରୀଙ୍କୁ ସମ୍ମାନିତ କରିଛନ୍ତି ପୋଲିସ ଡିଜି । ଏହାସହ କୋଭିଡରେ ମୃତ୍ୟୁ ହୋଇଥିବା ପୋଲିସ କର୍ମଚାରୀଙ୍କ ପରିବାରକୁ ମଧ୍ୟ ଡିଜି ଅଭୟ ସମ୍ମାନିତ କରିବେ । ମୋଟ ୪୪ ଜଣଙ୍କୁ ସମ୍ମାନିତ କରିବେ ପୋଲିସ ଡିଜି । ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପୋଲିସ କର୍ମଚାରୀଙ୍କୁ ପଦକ ଓ ପ୍ରଶଂସା ପତ୍ର ପ୍ରଦାନ କରୁଛନ୍ତି । ସେହିପରି କଳାହାଣ୍ଡିରେ ମଧ୍ୟ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବେ ପୋଲିସ ଡିଜି ଅଭୟ ।

Image

Image

Image

ପାରାଅଲିମ୍ପିକ୍ସରେ ଭାରତକୁ ସଫଳତା: ରୌପ୍ୟ ପଦକ ଜିତିଲେ ଭାବିନାବେନ୍

ଟୋକିଓ: ପାରା ଅଲିମ୍ପିକ୍ସରେ ଭାରତକୁ ସଫଳତା । ଟୋକିଓରେ ଖେଳାଯାଉଥିବା ପାରା ଅଲିମ୍ପିକ୍ସରେ ଟେୁବୁଲ୍‌ ଟେନିସ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଲେ ଭାରତର ଭାବିନାବେନ୍ ପଟେଲ୍‌ । ପାରାଲିମ୍ପିକ୍ସ୍ ପଦକ ଜିଣିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ମହିଳା।ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବିନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସ୍ୱର୍ଣ୍ଣ ପଦକ ପ୍ରତିଯୋଗିତାରେ ବିଶ୍ୱର ୧ ନମ୍ବର ଖେଳାଳି କା ଜୋଉ ୟିଙ୍ଗ୍‌ଙ୍କ ଠାରୁ ପରାସ୍ତ ହୋଇ ୩୪ ବର୍ଷୀୟ ଭାବିନା ମହିଳା ଟେବୁଲ୍‌‌ ଟେନିସ୍‌ ‘ସି-ଫୋର୍‌’ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି ।

ଚୀନ୍‌ର ୟିଙ୍ଗ୍‌ଙ୍କ ଠାରୁ ପଟେଲ୍‌ ୧୯ ମିନିଟ୍‌ରେ ୦-୩ରେ (୭-୧୧, ୫-୧୧, ୬-୧୧) ପରାସ୍ତ ହୋଇଛନ୍ତି। କିନ୍ତୁ, ପାରାଲିମ୍ପିକ୍ସ୍‌ରେ ଉତ୍ତମ କ୍ରୀଡ଼ାନୈପୂଣ୍ୟ ପ୍ରଦର୍ଶନ କରି ଭାବିନା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲେ। ଆଜିର ପ୍ରତିଯୋଗିତାରେ ସେ ଜୋଉଙ୍କ ସହ ଭଲ ଟକ୍କର ଦେଇଥିଲେ ମଧ୍ୟ ୬ ମିନିଟ୍‌ ପରେ ପ୍ରଥମ୍ ଗେମ୍‌ରେ ସେ ପରାସ୍ତ ହୋଇଥିଲେ। ପରେ ଜୋଉଙ୍କୁ ଟପିଯିବା ତାଙ୍କ ପକ୍ଷରେ ସମ୍ଭବ ହେଲାନାହିଁ।

ଏଥିସହିତ ପଢ଼ନ୍ତୁ: ଶହୀଦ ଆମେରିକୀୟ ସୈନିକଙ୍କ ଶେଷ ପୋଷ୍ଟ: ‘ମାରିବୁ ନ ହେଲେ ମରିବୁ’

 

ଶହୀଦ ଆମେରିକୀୟ ସୈନିକଙ୍କ ଶେଷ ପୋଷ୍ଟ: ‘ମାରିବୁ ନ ହେଲେ ମରିବୁ’

କାବୁଲ: ଆଫଗାନିସ୍ତାନରେ ତାଲିବାନର ବର୍ବରତା ଜାରି ରହିଛି । ଏଭଳି ସ୍ଥିତିରେ ଅନ୍ୟତ୍ର ପଳାୟନ ନେଇ ପ୍ରାଣପ୍ରଣେ ଉଦ୍ୟମ ଚଳାଇଛନ୍ତି ସ୍ଥାନୀୟ ଲୋକେ । ତାଲିବାନୀର ବର୍ବରତାରେ ଲୋକେ ଅତିଷ୍ଟି ଥିବା ବେଳେ ଏହାରି ମଧ୍ୟରେ ରକ୍ତର ହୋଲି ଖେଳିଛି ଆଉ ଏକ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ କେ । କାବୁଲ ଏୟାରପୋର୍ଟରେ ହୋଇଥିବା ଆତ୍ମଘାତୀ ସିରିଏଲ୍ ବ୍ଳାଷ୍ଟରେ ୧୬୯ ଲୋକେ ନିଜ ପ୍ରାଣ ହରାଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୩ ଜଣ ଆମେରିକୀୟ ସୈନିକ ମଧ୍ୟ ଶହୀଦ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ  ସୈନିକ  ହେଉଛନ୍ତି ମ୍ୟାକ୍ସଟନ୍ ଓ୍ୱିଲିୟମ୍ ସୋଭିଏକ୍  । ନୈସେନା ଯବାନ ଓ୍ୱିଲିୟମ୍ ମୃତ୍ୟୁ ପୂର୍ବରୁ ପ୍ରଥମେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ଆଫଗାନିସ୍ତାନରେ ସେତେବେଳର ସ୍ଥିତି ସମ୍ପର୍କରେ ସୂଚିତ କରିଥିଲେ ।

Kabul suicide attack

ରିପୋର୍ଟ ମୁତାବକ ଆମେରିକା ନୈସେନାର ଓ୍ୱିଲିୟମ୍ ସୋଭିଏକ ୧୦ ଜୁନ୍‌ରେ ଇନଷ୍ଟାଗ୍ରାମ୍‌ରେ କରିଥିବା ଅନ୍ତିମ ପୋଷ୍ଟରେ ଲେଖିଥିଲେ ଯେ, ମାରିବାର ଅଛି ନଚେତ ମରିବାର ଅଛି । ଦୁଇଟି ଯାକ ସ୍ଥିତିରେ ମୃତ୍ୟୁ ସୁନିଶ୍ଚିତ । ଏହି ସମୟରେ ସେ ନିଜ ସାଥୀଙ୍କ ଫଟୋ ମଧ୍ୟ ସେୟାର କରିଥିଲେ ।

Kabul suicide attack

ଓ୍ୱିଲିୟମ୍‌ଙ୍କ ଭଉଣୀ ମର୍ଲିନ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ଯେ, ଭାଇ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେଠାରେ ଥିଲା, ଏବେ ମୋ ପରିବାର ଶେଷ ହୋଇଗଲା । ଏବେ ଆମେ ପୂର୍ବ ଭଳି ସ୍ୱାଭାବିକ ସ୍ଥିତିକୁ ଫେରିପାରିବୁ ନାହିଁ । ସେ ଏବେ ବି ଛୋଟ ପିଲା ଥିଲା । ଆମେ ସେଠାକୁ ପିଲାଙ୍କୁ ମରିବାକୁ ପଠାଇଦେଉଛୁ ।

Kabul suicide attack

ତେବେ ଆମେରିକା ଆଇଏସ୍ ଆଇଏସ୍ କେ ଆକ୍ରମଣର କଡ଼ା ଜବାବ ଦେଇଛି । ଡ୍ରୋନ୍ ଆକ୍ରମର କରିବା ସହ ଆତଙ୍କୀଙ୍କ ଆଡ୍ଡା ଉପରେ ଆକ୍ରମଣ କରିଛି ।

Kabul suicide attack

ଏଥିସହୖିତ ପଢ଼ନ୍ତୁ: ଓହରିଲେ ଆମେରିକୀୟ ସେନା: ତାଲିବାନି କବ୍‌ଜାରେ କାବୁଲ ବିମାନ ବନ୍ଦର

ଏସ୍‌ସିବିରେ ଆରମ୍ଭ ହେଲା ଏକମୋ ଚିକିତ୍ସା: ଗତକାଲି ଭର୍ତ୍ତି ହୋଇଥିବା ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

କଟକ: ଏସସିବି ବଡ଼ ମେଡିକାଲରେ ଆରମ୍ଭ ହେଲା ଏକମୋ ଚିକିତ୍ସା । ଡାକ୍ତର ମନୋଜ ପଟ୍ଟନାୟକଙ୍କ ଅଧୀନରେ ଏହି ଚିକିତ୍ସା ଆରମ୍ଭ ହୋଇଛି । ଗତକାଲି ଏସସିବି କୋଭିଡ ଆଇସିୟୁରେ ଅତି ସଂକଟାପନ୍ନ ଅବସ୍ଥାରେ ଚିକିତ୍ସାଧୀନ ନିଶ୍ଚିତକୋଇଲିର ଅନ୍ନପୂର୍ଣ୍ଣା ନାୟକଙ୍କୁ ଏକମୋ ୟୁନିଟରେ ଭର୍ତ୍ତି କରାଯିବା ପରେ ଚିକିତ୍ସା ଆରମ୍ଭ କରାଯାଇଛି । ବିଭାଗୀୟ ମୁଖ୍ୟ ତଥା ୟୁନିଟ ହେଡ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକଙ୍କ ଅଧିନରେ ଏହି ଚିକିତ୍ସା ଚାଲିଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୮୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ

ଅନ୍ନପୂର୍ଣ୍ଣା ଜୁଲାଇ ୧୪ ତାରିଖରୁ କୋଭିଡରେ ଆକ୍ରାନ୍ତ ହୋଇ ଏସସିବିରେ ଚିକିତ୍ସିତ ହୋଇଆସୁଛନ୍ତି । ହେଲେ ବୁଧବାର ତାଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କ ଫୁସଫୁସ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବାରୁ, ଏକମୋ ଚିକିତ୍ସାର ଆବଶ୍ୟକତା ଥିଲା । ଏସସିବି ଏକମୋ ଇଣ୍ଟରନାଲ କମିଟିର ନିଷ୍ପତ୍ତି ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଅନ୍ନପୂର୍ଣ୍ଣାଙ୍କୁ ୟୁନିଟରେ ଭର୍ତ୍ତି କରାଯାଇଥିଲା । ଅନ୍ନପୂର୍ଣ୍ଣାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ଏସସିବିର ଡ଼ିନ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା, ଅଧିକ୍ଷକ ଡାକ୍ତର ଲୁସି ଦାସ, ଜରୁରୀ କାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ପୁରା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ୯ଟି ଏକମୋ ମେସିନ ବିଶିଷ୍ଟ ଏହି ୟୁନିଟକୁ ଉଦଘାଟନ କରିଥିଲେ । ରାଜ୍ୟବାସୀଙ୍କ ପାଇଁ ଏହି ଚିକିତ୍ସା ସେବା ବ୍ୟୟବହୁଳ ହେବନାହିଁ । ଏହାକୁ ଲକ୍ଷ ରଖି ମୁଖ୍ୟମନ୍ତ୍ରୀ ଏହି ଏକମୋ ସେବାର ଶୁଭାରମ୍ଭ କରିଥିଲେ ।

ରାଜ୍ୟରେ ଆଉ ୮୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୮୪୯ ପଜିଟିଭ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୪୯୧, ଲୋକାଲ କେସ୍ ୩୫୮ । ଏମାନଙ୍କ ମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୧୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୯୫୬ ଆକ୍ରାନ୍ତ । ଖୋର୍ଦ୍ଧାରୁ ସର୍ବାଧିକ ୩୬୧, କଟକରୁ ୯୮, ଷ୍ଟେଟପୁଲରୁ ୭୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୩୨, ବାଲେଶ୍ବରରୁ ୩୧, ପୁରୀରୁ ୨୮, କେନ୍ଦ୍ରାପଡାରୁ ୨୭, ଅନୁଗୁଳରୁ ୨୨, ଢେଙ୍କାନାଳ ଓ ଜଗତସିଂହପୁରରୁ ୨୧ଜଣ ଲେଖାଏଁ, ମୟୂରଭ଼୍ଜରୁ ୨୦, କେନ୍ଦୁଝରରୁ ୧୬, ସୁନ୍ଦରଗଡ଼ରୁ ୧୬, ସମ୍ବଲପୁରରୁ ୧୫, ନୟାଗଡ଼ରୁ ୧୪, ଦେବଗଡ଼ରୁ ୧୧, ଭଦ୍ରକରୁ ୧୦, ବୌଦ୍ଧରୁ ୫, ଗଞ୍ଜାମ ଓ କୋରାପୁଟରୁ ୪ଜଣ ଲେଖାଏଁ, ବରଗଡ଼ ଓ କଳାହାଣ୍ଡିରୁ ୩ଜଣ ଲେଖାଏଁ, କନ୍ଧମାଳ ,ନୂଆପଡା ଓ ରାୟଗଡ଼ାରୁ ୨ଜଣ ଲେଖାଏଁ, ବଲାଙ୍ଗୀର, ଝାରସୁଗୁଡା, ମାଲକାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ପୁଣି କାବୁଲ ବିମାନ ବନ୍ଦରରେ ହୋଇପାରେ ଆକ୍ରମଣ: ସତର୍କ କରାଇଲେ ଜୋ ବାଇଡେନ୍

 

ପୁଣି କାବୁଲ ବିମାନ ବନ୍ଦରରେ ହୋଇପାରେ ଆକ୍ରମଣ: ସତର୍କ କରାଇଲେ ଜୋ ବାଇଡେନ୍

ଓ୍ୱାସିଂଟନ: ପୁଣି ଥରେ କାବୁଲ ବିମାନ ବନ୍ଦର ଉପରେ ହୋଇପାରେ ଆତଙ୍କୀ ଆକ୍ରମଣ । ଆଉ ୨୪ରୁ ୩୬ ଘଣ୍ଟା ମଧ୍ୟରେ ଆତଙ୍କୀ ଘଟାଇପାରନ୍ତି କାବୁଲ ବିସ୍ଫୋରଣ ଭଳି ଘଟଣାର ପୁନରାବୃତ୍ତି । ଆଫଗାନିସ୍ତାନର ଆମେରିକାର ଡ୍ରୋନ୍ ଅପରେସନ୍‌ ପରେ ଏଭଳି ଆଶଙ୍କା କରିଛି ଆମେରିକା  । ଏ ନେଇ ଖୋଦ୍ ରାଷ୍ଟ୍ରପତି ଜୋ ବାଇଡେନ୍ ସାମ୍ୱାଦିକ ସମ୍ମିଳନୀରେ ସତର୍କ କରାଇଛନ୍ତି ।

କାବୁଲ ସ୍ଥିତ ଆମେରିକୀୟ ଦୂତାବାସ ପକ୍ଷରୁ ମଧ୍ୟ ରବିବାର ଏ ନେଇ ସୂଚିତ କରାଯାଇଛି ।  ଏବଂ କାବୁଲ ଏୟାରପୋର୍ଟ ଗୋଟ୍ ଏବଂ ଆଖପାଖ ଅଞ୍ଚଳରୁ ଯଥାଶୀଘ୍ର ଫେରିଆସିବାକୁ କୁହାଯାଇଛି ।  ଅପରପକ୍ଷରେ କାବୁଲ ବିମାନ ବନ୍ଦରରକୁ ନିଜ ଅକ୍ତିଆରକୁ ନେଇଛି ତାଲିବାନ । ତିନୋଟି ଗେଟ୍‌ରୁ ଓହରିଲା ଆମେରିକା ସେନା  । ଡ୍ରୋନ୍‌ ଷ୍ଟ୍ରାଇକ୍‌ ପରେ ଆତଙ୍କୀ ସାବାଡ ହୋଇଥିବା ବେଳେ ଆଉ ଆତଙ୍କୀ ହମଲା ହେବ ନାହିଁ ବୋଲି ଆଶା କରାଯାଉଛି । ଗତକାଲି ସନ୍ଧ୍ୟାରେ ଗୁଳି ମାଡ ହୋଇଥିବା ବେଳେ ସ୍ଥିତିକୁ ତୁରନ୍ତ ନିଜ ଅଧିନକୁ ଆଣିଥିଲା ଆମେରିକା ସେନା  ।

ଏଥିସହିତ ପଢ଼ନ୍ତୁ: ଓହରିଲେ ଆମେରିକୀୟ ସେନା: ତାଲିବାନି କବ୍‌ଜାରେ କାବୁଲ ବିମାନ ବନ୍ଦର

ଅନ୍ୟପକ୍ଷରେ ତାଲିବାନର ଅକ୍ତିଆରର ବାହାରେ ଥିବା ପଞ୍ଜସୀରକୁ ଦଖଲ କରିଛନ୍ତି ଆତଙ୍କୀ  । କିନ୍ତୁ ଏଭଳି ଖବରକୁ ଅହମଦ ମସୁଦର ସମର୍ଥକ ଖଣ୍ଡନ କରିଛନ୍ତି  । ଏପର୍ଯ୍ୟନ୍ତ ପଞ୍ଜସୀର ଉପରେ ତାଲିବାନ୍‌ କବ୍‌ଜା କରିପାରିନାହିଁ । କିନ୍ତୁ ଅନବରତ ପ୍ରୟାସ ଜାରି ରହିଛି ବୋଲି କହିଛନ୍ତି ଅହମ୍ମଦ ମସୁଦର ସମର୍ଥକ  । ସେପଟେ ଆମେରିକାର ବିରୋଧୀ ଦଳ ନେତା କେଭିନ ମ୍ୟାକର୍ଥୀ ରାଷ୍ଟ୍ରପତି ଜୋ ବାଇଡେନ୍ ସମାଲୋଚନା କରିଛନ୍ତି । ଆଫଗାନିସ୍ତାନରେ ବିସ୍ଫୋରଣ ଦ୍ୱାରା ୧୩ ଆମେରିକା ସେନା ଶହୀଦ ହେବା ପରେ ଦଳର ସାଂସଦ ବାଇଡେନ୍‌ଙ୍କୁ ସମାଲୋଚନା କରିଛନ୍ତି । ଅଗଷ୍ଟ ୩୧ ସୁଦ୍ଧା ଆମେରିକା ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିବ ବୋଲି କହିଛି । କିନ୍ତୁ ଯେ ପର୍ଯ୍ୟନ୍ତ ଆମେରିକା ସମସ୍ତ ଆମେରିକୀୟ ନାଗରିକଙ୍କୁ ଉଦ୍ଧାର ନ କରିଛି, ସେଯାଏ ଆଫଗାନିସ୍ତାନରେ ଆମେରିକା ସେନା ରହିବା ଦରକାର ବୋଲି ବିରୋଧୀ ଦଳ ନେତା କହିଛନ୍ତି ।

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି: ୮ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ଆଲର୍ଟ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା । ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । କେତେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଲଘୁଚାପ ପ୍ରଭାବରେ ଆସନ୍ତାକାଲି ପର୍ଯ୍ୟନ୍ତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ । ଏହା ସହିତ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଅନେକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।

ଆଜି ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁରକୁ ସତର୍କ ସୂଚନା ଜାରି କରାଯାଇଛି । ଏହା ସହିତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, ଅନୁଗୁଳ ଆଦି ଜିଲ୍ଲାରେ ମଧ୍ୟ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଏସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆସନ୍ତାକାଲି ପରେ ବର୍ଷା କମିବା ସହିତ କେତେକ ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି । ଅନ୍ୟପଟେ ରାଜ୍ୟରେ ଏବେ ଯାଏ ୬୩୦ ଦଶମିକ ୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହି ସମୟରେ ୮୯୬ ମିଲିମିଟର ବର୍ଷା ହେବା କଥା । ରାଜ୍ୟରେ ଏବେ ସ୍ୱାଭାବିକଠାରୁ ୩୦ ପ୍ରତିଶତ କମ୍ ବର୍ଷା ହୋଇଛି । ୭ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୨୩ଟି ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ଜାରି ରହିଛି ।

ଏଥିସହିତ ପଢ଼ନ୍ତୁ: ଓହରିଲେ ଆମେରିକୀୟ ସେନା: ତାଲିବାନି କବ୍‌ଜାରେ କାବୁଲ ବିମାନ ବନ୍ଦର