spot_img
Home Blog Page 5267

ଓହରିଲେ ଆମେରିକୀୟ ସେନା: ତାଲିବାନି କବ୍‌ଜାରେ କାବୁଲ ବିମାନ ବନ୍ଦର

କାବୁଲ: ତାଲିବାନ କବ୍‌ଜାରେ କାବୁଲ ବିମାନ ବନ୍ଦର  । ତିନୋଟି ଗେଟ୍‌ରୁ ଓହରିଲା ଆମେରିକା ସେନା  । ଡ୍ରୋନ୍‌ ଷ୍ଟ୍ରାଇକ୍‌ ପରେ ଆତଙ୍କୀ ସାବାଡ ହୋଇଥିବା ବେଳେ ଆଉ ଆତଙ୍କୀ ହମଲା ହେବ ନାହିଁ ବୋଲି ଆଶା କରାଯାଉଛି । ଗତକାଲି ସନ୍ଧ୍ୟାରେ ଗୁଳି ମାଡ ହୋଇଥିବା ବେଳେ ସ୍ଥିତିକୁ ତୁରନ୍ତ ନିଜ ଅଧିନକୁ ଆଣିଥିଲା ଆମେରିକା ସେନା  ।

ଅନ୍ୟପକ୍ଷରେ ତାଲିବାନର ଅକ୍ତିଆରର ବାହାରେ ଥିବା ପଞ୍ଜସୀରକୁ ଦଖଲ କରିଛନ୍ତି ଆତଙ୍କୀ  । କିନ୍ତୁ ଏଭଳି ଖବରକୁ ଅହମଦ ମସୁଦର ସମର୍ଥକ ଖଣ୍ଡନ କରିଛନ୍ତି  । ଏପର୍ଯ୍ୟନ୍ତ ପଞ୍ଜସୀର ଉପରେ ତାଲିବାନ୍‌ କବ୍‌ଜା କରିପାରିନାହିଁ । କିନ୍ତୁ ଅନବରତ ପ୍ରୟାସ ଜାରି ରହିଛି ବୋଲି କହିଛନ୍ତି ଅହମ୍ମଦ ମସୁଦର ସମର୍ଥକ  । ସେପଟେ ଆମେରିକାର ବିରୋଧୀ ଦଳ ନେତା କେଭିନ ମ୍ୟାକର୍ଥୀ ରାଷ୍ଟ୍ରପତି ଜୋ ବାଇଡେନ୍ ସମାଲୋଚନା କରିଛନ୍ତି । ଆଫଗାନିସ୍ତାନରେ ବିସ୍ଫୋରଣ ଦ୍ୱାରା ୧୩ ଆମେରିକା ସେନା ଶହୀଦ ହେବା ପରେ ଦଳର ସାଂସଦ ବାଇଡେନ୍‌ଙ୍କୁ ସମାଲୋଚନା କରିଛନ୍ତି । ଅଗଷ୍ଟ ୩୧ ସୁଦ୍ଧା ଆମେରିକା ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିବ ବୋଲି କହିଛି । କିନ୍ତୁ ଯେ ପର୍ଯ୍ୟନ୍ତ ଆମେରିକା ସମସ୍ତ ଆମେରିକୀୟ ନାଗରିକଙ୍କୁ ଉଦ୍ଧାର ନ କରିଛି, ସେଯାଏ ଆଫଗାନିସ୍ତାନରେ ଆମେରିକା ସେନା ରହିବା ଦରକାର ବୋଲି ବିରୋଧୀ ଦଳ ନେତା କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: କାବୁଲ ବିମାନବନ୍ଦରର ପ୍ରବେଶ ପଥରେ ଆଖିବୁଜା ଗୁଳିମାଡ଼

ମୟୂରଭଞ୍ଜ ଗସ୍ତରେ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ

ବାରିପଦା: ମୟୂରଭଞ୍ଜ ଗସ୍ତରେ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ । ମୟୂରଭଞ୍ଜ-୧ ଓ ମୟୂରଭଞ୍ଜ-୨ର ବାରିପଦା ଓ ରାଇରଙ୍ଗପୁର ଠାରେ ସାଙ୍ଗଠନିକ ବୈଠକରେ ଯୋଗଦେଲେ ପ୍ରଣବ । ତୃଣମୂଳ ସ୍ତରରେ ସଙ୍ଗଠନକୁ ଅଧିକ ସୁଦୃଢ଼ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଉପସ୍ଥିତ କର୍ମକର୍ତ୍ତାଙ୍କୁ  ଗୁରୁମନ୍ତ୍ର ଦେଇଛନ୍ତି ବିଜେଡ଼ି ସାଙ୍ଗଠନିକ ସଂପାଦକ ।

ସେପଟେ ମୟୁରଭଞ୍ଜ ଗସ୍ତ କରିଥିବା ସମୟରେ ଅନେକ ସାଙ୍ଗଠନିକ କାର୍ୟ୍ୟକ୍ରମରେ ଯୋଗଦେଇଛନ୍ତି ପ୍ରଣବ  । ଏହି  ବୈଠକରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ମୋରଡା ବିଧାୟକ ରାଜକିଶୋର ଦାସ ଓ ବହୁ ବରିଷ୍ଠ କର୍ମୀ ଏବଂ ବିଜୁ ମହିଳା, ଯୁବ ଓ ଛାତ୍ରର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଆସନ୍ତା ୩୧ ସୁଦ୍ଧା ଆଫଗାନିସ୍ତାନରୁ ହଟିବ ଆମେରିକା

କାବୁଲ:  ଆସନ୍ତା ୩୧ ସୁଦ୍ଧା ଆଫଗାନିସ୍ତାନରୁ ହଟିବ ଆମେରିକା । ତେବେ ଏହା ପୂର୍ବରୁ କାବୁଲସ୍ଥିତ ସିଆଇଏର ଏକ ଘାଟି ଇଗଲ ବେସକୁ ଧ୍ବଂସ କରିଦେଇଛି ଆମେରିକା । ଗତ ବୁଧବାର କାବୁଲ ବିମାନ ବନ୍ଦରରେ ବିସ୍ଫୋରଣ ପରେ ଆମେରିକା ଏହି ଘାଟିକୁ ଧ୍ବଂସ କରିଦେଇଛି । ଏହି ବିସ୍ଫୋରଣରେ ଆମେରିକାର ୧୩ ସୈନ୍ୟ ସମେତ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।

ଏହି ବେସ ଆମେରିକୀୟ ସୈନ୍ୟଙ୍କୁ ତାଲିମ ଦିଆଯିବା ସହ ଆତଙ୍କବାଦୀ ବିରୋଧୀ ପ୍ରଶିକ୍ଷଣ ଶିବିର ଭାବେ କାର୍ଯ୍ୟ କରୁଥିଲା । ତାଲିବାନ ସଂଗଠନ ହାତରେ ଏହି ବେସର ଅପବ୍ୟବହାର ହେବା ଆଶଙ୍କାରେ ଆମେରିକା ଏହାକୁ ନଷ୍ଟ କରିଦେଇଛି । ଅଫଗାନକୁ ତାଲିବାନ ଦଖଲ କରିବା ପରେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଦେଶରେ ଜୀବନ ଯାପନ ମାନ  । ଲୋକେ ଗୋଟେପଟେ ଭୟଭୀତ ରହିଥିବାବେଳେ ଅନ୍ୟପଟେ ତାଲିବାନର ଆତଙ୍କୀ ସାଧାରଣ ଲୋକଙ୍କୁ ଅଣନିଶ୍ୱାସୀ କରିଦେଇଛି  ।

ମାୟାନଗରୀ ଉପରେ ମାଡ଼ିଯିବ ପାଣି, ୨୦୫୦ ମସିହା ବେଳକୁ ଜଳମଗ୍ନ ହେବ ମୁମ୍ବାଇ

ମୁମ୍ବାଇ: ବୁଡ଼ିଯିବ ଦେଶର ସର୍ବପୁରାତନ ସହର  । ମାୟାନଗରୀ ମୁମ୍ବାଇ ଉପରେ ମାଡ଼ିଯିବ ପାଣି  । ମାତ୍ର 29 ବର୍ଷ ପରେ ଅର୍ଥାତ ୨୦୫୦ ମସିହା ବେଳକୁ ଏହି ସହର ହେବ ଜଳମଗ୍ନ  ।  ସମୁଦ୍ର ଗର୍ଭରେ  ଲୀନ ହୋଇଯିବ ଦେଶର ବାଣିଜ୍ୟିକ କେନ୍ଦ୍ର  ।  ଏଭଳି ଏକ ଚାଞ୍ଚଳ୍ୟକର ଭବିଷ୍ୟବାଣୀ ଦେଇଛନ୍ତି ମୁମ୍ବାଇ ମହାନଗର ନିଗମ ଆୟୁକ୍ତ ଇକବାଲ ସିଂ ଚହଲ  । ୨୦୫୦ ମସିହା ବେଳକୁ ବ୍ୟବସାୟୀକ ପେଣ୍ଠସ୍ଥଳୀ ତଥା ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ୮୦ ପ୍ରତିଶତ ଅଞ୍ଚଳ ଜଳମୟ ହେବ  । କାରୋବାରେ ଜିଲ୍ଲା ନରୀମନ ପଏଣ୍ଟ,  ରାଜ୍ୟ ସଚ୍ଚିବାଳୟ ମନ୍ତ୍ରାଳୟ ସମେତ ଦକ୍ଷିଣ ମୁମ୍ବାଇ ଏକ ବଡ ଭୂଖଣ୍ଡ ଜଳ ଭାଗରେ ବିଲୀନ ହେବାକୁ ଯାଉଛି  ।

ବଢୁଥିବା ତାପମାତ୍ରା ଏବଂ ବଦଳୁଥିବା ଜଳବାୟୁ ହିଁ ଏହାର ପ୍ରମୁଖ କାରଣ ସାଜିଛି  । ଆଉ ଏହାର ସବୁ ପଛରେ ମାନବ ଜାତିର ବଡ଼ ହାତ ରହିଛି  । ପ୍ରକୃତି ପ୍ରତିଟି ମୂହୂର୍ତ୍ତରେ ଆମକୁ ଚେତାବନୀ ଦେଉଛୁ  । ତେଣୁ ବର୍ତ୍ତମାନ ସ୍ଥିତିରେ ଲୋକଙ୍କୁ ସଜାଗ ହେବାର ରହିଛି  । ଯଦି ଲୋକ ସଜାଗ ଏବଂ ସଚେତନ ନରହିବେ ତେବେ ପରିସ୍ଥିତି ଆଗାମୀ ଦିନରେ ଅତ୍ୟନ୍ତ ଭୟଙ୍କର ହେବାକୁ ଯାଉଛି  । ତେଣୁ ବେଳ ଥାଉଁ ସତର୍କ ହେବାର ସୁରାକ ଦେଇଛନ୍ତି ଇକବାଲ  । ସେ ଏକଥା ମଧ୍ୟ କହିଛନ୍ତି ଯେ, ଏ ଚେତାବନୀକୁ ବାକି ରହିଛି କେବଳ ୨୫ – ୩୦ ବର୍ଷ  । ଅର୍ଥାତ ୨୦୫୦ ମସିହା ଆଉ ବେଶି ଦୂର ନୁହେଁ  ।

ଜଳବାୟୁ ପରିବର୍ତ୍ତନ ଉପରେ କାର୍ଯ୍ୟ କରୁଥିବା ମୁମ୍ବାଇ  ଦକ୍ଷିଣ ଏସିଆର ପ୍ରଥମ ସହର  । ତେଣୁ ଜଳବାୟୁ ପରିବର୍ତ୍ତନର ପ୍ରତିଟି ସ୍ଥିତି ଉପରେ ନଜର ରଖିଥାଏ ମୁମ୍ବାଇ  । ଏକଥା ମଧ୍ୟ ଜଣାପଡିଛି ଯେ, ୧୨୯ ବର୍ଷ ପରେ ପ୍ରଥମ ଥର ପାଇଁ ମୁମ୍ବାଇରେ ଏକ ସାମୁଦ୍ରିକ ଝଡ ଅର୍ଥାତ ବାତ୍ୟା ସ୍ଥଳ ଭାଗ ଛୁଇଁଥିଲା  । 2020 ଜୁନ ମାସରେ ସ୍ଥଳଭାଗ ଅତିକ୍ରମ କରିଥିବା ବାତ୍ୟା ନିସର୍ଗ ମୁମ୍ବାଇ ସହରକୁ କ୍ଷତିଗ୍ରସ୍ତ କରିପକାଇଥିଲା  । ଏହାର ୧୫ ମାସ ପରେ ତିନିଟୋ ସାମୁଦ୍ରିକ ଝଡ଼ ଲଗାତର ମୁମ୍ବାଇ ଦେଖିଛି  । ପରବର୍ତ୍ତୀ ସମୟରେ ଅର୍ଥାତ ୨୦୨୦ ଅଗଷ୍ଟ ୫ରେ ନରିମନ ପଏଣ୍ଟରେ ପାଖାପାଖି ୫ ଫୁଟରୁ ୬ ଫୁଟ ଉଚ୍ଚତାର ପାଣି ଦେଖିବାକୁ ମିଳିଥିଲା  । କିନ୍ତୁ ସେଦିନ କୌଣସି ବାତ୍ୟାର ସୁରକା ନଥିଲେ ମଧ୍ୟ ଏଭଳି ପ୍ରାକୃତିକ ବିପଦରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡିଥିଲେ  । ପରେ ସର୍ବେକ୍ଷଣରୁ ଜଣାପଡିଲା ଯେ, ଏହା ଥିଲା ସାମୁଦ୍ରିକ ଝଡ଼  ।

ତେଣୁ ମୁମ୍ବାଇରେ ଘଟୁଥିବା ଏଭଳି ଆକସ୍ମିକ ପ୍ରାକୃତିକ ଘଟଣା ଆଗାମୀ ଦିନରେ ବଡ ବିପଦକୁ ଆମନ୍ତ୍ରଣ କରୁଥିବା ଜଣାପଡିଛି  । କାରଣ ଆମେରିକା ଅନ୍ତରୀକ୍ଷ ଅନୁସନ୍ଧାନକାରୀ ସଂସ୍ଥା ନାସାର ସି ଲିଭେଲ ପ୍ରୋଜେକ୍ସନ୍ ଟୁଲ ମଧ୍ୟ କିଛି ଦିନ ତଳେ ଏମିତି କିଛି ଚାଞ୍ଚଲ୍ୟକର ତଥ୍ୟ ଦେଇଥିଲା  ।  ୭୯ ବର୍ଷ ପରେ… ଅର୍ଥାତ୍ ୨୧ ଶହ ମସିହା ଭାରତର ୧୨ ସମୁଦ୍ର କୂଳିଆ ସହର ୩ ଫୁଟ ପାଣି ଭିତରେ ଜଳ ସମାଧି ନେବ ବୋଲି ଚେତାବନୀ ଦେଇଥିଲା ନାସା । ଏହି ସହର ମାନଙ୍କ ଭିତରେ ରହିଥିବା ଓଡିଶାର ବନ୍ଦର ନଗରୀ ପାରାଦ୍ୱୀପ  ।  ବିଶ୍ୱ ତାପନ ବୃଦ୍ଧି ସହ ଉତ୍ତର ଓ ଦକ୍ଷିଣ ମେରୁରେ ଜମାଥିବା ବରଫ ତରଳିବା ଯୋଗୁଁ ସମୁଦ୍ରର ଜଳସ୍ତର ବଢ଼ିବ । ଏବଂ ଇଥିପାଇଁ ଭୟଙ୍କର ଜଳ ପ୍ରଳୟ ଆସିବ ବୋଲି ଆଶଙ୍କା କରିଥିଲା ନାସା  ।

 

 

ପୁରୁଣାଠୁ ଶସ୍ତା ହେବ ନୂଆ AC 3 ଟାୟର କୋଚ୍ ଯାତ୍ରା

ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରୀଙ୍କ ପାଇଁ ଖୁସି ଖବର । ନୂଆ ଏସି ଥ୍ରୀ ଟାୟର ଇକୋନମି କ୍ଲାସ କୋଚରେ ଯାତ୍ରା ବର୍ତ୍ତମାନର ପ୍ରଚଳିତ ଏସି କୋଚ ଠାରୁ ଶସ୍ତା ରହିବ । ଦର ପ୍ରାୟ ୮ ପ୍ରତିଶତ କମ ରହିବ ଏବଂ ଆରମଦାୟକ ଯାତ୍ରା ସୁବିଧା ମିଳିବ ବୋଲି ଶନିବାର ଭାରତୀୟ ରେଲୱେ ସୂଚନା ଦେଇଛି ।

ନୂଆ କୋଚର ଭଡ଼ା ମେଲ ଓ ଅକ୍ସପ୍ରେସର ଟ୍ରେନର ବର୍ତ୍ତମାନ ସ୍ଲିପର କ୍ଲାସ ଭଡ଼ାଠାରୁ ୨.୪ ଗୁଣା ଅଧିକ । ରେଲୱେ ବିଭିନ୍ନ ଜୋନରେ ୫୦ଟି ନୂଆ କୋଚ୍ ଦେଇଛି । ଏହି କୋଚକୁ ମେଲ୍ ଏକ୍ସପ୍ରେସ୍ ସହ ସଂଯୋଗ କରାଯିବ । ଯେଉଁ ଟ୍ରେନ୍ ଅଧିକ କୋଚ ସହ ଚାଲୁଛି ସେଥିରେ ସ୍ଲିପର ସ୍ଥାନରେ ଏହି କୋଚକୁ ଲଗାଯିବ ।

୩୦୦ କିଲୋମିଟର ଯାଏଁ ମୂଳ ଭଡ଼ା ୪୪୦ ଟଙ୍କା ଯାହା ଦୂରତା ଅନୁସାରେ ସବୁଠୁ କମ୍ । ଯେତେବେଳେ କି ସର୍ବାଧିକ ଭଡ଼ା ୪୯୫୧ କିଲୋମିଟରରୁ ୫ ହଜାର କିମି ଯାଏଁ ୩୦୬୫ ଟଙ୍କା ରହିବ । ଏହି ନୂତନ କୋଚରେ ୮୩ଟି ସିଟ୍ ରହିଛି ।

୩ ଦିନ ପରେ ଉଡ଼ାଣ ଭରିଲା ଜରୁରୀକାଳୀନ ଲ୍ୟାଣ୍ଡିଂ କରିଥିବା ‘ଚିନୁକ’

ବକ୍ସର: ବକ୍ସରର ରାଜପୁର ମାନିକପୁର ଗାଁ ହାଇସ୍କୁଲ ନିକଟରେ ଲ୍ୟାଣ୍ଡିଂ କରିଥିବା ବାୟୁସେନାର ଚିନୁକ ହେଲିକପ୍ଟର ଚତୁର୍ଥ ଦିନ ଉଡ଼ାଣ ଭରିଛି । ଚିନୁକ ଆକାଶର ଉଚ୍ଚକୁ ଉଠିବା ସହ ସ୍ଥାନୀୟ ଅଞ୍ଚଳ ଭାରତ ମାତା କି ଜୟରେ ପ୍ରକମ୍ପିତ ହୋଇଥିଲା । ଲୋକ ତ୍ରିରଙ୍ଗା ପତାକା ଦେଖାଇ ଚିନୁକକୁ ବିଦାୟ ଦେଇଥିଲେ । ଗତ ୩ ଦିନ ହେଲା ଚିନୁକ ହେଲିକପ୍ଟରକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ଆଉ ଭିଡ଼କୁ ଦେଖି ସେଠାରେ ଚାଟଠୁ ନେଇ ପକୁଡ଼ି, ସିଙ୍ଗଡ଼ା ଓ ଜଲେବିର ପସରା ମେଲିଥିଲା ।

chinook Emergency Land Makes Mini Market In Baxar

ଚିନୁକ ହେଲିକପ୍ଟର ଅଚାନକ ଲ୍ୟାଣ୍ଡିଂ କରିବା ପରେ ଦେଖିବା ପାଇଁ ଲୋକଙ୍କ ଭିଡ଼ ତିନିଦିନ ହେଲା ଲାଗି ରହିଥିଲା । ଉତ୍ତରପ୍ରଦେଶରୁ ମଧ୍ୟ ଲୋକ ଚିନୁକ ହେଲକପ୍ଟରକୁ ଦେଖିବା ଲାଗି ମାଣିକପୁର ଆସୁଥିଲେ । ଲୋକଙ୍କ ଭିଡ଼ ପାଇଁ ମାଣିକପୁରରେ ମେଳା ଭଳି ମାହୋଲ ସୃଷ୍ଟି ହୋଇଥିଲା ।

chinook Emergency Land Makes Mini Market In Baxar

ବାୟୁସେନାର ଚିନୁକ ହେଲିକପ୍ଟର ବୁଧବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ଜରୁରୀକାଳୀନ ଅବତରଣ କରିଥିଲା । ଆହ୍ଲାବାଦରୁ ବିହଟା ଏୟାରଫୋର୍ସ ଷ୍ଟେସନକୁ ଯିବା ବାଟରେ ଚିନୁକ ଇଞ୍ଜିନରେ ସମସ୍ୟା ଦେଖା ଦେଇଥିଲା । ଫଳରେ ବକ୍ସରରେ ଏହାର ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା । ଇଞ୍ଜିନକୁ ସଜାଡ଼ିବା ଲାଗି ୩ ଦିନ ମଧ୍ୟରେ ମାଣିକପୁରକୁ ୫୦ରୁ ଅଧିକ ବାୟୁସେନା ସୈନିକ ଆସିଥିଲେ ।

ପୁରୀରେ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ

ପୁରୀ: ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏହାକୁ ଉଦଘାଟନ କରିଥିଲେ । ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଜିଲ୍ଲାର ସମସ୍ତ ଅସହାୟ, ଅନାଥ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ୧୧୭ ଜଣ ହିତାଧିକାରୀଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି । ଏହି ଯୋଜନାରେ ସାମିଲ ଥିବା ହିତାଧିକାରୀ ମାନେ ଘରୋଇ ଓ ସରକାରୀ ସ୍କୁଲରେ ମାଗଣା ଶିକ୍ଷାଦାନ ସହ ପୁସ୍ତକ , ପୋଷାକର ସମସ୍ତ ସହଯୋଗ ପାଇପାରିବେ । ୨୦୨୦ ମସିହା ଏପ୍ରିଲ୍ ୧ ତାରିଖ ପରଠାରୁ ଯେଉଁ ପିଲାଙ୍କ ବାପା ଓ ମା ଉଭୟ କୋଭିଡ କିମ୍ବା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବେ ସେମାନଙ୍କ ପିଲାଙ୍କୁ ୧୮ ବର୍ଷ ପର୍ଯ୍ୟନ୍ତ ୨୫ଶହ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ସରକାର ।

ଶୋଇଥିବା ବେଳେ ପୁଅଝିଅଙ୍କ ତଣ୍ଟି କାଟି ବିଷ ପିଇଦେଲେ ଦମ୍ପତି

ଭୋପାଳ: ବେରୋଜଗାର ଓ ଆର୍ଥିକ ସଂକଟ ଏକ ପରିବାରକୁ ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିଛି । ଶୋଇଥିବା ବେଳେ ୧୬ ବର୍ଷର ପୁଅ ଓ ୧୪ ବର୍ଷର ପୁଅର ତଣ୍ଟିକୁ ଟାଇଲ୍ସ କଟରରେ କାଟି ଦେଇଛନ୍ତି ବାପାମାଆ । ପରେ ପରେ ସ୍ୱାମୀ, ସ୍ତ୍ରୀ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପୁଅ ଓ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଓ ମାଆ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏଭଳି ଘଟଣା ମଧ୍ୟପ୍ରଦେଶର ଭୋପାଳରେ ଘଟିଛି ।

ତଥ୍ୟ ଅନୁସାରେ, ମୃତକ ଜଣେ ସିଭିଲ୍ ଇଞ୍ଜିନିୟର । ସେ ବହୁଦିନ ଧରି କାମ ହରାଇବା ଓ ଖରାପ ଆର୍ଥିକ ସ୍ଥିତିକୁ ନେଇ ଭାଙ୍ଗି ପଡ଼ି ଏଭଳି ପଦକ୍ଷେପ ନେଇଛନ୍ତି । ମିସରୋଦ ଥାନା ଅନ୍ତର୍ଗତ ସହାରା ଷ୍ଟେଟରେ ଏହି ଘଟଣା ଘଟିଛି । ସ୍ଥାନୀୟ ପୋଲିସ ଅନୁସାରେ, ୫୫ ବର୍ଷୀୟ ରବି ଠାକେରଙ୍କ ପରିବାର ୧୦୨ ମଲ୍ଟି ସହାରା ଷ୍ଟେଟରେ ରହୁଥିଲେ । ଘରେ ପତ୍ନୀ ରଞ୍ଜନା ଠାକରେ (୫୦), ପୁଅ ଚିରାଗ ଠାକରେ (୧୬) ଓ ଝିଅ ଗୁଞ୍ଜନ ଠାକରେ (୧୪) ରହୁଥିଲେ ।

ଶନିବାର ପରିବାରର ସଦସ୍ୟ ସକାଳୁ ଉଠିନଥିଲେ । ସକାଳ ପ୍ରାୟ ୮ଟା ୩୦ ବେଳକୁ ପଡ଼ୋଶୀ ସନ୍ଦେହ ହେବାରୁ ଝରକା ପଟେ ଦେଖିଥିଲେ । ଆଉ ଯାହା ଦେଖିଲେ ତାହା ବର୍ଣ୍ଣନା ସମ୍ଭବ ନଥିଲା । ସଙ୍ଗେ ସଙ୍ଗେ ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ୪ ଜଣଙ୍କୁ ତୁରନ୍ତ ମେଡିକାଲ ପଠାଇଥିଲା । ଡାକ୍ତର ବାପାପୁଅଙ୍କୁ ମୃତ ଘୋଷଣା କରିଛନ୍ତି । ଆର୍ଥିକ ସ୍ଥିତି ଓ ମାନସିକ ଅବସାଦ ପାଇଁ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ରଞ୍ଜନା ।

ସ୍କୁଲରେ ସ୍ମାର୍ଟ ବ୍ୟବସ୍ଥା, ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରୂପାନ୍ତର ବିଦ୍ୟାଳୟର ଉଦଘାଟନ

ଗଞ୍ଜାମ: ରୂପାନ୍ତର ହେଉଛି ସ୍କୁଲ । ସ୍ମାର୍ଟ ବ୍ୟବସ୍ଥାରେ ପାଠ ପଢୁଛନ୍ତି ପିଲା । ଆଜି ଚତୁର୍ଥ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାରେ ୧୦ଟି ରୂପାନ୍ତର ବିଦ୍ୟାଳୟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ସ୍କୁଲର ଉଦଘାଟନ କରିବେ । ଏଥିଲାଗି ବହୁ ମନ୍ତ୍ରୀ ଓ ବିଧାୟକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଶ୍ରେଣୀ ଗୃହ ସାଙ୍ଗକୁ ଇ-ଲାଇବ୍ରେରୀ ନିର୍ମାଣ ହୋଇଛି ।

ଯେଉଁଥିରେ ଛାତ୍ର ଛାତ୍ରୀମାନେ ଅନଲାଇନରେ ପାଠ ପଢିବାର ସୁଯୋଗ ପାଇବେ । ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର ସ୍କୁଲ ରୂପାନ୍ତର କାର୍ଯ୍ୟ ଆରମ୍ଭ ହୋଇଥିଲା । ଫାଇଭ୍‌-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ପାଞ୍ଚଟି ପର୍ଯ୍ୟାୟରେ ୫୦ଟି ସ୍କୁଲ ଲୋକାର୍ପଣ କରାଯିବ । ତିନୋଟି ପର୍ଯ୍ୟାୟରେ ୩୦ଟି ସ୍କୁଲ ଲୋକାର୍ପିତ ହୋଇସାରିଛି ।

ସୂଚନାଯୋଗ୍ୟ ଯେ ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ୫ଟି ପର୍ଯ୍ୟାୟରେ ୫୦ଟି ସ୍କୁଲର ଲୋକାର୍ପଣ କରାଯିବ। ଆଜି ସୁଦ୍ଧା ୪୦ଟି ସ୍କୁଲ ଲୋକାର୍ପିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ  କହିଛନ୍ତି ଯେ ହିଞ୍ଜିଳିର ଏ ସ୍କୁଲ ରୂପାନ୍ତର ପିଲାମାନଙ୍କ ମଧ୍ୟରେ ଖୁସି ଓ ଉତ୍ସାହ ଭରି ଦେଇଛି। ଏହା ସେମାନଙ୍କ ଉଜ୍ଜଳ ଭବିଷ୍ୟତକୁ ସାକାର କରିବ ଓ ସେମାନଙ୍କୁ ଜୀବନର ସବୁ କ୍ଷେତ୍ରରେ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିବ। ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଯୁଗ ପ୍ରତିଯୋଗିତାର ଯୁଗ ।ଞାନର ଯୁଗ ।ବର୍ତ୍ତମାନ ଯୁଗର ଆବଶ୍ୟକତା କୁ ଆଖି ଆଗରେ ରଖି ଆମେ ପିଲାଙ୍କୁ ସବୁଠାରୁ ଭଲ ସୁବିଧା ଦେବା ପାଇଁ ଚେଷ୍ଟା କରିଛୁ । ହିଞ୍ଜିଳିରୁ ଆରମ୍ଭ ହୋଇଥିବା ଏ ପରିବର୍ତ୍ତନ, ଏ ରୂପାନ୍ତର ଓଡିଶାର ଭବିଷ୍ୟତକୁ ଉଜ୍ଜଳ କରିବ ଓ ଓଡିଶାର ପିଲାମାନଙ୍କୁ ଦେଶର ଶ୍ରେଷ୍ଠ ନାଗରିକ କରି ଗଢିତୋଳିବ ବୋଲି ମୁଖ୍ୟମନ୍ତ୍ରୀ  ଆଶା ବ୍ୟକ୍ତ କରିଥିଲେ ।

ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଛାତ୍ର ଜୀବନ ହେଉଛି ଭବିଷ୍ୟତ ଗଢିବାର ସମୟ। ପିଲାମାନଙ୍କର ଭବିଷ୍ୟତ ଭଲ ହେଲେ, ରାଜ୍ୟ ଓ ଦେଶର ଭବିଷ୍ୟତ ମଧ୍ୟ ଉଜ୍ଜଳ ହେବ । ତେଣୁ ସବୁ ପିଲାମାନେ ନିଜ ଭବିଷ୍ୟତ ପାଇଁ ଯେଉଁ ସ୍ବପ୍ନ ଦେଖିଛନ୍ତି, ତାକୁ ସାକାର କରିବା ପାଇଁ କଠୋର ପରିଶ୍ରମ କରନ୍ତୁ ଏବଂ ନିଜ ପାଇଁ ଓ ନିଜ ପରିବାର ପାଇଁ ସଫଳତା ଆଣନ୍ତୁ ବୋଲି ସେ କହିଥିଲେ । ପିଲା ମାନଙ୍କ ସଫଳତା ହିଁ ହେବ ଆମ ପାଇଁ ସବୁଠାରୁ ବଡ଼ ପୁରସ୍କାର ।