spot_img
Home Blog Page 5268

ଜାତୀୟ ରଗବି ଟିମର ପ୍ରାୟୋଜକ ଓଡ଼ିଶା, ଘୋଷଣା କଲେ କ୍ରୀଡାମନ୍ତ୍ରୀ

ଭୁବନେଶ୍ୱର: ଭାରତୀୟ ଜାତୀୟ ରଗବୀ ଟିମର ମିଳିତ ଭାବେ ପ୍ରାୟୋଜକ ହେବେ ଓଡ଼ିଶା ସରକାର ଏବଂ KIIT । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଘୋଷଣା କଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ତିନି ବର୍ଷ ପାଇଁ ପ୍ରାୟୋଜକ ହେବେ ରଜ୍ୟ ସରକାର  । ରାଜ୍ୟ ସରକାର ଗୋଟେପଟେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବାବେଳେ କ୍ରାଡ଼ାବୀତଙ୍କୁ ମଧ୍ୟ ପ୍ରତ୍ସାହିତ କରି ଆସୁଛନ୍ତି  । ତେଣୁ ଏପରି ସ୍ଥଳେ ଆଜି ଜାତୀୟ ରଗବୀ ଟିମକୁ ମଧ୍ୟ ପ୍ରାୟୋଜିତ କରିବେ ରାଜ୍ୟ ସରକାର  ।

ଆଗକୁ ଅଣ୍ଡର- ୧୮ ଦଳ ଏସିଆନ୍ ଚାମ୍ପିଅନସିପରେ ଭାଗ ନେବାକୁ ଯାଉଛି। ଏହା ପୂର୍ବରୁ ଓଡ଼ିଶାରେ ମହିଳା ଦଳର ଟ୍ରେନିଂ କ୍ୟାମ୍ପ ହୋଇଛି । ଗତ ଅଗଷ୍ଟ ୧୪ ତାରିଖରୁ ଚାଲିଛି କିଟ୍‌ରେ ରଗବୀର ଜାତୀୟ କ୍ୟାମ୍ପ୍ ଆୟୋଜିତ । ଏଥିରେ ପ୍ରଦର୍ଶନ ଭିତ୍ତିରେ ୫୨ ମହିଳା ଖେଳାଳି ଚୟନ ହୋଇଛନ୍ତି । ଏମାନେ ଆସନ୍ତା ଅଣ୍ଡର -୧୮ ଖେଳରେ ଜାତୀୟ କ୍ୟାମ୍ପରେ ଯୋଗଦେବେ । ଓଡ଼ିଶା ରଗବୀର ପ୍ରାୟୋଜକ ହେବା ପରେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ ବାର୍ତ୍ତା ଜାରି କରି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମରେ ଭାରତୀୟ ରଗ୍‌ବୀ ଫୁଟବଲ ୟୁନିୟନର ସଭାପତି ବିକ୍ରମ ଆହୁଜା, କ୍ରୀଡା ସଚିବ ଆର୍ ଭିନିଲ କ୍ରିଷ୍ଣା, ଓଡ଼ିଶା ରଗ୍‌ବୀ ଫୁଟବଲ ୟୁନିୟନ୍ ସଭାପତି, ସାଂସଦ ଅଚ୍ୟୁତ ସାମନ୍ତଙ୍କ ସହିତ ରଗବି ଇଣ୍ଡିଆର ଚିଫ ଏକ୍ସକ୍ୟୁଟିଭ ଯୋଗଦେଇଥିଲେ । ପୂର୍ବରୁ ହକି ଇଣ୍ଡିଆର ପ୍ରାୟୋଜକ ହୋଇଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଟୋକିଓ ଅଲିମ୍ପିକସରେ ମେଡାଲ ଜିତିଛି ଭାରତୀୟ ହକି ଦଳ । ଏବେ ହକି ପରେ ରଗ୍‌ବୀର ଦାୟିତ୍ବ ନେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

ଗୋଟିଏ ଇନିଂସ ୭୬ ରନରେ ତୃତୀୟ ଟେଷ୍ଟ ଜିତିଲା ଇଂଲଣ୍ଡ

ନୂଆଦିଲ୍ଲୀ: ଲିଡ୍ସରେ ଲର୍ଡ୍ସର ବଦଲା । ଇଂଲଣ୍ଡ କ୍ରିକେଟ୍ ଟିମ୍ ଲିଡ୍ସରେ ଲର୍ଡ୍ସ ପରାଜୟର ପ୍ରତିଶୋଧ ନେଇଛି । ଲିଡ୍ସରେ ଖେଳା ଯାଇଥିବା ତୃତୀୟ ଟେଷ୍ଟରେ ଭାରତୀୟ କ୍ରିକେଟ ଟିମ୍ ଶୋଚନୀୟ ପରାଜୟ ବରଣ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ ପାଳିରେ ସମସ୍ତ ୱିକେଟ ହରାଇ ୭୮ ରନ କରିବାରେ ସକ୍ଷମ ହୋଇଥିଲା ।

England beat India by an innings and 76 runs in third Test at Leeds

ଏହାପରେ ଇଂଲଣ୍ଡ ପ୍ରଥମ ପାଳିରେ ଭଲ ପ୍ରଦର୍ଶନ କରି ୪୩୨ ରନ୍ କରିବାରେ ସମର୍ଥ ହୋଇଥିଲା । ଫଳରେ ୩୫୪ ରନରେ ଆଗୁଆ ରହିଥିଲା ଘରୋଇ ଟିମ୍ । ଜବାବରେ ତୃତୀୟ ଦିନ ଖେଳ ଆରମ୍ଭ କରିଥିବା ଭାରତ ଚତୁର୍ଥ ଦିନରେ ୨୭୮ ରନରେ ସୀମିତ ରହିଯାଇଛି । ଏଥିସହ ଇଂଲଣ୍ଡ ମ୍ୟାଚ୍ ଜିତି ସିରିଜକୁ ୧-୧ରେ ବରାବର କରି ନେଇଛି ।

ଇଂଲଣ୍ଡ ତୃତୀୟ ଟେଷ୍ଟକୁ ଗୋଟିଏ ଇନିଂସ ଓ ୭୬ ରନରେ ଜିତି ନେଇଛି । ଘରୋଇ ଦଳର ଏହି ବିଜୟରେ ଓଲି ରବିନସନ ପ୍ରଥମ ପାଳିରେ ୨ଟି ୱିକେଟ୍ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ୫ଟି ୱିକେଟ୍ ନେଇଥିଲେ । ସେହିଭଳି ଦ୍ୱିତୀୟ ଇନିଂସରେ କ୍ରେଗ ଓବରଟନ୍ ୩ଟି ୱିକେଟ୍ ନେଇଥିଲେ ।

କାବୁଲ ବିମାନବନ୍ଦରର ପ୍ରବେଶ ପଥରେ ଆଖିବୁଜା ଗୁଳିମାଡ଼

କାବୁଲ: ଆଫଗାନିସ୍ତାନର ପରିସ୍ଥିତି ବେଶ୍ ଚିନ୍ତାଜନକ ରହିଛି । ତାଲିବାନ କବଜା ପରେ ଆଫଗାନିସ୍ତାନରେ ଆତଙ୍କୀ ସଂଗଠନ ସକ୍ରିୟ ହୋଇ ଯାଇଛନ୍ତି । କାବୁଲ ଏୟାରପୋର୍ଟ ନିକଟରେ ଦୁଇ ଦୁଇଟି ବିସ୍ଫୋରଣର ଦୁଇ ଦିନ ପରେ ଆଜି ପୁଣି ଏଣ୍ଟ୍ରି ଗେଟରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି ।

ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ଼ କରିଛନ୍ତି । ଫାୟାରିଂ ପରେ ସେଠାରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ଜୀବନ ବଞ୍ଚାଇବାକୁ ଯିଏ ଜୁଆଡ଼େ ପାରିଲା ଧାଇଁବାରେ ଲାଗିଛନ୍ତି । ଆଫଗାନିସ୍ତାନ ଛାଡ଼ି ଚାଲିଯିବାକୁ କାବୁଲ ବିମାନବନ୍ଦରରେ ହଜାର ହଜାର ଲୋକ ଭିଡ଼ ଜମାଇଥିବା ବେଳେ ପୁଣିଥରେ ଆକ୍ରମଣ ଚିନ୍ତା ବଢ଼ାଇ ଦେଇଛି ।

ଦୁଇ ଦିନ ତଳେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୧୬୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଆମେରିକୀୟ ସୈନିକ ପ୍ରାଣ ହରାଇଥିଲେ । ହଜାରେରୁ ଅଧିକ ଲୋକ ମଧ୍ୟ ଆହତ ହୋଇଥିଲେ । ଏହି ଆକ୍ରମଣ ଆଇଏସ୍ଆଇଏସ୍ କରିଥିଲା ।

ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀଙ୍କୁ ଇଡି ନୋଟିସ୍

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଇଡିର ନୋଟିସ୍ । କୋଇଲା ଘୋଟାଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ୍ ଜାରି କରିଛି । ଅଭିଷେକ ବାନାର୍ଜୀଙ୍କ ସହ ତାଙ୍କ ପତ୍ନୀଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି ଇଡି ।

ସେପ୍ଟେମ୍ବର ୩ରେ ହାଜର ପାଇଁ ଅଭିଷେକଙ୍କୁ ଇଡି ସମନ କରିଥିବା ବେଳେ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ୧ ତାରିଖରେ ହାଜର ପାଇଁ କୁହାଯାଇଛି । ଅଧିକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମାମଲାରେ ଜଡ଼ିତ ଅନ୍ୟ ଲୋକଙ୍କୁ ଅଲଗା ଅଲଗା ତାରିଖରେ ହାଜର ପାଇଁ ନୋଟିସ୍ ଜାରି କରାଯାଇଛି ।

ପ୍ରଥମେ ଏହି ମାମଲାର ଯାଞ୍ଚ ଆରମ୍ଭ କରିଥିଲା ସିବିଆଇ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ସିବିଆଇ ତଦନ୍ତ ଆରମ୍ଭ କରିଥିଲା । ଏଥିସହ ରୁଜିରା ବାନାର୍ଜୀଙ୍କୁ ପଚରାଉଚରା କରିଥିଲା ସିବିଆଇ । ମାମଲାରେ ଇଡି ପଶ୍ଚିମବଙ୍ଗ ପୋଲିସର ୨ ଜଣ ବରିଷ୍ଠ ଅଧିକାରୀ ଶ୍ୟାମ ସିଂହ ଓ ଜ୍ଞାନବନ୍ତ ସିଂହଙ୍କୁ ୮ ଓ ୯ ତାରିଖରେ ହାଜର ହେବାକୁ ନୋଟିସ୍ କରିଛି ।

ଟ୍ୟୁସନରୁ ଫେରିବାବେଳେ ରାସ୍ତା ମଝିରୁ ଯୁବତୀଙ୍କୁ ଅପହରଣ

ଭଦ୍ରକ: ଟ୍ୟୁସନରୁ ଫେରୁଥିବା ବେଳେ ରାସ୍ତା ମଝିରୁ ଯୁବତୀଙ୍କୁ ଅପହରଣ  । ସିସିଟିଭି କଏଦ ହେଲା ସମସ୍ତ ଦୃଶ୍ୟ । ଏକ ଇଣ୍ଡିଗୋ କାରରେ ଜବରଦସ୍ତ ଯୁବକ ଜଣକ ଅପହରଣ କରି ଯୁବତୀଙ୍କୁ ନେଇଯାଉଥିବା ଦେଖବାକୁ ମିଳିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମହୁଲିଆ ଛକ ନିକଟରେ ଗତ ୧୯ ତାରିଖରେ ଘଟିଛି ଏହି ଘଟଣା । ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଦୁର୍ବୃତ୍ତଙ୍କୁ ଧରିବାରେ ସଫଳ ହୋଇପାରିନି ।

୧୦ଦିନ ଧରି ପରିବାରଲୋକ ଥାନାକୁ ଯାଉଥିଲେ ମଧ୍ୟ ଝିଅର କୌଣସି ସନ୍ଧାନ ପାଇପାରୁ ନାହାନ୍ତି । ମହୁଲିଆ ଛକ ନିକଟରେ ଥିବା ସିମେଣ୍ଟ ଦୋକାନରୁ ଝିଅ ଅପହରଣ ବେଳର ସିସିଟିଭି ଫୁଟେଜ ମିଳିବାପରେ ଝିଅକୁ ଉଦ୍ଧାର ପାଇଁ ପରିବାର ଲୋକେ ପୋଲିସ ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି । ଅପହରଣ କରିଥିବା ଯୁବକ ଜଣକ ମତୋ ପରମାନନ୍ଦପୁର ଗାଁର ପୃଥୀରାଜ କରଣ ବୋଲି ପରିବାର ଲୋକେ କହିଛନ୍ତି ।

ଗତ ୧୯ତାରିଖ ଦିନ ସବୁଦିନ ପରି ଯୁବତୀ ଜଣକ ଟ୍ୟୁସନ ଯାଇଥିଲେ । ହେଲେ ଟ୍ୟୁସନରୁ ଘରକୁ ଫେରିନଥିଲେ । ଟ୍ୟୁସନ ସାରଙ୍କ ସହ ଯୋଗାଯୋଗ କରିବାରୁ ଝିଅ କାରରେ ଘରକୁ ଯାଇଥିବା ସେ କହିଥିଲେ । ତେବେ ଘରେ ନପହଁଚିବାରୁ ବହୁ ଖୋଜାଖୋଜି ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକେ । ପୂର୍ବରୁ ମତୋ ପରମାନନ୍ଦପୁର ଗାଁର ପୃଥିରାଜ କରଣ ଝିଅକୁ ବିଭିନ୍ନ ସମୟରେ ହଇରାଣ କରୁଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ବୋଲି ଜଣାପଡିଛି  ।

ଭାଲୁ, ବାଘ ଓ ମାଙ୍କଡ଼ ପରେ ହରିଣକୁ କରୋନା

ହିକାଗୋ: ବିଶ୍ୱରେ ପ୍ରଥମଥର ପାଇଁ ହରିଣ ଦେହରେ କରୋନା ଭୂତାଣୁ ଠାବ ହୋଇଛି । ଏନେଇ ଶୁକ୍ରବାର ସୂଚନା ଦେଇଛି ଆମେରିକା । ଆମେରିକାର ଓହିଓ ରାଜ୍ୟରେ ଧଳା ହରିଣ କରୋନା ସଂକ୍ରମିତ ହୋଇଛି । ତେବେ ହରିଣ ଠାରେ କରୋନାର କୌଣସି ଲକ୍ଷଣ ନଥିବା ଜଣାପଡ଼ିଛି ।

ହରିଣଟି କିଭଳି କୋଭିଡ୍ ସଂକ୍ରମଣର ଶିକାର ହେଲା ଜଣାପଡ଼ିନାହିଁ । ପର୍ଯ୍ୟଟକ, ପରିବେଶ, ଅନ୍ୟ ପଶୁପକ୍ଷୀଙ୍କ ଦ୍ୱାରା ହରିଣକୁ କରୋନା ବ୍ୟାପିଥିବା ଅନୁମାନ କରାଯାଉଛି । ପୂର୍ବରୁ ଆମେରିକାରେ କୁକୁର, ବିଲେଇ, ବାଘ, ସିଂହ ଓ ମାଙ୍କଡ଼ଙ୍କ ଠାରେ କରୋନା ଭୂତାଣୁ ମିଳିଥିଲା ।

ଠକଙ୍କ ଟାର୍ଗେଟରେ ଗ୍ରାମଞ୍ଚଳର ବେକାର ଯୁବକ: ବିଦେଶରେ ନିଯୁକ୍ତ ଦେବା ନାଁରେ ଲୁଟିନେଲେ ଲକ୍ଷାଧିକ ଟଙ୍କା

ଦିଗପହଣ୍ଡି: ଠକଙ୍କ ଟାର୍ଗେଟରେ ବେକାର ଯୁବକ । ନିଯୁକ୍ତିର ପ୍ରଲୋଭନ ଦେଖାଇ ଗ୍ରାମାଞ୍ଚଳର ନୀରିହ ବେକାର ଯୁବକଙ୍କ ଠକୁଛନ୍ତି । ବିଦେଶରେ ନିଯୁକ୍ତ ଦେବାର ପ୍ରଲୋଭନ ଦେଖାଉଛନ୍ତି ଆବଶ୍ୟକ କାଗଜପତ୍ର, ଏୟାର ଟିକେଟ୍ ଭଳି କାର୍ଯ୍ୟ ବାବଦକୁ ଟଙ୍କା ନେଉଛନ୍ତି । ପରେ ଠକଙ୍କ ପକ୍ଷରୁ ମିଳିଥିବା ଟିକେଟ୍ , ଭିସା ନେଇ ବିମାନବନ୍ଦରରେ ପହଞ୍ଚିଲା ପରେ ଜଣାପଡ଼େ ଯେ, ସେ ସବୁ ନକଲି । ଏଭଳି ଘଟଣା ଘଟିଛି ଦିଗପହଣ୍ଡି ବ୍ଳକ୍ ଅନ୍ତର୍ଗତ ଦିଗପହଣ୍ଡି ଥାନାର ଅଞ୍ଚଳରେ ।

ଘଟଣା ନୁଯାୟୀ, ମୁମ୍ୱାଇର ଦୁଇ ଠକ ରାଜେଶ କୁମାର ୟାଦବ ଓ ରମେଶ ଗାତୁ ଦୁବାଇ ପଠାଇ ଦେବା ନେଇ ଝରିପଦର ଗାଁର କିଛି ଯୁବକଙ୍କୁ ପ୍ରଲୋଭନ ଦେଖାଇଥିଲେ । ଏ ନେଇ ସେମାନେ ରାଜି ହେବାରୁ ସେମାନଙ୍କ ଠାରୁ ଏମ୍ରିଗିସନ, ଭିସା, ଏୟାର ଇଣ୍ଡିଆ ଟିକେଟ , ଫିଙ୍ଗର ପ୍ରିଣ୍ଟ , ରେଜିଷ୍ଟସେନ ବାବଦକୁ ଜଣଙ୍କ ପିଛା ୫୬ ହଜାର ଲେଖାଏଁ ୮ ଜଣଙ୍କ ଠାରୁ ୫ଲକ୍ଷ ୧୪ ହଜାର ଟଙ୍କା ନିଅନ୍ତି । ବଦଳରେ ସେମାନଙ୍କ ଡିଲ୍ ମୁତାବକ କାଗଜପତ୍ର ଦିଅନ୍ତି । ଆଉ ସେହି କଗଜପତ୍ର ନେଇ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ପରେ ସେମାନଙ୍କ ସବୁ ଆଶା ଧୂଳିସାତ ହୋଇଯାଏ । ଯେତେବେଳେ ଭିସା ଏବଂ ଟିକେଟ ନକଲି ଜାଣି ଯୁବକମାନଙ୍କୁ ଅଟକ ରଖନ୍ତି । ପରବର୍ତ୍ତୀ ସମୟରେ ସେମାନେ ଠକେଇର ଶିକାର ହୋଇଥିବା ନେଇ ଜଣାପଡ଼ିବା ପରେ ସେମାନଙ୍କୁ ସିଆଇଏସ୍‌ଏଫ୍ କର୍ମଚାରୀ ଛାଡ଼ିଥିଲେ ।

ପରେ ସେମାନେ ହତାସ୍ ହୋଇ ଗାଁକୁ ଫେରିଆସିବା ପରେ  ଦିଗପହଣ୍ଡି ଥାନାରେ ପହଞ୍ଚି ପୋଲିସକୁ ଠକେଇ ହୋଇଥିବା ସମସ୍ତ ଘଟଣା କହିବା ସହ ବ୍ରହ୍ମପୁର ସାଇବର ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି । ତେବେ ସମସ୍ତ ଯୁବକ ଗରିବ ଶ୍ରେଣୀର ହୋଇଥିବାରୁ ଠକେଇ ହୋଇଥିବା ସମସ୍ତ ଟଙ୍କା ଧାର କରଜ କରିଛନ୍ତି ଯଥା ଶୀଘ୍ର ପୋଲିସ ସାଇବର ଠକକୁ ଧରି ଟଙ୍କା ଫେରାଇବାକୁ କରିଛନ୍ତି ଅନୁରୋଧ କରିଛନ୍ତି ଠକେଇର ଶିକାର ନିରୀହ ଯୁବକ ।

ଏଥିସହିତ ପଢ଼ନ୍ତୁ: କାବୁଲ ବ୍ଳାଷ୍ଟର ପ୍ରତିଶୋଧ ନେଲା ଆମେରିକା: ୪୮ ଘଣ୍ଟା ମଧ୍ୟରେ କଲା ପ୍ରତିଆକ୍ରମଣ

୭୦ ହଜାର ଏକେ-୧୦୩ ଆସଲ୍ଟ ରାଇଫଲ୍ସ କିଣିବାକୁ ଋଷିଆ ସହ ବାୟୁସେନାର ଡିଲ୍

ନୂଆଦିଲ୍ଲୀ: ଆତଙ୍କବାଦ ସହ ଯୁଝୁଛି ଦୁନିଆ । ଗୋଟିଏ ପଟେ ଆମେରିକା ସୈନ୍ୟ ଆଫଗାନିସ୍ତାନରେ ଅସ୍ତ୍ରଶସ୍ତ୍ର ଛାଡ଼ି ପଳାଇବା ପରେ ସେହି ଅସ୍ତ୍ରକୁ ଆଣି ଭାରତରେ ଆକ୍ରମଣ ପାଇଁ ଆତଙ୍କବାଦୀ ଯୋଜନା କରୁଛନ୍ତି । ଏତିକିବେଳେ ଭାରତୀୟ ବାୟୁସେନା ବଡ଼ ଚୁକ୍ତି କରିଛି । ବାୟୁସେନା ଋଷିଆ ଠାରୁ ଜରୁରୀକାଳୀନ ଭାବେ ୭୦ ହଜାର ଏକେ-୧୦୩ ଆସଲ୍ଟ ରାଇଫଲ୍ସ ଆଣିବାକୁ ବୁଝାମଣା କରିଛି । ପୁରୁଣା ଇନସାସ ରାଇଫଲ୍ସ ସ୍ଥାନରେ ବାୟୁସେନା ଏକେ-୧୦୩ ଆସଲ୍ଟ ରାଇଫଲ୍ସ ବ୍ୟବହାର କରିବ ।

ଭାରତୀୟ ବାୟୁସେନାକୁ ୧.୫ ଲକ୍ଷରୁ ଅଧିକ ଆସଲ୍ଟ ରାଇଫଲ୍ସ ଆବଶ୍ୟକ ରହିଛି । ଆସନ୍ତା କିଛି ମାସ ମଧ୍ୟରେ ଏକେ-୧୦୩ ଆସଲ୍ଟ ରାଇଫଲ୍ସ ମିଳିବା ପରେ ସେନା ଆତଙ୍କବାଦୀ ଅପରେସନକୁ ଆହୁରି ଜୋରଦାର କରିପାରିବ । ଋଷିଆ ସହ ଗତ ସପ୍ତାହରେ ୩୦୦ କୋଟି ଟଙ୍କାର ୭୦ ହଜାର ଏକେ-୧୦୩ ଆସଲ୍ଟ ରାଇଫଲ୍ସ ପାଇଁ ଚୁକ୍ତିନାମା ହୋଇଛି । ଆଧୁନିକ ଏକେ-୧୦୩ ଆସଲ୍ଟ ରାଇଫଲ୍ସ ଭାରତକୁ ମିଳିବା ପରେ ପ୍ରଥମେ ବିଶେଷ କରି ଜମ୍ମୁକାଶ୍ମୀର, ଶ୍ରୀନଗର ସହ ସମ୍ବେଦନଶୀଳ ଏୟାରବେସରେ ଦିଆଯିବ ।

ସେହିଭଳି ଏକେ-୨୦୩ ଆସଲ୍ଟ ରାଇଫଲ୍ସ ପାଇଁ ବୁଝାମଣା ଜାରି ରହିଛି । ଭାରତୀୟ ସେନାକୁ ୬.୫ ଲକ୍ଷ ଏକେ-୨୦୩ ଆସଲ୍ଟ ରାଇଫଲ୍ସ ଆବଶ୍ୟକତା ରହିଛି । ବିଗତ କିଛିବର୍ଷ ହେଲା ପୂର୍ବ ଲଦାଖରେ ଚୀନ ସହ ଭାରତୀୟ ସେନା ମୁହାଁମୁହିଁ ପରେ ସେନା ଶକ୍ତି ବୃଦ୍ଧି କରୁଛି । ସେନାକୁ ୧.୫ ଲକ୍ଷ ଆମେରିକାନ ସିଗ୍ ସଉର ସହ ୧୬ ହଜାର ନେଗେଭ୍ ଲାଇଟ୍ ମେସିନ୍ ଗନ ମିଳିଛି ।

କେନ୍ଦ୍ରର ତିନି କୃଷି ଆଇନ୍ ବିରୋଧରେ ତାମିଲନାଡ଼ୁ ବିଧାନସଭାରେ ପ୍ରସ୍ତାବ ପାରିତ

ଚେନ୍ନାଇ: ତାମିଲନାଡ଼ୁ ବିଧାନସଭାରେ କେନ୍ଦ୍ରର ତିନି ଆଇନ୍ ବିରୋଧରେ ଆଜି ପ୍ରସ୍ତାବ ଧ୍ୱନିମତରେ ପାରିତ ହୋଇଛି । କେନ୍ଦ୍ର ତିନି କୃଷି ଆଇନ୍ ପ୍ରତ୍ୟାହାର କରି ନେବାକୁ ପ୍ରସ୍ତାବରେ ଦାବି କରାଯାଇଛି । ପ୍ରସ୍ତାବ ଆଲୋଚନା ବେଳେ ବିଧାନସଭାରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଥିଲା ।

ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ବଡ଼ ଘୋଷଣା କରିଛନ୍ତି । କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ବର୍ଷେ ହେଲା ଆନ୍ଦୋଳନ କରୁଛନ୍ତି କୃଷକ । ଆନ୍ଦୋଳନରତ କୃଷକଙ୍କ ବିରୋଧରେ ହୋଇଥିବା ସମସ୍ତ ମାମଲାକୁ ଫେରାଇ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

କୃଷି ଆଇନ୍ ବିରୋଧରେ ଆସିଥିବା ପ୍ରସ୍ତାବକୁ ବିରୋଧ କରି ବିଜେପି ଓ ଏଆଇଡିଏମକେ ବିଧାନସଭା କକ୍ଷ ତ୍ୟାଗ କରିଥିଲେ । ବିରୋଧ ପ୍ରସ୍ତାବ ବ୍ୟତିବ୍ୟସ୍ତ ହୋଇ ଅଣାଯାଇଛି । ସର୍ବଦଳୀୟ ବୈଠକ ଡାକି କୃଷକଙ୍କ ମତାମତ ନେବା ଆବଶ୍ୟକ ବୋଲି ବିଜେପି ଓ ଏଆଇଡିଏମକେ କହିଛି ।

ଅନାଥ କରିଦେଲା କରୋନା; ଭିକ୍ଷା ମାଗି ଚଳୁଥିଲେ, ଶ୍ମଶାନରେ ରହୁଥିଲେ ୫ ଭାଇଭଉଣୀ

ଭୋପାଳ: ମହାମାରୀ କରୋନା ପାଞ୍ଚ ପାଞ୍ଚ ଜଣ ଭାଇଭଉଣୀଙ୍କ ମୁଣ୍ଡ ଉପରୁ ହଟାଇ ନେଇଛି ବାପାମାଆଙ୍କ ହାତ । ଅନାଥ କରି ଦେଇଛି ତିନି ଭଉଣୀ ଓ ଦୁଇ ଭାଇଙ୍କୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଭିଣ୍ଡରେ । ଫେବ୍ରୁଆରୀ ମାସରେ କରୋନାରେ ବାପା ଆଖି ବୁଜିଥିଲେ । ଆଉ ବାପାଙ୍କ ମୃତ୍ୟୁର ୪ ମାସ ପରେ ମାଆକୁ ନେଇଗଲା ମହାମାରୀ । ଫଳରେ ଏବେ ୫ ଛୁଆ ଅନାଥ ହୋଇ ଯାଇଛନ୍ତି ।

ବାପାମାଆଙ୍କ ମୃତ୍ୟୁ ପରେ ୫ ଭାଇଭଉଣୀଙ୍କ ମଧ୍ୟରେ ସବୁଠୁ ବଡ଼ ୧୦ ବର୍ଷର ନିଶା ସମସ୍ତଙ୍କୁ ସମ୍ଭାଳୁ ଥିଲା । ମାଆଙ୍କ ମୃତ୍ୟୁ ପରେ ଗାଁରେ ରହୁଥିବା ଦାଦା ପିଲାଙ୍କ ମୁହଁ ଚାହିଁନଥିଲେ । ଫଳରେ ନିଶା ସବୁଠୁ ଛୋଟ ୭ ମାସର ଭାଇ ସହ ଅନ୍ୟ ଭାଇଭଉଣୀଙ୍କୁ ଧରି ଶ୍ମଶାନ ନିକଟର ଏକ କୁଡ଼ିଆକୁ ପଳାଇ ଆସିଥିଲେ । ବର୍ଷା ହେଲ ଶ୍ମଶାନରେ ଥିବା ଟିଣ ତଳେ ଆଶ୍ରୟ ନେଉଥିଲେ । ଗାଁ ଲୋକ ଯାହା ଦେଉଥିଲେ ତାକୁ ଖାଉଥିଲେ ।

ପ୍ରଶାସନ ନିକଟରେ ଖବର ପହଞ୍ଚିବା ପରେ ଜିଲ୍ଲାପାଳ ସହାୟତାର ହାତ ବଢ଼ାଇଛନ୍ତି । ୫ ଭାଇଭଉଣୀଙ୍କୁ ସ୍ଥାନୀୟ ଶିଶୁ ଗୃହରେ ରଖିଛି । ମୁଖ୍ୟମନ୍ତ୍ରୀ କୋଭିଡ୍-୧୯ ବାଲ୍ ସେବା ଯୋଜନାରେ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛି ପ୍ରଶାସନ । ସେମାନଙ୍କୁ ଘର ସହ ପାଠପଢ଼ା ଖର୍ଚ୍ଚ ପ୍ରଶାସନ ବ୍ୟବସ୍ଥା କରିବାକୁ ନିଶା କହିଛନ୍ତି ।