spot_img
Home Blog Page 5282

ସଲମାନ୍ ଖାନ୍‌ଙ୍କୁ ବିମାନ ବନ୍ଦରରେ ଅଟକାଇବା ଘଟଣା: କାର୍ଯ୍ୟାନୁଷ୍ଠାନ ନେଇ ସ୍ପଷ୍ଟ କଲା ସିଆଇଏସ୍‌ଏଫ୍

ବଲିଉଡ୍ ଅଭିନେତା ସଲମାନ୍ ଖାନ୍‌ଙ୍କୁ ବିମାନ ବନ୍ଦରରେ ଅଟକାଇଥିବା ସିଆଇଏସ୍ଏଫ୍ ଅଫିସର ଦଣ୍ଡିତ ହୋଇଛନ୍ତି । ତାଙ୍କ ମୋବାଇଲ୍ ସିଜ୍ କରାଯାଇଛି । ଏଭଳି ଖବରକୁ ଖଣ୍ଡନ କରିଛି ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ । ସିଆଇଏସ୍‌ଏଫ୍ ପକ୍ଷରୁ ଏକ ଟ୍ୱିଟ୍ କରାଯାଇ ଏ ନେଇ ସ୍ପଷ୍ଟ କରାଯାଇଛି । ସିଆଇଏସ୍ଏଫ୍ ଯବାନଙ୍କୁ ଦଣ୍ଡିତ କରାଯାଇନି ବରଂ ସମ୍ମାନୀତ କରାଯାଇଛି । ନିଜ ଦାୟିତ୍ୱକୁ ସଠିକ୍ ଭାବେ ତୁଲାଇଥିବାରୁ ସିଆଇଏସ୍‌ଏଫ୍ ଯବାନ ସୋମନାଥ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିବା ସିଆଇଏସ୍ଏଫ୍ ପକ୍ଷରୁ କୁହାଯାଇଛି । ଏବଂ ଦଣ୍ଡିତ ଖବରକୁ ଭୁଲ ବୋଲି କୁହାଯାଇଛି ।

ଯବାନଙ୍କ ମୋବାଇଲ୍ ସିଜ୍ ନେଇ ଖବର ପ୍ରସାରିତ ହୋଇଥିଲା 

ସୋମନାଥ ମହାନ୍ତି ଏୟାରପୋର୍ଟରେ ସଲମାନ୍‌ଙ୍କୁ ଅଟକାଇ ନିଜ ଦାୟିତ୍ୱ ପୂରା କରିଥିଲେ । ଏଣୁ ତାଙ୍କୁ ଖୁବ୍ ପ୍ରଶଂସା କରାଯାଇଥିଲା । କିନ୍ତୁ ପରେ ତାଙ୍କ ମୋବାଇଲକୁ ସିଜ୍ କରାଯାଇଥିବା ନେଇ ମଧ୍ୟ ଖବର ଆସିଥିଲା । କାହିଁକି ନା ସେ ସଲମାନ୍ ଖାନ୍ ପ୍ରସଂଗରେ ଗଣମାଧ୍ୟମ ସହ କଥାବାର୍ତ୍ତା ହୋଇଥିଲେ । ଯାହା ସିଆଇଏସ୍ଏଫ୍ ପ୍ରୋଟକଲ୍‌ର ଉଲ୍ଳଂଘନ । କୁହାଯାଇଥିଲା ଯେ, ଭବିଷ୍ୟତରେ ଏଭଳି ଭୁଲ୍ ନ କରିବା ନେଇ ତାଙ୍କ ମୋବାଇଲ୍ ସିଜ୍ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ମାମଲା ନୂଆ ମୋଡ଼ ନେଇଛି ।

ସୂଚନା ଯୋଗ୍ୟ ଯେ, ଟାଇଗର-୩ ସୁଟିଂ ସେଡ୍ୟୁଲ୍ ଦୀର୍ଘ ଦିନ ଧରି କରୋନା କାରଣରୁ ଅଟକି ରହିଥିବା ବେଳେ ବର୍ତ୍ତମାନ ଏହାର ସୁଟିଂ ଡେଟ୍ ଫିକ୍ସ ହୋଇଛି ।  ଏଥିରେ କଟ୍ରିନା କ୍ୟାଫଙ୍କୁ ମଧ୍ୟ ଦେଖିବାକୁ ମିଳିବ । ତେବେ ଏହି ଚଳଚ୍ଚିତ୍ରର ସୁଟିଂ ପାଇଁ ହିଁ ସଲମାନ୍ ଋଷ ଯାଉଥିବା ସୂଚନା ରହିଛି ।

ପାକିସ୍ତାନ ଶାସକ ଦଳ ନେତାଙ୍କ ଦାବି: କହିଲେ, କଶ୍ମୀରକୁ ଫେରାଇ ଆଣିବେ ତାଲିବାନୀ

ନୂଆଦିଲ୍ଲୀ: ତାଲିବାନୀ ଆତଙ୍କୀଙ୍କୁ ଚୀନ ଓ ପାକିସ୍ତାନ ସମର୍ଥନ କରୁଥିବା କୁହାଯାଉଥିବା ବେଳେ ପାକିସ୍ତାନର ଏକ ରାଜନୈତିକ ଦଳ ପାକିସ୍ତାନୀ ସେନାର ତାଲିବାନୀ ସହ ସମ୍ପର୍କ ଥିବା କହିଛି । ଏଭଳି କି ତାଲିବାନୀ ପାକିସ୍ତାନ ପାଇଁ କଶ୍ମୀରକୁ ଫେରାଇ ଆଣିବେ ବୋଲି କହିଛି ।

ପାକିସ୍ତାନର ତେହରୀକେ ଇନ୍‌ସାଫ୍ (ପିଟିଆଇ)ର ନୀଲମ୍ ଇର୍ସାଦ ଶେଖ୍ ଠାରୁ ଆରମ୍ଭ କରି ଶାସକ ଦଳର ଅନ୍ୟ ନେତା ମଧ୍ୟ ତାଲିବାନୀ ସପକ୍ଷରେ ବୟାନବାଜୀ ଆରମ୍ଭ କରିଦେଇଛନ୍ତି ।  ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ଠାରୁ ଆରମ୍ଭ କରି ଶାସକ ଦଳର ନେତା ସମସ୍ତେ ତାଲିବାନ ସପକ୍ଷରେ ବୟାନବାଜୀ ଆରମ୍ଭ କରିଦେଇଛନ୍ତି । ନୀଲମ୍ ସର୍ସାଦ ଶେଖ୍‌ ଏକ ଲାଇଭ ଟିଭି ଡିବେଟ୍‌ରେ ତାଲିବାନକୁ ନିଜର ସାଥୀ ବୋଲି ସ୍ୱୀକାର କରିଛନ୍ତି । ତାଲିବାନ ଭାରତଠାରୁ କାଶ୍ମୀର ବିଜୟ କରି ପାକିସ୍ତାନକୁ ଦେବ ବୋଲି ନୀଲମ ଦାବି କରିଛନ୍ତି ।

ନୀଲମଙ୍କ ଏଭଳି ବୟାନ ଶୁଣି ଲାଇଭ ସୋ’ରେ ଉପସ୍ଥିତ ଥିବା ସମସ୍ତ ଅତିଥି ଏବଂ ଖବର ଉପସ୍ଥାପିକ ହସିବାକୁ ଲାଗିଥିଲେ । ଖବର ଉପସ୍ଥାପିକ ଜଣକ ବ୍ୟଙ୍ଗାତ୍ମକ ଭାବେ ନୀଲମଙ୍କୁ ପ୍ରଶ୍ନ କରିଥିଲେ, ତାଲିବାନ ଏଭଳି ଚାହୁଁଛି ବୋଲି ନିଶ୍ଚିତ ରୂପେ ଆପଣଙ୍କ ପାଖକୁ ହ୍ୱାଟ୍ସଆପ୍‌ ମେସେଜ ଆସିଛି ।

https://twitter.com/SAMRIReports/status/1429883964701958144?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1429883964701958144%7Ctwgr%5E%7Ctwcon%5Es1_&ref_url=https%3A%2F%2Fzeenews.india.com%2Fworld%2Ftaliban-will-help-us-win-kashmir-pakistan-leader-from-imran-khans-ruling-party-2388217.html

ଜେଏମ୍‌ଏମ୍‌ରେ ଫାଟ, ଦଳରୁ ଇସ୍ତଫା ଦେଲେ ମହେଶ ହେମ୍ୱ୍ରମ୍

ବାରିପଦା: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍)ରେ ଅସନ୍ତୋଷ । ଦଳରୁ ଇସ୍ତଫା ଦେଲେ ରାଜ୍ୟର ପୂର୍ବତନ ରାଜ୍ୟ ସଭାପତି ମହେଶ ହେମ୍ୱ୍ରମ୍ । ସେ ତାଙ୍କର ଇସ୍ତଫା ପତ୍ର ଦଳର କେନ୍ଦ୍ରୀୟ କମିଟି ସଭାପତିଙ୍କୁ ପ୍ରଦାନ କରି ତାର ଏକକିତା ନକଲ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରଦାନ କରିଛନ୍ତି । ଦଳରେ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ମହେଶ ସଭାପତିଙ୍କୁ କୃତଜ୍ଞତା ଜଣାଇବା ସହିତ ଦଳର ସାଧାରଣ ସଦସ୍ୟ ଓ ପଦପଦବୀରୁ ସେ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି ।

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଭଉଣୀ ତଥା ଦଳର ସୁପ୍ରିମ ଶିବୁ ସୋରେନଙ୍କ ଝିଅ ଅଞ୍ଜନୀ ସୋରେନ ରାଜ୍ୟ ଅଧ୍ୟକ୍ଷା ହେବା ପରେ ଜେଏମଏମ୍ ଦଳର ରାଜ୍ୟ ସଂଗଠନର ଅସନ୍ତେୋଷ ଦେଖାଦେଇଥିଲା । ଚିଟଫଣ୍ଡ ମାମଲାରେ ଅଭିଯୁକ୍ତ ଥାଇ ଜେଲ ଯାଇଥିବା ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଃ ଜେଏମଏମରେ ଯୋଗେଦଇ ଅଞ୍ଜନୀଙ୍କ ଟିମ୍‌ରେ ରାଜ୍ୟ ସାଧାରଣ ସମ୍ପାଦକ ପଦବୀ ପାଇଥିବା ବେଳେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତିଙ୍କୁ ରାଜ୍ୟ କୋଷାଧ୍ୟକ୍ଷ ଓ ପ୍ରଭୁଦାନ ମାରାଣ୍ଡିଙ୍କୁ ଜିଲ୍ଲା ସଭାପତି ପଦବୀ ମିଳିଥିଲା । ଯାହାକୁ କେନ୍ଦ୍ରକରି ମହେଶ ହେମ୍ୱ୍ରମ୍ ତଥା ତାଙ୍କ ଟିମ୍‌ର ପୂର୍ବତନ ଜିଲ୍ଳା ସଭାପତି ଫାଗୁ ହାଁସଦାଃ ଓ ରାମଚନ୍ଦ୍ର ମୁର୍ମୁଙ୍କ ମଧ୍ୟରେ  ଅସନ୍ତୋଷ ପ୍ରକାଶ ପାଇଥିଲା । ଏଣୁ ଏମାନେ ଅଞ୍ଚନୀଙ୍କ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଉନଥିଲେ । ମହେଶଙ୍କ ପରେ ପରେ ଫାଗୁ ଓ ରାମଚନ୍ଦ୍ର ସମର୍ଥକଙ୍କ ସହିତ ଦଳ ତ୍ୟାଗ ଆଶଙ୍କା ମଧ୍ୟ ଦେଖାଦେଇଛି । ପ୍ରକାଶ ଥାଉ କି, ୨୦୧୪ ମସିହା ବିଧାନସଭା ନିର୍ବାଚନ ପୂର୍ବରୁ ତତ୍କାଳୀନ ରାଜ୍ୟ ସଭାପତି ତଥା ବର୍ତ୍ତମାନର ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଜେଏମଏମ୍ ଦଳରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେବାପରେ ମହେଶ ହେମ୍ୱ୍ରମ୍ ରାଜ୍ୟ ସଭାପତି ହୋଇଥିଲେ । ୨୦୧୯ ବିଧାନସଭା ନିର୍ବାଚନରେ ମହେଶ ସାରସକଣା ଆସନରୁ ଫାଗୁ ବାଙ୍ଗିରିପୋଷି ଆସନରୁ ଓ ରାମଚନ୍ଦ୍ର ରାଇରଙ୍ଗପୁର ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ୨୦୧୪ରୁ ୨୦୨୦ ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେଇ ମହେଶ ଓ ତାଙ୍କ ଟିମ୍ ଦଳର ସଂଗଠନକୁ ମୟୂରଭଞ୍ଜ ସମେତ ରାଜ୍ୟରେ ଶକ୍ତିଶାଳୀ କରିବାରେ ବିଫଳ ରହିବାରୁ ଜେଏମ୍‌ଏମ୍ କେନ୍ଦ୍ରୀୟ କମିଟି ସମସ୍ତଙ୍କ ହାତରୁ କ୍ଷମତା ପ୍ରତ୍ୟାହାର କରି ସଂଗଠନକୁ ପୁନର୍ଗଠିତ କରିଥିଲା । ସେବେ ଠାରୁ ଦଳରେ ଲାଗିଥିବା ପୁଞ୍ଜିଭୂତ କନ୍ଦଳ ଆଜି ପ୍ରକାଶ ପାଇଛି । ଖୁବଶୀଘ୍ର ମହେଶ ଓ ତାଙ୍କ ଟିମ୍ ଅନ୍ୟ ରାଜନୈତିକ ଦଳରେ ଯୋଗଦେବେ ବୋଲି ରାଜେନୖତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ରାଜ୍ୟରେ ୮୮୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ: ୧୮ ବର୍ଷରୁ କମ୍ ବର୍ଗର ୧୩୧ ଜଣ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା । ପୁଣି ୧ ହଜାର ତଳେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୋଟ ୮୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୮ ବର୍ଷରୁ କମ୍ ୧୩୧ ଜଣ  ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୫୧୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୭୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୨୭, ବାଲେଶ୍ୱରରୁ ୫୬, ବରଗଡ଼ ୯, ଭଦ୍ରକ ୯, ବୌଦ୍ଧ ୧, କଟକ ୧୧୯, ଦେବଗଡ଼ ୯, ଢେଙ୍କାନାଳ ୧୬, ଗଜପତି ୩, ଗଞ୍ଜାମ୨,ଯାଜପୁର୪୩,ଝାରସୁଗୁଡ଼ା୫,କଳାହାଣ୍ଡି ୧, କନ୍ଧମାଳ ୨, କେନ୍ଦ୍ରାପଡ଼ା ୧୫, କେନ୍ଦୁଝର ୧୯, ଖୋର୍ଦ୍ଧା ୩୨୩, କୋରାପୁଟ ୪, ମାଲକାନଗିରି ୨, ମୟୂରଭଞ୍ଜ ୩୧, ନବରଙ୍ଗପୁର ୨, ନୟାଗଡ଼ ୧୧, ନୂଆପଡ଼ା ୩, ପୁରୀ ୩୯, ରାୟଗଡ଼ା ୨, ସମ୍ୱଲପୁର ୨୧, ସୁନ୍ଦରଗଡ଼ ୭ ଓ ଷ୍ଟେଟ୍ ପୁଲ୍‌ରୁ ୬୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ବର୍ତ୍ତମାନ ରାଜ୍ୟରେ ୮୨୨୬ କରୋନା ମାମଲା ରାଜ୍ୟରେ ସକ୍ରିୟ ରହିଛି ।

 

ଶ୍ରୀମନ୍ଦିର ଢାଞ୍ଚାରେ ପ୍ରସ୍ତୁତ ହେବ ଲିଙ୍ଗରାଜ ମନ୍ଦିର ଦ୍ୱାର

ଭୁବନେଶ୍ୱର: ଶ୍ରୀମନ୍ଦିର ଢାଞ୍ଚାରେ ତିଆରି ହେବ ଲିଙ୍ଗରାଜ ମନ୍ଦିରର ଦ୍ୱାର । ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାରରେ ହେବ ରୁପା ଛାଉଣୀ । ଏନେଇ ଆସିଥିବା ଏକ ପ୍ରସ୍ତାବ ଉପରେ ଲାଗିଛି ମୋହର । ବିଏମ୍‌ସି କମିଶନରଙ୍କ ଅଧ୍ୟକ୍ଷତାରେ ଏଏସଆଇ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ବୈଠକରେ ଏଏସ୍‌ଆଇ ଭୁବନେଶ୍ୱର ଏଡିଏମ, ଏଏସଆଇଇ ସୁପରିଟେଣ୍ଡେଣ୍ଟ ଓ ୪ ନିଯୋଗର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏଥିରେ ପ୍ରଭୁଙ୍କ ସିଂହଦ୍ୱାର ପାଇଁ ରୂପା କବାଟ ଲାଗିବା ନେଇ ପ୍ରସ୍ତାବ ଦିଆଯାଇଥିଲା । ଏଥିରେ ସମସ୍ତଙ୍କ ସହମତି ମିଳିଛି । ମନ୍ଦିରର ସିଂହଦ୍ୱାର ରୁପା କବାଟ ନିର୍ମାଣ ସହିତ ମନ୍ଦିର ପରିସରର ମରାମତି ଓ ଗର୍ଭଗୃହର ପୁନରୁଦ୍ଧାର ନେଇ ବିସ୍ତୃତ ଆଲୋଚନା ହୋଇଛି । ଆସନ୍ତା ଶୁକ୍ରବାର ସକାଳ ସାଢେ ୭ଟା ସମୟରେ ଏସମ୍ପର୍କରେ ଅନୁଧ୍ୟାନ କରିବ ଏଏସ୍‌ଆଇର ସ୍ୱତନ୍ତ୍ର ଟିମ୍‌ ।

ଏଥିସହିତ ପଢ଼ନ୍ତୁ: ଟ୍ରପଲାଇନ୍ ପ୍ରଭାବରେ ବଦଳିବ ପାଗ: ୯ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

 

ପର୍ଣ୍ଣ ଭିଡିଓ ପ୍ରସ୍ତୁତ ମାମଲା: ଗିରଫ ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଆଜି

ମହାରାଷ୍ଟ୍ର: ପର୍ଣ୍ଣ ଫିଲ୍ମ ମାମଲାରେ ଗିରଫ ରାଜ କୁନ୍ଦ୍ରାଙ୍କର ଆଜି ହେବ ଜାମିନ ଶୁଣାଣି । ବମ୍ବେ ହାଇକୋର୍ଟରେ ଜାମିନ ଶୁଣାଣି କରାଯିବ । ତଳ କୋର୍ଟରେ ଜାମିନ ଆବେଦନ ଖାରଜ ହୋଇଥିବାବେଳେ ପରେ ହାଇକୋର୍ଟରେ ଆବେଦନ କରିଥିଲେ ରାଜ କୁନ୍ଦ୍ରା । ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ଦେଇ ଅଗଷ୍ଟ ୨୫ରେ ଶୁଣାଣି ପାଇଁ କୋର୍ଟ ସ୍ଥିର କରିଥିଲେ । ୨୦୨୦ ମସିହାରେ ପର୍ଣ୍ଣ ଫିଲ୍ମ ରାକେଟରେ ସାଇବର ପୁଲିସ ଦ୍ୱାରା ପଞ୍ଜୀକୃତ ମାମଲାରେ ଜାମିନ ଲାଗି ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରାଜ କୁନ୍ଦ୍ରା । ସେ ତାଙ୍କ ଆବେଦନରେ କହିଛନ୍ତି ଯେ ଗତ ବର୍ଷ ସାଇବର ପୁଲିସ ଦ୍ୱାରା ପଞ୍ଜୀକୃତ ହୋଇଥିବା ଏତଲାରେ ତାଙ୍କ ନାମ ଅନ୍ତର୍ଭୁକ୍ତ ହୋଇନାହିଁ। ପୂର୍ବରୁ ପୁଲିସକୁ ନିଜର ବିବୃତ୍ତି ଦେଇଛନ୍ତି ଏବଂ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି । ଏବଂ ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ବୋଲି ସେ ଆବେଦନରେ ଦର୍ଶାଇଛନ୍ତି । ତେବେ ପର୍ଣ୍ଣ ଫିଲ୍ମ ମାମଲାରେ ଗିରଫ ହୋଇ ଏବେ ଜେଲରେ ଅଛନ୍ତି ରାଜ କୁନ୍ଦ୍ରା ।

ଏଥିସହିତ ପଢ଼ନ୍ତୁ: ଜାମିନ ପାଇଲେ କେନ୍ଦ୍ରମନ୍ତ୍ରୀ ନାରାୟଣ, ମହଙ୍ଗା ପଡିଥିଲା ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ଆପତ୍ତିଜନକ ଶବ୍ଦ

ଇନ୍ଫୋଭ୍ୟାଲି ଅଞ୍ଚଳରୁ ୫୦ ଗ୍ରାମ ବ୍ରାଉନସୁଗାର ଜବତ

ଖୋର୍ଦ୍ଧା: ଥମୁନି ବ୍ରାଉନ୍‌ସୁଗାର କାରବାର । ଗତକାଲି ରାତିରେ ତଳଖେଦା ଇନ୍ଫୋଭାଲି ଛକ ନିକଟରୁ ବ୍ରାଉନ୍‌ ସୁଗାର ଜବତ କରିଛି ସ୍ଥାନୀୟ ପୋଲିସ । ୫୦ଗ୍ରାମ୍‌ ବ୍ରାଉନସୁଗାର ଜବତ ସହ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ବ୍ରାଉନସୁଗାର ସହ ୩ଟି ମୋବାଇଲ ଏବଂ ନଗଦ ୩ ହଜାର ୨୮୦ ଟଙ୍କା ଜବତ କରାଯାଇଛି । ଦୁଇ ଅଭିଯୁକ୍ତ ସାଗୁଆନ ବଗିଚା ଅଞ୍ଚଳର ବୋଲି ଜଣାପଡ଼ିଛି । ଏମାନେ ରୀତିମତ ଭାବେ ଖୋର୍ଦ୍ଧା, ଜଟଣୀ, ଖଣ୍ଡଗିରି ଅଞ୍ଚଳରେ ବ୍ରାଉନସୁଗାର ବିକ୍ରି କରି ଆସୁଥିବା କହିଛନ୍ତି ଜଟଣୀ ଥାନା ଅଧିକାରୀ ବିଶ୍ୱ ରଞ୍ଜନ ସାହୁ ।

ଟ୍ରପଲାଇନ୍ ପ୍ରଭାବରେ ବଦଳିବ ପାଗ: ୯ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଓଡ଼ିଶାରେ ଚିନ୍ତା ବଢ଼ାଇଛି ନିଆଣ୍ଟିଆ ବର୍ଷା । ଜୁଲାଇ ମାସରେ ସାଧାରଣ ବର୍ଷା ହୋଇଥିଲେ ମଧ୍ୟ ଅଗଷ୍ଟ ମାସରେ କମ୍ ବର୍ଷା ହୋଇଛି । ଯାହା ଗତ କିଛି ଦଶନ୍ଧିର ରେକର୍ଡ ଭାଙ୍ଗିଛି । ଆଗାମୀ ୭ ଦିନ ମଧ୍ୟରେ ଲଘୁଚାପ ହେବାର ସମ୍ଭାବନା ନାହିଁ  । ତେବେ ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟରେ ବଦଳିବ ପାଗ । ବିଭିନ୍ନ ଜିଲ୍ଲାକୁ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୪ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାକରାଯାଇଛି । ଆଜି ପାଇଁ ୯ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି  ।  କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଂଜ ଓ ବାଲେଶ୍ୱରର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ବଜ୍ରପାତ ବର୍ଷା ହେବାର ସମ୍ଭାବନା ରହିଛି  । ଆସନ୍ତାକାଲି ରାଜ୍ୟରେ ବର୍ଷାର ପରିମାଣ ଆହୁରି ବୃଦ୍ଧି ପାଇବା ସହ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ଏପର୍ଯ୍ୟନ୍ତ ମୌସୁମୀର ସ୍ଥିତି ଅନୁଯାଇ ରାଜ୍ୟରେ ୩୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି  । ଜୁନ ପହିଲାରୁ ଆଜି ପର୍ଯ୍ୟନ୍ତ ମୋଟ ୫୮୮ ଦଶମିକ ୩ ମିଲିମିଟର ବର୍ଷା ରେକର୍ଡ ହୋଇଛି ଯାହା ସ୍ବାଭାବିକ ଠାରୁ ୩୧ ପ୍ରତିଶତ କମ୍ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।  ରାଜ୍ୟର ୨୭ଟି ଜିଲ୍ଲାରେ ନିଅଣ୍ଟିଆ ହୋଇଥିବାବେଳେ କୋରାପୁଟ, ମାଲକାନଗିରି ଏବଂ ନୂଆପଡାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି  ।

ଏଥିସହିତ ପଢ଼ନ୍ତୁ: ସ୍ତ୍ରୀ’ ଜୁଇରେ ଝାସ ଦେଇ ଆତ୍ମହତ୍ୟା କଲେ ସ୍ୱାମୀ

 

 

 

 

ସ୍ତ୍ରୀ’ ଜୁଇରେ ଝାସ ଦେଇ ଆତ୍ମହତ୍ୟା କଲେ ସ୍ୱାମୀ

ଧର୍ମଗଡ଼: ସ୍ତ୍ରୀର ଜୁଇରେ ସ୍ୱାମୀ ଝାସ ଦେଇ ଆତ୍ମାହୂତି ଦେଲେ ସ୍ୱାମୀ । ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା କେଗାଁ ଥାନା ସିଆଲଜୋଡି ଗାଁରୁ । ସୂଚନା ଅନୁସାରେ ଚହକା ଗ୍ରାମ ପଞ୍ଚାୟତର ସିଆଲଯୋଡ଼ିସ୍ଥିତ ୫ ନମ୍ବର ୱାର୍ଡସଭ୍ୟା ରଇବାରୁ ଶବର ଅସୁସ୍ଥ ହୋଇ ଗତକାଲି ସ୍ଥାନୀୟ ଡାକ୍ତରଖାନାକୁ ଯାଇଥିଲେ । ଚିକିତ୍ସିତ ହୋଇ ଘରକୁ ଫେରି ଆସିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା । ଆଜି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ତ୍ରୀଙ୍କ ମୃତ୍ୟୁପରେ ସମ୍ପର୍କୀୟମାନେ ରୀତିନୀତି ମୁତାବକ ତାଙ୍କ ଶବ ସତ୍କାର କରିବାକୁ ଗାଁ ନିକଟରେ ଥିବା ଜମିକୁ ନେଇଥିଲେ । ସମ୍ପର୍କୀୟମାନେ ଶବସତ୍କାର କରି ଫେରୁଥିବା ବେଳେ, ସ୍ୱାମୀ ନୀଳମଣି ଶବର ଅଧାରୁ ଫେରିଯାଇ ସ୍ତ୍ରୀଙ୍କ ଜୁଇକୁ ଡେଇଁପଡିଥି​ଲେ । ନିଆଁ ଜଳୁଥିବାରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ସ୍ୱାମୀ । ସେପଟେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଏଥିସହିତ ପଢ଼ନ୍ତୁ: ବାଇକ୍ ଚୋରି କରି ଚମ୍ପଟ ମାରିବା ବେଳେ କାବୁ କଲେ ଗ୍ରାମବାସୀ

 

 

ଜାମିନ ପାଇଲେ କେନ୍ଦ୍ରମନ୍ତ୍ରୀ ନାରାୟଣ, ମହଙ୍ଗା ପଡିଥିଲା ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ଆପତ୍ତିଜନକ ଶବ୍ଦ

ମୁମ୍ବାଇ: ଗିରଫ ହେବାର ଆଠ ଘଣ୍ଟା ପରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମିଳିଛି ଜାମିନ  । ମାମଲା ରୁଜୁ ପରେ ପୋଲିସ ଗିରଫ କରିଥିଲା  । ପରବର୍ତ୍ତୀ ସମୟରେ କୋର୍ଟରେ ହାଜର ହୋଇଥିଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ  । କୋର୍ଟରେ ହାଜର ହେବା ପରେ କେନ୍ଦ୍ରମନ୍ତ୍ରୀ ରାଣେଙ୍କୁ ମିଳିଲା ଜାମିନ  । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରି ଅଡୁଆରେ ଫସିଥିଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ  ।

କୋଙ୍କଣ ଅଞ୍ଚଳରେ ଜନୌଷଧି ରାଲିରେ ଯୋଗ ଦେବା ଅବସରରେ ରାଣେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ରାଣେ କହିଥିଲେ- ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସ୍ବାଧୀନତାର ବର୍ଷ ଜାଣନ୍ତି ନାହିଁ । ଠାକରେ ଭାଷଣ ଦେବା ବେଳେ ଏହି ବିଷୟ ଜାଣିବା ଉଚିତ । ଯଦି ଏହି ଅବସରରେ ସେଠାରେ ନିଜେ ଉପସ୍ଥିତ ଥାନ୍ତେ ତେବେ ଠାକରେଙ୍କୁ ସେ ଚାପୁଡା ମାରିଥାନ୍ତେ ବୋଲି କହିଛନ୍ତି ରାଣେ ।

ସେପଟେ ରାଣେଙ୍କ ବିରୋଧରେ ବିଭିନ୍ନ ଥାନାରେ ୪ଟି ମାମଲା ରୁଜୁ ହୋଇଛି । ପୁଣେ, ନାସିକ, ମହାଦ ଓ ରାଇଗଡ ଜିଲ୍ଲାରେ ଏସବୁ ମାମଲା ରୁଜୁ ହୋଇଛି । ପ୍ରତିବାଦରେ ନାସିକ ସ୍ଥିତ ବିଜେପି କାର୍ଯ୍ୟାଳୟ ଉପରକୁ ଶିବସେନା କର୍ମୀ ଟେକାପଥରମାଡ କରିଛନ୍ତି । ସ୍ଥିତି ପ୍ରତି ସଜାଗ ଦୃଷ୍ଟି ଦେବା ଲାଗି ନାସିକ ପୋଲିସ କମିଶନର ଦୀପକ ପାଣ୍ଡେ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗକୁ ନେଇ ମୁମ୍ବାଇରେ ବିଜେପି- ଶିବସେନା କର୍ମୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା  ।