spot_img
Home Blog Page 5285

ଅଫ୍‌ଲାଇନ୍ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ: ୮୦.୮୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍

କଟକ: ମାଟ୍ରିକ ଅଫଲାଇନ୍ ପରୀକ୍ଷା ଫଳ ପ୍ରକାଶିତ । କରୋନା କାରଣରୁ ପରୀକ୍ଷା ହୋଇପାରନଥିବା ବେଳେ ବିକଳ୍ପ ପଦ୍ଧତିରେ ମୂଲ୍ୟାଙ୍କନ କରାଯାଇଥିଲା । ତେବେ ଏଥିରେ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ଅଫ୍‌ଲାଇନ୍ ମାଧ୍ୟମରେ ପୁଣି ପରୀକ୍ଷା ଦେଇଥିଲେ । ପାଖାପାଖି ୧୫ ହଜାରରୁ ଊର୍ଦ୍ଧ୍ୱ ପିଲା ପରୀକ୍ଷା ଦେଇଥିବା ବେଳେ ୫ହଜାର ୨୩୩ ଜଣ ପିଲା ପାସ୍ କରିଛନ୍ତି । ମୋଟ ପାସ୍ ହାର ୮୦.୮୩ ପ୍ରତିଶତ ପାସ୍ । ୧୪୬ ଜଣଙ୍କ ଫର୍ମ ନାକଚ ହୋଥିଲା । ୧୦୮୬ ଜଣ ଅନୁପସ୍ଥିତ ରହିଥିବା ବେଳେ  ୧୪ଜଣ ମାଲ୍ ପ୍ରାକ୍ଟିସ୍ ବେଳେ ଧରାପଡ଼ିଛନ୍ତି । ତେବେ ମୋଟ ୩ହଜାର ୧୦୦ ପାସ୍ ଛାତ୍ର ଓ ୨୧୩୩ ଜଣ ଛାତ୍ରୀ ପାସ୍ କରିଛନ୍ତି । ଏ-୧ରେ ୪୨,ଏ- ୨ ୨୫୫ଜଣ, ବି-୧ରେ ୩୪୮ ଜଣ, ବି- ୨ରେ ୪୫୮, ସି’ରେ ୫୯୯ ଜଣ, ଡି ଗ୍ରେଡ୍‌ରେ ୮୪୬ଜଣ,  ଇ ଗ୍ରେଡ୍‌ରେ ୨୬୮୫ ଜଣ ପାସ୍ କରିଛନ୍ତି ତେବେ ୧୪୮ ଜଣ ଫେଲ୍ ହୋଇଛନ୍ତି ।

ସେହିଭଳି ଷ୍ଟେଟ ଓପନ ସ୍କୁଲ ପରୀକ୍ଷାରେ ମୋଟ ୭୪.୩ ଜଣ ପାସ୍ କରିଥିବା ବେଳେ ମଧ୍ୟମା ପରୀକ୍ଷାରେ ଶତ ପ୍ରତିଶତ ରେଜଲ୍ଟ ରହିଛି । ଷ୍ଟେଟ୍‌ ଓପ୍‌ନ ସ୍କୁଲ୍‌ ଅଫ୍‌ଲାଇନ୍‌ ପରୀକ୍ଷା ୮୪୯୧ ଜଣ ଛାତ୍ରଛାତ୍ରୀ ଦେଇଥିଲେ। ସେମାନଙ୍କ ଭିତରୁ ୧୩୩୮୧ ଅନୁପସ୍ଥିତ ରହିଥିଲେ। କପି କରି ୧୯ ଜଣ ଧରା ପଡ଼ିଥିଲେ। ୬୩୦୯ ଜଣ ପାସ୍‌ କରିଛନ୍ତି। ପାସ୍‌ ହାର ୭୪.୩ % ରହିଛି। ଏ-୧ରେ କୌଣସି ପିଲା ପାସ୍‌ କରିନାହାନ୍ତି।ଏ ୨ରେ ୧୭, ବି-୧ରେ ୧୯୪, ବି-୨ରେ ୩୪୭, ସି-୮୧୬, ଡି-୧୪୨୫, ଇ-୩୫୧୦ ଜଣ ପାସ୍‌ କରିଛନ୍ତି। ଫେଲ୍‌ ହୋଇଛନ୍ତି ୩୨୮ ଛାତ୍ରଛାତ୍ରୀ । ୫୨ ଜଣ ପିଲା ୫ଟି ବିଷୟରେ ପରୀକ୍ଷା ଦେଇନଥିବାରୁ ସେମାନଙ୍କ ପରୀକ୍ଷା ଫଳ ପ୍ରକାଶ କରାଯାଇନାହିଁ ବୋଲି ବୋର୍ଡ ଉପସଭାପତି ନିହାର ମହାନ୍ତି କହିଛନ୍ତି ।  ତେବେ ବିକଳ୍ପ ପଦ୍ଧତିରେ ମୂଲ୍ୟାଙ୍କନକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପୂର୍ବାପେକ୍ଷା ୪୫୯ ଜଣ ଛାତ୍ରଛାତ୍ରୀ କମ୍ ନମ୍ୱର ରଖିଛନ୍ତି । ସେହିଭଳି ୨୭୧ ଜଣ ଛାତ୍ରଛାତ୍ରୀ ପୂୂର୍ବାପେକ୍ଷା ଅଧିକ ନମ୍ୱର ରଖିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଫସିଲେ ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜର

କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଗିରଫ, ମହଙ୍ଗା ପଡ଼ିଲା ଉଦ୍ଧବଙ୍କ ନାଁରେ ଆପତ୍ତିଜନକ ମନ୍ତବ୍ୟ

ମୁମ୍ବାଇ: କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଗିରଫ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନାଁରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ରାଣେଙ୍କ ନାଁରେ ଶିବସେନା ପକ୍ଷରୁ ୪ଟି ଏତଲା ଦିଆଯାଇଥିଲା । ଏତଲା ଆଧାରରେ ନାରାୟଣ ରାଣେଙ୍କୁ ଗିରଫ କରିଛି  । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡା ମାରିବାକୁ କହି ଚର୍ଚ୍ଚାରେ ଅଛନ୍ତି ରାଣେ । କୋଙ୍କଣର ଚିପୁଲୁନଠାରେ ଥିବା ରାଣେଙ୍କୁ  ନାସିକ ପୋଲିସ ଗିରଫ କରିଥିବା ନେଇ ସୂଚନା ମିଳିଛି ।

ସେପଟେ ରାଣେଙ୍କ ଆଗୁଆ ଜାମିନ ଖାରଜ ହୋଇଛି । କୋଙ୍କଣ ଅଞ୍ଚଳରେ ଜନୌଷଧି ରାଲିରେ ଯୋଗ ଦେବା ଅବସରରେ ରାଣେ ଏହା କହିବା ପରେ ଆରମ୍ଭ ହୋଇଛି ବିବାଦ । ରାଣେ କହିଥିଲେ- ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସ୍ବାଧୀନତାର ବର୍ଷ ଜାଣନ୍ତି ନାହିଁ । ଠାକରେ ଭାଷଣ ଦେବା ବେଳେ ଏହି ବିଷୟ ଜାଣିବା ଉଚିତ । ଯଦି ଏହି ଅବସରରେ ସେଠାରେ ନିଜେ ଉପସ୍ଥିତ ଥାନ୍ତେ ତେବେ ଠାକରେଙ୍କୁ ସେ ଚାପୁଡା ମାରିଥାନ୍ତେ ବୋଲି କହିଛନ୍ତି ରାଣେ । ରାଣେ ଏହା କହିବା ପରେ ଶିବସେନା କର୍ମୀ ଉତକ୍ଷିପ୍ତ ହୋଇଛନ୍ତି ।

ସେପଟେ ରାଣେଙ୍କ ବିରୋଧରେ ବିଭିନ୍ନ ଥାନାରେ ୪ଟି ମାମଲା ରୁଜୁ ହୋଇଛି । ପୁଣେ, ନାସିକ, ମହାଦ ଓ ରାଇଗଡ ଜିଲ୍ଲାରେ ଏସବୁ ମାମଲା ରୁଜୁ ହୋଇଛି । ପ୍ରତିବାଦରେ ନାସିକ ସ୍ଥିତ ବିଜେପି କାର୍ଯ୍ୟାଳୟ ଉପରକୁ ଶିବସେନା କର୍ମୀ ଟେକାପଥରମାଡ କରିଛନ୍ତି । ସ୍ଥିତି ପ୍ରତି ସଜାଗ ଦୃଷ୍ଟି ଦେବା ଲାଗି ନାସିକ ପୋଲିସ କମିଶନର ଦୀପକ ପାଣ୍ଡେ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗକୁ ନେଇ ମୁମ୍ବାଇରେ ବିଜେପି- ଶିବସେନା କର୍ମୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।

କଥାଶିଳ୍ପୀ ଯଶୋଧାରା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର: ବିଶିଷ୍ଟ କଥାଶିଳ୍ପୀ ଯଶୋଧାରାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ।  ୨୦୨୦ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯାଉଛନ୍ତି କଥାଶିଲ୍ପୀ ଯଶୋଧାରା । ତାଙ୍କର ଗଳ୍ପ ସଂକଳନ ସମୁଦ୍ର କୂଳ ଘର ପାଇଁ ସେ ଏହି ପୁରସ୍କାର ପାଇଛନ୍ତି ।

୨୦୧୬ ମସିହାରେ ପ୍ରକାଶିତ ଏହି ସଂକଳନକୁ ଇଙ୍କ ଓଡ଼ିଶା ପ୍ରକାଶନ ସଂସ୍ଥା ପ୍ରକାଶ କରିଥିଲା । ସାହିତ୍ୟ ଏକାଡେମୀ ପୁରସ୍କାର ଚୟନ କମିଟିରେ କବି ରମାକାନ୍ତ ରଥ, ବୀଣାପାଣି ମହାନ୍ତି ଏବଂ ପ୍ରତିଭା ଶତପଥୀ ରହିଥିବା ସୂଚନା ରହିଛି ।

କାବୁଲରୁ ଆସିଲା ଗୁରୁଗ୍ରନ୍ଥ ସାହିବଙ୍କ ପ୍ରତିଲିପି, ମୁଣ୍ଡରେ ରଖି ଆଣିଲେ ମନ୍ତ୍ରୀ ହରଦୀପ ସିଂହ ପୁରୀ

ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଛି । ଏହି କ୍ରମରେ ମଙ୍ଗଳବାର ଦିନ ଦୁଶାନବେରୁ ଏକ ଏୟାର ଇଣ୍ଡିଆ ବିମାନ (AI 1956) ୭୮ ଜଣଙ୍କ ସହ ଦିଲ୍ଲୀରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ୨୫ ଜଣ ଭାରତୀୟ ନାଗରିକ ମଧ୍ୟ ଥିଲେ । ଏହା ବ୍ୟତୀତ ଆଫଗାନିସ୍ତାନ ଶିଖ ଏବଂ ହିନ୍ଦୁ ପରିବାର ମଧ୍ୟ ସେମାନଙ୍କ ସହ ଆସିଛନ୍ତି ।

ଏଥି ସହିତ ଶିଖ ସମ୍ପ୍ରଦାୟର କିଛି ଲୋକ ପବିତ୍ର ଗୁରୁ ଗ୍ରନ୍ଥ ସାହେବଙ୍କ ୩ କପି ସେମାନଙ୍କ ସହ କାବୁଲ ଗୁରୁଦ୍ୱାରରୁ ଆଣିଥିଲେ । ଯାହାକୁ କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ୍ ଏବଂ ବିଜେପି ନେତା ଆର.ପି. ସିଂ ସେମାନଙ୍କୁ ଗ୍ରହଣ କରିଥିଲେ ।

ତେବେ ଦେଖଣାହାରୀଙ୍କ ମନ ମୋହିଥିଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ । କାରଣ ଗୁରୁ ଗ୍ରନ୍ଥ ସାହେବଙ୍କ କପିକୁ ସେ ଖାଲି ପାଦରେ ଚାଲି ଚାଲି ମୁଣ୍ଡରେ ବୋହି ଆଣିଥିଲେ । ଏହାସହ ମୁଖରେ ଶୁଣିବାକୁ ମିିଳିଥିଲା ସତ ନାମ ଶ୍ରୀ ଓ୍ୱାହେଗୁରୁ । ଏହାପୂର୍ବରୁ ଶିଖ ସମ୍ପ୍ରଦାୟର ଲୋକମାନଙ୍କର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା ।

ଯେଉଁଥିରେ ସେମାନେ ବିମାନ ଭିତରେ ‘ଜୋ ବୋଲେ ସୋ ନିହାଲ ଏବଂ ୱାହ ଗୁରୁଜୀ କା ଖାଲସା- ୱାହ ଗୁରୁଜୀ କି ଫତେହ’ କହୁଥିବାର ନଜର ଆସିଛନ୍ତି । ଏହି ଭିଡିଓକୁ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ସେୟାର କରିଛନ୍ତି । ସୂଚନାନୁସାରେ, ତାଲିବାନର ଭୟ ମଧ୍ୟରେ ସୋମବାର ଦିନ କାବୁଲରୁ ଦୁଶାନବେକୁ ୭୮ ଜଣଙ୍କୁ ପରିବହନ କରାଯାଇଥିଲା । ଆଜି ସମସ୍ତ ଲୋକ ଦିଲ୍ଲୀରେ ପହଞ୍ଚିଛନ୍ତି ।

ଖରାରେ ବୃଦ୍ଧ ମା’ର ପାଦକୁ କାଳେ କଷ୍ଟ ହେବ ସେଥିପାଇଁ କାଳିଆ ପାଖକୁ କାଖେଇ ନେଲା ପୁଅ

ପୁରୀ: ଦୁନିଆ ଦେଖାଇଲା ମାଆକୁ ନେଇ ଦୁଇଟି ଭିନ୍ନ ଭିନ୍ନ ଚିତ୍ର। ଗୋଟିଏ ପଟେ ମାଆକୁ ପୁଅ ନର୍କ ଯନ୍ତ୍ରଣା ଦେଉଥିବା ବେଳେ ଅନ୍ୟ ପଟେ ବୃଦ୍ଧ ମା’ ପାଦକୁ କାଳେ କଷ୍ଟ ହେବ ସେଥିପାଇଁ ଶ୍ରୀମନ୍ଦିର ଭିତରକୁ କାନ୍ଦେ ନେଉଛି ପୁଅ। ଗୋଟିଏ ଦିନରେ ଦୁନିଆ ଦେଖାଇଛି ମାଆ-ପୁଅଙ୍କର ଦୁଇଟି ଭିନ୍ନ ଭିନ୍ନ କାହାଣୀ। ସୋମବାର ଠାରୁ ସାଧାରଣ ଲୋକଙ୍କ ପାଇଁ ଶ୍ରୀମନ୍ଦିର ଖୋଲିଛି। ଆଉ ଏହାରି ଭିତରେ ଜୀବନର ଅପରାହ୍ନରେ କାଳିଆକୁ ଦେଖିବା ପାଇଁ ବୃଦ୍ଧ ମାଆର ମନ ବଳାଇଛି। ଯେଉଁ ମା’, ପୁଅର କୁନି ବୟସରେ ସବୁ ଅଳି ଅଝଟକୁ ସହି ଆସିଛି ସେହି ମାଆର ଇଚ୍ଛାକୁ ପୁଅ କେମିତି ବା ଅଣଦେଖା କରିପାରିଥାନ୍ତା।

ସେଥିପାଇଁ ମାଆର ଇଚ୍ଛାକୁ ପୁରଣ କରିବା ପାଇଁ ପୁଅ ପାଲଟିଛି ଶ୍ରବଣ କୁମାର। ଶ୍ରବଣ କୁମାର ସାଜି ଜନ୍ମଦାତ୍ରୀକୁ ବୋହି ବୋହି ଶ୍ରୀମନ୍ଦିର ନେଇଯାଉଛି। ପ୍ରବଳ ଖରାରେ ମା’ର ପାଦକୁ କାଳେ କଷ୍ଟ ହେବ, କାଳେ ବାଟ ଚାଲିନପାରିବ ସେଥିପାଇଁ ପୁଅ ମା’କୁ କାନ୍ଧରେ ବସାଇ ନେଇଯାଉଛି। ମହାଆନନ୍ଦରେ ଚାଲିଛନ୍ତି ବଡ଼ଦାଣ୍ଡରେ। ଏ ଦୃଶ୍ୟ ଆପଣଙ୍କୁ ନିଶ୍ଚୟ ଭାବବିହ୍ୱଳ କରିବ। ଏହି ଦୃଶ୍ୟ କହୁଛି, ମା’ ପୁଅର ସଂପର୍କ କେତେ ନିବିଡ, କେତେ ମହାନ। ଏହି ସମ୍ପର୍କର ଦୃଶ୍ୟ ଦେଖି ମନ ପୂରିଯାଉଛି, ଛାତି କୁଣ୍ଢେମୋଟେ ହୋଇଯାଉଛି।

ନାରାୟଣ Vs ଉଦ୍ଧବ: ବିଜେପି ନେତାଙ୍କ ଘର ଆଗରେ ଶିବ ସୈନିକଙ୍କ ହଙ୍ଗାମା, ରାଣେଙ୍କୁ କହିଲେ କୁକୁଡ଼ା ଚୋର

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡା ମାରିବାକୁ କହି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ । କୋଙ୍କଣ ଅଞ୍ଚଳରେ ଜନୌଷଧି ରାଲିରେ ଯୋଗ ଦେବା ଅବସରରେ ରାଣେ ଏହା କହିବା ପରେ ଆରମ୍ଭ ହୋଇଛି ବିବାଦ । ରାଣେ କହିଥିଲେ- ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସ୍ୱାଧୀନତାର ବର୍ଷ ଜାଣନ୍ତି ନାହିଁ । ଠାକରେ ଭାଷଣ ଦେବା ବେଳେ ଏହି ବିଷୟ ଜାଣିବା ଉଚିତ । ଯଦି ଏହି ଅବସରରେ ସେଠାରେ ନିଜେ ଉପସ୍ଥିତ ଥାନ୍ତେ ତେବେ ଠାକରେଙ୍କୁ ସେ ଚାପୁଡା ମାରିଥାନ୍ତେ ବୋଲି କହିଛନ୍ତି ରାଣେ । ରାଣେ ଏହା କହିବା ପରେ ଶିବସେନା କର୍ମୀ ଉତକ୍ଷିପ୍ତ ହୋଇଛନ୍ତି । ନାରାୟଣ ରାଣେଙ୍କ ଏହି ବିବାଦୀୟ ବାୟାନ ପରେ ଶିବସେନାର କର୍ମୀମାନେ ବିଭିନ୍ନ ଜାଗାରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ଦାଦର ଅଞ୍ଚଳରେ ରାଣେଙ୍କ ବିରୋଧରେ ପୋଷ୍ଟର ଲଗାଇଛନ୍ତି ଶିବସେନା କର୍ମୀ । ପୋଷ୍ଟରରେ ନାରାୟଣ ରାଣେଙ୍କ ଫଟୋ ସହ ତାଙ୍କୁ କୁକୁଡ଼ା ଚୋର ବୋଲି ଲେଖାଯାଇଛି । ପ୍ରତିବାଦରେ ନାସିକ ସ୍ଥିତ ବିଜେପି କାର୍ଯ୍ୟାଳୟ ଉପରକୁ ଶିବସେନା କର୍ମୀ ଟେକାପଥରମାଡ଼ କରିଛନ୍ତି ।

 

ରାଣେଙ୍କ ବିରୋଧରେ ବିଭିନ୍ନ ଥାନାରେ ୪ଟି ମାମଲା ରୁଜୁ ହୋଇଛି । ପୁଣେ, ନାସିକ, ମହାଦ ଓ ରାଇଗଡ ଜିଲ୍ଲାରେ ଏସବୁ ମାମଲା ରୁଜୁ ହୋଇଛି । ଶିବସେନା କର୍ମୀମାନେ ରାଣେଙ୍କୁ ମନ୍ତ୍ରୀପଦରୁ ହଟାଇବା ପାଇଁ ଦାବି କରିଛନ୍ତି ଏହି ପ୍ରସଙ୍ଗକୁ ନେଇ ମୁମ୍ବାଇରେ ବିଜେପି- ଶିବସେନା କର୍ମୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।

 

ନାରାୟଣ ରାଣେଙ୍କ ଘର ଆଗରେ ଶିବସେନା କର୍ମୀମାନେ ବିରୋଧ ଜାରି ରଖିଥିବା ସୂଚନା ରହିଛି । ତେବେ ନାରାୟଣ ରାଣେଙ୍କ ପୁଅ ନିତେଶ ରାଣେ ଲେଖିଛନ୍ତି ଯେ, ‘ ସୂଚନା ରହିଛି ଯେ, ଯୁବସେନାର ସଦସ୍ୟ ମାନଙ୍କୁ ଆମ ଜୁହୁ ସ୍ଥିତ ଘର ସାମ୍ନାରେ ଏକାଠି ହେବାକୁ କୁହାଯାଇଛି । ତେଣୁ ମୁମ୍ବାଇ ପୋଲିସକୁ ଅନୁରୋଧ, ତାଙ୍କୁ ସେଠାକୁ ଯିବାକୁ ମନା କରନ୍ତୁ, ନଚେତ ସେଠାରେ ଯାହା ବି ପରିସ୍ଥିତି ହେବ, ସେଥିପାଇଁ ଆମେ ଦାୟି ରହିବୁ ନାହିଁ । ନିତେଶ ରାଣେ କହିଛନ୍ତି ଯେ, ସିଂହ ଗୁମ୍ଫାକୁ ଯିବାକୁ ସାହସ କରନ୍ତୁ ନାହିଁ ।’

ଅନ୍ୟପକ୍ଷରେ ଉଦ୍ଧବଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର ପାଇଁ ରାଣେଙ୍କ ବିରୋଧରେ ମୁମ୍ବାଇରେ ଅନେକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଏହାପରେ ରାଣେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ‘ମୋ ବିରୋଧରେ FIR ହୋଇଥିବା ମୁଁ ଜାଣିନାହିଁ । ମୁଁ ଜଣେ ସାଧାରଣ ବ୍ୟକ୍ତି ନୁହେଁ । ମୁଁ କୌଣସି ଅପରାଧ କରି ନାହିଁ। ଯଦି କେହି ଅଗଷ୍ଟ ୧୫ ବିଷୟରେ ଜାଣିନାହାନ୍ତି, ତେବେ ଏହା ଅପରାଧ ନୁହେଁ କି? ମୁଁ କହିଲି ମୁଁ ଚାପୁଡ଼ା ମାରିବି – ଏହି ଶବ୍ଦଗୁଡ଼ିକ ମୋର ଏବଂ ଏହା ଅପରାଧ ନୁହେଁ।

କାବୁଲରେ ୟୁକ୍ରେନ୍ ବିମାନ ଅପହରଣ, ଇରାନରେ ଅପହୃତ ବିମାନ !

କାବୁଲ: ଅଶାନ୍ତ କାବୁଲରେ ବିମାନ ଅପହରଣ । ନିଜ ନାଗରିକଙ୍କ ଉଦ୍ଧାର ପାଇଁ ଆସିଥିବା ଏକ ୟୁକେନୀୟ ବିମାନକୁ ଅପହରଣ କରାଯାଇଥିବା ଖବର ମିଳିଛି । ଅପହରଣକାରୀ ବିମାନକୁ ଇରାନ ନେଇଥିବା କୁହାଯାଇଛି । ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ୟେବଗେନି ୟେନିନ ମଙ୍ଗଳବାର ଦିନ ଏସମ୍ପର୍କରେ ସୂଚନା ଦେଇଛନ୍ତି ।ବିମାନକୁ ଅପହରଣକାରୀ ଇରାନ ନେଇଥିବା ଋଷ ମିଡିଆ ଦାବି କରିଛି ।

ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ୟେନିନଙ୍କ ଅନୁସାରେ ରବିବାର ଦିନ କିଛି ଅଜ୍ଞାତ ବ୍ୟକ୍ତି ବିମାନର କକପିଟ୍ ଉପରେ କବଜା କରିଥିଲେ । ପ୍ଲେନରେ ୟୁକ୍ରେନ୍ ନାଗରିକ ଥିଲେ । ବିମାନ ଅପହରଣ କାରଣରୁ ୟୁକ୍ରେନର ବାକି ପ୍ଲେନ୍ ଉଦ୍ଧାର କାର୍ଯ୍ୟ କରି ପାରିନଥିବା ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଏପର୍ଯ୍ୟନ୍ତ ୟୁକ୍ରେନ ତା’ର ୩୧ ଜଣ ନାଗରିକଙ୍କୁ ଆଫଗାନିସ୍ତାନରୁ ଉଦ୍ଧାର କରିଛି । ଏବେ ମଧ୍ୟ କାବୁଲରେ ୧୦୦ରୁ ଅଧିକ ଆଫଗାନୀ ନାଗରିକ ଫସିଥିବା କୁହାଯାଉଛି ।

ପୁଅ ନାଁରେ କଳଙ୍କ, ନିରୀହ ମାଆକୁ ନର୍କ ଯନ୍ତ୍ରଣା ଦେଉଥିବା ପୁଅକୁ ଗିରଫ କଲା ପୋଲିସ୍‌

ଅନୁଗୁଳ: ପୁଅଠାରୁ ମାଆ ପାଉଛି ନର୍କ ଯନ୍ତ୍ରଣା। ଯେଉଁ ମାଆ ଦିନେ ପୁଅକୁ ଗର୍ଭରେ ୧୦ ମାସ ଦଶ ଦିନ ଧରି ଜନ୍ମ ଦେଇଥିଲା। କେତେ ଓଶା ବ୍ରତ କରି ପୁଅଟେ ପାଇଁ ଭଗବାନଙ୍କ ପାଖରେ ଗୁହାରି କରିଥିଲା, ସେଇ ପୁଅ ଆଜି ନିରୀହ ମାଆ ପାଇଁ ଶତ୍ରୁ ପାଲଟିଛି। ଯେଉଁ ପଣତ ଦିନେ ପୁଅର ଝାଳକୁ ପୋଛି ଦେଉଥିଲା ସେହି ପଣତର ସାହାରା ନେଇ ପୁଅ ମାଆର ତଣ୍ଟି ଚିପିବାକୁ ବି ପଛାଇନି। ପୁଅର କୁଆଁ କୁଆଁ କାନ୍ଦରେ ଦିନେ ମାଆର ଛାତି ଫାଟି ପଡ଼ୁଥିଲା ହେଲେ ଆଜି ମାଆ କଷ୍ଟରେ ଚିତ୍କାର କଲେ ବି ପୁର ଉପରେ ତିଳେ ମାତ୍ର ବି ଫରକ ପଡ଼ୁନି। ବୃଦ୍ଧା ମାଆକୁ ଦେଇ ଚାଲିଛି ମାଡ଼ ଉପରେ ମାଡ଼।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ। କୌଣସି କାରଣ ପାଇଁ ମାଆର ଚୁଟି ଘୋଷାଡ଼ି ତଣ୍ଟି ଚିପି ନିର୍ଦୟ ଭାବରେ ମାଡ଼ ମାରି ଚାଲିଛି। ଏହି ଭିଡିଓ ଦେଖିଲେ ଆପଣ ମାନଙ୍କର ମଧ୍ୟ ରକ୍ତ ଗରମ ହୋଇଯିବ।

ତେବେ ନନ୍ଦିଘୋଷ ଟିଭିରେ ଏହି ଖବର ପ୍ରସାରଣ ପରେ ବନ୍ଧା ହୋଇଛି ସେହି ନିର୍ଦୟ ପୁଅ। ବୃଦ୍ଧା ମା’ଙ୍କୁ ମାଡ଼ ମାରୁଥିଲେ ଶିକ୍ଷିତ ପୁଅ। ଯେ କି ପେସାରେ ଜଣେ ଶିକ୍ଷକ। ଜଣେ ଶିକ୍ଷକ ହୋଇ ଦୁନିଆକୁ ଭଲ ଶିକ୍ଷା ଦେବା ପରିବର୍ତ୍ତେ ନିଜ ମା’କୁ ମାଡ ମାରୁଥିଲେ। ମାଡ଼ ମାରୁଥିବା ଭିଡିଓ ଭାଇରାଲ ହେବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଭିଡିଓଟି ଅନୁଗୁଳ ଜିଲ୍ଲା କିଶୋରନଗର ଥାନା କଟାପାଲି ଗାଁର।

ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ହୃଷୀକେଶ ପ୍ରଧାନ ନିଜ ମା’ଙ୍କୁ ମାଡ଼ ମାରୁଥିଲେ। ତଣ୍ଟି ଚିପି ଦେବା ସହ ଟେକି କଚାଡୁ ଥିବାର ଭିଡିଓ ଭାଇରାଲ ହୋଇଛି। ବୃଦ୍ଧା ମା’ ଯନ୍ତ୍ରଣାରେ ଚିତ୍କାର କରୁଥିଲେ। ମାଡ଼ ସେ କାହିଁକି ମାରୁଛନ୍ତି, ଜଣା ପଡ଼ି ନଥିଲେ ମଧ୍ୟ ସେ ଏଭଳି ଅନେକ ଦିନ ମାଡ଼ ମାରନ୍ତି ବୋଲି ଜଣା ପଡ଼ିଛି। ଏଭଳି ସମ୍ବେଦନଶୀଳ ଭିଡିଓ ଭାଇରାଲ ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ କିଶୋରନଗର ଥାନା ପୋଲିସ ଅବସରପ୍ରାପ୍ତ ଶିକ୍ଷକ ହୃଷୀକେଶ ପ୍ରଧାନଙ୍କୁ ଗିରଫ କରିଛି।

ଏ ହେଉଛି ଏମିତି ଏକ ବିଡମ୍ବନା ଯାହା ଆଗକୁ ଗୋଟିଏ ପୁଅ ଜନ୍ମ କରିବା ପାଇଁ ମାଆ ଟେ ଶହେ ବାର ଭାବିବାକୁ ବାଧ୍ୟ ହେବ। ମୋତେ ସନ୍ତାନ ମୁକ୍ତ କରିଦିଅ ପଛେ ହେଲେ ଏମିତି ପୁଅ ମୋତେ ନଦେବାକୁ ଭଗବାନଙ୍କ ଆଗକରେ ଗୁହାରି ପଡ଼ିବ।

ଅଣ ମୁସଲମାନଙ୍କଠାରୁ ଜିଜିଆ କର ଅସୁଲ କରିବା ପାଇଁ ତାଲିବାନକୁ କହିଲା ବ୍ରିଟିଶ୍ ଧର୍ମ ପ୍ରବଚକ ଅଞ୍ଜେମ ଚୌଧୁରୀ

ଲଣ୍ଡନ: ବ୍ରିଟେନର ସବୁଠାରୁ କୁଖ୍ୟାତ ମୁସଲିମ ଧର୍ମ ପ୍ରବଚକ ଭାବେ ପରିଚିତ ଅଞ୍ଜେମ ଚୌଧୁରୀ ଅଣ ମୁସଲମାନଙ୍କ ଉପରେ ଜିଜିଆ କର ଲଗାଯିବା ସପକ୍ଷରେ ଯୁକ୍ତି ବାଢିଛି । ଶତାଧିକ ମୌଳବାଦୀ ଓ ଆତଙ୍କବାଦୀଙ୍କୁ ପ୍ରେରିତ କରିଥିବା ଚୌଧୁରୀ ତାଲିବାନକୁ ଆଫଗାନିସ୍ତାନରେ ରହୁଥିବା ଅଣ ମୁସଲମାନଙ୍କ ଉପରେ ଜିଜିଆ କର ଲାଗୁ କରିବା ପାଇଁ ପରାମର୍ଶ ଦେଇଛି । ଏହା ସହିତ ସେ ଆଫଗାନିସ୍ତାନରେ ସଂଗୀତ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ କରିବା ପାଇଁ କହିଛି । ଜିଜିଆ କାଫିରଙ୍କ କର ବୋଲି ସେ କହିଛି । ଏହା ସହିତ ସେ ତାଲିବାନକୁ ଅନୁରୋଧ କରୁଛି ଯେ, ପର ସ୍ତ୍ରୀ ସହିତ ସମ୍ପର୍କ ରଖୁଥିବା ପୁରୁଷଙ୍କୁ ମଧ୍ୟ ପଥର ମାରି ହତ୍ୟା କରାଯାଉ ।

ଡେଲି ମେଲ୍ ଅନୁସାରେ ସେ ତାଲିବାନକୁ ଚୋରଙ୍କ ହାତ କାଟିବାକୁ ଓ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କୁ ଚାବୁକ ମାଡ କରିବାକୁ କହିଛି । ଚୌଧୁରୀ କହିଛି ଯେ, ଆଫଗାନିସ୍ତାନରେ ରହୁଥିବା ସବୁ ଅଣ ମୁସଲମାନଙ୍କ ସୁରକ୍ଷା ପାଇଁ ଜିଜିଆ କର ଦେବା ବାଧ୍ୟତାମୁଳକ କରିଦେବା ଆବଶ୍ୟକ । ଏହି କୁଖ୍ୟାତ ବ୍ରିଟିଶ ଧର୍ମ ପ୍ରବଚକ ଜଣକ ତାଲିବାନକୁ ଆଫଗାନିସ୍ତାନର ନାମ ବଦଳାଇ ଇସଲାମିକ୍ ଷ୍ଟେଟ କରିବାକୁ ପରାମର୍ଶ ଦେଇଛି ।

ସଂଗୀତକୁ ବ୍ୟାନ୍ କର

ଚୌଧୁରୀ ଭାରତୀୟ ଉପମହାଦେଶରେ ସବୁ ଦେଶର ସୀମାକୁ ଶେଷ କରିଦେବା ପାଇଁ ଆହ୍ୱାନ କରିଛି । ସେ କହିଛି ଯେ ଦେଶ ଦେଶ ମଧ୍ୟରେ ଥିବା ସୀମାକୁ ଶେଷ କରି ଦିଆଯାଉ । ନୂଆ ଇସଲାମିକ ଷ୍ଟେଟ୍ ପାଇଁ ବାହାର ଦେଶର ମୁସଲମାନଙ୍କୁ ନିମନ୍ତ୍ରଣ କରାଯାଉ,ଯେମିତିକି ଉପ ମହାଦେଶର ସବୁ ମୁସଲମାନ ଏକାଠି ହୋଇ ପାରିବେ । ୩୫ଶହ ଶବ୍ଦର ଏକ ନିବନ୍ଧ ଲେଖି ଚୌଧୁରୀ ପାଶ୍ଚାତ୍ୟ ସଂସ୍କୃତିର ସବୁ ଚିହ୍ନ ଲୋପ କରିବା ପାଇଁ ସଂଗୀତ ଓ ନାଟକ ଉପରେ ପ୍ରତିବନ୍ଧକ ଲଗାଇବା ପାଇ ତାଲିବାନକୁ ଆହ୍ୱାନ କରିଛି ।

ଜାତିସଂଘକୁ ବାହର କର

କାବୁଲରୁ ମୁସଲିମ୍ ଦେଶଙ୍କ ସହିତ ବିଶ୍ୱର ବାକି ଦେଶଙ୍କ ଦୂତାବାସକୁ ବନ୍ଦ କରିବା ପାଇଁ ତାଲିବାନକୁ ପରାମର୍ଶ ଦେଇଛି ଚୌଧୁରୀ । ଏହା ସହିତ ତାଲିବାନ କାବୁଲରୁ ଜାତିସଂଘ ପ୍ରତିନିଧିଙ୍କୁ ମଧ୍ୟ ବାହାର କରି ବିଶ୍ୱ ସଂଗଠନର ଅଫିସ ବନ୍ଦ କରିବାକୁ କହିଛି । ସୂଚନାଯୋଗ୍ୟ ଯେ, ଇସଲାମିକ ଷ୍ଟେଟର ସମର୍ଥକ ଚୌଧୁରୀ ୫ ବର୍ଷ ଜେଲରେ ରହିବା ପରେ ବାହାରକୁ ବାହାରିଥିଲା । ତେବେ ଜେଲରୁ ବାହାରିବା ପରେ ସାର୍ବଜନିକ ଭାବେ ସେ କୌଣସି ବୟାନ ଜାରି କରିପାରିବ ନାହିଁ ବୋଲି ତାକୁ ବ୍ରିଟିସ ସରକାର କହିଥିଲେ । ତେବେ ତା’ ଉପରେ ଲାଗିଥିବା ଏହି ପ୍ରତିବନ୍ଧକ ଏଇ କିଛି ଦିନ ହେବ ହଟିଥିଲା । ପ୍ରତିବନ୍ଧକ ହଟିବା ପରେ ଚୌଧୁରୀ ଏବେ ଟେଲିଗ୍ରାମରେ ତା’ର ଏହି ବିବାଦୀୟ ବିବୃତି ଜାରି କରିଛି ।