spot_img
Home Blog Page 5286

କାବୁଲରେ ୟୁକ୍ରେନ୍ ବିମାନ ଅପହରଣ, ଇରାନରେ ଅପହୃତ ବିମାନ !

କାବୁଲ: ଅଶାନ୍ତ କାବୁଲରେ ବିମାନ ଅପହରଣ । ନିଜ ନାଗରିକଙ୍କ ଉଦ୍ଧାର ପାଇଁ ଆସିଥିବା ଏକ ୟୁକେନୀୟ ବିମାନକୁ ଅପହରଣ କରାଯାଇଥିବା ଖବର ମିଳିଛି । ଅପହରଣକାରୀ ବିମାନକୁ ଇରାନ ନେଇଥିବା କୁହାଯାଇଛି । ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ୟେବଗେନି ୟେନିନ ମଙ୍ଗଳବାର ଦିନ ଏସମ୍ପର୍କରେ ସୂଚନା ଦେଇଛନ୍ତି ।ବିମାନକୁ ଅପହରଣକାରୀ ଇରାନ ନେଇଥିବା ଋଷ ମିଡିଆ ଦାବି କରିଛି ।

ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ୟେନିନଙ୍କ ଅନୁସାରେ ରବିବାର ଦିନ କିଛି ଅଜ୍ଞାତ ବ୍ୟକ୍ତି ବିମାନର କକପିଟ୍ ଉପରେ କବଜା କରିଥିଲେ । ପ୍ଲେନରେ ୟୁକ୍ରେନ୍ ନାଗରିକ ଥିଲେ । ବିମାନ ଅପହରଣ କାରଣରୁ ୟୁକ୍ରେନର ବାକି ପ୍ଲେନ୍ ଉଦ୍ଧାର କାର୍ଯ୍ୟ କରି ପାରିନଥିବା ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଏପର୍ଯ୍ୟନ୍ତ ୟୁକ୍ରେନ ତା’ର ୩୧ ଜଣ ନାଗରିକଙ୍କୁ ଆଫଗାନିସ୍ତାନରୁ ଉଦ୍ଧାର କରିଛି । ଏବେ ମଧ୍ୟ କାବୁଲରେ ୧୦୦ରୁ ଅଧିକ ଆଫଗାନୀ ନାଗରିକ ଫସିଥିବା କୁହାଯାଉଛି ।

ପୁଅ ନାଁରେ କଳଙ୍କ, ନିରୀହ ମାଆକୁ ନର୍କ ଯନ୍ତ୍ରଣା ଦେଉଥିବା ପୁଅକୁ ଗିରଫ କଲା ପୋଲିସ୍‌

ଅନୁଗୁଳ: ପୁଅଠାରୁ ମାଆ ପାଉଛି ନର୍କ ଯନ୍ତ୍ରଣା। ଯେଉଁ ମାଆ ଦିନେ ପୁଅକୁ ଗର୍ଭରେ ୧୦ ମାସ ଦଶ ଦିନ ଧରି ଜନ୍ମ ଦେଇଥିଲା। କେତେ ଓଶା ବ୍ରତ କରି ପୁଅଟେ ପାଇଁ ଭଗବାନଙ୍କ ପାଖରେ ଗୁହାରି କରିଥିଲା, ସେଇ ପୁଅ ଆଜି ନିରୀହ ମାଆ ପାଇଁ ଶତ୍ରୁ ପାଲଟିଛି। ଯେଉଁ ପଣତ ଦିନେ ପୁଅର ଝାଳକୁ ପୋଛି ଦେଉଥିଲା ସେହି ପଣତର ସାହାରା ନେଇ ପୁଅ ମାଆର ତଣ୍ଟି ଚିପିବାକୁ ବି ପଛାଇନି। ପୁଅର କୁଆଁ କୁଆଁ କାନ୍ଦରେ ଦିନେ ମାଆର ଛାତି ଫାଟି ପଡ଼ୁଥିଲା ହେଲେ ଆଜି ମାଆ କଷ୍ଟରେ ଚିତ୍କାର କଲେ ବି ପୁର ଉପରେ ତିଳେ ମାତ୍ର ବି ଫରକ ପଡ଼ୁନି। ବୃଦ୍ଧା ମାଆକୁ ଦେଇ ଚାଲିଛି ମାଡ଼ ଉପରେ ମାଡ଼।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ। କୌଣସି କାରଣ ପାଇଁ ମାଆର ଚୁଟି ଘୋଷାଡ଼ି ତଣ୍ଟି ଚିପି ନିର୍ଦୟ ଭାବରେ ମାଡ଼ ମାରି ଚାଲିଛି। ଏହି ଭିଡିଓ ଦେଖିଲେ ଆପଣ ମାନଙ୍କର ମଧ୍ୟ ରକ୍ତ ଗରମ ହୋଇଯିବ।

ତେବେ ନନ୍ଦିଘୋଷ ଟିଭିରେ ଏହି ଖବର ପ୍ରସାରଣ ପରେ ବନ୍ଧା ହୋଇଛି ସେହି ନିର୍ଦୟ ପୁଅ। ବୃଦ୍ଧା ମା’ଙ୍କୁ ମାଡ଼ ମାରୁଥିଲେ ଶିକ୍ଷିତ ପୁଅ। ଯେ କି ପେସାରେ ଜଣେ ଶିକ୍ଷକ। ଜଣେ ଶିକ୍ଷକ ହୋଇ ଦୁନିଆକୁ ଭଲ ଶିକ୍ଷା ଦେବା ପରିବର୍ତ୍ତେ ନିଜ ମା’କୁ ମାଡ ମାରୁଥିଲେ। ମାଡ଼ ମାରୁଥିବା ଭିଡିଓ ଭାଇରାଲ ହେବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଭିଡିଓଟି ଅନୁଗୁଳ ଜିଲ୍ଲା କିଶୋରନଗର ଥାନା କଟାପାଲି ଗାଁର।

ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ହୃଷୀକେଶ ପ୍ରଧାନ ନିଜ ମା’ଙ୍କୁ ମାଡ଼ ମାରୁଥିଲେ। ତଣ୍ଟି ଚିପି ଦେବା ସହ ଟେକି କଚାଡୁ ଥିବାର ଭିଡିଓ ଭାଇରାଲ ହୋଇଛି। ବୃଦ୍ଧା ମା’ ଯନ୍ତ୍ରଣାରେ ଚିତ୍କାର କରୁଥିଲେ। ମାଡ଼ ସେ କାହିଁକି ମାରୁଛନ୍ତି, ଜଣା ପଡ଼ି ନଥିଲେ ମଧ୍ୟ ସେ ଏଭଳି ଅନେକ ଦିନ ମାଡ଼ ମାରନ୍ତି ବୋଲି ଜଣା ପଡ଼ିଛି। ଏଭଳି ସମ୍ବେଦନଶୀଳ ଭିଡିଓ ଭାଇରାଲ ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ କିଶୋରନଗର ଥାନା ପୋଲିସ ଅବସରପ୍ରାପ୍ତ ଶିକ୍ଷକ ହୃଷୀକେଶ ପ୍ରଧାନଙ୍କୁ ଗିରଫ କରିଛି।

ଏ ହେଉଛି ଏମିତି ଏକ ବିଡମ୍ବନା ଯାହା ଆଗକୁ ଗୋଟିଏ ପୁଅ ଜନ୍ମ କରିବା ପାଇଁ ମାଆ ଟେ ଶହେ ବାର ଭାବିବାକୁ ବାଧ୍ୟ ହେବ। ମୋତେ ସନ୍ତାନ ମୁକ୍ତ କରିଦିଅ ପଛେ ହେଲେ ଏମିତି ପୁଅ ମୋତେ ନଦେବାକୁ ଭଗବାନଙ୍କ ଆଗକରେ ଗୁହାରି ପଡ଼ିବ।

ଅଣ ମୁସଲମାନଙ୍କଠାରୁ ଜିଜିଆ କର ଅସୁଲ କରିବା ପାଇଁ ତାଲିବାନକୁ କହିଲା ବ୍ରିଟିଶ୍ ଧର୍ମ ପ୍ରବଚକ ଅଞ୍ଜେମ ଚୌଧୁରୀ

ଲଣ୍ଡନ: ବ୍ରିଟେନର ସବୁଠାରୁ କୁଖ୍ୟାତ ମୁସଲିମ ଧର୍ମ ପ୍ରବଚକ ଭାବେ ପରିଚିତ ଅଞ୍ଜେମ ଚୌଧୁରୀ ଅଣ ମୁସଲମାନଙ୍କ ଉପରେ ଜିଜିଆ କର ଲଗାଯିବା ସପକ୍ଷରେ ଯୁକ୍ତି ବାଢିଛି । ଶତାଧିକ ମୌଳବାଦୀ ଓ ଆତଙ୍କବାଦୀଙ୍କୁ ପ୍ରେରିତ କରିଥିବା ଚୌଧୁରୀ ତାଲିବାନକୁ ଆଫଗାନିସ୍ତାନରେ ରହୁଥିବା ଅଣ ମୁସଲମାନଙ୍କ ଉପରେ ଜିଜିଆ କର ଲାଗୁ କରିବା ପାଇଁ ପରାମର୍ଶ ଦେଇଛି । ଏହା ସହିତ ସେ ଆଫଗାନିସ୍ତାନରେ ସଂଗୀତ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ କରିବା ପାଇଁ କହିଛି । ଜିଜିଆ କାଫିରଙ୍କ କର ବୋଲି ସେ କହିଛି । ଏହା ସହିତ ସେ ତାଲିବାନକୁ ଅନୁରୋଧ କରୁଛି ଯେ, ପର ସ୍ତ୍ରୀ ସହିତ ସମ୍ପର୍କ ରଖୁଥିବା ପୁରୁଷଙ୍କୁ ମଧ୍ୟ ପଥର ମାରି ହତ୍ୟା କରାଯାଉ ।

ଡେଲି ମେଲ୍ ଅନୁସାରେ ସେ ତାଲିବାନକୁ ଚୋରଙ୍କ ହାତ କାଟିବାକୁ ଓ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କୁ ଚାବୁକ ମାଡ କରିବାକୁ କହିଛି । ଚୌଧୁରୀ କହିଛି ଯେ, ଆଫଗାନିସ୍ତାନରେ ରହୁଥିବା ସବୁ ଅଣ ମୁସଲମାନଙ୍କ ସୁରକ୍ଷା ପାଇଁ ଜିଜିଆ କର ଦେବା ବାଧ୍ୟତାମୁଳକ କରିଦେବା ଆବଶ୍ୟକ । ଏହି କୁଖ୍ୟାତ ବ୍ରିଟିଶ ଧର୍ମ ପ୍ରବଚକ ଜଣକ ତାଲିବାନକୁ ଆଫଗାନିସ୍ତାନର ନାମ ବଦଳାଇ ଇସଲାମିକ୍ ଷ୍ଟେଟ କରିବାକୁ ପରାମର୍ଶ ଦେଇଛି ।

ସଂଗୀତକୁ ବ୍ୟାନ୍ କର

ଚୌଧୁରୀ ଭାରତୀୟ ଉପମହାଦେଶରେ ସବୁ ଦେଶର ସୀମାକୁ ଶେଷ କରିଦେବା ପାଇଁ ଆହ୍ୱାନ କରିଛି । ସେ କହିଛି ଯେ ଦେଶ ଦେଶ ମଧ୍ୟରେ ଥିବା ସୀମାକୁ ଶେଷ କରି ଦିଆଯାଉ । ନୂଆ ଇସଲାମିକ ଷ୍ଟେଟ୍ ପାଇଁ ବାହାର ଦେଶର ମୁସଲମାନଙ୍କୁ ନିମନ୍ତ୍ରଣ କରାଯାଉ,ଯେମିତିକି ଉପ ମହାଦେଶର ସବୁ ମୁସଲମାନ ଏକାଠି ହୋଇ ପାରିବେ । ୩୫ଶହ ଶବ୍ଦର ଏକ ନିବନ୍ଧ ଲେଖି ଚୌଧୁରୀ ପାଶ୍ଚାତ୍ୟ ସଂସ୍କୃତିର ସବୁ ଚିହ୍ନ ଲୋପ କରିବା ପାଇଁ ସଂଗୀତ ଓ ନାଟକ ଉପରେ ପ୍ରତିବନ୍ଧକ ଲଗାଇବା ପାଇ ତାଲିବାନକୁ ଆହ୍ୱାନ କରିଛି ।

ଜାତିସଂଘକୁ ବାହର କର

କାବୁଲରୁ ମୁସଲିମ୍ ଦେଶଙ୍କ ସହିତ ବିଶ୍ୱର ବାକି ଦେଶଙ୍କ ଦୂତାବାସକୁ ବନ୍ଦ କରିବା ପାଇଁ ତାଲିବାନକୁ ପରାମର୍ଶ ଦେଇଛି ଚୌଧୁରୀ । ଏହା ସହିତ ତାଲିବାନ କାବୁଲରୁ ଜାତିସଂଘ ପ୍ରତିନିଧିଙ୍କୁ ମଧ୍ୟ ବାହାର କରି ବିଶ୍ୱ ସଂଗଠନର ଅଫିସ ବନ୍ଦ କରିବାକୁ କହିଛି । ସୂଚନାଯୋଗ୍ୟ ଯେ, ଇସଲାମିକ ଷ୍ଟେଟର ସମର୍ଥକ ଚୌଧୁରୀ ୫ ବର୍ଷ ଜେଲରେ ରହିବା ପରେ ବାହାରକୁ ବାହାରିଥିଲା । ତେବେ ଜେଲରୁ ବାହାରିବା ପରେ ସାର୍ବଜନିକ ଭାବେ ସେ କୌଣସି ବୟାନ ଜାରି କରିପାରିବ ନାହିଁ ବୋଲି ତାକୁ ବ୍ରିଟିସ ସରକାର କହିଥିଲେ । ତେବେ ତା’ ଉପରେ ଲାଗିଥିବା ଏହି ପ୍ରତିବନ୍ଧକ ଏଇ କିଛି ଦିନ ହେବ ହଟିଥିଲା । ପ୍ରତିବନ୍ଧକ ହଟିବା ପରେ ଚୌଧୁରୀ ଏବେ ଟେଲିଗ୍ରାମରେ ତା’ର ଏହି ବିବାଦୀୟ ବିବୃତି ଜାରି କରିଛି ।

ପାରାଦୀପ ବନ୍ଦର ପ୍ରତି କେନ୍ଦ୍ରର ରହିଛି ବୈମାତୃକ ମନୋଭାବ: ଦାମୋଦର ରାଉତ

ଭୁବନେଶ୍ୱର: ପାରାଦୀପ ବନ୍ଦର ଅଧ୍ୟକ୍ଷ ପଦ ଖାଲି ପଡ଼ିବା ନେଇ ଅଭିଯୋଗ ଆଣିଲେ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ସେ ଅଭିଯୋଗ କରିଛନ୍ତି ଯେ ପାରାଦୀପ ବନ୍ଦର ବିରୋଧରେ କେନ୍ଦ୍ର ସରକାର ଚକ୍ରାନ୍ତ କରୁଛନ୍ତି। ବର୍ଷକରୁ ଅଧିକ ସମୟ ହେଲାଣି ପାରାଦୀପ ବନ୍ଦର ଅଧ୍ୟକ୍ଷ ପଦ ଖାଲିପଡିଛି। ଏବେ କୋଲକାତା ବନ୍ଦର ଅଧ୍ୟକ୍ଷଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ବୋଲି ଦାମୋଦର ରାଉତ ଅଭିଯୋଗ କରିଛନ୍ତି। ସେପଟେ ଧାମରାର ଆଦାନୀଙ୍କ ବନ୍ଦରରେ କିପରି ଅଧିକ ଜାହାଜ ଲାଗିବ, ସେଥିପାଇଁ ପାରାଦୀପ ବନ୍ଦରର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି କରାଯାଉ ନାହିଁ। ପାରାଦୀପ ବନ୍ଦରକୁ ଗୌଣ କରି ଅନ୍ୟ ବନ୍ଦରକୁ ଆଗକୁ ନେବା ପାଇଁ କେନ୍ଦ୍ର ସରକାର ଚାଲ କରିଛନ୍ତି। ଅଣ- ବିଜେପି ଶାସିତ ରାଜ୍ୟକୁ ସବୁ ସ୍ତରରେ ବଦନାମ କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରିଚାଲିଛନ୍ତି। ଗଣତନ୍ତ୍ରରେ କେନ୍ଦ୍ରର ଏପରି ଆଭିମୁଖ୍ୟ ଦୁର୍ଭାଗ୍ୟଜନକ ବୋଲି ଡାକ୍ତର ଦାମୋଦର ରାଉତ କହିଛନ୍ତି।

ପଛୁଆ ବର୍ଗଙ୍କୁ ସାମାଜିକ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ବଦ୍ଧପରିକର: ବିଜେଡି

ଭୁବନେଶ୍ୱର: ପଛୁଆ ବର୍ଗଙ୍କୁ ମିଳିବ ନ୍ୟାୟ। ନ୍ୟାୟ ଦେବାକୁ ବଦ୍ଧପରିକର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। OBC ନ୍ୟାୟ ପାଇଁ ଲଢେଇରେ ସାମିଲ ହେବାକୁ ସବୁ ଦଳ ଓ ସଂଗଠନକୁ ଆହ୍ୱାନ ଦେଲା ବିଜେଡି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ସାହୁ ଏହି ଆହ୍ୱାନ ଦେଇଛନ୍ତି। କହିଛନ୍ତି, ପଛୁଆ ବର୍ଗଙ୍କ ଯୋଜନା ପୂର୍ବରୁ ସେମାନଙ୍କ ସଂଖ୍ୟା ଜାଣିବା ଦରକାର। କେନ୍ଦ୍ର ମନା କଲା ପରେ ଜାନୁଆରୀ କ୍ୟାବିନେଟ ବୈଠକରେ ଜାତିଭିତ୍ତିକ ଜନଗଣନା ପାରିତ ହୋଇଥିଲା। OBC କମିଶନ ଗଠନ ହେଲା। ଓବିସି ଜନସଂଖ୍ୟାରୁ ଅଧେ। ହେଲେ ଅଧା ସଂରକ୍ଷଣ ବି ମିଳିନି। କାରଣ ୫୦ ପ୍ରତିଶତ ସଂରକ୍ଷଣ ନିୟମ ଅଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ପଛୁଆ ବର୍ଗ ୯୪ ପ୍ରତିଶତ। ତେଣୁ ଅନ୍ୟ ରାଜ୍ୟ ସହ ତୁଳନା ଠିକ ନୁହେଁ।

ଏହି ସଂରକ୍ଷଣ ସୀମା ଉଠାଇବା ସମୟର ଆହ୍ୱାନ। ସଂସଦରେ ପ୍ରାୟ ସବୁ ଦଳ ଏହି କଥା ଉଠାଇଛନ୍ତି। ୨୦୨୧ରେ ଜନଗଣନା ଅଛି। ତେଣୁ ସ୍ୱର ଆହୁରି ଉଠିଲାଣି। ବିଜେଡି ସାଂସଦମାନେ ଏ ଦିଗରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭେଟିଥିଲେ। ଅନ୍ୟ ମୁଖ୍ୟମନ୍ତ୍ରୀ ବି ନବୀନ ପଟ୍ଟନାୟକଙ୍କୁ ସମର୍ଥନ କଲେଣି। ଏପରିକି ବିଜେପି ମେଣ୍ଟ ଦଳ ବି ନବୀନଙ୍କ ସହ ସ୍ୱର ମିଶାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ ବି ସମର୍ଥନ ଦେଇଛନ୍ତି। ବିହାରର ୧୦ ଜଣିଆ ପ୍ରତିନିଧି ଦଳ ଯେଉଁଠି ବିଜେପି ନେତା ବି ସାମିଲ ଥିଲେ ସେମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଛନ୍ତି । ବିଜେଡି ଦାବି କରିଛ, ଜାତିଭିତ୍ତିକ ଜନଗଣନା ୫୦ ପ୍ରତିଶତ ସଂରକ୍ଷଣ ସୀମା ଉଠାଯାଉ। ଏପରି ହେଲେ ପଛୁଆ ବର୍ଗ ଯିଏ ଦେଶକୁ ଖାଦ୍ୟ ଦେଇଛନ୍ତି, ସେମାନଙ୍କୁ ନ୍ୟାୟ ମିଳିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି କହିଛି। ଏହାକୁ ଦୀର୍ଘମିଆଦି ସୂତ୍ରରେ କାର୍ଯ୍ୟକାରୀ କରିବାକୁ ଦାବି ରଖିବା ସହ ବିଜେପି କାହିଁକି ଏହା କରୁନି ବୋଲି ପ୍ରଶ୍ନ କରିଛି ବିଜେଡି।

କେମିତି ହୁଏ ବ୍ରାଉସୁଗର ପ୍ୟାକିଂ ଠାରୁ ଡିଲିଂ ? କଳା କାରବାର ଉପରୁ ପରଦା ହଟାଇଲା ନନ୍ଦିଘୋଷ ଟିଭି

ଢ଼େଙ୍କାନାଳ: ବ୍ରାଉନସୁଗାର ପ୍ୟାକିଂ ଠାରୁ ଆରମ୍ଭ କରି ବେପାର ଏବଂ ସ୍ମୋକିଂ। ଏ ସବୁର ଟ୍ରିକ୍‌ କଣ। ଡିଲର ମାନେ କେମିତି ପାସଓ୍ୱାର୍ଡ୍ ମାଧ୍ୟମରେ ବେପାର କରନ୍ତି? କେମିତି ହୁଏ ପୁରା କାରବାର। ଏସବୁ ଉପରୁ ପରଦା ହଟାଇଛି ନନ୍ଦିଘୋଷ ଟିଭି।

ଢେଙ୍କାନାଳରେ ମାତିଛନ୍ତି ବ୍ରାଉନସୁଗାର ବେପାରୀ। ଏନେଇ ପୂର୍ବରୁ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଆକ୍ସନ ମୋଡକୁ ଆସିଥିଲା ପୋଲିସ୍। ବିପୁଳ ପରିମାଣର ଧଳା ଜହରକୁ ପୋଲିସ ଜବତ କରିଥିଲେ ସୁଦ୍ଧା ମୂଳରେ ପହଞ୍ଚିପାରିନାହିଁ। ହେଲେ ଚେରରେ ପହଞ୍ଚିଛୁ ଆମେ। ବିପଦକୁ ସାଥିରେ ଧରି ଖୋଜି ପାଇଛୁ ବ୍ରାଉନସୁଗାର କାରବାରର ସତ। ଧଳା ଜହର କେମିତି କଳା ପରଦା ଆଢୁଆଳରେ ବିକ୍ରି ହେଉଛି,କେମିତି ହେଉଛି ଏହାର ମାର୍କେଟିଂ ସେସବୁକୁ ଡିକୋଡ୍ କରିଛି ନନ୍ଦିଘୋଷ ଟିଭି ।

ଘଞ୍ଚ ଜଙ୍ଗଲରେ ଅନ୍ଧାର ରାତିରେ ନନ୍ଦିଘୋଷ ଟିଭି ପ୍ରତିନିଧି ପହଞ୍ଚିଥିଲେ ବ୍ରାଉନସୁଗାର ବେପାରୀଙ୍କ ନିକଟରେ। ବେପାରୀ ସାଜି ଆରମ୍ଭ କରିଥିଲେ ମୂଲଚାଲ। ପାସଓ୍ୱାର୍ଡରେ ଚାଲିଛି ପୁରା ବେପାର। ପାସଓ୍ୱାର୍ଡ ରହିଛି  ମାଛ। ବଡ ମାଛ ଆଉ ସାନ ମାଛ ନାଁରେ ମିଳୁଛି ଧଳା ଜହର। ମାଛକୁ କାଟି ବ୍ରାଉନସୁଗାର ଭର୍ତ୍ତି କରି ବେପାର ଚଳାଇଛନ୍ତି ଦଲାଲ୍। କଲିକତାରୁ ଟ୍ରେନରେ ଆସି ପହଞ୍ଚି ଯାଉଛି ଦଲାଲଙ୍କ ନିକଟରେ। ଆଉ ତାପରେ ଡିଲର ସାଜି ପହଞ୍ଚିଯାଉଛନ୍ତି ବେପାରୀ।

କେବଳ ବ୍ରାଉନସୁଗାର ନୁହେଁ ନିଶା ଟାବ୍ଲେଟ୍ ମଧ୍ୟ ଉପଲବ୍ଧ ହେଉଛି। ଯାହାର ଦାମ ରହିଛି ଗୋଟାକୁ ହଜାରେ ଟଙ୍କା। ଟଙ୍କା ଦେଲେ ପାଖରେ ପହଞ୍ଚିଯିବ ମାଲ୍। ପୋଲିସ ସହିତ ରହିଛି ବ୍ରାଉନ ସୁଗାର ବେପାରୀଙ୍କ ଲିଙ୍କ। ଏକଥା ଆମେ କହୁନୁ ଖୋଦ୍ ନିଜ ମୁହଁରେ କହୁଛନ୍ତି ଧଳା ଜହରର ଦଲାଲ୍। ତେବେ ମୁଲଚାଲ ବେଳେ ମୋବାଇଲ୍ ଫୋନ ରିଙ୍ଗ ହେବାରୁ ସନ୍ଦେହକୁ ଆସିଥିଲେ ଆମ ଟିମ୍। ମାଲ୍ ଦେବାକୁ ତତକ୍ଷଣାତ୍ ମନା କରିଦେବା ସହିତ ଆଡଭାନ୍ସ ମଧ୍ୟ ଫେରାଇ ଦେଇଥିଲେ।

ମେଗା ଷ୍ଟାର ଅମିତାଭ ବଚ୍ଚନଙ୍କ ରୋଲ୍ସ-ରୟସ କାର ସହ ଦାମି ୭ଟି କାରକୁ ଜବତ କଲା ପରିବହନ ବିଭାଗ

ନୂଆଦିଲ୍ଲୀ: କର୍ଣ୍ଣାଟକ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ରେଡ୍। ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ନାଁରେ ଥିବା ଏକ ଦାମୀ ରୋଲ୍ସ-ରୟସ ଫାଣ୍ଟମ କାର୍ ସମେତ ୭ଟି ଲକଜରି କାର ଜବତ କରିଛି ପରିବହନ ବିଭାଗ। ଫିଲ୍ମ ଏକଲବ୍ୟର ରିଲିଜ ପରେ ୨୦୦୭ରେ ଏହି କାରକୁ ଅମିତାଭ ବଚ୍ଚନଙ୍କୁ ଗିଫ୍ଟ ଦେଇଥିଲେ ନିର୍ମାତା ବିଧୁ ବିନୋଦ ଚୋପ୍ରା। ଯଦିଓ ଏହି କାରକୁ ବିଗ୍ ବି ୨୦୧୯ରେ ଉମରା ଡେଭଲପର୍ସର ମାଲିକ ୟୁସୁଫ ସରିଫ ଓରଫ ଡି.ବାବୁଙ୍କୁ ବିକ୍ରି କରିଥିଲେ ତଥାପି ଏହାକୁ ଆଜିଯାଏଁ ବ୍ୟବହାର କରୁଥିଲେ ।

ଉପଯୁକ୍ତ କର ଦାଖଲ ନ କରିବା, କାଗଜପତ୍ର ଅପଡେଟ ନ କରିବା ଆଦିକ କାରଣରୁ ଏହି ରେଡ କରାଯାଇଥିଲା। ଏହି ୭ କାର୍ ମଧ୍ୟରୁ ୫ଟି କାର୍ ପୁଡୁଚେରୀରେ ପଞ୍ଜିକୃତ ହୋଇଥିବାବେଳେ ସ୍ଥାନୀୟ ୟୁବି ସିଟିରେ ପାର୍କିଂ ହୋଇ ରହିଥିଲା। ସେହିପରି ରୋଡ ଟାକ୍ସ ଉପଯୁକ୍ତ ପରିମାଣର ବନ୍ଧା ଯାଇ ନଥିବାବେଳେ ବୀମା ଅବଧି ବି ସରିଯାଇଥିଲା। ୟୁସୁଫ କହିଛନ୍ତି ଗତ ୨୦୧୯ରେ ସେ ଏହି କାରକୁ ଅମିତାଭଙ୍କଠାରୁ ୬ କୋଟି ଟଙ୍କା ଦେଇ କ୍ରୟ କରିଥିଲେ। ତେବେ କାରର ଆବଶ୍ୟକ କାଗଜପତ୍ର ତାଙ୍କ ନିକଟରେ ନାହିଁ ।

ଏମ୍‌ପି ଆସନ ସଂଖ୍ୟା ହ୍ରାସକୁ ନେଇ କେନ୍ଦ୍ର ଉପରେ ଉତକ୍ଷିପ୍ତ ହେଲେ ମାଡ୍ରାସ ହାଇକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ରକୁ ମହଙ୍ଗା ପଡିପାରେ ବିଭିନ୍ନ ରାଜ୍ୟରେ ଏମ୍‌ପି ଆସନ ସଂଖ୍ୟା ହ୍ରାସ। ଦୁଇଟି ଏମ୍‌ପି ଆସନ ସଂଖ୍ୟା ହ୍ରାସ କରାଯାଇଥିବାରୁ ତାମିଲନାଡୁକୁ କ୍ଷତିପୂରଣ ବାବଦରେ ୫.୬୦୦ କୋଟି ଟଙ୍କା ମିଳିବା ଉଚିତ ବୋଲି କହିଛନ୍ତି ମାଡ୍ରାସ ହାଇକୋର୍ଟ। ପ୍ରଥମରୁ ରହିଆସିଥିବା ୪୧ଟି ଆସନକୁ ହ୍ରାସ କରି ୩୯ଟି ଆସନ କରାଯିବା ଘଟଣାରେ ଉତକ୍ଷିପ୍ତ ହୋଇଛନ୍ତି ଅଦାଲତ। ଜାତୀୟ ପରିବାର ନିୟୋଜନ କାର୍ଯ୍ୟକ୍ରମରେ ରାଜ୍ୟରେ ଜନସଂଖ୍ୟା ହ୍ରାସ କରାଯାଇପାରିଥିବାରୁ ସେତେବେଳେ ତତକାଳୀନ କେନ୍ଦ୍ର ସରକାର ଏମପି ଆସନ ସଂଖ୍ୟା ହ୍ରାସ କରିଥିଲେ।

ରାଜ୍ୟରେ ଜନସଂଖ୍ୟା ହ୍ରାସ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ପ୍ରଶଂସା ଦିଆଯିବା କଥା। ମାତ୍ର ଏହାର ଅର୍ଥନୁହେଁ ସାଂସଦ ଆସନ ସଂଖ୍ୟା ହ୍ରାସ କରିବା। ଜଷ୍ଟିସ ଏନ. କିରୁବାକାରନ ଓ ଜଷ୍ଟିସ ବି. ପୁଗାଲେନ୍ଧିଙ୍କୁ ନଇ ଗଠିତ ଖଣ୍ଡପୀଠ କହିଛନ୍ତି ୧୯୬୨ ଯାଏଁ ରାଜ୍ୟରେ ୪୧ଟି ଲୋକସଭା ଆସନ ଥିଲା। ମାତ୍ର ୧୯୬୭ରେ ଏହି ସଂଖ୍ୟା ୩୯କୁ ହ୍ରାସ କରାଯାଇଥିଲା।ରାଜ୍ୟରେ ଜନସଂଖ୍ୟା ହ୍ରାସ ପାଇବା ପରେ ଏହି ପଦକ୍ଷେପ ନିଆଯାଇଥିଲା।

ସିଟ ସଂଖ୍ୟା ହ୍ରାସ କରି ରାଜ୍ୟର ସ୍ୱାର୍ଥକୁ ବଳି ପକାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। କେବଳ ତାମିଲନାଡୁ ନୁହେଁ, ଆନ୍ଧ୍ରପ୍ରଦେଶ ଓ ଅନ୍ୟ କେତେକ ରାଜ୍ୟରେ ମଧ୍ୟ ୨ଟି ଲେଖାଏଁ ଏମପି ସିଟ୍ ହ୍ରାସ କରାଯାଇଥିଲା। କୋର୍ଟ କହିଛନ୍ତି ବର୍ତ୍ତମାନ ଦେଶର ଜନସଂଖ୍ୟା ୧୩୮ କୋଟିରୁ ଅଧିକ ହେଲାଣି। ୨୦୫୦ ସୁଦ୍ଧା ଭାରତ ବିା୍‌ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର ହେବ।

ଜାତୀୟ ସ୍ତରରେ ଦେଖିବାକୁ ଗଲେ ଜଣେ ସାଂସଦ ୫ ବର୍ଷରେ ଯେଉଁ ଅବଦାନ କରିଥାନ୍ତି ତାହାର ପରିମାଣ ୨୦୦ କୋଟି ଟଙ୍କା ହେବ। ତେଣୁ ତାମିଲନାଡୁରେ ଗୋଟିଏ ନିର୍ବାଚନ ଲାଗି ଏହି କ୍ଷତି ବାବଦରେ ୪୦୦ କୋଟି ଟଙ୍କା ମିଳିବା ଉଚିତ। ବର୍ତ୍ତମାନ ସୁଦ୍ଧା ତାମିଲନାଡୁରେ ୧୪ଟି ନିର୍ବାଚନ ହେଲାଣି। ତେଣୁ ସମସ୍ତ ନିର୍ବାଚନ ବାବଦରେ ରାଜ୍ୟକୁ ମୋଟ କ୍ଷତିପୂରଣ ପରିମାଣ ୫ ହଜାର ୬୦୦ କୋଟି ଟଙ୍କା ଦିଆଯିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି। ୧୯୯୯ରେ ଗୋଟିଏ ଭୋଟ ଲାଗି ଅଟଳ ବିହାରୀ ବାଜପାୟୀ ସରକାରର ପତନ ଉଦାହରଣ ଦେଇ କୋର୍ଟ କହିଛନ୍ତି ଯଦି ଗୋଟିଏ ଭୋଟରେ ଗୋଟିଏ ସରକାରର ପତନ ହୋଇପାରୁଛି ତେବେ ଦୁଇଟି ଏମପି ଆସନ ହ୍ରାସ କରାଯାଇପାରିବ କିପରି।

ତୃତୀୟ ଲହରରେ ଶିଶୁ ମାନଙ୍କୁ ଦୃଷ୍ଟିରେ ରଖି ଶିଶୁଭବନରେ ବଢ଼ିବ ସ୍ୱାସ୍ଥ୍ୟ ବ୍ୟବସ୍ଥା

କଟକ: କଟକ ଶିଶୁଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା କରାଯାଇଛି। କରୋନାରେ ଶିଶୁ ସଂକ୍ରମଣର ମୁକାବିଲା ପାଇଁ  ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଶିଶୁଭବନରେ ୪୦ଟି ସାଧାରଣ ବେଡ୍ ଓ ୧୦ଟି ଆଇସିୟୁ ରହିବ। ପ୍ରତି ବେଡକୁ ଅକ୍ସିଜେନ୍ ଗ୍ୟାସ ପାଇପଲାଇନ ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରାଯାଇଛି। ଶିଶୁଭବନ ପ୍ରଥମ ଫ୍ଲୋରରେ ବେଡ୍ ବ୍ୟବସ୍ଥା କରାଯିବ। କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନଜରରେ ରଖି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ଏସିଏସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। କୋଭିଡ ନିୟମରେ ସ୍ୱତନ୍ତ୍ର ପ୍ରବେଶ ଓ ପ୍ରସ୍ଥାନ ପଥ ରହିବ। ଆବଶ୍ୟକ ପରିମାଣର ଏସି ମଧ୍ୟ ସ୍ଥାପନ କରାଯିବ। ସୁପରିନଟେଣ୍ଡେଣ୍ଟ ଦେଇଥିବା ତାଲିକା ଅନୁଯାୟୀ ସରଞ୍ଜାମ ଯୋଗାଣ ସେପ୍ଟେମ୍ବର ପହିଲା ସୁଦ୍ଧା ସବୁ ସରଞ୍ଜାମ ସ୍ଥାପନ କରିବାକୁ ନିଷ୍ପତ୍ତି କରାଯାଇଛି। ରାଜ୍ୟ ଅର୍ଥରେ ସବୁ ବ୍ୟବସ୍ଥା କରାଯିବ।

ରାଜ୍ୟରେ ଥିକ୍ ଟେଲ ସ୍ଥିତିରେ ରହିଛି କରୋନା ସଂକ୍ରମଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମଣ। ୭ଶହ ତଳେ ରହିଛି ନୂଆ ସଂକ୍ରମିତଙ୍କ ସଂଖ୍ୟା। ଏଭଳି ପରିସ୍ଥିତିରେ ଓଡ଼ିଶାରେ କୋରନାର ଥିକ ଟେଲ ସ୍ଥିତି ରହିଛି ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ଭୁବନେଶ୍ୱରରେ ବି ଆଗ ଅପେକ୍ଷା କରୋନା ସଂକ୍ରମଣ କମିଛି। ସେପ୍ଟେମ୍ବର ଓ ଅକ୍ଟୋବରରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଏହି ସମୟରେ ପାର୍ବଣ ଋତୁ ଥିବାରୁ ଲୋକମାନେ ବାହାରକୁ ଆସି ଭିଡ଼ ନକରିବାକୁ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। କୋଭିଡ ନିୟମ ସମସ୍ତେ ପାଳନ କରିବାକୁ କହିଛନ୍ତି। ପ୍ରଥମ ଲହରରେ ଶିଶୁ ମାନେ ସଂକ୍ରମିତ ହେଉଥିଲେ ଏବେ ବି ହେଉଛନ୍ତି। ଯେହେତୁ ୧୮ ବର୍ଷରୁ କମ ପିଲାଙ୍କ ପାଇଁ ଟୀକା ଦିଆଯାଇନି ତେଣୁ ସେମାନେ ସଂକ୍ରମିତ ହେବାର ସମ୍ଭାବନା ରହୁଛି। ଟୀକା ନେବା ପରେ ବି ଲୋକମାନେ ସଂକ୍ରମିତ ହେବେ କିନ୍ତୁ ସିଭିୟରିଟି ହେଉ ନାହାନ୍ତି ବୋଲି ସେ କହିଛନ୍ତି। ତଥାପି ଆମେ ଶିଶୁ ମାନଙ୍କ ଉପରେ ଏବେ ଅଧିକ ଧ୍ୟାନ ଦିଆଯାଉଛି ।