spot_img
Home Blog Page 529

ଲଗାଣ ବର୍ଷା ପାଇଁ ୩ଟି ବ୍ଲକରେ ସ୍କୁଲ ଛୁଟି ଘୋଷଣା

ଭଦ୍ରକର ଧାମନଗର, ତିହିଡି, ବାସୁଦେବପୁର ବ୍ଲକର ସ୍କୁଲ ଗୁଡିକ ଆଜି ଦିନକ ପାଇଁ ଛୁଟି ଘୋଷଣା କରାଯାଇଛି । ଭଦ୍ରକରେ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ଧାମନଗର, ତିହିଡି, ବାସୁଦେବପୁର ବ୍ଲକ ପ୍ରଭାବିତ ହୋଇଛି । ଏହି ବ୍ଲକ ମାନଙ୍କରେ ଥିବା ସ୍କୁଲ ଗୁଡିକୁ ଆଜି ଦିନଟିକୁ ବନ୍ଦ ଘୋଷଣା କରାଯାଇଛି । ଏନେଇ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବିନା ଅସ୍ତ୍ରୋପଚାରରେ ଶିଶୁର ଶ୍ବାସ ନଳୀରୁ ବାହାରିଲା ଦେଢ ଇଞ୍ଚ ଲମ୍ବର ଏକ ଲୁହା କଣ୍ଟା

କଟକ ଶିଶୁଭବନରେ ବିନା ଅସ୍ତ୍ରୋପଚାରରେ ବ୍ରୋଙ୍କୋସ୍କୋପି ପଦ୍ଧତିରେ ଏକ ଶିଶୁର ଶ୍ବାସ ନଳୀରୁ ଦେଢ ଇଞ୍ଚ ଲମ୍ବ ଏକ ଲୁହା କଣ୍ଟା ବାହାର କରାଯାଇଛି। ଯାଜପୁର ଜିଲ୍ଲାର କାଳିଆପାଣି ଅଂଚଳର ଏକ ୬ ବର୍ଷର ଶିଶୁ ଖେଳୁଥିବା ବେଳେ ରାସ୍ତାରେ ପଡିଥିବା ଏକ କଳଙ୍କି କଣ୍ଟା ଢୋକିଦେଇଥିଲା। ପରେ ବାରମ୍ବାର କାଶ ହେବାରୁ ତାକୁ ଶିଶୁଭବନରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷାରୁ ଶ୍ବାସ ନଳୀରେ କଣ୍ଟା ଥିବା ଜଣାପଡିଥିଲା। ଫଳରେ ବ୍ରୋଙ୍କୋସ୍କୋପିର ସହାୟତାରେ କଣ୍ଟା କଢ଼ାଯାଇଛି। ଶିଶୁଟି ଏବେ ସୁସ୍ଥ ଅଛି।

ପାକିସ୍ତାନ ସହ ଭାରତ ଖେଳିବ କି ସେମିଫାଇନାଲ ? ନା ବିନା ଖେଳି ପାଇବ ଫାଇନାଲ ଟିକେଟ୍ ?

ନନ୍ଦିଘୋଷ ବ୍ୟୁରୋ : ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ (WCL) ୨୦୧୫  ଆଜି ପୁଣି ୨୦ ଜୁଲାଇ ପରି ସମାନ ପରିସ୍ଥିତିରେ ପହଞ୍ଚିଛି । ୨୦ ଜୁଲାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ୍ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ଭାରତୀୟ ଖେଳାଳିମାନେ ଏହି ମ୍ୟାଚ୍ ଖେଳିବାକୁ ମନା କରିଦେଇଥିଲେ, ଯାହା ପରେ ଏହି ମ୍ୟାଚ୍ ବାତିଲ ହୋଇଗଲା। ବର୍ତ୍ତମାନ ୧୦ ଦିନ ପରେ, WCL ସମ୍ମୁଖରେ ପୁଣି ଥରେ ସମାନ ସମସ୍ୟା ଉପୁଜିଛି  । କାରଣ ଭାରତ ଏବଂ ପାକିସ୍ତାନର ଦଳ ଏହି ଲିଗର ସେମିଫାଇନାଲରେ ପ୍ରବେଶ କରିଛନ୍ତି ଏବଂ ୩୧ ଜୁଲାଇରେ ଉଭୟଙ୍କ ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳାଯିବ, କିନ୍ତୁ ପୁଣି ଥରେ ସମାନ ପ୍ରଶ୍ନ ଉଠିଛି ଯେ, ଭାରତ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବ କି? ନା ପାକିସ୍ତାନ ନ ଖେଳି ଫାଇନାଲରେ ଟିକେଟ୍ ପାଇଯିବ ?

ପ୍ରଥମ ସେମିଫାଇନାଲ କ’ଣ ହେବ?

୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଏବଂ ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା। ଏହା ପରେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଥିଲା, ଏହା କ୍ରୀଡ଼ାକୁ ମଧ୍ୟ ପ୍ରଭାବିତ କରିଥିଲା। WCL ୨୦୨୫ର ଲିଗ୍ ମ୍ୟାଚ୍ ରେ ଭାରତୀୟ ଖେଳାଳିମାନେ 20 ଜୁଲାଇରେ ପାକିସ୍ତାନ ବିପକ୍ଷରେ ଖେଳିବାକୁ ମନା କରିଦେଇଥିଲେ। ଏହା ପରେ, WCL ର ଆୟୋଜକମାନଙ୍କୁ ଏହି ମ୍ୟାଚ୍ ବାତିଲ କରିବାକୁ ପଡିଥିଲା ଏବଂ ଭାରତୀୟ ପ୍ରଶଂସକଙ୍କୁ କ୍ଷମା ମାଗିବାକୁ ପଡିଥିଲା।

ଏବେ ଉଭୟ ଦଳ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଏହି ଦୁଇ ଦଳ ମଧ୍ୟରେ WCLର ପ୍ରଥମ ସେମିଫାଇନାଲ ମ୍ୟାଚ୍ ୩୧ ଜୁଲାଇରେ ବର୍ମିଂହାମରେ ଖେଳାଯିବାକୁ ଅଛି। ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେ ଭାରତ ଏହି ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଖେଳିବ କି? ଯଦି ଏହି ମ୍ୟାଚ୍ ନଖେଳିବ ତେବେ ପାକିସ୍ତାନ ନଖେଳି ଫାଇନାଲରେ ପହଞ୍ଚିଯିବ। ତଥାପି, ଇଣ୍ଡିଆ ଚାମ୍ପିଅନ୍ସ ଓପନର ଶିଖର ଧାୱନ କିଛି ଦିନ ପୂର୍ବରୁ ଏହି ପ୍ରସଙ୍ଗରେ ନିଜର ମତ ସ୍ପଷ୍ଟ କରିସାରିଛନ୍ତି।

ଶିଖର ଧାୱନ କ’ଣ କହିଲେ?

ନିକଟରେ, ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନଙ୍କୁ ପଚରାଯାଇଥିଲା ଯେ ଯଦି ଦଳ ସେମିଫାଇନାଲରେ ପହଞ୍ଚି ପାକିସ୍ତାନ ସହିତ ମୁକାବିଲା କରେ, ତେବେ କ’ଣ ଦଳ ପୁଣି ଖେଳିବାକୁ ମନା କରିବ? ଏହା ଉପରେ ଶିଖର ଧାୱନ ନିଜର ଅସନ୍ତୋଷ ପ୍ରକାଶ କରି ଏକ ସ୍ପଷ୍ଟ ଉତ୍ତର ଦେଇଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।ସେ କହିଥିଲେ ଯେ ତୁମେ ଏହି ପ୍ରଶ୍ନ ଭୁଲ ସମୟରେ ଏବଂ ଭୁଲ ସ୍ଥାନରେ ପଚାରୁଛ, ତୁମକୁ ଏହା ପଚାରିବା ଉଚିତ୍ ନଥିଲା, କିନ୍ତୁ ଯଦି ତୁମେ ପଚାରିଛ ତେବେ ମୁଁ ତୁମକୁ କହିଦେବି ଯେ ଯଦି ମୁଁ ପୂର୍ବରୁ ଖେଳି ନଥିଲି ତେବେ ମୁଁ ଏବେ ମଧ୍ୟ ଖେଳିବି ନାହିଁ। ପୂର୍ବରୁ, ତାଙ୍କ ବ୍ୟତୀତ ଦଳର ଅନ୍ୟ ଖେଳାଳିମାନେ ଲିଗ୍ ମ୍ୟାଚ୍ ରେ ପାକିସ୍ତାନ ବିପକ୍ଷରେ ଖେଳିବାକୁ ମନା କରିଦେଇଥିଲେ। ଯାହା ପରେ WCL ର ଆୟୋଜକମାନଙ୍କୁ କ୍ଷମା ମାଗିବାକୁ ପଡିଥିଲା।

 

 

ପ୍ରଶାସନର ଅବହେଳାରୁ ଚାଲିଗଲା ଜଣଙ୍କ ଜୀବନ: ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକେ

ପ୍ରଶାସନର ଅବହେଳାରୁ ଚାଲିଗଲା ଜଣଙ୍କ ଜୀବନ। ବାଲେଶ୍ୱର ରେମୁଣା ସହର ଓରିପୋଲ ନିକଟରେ ଜଣଙ୍କ ମୃତ୍ୟୁ ହୋଇଛି । ରାସ୍ତାରେ କେବୁଲ ବିଛାଇବା ପାଇଁ ଖୋଳାଯାଇଥିବା ଗାତରେ ପଡ଼ି ମୃତ୍ୟୁ ହୋଇଛି । ରାସ୍ତା କଡ଼ରେ ଗାତ ଖୋଳାଯାଇଥିବା ନେଇ କୌଣସି ସୂଚନା ଫଳକ ନଥିବା ଯୋଗୁଁ ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ମୃତକ ରେମୁଣା ଜାନୁଗଞ୍ଜ ଅଞ୍ଚଳର ଦାନ୍ତୁ କାଳନ୍ଦୀ ବୋଲି ଜଣାପଡ଼ିଛି। ରାସ୍ତା କଡ଼ରେ ଯାଉଥିବା ବେଳେ ଗାତରେ ଥିବା ପାଣିରେ ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଛି।

ପିଇଓଙ୍କ ଦାଦାଗିରି: ସ୍ଥାନୀୟ ବାସିନ୍ଦାଙ୍କୁ ଦେଉଛନ୍ତି ଖୋଲାଖୋଲି ଧମକ

ପିଇଓଙ୍କ ଦାଦାଗିରି। ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଦେଉଛନ୍ତି ଧମକ। ଘରୁ ଉଠାଇ ନେବି. ମୋତେ ଚିହ୍ନିନ. ମୁଁ ବହୁତ ଖରାପ. ମୋ ସହିତ ଲାଗ ନାହିଁ .. ଏଭଳି କହି ଜଣେ ପିଇଓ ସ୍ଥାନୀୟ ବାସିନ୍ଦାଙ୍କୁ ଖୋଲାଖୋଲି ଧମକ ଦେଉଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି। କପ୍ତିପଦା ବ୍ଲକ ମାଙ୍କଡ଼ପଡା ପଞ୍ଚାୟତର ପିଇଓ ପ୍ରଶାନ୍ତ ପଟ୍ଟନାୟକ। ଯିଏ କି ଗତ ମାସ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ବିକାଶ ବାହାନ କାର୍ଯ୍ୟକ୍ରମରେ ନୋଡାଲ ଅଫିସର ଦାୟିତ୍ୱରେ ଥିଲେ। ବିକାଶ ବାହାନ ରଥ ଉଦଘାଟନ ଦିନ ମାଙ୍କଡ଼ପଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏହି ଘଟଣା ଘଟିଥିଲା। ପିଇଓ ଜଣେ ବ୍ୟକ୍ତିଙ୍କୁ ଖୋଲାଖୋଲି ଧମକ ଦେଇଥିଲେ। ସମସ୍ତଙ୍କ ସାମ୍ନାରେ ପିଇଓ ଜଣକ ହିତାହିତ ଜ୍ଞାନ ଭୁଲି ଗାଳି ଗୁଲଜ କରିବା ସହ ପଦବୀର ଗରମ ଦେଖାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏନେଇ ସମ୍ପୃକ୍ତ ପିଇଓଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରିବାରୁ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଛନ୍ତି।

ଗୋପ ଥାନାରୁ ଦୁଇ ଅଭିଯୁକ୍ତ ଫେରାର: ପରିସ୍ରା ଯିବା ବାହାନାରେ ଲାଟିନ ଝରକା ଭାଙ୍ଗି ମାରିଲେ ଚମ୍ପଟ୍‌

ପୁରୀ ଜିଲ୍ଲା ଗୋପ ଥାନାରୁ ଦୁଇ ଅଭିଯୁକ୍ତ ଫେରାର । ପରିସ୍ରା ଯିବା ବାହାନାରେ ଲାଟିନ ଝରକା ଭାଙ୍ଗି ଚମ୍ପଟ ମାରିଛନ୍ତି । ଗୋପ ସୋରିଶିଆପଦା ଅଞ୍ଚଳର ଏକ ଦୋକାନରୁ ଚୋରି ଅଭିଯୋଗ ହୋଇଥିଲା । ସିସିଟିଭି ଯାଞ୍ଚ କରି ସୁଦରେଇ ଅଞ୍ଚଳରୁ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ। ଦୁଇଜଣ ପରିସ୍ରା ଯିବା ବାହାନା କରି ଲାଟିନ ଝରକା ଭାଙ୍ଗି ଫେରାର ହୋଇଯାଇଥିବା ଜଣାପଡ଼ିଛି। ତେବେ ଏତେ ଜଣ ପୋଲିସ ଥାନାରେ ଉପସ୍ଥିତ ଥାଇ କିଭଳି ଅଭିଯୁକ୍ତ ମାନେ ଫେରାର ହୋଇଗଲେ ତାକୁ ନେଇ ଗୋପ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ଘଟଣାଟି ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୋଲିସ ବର୍ତ୍ତମାନ ସୁଦ୍ଧା ଫେରାର ଅଭିଯୁକ୍ତଙ୍କ ଟେର ପାଇନଥିବା ଜଣାପଡ଼ିଛି।

ନଦୀକୁ ଖସିଲା ITBP ଯବାନଙ୍କ ବସ୍

ନଦୀକୁ ଖସିଲା ITBP ଯବାନଙ୍କ ବସ୍ । ଜାମ୍ମୁ କାଶ୍ମୀରରେ ନଦୀକୁ ଖସିଲା ବସ । ସିନ୍ଧୁ ନଦୀର କୁଲାନ ଠାରେ ଖସିପଡ଼ିଲା ବସ୍ । SDRF ପକ୍ଷରୁ ଦୁର୍ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଆରମ୍ଭ । ଯବାନଙ୍କ କିଛି ଅସ୍ତ୍ରଶସ୍ତ୍ରର ମିଳୁନି ପତ୍ତା । ଏବେଯାଏଁ ୩ଟି ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି । ଜୋରସୋରରେ ଚାଲିଛି ରେସକ୍ଯୁ ଅପରେସନ ।

ସୁନା ଅଳଙ୍କାର ଲୁଟ୍ ଘଟଣାରେ ୩ ଅଭିଯୁକ୍ତ ଗିରଫ

ରାଉରକେଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଉଦିତନଗର ଥାନା ପୋଲିସ। ୨ ଅଭିଯୁକ୍ତ ରାଉରକେଲା ସହରର ବିଭିନ୍ନ ସ୍ଥାନରୁ ସୁନା ଅଳଙ୍କାର ଲୁଟ୍ କରୁଥିଲେ। ଚୋରି ସୁନା ଅଳଙ୍କାର କିଣୁଥିବା ଅଭିଯୋଗରେ ଜଣେ ସୁନା ଦେକାନୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ସୁନା ଚେନ ଓ ୮ ଟି ସୁନା ଲକେଟ ଜବତ କରାଯାଇଛି। ତିନି ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି ଉଦିତନଗର ଥାନା ପୋଲିସ। ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଦୁଇ ଲୁଟେରା ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।

୧୧ ବିଇଓଙ୍କ ଦରମା ବନ୍ଦ: ଜୁଲାଇ ମାସର ଦରମା ବନ୍ଦ କଲେ ଜିଲ୍ଲା ଶିକ୍ଷାଧିକାରୀ

ବଲାଙ୍ଗୀର ଜିଲ୍ଲାର ୧୧ ବିଇଓଙ୍କ ଦରମା ବନ୍ଦ। ଜୁଲାଇ ମାସର ଦରମା ବନ୍ଦ କଲେ ଜିଲ୍ଲା ଶିକ୍ଷାଧିକାରୀ । ବନୀକରଣ ଟାର୍ଗେଟ ପୂରଣ ନହେବାରୁ ଦରମା ବନ୍ଦ ନିର୍ଦ୍ଦେଶ। ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମରେ ବୃକ୍ଷରୋପଣ ପାଇଁ ଥିଲା ଟାର୍ଗେଟ। କାର୍ଯ୍ୟରେ ଅବହେଳା ଯୋଗୁଁ ଦରମା ବନ୍ଦ କଲେ ଡିଇଓ। ଆଗଲପୁର, ସଇଁତଳା, ଟିଟିଲାଗଡ଼, ଦେଓଗାଁ, ଗୁଡଭେଲା, ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲା, ବେଲପଡା,ପାଟଣାଗଡ଼, ପୁଇଁତଳା ବ୍ଲକର ବିଇଓଙ୍କ ଉପରେ ହୋଇଛି କାର୍ଯ୍ୟାନୁଷ୍ଠାନ।

ରୁଷରେ ଶକ୍ତିଶାଳୀ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ୮.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ

ରୁଷରେ ଶକ୍ତିଶାଳୀ ଭୂକମ୍ପର ଝଟକା। ରିକ୍ଟର ସ୍କେଲରେ ୮.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ। ଭୂକମ୍ପର କେନ୍ଦ୍ରସ୍ଥଳ କୈମଚଟକା ବୋଲି ଜଣାପଡିଛି। ବଡ଼ଧରଣର ଭୂକମ୍ପ ଅନୁଭୂତ ହୋଇଥିବାରୁ ସୁନାମୀ ଆଲର୍ଟ ଜାରି କରାଯାଇଛି। ଜାପାନ ଓ ଆମେରିକା ଉପକୂଳ ଲାଗି ସୁନାମୀ ଆଲର୍ଟ ଜାରି କରାଯାଇଛି। ଆମେରିକାର ହାୱାଇ ଏବଂ କାଲିଫର୍ଣ୍ଣିଆ ଉପକୂଳକୁ ସୁନାମି ଚେତାବନୀ ଜାରି କରାଯାଇଛି। ସ୍ଥାନୀୟ ସମୟ ସନ୍ଧ୍ୟା ୭ଟା ସମୟରେ ପ୍ରଥମ ଲହଡ଼ି ଆସିବା ଆଶଂକା କରଯାଇଛି। ୨ରୁ ୩ ମିଟର ଉଚ୍ଚର ଆସିପାରେ ଲହଞ୍ଚି। ଜାପାନର ପାଣିପାଗ ସଂସ୍ଥା ଅନୁସାରେ ଭୂକମ୍ପର ପ୍ରାଥମିକ ତୀବ୍ରତା ୮ ରହିଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଅନୁସାରେ ୧୯.୩ କିଲୋମିଟର ଭିତରେ ଏହାର କେନ୍ଦ୍ରସ୍ଥଳ ରହିଛି।