spot_img
Home Blog Page 530

ଆସନ୍ତା ମାସରେ ଟ୍ରମ୍ପଙ୍କୁ ଭେଟି ପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନନ୍ଦିଘୋଷ ବ୍ୟୁରୋ: ଟ୍ରମ୍ପଙ୍କ ଟାରିଫ ମାଡ଼କୁ ନେଇ ଭାରତ-ଆମେରିକାର ସମ୍ପର୍କରେ ତିକ୍ତତା ଲାଗି ରହିଛି । ଭାରତ ଉଭରେ ୫୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପୂର୍ବରୁ ଉଭୟ ଦେଶ ମଧ୍ୟରେ ଭଲ ସମ୍ପର୍କ ରହିଥିଲା ମାତ୍ର ବାରମ୍ବାର ଭାରତକୁ ଧମକ ଦେଇ ଚାଲିଛନ୍ତି ଟ୍ରମ୍ପ । ଯେଉଁ କାରଣରୁ ଅନେକ ଚର୍ଚ୍ଚା ମଧ୍ୟ ହେଉଥିବା ଦେଖିବାକୁ ମିଳିଛି । ଏହାରି ଭିତରେ ଆଉ ଖବର ଶୁଣିବାକୁ ମିଳୁଛି । ଆସନ୍ତା ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପଙ୍କୁ ଭେଟି ପାରନ୍ତି । ଜାତିସଂଘର ସାଧାରଣ ସଭାରେ ଯୋଗ ଦେବା ପାଇଁ ମୋଦୀଙ୍କ କାର୍ଯ୍ୟକ୍ରମ ରହିଥିବା କୁହାଯାଉଛି । ୨୬ ସେପ୍ଟମ୍ବରରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ରହିଛି । ତେବେ ଏନେଇ ଏଯାବତ କୌଣସି ସ୍ପଷ୍ଠ ସୂଚନା ଦିଆଯାଇନାହିଁ ।

UNGAର 80ତମ ଅଧିବେଶନ ସେପ୍ଟେମ୍ବର 9 ରେ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ଏହି ସାଧାରଣ ସଭାରେ ଯୋଗଦେବା ପାଇଁ ଆମେରିକା ଯାତ୍ରା କରିପାରନ୍ତି। ଉଚ୍ଚସ୍ତରୀୟ ସାଧାରଣ ବିତର୍କ ସେପ୍ଟେମ୍ବର 23 ରୁ 29 ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ ପାରମ୍ପାରିକ ଭାବରେ ବ୍ରାଜିଲ ଅଧିବେଶନର ପ୍ରଥମ ବକ୍ତା ହେବେ, ତା’ପରେ ଆମେରିକା ରହିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେପ୍ଟେମ୍ବର 23 ରେ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଭାରତ ସହିତ, ଇସ୍ରାଏଲ, ଚୀନ୍, ପାକିସ୍ତାନ ଏବଂ ବାଂଲାଦେଶର ସରକାର ମୁଖ୍ୟମାନେ ମଧ୍ୟ ସେପ୍ଟେମ୍ବର 26 ରେ ଜାତିସଂଘ ସାଧାରଣ ସଭାର ସାଧାରଣ ବିତର୍କକୁ ସମ୍ବୋଧିତ କରିବେ। ତେବେ ଏହି ସମୟରେ ମୋଦୀ ଟ୍ରମ୍ପଙ୍କୁ ଭେଟିପାରନ୍ତି ।

ଟ୍ରକ ଓ ପିକଅପ୍ ମଧ୍ୟରେ ଧକ୍କା: ଚାଲିଗଲା ୧୧ ଜୀବନ

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନର ଦୌସା ନିକଟରେ ବଡ଼ ଦୁର୍ଘଟଣା। ଟ୍ରକ ଓ ପିକଅପ୍ ମଧ୍ୟରେ ଧକ୍କା ହେବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତାହତମାନେ ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲାର ହୋଇଥିବା ସୂଚନା ମିଳିଛି। ତୀର୍ଥଯାତ୍ରାରୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ସୂଚନା ଅନୁସାରେ ଖଟୁ ଶ୍ୟାମଜୀ ମନ୍ଦିରରୁ ସେମାନେ ଫେରୁଥିଲେ। ମୃତକଙ୍କ ମଧ୍ୟରେ ଅଛନ୍ତି ସାତ ଜଣ ଶିଶୁ ଏବଂ ତିନି ଜଣ ମହିଳା। ଭୋର ପ୍ରାୟ ସାଢ଼େ ୩ଟା ସମୟରେ ଏହି ଘଟଣା ଘଟିଥିଲା। ୯ ଜଣଙ୍କୁ ଚିକିତ୍ସା ପାଇଁ ରେଫର କରାଯାଇଛି ଏବଂ ତିନି ଜଣଙ୍କୁ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଦୁର୍ଘଟଣା ଖବର ପାଇବା ସାଙ୍ଗେ ସାଙ୍ଗେ ସେଠାରେ ପହଞ୍ଚିଥିଲେ ପ୍ରାଶାସନିକ ଅଧିକାରୀ। ଆହତମାନଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଇବା ଏବଂ ପରିବହନ କରିବା ପାଇଁ ଆମ୍ବୁଲାନ୍ସ, ପୋଲିସ ଦଳ ଏବଂ ଡାକ୍ତରୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୁରୁତର ଆହତମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜୟପୁରର ସୱାଇ ମାନ ସିଂହ ହସ୍ପିଟାଲ (SMS)କୁ ପଠାଯାଇଥିଲା।

ପାକିସ୍ତାନ ପାଇଁ କାମ କରୁଥିବା ଗୁପ୍ତଚର ରାଜସ୍ଥାନର ଜୈସଲମରରୁ ଗିରଫ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ପାଇଁ କାମ କରୁଥିବା ଜଣେ ଗୁପ୍ତଚରକୁ ରାଜସ୍ଥାନ ଜୈସଲମରରୁ ଗିରଫ କରାଯାଇଛି। ଅଭିଯୁକ୍ତର ନାଁହେଲେ ମହେନ୍ଦ୍ର ପ୍ରସାଦ। ସେ DRDO ଗେଷ୍ଟ ହାଉସ୍ ରେ ମ୍ୟାନେଜର ଥିଲା। ଟଙ୍କା ଲୋଭରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI କୁ ସେ ଦେଶର ଗୁପ୍ତ ଓ ଗୁରୁତ୍ଵପୂର୍ଣ୍ଣ ସୂଚନା ପ୍ରଦାନ କରିଥିବାର ଅଭିଯୋଗ ଥିଲା। ତା ଉପରେ ବହୁ ଦିନରୁ ନଜର ରଖିଥିଲା ପୋଲିସ। ପକ୍କା ପ୍ରମାଣ ମିଳିବା ପରେ ତାକୁ ଗିରଫ କରାଯାଇଛି। ରିମାଣ୍ଡରେ ନେଇ ଅଭିଯୁକ୍ତକୁ ଅଧିକ ଜେରା କରିବ ରାଜସ୍ଥାନ ପୋଲିସ। କେଉଁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସେ ପ୍ରଦାନ କରିଥିଲା, କେଉଁ କେଉଁ ଅଧିକାରୀଙ୍କ ସହିତ ସଂପର୍କରେ ଥିଲା, ଏହି ତଥ୍ୟ ଓଗାଳିବ ପୋଲିସ। ମହେନ୍ଦ୍ର ପ୍ରସାଦର ପ୍ରକୃତ ଘର ହେଉଛି ଉତ୍ତରାଖଣ୍ଡର ଅଲମୋଡ଼ା। ସୋସିଆଲ ମିଡିଆ ଜରିଆରେ ସେ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ସହିତ ସଂପର୍କରେ ଥିଲା। ଚନ୍ଦନ ଫିଲଡ ଫାୟାରିଂ ରେଞ୍ଜକୁ କେଉଁ ଅଧିକାରୀମାନେ ଆସୁଛନ୍ତି, କେଉଁ ବୈଜ୍ଞାନିକମାନେ ଆସୁଛନ୍ତି, ମହେନ୍ଦ୍ର ତାର ତଥ୍ୟ ପ୍ରଦାନ କରିଥିବାର ସୂଚନା ମିଳିଛି। ଜୈସଲମରରେ ସେନାର ଅନେକ  ଗୁରୁତ୍ଵପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ପରୀକ୍ଷା ନିରୀକ୍ଷା ହୋଇଥାଏ।

ପୁରୀରୁ କୋଟପାଡ ଯାଉଥିବା ବେଳେ ଓଲଟିଲା OSRTC ବସ୍

ନନ୍ଦିଘୋଷ ବ୍ୟୁରୋ: ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଆଖୁସିଙ୍ଗ ନିକଟରେ ଓଲଟିଲା OSRTC ବସ୍ । ପୁରୀରୁ କୋଟପାଡ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ ଜମିକୁ ଓଲଟି ପଡିଛି । ବସରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ । ୧୦ ଜଣ ସାମାନ୍ୟ ଆହତ ହୋଇ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି | ଭୋର ୩ଟା ସମୟରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ପଦ୍ମପୁର ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ଗାଡି ଚାଳକକୁ  ଅଟକ ରଖି ପଚରାଉଚୁରା କରୁଛି ପୋଲିସ।

ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା। ସ୍ୱାମୀକୁ ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ । ସୁନ୍ଦରଗଡ଼ ଟାଉନ ଥାନା  ହରିଓଁ କଲୋନୀରେ ଘଟିଛି ହତ୍ୟାକାଣ୍ଡ । ପାରିବାରିକ କହଳକୁ ନେଇ ଗତକାଲି ରାତିରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।  ଝଗଡା ପରେ ସ୍ବାମୀ ଧ୍ରୁବ କେରକେଟାକୁ ତଣ୍ଟି ଚିପି ହତ୍ୟା କରିଛି ସ୍ତ୍ରୀ । ନିଜେ ମେଡିକାଲ ଯାଇ ଘଟଣାକୁ ଅନ୍ୟମୋଡ଼ ଦେବା ପାଇଁ ଯୋଜନା କରିଥିଲା ସ୍ତ୍ରୀ । ସନ୍ଦେହ ବଢ଼ିବାରୁ ପୋଲିସକୁ ଖବର ଦେଇଥିଲେ ମେଡିକାଲ କର୍ମଚାରୀ । ହତ୍ୟାକରୀ ସ୍ତ୍ରୀ ଉର୍ମିଳା କେରକେଟାକୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ ।

ଶ୍ରୀମନ୍ଦିର ପରିକ୍ରମା ପରିସରରେ ଧମକପୂର୍ଣ୍ଣ ଲେଖା

ନନ୍ଦିଘୋଷ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ପରିକ୍ରମା ପରିସରରେ ଧମକପୂର୍ଣ୍ଣ ଲେଖା। ପରିକ୍ରମା ମାର୍ଗ କାନ୍ଥରେ ଲେଖା ଯାଇଛି ଏହି ଧମକପୂର୍ଣ୍ଣ କଥା। ଲେଖାଯାଇଛି – ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ । ଶ୍ରୀମନ୍ଦିର ଦକ୍ଷିଣପାର୍ଶ୍ବ ପରିକ୍ରମା ମାର୍ଗରେ ଏହା ଦେଖିବାକୁ ମିଳିଛି। ବାଲିସାହି ପ୍ରବେଶ ପଥର ଠିକ୍ ଡାହାଣ ପଟେ ଥିବା ବୁଢ଼ୀ ମା’ ଠାକୁରାଣୀଙ୍କ କାନ୍ଥରେ ଦୁଇଟି ସ୍ଥାନରେ ଏହା ଲେଖାଯାଇଛି। ଗୋଟିଏ ପାର୍ଶ୍ବରେ ଅଛି ‘ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ। କିଛି ଫୋନ ନମ୍ଵର ବି ଲେଖାଯାଇଛି। ତା ପାଖରେ ଲେଖାଯାଇଛି – ଫୋନ କର, ନ କଲେ ପୁରୀ ରହିବ, କୁଳ ବୁଡ଼ିବ, ଆତଙ୍କବାଦୀ ଇତ୍ୟାଦି ଲେଖାଯାଇଛି। ସେହିପରି ଅନ୍ୟ ପାର୍ଶ୍ଵରେ ପୁଲିସ ନାଁ ସହ ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ ବୋଲି ଲେଖା ଯାଇଛି।   କଡ଼ା ସୁରକ୍ଷା ସତ୍ତ୍ଵେ କିଏ ଏପରି ଲେଖିଛି, ତାକୁ ନେଇ ପ୍ରଶ୍ନ ଉଠିଛି।

ପୁଣି ପାତ୍ରପଡା ଓଭରବ୍ରିଜ ଉପରେ ଦୁର୍ଘଟଣା

ନନ୍ଦିଘୋଷ ବ୍ୟୁରୋ: ପୁଣି ପାତ୍ରପଡା ଓଭରବ୍ରିଜ ଉପରେ ଦୁର୍ଘଟଣା । ବାଇକ ଆରୋହୀଙ୍କୁ ପିଟିଲା ଟ୍ରକ। ବାଇକ ଆରୋହୀ ଗୁରୁତର । ଟ୍ରକ୍ ଛାଡି ଘଟଣାସ୍ଥଳରୁ ଚମ୍ପଟ ମାରିଲା ଡ୍ରାଇଭର । ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଘଟିଛି ଦୁର୍ଘଟଣା। ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ । ଠିକ ସେହି ସ୍ଥାନରେ ଗତ ଶନିବାର ରାତିରେ ଘଟିଥିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଲିଯାଇଥିଲା ମା’ ଓ ୮ ବର୍ଷୟା କୁନି ଝିଅର ଜୀବନ । ସେପଟେ ଗାଡିଟିକୁ ଜବତ କରି ଅଧିକ ତଦନ୍ତ କରୁଛି ପୋଲିସ ।

ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କୁ ଇଡି ନୋଟିସ୍, ଆଜି ହେବେ ହାଜର

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କୁ ଇଡିର ନୋଟିସ । ଏକ ବେଟିଂ ଆପ୍ ମାମଲାରେ ସମନ ଜାରି କରିଛି । ଆଜି ଇଡିରେ ହାଜର ହେବାକୁ ନୋଟିସ କରାଯାଇଛି । କେନ୍ଦ୍ର ତଦନ୍ତକାରୀ ସଂସ୍ଥା ବେଟିଂ ଆପ୍‌ 1xBet ମାମଲାରେ ତାଙ୍କର ବୟାନ ରେକର୍ଡ କରିବ। ବେଆଇନ ବେଟିଂ ଆପ୍ ସହ ତାଙ୍କର ସମ୍ପୃକ୍ତି ଅଭିଯୋଗରେ ED ପକ୍ଷରୁ ତାଙ୍କୁ ନୋଟିସ୍ କରାଯାଇଛି । ବେଆଇନ 1X ବେଟିଂ ଆପ୍ ର ବ୍ରାଣ୍ଡ୍ ଆମ୍ବାସାଡାର୍ ଅଛନ୍ତି ରାଇନା । ସେପଟେ ଚର୍ଚ୍ଚିତ ଖେଳାଳି ରାଇନାଙ୍କ ବିରୋଧରେ ଏପରି ନୋଟିସକୁ ନେଇ ପ୍ରଶ୍ନ ଉଠାଇଛନ୍ତି କ୍ରିକେଟ ପ୍ରେମୀ ।  ରାଇନାଙ୍କ ସମେତ ଅନେକ ଚର୍ଚ୍ଚିତ ଅଭିନେତା ଓ ଷ୍ଟାର୍ ଖେଳାଳି ମଧ୍ୟ ଏହି ବେଟିଂ ଆପ୍ ମାମଲା ଜଡ଼ିତ ଥିବା ED ଜାଣିବାକୁ ପାଇଛି ।

 

ଦୀର୍ଘ ୪ ବର୍ଷ ପରେ ଭାରତ ଏବଂ ଚୀନ୍ ମଧ୍ୟରେ ଆରମ୍ଭ ହେବ ବିମାନ ସେବା

ନନ୍ଦିଘୋଷ ବ୍ୟୁରୋ: ଭାରତ-ଚୀନ୍ ମଧ୍ୟରେ ପୁଣି ଆରମ୍ଭ ହେବ ବିମାନ ସେବା। ଦୀର୍ଘ ୪ ବର୍ଷ ପରେ ଭାରତ ଏବଂ ଚୀନ୍ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଚୀନ ଗସ୍ତ ପୂର୍ବରୁ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ବିମାନ ସେବା ଆରମ୍ଭ ହେବା ପରେ ଉଭୟ ଦେଶର ଲକ୍ଷ ଲକ୍ଷ ଛାତ୍ର, ବ୍ୟବସାୟୀ ଏବଂ ପର୍ଯ୍ୟଟକ ଉପକୃତ ହେବେ। ଭାରତ-ଚୀନ ମଧ୍ୟରେ ସିଧା ବିମାନ ଉଡ଼ାଣ ଆସନ୍ତା ମାସରୁ ପୁଣି ଥରେ ଆରମ୍ଭ ହୋଇପାରେ।୨୦୨୦ ପ୍ରାରମ୍ଭରେ ଭାରତ ଏବଂ ଚୀନ୍ ମଧ୍ୟରେ ସମସ୍ତ ସିଧାସଳଖ ବାଣିଜ୍ୟିକ ବିମାନ ସେବା ବନ୍ଦ କରିଦିଆଯାଇଥିଲା। ଏହାର କିଛି ମାସ ପରେ ୨୦୨୦ ଜୁନ୍ ମାସରେ ଲଦାଖର ଗଲୱାନ୍ ଉପତ୍ୟକାରେ ଦୁଇ ଦେଶର ସେନା ମଧ୍ୟରେ  ହିଂସାତ୍ମକ ସଂଘର୍ଷ ହୋଇଥିଲା। ଯେଉଁଥିରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ। ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଦୂରେଇବାରେ ଲାଗିଥିଲା।

ବିମାନ ଚଳାଚଳ ବନ୍ଦ କରାଯାଇଥିଲା। ସିଧାସଳଖ ବିମାନର ଅଭାବ ଯୋଗୁଁ ଚୀନ ଯାଉଥିବା ଲୋକଙ୍କୁ ହଂକଂ, ସିଙ୍ଗାପୁର କିମ୍ବା ବ୍ୟାଙ୍କକ ଭଳି ସହର ଦେଇ ଯିବାକୁ ପଡ଼ୁଥିଲା। ଏହି ପରିବହନ ଯୋଗୁଁ ୬ରୁ ୭ ଘଣ୍ଟାର ଯାତ୍ରାକୁ ୧୫ରୁ ୨୦ ଘଣ୍ଟା ଲାଗୁଥିଲା। ସିଧାସଳଖ ବିମାନ ତୁଳନାରେ ପରିବହନ ବିମାନର ଟିକେଟ୍ ମଧ୍ୟ ବହୁତ ମହଙ୍ଗା ଥିଲା। ବର୍ତ୍ତମାନ ସିଧାସଳଖ ବିମାନ ପ୍ରଚଳନ ସହିତ, ଯାତ୍ରୀମାନଙ୍କର ବହୁତ ସମୟ ଏବଂ ଟଙ୍କା ସଞ୍ଚୟ ହେବ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨୮ରେ ଚୀନର ତିଆନଜିନ୍ ସହରରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ SCO ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଯାଉଛନ୍ତି।

ଏହି ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ସିଧାସଳଖ ଦ୍ୱିପାକ୍ଷିକ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ବିମାନ ସେବା ପୁନଃ ଆରମ୍ଭ କରିବା ଦୁଇ ଦେଶର ସମ୍ପର୍କକୁ ଆହୁରି ନିକଟତର କରିଛି।

ବିହାର ସ୍ଵତନ୍ତ୍ର ଭୋଟର ତାଲିକା ସଂଶୋଧନ SIR ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଆଜି ଆସିପାରେ ରାୟ

ନନ୍ଦିଘୋଷ ବ୍ୟୁରୋ: ବିହାର ସ୍ଵତନ୍ତ୍ର ଭୋଟର ତାଲିକା ସଂଶୋଧନ SIR ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଆଜି ଆସିପାରେ ରାୟ। ଗତକାଲି ଶୁଣାଣି କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ଭୋଟ ତାଲିକା ସଂଶୋଧନ SIR ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ଏକାଧିକ ଆବେଦନକାରୀ। ଆବେଦନକାରୀଙ୍କ ଅଭିଯୋଗକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି, ଆଧାର କାର୍ଡ ନାଗରିକତାର ପ୍ରମାଣ ନୁହେଁ। ଆବେଦନକାରୀ ପକ୍ଷ ଓକିଲଙ୍କ ଯୁକ୍ତି ହେଉଛି, ୨୦୦୩ ମସିହାରେ ବିହାରରେ SIR ଦ୍ଵାରା ଭୋଟର ତାଲିକା ସଂଶୋଧନ ହୋଇଥିଲା। ସେହି ସଂଶୋଧନ ଆଧାରରେ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଭୋଟର ତାଲିକାରେ ପଞ୍ଜିକୃତ ହୋଇ ପରବର୍ତ୍ତୀ ନିର୍ବାଚନରେ ଭୋଟ ଦାନ କରିଆସୁଛନ୍ତି। ତେବେ ସଂଶୋଧିତ ତାଲିକାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ବାଦ ପଡିଛନ୍ତି ୬୫ ଲକ୍ଷ ଭୋଟର।

ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ବିଭିନ୍ନ ସଂଗଠନ। ଆବେଦନକାରୀଙ୍କ ଏହି ଯୁକ୍ତିକୁ କୋର୍ଟ ଏକ ପ୍ରକାର ସହମତ ହୋଇଥିବା ନେଇ ସଙ୍କେତ ଦେଇଛନ୍ତି। ଏବେ ସେହି ମାନଙ୍କୁ ପୁଣିଥରେ ସଂଶୋଧନ ତାଲିକାରେ ଆଣିବାର କଣ ଆବଶ୍ୟକତା ରହିଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ତେବେ ଉଭୟ ନିର୍ବାଚନ କମିଶନଙ୍କ ଓକିଲ ଓ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଭିନ୍ନ ସାମ୍ବିଧାନିକ ଯୁକ୍ତି ଉପସ୍ଥାପନ କରିଛନ୍ତି । ଏହାକୁ ନେଇ ଆଜି ଆସିପାରେ ଚୂଡାନ୍ତ ରାୟ। ଯଦି SIRକୁ ଆବେଦନକାରୀ ପକ୍ଷ  ଅବୈଧ ପ୍ରମାଣ କରିଦିଅନ୍ତି ତେବେ ଏହି ପ୍ରକ୍ରିୟା ଉପରେ ରୋକ ଲଗାଇବାକୁ କହିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟା ବାଗଚିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।…