spot_img
Home Blog Page 529

ବିହାରରେ ପଶିଲେ ୩ ଆତଙ୍କବାଦୀ, ରାଜ୍ୟରେ ହାଇଆଲର୍ଟ ଜାରି

ନନ୍ଦିଘୋଷ ବ୍ୟୁରୋ : ବିହାରରେ  ଜୈସ ଏ ମହମ୍ମଦର ୩ ଆତଙ୍କବାଦୀ ପଶିଥିବା ସୂଚନା ମିଳିଛି । ବିହାର ପୋଲିସ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି । ଆତଙ୍କବାଦୀ ପଶିବା ଖବର ଶୁଣିବା ପରେ ପୋଲିସ ସହିତ ବରିଷ୍ଠ ଅଧିକାରୀମାନେ ମଧ୍ୟ ଆକ୍ସନ ମୋଡରେ ଅଛନ୍ତି ।

ମିଳିଥିବା ସୂଚନାନୁସାରେ, ତିନି ଜଣ ନେପାଳ ଦେଇ ବିହାରରେ ପ୍ରବେଶ କରିଛନ୍ତି । ସେମାନେ ପାକିସ୍ତାନର ଅଟନ୍ତି । ଇସନୈନ ଅଲ୍ଲି ରାଓ୍ବଳପିଣ୍ଡିର ହୋଇଥିବା ବେଳେ ଅଦିଲ ହୁସେନ ଅମରକୋଟର ବୋଲି ଜଣାପଡିଛି । ମହମ୍ନ ଉସ୍ମାନ ମହାବଳିପୁରମର ବାସିନ୍ଦା । ଏହି ତିନି ଜଣ ଜୈ ଏ ମହମ୍ମଦ ଆତଙ୍କବରଦୀ ସଂଗଠନ ସହ ସାମିଲ ଅଛନ୍ତି ।

ବିହାର ପୋଲିସ ପକ୍ଷରୁ ୩ ଜଣ ଆତଙ୍କବାଦୀଙ୍କ ଫଟୋ ଜାରି କରାଯାଇଛି । ଆଗକୁ ବିହାରରେ ନିର୍ବାଚନ ଥିବାରୁ ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ଏହାରି ଭିତରେ ଏପରି ସୂଚନା ମିଳିବା ପରେ  ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି । ଏହି ତିନି ଜଣ ଆତଙ୍କବାଦୀ ଅଗଷ୍ଟ ଦ୍ବିତୀୟ ସପ୍ତାହରୁ ହିଁ କାଠମାଣ୍ଡୁ ପହଞ୍ଚିଯାଇଥିଲେ । ସେଠାରେ ଗତ ସପ୍ତାହରେ ବିହାର ମଧ୍ୟରେ ପ୍ରବେଶ କରିଛନ୍ତି । ଏହି ଆତଙ୍କବାଦୀମାନେ ଦେଶର କୌଣସି ସ୍ଥାନରେ ମଧ୍ୟ ମଧ୍ୟ କିଛି ବି ଆକ୍ରମଣ କରିପାରନ୍ତି ।

https://www.youtube.com/watch?v=4G3llhV16Jo

ପୋଲିସ ମୁଖ୍ୟାଳୟ ସମସ୍ତ ଜିଲ୍ଲାକୁ ସୂଚନା ସଂଗ୍ରହ କରିବା ଏବଂ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗୁଇନ୍ଦା ଯନ୍ତ୍ରପାତିକୁ ସକ୍ରିୟ କରିବାକୁ ନିର୍ଦ୍ଦେଶ ଦେଇଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ ବିହାରରେ ଏପରି ଏକ ସମୟରେ ହାଇ ଆଲର୍ଟ ଜାରି କରାଯାଇଛି ଯେତେବେଳେ ରାଜ୍ୟରେ SIR ପ୍ରସଙ୍ଗ ଉଷ୍ମ। ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ପରି ଅନେକ ବଡ଼ ବିରୋଧୀ ନେତା ବିହାର ଗସ୍ତ କରୁଛନ୍ତି।

AI ଯୋଗୁଁ ଅଧିକାଂଶ କ୍ଷେତ୍ରରେ ଚାଲିଯାଉଛି ଚାକିରି…

ନନ୍ଦିଘୋଷ ବ୍ୟୁରୋ  : AI ଆସିବା ପରେ ଅନେକ କ୍ଷେତ୍ରରେ ପ୍ରଭରବିତ ହୋଇଛି । କିଛି ଲୋକଙ୍କ ଚାକିରି AI ଛଡାଇ ନେଉଥିବା ବେଳେ କିଛି ଲୋକଙ୍କୁ ଉତ୍ପାଦନ କରିବାରେ ସହାୟକ ହେଉଛି । ଷ୍ଟାନଫୋର୍ଡର ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ AI ଯୁବ କର୍ମଚାରୀଙ୍କ ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଉଛି। ଗବେଷଣାରୁ ଜଣାପଡିଛି ଯେ ଏପର୍ଯ୍ୟନ୍ତ, ChatGPT ଭଳି ଜେନେରେଟିଭ୍ AI ଉପକରଣଗୁଡ଼ିକ କୋଡିଂ ଓ ଅନ୍ୟାନ୍ୟ AI-ସମ୍ବନ୍ଧିତ କ୍ଷେତ୍ରରେ ପ୍ରବେଶ-ସ୍ତରୀୟ ଚାକିରି ପ୍ରଭାବିତ ହେଉଛି ।

ଅର୍ଥନୀତିଜ୍ଞ ଏରିକ୍ ବ୍ରାଇଞ୍ଜୋଲଫସନ୍, ରୁୟୁ ଚେନ୍ ଏବଂ ଭାରତ ଚନ୍ଦାରଙ୍କ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନରେ ୨୦୨୨ ଶେଷ ଏବଂ ୨୦୨୫ର  ଅଧାମାସ ମଧ୍ୟରେ ଲକ୍ଷ ଲକ୍ଷ ଆମେରିକୀୟ କର୍ମଚାରୀଙ୍କ ପାଇଁ ADP ପେରୋଲ୍ ତଥ୍ୟ ବିଶ୍ଳେଷଣ କରାଯାଇଥିଲା। ନିଷ୍କର୍ଷରୁ ଜଣାପଡିଛି, ଆମେରିକାରେ ନିଯୁକ୍ତି ଦୃଢ଼ ରହିଥିବା ବେଳେ, ଜେନେରେଟିଭ୍ AI ସଫ୍ଟୱେର୍ ବିକାଶ ଓ ଗ୍ରାହକ ସେବା ଭଳି ଶିଳ୍ପରେ ୨୨ରୁ ୨୫ବର୍ଷ ବୟସର କର୍ମଚାରୀଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗରେ ତୀବ୍ର ହ୍ରାସ ପାଇଛି ।

ରିପୋର୍ଟ ଅନୁଯାୟୀ, ଉଦୀୟମାନ ଡେଭଲପରମାନେ ସବୁଠାରୁ ଅଧିକ ବିପଦରେ ଅଛନ୍ତି  । ପ୍ରବେଶ-ସ୍ତରୀୟ କୋଡରମାନଙ୍କ ପାଇଁ ଚାକିରି ସୁଯୋଗ ହ୍ରାସ ପାଉଛି । କାରଣ ସେମାନଙ୍କୁ ଦିଆଯାଇଥିବା ଅନେକ କାର୍ଯ୍ୟ, ଯେପରିକି କୋଡ୍ ଲେଖିବା କିମ୍ବା ଡିବଗିଂ ଏବେ AI ସିଷ୍ଟମ ଦ୍ୱାରା ବର୍ଦ୍ଧିତ ଭାବରେ ପରିଚାଳନା କରାଯାଇପାରିବ। ତଥ୍ୟ ଦର୍ଶାଉଛି ଯେ ୨୦୨୨ ପରଠାରୁ AI ଦ୍ୱାରା ପ୍ରଭାବିତ ଶିଳ୍ପଗୁଡ଼ିକରେ ଯୁବ ଶ୍ରମିକଙ୍କ ନିଯୁକ୍ତି ପ୍ରାୟ ୧୬ ପ୍ରତିଶତ ହ୍ରାସ ପାଇଛି  । ଆଉ ସଫ୍ଟୱେର୍ ଇଞ୍ଜିନିୟରିଂ କ୍ଷେତ୍ର ସର୍ବାଧିକ ପ୍ରଭାବିତ ହୋଇଛି।

ଅନ୍ୟପକ୍ଷରେ, ସମାନ କ୍ଷେତ୍ରରେ ଅଧିକ ଅଭିଜ୍ଞ ବ୍ୟକ୍ତିମାନେ ପ୍ରାୟତଃ ପ୍ରଭାବିତ ହୋଇନାହାଁନ୍ତି। କିଛି କ୍ଷେତ୍ରରେ, ସେମାନଙ୍କର ନିଯୁକ୍ତି ସ୍ତର ସାମାନ୍ୟ ବୃଦ୍ଧି ପାଇଛି।

 

ମହାରାଷ୍ଟ୍ରରେ କୋଠା ଭୁଶୁଡିବା ଘଟଣା : ଏପର୍ଯ୍ୟନ୍ତ ୧୫ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ନନ୍ଦିଘୋଷ ବ୍ୟୁରୋ : ମହାରାଷ୍ଟ୍ରରେ ପାଲଘର ଜିଲ୍ଲାର ଭିରାରରେ ଏକ କୋଠା ଭୁଶୁଡିବା ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି। କୋଠାର ଭଗ୍ନାବଶେଷରେ ଅନେକ ଫସି ରହିଥିବା ଆଶଙ୍କା କରାଯାଉଛି। ମଙ୍ଗଳବାର ବିଳମ୍ବିତ ରାତିରେ କୋଠାଟି ଭୁଶୁଡ଼ି ପଡ଼ିଛି। ରମାବାଇ ଆପାର୍ଟମେଣ୍ଟ ନାମକ ଏହି ଚାରି ମହଲା ବିଶିଷ୍ଟ କୋଠାଟି ୨୦୧୨ ମସିହାରେ ନିର୍ମିତ ହୋଇଥିଲା।

ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ କହିଛନ୍ତି ଯେ କୋଠାର ଏକ ଅଂଶ ପଡ଼ିଥିବା ବସ୍ତିରେ କେହି ନଥିଲେ। ନିକଟରେ ଥିବା ଅନ୍ୟ ବସ୍ତିଗୁଡ଼ିକୁ ମଧ୍ୟ ଖାଲି କରାଯାଇଛି। ସେଠାରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି। ଏହା ମଧ୍ୟ କୁହାଯାଉଛି ଯେ କୋଠାଟି ବେଆଇନ। ଭାସାଇ-ବିରାର ନଗର ନିଗମ ସ୍ପଷ୍ଟ କରିଛି ଯେ ଏହି କୋଠା ନିର୍ମାଣ ପାଇଁ ନଗର ନିଗମରୁ ଅନୁମତି ନିଆଯାଇ ନଥିଲା।

କମୁଛି ବୈତରଣୀ ଜଳସ୍ତର, ତଥାପି ଗାଁ ଦାଣ୍ଡରେ ଲହଡ଼ି ମାରୁଛି ବନ୍ୟାପାଣି

ଆରଡି : କମୁଛି ବୈତରଣୀ ଜଳସ୍ତର। ସେପଟେ ଧାମନଗର ବ୍ଲକର ୧୨ଟି ପଞ୍ଚାୟତର ୩୫ ରୁ ଅଧିକ ଗାଁ ଜଳବନ୍ଦୀ ରହିଛି। ଗାଁ ଦାଣ୍ଡରେ ବନ୍ୟାପାଣି ଲହଡ଼ି ମାରୁଛି। ଚାନ୍ଦବାଲି ବ୍ଲକର ୪ ପଞ୍ଚାୟତର ୦ଗାଁ ପ୍ରଭାବିତ ହୋଇଥିବା ଵେଳେ ୧୪ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ଏବେବି ଅନେକ ରାସ୍ତାରେ ବନ୍ୟାପାଣି ପ୍ରଵାହିତ ହେଉଥିବାରୁ ଦୈନନ୍ଦିନ କାର୍ଯ୍ଯ ପାଇଁ ଲୋକମାନେ ପାଣିରେ ପଶି ଯାତାୟତ କରୁଛନ୍ତି। ୬ଦିନ ହେଲା ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ରହିଛି। ବନ୍ୟାପାଣି ଯୋଗୁ ହଜାରହଜାର ଏକର ସାରଦା ଧାନତଳି ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ପାନ୍ଥନିବାସ ନିକଟରେ ଦବିଛି ଜାତୀୟ ରାଜପଥର କଲଭର୍ଟ। ବେଶି ପ୍ରଭାଵିତ ହୋଇଛନ୍ତି ଗୃହପାଳିତ ପଶୁ। ଵନ୍ୟାର ୫ଦିନ ପରେ ଜିଲା ପ୍ରଶାସନ ଅଧିକାରୀ ବନ୍ୟାଞ୍ଚଳକୁ ଯାଇ ବିପନ୍ନଙ୍କୁ ଭେଟିବା ସହ ଜଳଵନ୍ଦୀଥିବା ବିପନ୍ନଙ୍କ ପାଇଁ ରନ୍ଧାଖାଦ୍ୟର ଵ୍ୟଵସ୍ଥା କରାଇଥିଲେ ମଧ୍ୟ ବହୁ ବିପନ୍ନ ଖାଦ୍ୟ ଗ୍ରହଣ ନକରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପାଣି ଛାଡିଵା ଯାଏଁ ବିପନ୍ନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ କହିଛନ୍ତି ଭଦ୍ରକ ଜିଲାପାଳ ଦିଲୀପ ରାଉତରାୟ।

ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଜମ୍ମୁ-କାଶ୍ମୀରରେ ୪୧ ମୃତ, ହିମାଚଳରେ ୫୮୪ ରାସ୍ତା ବନ୍ଦ

ନନ୍ଦିଘୋଷ ବ୍ୟୁରୋ : ଦେଶରେ ଅନେକ ରାଜ୍ୟରେ ବର୍ଷା ଜାରି ରହିଛି । ବନ୍ୟା ଓ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜମ୍ମୁ-କାଶ୍ମୀରରେ ବର୍ଷା ଓ ଭୂସ୍ଖଳନ ଯୋଗୁଁ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି। ହିମାଚଳର ୧୦ଟି ଜିଲ୍ଲାରେ ୫୮୪ଟି ରାସ୍ତା ବନ୍ଦ ରହିଛି। ଅଗଷ୍ଟ ୩୦ ପର୍ଯ୍ୟନ୍ତ ପଞ୍ଜାବର ସ୍କୁଲରେ ଛୁଟି ଘୋଷଣା କରାଯାଇଛି। ଛତିଶଗଡ଼ରେ ୫ ଜଣଙ୍କର ମୃତ୍ୟୁ ହୋଇଛି।

ଗତ ଦୁଇ ଦିନ ଧରି ଜମ୍ମୁ-କାଶ୍ମୀରରେ ବର୍ଷା ଏବଂ ଭୂସ୍ଖଳନ ହୋଇଛି। ଗତ ୪୮ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ୪୧ ରେ ପହଞ୍ଚିଛି । ଯେଉଁଥିରେ ବୈଷ୍ଣୋଦେବୀ ରାସ୍ତାରେ ଭୂସ୍ଖଳନରେ ୩୪ ଜଣ ଫସିଯାଇଛନ୍ତି।ବନ୍ୟା ପ୍ରଭାବିତ ଅଞ୍ଚଳରୁ ୧୦,୦୦୦ ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ ରହିଛି । ଉତ୍ତର ରେଳବାଇ ୫୮ଟି ଟ୍ରେନ୍ ବାତିଲ କରିଛି ଏବଂ ୬୪ଟି ଟ୍ରେନତ ବାଟରେ ଅଟକି ରହିଛି ।  ଅନେକ ଜିଲ୍ଲାରେ ନଦୀଗୁଡିକ ଏବେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ, ଲଗାତାର ବର୍ଷା ଯୋଗୁଁ ଓଡ଼ିଶାରେ ଜୀବନଯାତ୍ରା ବ୍ୟାହତ ହୋଇଛି। ଦକ୍ଷିଣ ଭାରତରେ, କର୍ଣ୍ଣାଟକ ଏବଂ ତେଲେଙ୍ଗାନାର ଅନେକ ଅଞ୍ଚଳ ମୁଷଳଧାରାରେ ବର୍ଷା ଯୋଗୁଁ ଜଳବନ୍ଦୀ ରହିଛି। ଅଗଷ୍ଟ ମାସରେ ଦିଲ୍ଲୀରେ ରେକର୍ଡ ବର୍ଷା ହୋଇଛି। ସ୍ୱାଭାବିକ ଅପେକ୍ଷା ୬୦% ଅଧିକ ବର୍ଷା ରେକର୍ଡ କରାଯାଇଛି।

ହିମାଚଳ ପ୍ରଦେଶର ୧୦ଟି ଜିଲ୍ଲାରେ ୫୮୪ଟି ରାସ୍ତା ବନ୍ଦ ଅଛି । ଚମ୍ବାରେ ହଜାର ହଜାର ତୀର୍ଥଯାତ୍ରୀ ଫସି ରହିଛନ୍ତି। ଏପର୍ଯ୍ୟନ୍ତ ୩୨୬୯ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ବ୍ୟାସ ନଦୀରେ ବନ୍ୟା ମନାଲିରେ ପ୍ରବଳ କ୍ଷୟକ୍ଷତି ଘଟାଇଛି ଏବଂ ମୋବାଇଲ୍ ସଂଯୋଗ ବିଚ୍ଛିନ୍ନ କରିଛି।

ଲଗାତାର ବର୍ଷା ଯୋଗୁଁ ପଞ୍ଜାବରେ ବନ୍ୟା ପରିସ୍ଥିତି ଗମ୍ଭୀର। ରାଜ୍ୟ ସରକାର ୨୭ ରୁ ୩୦ ଅଗଷ୍ଟ ପର୍ଯ୍ୟନ୍ତ ସ୍କୁଲରେ ଛୁଟି ଘୋଷଣା କରିଛନ୍ତି। ଆଗାମୀ ୨୪ ଘଣ୍ଟା ପାଇଁ ପଞ୍ଜାବରେ ବର୍ଷା ସତର୍କତା ଜାରି କରାଯାଇଛି।

ପ୍ରୟାଗରାଜରେ ଗଙ୍ଗା-ଯମୁନାର ଜଳସ୍ତର ବିପଦ ସଙ୍କେତ ନିକଟରେ ପହଞ୍ଚିଛି। ୧୭ଟି ଜିଲ୍ଲାର ୬୮୮ଟି ଗାଁ ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ ୨.୪୫ ଲକ୍ଷରୁ ଅଧିକ ଲୋକ ଏବଂ ୩୦,୦୦୦ ଗୋରୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଛତିଶଗଡ଼ର ବସ୍ତରରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ୨୦୦୦ ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଶହ ଶହ ଘର କ୍ଷତିଗ୍ରସ୍ତ ହୋଇଛି।

ଦେଶର ୧୭ କୋଟି ପିଲାଙ୍କ ଆଧାର ହେବ ଅପଡେଟ୍

ନନ୍ଦିଘୋଷ ବ୍ୟୁରୋ ; UIDAI ଅନୁସାରେ ସାରା ଦେଶରେ ପ୍ରାୟ ୧୭ କୋଟି ଛାତ୍ରଛାତ୍ରୀଙ୍କ ବାଧ୍ୟତାମୂଳକ ବାୟୋମେଟ୍ରିକ୍ସ ଅପଡେଟ୍ କରାଯାଇ ନାହିଁ। ସମସ୍ତ ଛାତ୍ରଛାତ୍ରୀଙ୍କ ବାୟୋମେଟ୍ରିକ୍ସ ଅପଡେଟ୍ କରିବା ପାଇଁ ସମସ୍ତ ରାଜ୍ୟର ସଚିବମାନଙ୍କୁ ଚିଠି ଲେଖାଯାଇଛି। ସ୍କୁଲଗୁଡ଼ିକରେ ଶିବିର ଆୟୋଜନ କରି ବାୟୋମେଟ୍ରିକ୍ସ ଅପଡେଟ୍ କରିବା ପାଇଁ ସହଯୋଗ ଲୋଡାଯାଇଛି।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏହାର ୟୁନିଫାଏଡ୍ ଡିଷ୍ଟ୍ରିକ୍ଟ ଇନଫର୍ମେସନ୍ ସିଷ୍ଟମ୍ ଫର୍ ଏଜୁକେସନ୍ ପ୍ଲସରେ ମଧ୍ୟ ଏହି ସମ୍ବନ୍ଧୀୟ ସୂଚନା ଅପଲୋଡ୍ କରିଛି । ଯାହା ଦ୍ଵାରା ସମସ୍ତ ଜିଲ୍ଲା ଅଧିକାରୀ ଏବଂ ପ୍ରଧାନଶିକ୍ଷକମାନେ ସେମାନଙ୍କ ସ୍କୁଲରେ କେତେ ଜଣ ଛାତ୍ରଛାତ୍ରୀଙ୍କ ବାୟୋମେଟ୍ରିକ୍ସ ଅପଡେଟ୍ ହୋଇନାହିଁ ସେ ବିଷୟରେ ପ୍ରକୃତ ସୂଚନା ପାଇପାରିବେ। UIDAIର ସିଇଓ ଭୁବନେଶ କୁମାର ମଧ୍ୟ ଏହି ସମ୍ପର୍କରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ମୁଖ୍ୟ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ଏହି ଛାତ୍ରଛାତ୍ରୀମାନଙ୍କର ବାୟୋମେଟ୍ରିକ୍ସ ଅପଡେଟ୍ କରିବା ପାଇଁ ସହଯୋଗ ଲୋଡାଯାଇଛି।

ସାରା ଦେଶରେ ୧୭ କୋଟି ପିଲା ଅଛନ୍ତି, ଯେଉଁମାନଙ୍କର ଆଧାର ତିଆରି କରାଯାଇଛି କିନ୍ତୁ ସେମାନଙ୍କର ବାୟୋମେଟ୍ରିକ୍ସ ଆଜି ପର୍ଯ୍ୟନ୍ତ ଅପଡେଟ୍ ହୋଇନାହିଁ। ପ୍ରକୃତରେ, ଯେତେବେଳେ ପିଲାମାନେ ଜନ୍ମ ହୁଅନ୍ତି, ସେମାନଙ୍କର ଆଧାର ମଧ୍ୟ ସେମାନଙ୍କ ପିତାମାତାଙ୍କ ଆଧାର ଆଧାରରେ ତିଆରି କରାଯାଏ। କିନ୍ତୁ, ପରେ ଏହାକୁ ସମୟ ସହିତ ଅପଡେଟ୍ କରିବାକୁ ପଡ଼ିଥାଏ। ଦେଶରେ ୧୭ କୋଟି ପିଲା ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ସେମାନଙ୍କର ବାୟୋମେଟ୍ରିକ୍ସ ଅପଡେଟ୍ କରିନାହାଁନ୍ତି।

ଏହା ସହିତ, ଏକ ସରଳ ପରାମର୍ଶ ଦିଆଯାଇଛି ଯେ ଅପଡେଟ୍ କରିବାର କାମ ସ୍କୁଲଗୁଡ଼ିକରେ ସହଜରେ କରାଯାଇପାରିବ। ଆଗାମୀ ଦିନରେ ପିଲାମାନଙ୍କର ଆଧାର ବାୟୋମେଟ୍ରିକ୍ ଅପଡେଟ୍ କେବଳ ସ୍କୁଲଗୁଡ଼ିକରେ କରାଯିବ।

ଆହୁରି ବର୍ଷିବ, ରାଜ୍ୟରେ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ତୁହାକୁ ତୁହା ଭିଜୁଛି ଓଡ଼ିଶା । ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଲଘୁଚାପ ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଆସନ୍ତା ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆଜି ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏଥିସହ ସାରା ଓଡ଼ିଶାରେ ବି ବର୍ଷା ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହିଭଳି ରାଜ୍ୟରେ ୩୦ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ୩୦ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ପ୍ରବେଶ ନିଷେଧ କରାଯାଇଛି।

ବନ୍ୟା ବଢାଇଛି ଦୁର୍ଦ୍ଦଶା, ବିପନ୍ନଙ୍କୁ ଘାରିଛି ଖାଇବା ଓ ରହିବା ଚିନ୍ତା

ନନ୍ଦିଘୋଷ ବ୍ୟୁରୋ : ବନ୍ୟା ବଢାଇଛି ଦୁର୍ଦ୍ଦଶା । ବିପନ୍ନଙ୍କୁ ଘାରିଛି ଖାଇବା ଓ ରହିବା ଚିନ୍ତା। ଯାଜପୁରର ଦଶରଥପୁରରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ବଢ଼ିଛି ଲୋକଙ୍କ ସମସ୍ୟା । କାଣୀ ନଦୀ ଯୋଗୁଁ ମଲ୍ଲିକାପୁର ଏବଂ କସାପା ପଞ୍ଚାୟତର ୧୫ରୁ ଅଧିକ ଗାଁ ପାଣିଘେରରେ ରହିଛି। ଗାଁରୁ ପାଣି ଛାଡିଥିଲେ ମଧ୍ୟ ଘରେ ମାଟି କାଦୁଅ ଭର୍ତ୍ତି ହୋଇ ଜୀବନଯାତ୍ରା ସ୍ବାଭାବିକ ହୋଇପାରିନି। ଧିରେ ଧିରେ ଆଶ୍ରୟସ୍ଥଳୀରୁ ଘରକୁ ଫେରୁଛନ୍ତି ବିପନ୍ନ ପରିବାର । ରାସ୍ତାରୁ ପାଣି ଛାଡିଥିବାରୁ ଲୋକମାନେ ଯାତାୟାତ କରିପାରୁଛନ୍ତି । ତେଣେ ବିପନ୍ନ ପରିବାରଙ୍କ ପଟ୍ଟା ପାଉତି, କବଲା ଓ ବ୍ୟାଙ୍କ କାଗଜପତ୍ର ଆଦି ଦରକାରୀ କାଗଜପତ୍ର, ସୁନାଗହଣା ଓ ଅନ୍ୟାନ୍ୟ ଜିନିଷପତ୍ର ବନ୍ୟାଜଳରେ ଭାସିଯାଇଛି । ଘରେ ଥିବା ଗାଡି ଓ ସାଇକେଲ ବି କାଦୁଅରେ ପୋତି ହୋଇଯାଇଛି। ପ୍ରାୟ ଅଧିକାଂଶ ଜିନିଷପତ୍ର ଧୋଇ ହୋଇ ନଷ୍ଟ ହୋଇଯାଇଛି । ଖାଦ୍ୟଶସ୍ୟ, ଆସବାସପତ୍ର ଆଦି ସବୁ କିଛି ଭସେଇ ନେଇଛି ବନ୍ୟା। ଏଭଳିସ୍ଥିତିରେ ଦୁଃଖ ଆଉ କୋହ ସମ୍ଭାଳି ପାରୁନାହାନ୍ତି ବିପନ୍ନ । ଏବେ କେବଳ ସରକାରୀ ସହାୟତା ହିଁ ବନ୍ୟା ବିପନ୍ନଙ୍କ ପାଇଁ ଏକମାତ୍ର ସାହା ଭରସା। ସେପଟେ ଭଦ୍ରକରେ ବି ସ୍ଥିତି ସମାନ। ଗତକାଲି ଭଣ୍ଡାରିପୋଖରୀ ବ୍ଲକର ପ୍ରଭାବିତ ପଞ୍ଚାୟତ ଗୁଡିକରେ ପାଣି କମିଥିବା ବେଳେ, ଆଜି ଧାମନଗର ବ୍ଲକର ପ୍ରଭାବିତ ପଞ୍ଚାୟତରେ ପାଣି କମିବାରେ ଲାଗିଛି। ଧାମନଗରର ହସନାବାଦ, ଅର୍ଜୁନପୁର ଓ ପ୍ରଧାନୀ ପଞ୍ଚାୟତର ୧୨ଟି ଗାଁର ସ୍ଥିତିରେ ଆସିଛି ସୁଧାର। ହେଲେ ବାହ୍ୟ ଜଗତରୁ ୪ ଦିନ ହେବ ବିଛିନ୍ନ ହୋଇ ରହିଥିବା, ଏହି ୩ ପଞ୍ଚାୟତକୁ ଆଜି ବି ସଂପୂର୍ଣ୍ଣ ଯାତାୟାତ ସମ୍ଭବ ହୋଇପାରିନାହିଁ। ଧୂଷୁରୀରୁ ସଂଯୋଗ ପ୍ରମୁଖ ରାସ୍ତା ଗୁଡିକରେ ବନ୍ୟାଜଳ ପ୍ରବାହିତ ହେଉଛି। ଅନ୍ୟପଟେ ଧାମନଗର ଚାନ୍ଦବାଲିର ହଜାର ହଜାର ହେକ୍ଟର ଜମିରେ ଏବେ ବି ବନ୍ୟା ଜଳ ଲହଡ଼ି ମାରୁଛି। ଯାହା ଧାନ ଚାଷକୁ ସଂପୂର୍ଣ୍ଣ ପ୍ରଭାବିତ କରିଛି।

 ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆଜି ବସିବ ଗୋଲ ଟେବୁଲ ବୈଠକ

ଭୁବନେଶ୍ବର : ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆଜି ବସିବ ଗୋଲ ଟେବୁଲ ବୈଠକ। ମହାନଦୀ ବଞ୍ଚାଅ ଆନ୍ଦୋଳନ ଛତିଶଗଡ଼ର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସହ ଆଲୋଚନା କରିବ। ଆସନ୍ତାକାଲି ଛତିଶଗଡ ସରକାର ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ହକ ପାଇଁ ୮ ବର୍ଷ ଧରି ଓଡ଼ିଶା ଲଢ଼ୁଛି। ମହାନଦୀ ବଞ୍ଚାଅ ଆନ୍ଦୋଳନର ଯୁକ୍ତି ଅନୁସାରେ ଦୁଇ ସରକାର ଭିତରେ ଜଳ ସମାଧାନ ସମ୍ଭବ ନୁହେଁ। ମହାନଦୀ ସହ ଜଡ଼ିତ ପ୍ରତ୍ୟେକ ଅଂଶୀଦାର ବା ଷ୍ଟେକ୍ ହୋଲାଡରଙ୍କ ସହ ଆଲୋଚନା କରାଯାଇ ସମାଧାନର ବାଟ କଢ଼ାଯିବ। ମହାନଦୀର ୧ ଲକ୍ଷ ୪୧ ହଜାର ବେସିନ ଏରିଆ ରହିଛି। ଏହା କିପରି ସୁରକ୍ଷିତ ରହିବ, ସେନେଇ ମଧ୍ୟ ସର୍ବସମ୍ମତି କ୍ରମେ ଆଲୋଚନା ପାଇଁ ଏହି ବୈଠକ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ମହାନଦୀ ବଞ୍ଚାଅ ଅଭିଯାନର ଆବାହକ ସୁଦର୍ଶନ ଦାସ କହିଛନ୍ତି ।

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

ନନ୍ଦିଘୋଷ ବ୍ୟୁରୋ ; ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ନୀତି ନିର୍ଘଣ୍ଟ ଅନୁସାରେ ମା’ସମଲେଶ୍ବରୀଙ୍କ ଠାରେ ଲାଗି ହେବ ନବାନ୍ନ । ଏହା ପରେ ମାଆଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ମୁଖ୍ୟ ପୂଜକ ସହ ୪ ପୂଜକଙ୍କ ଘରୁ ନୂଆଁ ଆସିଲା ପରେ ଲାଗି ହେବ ନବାନ୍ନ। ଏହାପରେ ଘରେ ଘରେ ନୂଆ ଖାଇବେ ପଶ୍ଚିମ ଓଡିଶା ବାସୀ । ପ୍ରଥମେ ମା ସମଲେଶ୍ବରୀଙ୍କ ମନ୍ଦିରରୁ ମାଙ୍କ ଭୋଗ ନେବା ପରେ ସପରିବାର ଖାଇବେ ନୂଆଁ ।ପରେ ବଡଙ୍କ ଆଶୀର୍ବାଦ ନେବେ ସାନ। ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ଭେଟଘାଟ କାର୍ଯ୍ୟକ୍ରମ। ର୍ପୂବରୁ ଦୂରଦୁରାନ୍ତରେ ରହିଥିବା ପରିବାର ସଦସ୍ୟ ଓ ସମ୍ପର୍କୀୟ ନୂଆଖାଇ ପାଇଁ ଘରେ ପହଞ୍ଚିସାରିଛନ୍ତି। ସେପଟେ ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆ ଖାଇ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।