spot_img
Home Blog Page 53

ପଦାରେ ପଡ଼ିଲା ବିଜେପି ସରକାରଙ୍କ କୁଳପତି ନିଯୁକ୍ତି ପ୍ରକ୍ରିୟା ; କାମଚଳା କୁଳପତିରେ ଚାଲିଛି ରାଜ୍ୟର ୧୪ଟି ବିଶ୍ବବିଦ୍ୟାଳୟ

ଭୁବନେଶ୍ବର : ରାଜ୍ୟର ୧୩ଟି ବିଶ୍ବବିଦ୍ୟାଳୟରେ ନାହାନ୍ତି କୁଳପତି । ପ୍ରସଙ୍ଗକୁ ନେଇ ଆଜି ରାଜ୍ୟପାଳଙ୍କୁ ଭେଟିଲା ଯୁବ ଓ ଛାତ୍ର ବିଜେଡି । ଫେବୃଆରୀ ଶେଷ ସୁଦ୍ଧା ଦାବି ପୂରଣ କରିବାକୁ ଦାବି ରଖାଯାଇଛି । ସଂଖ୍ୟା ଅନୁପାତରେ ବିଶ୍ବବିଦ୍ୟାଳୟରେ ବହୁ କମ ଅଛନ୍ତି ଅଧ୍ୟାପକ ଓ ପ୍ରାଧ୍ୟାପକ । ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ ଆସିବା ପରେ ତାହାର ତୃଟିପୂର୍ଣ୍ଣ ଦିଗ ଯୋଗୁ ଏବେ ଉଚ୍ଚଶିକ୍ଷା ବ୍ୟବସ୍ଥା ବିପଦଗାମୀ ହେଉଥିବା ବିଜେଡି ଅଭିଯୋଗ କରିଛି । ୧୧୯୪ ଆସିଟାଣ୍ଟ ପ୍ରଫେସର ବଦଳରେ ୪୮୮, ୫୯୩ ଆସୋସିଏଟ ପ୍ରଫେସର ବଦଳରେ ୧୩୫, ୨୯୯ ପ୍ରଫେସର ବଦଳରେ ୩୮ ଓ ୩୦୮୨ ନନ ଟିଚିଂ ଷ୍ଟାଫ ବଦଳରେ ୭୮୨ ଜଣ କାର୍ଯ୍ୟରତ ଅଛନ୍ତି । ୧୩ଟି ବିଶ୍ବବିଦ୍ୟାଳୟରେ କୁଳପତି ହିଁ ନାହାନ୍ତି । କାମଚଳା କୁଳପତିରେ ଚାଲିଛି ଉତ୍କଳ, ରେଭେନସା, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ, ଗଙ୍ଗାଧର ମେହେର, ଫକିର ମୋହନ, ଖଲ୍ଲିକୋଟ ଭଳି ରାଜ୍ୟର ୧୪ଟି ବିଶ୍ବବିଦ୍ୟାଳୟ ।

୧୯୮୯ ରେ ବିଶ୍ଵବିଦ୍ୟାଳୟ ଆଇନ ଆସିଥିଲା । ଏହାର ୩୦ ବର୍ଷ ପରେ ଅସଂଗତି ଦେଖା ଯିବାରୁ ବିଜେଡି ସରକାର ୨୦୨୦ରେ ଏହାକୁ ସଂଶୋଧନ କରିଥିଲା । ୨୦୨୪ରେ ବିଜେପି ସରକାର ଆସିବା ପରେ 2020ର ସଂଶୋଧନକୁ ପୁଣି ଥରେ ସଂଶୋଧନ କରାଗଲା । ରାତି ସାରା ବିଧାନସଭାରେ ବିଜେଡି ଏହାର ତୃଟିପୂର୍ଣ୍ଣ ଦିଗକୁ ନେଇ ଯୁକ୍ତି ରଖିଥିଲା । ସଂଖ୍ୟା ଦୃଷ୍ଟିରୁ ସରକାର ଏହାକୁ ପାସ କଲେ ସିନା 2025 ରେ ପୁଣି ନିଜ ସଂଶୋଧନକୁ ସଂଶୋଧନ କଲେ । ଆଗକୁ ଯିବା ବଦଳରେ ବିଜେପି ପଛକୁ ଯିବା ସରକାର ପାଲଟିଥିବା ନେଇ ବିଜେଡି ଅଭିଯୋଗ କରିଛି । ସର୍ବୋଚ୍ଚ ଅଦାଲତରେ ମାମଲା ବିଚରାଧୀନ ଥିବାବେଳେ ବିଲ କେମିତି ଆସିଲା ? କୁଳପତି ଜଣେ ମୁଖ୍ୟ ଶାସନ ସଚିବ ପାହ୍ୟାରେ ରହିବା କଥା । ଯାହାଙ୍କୁ ବାଛିବେ କୁଳାଧିପତି ଦାୟିତ୍ବରେ ଥିବା ରାଜ୍ୟପାଳ । ହେଲେ ବିଜେପି ଏହାକୁ ସିଣ୍ଡିକେଟ ବ୍ୟବସ୍ଥାରେ କରି ନିଜ ଦଳୀୟ ଆଦର୍ଶରେ କାମ କରୁଥିବା ବିଜେଡି ଅଭିଯୋଗ କରିଛି । ପ୍ରକ୍ରିୟାକୁ ତତ୍କାଳୀନ ରାଜ୍ୟପାଳ ରଘୁବର ଦାସ ବିରୋଧ କରିଥିବାରୁ ପୁଣି ଥରେ ସଂଶୋଧନ କରାଯାଇଥିବା ବିଜେଡି ଦାବି କରିଛି ।

ରାୟଗଡ଼ା ରେଳ ଷ୍ଟେସନରୁ ଯୁବତୀ ନିଖୋଜ ; ପୋଲିସର ଖୋଳତାଡ ଆରମ୍ଭ

ରାୟଗଡ଼ା : ରାୟଗଡ଼ା ରେଳ ଷ୍ଟେସନରୁ ଯୁବତୀ ନିଖୋଜ । ଧନବାଦ ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବାବେଳେ ନିଖୋଜ ହୋଇଛନ୍ତି । ଏନେଇ ରାୟଗଡ଼ା ଜିଆରପିଏସରେ ଯୁବତୀଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଛି । ନିଖୋଜ ଯୁବତୀ ଜଣକ ହେଲେ ବଲାଙ୍ଗୀର ତୁରେଇକେଲା ଥାନା ମାନ୍ଦଳା ଗାଁର ସତ୍ୟଭାମା ସାହୁଙ୍କ ୨୦ବର୍ଷିୟ ଝିଅ କସ୍ତୁରୀ ସାହୁ । ଏ ନେଇ କସ୍ତୁରୀଙ୍କ ବଡ ଭାଇ ଉପେନ୍ଦ୍ର ସାହୁ ଅଭିଯୋଗ କରିଛନ୍ତି।

କସ୍ତୁରୀ ତାଙ୍କ ପରିବାର ସହିତ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରୁ ରେଲୱେ ଷ୍ଟେସନରୁ ଗତ ଜାନୁଆରୀ ୧୧ରେ ଧନବାଦ ଆଲପି ଟ୍ରେନ ଯୋଗେ ଟିଟିଲାଗଡ ଅଭିମୁଖେ ଯାଉଥିଲେ। ରାୟଗଡ଼ା ଷ୍ଟେସନରେ ଟ୍ରେନ ରହିବା ପରେ କସ୍ତୁରୀଙ୍କୁ ପାଇନଥିଲେ ପରିବାର। ତେବେ ଦୀର୍ଘ ୨୯ ଦିନର ଖୋଜା ଖୋଜି ପରେ ନିଖୋଜ ନେଇ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଜିଆରପି ଖୋଳତାଡ ଆରମ୍ଭ କରିଛି।

ଭାଲେଣ୍ଟାଇନ୍ସ ଡେ’ରେ ଠକେଇ ପ୍ରତି ସାବଧାନ ରୁହନ୍ତୁ ! କିଣିବା ପୂର୍ବରୁ ଏସବୁ କଥାକୁ ଧ୍ୟାନ ଦିଅନ୍ତୁ …

ନନ୍ଦିଘୋଷ ବ୍ୟୁରୋ : ଆଗକୁ ଆସୁଛି ଭାଲେଣ୍ଟାଇନ୍ସ ଡେ’ । ଏନେଇ ପ୍ରେମୀଯୁଗଳଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବେଶ୍ ଉତ୍ସାହ । କିନ୍ତୁ ଏହି ଉତ୍ସାହ ଯେମିତି ଅଭିଶାପରେ ପରିଣତ ନହୁଏ ସେଥିପାଇଁ ଆପଣ ମାନଙ୍କୁ କିଛି କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିବ । ଭାଲେଣ୍ଟାଇନ୍ସ ଡେ’ରେ ଅନେକ ଗୁଡିକ ଠକାମି ଆପ୍ ବାହାରିଥାଏ । ଏହା ଅନଲାଇନ୍ ଠକା ମାନଙ୍କ ପାଇଁ ବର୍ଷର ସବୁଠାରୁ ବ୍ୟସ୍ତ ସମୟ ମଧ୍ୟରୁ ଗୋଟିଏ। ସେମାନେ ଜାଣନ୍ତି ଯେ ଏହିଦିନ ଯୁବବର୍ଗ ଅତି ସହଜରେ ତାଙ୍କ ଜାଲରେ ପଡ଼ିଯାଆନ୍ତି । ଡେଟିଂ ଆପ୍ସରୁ ନକଲି ସପିଂ ସାଇଟ୍ ପର୍ଯ୍ୟନ୍ତ ସବୁ ସ୍ଥାନରେ ଆପଣଙ୍କୁ ଫସାଇବା ପାଇଁ ଜାଲ ବିଛାଯାଇଛି । ଭାଲେଣ୍ଟାଇନ୍ସ ଡେ’ ପାଖେଇ ଆସୁଥିବା ବେଳେ ଭୁଲରେ ମଧ୍ୟ ଏଭଳି ସ୍କାମର ମାନଙ୍କ ଜାଲରେ ଫସନ୍ତୁ ନାହିଁ । କିଛି କିଣିବା ପୂର୍ବରୁ ସତର୍କତା ସହିତ ପ୍ରଥମେ ତଦାରଖ କରି ନେଣଦେଣ କରନ୍ତୁ ।

ଡେଟିଂ ଆପ୍ସ

ଏହା ସବୁଠାରୁ ସାଧାରଣ ଏବଂ କ୍ଷତିକାରକ ଆପ୍ସ । ଏହା ସାଧାରଣତଃ ଡେଟିଂ ଆପ୍ସ କିମ୍ବା ସୋସିଆଲ ମିଡିଆରେ ଆରମ୍ଭ ହୁଏ। କିଛି ଦିନ ମଧ୍ୟରେ ଗଭୀର ସମ୍ପର୍କ ସ୍ଥାପନ କରାଯାଏ । ଠକମାନେ ପ୍ରାୟତଃ ଭିଡିଓ କଲ୍ କରିବାକୁ ଏଡ଼ାଇ ଯାଆନ୍ତି । ତେବେ କିଛି ଦିନରେ ଅନ୍ତରାଳେ ହଠାତ୍ ଏକ ସମସ୍ୟା ଦେଖାଦିଏ, ଯେପରିକି ଏକ ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି, କାର୍ଯ୍ୟ ସମ୍ବନ୍ଧୀୟ ସମସ୍ୟା, କିମ୍ବା ଟଙ୍କାର ଆବଶ୍ୟକତା। ଆଉ ଥରେ ଆପଣ ଟଙ୍କା ପଠାଇବା ପରେ ବ୍ୟକ୍ତି ଅଦୃଶ୍ୟ ହୋଇଯାଆନ୍ତି ।

ନକଲି ସପିଂ ୱେବସାଇଟ୍

ଠକମାନେ ଭାରୀ ରିହାତିରେ ଅଳଙ୍କାର, ପରଫ୍ୟୁମ୍, ଘଣ୍ଟା କିମ୍ବା ଚକୋଲେଟ୍ ବିକ୍ରି କରୁଥିବା ଆକର୍ଷଣୀୟ ୱେବସାଇଟ୍ ତିଆରି କରନ୍ତି। ଏହି ସାଇଟ୍‌ଗୁଡ଼ିକ ବୃତ୍ତିଗତ ଦେଖାଯାଏ ଏବଂ ଭାଲେଣ୍ଟାଇନ୍ସ ଡେ’ ସୁଦ୍ଧା ଗ୍ୟାରେଣ୍ଟି ଡେଲିଭରି ପ୍ରତିଶ୍ରୁତି ଦିଏ। ଆପଣ ଅର୍ଡର କରିବା ପରେ ଆପଣ କିଛି ପାଇବେ ନାହିଁ । କିଣିବା ପୂର୍ବରୁ ୱେବସାଇଟ୍ ବାହାରେ ସମୀକ୍ଷା ଯାଞ୍ଚ କରନ୍ତୁ, ସଠିକ୍ ଯୋଗାଯୋଗ ବିବରଣୀ ନିଶ୍ଚିତ କରନ୍ତୁ, ଏବଂ ଅର୍ଡର ଆସିବା ପୂର୍ବରୁ ଦେୟ ନେଉଥିବା ଏବଂ କୌଣସି ଫେରସ୍ତ ନୀତି ନଥିବା ୱେବସାଇଟ୍‌ରୁ କିଣିବାକୁ ଏଡାନ୍ତୁ।

ନକଲି ଉପହାର ପାଇଁ ମେସେଜ୍ 

ଭାଲେଣ୍ଟାଇନ୍ସ ଡେ କିମ୍ବା ଭାଲେଣ୍ଟାଇନ୍ସ ସପ୍ତାହରେ, ଆପଣଙ୍କୁ ଏକ ଆଶ୍ଚର୍ଯ୍ୟଜନକ ଭାଲେଣ୍ଟାଇନ୍ସ ଉପହାର ଦେବାକୁ ଦାବି କରି ଏକ ମେସେଜ୍ କିମ୍ବା ଇମେଲ୍ ପାଇବା ସାଧାରଣ କଥା। ଏହାକୁ ପାଇବା ପାଇଁ ଆପଣଙ୍କୁ ଆପଣଙ୍କର ଠିକଣା ନିଶ୍ଚିତ କରିବା ଏବଂ ଡେଲିଭରି ଫି ଦେବା ପାଇଁ ଏକ ଲିଙ୍କ୍ ଉପରେ କ୍ଲିକ୍ କରିବାକୁ କୁହାଯାଏ। ଏହି ଲିଙ୍କ୍ଗୁଡ଼ିକ ପ୍ରାୟତଃ ନକଲି ପୃଷ୍ଠା ସୃଷ୍ଟି କରେ ଯାହା ଆପଣଙ୍କର ବ୍ୟକ୍ତିଗତ କିମ୍ବା ବ୍ୟାଙ୍କ ବିବରଣୀ ଚୋରି କରେ। ଯଦି ଆପଣ କିଛି ଅର୍ଡର କରିନାହାଁନ୍ତି କିମ୍ବା କେହି ଆପଣଙ୍କୁ ଏପରି କିଛି ପଠାଇବେ ବୋଲି ଆଶା କରୁନାହାଁନ୍ତି, ତେବେ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ନାହିଁ। ଧ୍ୟାନ ଦିଅନ୍ତୁ ଯେ ଡେଲିଭରି କମ୍ପାନୀଗୁଡ଼ିକ ଅନିୟମିତ ମେସେଜ୍ ମାଧ୍ୟମରେ ସମ୍ବେଦନଶୀଳ ସୂଚନା ମାଗନ୍ତି ନାହିଁ।

 

ଫ୍ରି ଫାୟାର ଖେଳିବାକୁ ବାରଣ କରିବାରୁ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ଅଭିଯୁକ୍ତ ଫେରାର୍

ନନ୍ଦିଘୋଷ ବ୍ୟୁରୋ: ବୃଦ୍ଧଙ୍କୁ ବିରାଧ କରିବା ପଡ଼ିଲା ମହଙ୍ଗା । ଫ୍ରି ଫାୟାର ଖେଳ ଯୋଗୁ ଚାଲିଗଲା ବୃଦ୍ଧଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ବିହାରର ଗୟାରେ । ବିଷ୍ଣୁପଦ ଥାନା ଅଞ୍ଚଳ ଅନ୍ତର୍ଗତ ସଙ୍ଗମ ଗଳିର ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି । ମୋବାଇଲ ଫୋନରେ କିଛି ନିଶାଗ୍ରସ୍ତ ଯୁବକ ଫ୍ରି ଫାୟର ଗେମ ଖେଳୁଥିବା ବେଳେ ବୃଦ୍ଧ ଜଣକୁ ହୋହଲ୍ଲା କରିବାକୁ ମନା କରିଥିଲେ ଯାହା ତାଙ୍କ ପାଇଁ କାଳ ସାଜିଥିଲା ।ହତ୍ୟା ପରେ ପୋଲିସ ଦୁଇଜଣଙ୍କୁ ଅଟକ ରଖିଛି, ଯେଉଁମାନେ ଉଭୟ ନାବାଳକ ବୋଲି ବିଶ୍ୱାସ କରାଯାଉଛି। ମୋବାଇଲ୍ ଫୋନ୍‌ରେ ଫ୍ରି ଫାୟାର ଗେମ୍ ଖେଳୁଥିବା ପୁଅମାନେ ୬୦ ବର୍ଷୀୟ ବୃଦ୍ଧଙ୍କୁ ହତ୍ୟା କରିଛନ୍ତି। ଖବର ମିଳିଛି ଯେ ପଡ଼ୋଶୀରେ କିଛି ପୁଅ ଫ୍ରି ଫାୟାର ଖେଳୁଥିଲେ। ଯେତେବେଳେ ୬୦ ବର୍ଷୀୟ ଅର୍ଜୁନ ମାଞ୍ଝି ତାଙ୍କ ଘର ପାଖରେ ହୋହଲ୍ଲାକୁ ବିରୋଧ କଲେ, ସେମାନେ ତାଙ୍କୁ ଆକ୍ରମଣ କରିଥିଲେ, ଠେଲାପେଲି କରିଥିଲେ।

ଫ୍ରି ଫାୟାର ଖେଳୁଥିବା ପିଲାମାନେ ଏତେ ପାଗଳ ହୋଇଗଲେ ଯେ ସେମାନେ ବୃଦ୍ଧଙ୍କୁ ଏତେ ଠେଲାପେଲା କରି  ଆକ୍ରମଣ କଲେ ଯେ ତାଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଗଲା। ଘଟଣା ଜାଣିବା ପରେ ବିଷ୍ଣୁପଦ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା। ତୁରନ୍ତ କାର୍ଯ୍ୟ କରି ପୋଲିସ ଦୁଇଜଣଙ୍କୁ ଅଟକ ରଖିଥିବାବେଳେ ଅନ୍ୟ ଦୁଇଜଣ ଖସି ପଳାଇଗଲେ।

ରିପୋର୍ଟ ଅନୁଯାୟୀ ଚାରି ଜଣ କିଶୋର ସେମାନଙ୍କ ମୋବାଇଲ୍ ଫୋନ୍‌ରେ ଫ୍ରି ଫାୟାର ଗେମ୍ ଖେଳୁଥିଲେ। ବୃଦ୍ଧ ବ୍ୟକ୍ତିଙ୍କ ବାଧା ସହ୍ୟ ନ କରି ସେମାନେ ଖେଳରେ ଏତେ ମଗ୍ନ ହୋଇଗଲେ ଯେ ସେମାନେ ବୃଦ୍ଧଙ୍କୁ ଠେଲାପେଲି ଏବଂ ଠେଲି ମାରି ହତ୍ୟା କଲେ । ମୃତକଙ୍କ ନାମ ଅର୍ଜୁନ ମାଞ୍ଝି, ଯିଏ ରାଜମିସ୍ତ୍ରୀ ଭାବରେ କାମ କରୁଥିଲେ। ମୃତ ଅର୍ଜୁନ ମାଞ୍ଝିଙ୍କ ବଡ଼ ବୋହୂ ରିଙ୍କି ଦେବୀ କହିଛନ୍ତି ଯେ ଏଠାରେ ପୁଅମାନେ ଦିନରାତି ଫ୍ରି ଫାୟାର ଖେଳନ୍ତି। “ଏହି ସମୟରେ, ଗତକାଲି ବିଳମ୍ବିତ ରାତିରେ ମୋ ଶ୍ୱଶୁର ଅର୍ଜୁନ ମାଞ୍ଝି ଆସିଲେ, ସେ ଚାରି ଜଣ ପୁଅଙ୍କୁ ଫ୍ରି ଫାୟାର ଖେଳୁଥିବା ଏବଂ ଶବ୍ଦ କରୁଥିବାର ଦେଖି ବିରୋଧ କରିଥିଲେ,”  ।

ଯେତେବେଳେ ମୋ ଶ୍ୱଶୁର ଚାରି ପୁଅଙ୍କୁ ଅଟକାଇବାକୁ ଚେଷ୍ଟା କଲେ, ସେମାନେ ସମସ୍ତେ ତାଙ୍କୁ ଠେଲାପେଲି ଏବଂ ପିଟିଲେ। ତାଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଲା ଏବଂ ତାଙ୍କର ମୃତ୍ୟୁ ହେଲା। ତାଙ୍କୁ ଡାକ୍ତରଙ୍କ ପାଖକୁ ନିଆଯାଇଥିଲା ଏବଂ ତାଙ୍କର ମୃତ୍ୟୁ ନିଶ୍ଚିତ ହୋଇଥିଲା। ମୋ ଶ୍ୱଶୁର ବିଳମ୍ବିତ ରାତିରେ ଘରକୁ ଆସିଥିଲେ। ଚାରି ଜଣ ପୁଅ ଫ୍ରି ଫାୟାର ଖେଳୁଥିଲେ। ଯେତେବେଳେ ସେ ପିଲାମାନଙ୍କୁ ଶବ୍ଦ କରିବାରୁ ନିବୃତ୍ତ କରିବାକୁ ଚେଷ୍ଟା କଲେ, ସେମାନେ ତାଙ୍କୁ ଆକ୍ରମଣ କଲେ, ଠେଲାପେଲି କଲେ ଏବଂ ଠେଲାପେଲି କଲେ, ଯାହା ଫଳରେ ତାଙ୍କର ମୃତ୍ୟୁ ହେଲା। ଘଟଣା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଜଣଙ୍କୁ ଗିରଫ କରିଛି।

 

ଜାଗର ତଥା ମହା ଶିବରାତ୍ରି ପାଇଁ ଚଳଚଞ୍ଚଳ ବାବା ଆଖଣ୍ଡଳମଣିଙ୍କ ପୀଠ

ଭଦ୍ରକ : ଭଦ୍ରକ ଆରଡି ବାବା ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ପାଇଁ ପ୍ରସ୍ତୁତି । ସଜେଇ ହେଲାଣି ମୁଖ୍ୟ ମନ୍ଦିର ସହ ବେଢ଼ା ପରିସର । ଚିତ୍ରକାର ସେଵାକାରୀଙ୍କ ପକ୍ଷରୁ ଦିନରାତି ଚାଲିଛି ରଙ୍ଗ କାର୍ଯ୍ୟ। ସେହିପରି ଚଳିତବର୍ଷ ମନ୍ଦିର ପରିସର ଓ ପୀଠକୁ ଆକର୍ଷଣୀୟ ଆଲୋକ ସଜ୍ଜା କରାଯିବ ବୋଲି ଭଦ୍ରକ ଉପଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟଵୋର୍ଡ ଟ୍ରଷ୍ଟି ସୈାରଭ ଚକ୍ରଵର୍ତ୍ତୀ କହିଛନ୍ତି। ଜାଗରଯାତ୍ରା ପାଇଁ ୨ୟ ସମନ୍ଵୟ ଵୈଠକ ଅନୁଷ୍ଠିତ ହୋଇଛି। ଜାଗରଯାତ୍ରାରେ ବ୍ୟାପକ ପୋଲିସ ମୁତୟନ ସହ ସିସିଟିଭି କ୍ୟାମେରା ଓ ଡ୍ରୋନର ବ୍ୟବହାର କରାଯିବ।

ଜାଗରଯାତ୍ରା ଦିନ ଭୋର ୪ଟାରେ ମନ୍ଦିର ଦ୍ବାର ଫିଟା ନୀତି ସହ ମଙ୍ଗଳ ଆଳତୀ ସମ୍ପନ୍ନ ହେଵ । ପରମ୍ପରା ଅନୁଯାୟୀ କନିକା ରାଜାଙ୍କର ଘର୍ଷଣଲାଗି, ଜଳାଭିଷେକ ସରିବା ପରେ ବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯିବ। ପାଳିଆ ସେଵାୟତ ପକ୍ଷରୁ ପହିଲି ଵଢାଭାତ ଅନ୍ନନୀତି ଭୋଗ ଲାଗି ପରେ ଭକ୍ତଙ୍କ ସାହାଣମେଲା ଦର୍ଶନ କରାଯିବ। ସଂଧ୍ୟାରୁ ୪ପ୍ରହର ମହାସ୍ନାନ ସହ ରାତ୍ର ୧ଟାରେ ସୁନାବେଶ ସମ୍ପନ୍ନ ହେବା ପରେ ଭୋର ୪ଟା୩୦ରେ ମନ୍ଦିର ଚୂଡାକୁ ଉଠିବ ମହାଦୀପ।

୧୪ ବର୍ଷିଆ ନାବାଳିକାକୁ ୬୦ ବର୍ଷୀୟ ବୃଦ୍ଧର ଦୁଷ୍କର୍ମ

ଦେବଗଡ଼ : ୧୪ ବର୍ଷିଆ ନାବାଳିକାକୁ ୬୦ ବର୍ଷୀୟ ବୃଦ୍ଧର ଦୁଷ୍କର୍ମ । ଜେଲ ଗଲା ଅଭିଯୁକ୍ତ । ଦେବଗଡ଼ ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା lଗତ ଜାନୁଆରୀ ୩୦ ତାରିଖ ସନ୍ଧ୍ୟାରେ ଖେଳପଡିଆରୁ ଘରକୁ ଫେରିବା ବେଳେ ଅନ୍ଧାରର ସୁଯୋଗ ନେଇ ଏକ ପରିତ୍ୟକ୍ତ ଘରେ ବଳପୁର୍ବକ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଘରେ ଏକୁଟିଆ ରହୁଥିବା ପୀଡିତା ଓ ତା ମାଆକୁ ହତ୍ୟା ଧମକ ଦେଇ ଭୟଭୀତ କରି ରଖିଥିଲା ଅଭିଯୁକ୍ତ l

ବାପା କାମ ପାଇଁ ବାହାରକୁ ଯାଇଥିବାରୁ ଘରକୁ ଫେରିବା ପରେ ଦେବଗଡ଼ ଥାନାରେ ଅଭିଯୋଗ କରିଥିଲେ ପୀଡିତା । ପକ୍ସୋ ଆକ୍ଟ ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଦେବଗଡ଼ ଥାନା ପୁଲିସ l ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ଜେଲ ଯାଇଛି ଅଭିଯୁକ୍ତ ।

ପୁଣି ଦୁଲୁକିଵ ସହରର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ; ଆଜି ଠାରୁ ଆରମ୍ଭ FIH ପ୍ରୋ ଲିଗ ୨୦୨୫- ୨୦୨୬ ପୁରୁଷ ମ୍ୟାଚ୍

ରାଉରକେଲା : ପୁଣି ଦୁଲୁକିଵ ସହରର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ । ଆଜି ଠାରୁ ଆରମ୍ଭ ହେବ FIH ପ୍ରୋ ଲିଗ ୨୦୨୫- ୨୦୨୬ ପୁରୁଷ ମ୍ୟାଚ । ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା FIH ପ୍ରୋ ଲିଗରେ ଭାରତ, ବେଲଜିଅମ ଓ ଆର୍ଜେଣ୍ଟିନା ଟିମ ଅଂଶ ଗ୍ରହଣ କରିବେ । ଆସନ୍ତାକାଲି ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ବେଲଜିଅମ ଓ ଆର୍ଜେଣ୍ଟିନା । କାଲି ଭାରତ ଓ ବେଲଜିଅମ ମଧ୍ୟରେ ୧୨ ତାରିଖରେ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ।

୧୩ ତାରିଖ ଆର୍ଜେଣ୍ଟିନା ଓ ବେଲଜିଅମ ମଧ୍ୟରେ ୧୪ ତାରିଖ ଭାରତ ଓ ବେଲଜିଅମ ମଧ୍ୟରେ ହେବ ମୁକାବିଲା । ୧୫ ତାରିଖ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବ ମ୍ୟାଚ । ଏଥିପାଇଁ ଭାରତ, ବେଲଜିଅମ ଓ ଆର୍ଜେଣ୍ଟିନା ଟିମର ଖେଳାଳି ରାଉରକେଲାରେ ପହଞ୍ଚି ନିଜର ଅଭ୍ୟାସ ଆରମ୍ଭ କରିଛନ୍ତି । ସମସ୍ତ ୬ ଟି ମ୍ୟାଚ ରାତି ସାଢେ ୭ଟା ରେ ଆରମ୍ଭ ହେବ । ଏନେଇ ଟିମ ବେଶ ଉତ୍ସାହିତ ଥିବା କହିଛନ୍ତି ଅଧିନାୟକ ।

ବ୍ରିଟେନର ପ୍ରଥମ ମୁସଲିମ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଶବାନା ମହମୁଦ !

ନନ୍ଦିଘୋଷ ବ୍ୟୁରୋ: ବ୍ରିଟେନର ପ୍ରଥମ ମୁସଲିମ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଶବାନା ମହମୁଦ । ବ୍ରିଟେନରେ ପ୍ରବଳ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି । ଏପଷ୍ଟାଇନ୍ ଫାଇଲରେ ପ୍ରକାଶିତ ତଥ୍ୟ ଯୁକ୍ତରାଜ୍ୟ ସରକାରଙ୍କୁ ଦୋହଲାଇ ଦେଇଛି । ରାଜନୈତିକ ବିଶ୍ଳେଷଜ୍ଞମାନେ ଭବିଷ୍ୟବାଣୀ କରିଛନ୍ତି ଯେ ବ୍ରିଟେନ ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇପାରନ୍ତି । ସାମ୍ପ୍ରତିକ ଏପଷ୍ଟାଇନ୍ ଫାଇଲ୍ସ ଏବଂ ପିଟର ମାଣ୍ଡେଲସନ୍ ବିବାଦ କୀର ଷ୍ଟାରମରଙ୍କ ଉପରେ ଚାପ ପକାଉଛି । ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ସହାୟକମାନେ ଇସ୍ତଫା ଦେଉଥିବା ସୂଚନା ରହିଛି ।

ସୋମବାର ଦିନ, ପ୍ରଧାନମନ୍ତ୍ରୀଙ୍କ ଯୋଗାଯୋଗ ନିର୍ଦ୍ଦେଶକ ଟିମ୍ ଆଲେନ୍ ଇସ୍ତଫା ଦେଇଥିଲେ। ପୂର୍ବରୁ, ଷ୍ଟର୍ମରଙ୍କ ଚିଫ୍ ଅଫ୍ ଷ୍ଟାଫ୍ ମୋର୍ଗାନ୍ ମ୍ୟାକସ୍ୱିନି ଫେବୃଆରୀ ୮ ତାରିଖରେ ଇସ୍ତଫା ଦେଇଥିଲେ। ଏମାନଙ୍କ ମଧ୍ୟରେ ଶବାନା ମହମୁଦ ଏକ ପ୍ରମୁଖ ନାମ । ଶବାନା ମହମୁଦ ବର୍ତ୍ତମାନ ଜଣେ ପ୍ରମୁଖ ବ୍ରିଟିଶ ରାଜନେତା। ସେ ବର୍ତ୍ତମାନ ଗୃହ ସଚିବ ପଦବୀରେ ଅଛନ୍ତି। ସେ ଲେବର ପାର୍ଟିର ଜଣେ ବରିଷ୍ଠ ନେତା ଏବଂ ବ୍ରିଟିଶ ରାଜନୀତିରେ କୀର ଷ୍ଟାରମରଙ୍କ ନେତୃତ୍ୱକୁ ନେଇ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ଦୌଡ଼ରେ ସେ ଜଣେ ପ୍ରମୁଖ ଦାବିଦାର ଭାବରେ ଉଭା ହୋଇଛନ୍ତି।

ସର୍ବଭାରତୀୟ ଧର୍ମଘଟକୁ ବିଜୁ ଶ୍ରମିକ ସାମୁଖ୍ୟର ସମର୍ଥନ ; ୧୨ ତାରିଖରେ ଅଖ, ଚକ, ଠପ

ଭୁବନେଶ୍ବର : ୨୦୨୬ ଫେବୃୟାରୀ ୧୨ ସର୍ବଭାରତୀୟ ଧର୍ମଘଟକୁ ବିଜୁ ଶ୍ରମିକ ସାମୁଖ୍ୟର ସମର୍ଥନ । ଓଡିଶା ବିଜୁ ଶ୍ରମିକ ସାମୂଖ୍ୟର ଏକ ବୈଠକରେ ଖୋର୍ଦ୍ଧା ଜିଲ୍ଲା ସଭାପତି ନବକିଶୋର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । କଟକ ମେୟର ତଥା ବିଜୁ ଶ୍ରମିକ ସାମୂଖ୍ୟ ମହାସଚିବ ସୁବାଷ ସିଂ, ଉପ-ସଭାପତି ପ୍ରଦ୍ୟୁମ୍ନ କୁମାର ସାମଲ, ସଂପାଦକ ଯୋଗେନ୍ଦ୍ର କୁମାର ସାଇଁ, ଶ୍ରୀ ବିକ୍ରମ ନାୟକ ପ୍ରମୂଖ ଉପସ୍ଥିତ ରହି ବିଭିନ୍ନ ସର୍ବଭାରତୀୟ ଟ୍ରେଡ୍ ୟୁନିୟନ ତରଫରୁ ୧୨ ଫେବୃୟାରୀ ସାଧାରଣ ଧର୍ମଘଟକୁ ସମ୍ପୂର୍ଣ ସହଯୋଗ ଓ ସମର୍ଥନ କରିବାକୁ ସ୍ଥିର କରିଛନ୍ତି ।

କେନ୍ଦ୍ର ସରକାର କର୍ପୋରେଟ୍ ସଂସ୍ଥା ମାନଙ୍କ ସ୍ବାର୍ଥରେ ଟ୍ରେଡ୍‌ୟୁନିୟନ ମାନଙ୍କର ଅଧିକାରକୁ ଛଡାଇନେବା ପାଇଁ ଚେଷ୍ଟା କରିଛନ୍ତି । ୪୨ଟି ଶ୍ରମ ଆଇନକୁ ରଦ୍ଦକରି ୪ଟି ଶ୍ରମ କୋର୍ଡରେ ବିଭକ୍ତକୁ ବିରୋଧ କରାଯାଇଛି । ଚାଷୀ ଫସଲର ଉପଯୁକ୍ତ ମୂଲସ୍ଥିର କରିବା, ଓଡିଶାରେ କଟନି ଛଟନି ଜରିଆରେ ମିଲ ମାଲିକ ମାନଙ୍କ ସାର୍ଥରେ ସରକାର କାମ କରିବା,ମୂଲ୍ୟବୃଦ୍ଧି ରୋକିବା ପଭୂତି ଦାବୀଗୁଡିକ ବି.ଏସ୍.ଏସ୍ ତରଫରୁ ବିରୋଧ କରାଯାଇଛି । ଯେ ପର୍ଯ୍ୟନ୍ତ ଦାବୀ ଗୁଡିକ ପୂରଣ ନହୋଇଛି, ଶ୍ରମ କୋର୍ଡ ବାତିଲ ନ ହୋଇଛି, ବିଜୁ ଶ୍ରମିକ ସାମୂଖ୍ୟ ତାର ଲଢେଇ ଜାରି ରଖିବ ବୋଲି ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀ ନବକିଶୋର ମହାନ୍ତି ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।

ନଇଁଲା ପାକିସ୍ତାନ ; ଟି ଟ୍ଵେଣ୍ଟି ବିଶ୍ଵକପରେ ଭାରତ ସହିତ ମ୍ୟାଚ ଖେଳିବ ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ : ନଇଁଲା ପାକିସ୍ତାନ। ଟି ଟ୍ଵେଣ୍ଟି ବିଶ୍ଵକପରେ ଭାରତ ସହିତ ମ୍ୟାଚ ଖେଳିବାକୁ ରାଜି ହୋଇଛି ପାକିସ୍ତାନ। ଆଇସିସି ଓ ପିସିବି ମଧ୍ୟରେ ଘନ ଘନ ବୈଠକ ପରେ ପାକିସ୍ତାନ ରାଜି ହୋଇଥିବା ଜଣାପଡ଼ିଛି। ଆସନ୍ତା  ୧୫ ତାରିଖରେ କଲମ୍ଵୋରେ ଏହି ମ୍ୟାଚ ଅଛି। କିଛି ଦିନ ଆଗରୁ ସୋସିଆଲ ମିଡିଆରେ ପାକିସ୍ତାନ ସରକାର ଘୋଷଣା କରିଥିଲେ ଯେ, ଭାରତ ବିପକ୍ଷ ମ୍ୟାଚକୁ ପାକିସ୍ତାନ ବର୍ଜନ କରିବ। ଏହା ପରେ ମ୍ୟାଚକୁ ନେଇ ଅନିଶ୍ଚିତତା ଦେଖା ଦେଇଥିଲା। ଆଇସିସିର ଧମକ ସତ୍ତ୍ଵେ ପାକିସ୍ତାନ ପ୍ରଥମେ ମାନୁନଥିଲ। ପରେ ସବୁ ଆଡ଼ୁ ଚାପ ପଡ଼ିବା ପରେ ନଇଁଛି ପାକିସ୍ତାନ। ଭାରତ ସହିତ ମ୍ୟାଚ ଖେଳିବାକୁ ରାଜି ହୋଇଛି। ଶ୍ରୀଲଙ୍କା ମଧ୍ୟ ଏଦିଗରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।