spot_img
Home Blog Page 54

CJP ବିକ୍ଷୋଭ: ଆଜି ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଶୁଣାଣି

CJP ବିକ୍ଷୋଭ: ଆଜି ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଶୁଣାଣି

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରେ ସିଜେପି ଆନ୍ଦୋଳନ ପ୍ରସଙ୍ଗ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରତିବାଦ ସମୟରେ ଦିଲ୍ଲୀ ମେଟ୍ରୋ ଷ୍ଟେସନଗୁଡ଼ିକୁ ବନ୍ଦ କରିବା ଓ ଟ୍ରେନ୍ ସେବା ବାତିଲ କରି କର୍ତ୍ତୃପକ୍ଷ କୋର୍ଟ ନିର୍ଦ୍ଦେଶ ଉଲ୍ଲଂଘନ କରିଥିବା ଅଭିଯୋଗ ମାମଲାର ସୁପ୍ରିମକୋର୍ଟ ଆଜି କରିବେ ଶୁଣାଣି। ସିଜେପିର ବିକ୍ଷୋଭ, ନିର୍ବାଚନ ଆୟୋଗ, ଏସ୍‌ଆଇଆର୍‌, ମେଟ୍ରୋ ସେବା ବନ୍ଦ ଓ ପ୍ରଦର୍ଶନକାରୀଙ୍କ ଗିରଫଦାରୀକୁ ନେଇ ଆଜି ସ୍ୱତନ୍ତ୍ର ଶୁଣାଣି କରିବେ ସୁପ୍ରିମକୋର୍ଟ । ଛୁଟି ଦିନ ସତ୍ତ୍ୱେ ଦିଲ୍ଲୀରେ ସିଜେପିର ପ୍ରତିବାଦ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ଓ ସାର୍ବଜନୀନ ପରିବହନ ଉପରେ ଲାଗୁ ହୋଇଥିବା କଟକଣାକୁ ନେଇ ଦାଖଲ ଦୁଇଟି ପିଟିସନ୍‌ର ଶୁଣାଣି ହେବ।

ଆଡ଼ଭୋକେଟ ଶୈଳେନ୍ଦ୍ରମଣୀ ତ୍ରିପାଠୀଙ୍କ ପକ୍ଷରୁ ଦାୟର ପିଟିସନର ଶୁଣାଣି କରିବେ ଜଷ୍ଟିସ ଜୟମାଲ୍ୟା ବାଗଚୀ ଓ ଜଷ୍ଟିସ ଭି. ମୋହନା। ସେହିପରି ଶନିବାର ଆନ୍ଦୋଳନକାରୀଙ୍କୁ ଅଟକ ରଖାଯିବା ସଂକ୍ରାନ୍ତରେ ଆଇନଜୀବୀ ମେନକା ଗୁରୁସ୍ବାମୀ ଦାୟର କରିଥିବା ଏକ ହେଭିୟସ କର୍ପସ ପିଟିସିନର ବି ଶୁଣାଣି କରିବେ ଖଣ୍ଡପୀଠ। କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଦିଲ୍ଲୀ ପୋଲିସ କମିଶନର ଅନୁରାଗ କୁମାର ଓ ଦିଲ୍ଲୀ ମେଟ୍ରୋ ରେଳ ନିଗମ ଅଧ୍ଯକ୍ଷ ଡି. ଥାରା ଜାଣିଶୁଣି କୋର୍ଟଙ୍କ ନିର୍ଦ୍ଦେଶକୁ  ଅବମାନନା କରିଥିବା ପିଟିସନରେ ଦର୍ଶାଯାଇଛି।

ପିଟିସନର ଯୁକ୍ତି ଦର୍ଶାଇଛନ୍ତି ଯେ, ମେଟ୍ରୋ ଓ  ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ କଟକଣା ଜାରି ନ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ସତ୍ତ୍ବେ ଏସବୁ ଉପରେ କଟକଣା ଲଗାଯାଇଥିଲା। ସେହିପରି ଅନେକ ଟ୍ରେନ୍ ବନ୍ଦ ହେବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ସିଇସିଙ୍କ ଇସ୍ତଫା ଦାବି: ଆଜି ଦିଲ୍ଲୀରେ ପଦଯାତ୍ରା କରିବ ସିଜେପି

ସିଇସିଙ୍କ ଇସ୍ତଫା ଦାବି: ଆଜି ଦିଲ୍ଲୀରେ ପଦଯାତ୍ରା କରିବ ସିଜେପି

ନନ୍ଦିଘୋଷ ବ୍ୟୁରୋ: ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP। ଏନେଇ ଆଜି ଦିଲ୍ଲୀରେ ପଦଯାତ୍ରା ଆରମ୍ଭ କରିବ କକ୍ରୋଜ ଜନତା ପାର୍ଟି । ଆନ୍ଦୋଳନକୁ ଦୃଷ୍ଟିରେ ରଖି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । CJP ରାଲିରେ ବିଭିନ୍ନ ସଂଗଠନ ଯୋଗ ଦେବା ନେଇ ସୂଚନା ରହିଛି।

ଶନିବାର ଦିଲ୍ଲୀ ପୋଲିସ ୭ ହଜାରରୁ ଅଧିକ ନେତା ଓ କର୍ମୀଙ୍କୁ ଅଟକ ରଖିଥିବା ବେଳେ ୩ ହଜାର କର୍ମୀଙ୍କୁ ଖଲାସ କରିଛି । ସ୍ଥିତିକୁ ନଜରରେ ରଖି ପଦକ୍ଷେପ ଗ୍ରହଣ କରିପାରନ୍ତି ଦିଲ୍ଲୀ ସରକାର। ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ସମେତ ପ୍ରମୁଖ ନେତାଙ୍କୁ ଅଟକ ପରେ ସଂଗଠନର ଦାୟିତ୍ବ ବର୍ତ୍ତମାନ ଅଜିଙ୍କ୍ୟ ସିନ୍ଦେଙ୍କୁ ଦିଆଯାଇଛି । ଗତକାଲି ଆନ୍ଦୋଳନ ବେଳେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ମମତା ବାନାର୍ଜୀ ଓ ପିନରୟୀ ବିଜୟନଙ୍କୁ ଅଟକ ରଖିଥିଲା ପୋଲିସ। ସିଜେପି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏବେ ବି ସମଗ୍ର ଦିଲ୍ଲୀରେ ମୁତୟନ ରହିଛନ୍ତି ହଜାର ହଜାର ସୁରକ୍ଷା କର୍ମୀ । ସିଇସି ନିଜ ପଦରୁ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି CJP ପକ୍ଷରୁ କୁହାଯାଇଛି । ସେପଟେ ପୁଣି ବଡ଼ ଧରଣର ରାଲି କରିବ କଂଗ୍ରେସ। ଏଥିରେ ସାରା ଦେଶରୁ ହଜାର ହଜାର କର୍ମୀ ସାମିଲ ହେବା ନେଇ ସୂଚନା ରହିଛି।

ଅନ୍ୟପଟେ, ଦିଲ୍ଲୀରେ ହଜାର ହଜାର ସିଜେପି କର୍ମୀଙ୍କୁ ଅଟକ ଘଟଣାରେ ତାତିଛନ୍ତି ସୋନମ ୱାଙ୍ଗଚୁକ୍। ଯଦି ଅଟକ ଆନ୍ଦୋଳନକାରୀଙ୍କୁ ଛଡ଼ା ନଯାଏ ତେବେ ଅନଶନ ସହ ପଦଯାତ୍ରା କରାଯିବ ବୋଲି ସେ ଚେତାଇ ଦେଇଛନ୍ତି। ଦେଶରେ ବର୍ତ୍ତମାନ ଏକ ଅଘୋଷିତ ଜରୁରୀକାଳୀନ ସ୍ଥିତି ରହିଛି ବୋଲି ସେ କହିଛନ୍ତି। ସୋନମ ଓ୍ବାଙ୍ଗଚୁକ ରବିବାର ଅଭିଜିତ ଦୀପକେ, ସୌରଭ ଦାସ ଓ ଆଶୁତୋଷ ରଙ୍କାଙ୍କ ସମର୍ଥନରେ ଏକ ବଡ଼ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି । ପୂର୍ବରୁ ସେ ଆନ୍ଦୋଳନକାରୀଙ୍କୁ ମୁକ୍ତ କରିବାକୁ ସରକାରଙ୍କୁ ୨୪ ଘଣ୍ଟା ସମୟ ଦେଇଥିଲେ । ଆଉ ଯଦି ସରକାର ତାଙ୍କୁ ନଛାଡିଲେ ତେବେ ସେ ପୁଣିଥରେ ଅନଶନ ଆରମ୍ଭ କରିବେ ବୋଲି ଚେତାଇ ଦେଇଛନ୍ତି ।

ଆଜି ଅଭିଜିତଙ୍କ ପାଇଁ ବଡ ଘୋଷଣା କରିବେ ସୋନମ ୱାଙ୍ଗଚୁକ୍ !

ଅଭିଜିତଙ୍କ ପାଇଁ ବଡ ଘୋଷଣା କରିବେ ସୋନମ ୱାଙ୍ଗଚୁକ୍ !

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରେ ହଜାର ହଜାର ସିଜେପି କର୍ମୀଙ୍କୁ ଅଟକ ଘଟଣାରେ ତାତିଛନ୍ତି ବିଶିଷ୍ଟ ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକ। ଯଦି ଅଟକ ଆନ୍ଦୋଳନକାରୀଙ୍କୁ ଛଡ଼ା ନଯାଏ ତେବେ ଅନଶନ ସହ ପଦଯାତ୍ରା କରାଯିବ ବୋଲି ସେ ଧମକ ଦେଇଛନ୍ତି। ଦେଶରେ ବର୍ତ୍ତମାନ ଏକ ଅଘୋଷିତ ଜରୁରୀକାଳୀନ ସ୍ଥିତି ଜାରି ରହିଛି ବୋଲି ସେ କହିଛନ୍ତି। ପୂର୍ବରୁ ବି ସେ ସିଜେପିର ଜ୍ଞାନେଶ ହଟାଅ ଅଭିଯାନକୁ ସମର୍ଥନ କରିଥିଲେ। ଏହାରି ଭିତରେ ସୋନମ ଓ୍ବାଙ୍ଗଚୁକ ଆଜି ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କ ସମର୍ଥନରେ ଏକ ବଡ ଘୋଷଣା କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି ।  ପୂର୍ବରୁ ସେ ଆନ୍ଦୋଳନକାରୀଙ୍କୁ ମୁକ୍ତ କରିବାକୁ ସରକାରଙ୍କୁ ୨୪ ଘଣ୍ଟାର ସମୟ ଦେଇଥିଲେ, ଯାହା ଆଜି ସମାପ୍ତ ହେବ । ଆଉ ଯଦି ସରକାର ତାଙ୍କୁ ନଛାଡିଲେ ତେବେ ସେ ପୁଣି ଅନଶନ ଆରମ୍ଭ କରିବେ ବୋଲି ଚେତାଇ ଦେଇଛନ୍ତି ।

ସୋନମ ୱାଙ୍ଗଚୁକ ଦିଲ୍ଲୀରେ ଛାତ୍ର, ଯୁବ ନେତା, ଓକିଲ, ସମ୍ବାଦିକ ଏବଂ ସାଂସଦଙ୍କ ଗିରଫଦାରୀକୁ ନିନ୍ଦା କରି  କହିଛନ୍ତି ଯେ, ପ୍ରତିବାଦ ସମୟରେ ମୁଁ ଶାନ୍ତି ଏବଂ ଏକତା ବଜାୟ ରଖିବାକୁ ଆପଣଙ୍କୁ ବାର୍ତ୍ତା ପଠାଇଥିଲି । ମୋର ବିଶ୍ବାସ ଥିଲା ଯେ, ବିଶ୍ବର ସର୍ବବୃହତ ଗଣତନ୍ତ୍ରରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପାଇଁ ଅନୁମତି ଦିଆଯିବ । କିନ୍ତୁ ଏବେ ଲାଗୁଛି ଯେପରି ସାରା ଦେଶରେ ଏକ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି । ସୂଚନା ମୁତାବକ, ଦିଲ୍ଲୀ ପୋଲିସ କଡା ସୁରକ୍ଷା ବ୍ୟବସ୍ଥା ଦ୍ବାରା ‘ଯନ୍ତର ମନ୍ତର ୨.୦’ ପ୍ରତିବାଦକୁ ଆରମ୍ଭ ହେବା ପୂର୍ବରୁ ହିଁ ନିୟନ୍ତ୍ରଣ କରିନେଇଥିଲା । ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ ଏବଂ ଚାରି ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୭,୦୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯାଇଥିଲା । ଏହାସହ ଧ୍ରୁବ ରାଠିଙ୍କୁ ତାଙ୍କ ଗୁରୁଗ୍ରାମ ବାସଭବନରୁ ଉଠାଇ ନିଆଯାଇଥିଲା ।

ସେପଟେ ଦିଲ୍ଲୀ ପୋଲିସର ହଜାରେ ଚେଷ୍ଟା ପରେ ବି ପଛକୁ ହଟି ନାହିଁ କକ୍ରୋଚ୍ ଜନତା ପାର୍ଟି । ସିଇସି ଜ୍ଞାନେଶ କୁମାର ଇସ୍ତଫା ନଦେବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି ସିଜେପି ସଫା ସଫା କହିଦେଇଛି । ରବିବାର ସକାଳ ୧୦ଟାରେ ଯନ୍ତର ମନ୍ତରରେ ପୁଣି ଥରେ ପ୍ରତିବାଦ କରିବାକୁ ଘୋଷଣା କରିଛି ।  ଅନ୍ୟପଟେ ରବିବାର ସୁପ୍ରିମକୋର୍ଟ ଏକ ଆବେଦନର ଶୁଣାଣୀ କରିବେ ଯେଉଁଥିରେ ମେଟ୍ରୋ ଏବଂ ଟ୍ରେନ୍ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ ନକରିବାକୁ ଅକ୍ଟୋବର ୧୦ ତାରିଖରେ ଦିଆଯାଇଥିବା ନିର୍ଦ୍ଦେଶର ଉଲଂଘନ ହୋଇଥିବା ଅଭିଯୋଗ ହୋଇଛି ।

 

 

ଆଜି ଶୈଳପୁତ୍ରୀଙ୍କ ପୂଜା, କାକଟପୁର ପୀଠରେ ଭକ୍ତଙ୍କ ଭିଡ଼

ନନ୍ଦିଘୋଷ ବ୍ୟୁରୋ: ଶାରଦୀୟ ନବରାତ୍ରର ଆଜି ପ୍ରଥମ ଦିନରେ ପ୍ରାଚୀତଟ ବାସିନୀ ତଥା ପୁରୀ ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ କାକଟପୁର ବାସିନୀ ମା’ ମଙ୍ଗଳା ପୀଠରେ ଭକ୍ତିର ମହା ସମାରୋହ। ଆଜି ପ୍ରତିପଦା ତିଥି, ଶୈଳପୁତ୍ରୀଙ୍କ ପୂଜା । ଭୋର ୪ ଟାରୁ ମଙ୍ଗଳ ଆଳତି, ଅବକାଶ ନୀତି, ବଲ୍ଲଭ, ମଇଲମ ଓ ସକାଳ ଧୂପ ପରେ ଖୋଲିଛି ମା’ଙ୍କ ସିଂହଦ୍ୱାର। ହଜାର ହଜାର ଶ୍ରଦ୍ଧାଳୁ ସକାଳୁ ଧାଡିରେ ଠିଆ ହୋଇ ମା’ଙ୍କ ଦର୍ଶନ କରୁଛନ୍ତି। ପୀଠରେ ଢୋଲ, ମୃଦଙ୍ଗ, ଘଣ୍ଟ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ପରିବେଶ। ଦିନରେ ମା’ଙ୍କ ନିକଟରେ ନବପତ୍ରିକା ପୂଜା ଓ ଚଣ୍ଡୀପାଠ ଆରମ୍ଭ ହେବ। ଭକ୍ତମାନେ ମାନସିକ ରଖି ଅଖଣ୍ଡ ଦୀପ ଦାନ କରୁଛନ୍ତି।

କେଶ ସହ ତ୍ବଚାର ସମସ୍ୟା ଦୂର କରିଥାଏ ମାଣ୍ତିଆ! ଏପରି କରନ୍ତୁ ବ୍ୟବହାର

କେଶ ସହ ତ୍ବଚାର ସମସ୍ୟା ଦୂର କରିଥାଏ ମାଣ୍ତିଆ

ନନ୍ଦିଘୋଷ ବ୍ୟୁରୋ: ଶରୀର ପାଇଁ ବେଶ ଲାଭଦାୟୀ ମାଣ୍ତିଆ । ପୁଷ୍ଟିକର ଖାଦ୍ୟ ଭାବେ ଜଣାଶୁଣା ଏହି ମାଣ୍ତିଆ ସ୍ବାସ୍ଥ୍ୟ ପାଇଁ ବେଶ ହିତକର ଅଟେ । ନିୟମିତ ଭାବେ ମାଣ୍ତିଆ ଖାଇବା ଦ୍ବାରା ପେଟ ଥଣ୍ତା ରହିଥାଏ । ଏଥିରେ ଡ଼ାଏଟାରୀ ଫାଇବର କ୍ୟାଲସିୟମ୍, ପ୍ରୋଟିନ୍ ଓ ପୋଟାସିୟମ୍ ସହ ପ୍ରଚୁର ପରିମାଣରେ ଆଇରନ୍ ରହିଥାଏ । ଏଥିରେ ଥିବା ପ୍ରୋଟିନ୍ ଓ ଫାଇବର ଓଜନ ହ୍ରାସ ପାଇଁ ବେଶ ସହାୟକ ହୋଇଥାଏ । ଏହା ସହିତ, ଏଥିରୁ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଯେଉଁଥିରେ କର୍କଟ ବିରୋଧୀ ଗୁଣ ମଧ୍ୟ ଥାଏ। ହୃଦ୍ ରୋଗଠାରୁ ଆରମ୍ଭ କରି ମଧୁମେହ ଓ ମାଂସପେଶୀ ପାଇଁ ମାଣ୍ଡିଆ ଅତ୍ୟନ୍ତ ଲାଭଦାୟୀ ଅଟେ।

କେଶ ଓ ତ୍ୱଚା ପାଇଁ ମଧ୍ୟ ବେଶ ଉପକାରୀ…

ବର୍ତ୍ତମାନ ସମୟରେ କେଶ ଝଡ଼ିବା ଏକ ବଡ଼ ସମସ୍ୟା ଅଟେ । ତେବେ ମାଣ୍ତିଆର ବ୍ୟବହାର ଦ୍ବାରା ଏହାକୁ କମ୍ କରାଯାଇପାରିବ । ପ୍ରଥମେ ଏକ ପାତ୍ରରେ ମାଣ୍ଡିଆ ଗୁଣ୍ଡ ନିଅନ୍ତୁ । ଏଥିରେ କିଛି ଅଁଳା ପେଷ୍ଟ ପକାଇ ଭଲ ଭାବେ ଏହାକୁ ମିକ୍ସ କରି ନିଅନ୍ତୁ । ଏହାପରେ ଆବଶ୍ୟକ ଅନୁଯାୟୀ ମନ୍ଦାର ଫୁଲ ଆଣି ଏଥିରେ ପକାନ୍ତୁ । ପ୍ରସ୍ତୁତ ହୋଇଥିବା ପେଷ୍ଟକୁ ନିଜ କେଶ ମୂଳରେ ଲଗାଇବା ସହ ଧୀରେ ଧୀରେ ମସାଜ କରନ୍ତୁ । ୧୦ରୁ ୧୫ ମିନିଟ୍‌ ପରେ କେଶ ଧୋଇ ନିଅନ୍ତୁ ।

ସେହିପରି ତ୍ବଚାରେ ଚମକ ପାଇଁ ପ୍ରଥମେ ଦହିରେ ମାଣ୍ଡିଆ ପକାଇ ଅଳ୍ପ ସମୟ ପାଇଁ ତାହାକୁ ଭିଜେଇ କରି ରଖନ୍ତୁ । ମାଣ୍ଡିଆ ନରମ ହୋଇଯିବା ପରେ ଏହି ମିଶ୍ରଣକୁ ନିଜ ଚେହେରାରେ ଲଗାଇ ଧୀରେ ଧୀରେ ସ୍କ୍ରବ୍‌ କରନ୍ତୁ । ଏପରି ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ କରନ୍ତୁ । ଏହା ପରେ ମୁହଁ ସଫା କରି ନିଅନ୍ତୁ ।

(Disclaimer: ଏହି ଆର୍ଟିକିଲରେଥିବା ସୂଚନା, ପଦ୍ଧତି ଓ ପରାମର୍ଶକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଡାକ୍ତର କିମ୍ବା ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।)

ବଢିଲା ବାତ୍ୟା ଆଶଙ୍କା !

ନନ୍ଦିଘୋଷ ବ୍ୟୁରୋ: ଆଜି ଆଣ୍ଡାମାନ ସାଗରକୁ ପ୍ରବେଶ କରିବ ଥାଇଲାଣ୍ଡ ଉପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଯାହା ସମୁଦ୍ରପତ୍ତନ ଠାରୁ ୯.୪ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି । ୧୩ ତାରିଖ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା । ଏହା ଅବପାତ ରୂପ ନେବା ନେଇ ବଢୁଛି ଆଶଙ୍କା ।  ଆଉ ଅବପାତରେ ପରିଣତ ହେବା ପରେ ଏହା ବାତ୍ୟାର ରୂପ ନେବ କି ନାହିଁ; ତାହା ମଧ୍ୟ ଅସ୍ପଷ୍ଟ ରହିଛି । ପାଣିପାଗ ବିଶେଷଜ୍ଞଙ୍କ ମତରେ, ବର୍ତ୍ତମାନ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ପରିସ୍ଥିତି ବିଶେଷ ଅନୁକୂଳ ନାହିଁ । ଲଘୁଚାପର ପରବର୍ତ୍ତୀ ଗତିବିଧି ଉପରେ ନଜର ରଖାଯାଇଛି । ଲଘୁଚାପ ସୃଷ୍ଟି ହେବା ପରେ ହିଁ ବାତ୍ୟା ହେବ କି ନାହିଁ, ତାହା ସ୍ପଷ୍ଟ ହାେଇପାରିବ ।

ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଗତ ଦୁଇ ତିନି ଦିନ ହେବ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି । ବଜ୍ରପାତ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ପାଇଁ ୨୧ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ତେବେ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ,  ଆଗାମୀ ୭ ଦିନ ମଧ୍ୟରେ ଦିନ ଓ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଅନ୍ୟପକ୍ଷରେ, ରାଜ୍ୟରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଜାରି ରହିଛି । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଲଘୁଚାପ ହେଲେ ଦୁର୍ଗା ପୂଜା ଫିକା ପଡିପାରେ ବୋଲି ଲୋକଙ୍କ ଭିତରେ ଆଶଙ୍କା ବଢିଛି ।

ୟୁକ୍ରେନରେ ଋଷିଆର ଆକ୍ରମଣ, ମୃତକଙ୍କ ମଧ୍ୟରେ ୪ ଶିଶୁ ସାମିଲ

ନନ୍ଦିଘୋଷ ବ୍ୟୁରୋ: ୟୁକ୍ରେନରେ ଋଷିଆର ଆକ୍ରମଣ । ୟୁକ୍ରେନର ଦକ୍ଷିଣାଞ୍ଚଳ ଜାପୋରିଝିଆରେ ଆକାଶମାର୍ଗରୁ ଋଷୀୟ ସେନାର ଆକ୍ରମଣରେ ପ୍ରାୟ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଶନିବାର ଦିନ ଜାପୋରିଝିଆର ବହୁ ଆବାସିକ କୋଠା ଗୁଡ଼ିକୁ ଲକ୍ଷ୍ୟ କରି ଋଷ ବୋମାମାଡ଼ କରିଥିଲା । ଏହି ଆକ୍ରମଣରେ ୩୨ ଜଣ ଆହତ ହେବା ସହ ପ୍ରାୟ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବା ଜଣାପଡ଼ିଛି । ଆହୁରି ଅନେକ ଲୋକ ନିଖୋଜ ଅଛନ୍ତି । ସେମାନେ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ବୋଲି ଅଞ୍ଚଳର ସାମରିକ ପ୍ରଶାସନ ମୁଖ୍ୟ ମିଖାଇଲେ ସେମିକିନ୍ କହିଛନ୍ତି । ଆମେରିକା ରାଷ୍ଟ୍ରପତି ଡ଼ୋନାଲ ଟ୍ରମ୍ପ୍ ଋଷରୁ ଡ଼ିଜେଲ କିଣିବା ପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଚୁକ୍ତି କରିବା ସମୟରେ ଏହି ଆକ୍ରମଣ ହୋଇଥିବା କୁହଯାଉଛି । ରିପୋର୍ଟ ଅନୁଯାୟୀ, ଗତ ୪ ଦିନ ମଧ୍ୟରେ ୟୁକ୍ରେନରେ ଋଷୀୟ ବୋମାମାଡ଼ରେ ପ୍ରାୟ ୫୫ରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି ।

ପ୍ରକାଶ ଥାଉ କି,  ଟ୍ରମ୍ପ୍ ତାଙ୍କ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲର ଏକ ପୋଷ୍ଟରେ କହିଛନ୍ତି, “ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ସହ ମୋର ଏକ ଆଲୋଚନା ହୋଇଥିଲା,ଯେଉଁଥିରେ ଋଷ ତୁରନ୍ତ ଆମେରିକା ସହ ବିଶ୍ୱ ବଜାରକୁ ୩ ଲକ୍ଷ ଟନ୍ ରୁ ଅଧିକ ଡିଜେଲ୍ ଯୋଗାଇବ ବୋଲି ରାଜି ହୋଇଛି । ନଭେମ୍ବରରେ ଋଷ ଅତିରିକ୍ତ ୫ ଲକ୍ଷ ଟନ୍ ରୁ ଅଧିକ ଡିଜେଲ ଯୋଗାଇବ। ଏହାପରେ ତୁରନ୍ତ ଆଉ ୧୦ ଲକ୍ଷ ଟନ୍ ଡିଜେଲ ଯୋଗାଇବ । ଏହା ବ୍ୟତୀତ ଋଷର ଡିଜେଲ ରିଫାଇନାରୀର ସ୍ଥିତିକୁ ବିଚାରକୁ ନେଇ ସେ ଅଳ୍ପ ସମୟ ମଧ୍ୟରେ ୩୦ ଲକ୍ଷ ଟନ୍ ଡିଜେଲ ଇନ୍ଧନ ଯୋଗାଇବେ” ବୋଲି ଟ୍ରମ୍ପ କହିଛନ୍ତି ।

ତେବେ ଆମେରିକାର ଏହି ଚୁକ୍ତିକୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସମାଲୋଚନା କରିଛନ୍ତି । ଏନେଇ ସେ କହିଛନ୍ତି, ଋଷକୁ ଡ଼ିଜେଲ ବିକ୍ରି କରିବାର ନେଇ ସୁଯୋଗ ଦେଲେ ଏହା ଯୁଦ୍ଧ ଚଳାଇବା ପାଇଁ ଆର୍ଥିକ ବୃଦ୍ଧି କରିବ । ଏହି ଚୁକ୍ତି ବଳରେ ଶାନ୍ତି ପ୍ରତିଷ୍ଠା ପରିବର୍ତ୍ତେ ଯୁଦ୍ଧକୁ ଅଧିକ ଦିନ ଧରି ଚାଲୁ ରଖିବା ନେଇ ସହାୟକ ହେବ । ଏହି ଚୁକ୍ତି ସମୟରେ ତାଙ୍କ ପ୍ରତିନିଧି ଷ୍ଟିଭ୍ ୱିଟକଫ ଓ ଜାମାତା ଜାରେଡ଼ କୁଶନର୍ ମିଆମିରେ ୟୁକ୍ରେନର ପ୍ରତିନିଧିମାନଙ୍କ ସହ ଯୁଦ୍ଧ ବନ୍ଦ କରିବା ପ୍ରସ୍ତାବ ଉପରେ ଆଲୋଚନା କରୁଥିଲେ । ଏହି ଆଲୋଚନାକୁ ଆମେରିକା ଋଷ ସହ ଡ଼ିଜେଲ ଚୁକ୍ତି ପାଇଁ ବାହାନା ଭାବେ ବ୍ୟବହାର କରୁଛି ବୋଲି ଜେଲେନସ୍କି ଅଭିଯୋଗ କରିଛନ୍ତି ।

ଛାତ୍ର ସଂସଦ ନିର୍ବାଚନରେ ବିଜେପିର ଗୁଣ୍ଡାଗର୍ଦ୍ଦି !

ନନ୍ଦିଘୋଷ ବ୍ୟୁରୋ: ଛାତ୍ର ସଂସଦ ନିର୍ବାଚନରେ ବି ସରକାରୀ କଳ ବ୍ୟବହାର ଅଭିଯୋଗ । ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ଅନ୍ୟ ଦଳ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ କରାଯାଇଥିବା ଅଭିଯୋଗ । ବିନା ହିଂସାକାଣ୍ଡରେ ବି ଅନେକ କଲେଜରେ ନିର୍ବାଚନ ବାତିଲ ନେଇ ଷଡ଼ଯନ୍ତ୍ର  ଚାଲିଛି । ଗତକାଲି ଥିଲା ନାମାଙ୍କନ ଦାଖଲ ପ୍ରକ୍ରିୟା । ତେବେ ଅନେକ କଲେଜରେ ବିଜେପି ସମର୍ଥିତ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ଅନ୍ୟ ଦଳର ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହୋଇଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ । ଯେଉଁଠି ଏବିଭିପିର ସଂଗଠନ ନାହିଁ ସେଠି ଜାଣିଶୁଣି ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହୋଇଛି । ଏଭଳି ଷଡ଼ଯନ୍ତ୍ର ବିରୋଧରେ ବର୍ଷିଛି ବିଜୁ ଜନତା ଦଳ । କେଉଁଠି କଲେଜ ଅଧ୍ୟକ୍ଷଙ୍କୁ ଖୋଦ୍ ଉଚ୍ଚଶିକ୍ଷା ମନ୍ତ୍ରୀ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତ ଆଉ କେଉଁଠି ଖୋଦ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିଥିବା ଅଭିଯୋଗକୁ ଶାଣିତ କରିଛି ବିଜେଡି । କିଛି ଦିନ ତଳେ ୨୦୫ଟି ଉଚ୍ଚଶିକ୍ଷାନୁଷ୍ଠାନରେ ବିନା କାରଣ ନିର୍ବାଚନ ବଦଳରେ ଚୟନ ପ୍ରକ୍ରିୟା କରିଥିବାରୁ ଅସନ୍ତୋଷ ବଢିଛି । ତେବେ ନିର୍ଦ୍ବନ୍ଦ୍ବରେ ଜିତିଥିବା ପ୍ରାର୍ଥୀ ଓ କଲେଜର ନାଁ ସାର୍ବଜନୀନ କରିଛି ବିଜେଡି । ହେଲେ ସରକାରୀ ଚାପରେ ବିଳମ୍ବିତ ରାତି ଯାଏଁ ପ୍ରାର୍ଥୀ ତାଲିକାକୁ କଲେଜ କର୍ତ୍ତୃପକ୍ଷ ପ୍ରକାଶ ନକରିବାରୁ ବିଜେଡିର ସନ୍ଦେହ ବଢିଛି ।

ସେପଟେ ସରକାରୀ ଦଳ ବିଜେପି ରକ୍ତରେ ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛି । ଏଭଳି ଗୁରୁତର ଅଭିଯୋଗ ଆଣିଛି କଂଗ୍ରେସ । ଏବିଭିପିର ସଂଗଠନ ନଥିବା କଲେଜ ଗୁଡିକରେ ଜାଣିଶୁଣି ନିର୍ବାଚନ ବାତିଲ କରାଯାଇଛି । ବିଜେପି ସଭାପତି ମନମୋହନ ସାମଲଙ୍କ ନିର୍ବାଚନ ମଣ୍ଡଳୀର କଲେଜ ଓ ଭଦ୍ରକ ମହିଳା ମହାବିଦ୍ୟାଳୟରେ ନିର୍ବାଚନ ବାତିଲ ହୋଇଛି । ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିମାପଡ଼ା ମହାବିଦ୍ୟାଳୟରେ ସମାନ ଅବସ୍ଥା । ଧର୍ମଶାଳାକୁ ବିଧାୟକ ହିମାଂଶୁ ସାହୁ ଉତ୍ତର କୋରିଆ କରି ଦେଇଥିବାର କଟାକ୍ଷ କରିଛି କଂଗ୍ରେସ । ଅନ୍ୟ ଦଳର ଛାତ୍ର ନେତାଙ୍କୁ ଟଙ୍କା ଲୋଭ ଓ ଭୟ ଦେଖାଇ ବିଜେପି ସରକାରୀକଳ ଜରିଆରେ ପ୍ରଭାବିତ କରୁଥିବାର କଂଗ୍ରେସ ଅଭିଯୋଗ କରିଛି । ସେପଟେ ଗଣତନ୍ତ୍ରର ଚେତନା ଉଦୟକାରୀ ବିଷୟବସ୍ତୁ ସହ ଛାତ୍ରଛାତ୍ରୀଙ୍କ ଅଧିକାରର ସ୍ବର ଉଠାଉଥିବା ନେଇ ବିଜେପି ଯୁବ ମୋର୍ଚ୍ଚା ଯୁକ୍ତି ବାଢିଛି।

ଛାତ୍ର ସଂସଦ ନିର୍ବାଚନ ଜରିଆରେ କଲେଜରେ ଛାତ୍ରମାନଙ୍କୁ ଗଣତାନ୍ତ୍ରିକ ଅଧିକାରର ଶିକ୍ଷା ଦିଆଯାଇଥାଏ । ହେଲେ ଏଥିରେ ବି ସରକାରୀ କଳ ହସ୍ତକ୍ଷେପ କରୁଥିବାରୁ, ଛାତ୍ରଛାତ୍ରୀମାନଙ୍କ ଗଣତନ୍ତ୍ର ଉପରୁ ବିଶ୍ବାସ ଚାଲିଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଫ୍ଲାଏ ଦୁବାଇ ଫ୍ଲାଇଟରେ ଭାରତୀୟ ପାଇଲଟଙ୍କୁ ଆକ୍ରମଣ ଘଟଣାର ତଦନ୍ତ କରିବ NIA

ଫ୍ଲାଏ ଦୁବାଇ ଫ୍ଲାଇଟରେ ଭାରତୀୟ ପାଇଲଟଙ୍କୁ ଆକ୍ରମଣ ଘଟଣାର ତଦନ୍ତ କରିବ NIA

ନନ୍ଦିଘୋଷ ବ୍ୟୁରୋ: ଫ୍ଲାଏ ଦୁବାଇ ବିମାନରେ ଭାରତୀୟ ପାଇଲଟ କ୍ୟାପଟେନ୍ ସ୍ମିଥ ମଚ୍ଛରଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ କରିବ NIA । କେନ୍ଦ୍ର ସରକାର ମାମଲା ରୁଜୁ କରି ପୂରା ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଓମାନୀ ଫାଷ୍ଟ ଅଫିସର ବିମାନକୁ ହାଇଜାକ କରିବା କିମ୍ବା କ୍ରାସ କରିବାକୁ ଉଦ୍ୟମ କରିବା ବେଳେ ସ୍ମିଥଙ୍କୁ ଆକ୍ରମଣ କରିଥିଲେ ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୩୦ ସକାଳ ୭ଟା ୫ରେ ବିମାନଟି ଦୁବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଏଥିରେ ୧୭୪ ଯାତ୍ରୀ ଏବଂ ୬ କ୍ରୁ ସଦସ୍ୟ ଥିଲେ । ଭାରତୀୟ ପାଇଲଟ ସ୍ମିଥ ଏବଂ ଅଭିଯୁକ୍ତ ଅଫିସର ବିମାନ ଉଡାଉ ଥିଲେ । ସମୟ ସକାଳ ପ୍ରାୟ ୯ଟା ୨୧ରେ ଜୋର୍ଡନ ଓ ସାଉଦୀ ଅରବ ସୀମାରେ ବିମାନଟି ହଠାତ ଦ୍ରୁତଗତିରେ ତଳକୁ ଖସିବାକୁ ଲାଗିବା ସହ ସାଉଦୀ ବାୟୁ ସୀମା ଆଡକୁ ମୋଡି ଯାଇଥିଲା ।

ଯାତ୍ରୀଙ୍କ ଅନୁସାରେ ଏହି ସମୟରେ ଓମାନୀ ଫାଷ୍ଟ ଅଫିସର କ୍ୟାପଟେନ ସ୍ମିଥଙ୍କୁ ଆକ୍ରମଣ କରିଥିଲେ । ସେ ବିମାନକୁ ଅପହରଣ କିମ୍ବା କ୍ରାଶ କରିବାକୁ ଯୋଜନା କରିଥିବା ଅଭିଯୋଗ ହୋଇଛି । ଏହି ସମୟରେ ବିମାନ ଯାତ୍ରୀ ଏବଂ କ୍ରୁ ମେମ୍ବର ଏକାଠି ହୋଇ ଅଭିଯୁକ୍ତ ଅଫିସରଙ୍କୁ କାବୁ କରିଥିଲେ । ତେବେ ତାଙ୍କ ଆକ୍ରମଣରେ ସ୍ମିଥଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିଲା । ଏହାପରେ ବିମାନରେ ଥିବା କୋ-ପାଇଲଟ ବିମାନକୁ ନିୟନ୍ତ୍ରଣ କରିବା ସହ ସୁରକ୍ଷିତ ଭାବେ ସାଉଦୀର ତବୁକ ସହର ସ୍ଥିତ ପ୍ରିନ୍ସ ସୁଲତାନ ବି ଅବଦୁଲ୍ଲାଜିଜ ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କରିଥିଲେ । ଏହାପରେ ଅଭିଯୁକ୍ତ ଅଫିସରଙ୍କୁ ସାଉଦୀ ଅଧିକାରୀ ଗିରଫ କରିଥିଲେ ।

ଏବେ କେନ୍ଦ୍ର ସରକାର ଏହାର ଯାଞ୍ଚ NIAକୁ ଦେଇଛି । କେନ୍ଦ୍ର ସରକାରଙ୍କ ଅନୁସାରେ ଏହି ମାମଲାରେ ଆଣ୍ଟି ହାଇଜାକିଂ ଆକ୍ଟ ୨୦୧୬ର ଧାରା ୩ ଓ ଅବୈଧ କାର୍ଯ୍ୟକଳାପ ଅଧିନୟମ, ୧୯୬୭ର ଧାରା ୧୬ ଏବଂ ଧାରା ୧୫(୧)(a) ଆଧାରରେ ଅପରାଧ ହେଉଛି । ଏହା ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ଅଧିନୟମ ୨୦୦୮ ଅନୁସାରେ ନିର୍ଦ୍ଧାରିତ ଅପରାଧରେ ସାମିଲ । ମାମଲାର ଗମ୍ଭୀରତା, ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ପ୍ରଭାବ ଏବଂ ଷଡଯନ୍ତ୍ରର ପର୍ଦ୍ଦାଫାଶ କରିବା ଉଦ୍ଦେଶ୍ୟରେ NIAକୁ ଦାୟିତ୍ବ ଦିଆଯାଇଛି ।

ମହାଳୟାରେ ପିଣ୍ଡ ନଦେଲେ ରାଗିଯାନ୍ତି ପିତୃପୁରୁଷ !

ନନ୍ଦିଘୋଷ ବ୍ୟୁରୋ: ଆଜି ମହାଳୟା ଅମାବାସ୍ୟା । ଆଶ୍ଵିନ ପ୍ରତିପଦାରୁ ଆରମ୍ଭ ହୋଇଥିବା ପିତୃପକ୍ଷର ଅନ୍ତିମ ଦିନ । ସେଥିପାଇଁ ପୁରୀ ଓ ଭୁବନେଶ୍ବର ବିନ୍ଦୁସାଗର କୂଳରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା  । ଶ୍ରୀମନ୍ଦିର ଚାରିପଟେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଥିଲା । ସକାଳୁ ସକାଳୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହ ମହାପ୍ରସାଦ ସମର୍ପଣ କରିଥିଲେ ଦୂର ଦୂରାନ୍ତରୁ ଆସିଥିବା ଅନେକ ଶ୍ରଦ୍ଧାଳୁ । ତେବେ ଗତ କିଛିବର୍ଷ ହେଲା ବାଇଶି ପାହାଚରେ ଶ୍ରାଦ୍ଧ ଦେବା ବନ୍ଦ ରହିଥିବାରୁ ଶ୍ରୀମନ୍ଦିର ବାହାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇଛନ୍ତି ଶ୍ରଦ୍ଧାଳୁ। ପିତୃପକ୍ଷରେ ବିଶେଷକରି ପିତା, ପିତାମହ, ପ୍ରପିତାମହ, ମାତା, ମାତାମହ, ପ୍ରପିତାମୟି, ବୃଦ୍ଧ ପ୍ରମାତାମୟୀଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହ ମହାପ୍ରସାଦ ଅର୍ପଣ କରିଛନ୍ତି । ପିତୃପକ୍ଷରେ ଶ୍ରାଦ୍ଧ ଓ ତିଳତର୍ପଣ କଲେ ସପ୍ତପୁରୁଷ ଆତ୍ମତୃପ୍ତି ଲାଭ କରିଥାନ୍ତି ବୋଲି ବିଶ୍ବାସ ରହିଛି । ତେବେ ବର୍ଷା ସତ୍ତ୍ବେ ପିଣ୍ଡଦାନ କରି ମହାପ୍ରଭୁଙ୍କୁ ଦର୍ଶନ ଲାଭ କରି କୃତାର୍ଥ ହୋଇଛନ୍ତି ଶ୍ରଦ୍ଧାଳୁ ।

ଆଶ୍ଵିନ ପ୍ରତିପଦାରୁ ଆରମ୍ଭ ହୋଇଥିବା ଏହି ପିତୃପକ୍ଷର ୧୫ ଦିନ ଧରି ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ ପିଣ୍ଡଦାନ କରିବାର ବିଧି ରହିଛି । ତେଣୁ ଭୁବନେଶ୍ବର ବିନ୍ଦୁ ସାଗର କୂଳରେ ମଧ୍ୟ ଅନେକ ଶ୍ରଦ୍ଧାଳୁ ସେମାନଙ୍କ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥିବା ଦେଖିବାକୁ ମିଳିଛି । ବ୍ରାହ୍ମଣଙ୍କ ଦ୍ବାରା ତୀଳତର୍ପଣ କରି ପରିବାରର ମଙ୍ଗଳ କାମନା କରିବା ସହ ପିତୃପୁରୁଷ ମୋକ୍ଷ ପ୍ରାପ୍ତି ପାଇଁ ପ୍ରାର୍ଥନା କରିଛନ୍ତି ।