ନନ୍ଦିଘୋଷ ବ୍ୟୁରୋ : ସ୍ପେସଏକ୍ସ ଲଞ୍ଚ କଲା ଷ୍ଟାରସିପ ମେଗାରକେଟ। ଷ୍ଟାରସିପ ମେଗାରକେଟ ପୃଥିବୀର ସବୁଠାରୁ ବଡ଼ ରକେଟ। ଆମେରିକା ସାଉଥ ଟେକ୍ସାସର ବୋକାଚିକା ବିଚ୍ ନିକଟସ୍ଥ ସ୍ପେସଏକ୍ସ ଷ୍ଟାରବେସ ଫାସିଲିଟିରୁ ଏହାର ଉତକ୍ଷେପଣ ହୋଇଛଇ। ଚଳିତ ବର୍ଷ ଏହି ଅଭିଯାନ ସଫଳ ହେବ ବୋଲି ଆଶା ରଖିଥିଲା ସ୍ପେସଏକ୍ସ। ପୂର୍ବରୁ ଫ୍ଲାଇଟ ୭, ଫ୍ଲାଇଟ ୮ ଓ ଫ୍ଲାଇଟ ୯ ଉତକ୍ଷେପଣ କରିଥିଲା। ମାତ୍ର ସେସବୁ ବିଫଳ ହୋଇଥିଲା। ଗତ ଜୁନରେ ଏକ ଷ୍ଟାରସିପ ବିସ୍ଫୋରଣରେ ନଷ୍ଟ ହୋଇଯାଇଥିଲା। ଆସନ୍ତା ୨୦୨୭ ସୁଦ୍ଧା ଚନ୍ଦ୍ରପୃଷ୍ଠକୁ ଆର୍ଟେମିସ ୩ ପଠାଇବା ଲାଗି ଷ୍ଟାରସିପ ଉପରେ ଭରସା ରଖିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା। ଷ୍ଟାରସିପର ଲମ୍ବା ହେଉଛି ୧୨୩ ମିଟର। ବିଭିନ୍ନ ଗ୍ରହରେ ମାନବ ବସତି ପ୍ରତିଷ୍ଠା ଲାଗି ଏଲନ ମସ୍କଙ୍କ ଯୋଜନାକୁ ମିଳିଛି ସଫଳତା। ଗତ ରବିବାର ଷ୍ଟାରସିପ ଉତକ୍ଷେପଣ ହେବାକୁ ଯୋଜନା କରାଯାଇଥିଲା। ମାତ୍ର ଇନ୍ଧନ ଲିକ୍ କାରଣରୁ ଏହାର ଉତକ୍ଷେପଣ ବାତିଲ କରାଯାଇଥିଲା। ବିଫଳତା ସତ୍ତ୍ବେ ନିଜର ଅଭିଯାନକୁ ବାତିଲ କରି ନଥିଲା ସ୍ପେସଏକ୍ସ।
ସାପ କାମୁଡ଼ାର ଅଜବ ଚିକିତ୍ସା: ରୋଗୀ ପିଠିରେ କଂସା ଥାଳି ରଖି ବାହାର କରାଯାଉଛି ବିଷ
ନନ୍ଦିଘୋଷ ବ୍ୟୁରୋ: ସାପ କାମୁଡାର ଅଜବ ଚିକିତ୍ସା । କଂସା ଥାଳି ବାହାର କରୁଛି ବିଷ । ଏଭଳି ଏକ ଚାଞ୍ଚଲ୍ୟ କର ଖବର ଆସିଛି ଖରିଆରରୁ । ଜଣେ କି ଦୁଇ ଜଣ ନୁହନ୍ତି, ଆଜି ପର୍ଯ୍ୟନ୍ତ ୧୦ ହଜାର ଲୋକ ଏହି ଚିକିତ୍ସା ପରେ ସୁସ୍ଥ ହୋଇଥିବା ଦାବି ହେଉଛି । ଗୁଣିଆମାନଙ୍କୁ ବନ ବିଭାଗ ତରଫରୁ ସ୍ନେକ୍ ହ୍ୟାଣ୍ଡଲର୍ ସାର୍ଟିଫିକେଟ ଦିଆଯିବା ଦ୍ଵାରା ସାଧାରଣ ଲୋକେ ସେମାନଙ୍କୁ ବିଶ୍ୱାସ କରିବା ପାଇଁ ବାଧ୍ୟ ହେଉଛନ୍ତି । ତେବେ ଏପରି ଅନ୍ଧବିଶ୍ବାସରୁ ଦୂରେଇ ରହି ହସ୍ପିଟାଲରେ ଚିକିତ୍ସା କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ଏକବିଂଶ ଶତାବ୍ଦୀରେ ମଣିଷର ଅଜବ ବିଶ୍ବାସ । ସାପ କାମୁଡ଼ିରେ ତନ୍ତ୍ରମନ୍ତ୍ର, ଝଡ଼ାଫୁଙ୍କା ଭରସା । ମଣିଷ ପିଠିରେ କଂସା ଥାଳି ରଖି ଝାଡି ଦେଲେ ବାହାରୁଛି ବିଷ । ଅନ୍ଧବିଶ୍ବାସ ପଛରେ ଜୀବନ ବାଜି ନଲଗାଇବାକୁ ବିଶେଷଜ୍ଞଙ୍କ ପରାମର୍ଶ । ଖରିଆର ଝିତ୍ରୀଧୋଡ଼ା ଗାଁର ଦେବାର୍ଚ୍ଚନ ସତନାମୀ । ଦେବାର୍ଚ୍ଚନା ଜଣେ ସର୍ପଗାରେଡି । ଷଷ୍ଠ ଶ୍ରେଣୀରୁ ଶିଖିଛନ୍ତି ବିଦ୍ୟା । ସାପ କାମୁଡ଼ା ରୋଗୀଙ୍କୁ ମନ୍ତ୍ରପାଠ କରି ଥାଳି ଲଗାଇ ବିଷ ହରଣ କରିବା ପରେ ଚେତା ଫେରିଲେ ତାକୁ ମନ୍ତ୍ର ପାଣିରେ ଗାଧେଇ ଦିଅନ୍ତି ଦେବାର୍ଚ୍ଚନା । କଥାବାର୍ତ୍ତା କରିବା ପରେ ଛାଡ଼ନ୍ତି । ଜଣେ କି ଦୁଇଜଣ ନୁହେଁ ତାଙ୍କର ଏହି ଚିକିତ୍ସା ଦ୍ବାରା ୧୦ ହଜାରରୁ ଅଧିକ ରୋଗୀ ସୁସ୍ଥ ହୋଇଥିବା ସେ କହିଛନ୍ତି ।
ତେବେ ଏସବୁ ଉପରେ ବିଶ୍ବାସ ନ କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ସାପ କାମୁଡ଼ିଲେ ହସ୍ପିଟାଲକୁ ଯାଇ ଆଣ୍ଟି ଭେନମ ନେବାକୁ ସେ ପରାମର୍ଶ ଦେଇଛନ୍ତି । ସାପ କାମୁଡ଼ିଲେ ମନ୍ଦିରରେ ପାଣି ଢାଳିବା, ଝାଡଫୁଙ୍କା, ପାଟିରେ ବିଷ ବାହାର କରିବା, କପଡା ବାନ୍ଧିବା ଓ ଅଙ୍ଗୁଡ଼ି କାଟି ଦେବା ମରଣକୁ ଡାକିଥାଏ । ଗୋଲଡେନ ଆୱରରେ ଡାକ୍ତରଖାନାରେ ରୋଗୀ ନପହଞ୍ଚିଲେ, କିମ୍ବା ଅଧିକ ସମୟ ନଷ୍ଟ କଲେ ବିଷ ସଞ୍ଚରଣ ଅଧିକ ହୋଇଥାଏ । ତେଣୁ ଅନ୍ଧବିଶ୍ବାସ ଦୂରେଇ ରହି ଡାକ୍ତରଖାନା ଯାଇ ଚିକିତ୍ସା କରିବାକୁ ପରାମର୍ଶ ଦେଇଛନ୍ତି ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ।
ଟାରିଫ ଲଗାଇବା ପରେ ଟ୍ରମ୍ପ ଲଗାଇଲେଣି ୪ ଥର ଫୋନ୍, ହେଲେ ମୋଦି ଉଠାଉ ନାହାନ୍ତି
ନନ୍ଦିଘୋଷ ବ୍ୟୁରୋ: ଭାରତ ଓ ଆମେରିକା ମଧ୍ୟରେ ଟାରିଫ ଓ୍ବାର୍ ଭୟଙ୍କର ସ୍ଥିତିରେ ପହଞ୍ଚିଛି । ଋଷର ନାଁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମ ସ୍ତରରେ ପହଞ୍ଚିଛି । ଭାରତ, ଟ୍ରମ୍ପଙ୍କ ଧମକ ଆଗରେ ମୁଣ୍ଡ ନୁଆଁଇ ଗୋଟିଏ ପରେ ଗୋଟିଏ କ୍ଷେତ୍ରରେ ଜବାବ ଦେବାରେ ଲାଗିଛି । ଏହାସହ ଭାରତ, ଆମେରିକା ବଜାରର ବିକଳ୍ପ ଖୋଜିବାରେ ଲାଗିଛି । ଏହାରି ଭିତରେ ଡେନାଲ୍ଡ ଟ୍ରମ୍ପ ଏବଂ ନରେନ୍ଦ୍ର ମୋଦିଙ୍କୁ ନେଇ ଏମିତି ଏକ ଖବର ଆସିଛି, ଯାହା ସାରା ବିଶ୍ବରେ ଚର୍ଚ୍ଚାର କାରଣ ପାଲଟିଛି ।
ସମସ୍ତେ ଜାଣିଛନ୍ତି, ଡେନାଲ୍ଡ ଟ୍ରମ୍ପ ଏବଂ ନରେନ୍ଦ୍ର ମୋଦି ଭଲ ବନ୍ଧୁ । ହେଲେ ଟ୍ରମ୍ପଙ୍କ ଟାରିଫ ପରେ ଏହି ସମ୍ପର୍କରେ ଆଗ ଭଳି ମଧୁରତା ନାହିଁ । ସ୍ଥିତି ଏମିତି ହେଲାଣି ଯେ, ଟ୍ରମ୍ପଙ୍କ ସହ ମୋଦି କଥା ହେବାକୁ ବି ଚାହୁଁ ନାହାନ୍ତି । ଏହା ଆମେ କହୁନାହୁଁ । ଏପରି ଦାବି କରିଛି ଜର୍ମାନୀର ଏକ ପ୍ରତିଷ୍ଠିତ ଖବର କାଗଜ । ଉକ୍ତ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଟାରିଫ ବିବାଦ ମଧ୍ୟରେ ଟ୍ରମ୍ପ, ମୋଦିଙ୍କୁ ୪ ଥର ଫୋନ କରିଛନ୍ତି । ହେଲେ, ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଫୋନ ଉଠାଇଲେନି କି ପରେ ଫୋନ କରି ତାଙ୍କ ସହ କଥା ହେଲେନି । ତେବେ ଏହି ଘଟଣାରେ ଉଭୟ ଆମେରିକା ଓ ଭାରତ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇନି ।
ଜେଡି ଭେନ୍ସଙ୍କ ଫୋନ ବି ଉଠାଇ ନଥିଲେ ମୋଦି
ତେବେ ମୋଦି ଆମେରିକାର କୌଣସି ନେତାଙ୍କ ଫୋନ ନଉଠାଇବା ପ୍ରଥମ ଘଟଣା ନୁହେଁ । ଲୋକସଭାରେ ମୋଦି ପାକିସ୍ତାନ ସହ ସଂଘର୍ଷ ଘଟଣାକୁ ନେଇ ସୂଚନା ଦେବା ବେଳେ କହିଥିଲେ ଯୁଦ୍ଧବିରତିର ଦିନକ ପୂର୍ବରୁ ଅର୍ଥାତ ମେ’ ୯ ତାରିଖ ରାତିରେ ଆମେରିକା ଉପରାଷ୍ଟ୍ରପତି ୩ରୁ ୪ ଥର ମୋ ସହ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ । ହେଲେ ମୁଁ ସେନା ଅଧିକାରୀଙ୍କ ସହ ବୈଠକରେ ଥିବାରୁ ଫୋନ ଉଠାଇ ନଥିଲି । ମୋଦି ଆଗକୁ କହିଥିଲେ, ମୁଁ ଯେତେବେଳେ ତାଙ୍କୁ ଫୋନ କରିଥିଲି, ପାକିସ୍ତାନ ପକଟରୁ ଏକ ବଡ଼ ଆକ୍ରମଣ କରାଯିବା ନେଇ ଆମେରିକା ଉପରାଷ୍ଟ୍ରପତି ମୋତେ ସୂଚନା ଦେଇଥିଲେ । ମୁଁ ତାଙ୍କୁ କହିଥିଲି ଯଦି ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବ, ତେବେ ଆମ ପ୍ରତିଆକ୍ରମଣ ଭୟଙ୍କର ହେବ । କାରଣ ଆମେ ଗୁଳିର ଜବାବ ଗୁଳିରେ ଦେବୁ ।

