ନନ୍ଦିଘୋଷ ବ୍ୟୁରୋ: ଜିଏସଟି ସ୍ଲାବ ନେଇ କେନ୍ଦ୍ରର ବଡ଼ ନିଷ୍ପତ୍ତି । ଏଣିକି ରହିବ କେବଳ ଦୁଇଟି ସ୍ଲାବ ୫% ଓ ୧୮% ସ୍ଲାବକୁ ଜିଏସଟି ପରିଷଦର ମଞ୍ଜୁରୀ । ହଟିଲା ୧୨% ଓ ୨୮% ଜିଏସଟି ସ୍ଲାବ । ୨୨ ସେପ୍ଟେମ୍ବରରୁ ଲାଗୁ ହେବ ସ୍ଲାବ୍ ।
ଲଗଜରୀ ଓ ତମାଖୁ କ୍ଷେତ୍ରରେ ରହିବ ୪୦% ସ୍ଲାବ୍
୫୬ତମ ଜିଏସଟି ବୈଠକରେ ନିଷ୍ପତ୍ତି
ଏସି, ଟିଭି ଓ ଫ୍ରିଜ ଉପରେ ୧୮ ପ୍ରତିଶତ ଜିଏସଟି
କ୍ଷୀର, ଘିଅ ଓ ଲହୁଣୀ ଉପରେ ୫ ପ୍ରତିଶତ ଜିଏସଟି
ତମାଖୁ ଜାତ ଦ୍ରବ୍ୟ ଉପରେ ୪୦ ପ୍ରତିଶତ ଜିଏସଟି
ଚମଡ଼ା ଓ ଗ୍ରାନାଇଟ ଉପରେ ୫ ପ୍ରତିଶତ ଜିଏସଟି
ଚକୋଲେଟ ଓ କଫି ଉପରେ ୫ ପ୍ରତିଶତ ଜିଏସଟି
କୃଷିଜାତ ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି
ସିମେଣ୍ଟ ଉପରେ ୨୮ ପ୍ରତିଶତରୁ ହେଲା ୧୮ ପ୍ରତିଶତ ଜିଏସଟି
୩୩ଟି ଜୀବନରକ୍ଷାକାରୀ ଔଷଧ ଉପରେ ଜିଏସଟି ଛାଡ଼
ଥଣ୍ଡା ପାନୀୟ ଉପରେ ୪୦ ପ୍ରତିଶତ ଜିଏସଟି
ବ୍ୟକ୍ତିଗତ ସ୍ବାସ୍ଥ୍ୟବୀମା ଉପରେ ଜିଏସଟି ଛାଡ଼
ରାମ୍ପରେ ଚାଲିଲେ ଭୁବନେଶ୍ୱର ମେୟର, ଡେପୁଟି ମେୟର ଓ ମହିଳା କର୍ପୋରେଟର
ନନ୍ଦିଘୋଷ ବ୍ୟୁରୋ: ରାମ୍ପରେ ଚାଲିଲେ ଭୁବନେଶ୍ୱର ମେୟର, ଡେପୁଟି ମେୟର ଓ ମହିଳା କର୍ପୋରେଟର । ନାଚ ଗୀତ ଓ ଡ୍ରାମାରେ କମ୍ପିଲା ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ । ସ୍ୱାୟତ୍ତ ଶାସନ ଦିବସ ଅବସରରେ ବିଏମସି ରିକ୍ରିଏସନ କ୍ଳବ ପକ୍ଷରୁ ୫୪ ତମ ବାର୍ଷିକ ଉତ୍ସବ ରେ ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ରଙ୍ଗୀନ ଆଲୋକ ସହ ମ୍ୟୁଜିକର ତାଳେ ତାକେ ମଞ୍ଚରେ ଭଳିକି ଭଳି ହସ୍ତତନ୍ତ ଶାଢ଼ୀରେ ନିଜକୁ ସଜାଇ ମହିଳା କର୍ପୋରେଟର୍ ଏବଂ ଅଧିକାରୀମାନେ ଏହି ଶୋରେ ସାମିଲ ହୋଇଥିଲେ । ବିଏମ୍ ସି ଇତିହାସରେ ଏହା ପ୍ରଥମ ଓ ଭିନ୍ନ ସ୍ଵାଦର ହୋଇଥିଲା ଏହି କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାଶ, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ବିଏମସି କମିଶନର ଚଞ୍ଚଳ ରଣା, ଡେପୁଟି ମେୟର ମଞ୍ଜୁଲତା କହଁର, କଲଚୁରାଲ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ରଣସିଂ ଓ ରିକ୍ରିଏସନ କ୍ଳବ ସମ୍ପାଦକ ଶୁଭ୍ରକାନ୍ତ ପାଢ଼ୀଙ୍କ ସମେତ ବିଏମସିର ସମସ୍ତ କର୍ପୋରେଟର ଓ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ ।
ଏଭଳି ପ୍ରୟାସ କୁ ସମସ୍ତେ ସାଧୁବାଦ ଜଣାଇଛନ୍ତି । ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଭୁବନେଶ୍ୱର ମହାନଗର ନିଗମ ରିକ୍ରିଏସନ୍ କ୍ଲବ୍ର ବାର୍ଷିକ କାର୍ଯ୍ୟକ୍ରମ ଓ ସ୍ୱାୟତ୍ତ ଶାସନ ଦିବସ ୨୦୨୫ ଉପଲକ୍ଷେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଏଥିରେ ଇଣ୍ଡୋର ଗେମ୍, ଆଉଟ୍ ଡୋର୍ ଗେମ୍,ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦିରେ କୃତି ପ୍ରତିଯୋଗୀଙ୍କୁ ଟ୍ରଫି ଓ ମାନପତ୍ର ଦିଆଯାଇ ପୁରସ୍କୃତ କରାଯାଇଛି । ଜୀବନର ଅକ୍ଲାନ୍ତ ଯାତ୍ରାରେ ଟିକେ ନିଜ ପସନ୍ଦରେ ସମୟ ବିତାଇ ପରସ୍ପର ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଆଣିଦେବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ଆୟୋଜକ କହିଚିନ୍ତି । ସେପଟେ ଏହି କାର୍ଯ୍ୟକ୍ରମ ରେ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ,ଅତିରିକ୍ତ କମିଶନର ରତ୍ନାକର ସାହୁ ଏବଂ ସହାୟକ କମିଶନର ସତ୍ୟଜିତ ସାହୁଙ୍କ କଣ୍ଠରେ ସୁମଧୁର ସଂଗୀତରେ ମୁଗ୍ଧ ହୋଇଥିଲେ ଦର୍ଶକ । ଏହାପରେ ଆରମ୍ଭ ହୋଇଥିଲା ସେହିପରି ସମ୍ବଲପୁରୀ ନୃତ୍ୟ, ଏବଂ ଆାଦିବାସୀ ନୃତ୍ୟ। ଶେଷରେ ବହୁ ପ୍ରତୀକ୍ଷିତ ନାଟକ ଛାୟା ପୁରୁଷ ବେଶ ମନୋମୁଗ୍ଧ କରିଥିଲା ।
ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ଗ୍ରାମ ପଞ୍ଚାୟତକୁ NAC ଘୋଷଣା ଦାବି
ନନ୍ଦିଘୋଷ ବ୍ୟୁରୋ: ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ଗ୍ରାମ ପଞ୍ଚାୟତକୁ NAC ଘୋଷଣା ଦାବି। ଏନେଇ ଶେରଗଡ଼ ଗ୍ରାମ ପଞ୍ଚାୟତର ବିଭିନ୍ନ ସଂଘର କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ୨୦୨୪ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେରଗଡ଼କୁ NAC ଘୋଷଣା କରିଥିଲେ। କିନ୍ତୁ ସରକାର ପରିବର୍ତ୍ତନ ପରେ ନୂତନ ସରକାର ତାହା କାର୍ଯ୍ୟକାରୀ କରିନାହାନ୍ତି। ପ୍ରତିବାଦରେ ଆସନ୍ତା ୬ତାରିଖ ଦିନ ଶେରଗଡ଼ ବନ୍ଦ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି । ପ୍ରସ୍ତୁତି ବୈଠକ ରେ ଶେରଗଡ଼ ବଣିକ ସଂଘ,ଚାରିଛକ ଶାନ୍ତି ସୁରକ୍ଷା ସଂଘ, ବଜରଙ୍ଗୀ ବ୍ୟବସାୟୀ ସଂଘ,ମାଆ ରାମଚଣ୍ଡୀ ବ୍ୟବସାୟୀ ସଂଘ, ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା,ସାମ୍ବାଦିକ ସଂଘ,ବୁଦ୍ଧିଜୀବୀ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା l
ହିନ୍ଦୋଳ ବାଲିକିଆରୀ ଗାଁରେ 5 ଜଣିଆଁ ଭିଜିଲାନ୍ସ ଟିମର ତନାଘନା
ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଟିମର ଛାନବିନ। ଢେଙ୍କାନାଳ ହିନ୍ଦୋଳ ବାଲିକିଆରୀ ଗାଁରେ 5 ଜଣିଆଁ ଭିଜିଲାନ୍ସ ଟିମର ତନାଘନା। ଗାଁରେ ଗତ ଦୁଇ ବର୍ଷ ତଳେ ଲୋକମାନେ ଚାନ୍ଦା ଆଦାୟ କରି ୨ଲକ୍ଷ ଟଙ୍କା ସଂଗ୍ରହ କରି ବନବିଭାଗ ପାଖରେ ଜମା କରିଥିଲେ । ଏହା ପରେ ବନବିଭାଗ ବାକି ୧୮ଲକ୍ଷ ଟଙ୍କା ଦେଇ ଗାଁରେ ହାତୀ ଉପଦ୍ରବ ରୋକିବାକୁ ସୋଲାର ତାରବାଡ଼ ନିର୍ମାଣ କରିଥିଲେ । ମାତ୍ର ନାମକୁ ମାତ୍ର ଖୁଣ୍ଟ ପୋତି ବିଲ୍ କରି ନେଇଥିବା ଢେଙ୍କାନାଳ ଭିଜିଲାନ୍ସ ବିଭାଗ ନିକଟରେ ବନ ସୁରକ୍ଷା କର୍ମୀ ଦିବ୍ୟ ରଞ୍ଜନ ଦାସ ଅଭିଯୋଗ ଆଣିଥିଲେ । ଆଜି ସେହି ଅଭିଯୋଗ ଆଧାରେ ଗାଁରେ ୫ ଜଣିଆଁ ଭିଜିଲାନ୍ସ ଅଧିକାରୀ ପହଞ୍ଚି ତନାଘନା କରିଛନ୍ତି । ଗାଁ ଏବଂ ଫରେଷ୍ଟ କାର୍ଯ୍ୟାଳୟରେ ଛାନବିନ କରିଛି ଟିମ । କେବଳ ବାଲିକିଆରୀ ଗାଁରେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପୂରା ହିନ୍ଦୋଳ ରେଞ୍ଜରେ ଏକାଧିକ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଖୁଣ୍ଟ ତାର କି ସୋଲାର ପ୍ଲେଟ କିଛି ବି ନାହିଁ । ସେପଟେ ଭିଜିଲାନ୍ସ ଅଧିକାରୀ ତଦନ୍ତ ଚାଲିଛି କହି ଘଟଣାସ୍ଥଳରୁ ପଳାଇ ଯାଇଛନ୍ତି ।

