spot_img
Home Blog Page 5331

୮୯ ବହୁମୁଖୀ ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ନିଷ୍ପତ୍ତିକୁ ଆନନ୍ଦ ମହିନ୍ଦ୍ରାଙ୍କ ପ୍ରଶଂସା

ଭୁବନେଶ୍ୱର : ଓଡ଼ିଶାରେ କ୍ରୀଡ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ଢେର ଉଦ୍ୟମ କରୁଛନ୍ତି। ଏହି ଉଦ୍ୟମ କ୍ରମରେ ନିକଟରେ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ୮୯ଟି ବହୁମୁଖୀ ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ସବୁ ଷ୍ଟାଡିୟମ ପ୍ରତିଷ୍ଠା ଦ୍ୱାରା ରାଜ୍ୟରେ କ୍ରୀଡାକୁ ପ୍ରୋତ୍ସାହନ ମିଳିବ । ନୂଆ ନୂଆ ଖେଳାଳୀ ତିଆରି କରିବାରେ ଏହି ଷ୍ଟାଡିୟମ ପ୍ରମ୍ମୁଖ ଭୂମିକା ନିର୍ବାହ କରିବ। ରାଜ୍ୟକୁ କ୍ରୀଡା ସୁପର ପାୱାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିକଟ ଅତିତରେ ଅନେକ ପଦକ୍ଷେପ ନେଇଛନ୍ତି । ସେହି ପଦକ୍ଷେପ ମଧ୍ୟରୁ ଗୋଟିଏ ହେଉଛି ବହୁମୁଖୀ ଷ୍ଟାଡିୟମ ପ୍ରତିଷ୍ଠା।

ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ଦେଶ ସାରା ପ୍ରଶଂସା କରାଯାଉଛି । ଦେଶର ବିଶିଷ୍ଟ ଶିଳ୍ପପତି ତଥା ମହିନ୍ଦା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଏକ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତି ଉଦାହରଣୀୟ ବୋଲି କହିଛନ୍ତି । ମାଇକ୍ରୋବ୍ଲଗ୍ ସାଇଟ୍ ଟ୍ୱିଟରରେ ସକ୍ରୀୟ ରହୁଥିବା ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍ କରି କହିଛନ୍ତି ଯେ,ଭିତ୍ତିଭୂମିରେ ନିବେଶ ଉତ୍ପାଦକ ସମ୍ପତି ସୃଷ୍ଟି କରିଥାଏ ଓ ଏହାର ଅର୍ଥନୈତିକ ଗତିବିଧି ଉପରେ ବହୁମୁଖୀ ପ୍ରଭାବ ପଡିଥାଏ । ଭିତ୍ତିଭୂମି ଯାହା ବହୁମୁଖୀ ହୋଇଥାଏ ଓ ପ୍ରାକୃତିକ ତଥା ମେଡିକାଲ ସଂକଟ କାଳରେ ବ୍ୟବହାରଯୋଗ୍ୟ ତାହା ଚମତ୍କାର ନିବେଶ ହୋଇଥାଏ । ସେ ମଧ୍ୟ ବାକି ରାଜ୍ୟଙ୍କୁ ନବୀନ ପଟ୍ଟନାୟକଙ୍କ ପଦାଙ୍କ ଅନୁସରଣ କରିବାକୁ ଆହ୍ୱାନ କରିଛନ୍ତି ।


ସୂଚନାଯୋଗ୍ୟ ଯେ, ଓଡ଼ିଶା ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ୬୯୩ କୋଟି ଟଙ୍କା ବ୍ୟୟରେ ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଷ୍ଟାଡିୟମ ଗୁଡିକ ପ୍ରାକୃତିକ ଓ ମେଡିକାଲ ସଂକଟ କାଳରେ ଆଶ୍ରୟସ୍ଥଳୀ ଭାବେ ମଧ୍ୟ କାର୍ଯ୍ୟ କରିବ ।

ସବ୍‌ସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ନିର୍ଭୟର ସଫଳ ପରୀକ୍ଷଣ: ଶବ୍ଦଠାରୁ ୯ଗୁଣ ଅଧିକ ବେଗ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ତିନି ନମ୍ବର ଲଞ୍ଚପ୍ୟାଡ଼ରୁ ଦୂରଗାମୀ ସବ୍‌ସୋନିକ୍‌ କ୍ରୁଜ୍‌ ମିସାଇଲ ‘ନିର୍ଭୟ’ର ସଫଳ ପରୀକ୍ଷଣ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ନିର୍ଭୟ କ୍ଷେପଣାସ୍ତ୍ରକୁ ଆଜି ସକାଳ ୯ଟା ୫୩ମିନିଟ୍‌ରେ ଉତ୍‌କ୍ଷେପଣ କରାଯାଇଛି। ପରୀକ୍ଷା ସମୟରେ ସ୍ୱତନ୍ତ୍ର ଭାବେ ଲଗାଯାଇଥିବା ରାଡ଼ାର ମାଧ୍ୟମରେ ସଂଗୃହିତ ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି।  ଉତ୍‌କ୍ଷେପଣ ପରେ ଏହି କ୍ଷେପଣାସ୍ତ୍ର ଶତୃପକ୍ଷ୍ୟ ଶିବିରର ଫଟୋ ଓ ଭିଡ଼ିଓ କଣ୍ଟ୍ରୋଲରୁମ୍‌କୁ ପଠାଇ ପାରିବ।

ପୂର୍ବରୁ ନିର୍ଭୟ ମିସାଇଲରେ ଟର୍ବୋଫ୍ୟାନ୍‌ ଇଞ୍ଜିନ୍‌ ବ୍ୟବହାର କରାଯାଉଥିବାବେଳେ, ଚଳିତ ପରୀକ୍ଷାରେ ଏହି କ୍ଷେପଣାସ୍ତ୍ରରେ ‘ମାଣିକ୍‌ ଟର୍ବୋଫ୍ୟାନ୍‌’ ଇଞ୍ଜିନ୍‌ ବ୍ୟବହାର କରାଯାଇଛି । ଫଳରେ ଡ଼ିଆରଡ଼ିଓ ତରଫରୁ ଏହାକୁ Indigenous Technology Cruse Missile ବୋଲି କୁହାଯାଉଛି । ‘ମାଣିକ୍‌ ଟର୍ବୋଫ୍ୟାନ୍‌’ ଇଞ୍ଜିନ୍‌ ମାଧ୍ୟମରେ ମିସାଇଲ ଅଧିକ ବେଗ ପାଇବା ସହିତ କମ୍‌ ଶବ୍ଦ ମଧ୍ୟ ଶୁଣାଯିବ। ନିର୍ଭୟ ମିସାଇଲର ଓଜନ ୧୫ଶହ କିଲୋଗ୍ରାମ ହୋଇଥିବାବେଳେ, ଏହାର ଲମ୍ବ ୬ ମିଟର, ମୋଟେଇ ୦.୫୨ ମିଟର ଓ ଏହାର ଡ଼େଣାର ଲମ୍ବ ୨.୭ ମିଟର ରହିଛି।

ଏହି କ୍ଷେପଣାସ୍ତ୍ରରେ ୨ଶହରୁ ୩ଶହ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ। ୧୫ ଶହ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା ନିର୍ଭୟ ମିସାଇଲର ବେଗ ଶବ୍ଦର ବେଗ ଠାରୁ ପାଖାପାଖି  ୭ରୁ ୯ ଗୁଣ ଅଧିକ। ଏହି କ୍ଷେପଣାସ୍ତ୍ରକୁ ପ୍ରଥମେ ୨୦୧୩ ମସିହା ମାର୍ଚ୍ଚମାସ ୧୨ ତାରିଖରେ ଚାନ୍ଦିପୁରରୁ ପରୀକ୍ଷା କରାଯାଇଥିବାବେଳେ, ଆଜି ନବମ ଥର ପାଇଁ ପରୀକ୍ଷା କରାଯାଇଛି।

୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବା ଦାବିରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ବିନା ବିରୋଧରେ ସଂସଦରେ ପାସ୍‌ ହୋଇଛି ଓବିସି ସଂଶୋଧନ ବିଲ୍‌। ଏଥିରେ ରାଜ୍ୟମାନଙ୍କୁ ପଛୁଆ ବର୍ଗଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ସ୍ୱାଧୀନତା ମିଳିଛି। ଯାହା ଫଳରେ କେହି ସାମାଜିକ ଓ ଆର୍ଥିକ ନ୍ୟାୟରୁ ବଞ୍ଚିତ ହେବେନି। ଏହି ପ୍ରସଙ୍ଗରେ ବିଜେଡି ସାଂସଦମାନେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଛନ୍ତି ଓ ୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବା ପାଇଁ ଦାବି କରିଛନ୍ତି।

ଓଡ଼ିଶା ପରି ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି ଆଦି ବିଭିନ୍ନ ବର୍ଗକୁ ମିଶିଲେ ପାଖାପାଖି ୩୯ ପ୍ରତିଶତ ସଂରକ୍ଷଣସ ସୀମା ଟପିଯାଉଛି। ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ କେମିତି ଦିଆଯିବ। ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ବେଞ୍ଚ ସର୍ବୋଚ୍ଚ ସଂରକ୍ଷଣ ସୀମା ସର୍ବାଧିକ ୫୦ ପ୍ରତିଶତ ଧାର୍ଯ୍ୟ କରିଛନ୍ତି। ଏଣୁ ଓଡ଼ିଶା ଭଳି ରାଜ୍ୟରେ ମାତ୍ର ୧୧ ପ୍ରତିଶତ ଓବିସି ଲାଭ ପାଇପାରିବେ। ଗତକାଲି ସଂସଦରେ ଓବିସି ସଂଶୋଧନ ବିଲ୍‌ ଆଲୋଚନା ବେଳେ ୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବା ପାଇଁ ଦାବି ହୋଇଥିଲା। ବିଜେଡି ସହ ଶିବସେନା ସାଂସଦ ଏନେଇ ଦାବି କରିଥିଲେ। ଏହାପରେ ଆଜି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ବିଜେଡି ସାଂସଦ ଭେଟି ଏନେଇ ଦାବିପତ୍ର ପ୍ରଦାନ କରିଛନ୍ତି।

ରାଜ୍ୟସଭାରେ ହଙ୍ଗାମା ପ୍ରସଙ୍ଗ,କାନ୍ଦିପକାଇଲେ ସଭାପତି ଭେଙ୍କିଆ ନାଇଡୁ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ରାଜ୍ୟସଭାରେ କିଛି ବିରୋଧିଦଳ ସଦସ୍ୟଙ୍କ ଅଶୋଭନୀୟ ଆଚରଣକୁ ନେଇ ସଭାପତି ଭେଙ୍କିଆ ନାଇଡୁ ଏତେ ମର୍ମାହତ ଯେ, ବୁଧବାର ଦିନ ଗୃହକାର୍ଯ୍ୟ ଆରମ୍ଭ ହେବା ସହିତ ସେ ବୟାନ ପଢି ଏହାକୁ ନିନ୍ଦା କରିଥିଲେ । ସେ ଅତ୍ୟନ୍ତ କଠୋର ଶବ୍ଦରେ ଲିଖିତ ବୟାନକୁ ଛିଡା ହୋଇ ପଢିଥିଲେ । ଏହି ସମୟରେ ସେ ଭାବୁକ ହୋଇପଡିଥିଲେ ଓ ଏକରକମ କାନ୍ଦି ପକାଇଥିଲେ । କୁହାଯାଉଛି ଯେ, ମଙ୍ଗଳବାର ଦିନ ଯେଉଁ ସଦସ୍ୟ ମାନେ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ ସେମାନଙ୍କ ବିରୋଧରେ ସଭାପତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି । ସୂଚନାଯୋଗ୍ୟ ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଗୃହ ନେତା ପିୟୁସ ଗୋଏଲ ଓ ଅନ୍ୟ ବିଜେପି ନେତା ବୁଧବାର ଦିନ ଉପ-ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି ।

ରାଜ୍ୟସଭା କାର୍ଯ୍ୟ ଆରମ୍ଭ ହେବା ପରେ ସଭାପତି ନାଇଡୁ କହିଥିଲେ ଯେ, ଗତକାଲି ଯାହାକିଛି ଘଟିଗଲା ତାକୁ ନିନ୍ଦା କରିବାକୁ ତାଙ୍କ ପାଖରେ ଶବ୍ଦ ନାହିଁ । ସେ କହିଥିଲେ ଯେ, ସଂସଦ ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ଓ ଏହାର ପବିତ୍ରତାକୁ କ୍ଷୁର୍ଣ୍ଣ କରିବାକୁ ଦିଆଯିବା ଉଚ୍ଚିତ ନୁହେଁ । ସେ କହିଥିଲେ ଯେ, ‘ ମୁଁ ଅତ୍ୟନ୍ତ କ୍ଷୋଭର ସହ କହୁଛି ଯେ, ଏହି ଗୃହର ଗରିମା ଯେଉଁଭଳି ଭଙ୍ଗା କରାଯାଇଥିଲା ଓ ତାହା ପୁଣି ପ୍ରତିଦ୍ୱନ୍ଦ୍ୱିତାର ଭାବନା ସହିତ ତାହା ବେସ ଚିନ୍ତାଜନକ । ଯେମିତି ମନ୍ଦିର,ମସଜିଦ ,ଚର୍ଚ୍ଚ ଓ ଗୁରୁଦ୍ୱାର ବିଭିନ୍ନ ଧର୍ମର ପବିତ୍ରସ୍ଥଳ ସେମିତି ଗଣତନ୍ତ୍ରର ପବିତ୍ରସ୍ଥଳ ହେଉଛି ଆମ ସଂସଦ । ଟେବୁଲ ଏରିଆ,ଯେଉଁଠି ମହାସଚିବ ଓ ସଭାପତି ବସନ୍ତି ତାକୁ ସଂସଦର ଗର୍ଭଗୃହ ଭାବେ ଗଣା ଯାଇଥାଏ । ସେ ଆହୁରି ମଧ୍ୟ କହିଥିଲେ ଯେ, ସଂସଦୀୟ ମର୍ଯ୍ୟଦା ଭଙ୍ଗ ପାଇଁ ସତେ ଯେମିତି ପ୍ରତିଯୋଗିତା ଚାଲିଛି । ଏସବୁ କହିବା ବେଳେ ସେ ଭାବୁକ ହୋଇପଡିଥିଲେ ଓ ଏକରକମ କାନ୍ଦି ପକାଇଥିଲେ ।

ଓଡ଼ିଶା ହକି ଷ୍ଟାର ବିରେନ୍ଦ୍ର ଓ ରୋହିଦାସ ହେବେ DSP

ଭୁବନେଶ୍ୱର: ଓଡ଼ିଶା ତା’ର ହକି ହିରୋଙ୍କୁ ସମ୍ମାନ ପ୍ରଦାନ କରିଛି । ଆଜି କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ପୁରୁଷ ଓ ମହିଳା ଭାରତୀୟ ହକି ଟିମର ଓଡ଼ିଆ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। କେବଳ ଆର୍ଥିକ ପୁରସ୍କାର ଦେଇ ନାହାନ୍ତି ଟୋକିଓ ଅଲମ୍ପିକ୍ସରେ ନିଜ ଷ୍ଟିକର ଯାଦୁ ଦେଖାଇଥିବା ପୁରୁଷ ହକି ଟିମର ଉପ କ୍ୟାପ୍ଟେନ୍ ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ପୋଲିସରେ ଡିଏସପି ପଦବୀର ଅଫର ଲେଟର ମଧ୍ୟ ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ଦୁଇ ମହିଳା ଖେଳାଳି ଦିପ୍ ଗ୍ରେସ ଓ ନମିତା ଟୋପେଙ୍କୁ ୫୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିବା ବେଳେ ପୁରୁଷ ହକି ଟିମର ସଦସ୍ୟ ରୋହିଦାସ ଓ ବିରେନ୍ଦ୍ର ଲାକ୍ରାଙ୍କୁ ଅଢେଇ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ଅଲିମ୍ପିକ୍ସରେ ଖେଳାଳୀଙ୍କ ପ୍ରଦର୍ଶନକୁ ପ୍ରଶଂସା କରିବା ସହ ଆଗକୁ ଏମିତି ଭଲ କରିବାକୁ ପ୍ରେରଣା ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏବଂ ଆଗକୁ ଖେଳାଳିମାନଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇଦିଆଯିବ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରରେ ମୁଖ୍ୟମନ୍ତ୍ରୀଙ୍କ ସମେତ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ହେବରା, ଓଡ଼ିଶା ହକି ପ୍ରମୋଶନ କାଉଁସିଲ ଅଧକ୍ଷ ଦିଲୀପ ତିର୍କୀ, 5-T ସଚିବ ଭି. କେ ପାଣ୍ଡିଆନ୍, କ୍ରୀଡ଼ା ସଚିବ ଆର୍ ଭିନିଲ୍ କ୍ରିଷ୍ଣା ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

 

କାଲିଠୁ ଜଗା ଦର୍ଶନ, କେବଳ ସେବାୟତଙ୍କ ପରିବାରକୁ ମିଳିବ ଅନୁମତି

ପୁରୀ: କାଲିଠୁ ଆରମ୍ଭ ହେଉଛି ଜଗା ଦର୍ଶନ।  ତେବେ ପ୍ରଥମେ ୧୨ ଓ ୧୩ ତାରିଖରେ ସେବାୟତଙ୍କ ପରିବାର ସଦସ୍ୟଙ୍କ ଲାଗି ଶ୍ରୀମନ୍ଦିର ଦର୍ଶନ ଲାଗି ମିଳିବ ଅନୁମତି । ସାଧାରଣ ଜନତାଙ୍କ ଲାଗି ଆସନ୍ତା ୧୬ ତାରିଖରୁ ଶ୍ରୀମନ୍ଦିର ଖୋଲିବ। ତେବେ ୧୬ ତାରିଖରୁ ୨୦ ତାରିଖ ଯାଏଁ କେବଳ ପୁରୀ ପୌରାଞ୍ଚଳରର ଲୋକମାନଙ୍କୁ ଦର୍ଶନ ଲାଗି ଅନୁମତି ମିଳିବ। ଆସନ୍ତା ୨୩ ତାରିଖରୁ ସମସ୍ତ ଭକ୍ତଙ୍କୁ ଶ୍ରୀମନ୍ଦିରରେ ଜଗା ଦର୍ଶନ ଲାଗି ଅନୁମତି ମିଳିବ। ଶ୍ରୀମନ୍ଦିର ଖୋଲିବା ସମୟ ସକାଳ ୭ଟାରୁ ସନ୍ଧ୍ୟା ୭ଟା ରହିବ।

ସପ୍ତାହରେ କେବଳ ୬ ଦିନ ମନ୍ଦିର ଖୋଲା ରହିବ । ସମସ୍ତ ଶନିବାର ଓ ରବିବାର ଶ୍ରୀମନ୍ଦିର ବନ୍ଦର ରହିବ। ଏହା ସହ କରୋନା ନିୟନ୍ତ୍ରଣ ଲାଗ ପ୍ରମୁଖ ପର୍ବପର୍ବାଣୀରେ ବି ଶ୍ରୀମନ୍ଦିର ବନ୍ଦ ରହିବା । ମନ୍ଦିର ପରିସରରେ ସମସ୍ତ ଭକ୍ତଙ୍କ ଲାଗି ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ଭକ୍ତମାନେ ମନ୍ଦିରରେ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ କରିବେ । ସେମାନେ କୌଣସି ମୂର୍ତ୍ତିକୁ ଛୁଇଁବେ ନାହିଁ । ଶ୍ରୀମନ୍ଦିର ଭିତରକୁ ଫୁଲ ଓ ଭୋଗ ନିଆଯାଇପାରିବ ନାହିଁ । ମନ୍ଦିର ଭିତରେ ଦୀପ ଜାଳିବାକୁ ବି ଅନୁମତି ମିଳିବ ନାହିଁ । ପଲିଥିନ ବ୍ୟାଗକୁ ନିଷିଦ୍ଧ କରାଯାଇଥିବାବେଳେ ଏଥିଲାଗି ୧୦୦ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି । ତମାଖୁ, ପାନ, ଛେପ ପକାଇବାକୁ ନିଷିଦ୍ଧ କରାଯାଇଛି।

ଏଥିସହ ମନ୍ଦିର ପରିସରରେ ଓ ଆନନ୍ଦ ବଜାରରେ ଖାଇବା ମଧ୍ୟ ମନା ହୋଇଛି। ଭିନ୍ନକ୍ଷମଙ୍କ ଲାଗି ସ୍ୱତନ୍ତ୍ର କ୍ୟୁ ବ୍ୟବସ୍ଥା ହେବ। ୬୫ ବର୍ଷରୁ ଅଧିକ ବୟସର ଲୋକ, ରୋଗୀ, ୧୦ ବର୍ଷରୁ କମ ବୟସର ଶିଶୁଙ୍କୁ ନ ଆସିବା ଲାଗି ପରାମର୍ଶ ଦିଆଯାଇଛି। ମଙ୍ଗଳ ଆଳତିଠାରୁ ରାତି ପହଡ଼ ଯାଏଁ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ରହିଛି। ହେଲେ ମନ୍ଦିରରେ ପ୍ରବେଶ ପୂର୍ବରୁ ସେମାନେ ସ୍ୱାସ୍ଥ୍ୟକାର୍ଡ ଓ ଆଧାର କାର୍ଡ ଦେଖାଇବେ। ସେବାୟତଙ୍କ ସାଥୀରେ ଅନ୍ୟ କୌଣସି ଲୋକଙ୍କୁ ଅନୁମତି ଅଧିକାର ମିଳିବ ନାହିଁ । ସାଧାରଣ ଭକ୍ତଙ୍କ ଲାଗି ବି ନିୟମ ଜାରି ହୋଇଛି । ସେମାନଙ୍କ ଲାଗି ଦୁଇଟି ଯାକ ଡୋଜ ନେଇଥିବାର ପ୍ରମାଣ ପତ୍ର ବା ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ହୋଇଛି। ସେମାନେ ଫଟୋ ପରିଚୟପତ୍ର ଦେଖାଇବେ। ସମସ୍ତ ବାହାର ଭକ୍ତ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଏବଂ ଉତ୍ତରଦ୍ୱାର ଦେଇ ବାହାରିବେ।

ଟୋକିଓ ଅଲିମ୍ପିକ୍ସର ଓଡ଼ିଆ ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ଆର୍ଥିକ ପୁରସ୍କାର ସହିତ ଚାକିରି ଅଫର ଲେଟର

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରିଥିବା ଓଡ଼ିଆ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟ ସରକାର। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଓଡ଼ିଆ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ପୁରୁଷ ହକି ଦଳର ଅମିତ ରୋହୀ ଦାସ, ବିରେନ୍ଦ୍ର ଲାକ୍ରା ଏବଂ ମହିଳା ହକି ଦଳର ଦୀପ ଗ୍ରେସ ଏକ୍କା ଓ ନମିତା ଟପୋଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଅଲିମ୍ପିକ୍ସରେ ଖେଳାଳୀଙ୍କ ପ୍ରଦର୍ଶନକୁ ପ୍ରଶଂସା କରିବା ସହ ଆଗକୁ ଏମିତି ଭଲ କରିବାକୁ ପ୍ରେରଣା ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏଥିସହ ଆଗକୁ ଖେଳାଳିମାନଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇଦିଆଯିବ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି।

ପୁରୁଷ ହକି ଖେଳାଳି ଅମିତ ରୋହୀ ଦାସ ଓ ବିରେନ୍ଦ୍ର ଲାକ୍ରାଙ୍କୁ ଅଢ଼େଇ କୋଟି ଟଙ୍କାର ଚେକ୍ ପ୍ରଦାନ କରାଯାଇଥିବାବେଳେ ମହିଳା ଖେଳାଳି ଦୀପ ଗ୍ରେସ ଏକ୍କା ଓ ନମିତା ଟପୋଙ୍କୁଙ୍କୁ ୫୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ମୁଖ୍ୟମନ୍ତ୍ରୀ ବିରେନ୍ଦ୍ର ଓ ରୋହିଦାସଙ୍କୁ ଓଡ଼ିଶା ପୋଲିସରେ ଡିଏସପି ରାଙ୍କର ଚାକିରି ଅଫର ଲେଟର ପ୍ରଦାନ କରିଛନ୍ତି । ତେବେ ଏହି ଅବସରରେ ପୁରୁଷ ହକି ଟିମର ଉପକ୍ୟାପ୍ଟେନ ବିରେନ୍ଦ୍ର ଲାକ୍ରା ମୁଖ୍ୟମନ୍ତ୍ରୀଙ୍କୁ ଦଳରସମସ୍ତ ଖେଳାଳିଙ୍କ ଅଟୋଗ୍ରାଫ ଥିବା ଏକ ହକି ଜର୍ସି ପ୍ରଦାନ କରିଥିଲେ । ସେହିଭଳି ମହିଳା ଦଳ ଉପକ୍ୟାପ୍ଟେନ୍ ଦୀପ ଗ୍ରେସ ଏକ୍କା ମଧ୍ୟ ମହିଳା ଦଳର ସବୁ ଖେଳାଳିଙ୍କ ଅଟୋଗ୍ରାଫ୍ ଥିବା ଜର୍ସି ମୁଖ୍ୟମନ୍ତ୍ରୀଙ୍କୁ ଭେଟ୍ଟି ଦେଇଛନ୍ତି। ଆସନ୍ତା ୧୬ ତାରିଖରେ ଭାରତୀୟ ପୁରୁଷ ଓ ମହିଳା ହକି ଟିମକୁ ମଧ୍ୟ ସମ୍ବର୍ଦ୍ଧିତ କରିବେ ରାଜ୍ୟ ସରକାର।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରରେ ମୁଖ୍ୟମନ୍ତ୍ରୀଙ୍କ ସମେତ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ହେବରା, ଓଡ଼ିଶା ହକି ପ୍ରମୋଶନ କାଉଁସିଲ ଅଧକ୍ଷ ଦିଲୀପ ତିର୍କୀ, 5-T ସଚିବ ଭି. କେ ପାଣ୍ଡିଆନ୍, କ୍ରୀଡ଼ା ସଚିବ ଆର୍ ଭିନିଲ୍ କ୍ରିଷ୍ଣା ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

ଟୋକିଓ ଅଲିମ୍ପିକ୍ସରେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଭାରତୀୟ ଦଳ ଗତକାଲି ସ୍ୱଦେଶ ଫେରିଥିଲେ। ଓଡ଼ିଆ ଖେଳାଳିଙ୍କୁ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଥିଲା। ବିମାନ ବନ୍ଦରରେ ରାଜ୍ୟ କ୍ରୀଡା ମନ୍ତ୍ରୀ ଓ କ୍ରୀଡା ସଚିବ ସମସ୍ତ ଖେଳାଳିଙ୍କୁ ସ୍ୱାଗତ କରିଥିଲେ। ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ମଧ୍ୟ ଖେଳାଳିଙ୍କୁ ସ୍ୱାଗତ ଜଣାଇଥିଲେ।

ଟୋକିଓ ଅଲିମ୍ପିକ୍ସରେ ପଦକ ବିଜେତା ହକି ଦଳର ଓଡ଼ିଆ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରିଥିବା ଓଡ଼ିଆ ଖେଳାଳିଙ୍କୁ ଆଜି ସମ୍ବର୍ଦ୍ଧିତ କରିବେ ରାଜ୍ୟ ସରକାର। କଳିଙ୍ଗ ଷ୍ଟାଡିୟମରେ ଓଡ଼ିଆ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ। ଟୋକିଓ ଅଲିମ୍ପିକ୍ସରେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଭାରତୀୟ ଦଳ ସ୍ୱଦେଶ ଫେରିଛନ୍ତି। ଓଡ଼ିଶା ଫେରିଛନ୍ତି ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ହକି ଖେଳାଳି।

ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜୟୀ ଅମିତ୍ ରୋହିତ ଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କ ସହିତ ମହିଳା ହକି ଦଳର ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ ଫେରିଛନ୍ତି। ଖେଳାଳିଙ୍କୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିମାନ ବନ୍ଦରରେ ରାଜ୍ୟ କ୍ରୀଡା ମନ୍ତ୍ରୀ ଓ କ୍ରୀଡା ସଚିବ ସମସ୍ତ ଖେଳାଳିଙ୍କୁ ସ୍ୱାଗତ କରିଥିଲେ। ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ମଧ୍ୟ ଖେଳାଳିଙ୍କୁ ସ୍ୱାଗତ ଜଣାଇଥିଲେ।

ଏଣିକି ସବୁ ଜିଲ୍ଲାରେ ହେବ ଆରଟିପିସିଆର ଟେଷ୍ଟ ଓ ମାଗଣାରେ ହେବ ଏକମୋ ଚିକିତ୍ସା

ଭୁବନେଶ୍ୱର: ଏଣିକି ସବୁ ଜିଲ୍ଲାରେ ଆରଟିପିସିଆର ଟେଷ୍ଟ କରାଯିବ। ୩୦ ଜିଲ୍ଲାରେ ଆରଟିପିସିଆର ଲ୍ୟାବ୍ ପ୍ରସ୍ତୁତ ରହିଛି। ଏହାସହ ଅକ୍ସିଜେନ୍ ଲିକ୍ୟୁଇଡ୍ ପ୍ଲାଣ୍ଟ ପ୍ରସ୍ତୁତ ରହିଛି। କରୋନା ତୃତୀୟ ଲହର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ତୟାର ରହିଛି। କେବଳ ସେତିକି ନୁହେଁ, ଆସନ୍ତା ଅଗଷ୍ଟ ୧୫ରୁ ରାଜ୍ୟରେ ଏକମୋ ଚିକିତ୍ସା ଉପଲବ୍ଧ ହେବ।

ଏଣିକି କଟକରେ ମାଗଣାରେ ରୋଗୀ ପାଇବେ ଏକମୋ ଟ୍ରିଟମେଣ୍ଟ । ଏଥିପାଇଁ ଏସସିବିରେ ୯ଟି ଏକମୋ ମେସିନ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହୋଇଛି । ଆବଶ୍ୟକ ମାନସମ୍ବଳ ଅଛନ୍ତି । ଆଗକୁ ଆଉ ଏକ ବ୍ୟାଚ୍ ମାନବସମ୍ବଳ ଟ୍ରେନିଂ ପାଇଁ କଲିକତା ଯିବେ । କରୋନାରେ ଗୁରୁତର ହେଉଥିବା ରୋଗୀ ଆଗକୁ ଚିକିତ୍ସା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବନି । ୬ଟି ମେସିନ୍ ପୋଷ୍ଟ କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହାର ହେବ । ଅନ୍ୟ ୩ଟି ମେସିନ୍ କରୋନା ଆକ୍ରାନ୍ତଙ୍କ ପାଇଁ ବ୍ୟବହାର ହେବ ।

ଶହେ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ

ମୟୁରଭଞ୍ଜ: ବାଙ୍ଗିରିପୋଷି ଥାନା ଦ୍ୱାରସୁଣି ଘାଟିରେ ଓଲଟିଲା ଟ୍ରକ୍ । ଭାରସାମ୍ୟ ହରାଇ ଶହେ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ। ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେଳ, ଜଣେ ଆହତ ହୋଇଛନ୍ତି।

ନାସିକରୁ ପିଆଜ ଆଣି ପଶ୍ଚିମବଙ୍ଗ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା। ମୃତକ ହେଲେ ଗାଡିର ଚାଳକ ଓ ହେଲପର। ଘଟଣାସ୍ଥଳରେ ବାଙ୍ଗରିପୋଷି ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।